Arduino/C2/Display-counter-using-Arduino/Oriya
Time | Narration |
00:01 | Display Counter Using Arduino ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
Arduino Boardରେ ଗୋଟିଏ LCD ଓ ଗୋଟଏ PushButton ଲଗାଇବା ଏବଂ PushButtonକୁ ଦବାଗଲେ ଗଣନା ବୃଦ୍ଧି କରିବା ପାଇଁ ଗୋଟିଏ “ପ୍ରୋଗ୍ରାମ୍” ଲେଖିବା ବିଷୟରେ |
00:22 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର
ଇଲେକ୍ଟ୍ରୋନିକ୍ସ ଉପରେ ଏବଂ C କିମ୍ୱା C++ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଉପରେ ମୌଳିକ ଜ୍ଞାନ ଥିବା ଉଚିତ |
00:34 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:
Arduino UNO Board Ubuntu Linux 14.04 ଅପରେଟିଙ୍ଗ୍ ସିଷ୍ଟମ୍ ଓ Arduino IDE |
00:47 | ଏହି ଶୃଙ୍ଖଳାର ଗୋଟିଏ ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲରେ ଆମେ, Arduino ଓ LCD ବ୍ୟବହାର କରି ଏକ ସର୍କିଟ୍ ତିଆରି କରିଥିଲେ.
ଏହି ଟ୍ୟୁଟୋରିଆଲରେ ଆମେ ସେହି “ସର୍କିଟ୍” ବ୍ୟବହାର କରିବା |
01:00 | ଏଠାରେ ଆମେ, ଗୋଟିଏ PushButton ଯୋଡ଼ି ଗୋଟିଏ ସରଳ କାଉଣ୍ଟର ତିଆରି କରିବା |
01:06 | ପୂର୍ବବର୍ତ୍ତୀ ଏକ ଟ୍ୟୁଟୋରିଆଲରେ ଆମେ PushButtonର କାର୍ଯ୍ୟ ବିଷୟରେ ଶିଖିସାରିଛେ |
01:12 | ଏବେ ଆସନ୍ତୁ ଆମେ କନେକ୍ସନ୍ ସର୍କିଟ୍ ବିବରଣୀ ଶିଖିବା |
01:17 | ଗୋଟିଏ PushButton ଏକ 100 ohm ରେଜିଷ୍ଟର୍ ସହ ଲାଗିଛି |
01:22 | ଗୋଟିଏ PushButton ପିନ୍ ନମ୍ୱର୍ 7 ସହ ଲାଗିଥିବାବେଳେ 100 ohm ରେଜିଷ୍ଟର୍ “ଗ୍ରାଉଣ୍ଡ” ସହ କନେକ୍ଟ ହୋଇଛି |
01:31 | ଅନ୍ୟ ସମସ୍ତ କନେକ୍ସନ୍, ଠିକ୍ ଆମ ପୂର୍ବବର୍ତ୍ତୀ ପ୍ରୟୋଗ ଭଳି ସମାନ |
01:37 | ସର୍କିଟ୍ ଡାଇଗ୍ରାମ୍ରେ ଦେଖାଯାଇଥିବା ଭଳି କନେକ୍ସନର ଏହା ହେଉଛି ଲାଇଭ୍ ସେଟ୍ ଅପ୍ |
01:44 | Arduino IDEରେ ଏବେ ଆମେ ଗୋଟିଏ ପ୍ରୋଗ୍ରାମ୍ ଲେଖିବା. ତେଣୁ, Arduino IDEକୁ ଯାଆନ୍ତୁ. |
01:54 | ପ୍ରଥମେ, Liquid Crystal Libraryକୁ ଅନ୍ତର୍ଭୁକ୍ତ କରନ୍ତୁ |
01:59 | ଦେଖାଯାଇଥିବା ଭଳି କୋଡ୍ ଟାଇପ୍ କରନ୍ତୁ. |
02:02 | ମୁଁ, LiquidCrystalର ଏକ ଭେରିଏବଲ୍ lcd ଆରମ୍ଭ କରିଦେଇଛି “ |
02:08 | ଏଠାରେ, Register Select ଭାବେ ପିନ୍ ନମ୍ୱର୍ 12 ଏବଂ Enable ଭାବେ ପିନ୍ ନମ୍ୱର୍ 11କୁ ଇନିଶିଆଲାଇଜ୍ କରାଯାଇଛି |
02:19 | ପରବର୍ତ୍ତୀ 4ଟି ପାରାମିଟର୍, LCDର “ଡେଟା ଲାଇନ୍ସ”କୁ ବୁଝାଏ |
02:25 | Void Setup Functionରେ ଟାଇପ୍ କରନ୍ତୁ: lcd.begin 16 କମା 2.
ଧାଡ଼ି ଓ ସ୍ତମ୍ଭ ସହିତ ଏହି “କମାଣ୍ଡ” LCDକୁ ଆରମ୍ଭ କରିବ |
02:41 | ଏହାପରେ ଆମେ, INPUT ଭାବେ ପିନ୍ ନମ୍ୱର୍ 7ର ସେଟ୍ ଅପ୍ କରିବା. ଦେଖାଯାଇଥିବା ଭଳି କୋଡ୍ ଟାଇପ୍ କରନ୍ତୁ. |
02:49 | ଅନ୍ୟ ଏକ ମାର୍ଗରେ ଆମେ, ଏକ ଭେରିଏବଲ୍ pbuttonରେ ପିନ୍ ନମ୍ୱର୍ କୁ ଷ୍ଟୋର୍ କରିପାରିବା.
ଦେଖାଯାଇଥିବା ଭଳି pbutton ଭେରିଏବଲ୍କୁ ପରିଭାଷିତ କରନ୍ତୁ |
03:01 | ଏବେ ଆମେ, Void Loop ପାଇଁ “କୋଡ୍” ଲେଖିବା.
ଯେତେବେଳେ ବି PushButtonକୁ ଦବାଯିବ, LCDରେ ଗୋଟିଏ କାଉଣ୍ଟ ବୃଦ୍ଧି ପାଇବ |
03:11 | PushButton ଦବାଯାଇଛି କି ନାହିଁ ଜାଣିବା ପାଇଁ ଆମେ ଗୋଟିଏ ସରଳ if statement ଲେଖିବା |
03:19 | କାଉଣ୍ଟ ପ୍ରଦର୍ଶନ କରିବା ପୂର୍ବରୁ, ଆସନ୍ତୁ ବଟନ୍ର ସ୍ଥିତି ଯାଞ୍ଚ କରିବା |
03:25 | ଏହି କମାଣ୍ଡ, LCDରେ କର୍ସର୍ ପୋଜିଶନ୍କୁ ସେଟ୍ କରିବ.
lcd.print, ବାର୍ତ୍ତାକୁ ପ୍ରିଣ୍ଟ କରିବ |
03:35 | ଏବେ ଆମେ, ଏହି ପ୍ରୋଗ୍ରାମ୍କୁ “କମ୍ପାଇଲ୍” ଓ “ଅପଲୋଡ୍” କରିବା. ମୁଁ PushButtonକୁ ଦାବିବି |
03:43 | ଏଠାରେ ଦେଖନ୍ତୁ, LCDରେ Button Pressed ବାର୍ତ୍ତା ଦେଖାଦେଉଛି.
PushButton ସଫଳତାପୂର୍ବକ କାମ କରୁଥିବାର ଏହା ଦେଖାଉଛି |
03:54 | ଗୋଟିଏ “କାଉଣ୍ଟର୍” ସେଟ୍ କରିବା ପାଇଁ ପ୍ରୋଗ୍ରାମ୍କୁ ସଂଶୋଧନ କରନ୍ତୁ |
03:58 | କାଉଣ୍ଟର୍ ପାଇଁ ଆମକୁ ଗୋଟିଏ ଭେରିଏବଲ୍ ଦରକାର. ଏବେ ଆମେ, ଭେରିଏବଲ୍କୁ “ଜିରୋ”କୁ ଇନିଶିଆଲାଇଜ୍ କରିବା |
04:08 | ଏଠାରେ ଦେଖାଯାଇଥିବା ଭଳି Print ଷ୍ଟେଟମେଣ୍ଟକୁ ବଦଳା’ନ୍ତୁ.
ପ୍ରତ୍ୟେକ ଥର ବଟନ୍ ଦବାଗଲେ, Count ++ କାଉଣ୍ଟକୁ ଏକ ଦ୍ୱାରା ବୃଦ୍ଧି କରିବ |
04:21 | ଏବେ ଆମେ, ଏହି ପ୍ରୋଗ୍ରାମ୍କୁ “କମ୍ପାଇଲ୍” ଓ “ଅପଲୋଡ୍” କରିବା. ମୁଁ PushButtonକୁ ଦାବିବି |
04:29 | ଆଶାନୁରୂପେ ଏହା କାମ କଲା ନାହିଁ. ଏଠାରେ ଏକ ଭିନ୍ନ କାଉଣ୍ଟ ପ୍ରଦର୍ଶିତ ହେଉଥିବାର ଦେଖନ୍ତୁ.
ଏପରି କାହିଁକି ହେଲା? |
04:37 | ଏହାର କାରଣ ହେଉଛି, ଦବାଯାଇଥିବା ବଟନ୍ ପାଇଁ ଆମେ ସ୍ଥିତି ନିର୍ଦ୍ଦିଷ୍ଟ କରିଦେଇଛେ.
କିନ୍ତୁ, ରିଲିଜ୍ କରାଯାଇଥିବା ବଟନ୍ ପାଇଁ ଆମେ ସ୍ଥିତି ଉଲ୍ଲେଖ କରିନାହେଁ |
04:46 | ବଟନ୍ ଦବାଯାଇଥିବା ସମୟକୁ ଭିତ୍ତି କରି ଆଉଟପୁଟ୍ ବର୍ଦ୍ଧିତ ସଂଖ୍ୟାକୁ ଦେଖାଇଥାଏ |
04:52 | ତେଣୁ, ଏଠାରେ ଦେଖାଯାଇଥିବା ଭଳି ଆମେ ଏକ While Statement ଲେଖିବା |
04:57 | ଯେତେବେଳେ PushButton ଦବାଯାଇଥିବା ସ୍ଥିତିରେ ଥିବ, ଏହା କାଉଣ୍ଟ ପ୍ରଦର୍ଶିତ କରିବ.
ଅର୍ଥାତ୍, ପିନ୍ 7 “ହାଇ” ମୋଡ୍ ରେ ଅଛି |
05:07 | ଯେତେବେଳେ ଆପଣ ବଟନ୍କୁ ଛାଡ଼ିଦେବେ, ସ୍ଥିତି “ଲୋ”ହୋଇଯିବ ଏବଂ ଏହା While Loopରୁ ବାହାରକୁ ଚାଲିଆସିବ |
05:14 | ଏହି ପ୍ରୋଗ୍ରାମ୍କୁ ମୁଁ ବୁଝାଉଛି |
05:17 | LCDର ଇନିଶିଆଲାଇଜେଶନ୍ ସହିତ ଏହି ପ୍ରୋଗ୍ରାମ୍ ଆରମ୍ଭ ହୋଇଥାଏ. ଆମ ପାଖରେ ଭେରିଏବଲ୍ pbutton ଓ Count ଅଛି |
05:26 | Void Setup Function ଭିତରେ, 16ଟି ସ୍ତମ୍ଭ ଓ 2ଟି ଧାଡ଼ି ସହିତ ଆମେ LCDକୁ ଇନିଶିଆଲାଇଜ୍ କଲେ.
ତା’ପରେ, ପିନ୍ ନମ୍ୱର୍ 7 ପାଇଁ ଇନପୁଟ୍ ହେଉଛି pinMode |
05:42 | Void Loop Functionରେ, PushButton “ହାଇ” କି ନୁହେଁ, ତାହାର ସ୍ଥିତିକୁ ଆମେ ଯାଞ୍ଚ କରୁଛେ |
05:49 | ଯେତେବେଳେ PushButtonକୁ ଦବାଯାଏ, କର୍ସର୍ଟି “ଜିରୋ କମା ଜିରୋ”କୁ ସେଟ୍ ହୋଇଯାଏ |
05:56 | lcd.print ଷ୍ଟେଟମେଣ୍ଟ, କାଉଣ୍ଟ ମୂଲ୍ୟକୁ ପ୍ରିଣ୍ଟ କରିବ.
ପ୍ରାରମ୍ଭିକ ଭାବେ “କାଉଣ୍ଟ” ହେଉଛି “ଜିରୋ”. “କାଉଣ୍ଟ ପ୍ଲସ୍ ପ୍ଲସ୍” 1 ହୋଇପାରେ |
06:09 | ଯେତେବେଳେ ବଟନ୍କୁ ଛଡ଼ାଯିବ, ଏହା While Loopକୁ ଭାଙ୍ଗିବ ଏବଂ ଲୂପ୍ ବାହାରକୁ ଚାଲିଆସିବ |
06:15 | ପୁଣିଥରେ ଯଦି ଆପଣ ବଟନ୍କୁ ଦାବନ୍ତି, ପରବର୍ତ୍ତୀ ଆଇଟେରେଶନ୍ ଆରମ୍ଭ ହେବ ଏବଂ ଏହା କାଉଣ୍ଟକୁ ବୃଦ୍ଧି କରିବ |
06:23 | ଆସନ୍ତୁ ଏହି ପ୍ରୋଗ୍ରାମ୍କୁ “କମ୍ପାଇଲ୍” ଓ “ଅପଲୋଡ୍” କରିବା |
06:27 | ଏବେ ମୁଁ ବଟନ୍କୁ ଥରେ ଦବାଇ ଛାଡ଼ିଦେବି |
06:32 | ପୁଣିଥରେ ଦବାଇ ଛାଡ଼ିଦେବି. ଦେଖନ୍ତୁ, ଯେତେଥର ବଟନ୍ ଦବାଯାଇଛି କାଉଣ୍ଟରେ ବୃଦ୍ଧି ଘଟିଛି |
06:42 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
06:47 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :-
Arduino Boardରେ ଗୋଟିଏ LCD ଓ ଗୋଟଏ PushButton ଲଗାଇବା ଏବଂ PushButtonକୁ ଦବାଗଲେ କାଉଣ୍ଟ ପ୍ରଦର୍ଶନ କରିବା ପାଇଁ ଗୋଟିଏ “ପ୍ରୋଗ୍ରାମ୍” ଲେଖିବା ବିଷୟରେ |
07:03 | ନିମ୍ନ ଆସାଇନ୍ମେଣ୍ଟ କରନ୍ତୁ.
2, 4, 6 ଓ ଏହିପରି ଭାବରେ କାଉଣ୍ଟ ପ୍ରଦର୍ଶିତ ପାଇଁ ସେହି ପ୍ରୋଗ୍ରାମକୁ ବଦଳା’ନ୍ତୁ. ପ୍ରୋଗ୍ରାମ୍ କୁ କମ୍ପାଇଲ୍ ଓ ଅପଲୋଡ୍ କରନ୍ତୁ. LCDରେ କାଉଣ୍ଟ ପ୍ରଦର୍ଶିତ ହେବାର ଦେଖନ୍ତୁ |
07:21 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
07:29 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
07:38 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
07:42 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ. |
07:53 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |