Arduino/C2/Seven-Segment-Display/Oriya
Time | Narration |
00:01 | Seven Segment Display ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
Arduino Board ସହ ଗୋଟିଏ Seven Segment Display କନେକ୍ଟ କରିବା Segment Displayରେ 0 ରୁ 4 ପର୍ଯ୍ୟନ୍ତ ଡିଜିଟ୍ ଦେଖାଇବା ପାଇଁ ଏକ “ପ୍ରୋଗ୍ରାମ୍” ଲେଖିବା |
00:24 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର ଇଲେକ୍ଟ୍ରୋନିକ୍ସ ଓ C କିମ୍ୱା C++ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଉପରେ ମୌଳିକ ଜ୍ଞାନ ଥିବା ଉଚିତ. |
00:37 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:
Arduino UNO Board Ubuntu Linux Operating System 14.04 ଓ Arduino IDE |
00:52 | ଆମକୁ କିଛି ଏକ୍ସଟର୍ନଲ୍ ଡିଭାଇସ୍ ମଧ୍ୟ ଦରକାର ହେବ, ଯେପରି:
Seven-Segment Display, 220 ohm ରେଜିଷ୍ଟର୍, Breadboard ଓ Jumper Wires |
01:08 | ଇଂରାଜୀ ସଂଖ୍ୟା “ଆଠ” ଆକୃତିରେ Seven Segment Displayରେ ସାତୋଟି LED ରହିଥାଏ |
01:17 | ଦୁଇ ପ୍ରକାରର Display ଥାଏ:
Common Anode ଓ Common Cathode Seven Segment Display |
01:27 | ଗୋଟିଏ Common Cathode Seven Segment Displayରେ ପିନ୍ a, b, c, d, e, f, g ଓ “ଡଟ୍”, ନିଶ୍ଚିତ ଭାବେ +5V ସହ ଲାଗିଥିବା ଦରକାର |
01:43 | ଦୁଇଟି COM ପିନ୍ ନିଶ୍ଚିତ ଭାବେ “ଗ୍ରାଉଣ୍ଡ୍ (GND)” ସହିତ ଲାଗିଥିବା ଉଚିତ |
01:49 | Common Anode Seven Segment Display, ଏହାର ଠିକ୍ ବିପରୀତ ଅଟେ |
01:55 | ଏଠାରେ “ପିନ୍” a, b, c, d, e, f, g ଓ “ଡଟ୍” ନିଶ୍ଚିତ ଭାବେ GND ସହ ଏବଂ ଦୁଇଟି COM ପିନ୍ +5V ସହ ଲଗାଯିବା ଦରକାର |
02:12 | ଏବେ ଆସନ୍ତୁ ଆମେ କନେକ୍ସନ୍ ସର୍କିଟ୍ ବିବରଣୀ ଦେଖିବା |
02:17 | ଏହି ପ୍ରୟୋଗରେ ଆମେ, Common Cathode Seven Segment Display ବ୍ୟବହାର କରିବା |
02:24 | Arduinoର 2, 3, 4, 5, 6, 8 ଓ 9 ପିନ୍ ଗୁଡ଼ିକ ସହ Seven Segment Displayର ପିନ୍ a, b, c, d, e, f ଓ g କ୍ରମାନ୍ୱୟରେ ଲାଗିଥାଏ |
02:40 | ଧ୍ୟାନ ଦିଅନ୍ତୁ ଯେ, ଆମେ “ପିନ୍ 7” ସହ କନେକ୍ଟ କରିନାହେଁ |
02:45 | ଦୁଇଟି Common (COM) ପିନ୍, “ରେଜିଷ୍ଟର୍” ମାଧ୍ୟମରେ “ଗ୍ରାଉଣ୍ଡ” ସହ କନେକ୍ଟ କରାଯାଇଛି.
ଏହା, କଳା ରଙ୍ଗ ତାରରେ ଏଠାରେ ଦେଖାଯାଇଛି. |
02:56 | “ରେଜିଷ୍ଟର୍”ର ଭାଲ୍ୟୁ 220 ohmsଠାରୁ ଅଧିକ ହେବା ଉଚିତ.
“ଡଟ୍” ସହ କନେକ୍ଟ କରାଯାଇନାହିଁ, କାରଣ ଏହି ପ୍ରୟୋଗରେ ତାହା ବ୍ୟବହୃତ ହୋଇନାହିଁ |
03:08 | ସର୍କିଟ୍ ଡାଇଗ୍ରାମ୍ରେ ଦେଖାଯାଇଥିବା ଭଳି କନେକ୍ସନର ଏହା ହେଉଛି ଲାଇଭ୍ ସେଟ୍ ଅପ୍ |
03:15 | Arduino IDEରେ ଏବେ ଆମେ ଗୋଟିଏ ପ୍ରୋଗ୍ରାମ୍ ଲେଖିବା. ତେଣୁ, Arduino IDEକୁ ଯାଆନ୍ତୁ. |
03:24 | ପ୍ରଥମେ ଆମେ, Seven Segment Displayରେ LEDଗୁଡ଼ିକୁ ଧପ୍ ଧପ୍ କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖିବା |
03:31 | ଏଠାରେ ଦେଖାଯାଇଥିବା ଭଳି କୋଡ୍ ଟାଇପ୍ କରନ୍ତୁ. |
03:34 | ଆମେ ସେଗ୍ମେଣ୍ଟ ନାମଗୁଡ଼ିକୁ Arduino Pinsକୁ ଆସାଇନ୍ କରିଦେଇଛେ |
03:39 | Displayର ସେଗ୍ମେଣ୍ଟଗୁଡ଼ିକରେ କେଉଁ Arduino Ports କନେକ୍ଟ ହୋଇଛି, ସହଜରେ ମନେରଖିବାକୁ ଏହିଗୁଡ଼ିକ ଆମକୁ ସାହାଯ୍ୟ କରିବ |
03:47 | ଆପଣଙ୍କ ସୁବିଧା ପାଇଁ ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍” ଲିଙ୍କରେ ଏହି କୋଡ୍ ଉପଲବ୍ଧ ଅଛି. ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ |
03:57 | Void Setup Functionରେ ଆମେ, “ପିନ୍”କୁ “ଆଉଟପୁଟ୍” ମୋଡ୍ରେ କନଫିଗର୍ କରିବା ପାଇଁ pinMode ଫଙ୍କଶନ୍ ବ୍ୟବହାର କରିବା |
04:07 | ଏବେ ଆମେ, Void Loop ପାଇଁ “କୋଡ୍” ଲେଖିବା.
Seven Segment Displayର LEDକୁ Void Loop Function ଧପ୍ ଧପ୍ କରିବ |
04:18 | ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଥିବା କୋଡ୍ ସହିତ ଏହା ସମାନ |
04:23 | ଏବେ ଆମେ, ଏହି ପ୍ରୋଗ୍ରାମ୍କୁ “କମ୍ପାଇଲ୍” ଓ “ଅପଲୋଡ୍” କରିବା |
04:27 | ଦେଖନ୍ତୁ, Seven Segmentରେ ଥିବା ସମସ୍ତ LED ଜଳୁଛି |
04:35 | ଏହାପରେ ଆମେ, କିଛି ଡିଜିଟ୍ ଦେଖାଇବା ପାଇଁ ପ୍ରୋଗ୍ରାମ୍କୁ ସଂଶୋଧନ କରିବା |
04:41 | ମନେକରନ୍ତୁ, ଆମେ ଡିଜିଟ୍ “ଜିରୋ” ଦେଖାଇବାକୁ ଚାହୁଁଛେ |
04:46 | ସେଗମେଣ୍ଟ g ର LED “ଲୋ” ରହିବା ସହିତ ଅନ୍ୟ LED Segmentଗୁଡ଼ିକ “ହାଇ”ରେ ରହିବା ଉଚିତ |
04:54 | 1କୁ ଦେଖାଇବା ପାଇଁ, b ଓ c ସେଗମେଣ୍ଟ “ହାଇ’ ଏବଂ ଅନ୍ୟ LEDଗୁଡ଼ିକ “ଲୋ” ରହିବା ଉଚିତ.
ସେହିପରି ଭାବେ, ଅନ୍ୟ ସମସ୍ତ ଡିଜିଟ୍ ପାଇଁ ମଧ୍ୟ ଆମେ କୋଡ୍ ଲେଖିପାରିବା |
05:10 | Arduino IDEକୁ ଯାଆନ୍ତୁ |
05:14 | ଏଠାରେ ଦେଖାଯାଇଥିବା ଅନୁସାରେ Void Loop Functionରେ କୋଡ୍ ବଦଳା’ନ୍ତୁ.
0, 1, 2, 3 ଓ 4 ଡିଜିଟ୍ସ ଦେଖାଇବା ପାଇଁ ମୁଁ ଲେଖିଛି |
05:31 | ଏବେ ଆମେ, ଏହି ପ୍ରୋଗ୍ରାମ୍ କୁ “କମ୍ପାଇଲ୍” ଓ “ଅପଲୋଡ୍” କରିବା |
05:35 | ଦେଖନ୍ତୁ, 0 ରୁ 4 ପର୍ଯ୍ୟନ୍ତ ଡିଜିଟ୍ସ ଦେଖାଦେଉଛି ଏବଂ ସେଗୁଡ଼ିକ ମଧ୍ୟରେ 1 ସେକେଣ୍ଡର ବିଳମ୍ୱ ରହିଛି |
05:45 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
05:52 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ -
Arduino Board ସହ ଗୋଟିଏ Seven - Segment Display କନେକ୍ଟ କରିବା ଏବଂ Segment Displayରେ 0 ରୁ 4 ପର୍ଯ୍ୟନ୍ତ ଡିଜିଟ୍ ଦେଖାଇବା ପାଇଁ ଏକ “ପ୍ରୋଗ୍ରାମ୍” ଲେଖିବା ବିଷୟରେ |
06:07 | ଏକ ଆସାଇନମେଣ୍ଟ ଭାବେ -
5, 6, 7, 8 ଓ 9 ଡିଜିଟ୍ସ ଦେଖାଇବା ପାଇଁ ସେହି ପ୍ରୋଗ୍ରାମକୁ ବଦଳା’ନ୍ତୁ. ପ୍ରୋଗ୍ରାମ୍କୁ କମ୍ପାଇଲ୍ ଓ ଅପଲୋଡ୍ କରନ୍ତୁ ଏବଂ Seven Segment Displayରେ ଡିଜିଟ୍ ଗୁଡ଼ିକ ପ୍ରଦର୍ଶିତ ହେଉଥିବାର ଦେଖନ୍ତୁ |
06:27 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
06:35 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
06:44 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
06:48 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ. |
07:00 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |