Arduino/C2/First-Arduino-Program/Oriya
From Script | Spoken-Tutorial
Time | Narration |
00:01 | First Arduino Program ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ :
ଏକ Arduino ପ୍ରୋଗ୍ରାମ୍ ଲେଖିବା ପ୍ରୋଗ୍ରାମ୍କୁ କମ୍ପାଇଲ୍ ଓ ଅପଲୋଡ୍ କରିବା ଏବଂ LEDକୁ ଧପ୍ ଧପ୍ କରିବା ବିଷୟରେ ଶିଖିବା |
00:19 | ଏଠାରେ ମୁଁ ବ୍ୟବହାର କରୁଛି:
Arduino UNO Board |
00:23 | Ubuntu Linux 14.04 ଅପରେଟିଙ୍ଗ୍ ସିଷ୍ଟମ୍ ଓ
Arduino IDE |
00:30 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର ଇଲେକ୍ଟ୍ରୋନିକ୍ସ, |
00:36 | C କିମ୍ୱା C++ ପ୍ରୋଗ୍ରାମ୍ ଲେଖିବା ଉପରେ ମୌଳିକ ଜ୍ଞାନ ଥିବା ଦରକାର |
00:41 | ଏବଂ Arduino UNO Board ଓ USB ପାୱର୍ କେବଲ୍ |
00:46 | ଆମର ପ୍ରଥମ ପ୍ରୋଗ୍ରାମ୍ ଲେଖିବା ପାଇଁ Arduino IDE ଖୋଲନ୍ତୁ |
00:52 | ଏଠାରେ ଥିବା ମେନୁ ବାର୍ରେ ଆମେ ବିଭିନ୍ନ ମେନୁ ଦେଖିପାରୁଛେ |
00:57 | Arduino ଏନଭାଇରୋନ୍ମେଣ୍ଟରେ ପ୍ରତ୍ୟେକ ପ୍ରୋଗ୍ରାମ୍ Sketch ଭାବରେ ସେଭ୍ ହୋଇଥାଏ |
01:03 | ଡିଫଲ୍ଟ ଭାବରେ ଏହା, Sketch ଅଣ୍ଡରସ୍କୋର୍ ଓ ଗୋଟିଏ ନାମ ଭାବରେ ନାମ ତିଆରି କରିଥାଏ |
01:11 | File ଓ ତା’ପରେ Save ଉପରେ କ୍ଲିକ୍ କରି ଆପଣ ନାମ ବଦଳାଇପାରିବେ |
01:18 | BlinkLed ଭାବରେ ଫାଇଲ୍ ନାମ ଟାଇପ୍ କରନ୍ତୁ.
ଏବେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ |
01:26 | ଏହା ହେଉଛି ଡିଫଲ୍ଟ ପ୍ରୋଗ୍ରାମ୍ ଏନଭାଇରୋନ୍ମେଣ୍ଟ ଦୁଇଟି ଖାଲି ଫଙ୍କଶନ୍ସ ସହିତ - Void Setup ଓ Void Loop |
01:35 | LEDକୁ ଧପ୍ ଧପ୍ କରିବା ପାଇଁ ଆମେ ଏବେ ଗୋଟିଏ Arduino ପ୍ରୋଗ୍ରାମ୍ ଲେଖିବା |
01:41 | ମୁଁ ମୋର IDE ଓ Arduino Boardକୁ ପାଖାପାଖି ରଖିଦେଇଛି |
01:47 | ପ୍ରୋଗ୍ରାମ୍ର ନିଷ୍ପାଦନ ଓ “ବୋର୍ଡ”ରେ ଆଉଟପୁଟ୍ ଦେଖିବାରେ ଏହା ଆମକୁ ସାହାଯ୍ୟ କରିବ |
01:54 | ଏହି LED ପ୍ରୋଗ୍ରାମ୍ ପାଇଁ ମୁଁ “ପିନ୍” ନମ୍ୱର୍ 13କୁ ଧପ୍ ଧପ୍ କରିବାକୁ ଚାହୁଁଛି |
02:00 | ଏହା ହେଉଛି ଏକ digital input/output pin, ଯାହା ଆଭ୍ୟନ୍ତର ଭାବେ ଏହି LED ସହିତ ଲାଗିଛି |
02:07 | ମାର୍କର୍ ସହିତ ହାଇଲାଇଟ୍କୁ ଦେଖନ୍ତୁ |
02:10 | ଏବେ, ଆମକୁ ଆମର କୋଡ୍ ଲେଖିବାକୁ ହେବ |
02:13 | Void Setupର ଅର୍ଥ ହେଉଛି ଗୋଟିଏ Microcontroller ସେଟ୍ ଅପ୍ କରିବା |
02:18 | ଆମ କ୍ଷେତ୍ରରେ, “ପିନ୍” ନମ୍ୱର୍ 13କୁ ପ୍ରଥମେ ସେଟ୍ ଅପ୍ କରାଯିବ |
02:24 | ଏହା ପାଇଁ, ଆମେ ଏକ ଇନ୍-ବିଲ୍ଟ ଫଙ୍କଶନ୍ ବ୍ୟବହାର କରିବା, ଯାହାର ନାମ ହେଉଛି pinMode |
02:31 | ଏଥିରେ ଦୁଇଟି ପାରାମିଟର୍ ଅଛି - pin number କମା mode |
02:36 | ତେଣୁ, ଟାଇପ୍ କରନ୍ତୁ: pinMode ଖୋଲା ବ୍ରାକେଟ୍ 13 କମା output ବନ୍ଦ ବ୍ରାକେଟ୍ ସେମିକୋଲନ୍ |
02:48 | ଆମେ କାହିଁକି ମୋଡ୍କୁ output ଭାବେ ରଖିବା? |
02:51 | ଏହାର କାରଣ ହେଉଛି ପିନ୍ ନମ୍ୱର୍ 13 ଆଭ୍ୟନ୍ତର ଭାବେ LED ସହିତ ଲାଗିଛି |
02:58 | ଭୋଲ୍ଟେଜ୍ “ହାଇ” ଥିବାବେଳେ ଏହା ଜଳିବ, କିନ୍ତୁ ଭୋଲ୍ଟେଜ୍ “ଶୂନ୍” ଥିବା ସମୟରେ ଏହା ଜଳିବ ନାହିଁ |
03:05 | LEDକୁ ଭୋଲ୍ଟେଜ୍ ଦେବା ପାଇଁ output ଭାବେ ଆମକୁ “ମୋଡ୍” କନଫିଗର୍ କରିବାକୁ ହେବ |
03:12 | ଏହାପରେ ଆମେ, Void Loop ଫଙ୍କଶନ୍ ପାଇଁ “କୋଡ୍” ଲେଖିବା |
03:17 | ଗୋଟିଏ LEDକୁ ଧପ୍ ଧପ୍ କରିବା ପୂର୍ବରୁ ଆସନ୍ତୁ LEDକୁ ଜଳାଇବା |
03:22 | ସେଥିରେ ଗୋଟିଏ ଫଙ୍କଶନ୍ ଅଛି, ଯାହାକୁ digitalWrite କୁହାଯାଏ, ଯାହା ଗୋଟିଏ digital pinରେ ଲେଖିବ |
03:29 | ଏହି ଫଙ୍କଶନ୍ରେ ଦୁଇଟି ପାରାମିଟର୍ ଅଛି - pin number ଓ Value ବା State |
03:36 | ପିନ୍ ନମ୍ୱର୍ 13 ବୋଲି ଆମେ ଜାଣିସାରିଛେ. ଭାଲ୍ୟୁ “ହାଇ” କିମ୍ୱା “ଲୋ” ହେବା ଉଚିତ |
03:44 | ତେଣୁ ଟାଇପ୍ କରନ୍ତୁ: digitalWrite ଖୋଲା ବ୍ରାକେଟ୍ 13 କମା HIGH ବନ୍ଦ ବ୍ରାକେଟ୍ ସେମିକୋଲନ୍ |
03:55 | ଆମେ LEDକୁ ଜଳାଇବାକୁ ଚାହୁଁଛେ. ସେଥିପାଇଁ, ଭୋଲ୍ଟେଜ୍ “ହାଇ” ରହିବା ଉଚିତ |
04:00 | ବାସ୍, ସେତିକି. କୋଡ୍ଟି ବହୁତ ସରଳ ଅଟେ |
04:04 | ପରବର୍ତ୍ତୀ ପଦାଙ୍କ ହେଉଛି ପ୍ରୋଗ୍ରାମ୍କୁ କମ୍ପାଇଲ୍ କରିବା |
04:08 | ପ୍ରୋଗ୍ରାମ୍କୁ ଭେରିଫାଏ କରିବା ପାଇଁ Tick Icon ଉପରେ କ୍ଲିକ୍ କରନ୍ତୁ |
04:14 | ଏହା, ଆମ ପ୍ରୋଗ୍ରାମ୍କୁ Binary ଫର୍ମାଟ୍ରେ କମ୍ପାଇଲ୍ କରିବ, ଯାହାକୁ Microcontroller ବୁଝିପାରିବ |
04:22 | IDE ତଳେ ଆପଣ କମ୍ପାଇଲେଶନ୍ ର ସ୍ଥିତି ଦେଖିପାରିବେ |
04:27 | ଏହାପରେ, ଆମକୁ Microcontrollerରେ ପ୍ରୋଗ୍ରାମ୍କୁ ଅପଲୋଡ୍ କରିବାକୁ ପଡ଼ିବ |
04:32 | ଅପଲୋଡ୍ କରିବା ପାଇଁ “ମେନୁ ବାର୍”ରେ ଥିବା ଡାହାଣ ତୀର ବଟନ୍ ଉପରେ କ୍ଲିକ୍ କରନ୍ତୁ.
ବିକଳ୍ପ ଭାବରେ ଆପଣ, Sketch ମେନୁ ଚୟନ କରି Upload ଚୟନ କରିପାରିବେ |
04:48 | TX RX କିଛି ସମୟ ପାଇଁ ଜଳିବାର ଆପଣ ଦେଖିବାକୁ ପାଇବେ. ଏହା ସୂଚିତ କରେ ଯେ, ପ୍ରସାରଣ “ଅନ୍” ଅଛି |
04:57 | ଦେଖନ୍ତୁ, LED ଜଳୁଛି |
05:01 | LEDକୁ କିପରି ଭାବେ ବନ୍ଦ କରିବେ?
ଆମକୁ, ଏହି ପ୍ରୋଗ୍ରାମ୍କୁ ଏପରି ଭାବରେ ବଦଳାଇବାକୁ ହେବ, ଯେପରି ଦ୍ୱିତୀୟ ପାରାମିଟର୍ ଭାଲ୍ୟୁ “ଲୋ” ରହିବ |
05:11 | ଏବେ ଆସନ୍ତୁ, ଏହି ପ୍ରୋଗ୍ରାମ୍ କୁ “କମ୍ପାଇଲ୍” ଓ “ଅପଲୋଡ୍” କରିବା |
05:16 | ଦେଖନ୍ତୁ, LED ଏବେ ବନ୍ଦ ଅଛି |
05:20 | LEDକୁ କିପରି “ଅନ୍” ଓ “ଅଫ୍” କରିବାକୁ ହୁଏ, ତାହା ଆମେ ଜାଣିଛେ |
05:25 | ଏହାପରେ ଆମେ LEDକୁ ଧପ୍ ଧପ୍ କରିବା ପାଇଁ ପ୍ରୋଗ୍ରାମ୍କୁ ବଦଳାଇବା |
05:31 | ତାହା ହେଉଛି, “ଅନ୍” ଓ “ଅଫ୍”, ଗୋଟିଏ ସେକେଣ୍ଡ ବ୍ୟବଧାନରେ |
05:36 | ଦେଖାଯାଇଥିବା ଅନୁସାରେ ପ୍ରୋଗ୍ରାମ୍କୁ ବଦଳାଇବା. Delay ହେଉଛି ଏକ built-in function, ଯାହା ପ୍ରୋଗ୍ରାମ୍କୁ କିଛି ସମୟ ପାଇଁ ପଜ୍ କରିଥାଏ |
05:46 | ମୁଁ ଟାଇପ୍ କରିବି: delay ଖୋଲା ବ୍ରାକେଟ୍ 500 ବନ୍ଦ ବ୍ରାକେଟ୍ ସେମିକୋଲନ୍ (;)
ଏଠାରେ, 500ର ଅର୍ଥ ହେଉଛି 500 ମିଲିସେକେଣ୍ଡ, ଅର୍ଥାତ୍ ଅଧ ସେକେଣ୍ଡ ବିଳମ୍ୱ |
06:01 | ତାହାପରେ ଟାଇପ୍ କରନ୍ତୁ : digitalWrite ଖୋଲା ବ୍ରାକେଟ୍ 13 କମା LOW ବନ୍ଦ ବ୍ରାକେଟ୍ ସେମିକୋଲନ୍ (;) |
06:12 | ଏହା, digital pin 13କୁ “ଅଫ୍” ମୋଡ୍କୁ ନେଇଯିବ |
06:17 | ଆମେ କେତେ ସମୟ ଏହାକୁ “ଅଫ୍” ରଖିବାକୁ ଚାହୁଁଛେ?
ଟାଇପ୍ କରନ୍ତୁ: delay ଖୋଲା ବ୍ରାକେଟ୍ 500 ବନ୍ଦ ବ୍ରାକେଟ୍ ସେମିକୋଲନ୍ (;) |
06:28 | ପୁଣିଥରେ ଆମେ ଏହାକୁ 500 ମିଲିସେକେଣ୍ଡ ପର୍ଯ୍ୟନ୍ତ “ଅଫ୍” ରଖିବାକୁ ଚାହୁଁଛେ |
06:34 | ମୁଁ ଆପଣଙ୍କୁ Void Loop ପ୍ରୋଗ୍ରାମ୍ ବିଷୟରେ ପୁଣିଥରେ ବୁଝାଉଛି |
06:40 | Void Loop ହେଉଛି ଅସୀମିତ ଲୂପ୍ ଏବଂ ଏହା ନିରନ୍ତର ଭାବେ ନିଷ୍ପାଦିତ ହେଉଥାଏ |
06:45 | LEDରେ ଲାଗିଥିବା ପିନ୍ ନମ୍ୱର୍ 13, 500 ମିଲିସେକେଣ୍ଡ ପର୍ଯ୍ୟନ୍ତ “ହାଇ” ସ୍ଥିତିରେ ରହିବ ଏବଂ ତା’ପରେ 500 ମିଲିସେକେଣ୍ଡ ପର୍ଯ୍ୟନ୍ତ “ଲୋ” ସ୍ଥିତିରେ ରହିବ |
06:57 | ଏହି ପ୍ରୋଗ୍ରାମ୍ ଲୂପ୍ରେ ବାରମ୍ୱାର ନିଷ୍ପାଦିତ ହେଉଥିବ |
07:02 | ଆସନ୍ତୁ ପ୍ରୋଗ୍ରାମ୍କୁ ଅପଲୋଡ୍ କରିବା |
07:05 | ଦେଖନ୍ତୁ, ଆମ LED ଧପ୍ ଧପ୍ ହେଉଛି |
07:10 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
07:16 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :- କିପରି ଏକ Arduino ପ୍ରୋଗ୍ରାମ୍ ଲେଖାଯାଏ |
07:21 | ପ୍ରୋଗ୍ରାମ୍କୁ କମ୍ପାଇଲ୍ ଓ ଅପଲୋଡ୍ କରାଯାଏ ଏବଂ କିପରି LEDକୁ ଧପ୍ ଧପ୍ କରାଯାଏ |
07:27 | ନିମ୍ନ ଆସାଇନ୍ମେଣ୍ଟ କରନ୍ତୁ. ଉପରୋକ୍ତ Blink LED ପ୍ରୋଗ୍ରାମ୍ରେ Delay ସମୟକୁ ବଦଳାଇ 1500 କରନ୍ତୁ |
07:37 | ପ୍ରୋଗ୍ରାମ୍କୁ କମ୍ପାଇଲ୍ ଓ ଅପଲୋଡ୍ କରି LEDରେ ହେଉଥିବା ଧପ୍ ଧପ୍କୁ ଦେଖନ୍ତୁ |
07:45 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
07:53 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ପରୀକ୍ଷାରେ ପାସ୍ କଲେ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
08:06 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି? ଦୟାକରି ସାଇଟ୍କୁ ଯାଆନ୍ତୁ. |
08:13 | ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.
ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍ ରୁ କେହିଜଣେ ତାହାର ଉତ୍ତର ଦେବେ. |
08:24 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ. |
08:35 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |