Arduino/C2/Arduino-components-and-IDE/Oriya
Time | Narration |
00:01 | Arduino Components and IDE ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିବା: Arduino ଓ ଗୋଟିଏ କମ୍ପ୍ୟୁଟର୍ ମଧ୍ୟରେ ଭୌତିକ ସଂଯୋଗ କିପରି ସ୍ଥାପନ କରିବେ, |
00:16 | Arduino ହାର୍ଡୱେର୍ ଓ Arduino ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ |
00:21 | ଏଠାରେ ମୁଁ ବ୍ୟବହାର କରୁଛି:
Arduino UNO Board Ubuntu Linux 14.04 ଅପରେଟିଙ୍ଗ୍ ସିଷ୍ଟମ୍ ଓ Arduino IDE |
00:31 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର ଇଲେକ୍ଟ୍ରୋନିକ୍ସ,
Arduino UNO Board USB ପାୱର୍ କେବଲ୍ ଓ ଗୋଟିଏ କମ୍ପ୍ୟୁଟର୍ ଉପରେ ଉପରେ ମୌଳିକ ଜ୍ଞାନ ଥିବା ଉଚିତ |
00:43 | ପ୍ରଥମେ ଆମେ, ଏଠାରେ ଦେଖାଯାଇଥିବା ଅନୁସାରେ USB କେବଲ୍ ବ୍ୟବହାର କରି କମ୍ପ୍ୟୁଟର୍ ସହ Arduino Board କନେକ୍ଟ କରିବା |
00:51 | ସବୁଜ Power LED “ଅନ୍” ହୋଇଯିବ. କନେକ୍ସନ୍ କାମ କରୁଛି ବୋଲି ଏହା ସୂଚିତ କରିଥାଏ |
00:59 | Arduino ହାର୍ଡୱେର୍ରେ ଥିବା ବିଭିନ୍ନ ଉପକରଣଗୁଡ଼ିକୁ ଏବେ ଆସନ୍ତୁ ଦେଖିବା |
01:06 | ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଉପକରଣ ହେଉଛି ATMEGA 328 Microcontroller Chip |
01:13 | ଏହା, Arduinoର ହୃଦୟ ଅଟେ, ଯେଉଁଠାରେ ଆପଣ ବିଭିନ୍ନ କାମ କରିବା ପାଇଁ ଏହାକୁ ପ୍ରୋଗ୍ରାମିଙ୍ଗ୍ କରିପାରିବେ |
01:20 | ଏହି Microcotrollerରେ ଇଣ୍ଟର୍ନଲ୍ ROM, RAM ଓ ଏକ Arduino BootLoader ମଧ୍ୟ ରହିଛି |
01:29 | Arduino BootLoader କ’ଣ?
ଏହା ହେଉଛି ପ୍ରଥମ ପ୍ରୋଗ୍ରାମ୍, ଯାହା ଏକ ପାୱର୍ ସପ୍ଲାଇ ସହିତ ଡିଭାଇସ୍ କନେକ୍ଟ ହେଲେ ନିଷ୍ପାଦିତ ହୋଇଥାଏ |
01:40 | ଏହିଗୁଡ଼ିକ ହେଉଛି “ଡିଜିଟଲ୍ ପିନ୍ସ". ଏହିଗୁଡ଼ିକରୁ ପ୍ରତ୍ୟେକକୁ Input ନହେଲେ Output ଭାବେ ପ୍ରୋଗ୍ରାମିଙ୍ଗ୍ କରାଯାଇପାରିବ |
01:49 | “ଡିଜିଟଲ୍”ର ଅର୍ଥ ହେଉଛି ସେଗୁଡ଼ିକୁ “ଅନ୍” କିମ୍ୱା “ଅଫ୍”, “ହାଇ” କିମ୍ୱା “ଲୋ” କରିହେବ |
01:55 | ଉଦାହରଣସ୍ୱରୂପ, ଗୋଟିଏ LEDକୁ ଡିମ୍ କରିବା ପାଇଁ, “ଅଡିଓ ସିଗ୍ନଲ୍” ଜେନେରେଟ୍ କରିବା ପାଇଁ ଆଦି |
02:02 | ଅନ୍ୟ ଡିଭାଇସ୍ଗୁଡ଼ିକ ସହିତ “ସିରିଅଲ୍ କମ୍ୟୁନିକେଶନ୍” ପାଇଁ “ପିନ୍” ସଂଖ୍ୟା 0 ଓ 1କୁ ବ୍ୟବହାର କରିହେବ |
02:10 | ଏଠାରେ, 0-RXର ଅର୍ଥ ହେଉଛି ଗ୍ରହଣ କରିବା,
1-TXର ଅର୍ଥ ହେଉଛି ପ୍ରସାରଣ କରିବା |
02:20 | ଏହିଗୁଡ଼ିକ ହେଉଛି “ଆନାଲଗ୍ ପିନ୍ସ”, ଯେଉଁଗୁଡ଼ିକୁ A0 ରୁ A5 ପର୍ଯ୍ୟନ୍ତ ଚିହ୍ନିତ କରାଯାଇଛି. ଏହିଗୁଡ଼ିକୁ କେବଳ Inputs ପାଇଁ ବ୍ୟବହାର କରାଯାଇଥାଏ |
02:31 | ସେଗୁଡ଼ିକ “ଆନାଲଗ୍ ସିଗ୍ନାଲ୍” ଗ୍ରହଣ କରନ୍ତି ଏବଂ କମ୍ପ୍ୟୁଟର୍ ବୁଝିପାରିବା ଭଳି “ଡିଜିଟଲ୍ ସିଗ୍ନାଲ୍”ରେ ପରିବର୍ତ୍ତିତ କରାନ୍ତି |
02:40 | ବୋର୍ଡରେ ଏମ୍ୱେଡ୍ ହୋଇଥିବା LEDଗୁଡ଼ିକୁ ଏଗୁଡ଼ିକ ପ୍ରସାରଣ ଓ ଗ୍ରହଣ କରନ୍ତି.
ଆମେ ଡେଟା ପଠାଇଲେ କିମ୍ୱା ଗ୍ରହଣ କଲେ ଏହିଗୁଡ଼ିକ ଧପ୍ ଧପ୍ ହୁଅନ୍ତି |
02:51 | ସମସ୍ୟା ନିବାରଣ ପାଇଁ ଏହା ବହୁତ ସାହାଯ୍ୟକାରୀ |
02:55 | ଆମେ ଏହି Reset ବଟନ୍ କ୍ଲିକ୍ କଲେ, ପ୍ରୋଗ୍ରାମ୍ଟି ବନ୍ଦ ହୁଏ ଓ ପୁଣିଥରେ ଆରମ୍ଭ ହୁଏ |
03:03 | ବୋର୍ଡ ବାହାରେ ଏହା କିଛି ଇରେଜ୍ କରିବ ନାହିଁ |
03:08 | ଏକ ବାହ୍ୟ ପାୱର୍ ସୋର୍ସ ବ୍ୟବହାର କରିବା ସମୟରେ Arduino Board ପାଇଁ ଏହା ହେଉଛି ଇନପୁଟ୍ ଭୋଲ୍ଟେଜ୍ |
03:16 | ଏହିଗୁଡ଼ିକ ହେଉଛି “ଗ୍ରାଉଣ୍ଡ ପିନ୍ସ”, ଯାହା “ବୋର୍ଡ”ରେ ନିମ୍ନ ଭୋଲ୍ଟେଜ୍ ପାଇଁ ଆକସେସ୍ ଦେଇଥାଏ |
03:23 | Boardକୁ ପ୍ରୋଗ୍ରାମିଙ୍ଗ୍ କରିବା ପାଇଁ USB Iterfaceକୁ ବ୍ୟବହାର କରାଯାଇପାରିବ
ଏବଂ Board ଓ କମ୍ପ୍ୟୁଟର୍ ମଧ୍ୟରେ ସିରିଅଲ୍ କମ୍ୟୁନିକେଶନ୍ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ |
03:35 | Boardକୁ ପାୱର୍ ଯୋଗାଇବା ପାଇଁ ଆମ ପାଖରେ ଏକ୍ସଟର୍ନଲ୍ ପାୱର୍ ଆଡାପ୍ଟର୍ ଅଛି |
03:41 | ଏହାପରେ ଆମେ, Arduino ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଦେଖିବା |
03:46 | Arduino ପ୍ରୋଗ୍ରାମ୍ସକୁ ତିନୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇପାରିବ.
Control Structure Statements, Operators, Variables ଓ Constants, |
03:57 | ତଥା Functions |
04:00 | କଣ୍ଟ୍ରୋଲ୍ ଷ୍ଟେଟମେଣ୍ଟଗୁଡ଼ିକ ହେଉଛି: if, if..else, for, while, do..while, switch case ଆଦି |
04:11 | ଏହିଗୁଡ଼ିକ, ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଭଳି ସମାନ |
04:16 | ତେବେ, ଆମ ପାଖରେ ଆରିଥମେଟିକ୍ ଅପରେଟର୍ସ, କମ୍ପାରିଜନ୍ ଅପରେଟର୍ସ ଓ ବୁଲିଅନ୍ ଅପରେଟର୍ସ ଅଛି |
04:24 | ଆମର ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଭାବରେ ଆମ ପାଖରେ Veriables ଓ Constants ଅଛି |
04:31 | ଏହିଗୁଡ଼ିକ ହେଉଛି built-in functions, ଯେପରି pinMode(), digitalWrite(), digitalRead(), delay(), analogRead(), analogWrite() ଆଦି |
04:46 | ଏହିଗୁଡ଼ିକ ହେଉଛି ମହତ୍ତ୍ୱପୂର୍ଣ୍ଣ “ଫଙ୍କଶନ୍ସ”, ଯେଉଁଗୁଡ଼ିକୁ ଅଧିକାଂଶ ସମୟରେ Arduino ପ୍ରୋଜେକ୍ଟରେ ବ୍ୟବହାର କରାଯାଇଥାଏ |
04:52 | Arduino IDEର ଏହି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍କୁ କିପରି ରେଫର୍ କରାଯାଏ, ମୁଁ ଆପଣଙ୍କୁ ଦେଖାଇବି |
04:58 | Arduino IDE ଖୋଲନ୍ତୁ |
05:01 | Arduino IDEରେ ଥିବା Help ମେନୁ ଉପରେ କ୍ଲିକ୍ କରନ୍ତୁ. ତା’ପରେ, Reference ଉପରେ କ୍ଲିକ୍ କରନ୍ତୁ |
05:08 | ଏହା, ଆପଣଙ୍କ ବ୍ରାଉଜର୍ରେ Offline Page ଖୋଲିବ |
05:12 | ଉଦାହରଣସ୍ୱରୂପ, ଯଦି ଆପଣ digitalWrite(), buit-in functionକୁ ଦେଖିବାକୁ ଚାହୁଁଛନ୍ତି, ତେବେ Function ନାମ ଉପରେ କ୍ଲିକ୍ କରନ୍ତୁ |
05:22 | ଏଠାରେ ଆପଣ digitalWrite() Functionର ବିବରଣୀ, ସିଣ୍ଟାକ୍ସ ଓ ଏକ ନମୁନା ପ୍ରୋଗ୍ରାମ୍ ଦେଖିପାରିବେ |
05:31 | ସେପରି ଅନେକ buit-in finctions ଅଛି ଏବଂ ଆମ ଆବଶ୍ୟକତା ଅନୁସାରେ ଆମେ ମାନୁଆଲ୍କୁ ଦେଖିପାରିବା |
05:39 | ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଆମେ କେତେକ ମହତ୍ତ୍ୱପୂର୍ଣ୍ଣ built-in functions ବିଷୟରେ ଜାଣିବା |
05:47 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.
ସଂକ୍ଷିପ୍ତରେ - |
05:52 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :- Arduino ଓ ଗୋଟିଏ କମ୍ପ୍ୟୁଟର୍ ମଧ୍ୟରେ ଏକ ଭୌତିକ ସଂଯୋଗ କିପରି ସ୍ଥାପନ କରିବେ |
06:00 | Arduino ହାର୍ଡୱେର୍, Arduino ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ |
06:05 | ଏକ ଆସାଇନମେଣ୍ଟ ଭାବେ - Arduino IDE ଖୋଲନ୍ତୁ |
06:09 | Help ମେନୁ ଉପରେ କ୍ଲିକ୍ କରି Reference ଚୟନ କରନ୍ତୁ |
06:14 | delay(), pinMode() and digitalRead() ଆଦି ଭଳି built-in functions ଦେଖନ୍ତୁ |
06:22 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
06:30 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ପରୀକ୍ଷାରେ ପାସ୍ କଲେ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
06:42 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?
ଦୟାକରି ସାଇଟ୍କୁ ଯାଆନ୍ତୁ. |
06:47 | ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.
ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍ରୁ କେହିଜଣେ ତାହାର ଉତ୍ତର ଦେବେ. |
06:57 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
07:07 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |