Arduino/C3/AVR-GCC-programming-through-Arduino/Oriya
From Script | Spoken-Tutorial
Time | Narration |
00:01 | AVR- GCC Programming Through Arduino ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିବା: Arduino Boardରେ ଏକ Seven Segment Display ଇଣ୍ଟର୍ଫେସ୍ କରିବା, |
00:15 | Seven Segment Displayରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରାଇବା ପାଇଁ ଏକ AVR-GCC ପ୍ରୋଗ୍ରାମ୍ ଲେଖିବା ଏବଂ
ସେଥିରେ 0 ରୁ 9 ପର୍ଯ୍ୟନ୍ତ ଡିଜିଟ୍ ପ୍ରଦର୍ଶିତ କରାଇବା |
00:27 | ଏହି ଶୃଙ୍ଖଳାକୁ ଅନୁସରଣ କରିବା ପାଇଁ, ଆପଣଙ୍କର ନିମ୍ନଲିଖିତ ଉପରେ ମୌଳିକ ଜ୍ଞାନ ଥିବା ଉଚିତ: |
00:31 | ଇଲେକ୍ଟ୍ରୋନିକ୍ସ |
00:34 | C Programming ଓ
AVR-GCC |
00:39 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: Arduino UNO Board ଓ
Ubuntu Linux Operating System ଭର୍ସନ୍ 14.04. |
00:50 | GCC ର ଅର୍ଥ ହେଉଛି GNU Compiler Collection. |
00:54 | ଏହା ଏକ Compiler ଅଟେ, ଯାହା ବିଭିନ୍ନ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍କୁ ସପୋର୍ଟ କରିଥାଏ |
00:59 | GCCର ଏକ ଅଂଶ ହେଉଛି AVR-GCC ଏବଂ AVR Microcontrollers ପାଇଁ C Programs କମ୍ପାଇଲ୍ କରିବାରେ ସପୋର୍ଟ କରିଥାଏ |
01:08 | ଯେହେତୁ Arduino ATMEGA328P ବ୍ୟବହାର କରିଥାଏ, ଏହା ହେଉଛି ଏକ ଉପଯୁକ୍ତ Compiler |
01:15 | ଆମକୁ କିଛି ଏକ୍ସଟର୍ନଲ୍ ଡିଭାଇସ୍ ମଧ୍ୟ ଦରକାର ହେବ, ଯେପରି:
Seven-Segment Display, |
01:22 | 220 ohm ରେଜିଷ୍ଟର୍, |
01:26 | BreadBoard |
01:28 | Arduino UNO Board ଓ
Jumper Wires |
01:33 | ଏହି ପ୍ରୟୋଗରେ ଆମେ, Common Anode Seven Segment Display ବ୍ୟବହାର କରିବା |
01:39 | Seven Segment Display ବିଷୟରେ ଅଧିକ ଜାଣିବା ପାଇଁ ଏହି ଦୟାକରି ଶୃଙ୍ଖଳାର ବେସିକ୍ ଲେଭଲ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ |
01:46 | Arduino ଓ Microcontroller ପାଇଁ “ପିନ୍ ମ୍ୟାପିଙ୍ଗ୍” ଦେଖନ୍ତୁ |
01:51 | ଏଠାରେ ଦେଖାଯାଇଥିବା ଭଳି ସର୍କିଟ୍ କନେକ୍ସନ୍ କରନ୍ତୁ. |
01:55 | Seven-Segment Displayର “ଡଟ୍ ପିନ୍” Arduinoର “ପିନ୍ 13” ସହ କନେକ୍ଟ ହୋଇଛି |
02:02 | Common Pinsରୁ ଯେକୌଣସି ଗୋଟିଏ ରେଜିଷ୍ଟର୍ ମାଧ୍ୟମରେ +5 Volt ସହ ଲାଗିଛି |
02:09 | ଏହା ହେଉଛି କନେକ୍ସନ୍ର ଲାଇଭ୍ ସେଟ୍ଅପ୍ |
02:12 | ଏବେ ଆମେ, Seven Segment Displayରେ Dot LEDକୁ ଅନ୍ କରିବା ପାଇଁ ଗୋଟିଏ AVR-GCC ପ୍ରୋଗ୍ରାମ୍ ଲେଖିବା |
02:22 | ଆମକୁ AVR-GCC assembler ଓ ଗୋଟିଏ AVR-LIBC library ଇନଷ୍ଟଲ୍ କରିବାକୁ ପଡ଼ିବ |
02:29 | AVR-GCC ଏକ hex ଫାଇଲ୍ ଜେନେରେଟ୍ କରି Arduino Boardରେ ଅପଲୋଡ୍ କରିବ |
02:35 | AVR-LIBCରେ ଆବଶ୍ୟକ Library Files ରହିଛି, ଯାହାକୁ ପ୍ରୋଗ୍ରାମ୍ରେ ବ୍ୟବହାର କରିହେବ |
02:42 | Ctrl+ Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ |
02:48 | ଟାଇପ୍ କରନ୍ତୁ: sudo ସ୍ପେସ୍ apt ହାଇଫେନ୍ get ସ୍ପେସ୍ install ସ୍ପେସ୍ avr ହାଇଫେନ୍ libc ସ୍ପେସ୍ gcc ହାଇଫେନ୍ avr
ଏବଂ Enter ଦାବନ୍ତୁ. |
03:03 | କୁହାଗଲେ Administrative ପାସୱର୍ଡ ଦିଅନ୍ତୁ ଏବଂ Enter ଦାବନ୍ତୁ |
03:09 | ଦେଖନ୍ତୁ, ଇନଷ୍ଟଲେଶନ୍ ପ୍ରକ୍ରିୟା ଆରମ୍ଭ ହୋଇଗଲା |
03:13 | କନଫିଗରେଶନ୍ ସୁନିଶ୍ଚିତ କରିବା ପାଇଁ ଇନଷ୍ଟଲେଶନ୍ ସମୟରେ ଯେତେବେଳେ ବି କୁହାଯିବ, Y ଦାବନ୍ତୁ |
03:20 | ଇଣ୍ଟରନେଟ୍ ସ୍ପୀଡ୍ ଉପରେ ଭିତ୍ତି କରି ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବାକୁ କିଛି ସମୟ ନେବ |
03:26 | ଇନଷ୍ଟଲେଶନ୍ ସଫଳତାପୂର୍ବକ ସମ୍ପୂର୍ଣ୍ଣ ହୋଇଗଲା.
ଟର୍ମିନଲ୍ ଖାଲି କରିଦିଅନ୍ତୁ |
03:34 | ଏବେ, କମ୍ପ୍ୟୁଟର୍ ସହ Arduino Boardକୁ କନେକ୍ଟ କରନ୍ତୁ |
03:38 | Arduinoର Port ନମ୍ୱର୍ ଦେଖିବା ପାଇଁ ମୁଁ ଟାଇପ୍ କରିବି: ls ସ୍ପେସ୍ ଫରୱାର୍ଡ୍ ସ୍ଲାଶ୍ dev ଫରୱାର୍ଡ୍ ସ୍ଲାଶ୍ ttyACM ଆଷ୍ଟ୍ରିକ୍ସ ଓ Enter ଦାବନ୍ତୁ |
03:51 | ଦେଖନ୍ତୁ, ଆଉଟପୁଟ୍ ଦେଖାଦେଉଛି. ଏଠାରେ ttyACM0 ହେଉଛି Arduinoର Port ନମ୍ୱର୍ |
04:00 | ଆପଣଙ୍କୁ ଭିନ୍ନ “ପୋର୍ଟ” ନମ୍ୱର୍ ମିଳିପାରେ. ତାହାକୁ ଲେଖିରଖନ୍ତୁ |
04:06 | Makefile ଫାଇଲ୍କୁ ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରୁ ଡାଉନଲୋଡ୍ କରିନିଅନ୍ତୁ |
04:12 | Makefile ମାଧ୍ୟମରେ ଆମେ dot hex ଫାଇଲ୍ ତିଆରି କରି Arduinoରେ ଅପଲୋଡ୍ କରିପାରିବା |
04:19 | ଯେଉଁ ଫୋଲ୍ଡର୍ରେ ଆପଣ C Program ସେଭ୍ କରିବେ, ସେହି ଫୋଲ୍ଡର୍ରେ Makefileକୁ ସେଭ୍ କରନ୍ତୁ |
04:24 | Dot LEDକୁ ଧପ୍ ଧପ୍ କରାଇବା ପାଇଁ ଆସନ୍ତୁ avr-GCC ପ୍ରୋଗ୍ରାମ୍ ଲେଖି Microcontrollerରେ ଅପଲୋଡ୍ କରିବା |
04:32 | ଯେକୌଣସି Text Editor ଖୋଲି ନିମ୍ନଲିଖିତ ଟାଇପ୍ କରନ୍ତୁ |
04:36 | ଆମକୁ ଆମ ପ୍ରୋଗ୍ରାମ୍ ପାଇଁ ଆବଶ୍ୟକ Libraries ଯୋଡ଼ିବାକୁ ହେବ |
04:41 | ଇନପୁଟ୍ ଓ ଆଉଟପୁଟ୍ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସମସ୍ତ ମୌଳିକ Libraries, avr ସ୍ଲାଶ୍ io ଡଟ୍ hରେ ରହିଛି |
04:50 | Delay Function ପାଇଁ util ସ୍ଲାଶ୍ delay ଡଟ୍ hରେ Libraries ରହିଥାଏ |
04:56 | Arduino Boardରେ PB5ଠାରେ ଏକ LED ରହିଛି |
05:00 | PB5କୁ ଆଉଟପୁଟ୍ ଭାବେ ସେଟ୍ କରନ୍ତୁ, ଯାହା ହେଉଛି Arduinoର Pin 13 |
05:05 | 0 କୁ PB5କୁ ପଠାଗଲେ LED ଜଳିଉଠେ |
05:09 | 1 କୁ PB5କୁ ପଠାଗଲେ LED ବନ୍ଦ ହୋଇଯାଏ |
05:13 | ଏହି ଦୁଇଟି ପଦାଙ୍କ ସୀମାହୀନ While Loopରେ ଚାଲି LEDକୁ ଧପ୍ ଧପ୍ କରାଇବ |
05:19 | ଏହି ଟ୍ୟୁଟୋରିଆଲ୍ ପେଜ୍ରେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ Source code ଉପଲବ୍ଧ ଅଛି.
ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ |
05:28 | Downloads ଫୋଲ୍ଡର୍ରେ ମୁଁ ଏହି କୋଡ୍କୁ dot ହାଇଫେନ୍ blink ଡଟ୍ c ଭାବରେ ସେଭ୍ କରିବି |
05:37 | ଟର୍ମିନଲ୍କୁ ଯାଆନ୍ତୁ. |
05:39 | dot ହାଇଫେନ୍ blink ଡଟ୍ c ଫାଇଲ୍ ସେଭ୍ କରାଯାଇଥିବା Downloads ଫୋଲ୍ଡର୍କୁ ଯାଆନ୍ତୁ |
05:45 | ଟାଇପ୍ କରନ୍ତୁ: make ସ୍ପେସ୍ କ୍ୟାପିଟଲ୍ରେ FNAME equals dot ହାଇଫେନ୍ blink ଓ Enter ଦାବନ୍ତୁ.
ଏହି କମାଣ୍ଡ୍ ଗୋଟିଏ dot hex ଫାଇଲ୍ ତିଆରି କରି Arduinoରେ ଅପଲୋଡ୍ କରିଥାଏ |
06:00 | ଦେଖନ୍ତୁ, Seven Segmentରେ ଥିବା Dot LED ଧପ୍ ଧପ୍ ହେଉଛି |
06:06 | ଏହାପରେ ଆମେ, Seven Segment Displayରେ ଡିଜିଟ୍ 2କୁ ପ୍ରଦର୍ଶିତ କରାଇବା |
06:11 | 2କୁ ଦେଖାଇବା ପାଇଁ, a, b, d, e, g ସେଗମେଣ୍ଟ “ହାଇ” ଏବଂ ଅନ୍ୟ LEDଗୁଡ଼ିକ “ଲୋ” ରହିବା ଉଚିତ. |
06:19 | Seven Segment Displayର ପିନ୍ a, b, c, d, e, f ଓ g କ୍ରମାନ୍ୱୟରେ Arduinoର 2, 3, 4, 5, 6, 7 ଓ 8 ପିନ୍ଗୁଡ଼ିକ ସହ ଲାଗିଥାଏ |
06:32 | Common Pin, “ରେଜିଷ୍ଟର୍” ମାଧ୍ୟମରେ ପଜିଟିଭ୍ +5 Volts ସହ ଲାଗିଛି |
06:37 | ଏବେ ଆସନ୍ତୁ ଆମେ ଲାଇଭ୍ କନେକ୍ସନ୍ ସେଟ୍ ଅପ୍ ଦେଖିବା |
06:42 | ଏହି ପ୍ରୋଗ୍ରାମ୍ ପାଇଁ “ସୋର୍ସ କୋଡ୍” ଦେଖନ୍ତୁ |
06:46 | ଯେକୌଣସି Text Editor ଖୋଲି ନିମ୍ନଲିଖିତ ଟାଇପ୍ କରନ୍ତୁ |
06:50 | Main Fuctionରେ ଥିବା କୋଡ୍ର ପ୍ରଥମ ଦୁଇଟି ଲାଇନ୍, ଆଉଟପୁଟ୍ ପିନ୍ସ ଭାବରେ Pin 2 କୁ 8 ରେ ସେଟ୍ କରିଥାଏ |
06:58 | While Loop ଭିତରେ ଥିବା କୋଡ୍ସକୁ ସମ୍ପର୍କିତ LEDର ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଇଥାଏ |
07:05 | 0 ପଠାଇଲେ LED ଜଳିବ ଏବଂ 1 ପଠାଇଲେ ତାହା ବନ୍ଦ ହୋଇଯିବ |
07:11 | ଏହାକୁ two.c ଭାବରେ ସେଭ୍ କରନ୍ତୁ |
07:15 | ଟର୍ମିନଲ୍ କୁ ଫେରିଯାଆନ୍ତୁ.
ଏବେ ଟର୍ମିନଲ୍କୁ ଖାଲି କରିଦିଅନ୍ତୁ |
07:21 | ଟାଇପ୍ କରନ୍ତୁ: make ସ୍ପେସ୍ କ୍ୟାପିଟଲ୍ ରେ FNAME equals two ଓ Enter ଦାବନ୍ତୁ. |
07:30 | ଦେଖନ୍ତୁ, Seven Segmentରେ ଥିବା ଡିଜିଟ୍ 2ଟି ଜଳୁଛି |
07:38 | ଟ୍ୟୁଟୋରିଆଲକୁ ପଜ୍ କରି ନିମ୍ନ ଆସାଇନମେଣ୍ଟ କରନ୍ତୁ. 0 ରୁ 9 ପର୍ଯ୍ୟନ୍ତ ଯେକୌଣସି ଡିଜିଟ୍ ପ୍ରଦର୍ଶିତ କରିବା ପାଇଁ ଉପରୋକ୍ତ କୋଡ୍କୁ ସଂଶୋଧନ କରନ୍ତୁ |
07:48 | ଏହାପରେ ଆମେ, Seven Segment Displayରେ ଡିଜିଟ୍ 0 ରୁ 9 ପର୍ଯ୍ୟନ୍ତ ସଂଖ୍ୟା ପ୍ରଦର୍ଶିତ କରିବା |
07:54 | ସେଟଅପ୍ ସମାନ ରହିବ |
07:57 | ଏହି ପ୍ରୋଗ୍ରାମ୍ ପାଇଁ “ସୋର୍ସ କୋଡ୍” ଦେଖନ୍ତୁ. ଯେକୌଣସି Text Editor ଖୋଲି ନିମ୍ନଲିଖିତ ଟାଇପ୍ କରନ୍ତୁ |
08:04 | 0 ରୁ 9 ପର୍ଯ୍ୟନ୍ତ ଗଣିବା ପାଇଁ for Loop ବ୍ୟବହୃତ ହୋଇଥାଏ.
ପ୍ରତ୍ୟେକ ସମୟରେ, ଭେରିଏବଲ୍ i ରେ ଏକ ବୃଦ୍ଧି ହେବ ଏବଂ ଭାଲ୍ୟୁ Sevenseg’ Functionକୁ ପାସ୍ କରାଯିବ |
08:16 | Sevenseg’ Function, 0 ରୁ 9 ପର୍ଯ୍ୟନ୍ତ ଏକ ଇଣ୍ଟିଜର୍ ପ୍ରାପ୍ତ କରିବ.
ଇନପୁଟ୍ ଉପରେ ଆଧାର କରି Case ସଂରଚନା ନିଷ୍ପାଦିତ ହେବ |
08:27 | ଏହିପରି 0 ରୁ 9 ପର୍ଯ୍ୟନ୍ତ ଡିଜିଟ୍ ପ୍ରଦର୍ଶିତ ହୁଏ |
08:32 | ଏହାକୁ counter.c ଫାଇଲ୍ ଭାବରେ ସେଭ୍ କରନ୍ତୁ |
08:36 | ଟର୍ମିନଲ୍କୁ ଫେରିଯାଇ ତାହାକୁ ଖାଲି କରିଦିଅନ୍ତୁ |
08:40 | ଟାଇପ୍ କରନ୍ତୁ: make ସ୍ପେସ୍ କ୍ୟାପିଟଲ୍ରେ FNAME equals counter ଓ Enter ଦାବନ୍ତୁ. |
08:50 | ଦେଖନ୍ତୁ, Seven Segment Displayରେ 0 ରୁ 9 ପର୍ଯ୍ୟନ୍ତ ଡିଜିଟ୍ ପ୍ରଦର୍ଶିତ ହେଲା |
09:02 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
09:06 | ଏହି ଟ୍ୟୁଟୋରିଆଲରେ ଆମେ Arduino Boardରେ ଏକ Seven Segment Display ଇଣ୍ଟର୍ଫେସ୍ କରିବା, |
09:13 | Seven - Segment Displayରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରାଇବା ପାଇଁ ଏକ AVR-GCC ପ୍ରୋଗ୍ରାମ୍ ଲେଖିବା ଏବଂ |
09:19 | Seven Segment Displayରେ 0 ରୁ 9 ପର୍ଯ୍ୟନ୍ତ ଡିଜିଟ୍ ପ୍ରଦର୍ଶିତ କରିବା ବିଷୟରେ ଶିଖିଲେ |
09:24 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
09:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
09:42 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
09:46 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ. |
09:56 | IIT Bombay ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |