Arduino/C2/Electronic-components-and-connections/Oriya
Time | Narration |
00:01 | Electronic Components and Connections ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ : Breadboard ଓ ତାହାର ଆଭ୍ୟନ୍ତର ସଂଯୋଗ |
00:14 | BreadBoardରେ ଥିବା LED, PushButton ଓ
Breadboardରେ ଥିବା Seven Segment Display ବିଷୟରେ ଶିଖିବା |
00:23 | ଏହି ଶୃଙ୍ଖଳାକୁ ଅନୁସରଣ କରିବା ପାଇଁ, ଆପଣଙ୍କର ନିମ୍ନଲିଖିତ ଉପରେ ମୌଳିକ ଜ୍ଞାନ ଥିବା ଉଚିତ:
ଇଲେକ୍ଟ୍ରୋନିକ୍ ଉପକରଣ, ଯେପରି ରେଜିଷ୍ଟର୍, PushButton, LED ଇତ୍ୟାଦି |
00:34 | ଓପନ୍ ସର୍କିଟ୍
କ୍ଲୋଜଡ୍ ସର୍କିଟ୍ |
00:38 | ସିରିଅଲ୍ ଓ ପାରାଲେଲ୍ କନେକ୍ସନ୍ |
00:41 | ବ୍ୟାଟେରୀ, ପଜିଟିଭ୍ ଓ ନେଗେଟିଭ୍ ଭୋଲ୍ଟେଜ୍ |
00:47 | ନିମ୍ନଲିଖିତ ଉପକରଣଗୁଡ଼ିକ ବ୍ୟବହାର କରାଯାଇ ଏହି ଟ୍ୟୁଟୋରିଆଲ୍ ରେକର୍ଡ କରାଯାଇଛି: BreadBoard |
00:54 | LED କିମ୍ୱାTri Colour LED, Push Button, |
01:00 | ରେଜିଷ୍ଟର୍ ଓ Seven Segment Display |
01:06 | BreadBoard ଏହିପରି ଦେଖାଯାଏ |
01:11 | BreadBoard ହେଉଛି, ଗୋଟିଏ ସର୍କିଟ୍ରେ ଥିବା ଉପକରଣଗୁଡ଼ିକୁ ଧରି ରଖିବା ପାଇଁ ଏବଂ ସେଗୁଡ଼ିକୁ ଏକାଠି ସଂଯୋଗ କରିବା ପାଇଁ ଏକ ଡିଭାଇସ୍ |
01:18 | କୌଣସି ପ୍ରକାରର ସୋଲ୍ଡରିଙ୍ଗ୍ ନକରି ଆମେ ଏକ BreadBoard ଉପରେ ଏକ ଇଲେକ୍ଟ୍ରୋନିକ୍ ସର୍କିଟ୍ ତିଆରି କରିପାରିବା |
01:25 | ଉପରେ ଥିବା ଦୁଇଟି “ରେଲ୍” ଓ ତଳେ ଥିବା ଦୁଇଟି “ରେଲ୍”କୁ Power Rails କୁହାଯାଏ |
01:31 | ଉପରେ ଥିବା ଛିଦ୍ରଗୁଡ଼ିକର ଧାଡ଼ି ପରସ୍ପର ସହିତ ଯୋଡ଼ିହୋଇ ରହିଛି ଏବଂ ନାଲି ବିନ୍ଦୁ ଓ ନୀଳ ବିନ୍ଦୁ ସହ ଚିହ୍ନିତ କରାଯାଇଛି |
01:41 | ଧ୍ୟାନ ଦିଅନ୍ତୁ ଯେ, BreadBoard ମଝିରେ ସଂଯୋଗ ଭାଙ୍ଗିଥାଏ |
01:46 | ମଝିରେ, ତାରଗୁଡ଼ିକ ପରସ୍ପର ସହିତ ଯୋଡ଼ିହୋଇ ରହିଛି |
01:51 | ଉଦାହରଣସ୍ୱରୂପ, ସମସ୍ତ ସବୁଜ ଛିଦ୍ରଗୁଡ଼ିକ ପରସ୍ପର ସହିତ ଜଡ଼ିତ.
କିନ୍ତୁ, ସେଗୁଡ଼ିକ ହଳଦିଆ ଛିଦ୍ର ସହିତ ଯୋଡ଼ିହୋଇନାହିଁ |
02:02 | ଏହାପରେ ଆମେ LED ବିଷୟରେ ଜାଣିବା.
LED ର ଅର୍ଥ ହେଉଛି Light Emitting Diode. |
02:11 | ଯେତେବେଳେ ଏହା ମଧ୍ୟ ଦେଇ କରେଣ୍ଟ ପ୍ରବାହିତ ହୁଏ, ସେଥିରୁ ଏକ ରଙ୍ଗିନ୍ ଆଲୋକ ବାହାରିଥାଏ |
02:16 | LEDରେ ଦୁଇଟି Leads ଥାଏ, ଯାହାର ନାମ ହେଉଛି Anode ଓ Cathode |
02:22 | ଲମ୍ୱା Leadଟି ହେଉଛି Anode. ଏହା “ପଜିଟିଭ୍ ଭୋଲ୍ଟେଜ୍”ରେ ଲାଗିବ |
02:29 | ଛୋଟ Leadଟି ହେଉଛି Cathode. ଏହା “ଗ୍ରାଉଣ୍ଡ”ରେ ଲାଗିବ |
02:35 | Tri-Color LED ହେଉଛି LEDର ଉନ୍ନତ ସଂସ୍କରଣ, ଯେଉଁଥିରୁ ତିନୋଟି ଭିନ୍ନ ଭିନ୍ନ ରଙ୍ଗ ବାହାରିଥାଏ |
02:43 | ଏଥିରେ 4ଟି PIN ଅଛି. ଲମ୍ୱା Leadର ନାମ ହେଉଛି Common Lead |
02:50 | ଅବଶିଷ୍ଟ ତିନୋଟି PIN ନାଲି, ସବୁଜ ଓ ନୀଳ ରଙ୍ଗ LED ପାଇଁ ଅଟେ |
02:57 | Tri-Color LED ଦୁଇ ପ୍ରକାରର ଥାଏ: Common Anode ଓ Common Cathode |
03:07 | Common Anode ଭର୍ସନ୍ରେ “କମନ୍ ଲିଡ୍”, “ପଜିଟିଭ୍ ଭୋଲ୍ଟେଜ୍”ରେ ଲାଗିବ |
03:14 | Common Cathode ଭର୍ସନ୍ରେ “କମନ୍ ଲିଡ୍”, “ଗ୍ରାଉଣ୍ଡ୍”ରେ ଲାଗିବ |
03:21 | ଏହାପରେ ଆମେ "ରେଜିଷ୍ଟର୍” ବିଷୟରେ ଶିଖିବା |
03:25 | ସର୍କିଟ୍ରେ କରେଣ୍ଟର ପ୍ରବାହକୁ ସୀମିତ କରିବା ପାଇଁ ଏକ “ରେଜିଷ୍ଟର୍” ବ୍ୟବହାର କରାଯାଏ |
03:30 | ଏବେ ଆସନ୍ତୁ, ଏକ LED, ଏକ “ରେଜିଷ୍ଟର୍” ଓ ଏକ BreadBoard ବ୍ୟବହାର କରି ଗୋଟିଏ ସରଳ ସର୍କିଟ୍ ତିଆରି କରିବା |
03:37 | ଏହି ଛବି ସଠିକ୍ କନେକ୍ସନ୍ସ ଦେଖାଉଛି |
03:41 | 9 ଭୋଲ୍ଟ ବ୍ୟାଟେରୀର “ପଜିଟିଭ୍” ଦ୍ୱିତୀୟ Railରେ ଲାଗିଛି |
03:46 | 9 ଭୋଲ୍ଟ ବ୍ୟାଟେରୀର “ନେଗେଟିଭ୍” ପ୍ରଥମ Railରେ ଲାଗିଛି |
03:51 | LEDର Anode (ଯାହା ହେଉଛି ଡାହାଣ “ଲିଡ୍”), ଗୋଟିଏ “ରେଜିଷ୍ଟର୍” ମାଧ୍ୟମରେ BreadBoardର ଦ୍ୱିତୀୟ Railରେ ଲାଗିଛି |
04:00 | LEDର Cathode (ଯାହା ହେଉଛି ବାମ “ଲିଡ୍”), BreadBoardର ପ୍ରଥମ Railରେ ଲାଗିଛି |
04:08 | LED କନେକ୍ସନ୍ ଗୁଡ଼ିକର ଏହା ହେଉଛି ଲାଇଭ୍ ସେଟ୍ ଅପ୍ |
04:13 | କନେକ୍ସନ୍ଗୁଡ଼ିକୁ ଆମେ ଠିକ ଭାବେ ଲଗାଇଥିବାରୁ LEDଟି ଜଳୁଥିବାର ଦେଖନ୍ତୁ |
04:21 | ଏବେ, ସଂଯୋଗ ସ୍ଥାପନା କରିବା ପାଇଁ BreadBoard ବ୍ୟବହାର କରିବା ସମୟରେ ଲୋକମାନେ କରୁଥିବା ସାଧାରଣ ଭୁଲଗୁଡ଼ିକୁ ଦେଖିବା |
04:29 | ଏହି କନେକ୍ସନ୍ରେ LED ଟି ଜଳୁନାହିଁ, କାରଣ ତାହାର କନେକ୍ସନ୍ ଠିକ ନାହିଁ |
04:36 | “ରେଜିଷ୍ଟର୍” ଓ LEDକୁ ପାଖାପାଖି ରଖାଯାଇଛି |
04:41 | Power Rails ଛଡ଼ା BreadBoardରେ ଥିବା ଛିଦ୍ରଗୁଡ଼ିକୁ ସ୍ତମ୍ଭ-ୱାରୀ ଲଗାଯାଇଛି |
04:47 | ସେଥିପାଇଁ, LEDର Anode ଓ “ରେଜିଷ୍ଟର୍ ଲିଡ୍” ମଧ୍ୟରେ କୌଣସି କନେକ୍ସନ୍ ନାହିଁ.
ଏହା LEDକୁ ଅଲଗା କରିଦେଇଥାଏ |
04:57 | ପରବର୍ତ୍ତୀ କନେକ୍ସନ୍ରେ, LEDର Cathodeକୁ ଦ୍ୱିତୀୟ Rail ସହିତ ଲଗାଯାଇଛି |
05:04 | “ରେଜିଷ୍ଟର୍” ମାଧ୍ୟମରେ LEDର Anodeକୁ ପ୍ରଥମ Rail ସହିତ ଲଗାଯାଇଛି |
05:10 | ଏହି ସର୍କିଟ୍ରେ ଥିବା ସଂଯୋଗଗୁଡ଼ିକ ଯେପରି ରହିବା ଉଚିତ, ତାହାର ବିପରୀତରେ ରହିଛି.
ସେଥିପାଇଁ LEDଟି ଜଳୁନାହିଁ |
05:18 | ଏବେ ଆମେ PushButton ବିଷୟରେ ଜାଣିବା |
05:23 | ଗୋଟିଏ PushButton ହେଉଛି ଏକ ସରଳ “ସ୍ୱିଚ୍” ମେକାନିଜମ୍, ଯାହାକୁ ଦବାଗଲେ ସର୍କିଟ୍ରେ ଦୁଇଟି ବିନ୍ଦୁ ସଂଯୁକ୍ତ ହୋଇଥାଏ |
05:31 | PushButtonରେ ସାଧାରଣତଃ ଚାରୋଟି ଲେଗ୍ ଥାଏ |
05:35 | “ସ୍ୱିଚ୍”କୁ ଯେକୌଣସି ସ୍ଥିତିରେ ଲଗାଯାଉ ନା କାହିଁକି, A ଓ C ଲେଗ୍ ସର୍ବଦା ଯୋଡ଼ିହୋଇ ରହିଥାଏ |
05:43 | ସେହିଭଳି, B ଓ D ଲେଗ୍ ଯୋଡ଼ିହୋଇ ରହିଥାଏ |
05:48 | “ସ୍ୱିଚ୍”କୁ ଦବାଗଲେ ସମସ୍ତ ଚାରୋଟି ଯାକ ଲେଗ୍ ପରସ୍ପର ସହିତ ଯୋଡ଼ି ହୋଇଯାଏ |
05:53 | ଏବେ, ପୂର୍ବ ସର୍କିଟ୍ରେ ଆସନ୍ତୁ ଗୋଟିଏ PushButton ଲଗାଇବା ଏବଂ LEDର ସ୍ଥିତି ବଦଳାଇବା ପାଇଁ ତାହାକୁ ବ୍ୟବହାର କରିବା |
06:02 | ଏହି ଛବି ସଠିକ୍ କନେକ୍ସନ୍ସ ଦେଖାଉଛି.
LED Anodeକୁ, ଏକ “ରେଜିଷ୍ଟର୍” ଓ ଏକ PushButton ମାଧ୍ୟମରେ ଦ୍ୱିତୀୟ Power Rail, ଯାହା ହେଉଛି “ପଜିଟିଭ୍ ଭୋଲ୍ଟେଜ୍” ସହ ଯୋଡ଼ାଯାଇଛି |
06:15 | ଆସନ୍ତୁ, ଲାଇଭ୍ ସେଟ୍ ଅପ୍ କନେକ୍ସନ୍ ଦେଖିବା |
06:19 | PushButtonକୁ ଦବାଗଲେ, ଆଶାନୁରୂପେ LEDଟି ଜଳିବ |
06:25 | ଯେହେତୁ PushButtonରେ ଚାରୋଟି ଲେଗ୍ ଅଛି, ସର୍କିଟ୍କୁ ଅନ୍ୟ ମାର୍ଗରେ ମଧ୍ୟ ତିଆରି କରାଯାଇପାରିବ |
06:32 | PushButtonର ଲେଗ୍ B ବଦଳରେ ଆମେ ଲେଗ୍ D ବ୍ୟବହାର କରୁଛୁ |
06:38 | ଯେହେତୁ ସେଗୁଡ଼ିକ ଅଭ୍ୟନ୍ତର ଭାବେ ପରସ୍ପର ସହିତ ସଂଯୁକ୍ତ, PushButtonକୁ ଦବାଗଲେ LED ଜଳିବ |
06:45 | ଏହାପରେ ଆମେ, PushButton ବ୍ୟବହାର କରିବା ସମୟରେ ଲୋକମାନେ କରୁଥିବା ସାଧାରଣ ଭୁଲଗୁଡ଼ିକୁ ଦେଖିବା |
06:52 | ଏହି ଛବିଟିକୁ ଦେଖନ୍ତୁ.
PushButtonର A ଓ C ଲେଗ୍ ମାଧ୍ୟମରେ LEDର Anodeକୁ ଦ୍ୱିତୀୟ Power Rail ସହିତ ଯୋଡ଼ାଯାଇଛି |
07:03 | ମନେପକାନ୍ତୁ ଯେ, PushButtonର A ଓ C ଲେଗ୍ ଆଭ୍ୟନ୍ତର ଭାବେ ଯୋଡ଼ିହୋଇ ରହିଥାଏ |
07:10 | ତେଣୁ, LEDର Anode ସର୍ବଦା ଦ୍ୱିତୀୟ Power Rail ସହିତ ଲାଗିଥାଏ, PushButton ଯେଉଁଭଳି ରହିଥାଉ ନା କାହିଁକି |
07:19 | PushButton “ଅଫ୍” ଥିଲେ ମଧ୍ୟ LED ଏହି ସର୍କିଟ୍ ରେ ସର୍ବଦା ଜଳୁଥାଏ |
07:26 | ଏବେ ଆମେ Seven Segment Displayକୁ ଯିବା |
07:31 | ଇଂରାଜୀ ସଂଖ୍ୟା “ଆଠ” ଆକୃତିରେ Seven Segment Displayରେ ସାତୋଟି LED ରହିଥାଏ |
07:38 | ଦୁଇ ପ୍ରକାରର Seven Segment Display ଥାଏ: Common Anode ଓ Common Cathode Seven Segment Display |
07:49 | ଗୋଟିଏ Common Cathode Seven Segment Displayରେ ପିନ୍ a, b, c, d, e, f, g ଓ “ଡଟ୍”, ନିଶ୍ଚିତ ଭାବେ +5Volts ସହ ଲାଗିଥିବା ଦରକାର |
08:02 | ଦୁଇଟି COM ପିନ୍ ନିଶ୍ଚିତ ଭାବେ “ଗ୍ରାଉଣ୍ଡ୍ (GND)” ସହିତ ଲାଗିଥିବା ଉଚିତ |
08:07 | Common Anode Display, ଏହାର ଠିକ୍ ବିପରୀତ ଅଟେ |
08:11 | ଏଠାରେ, ପିନ୍ a, b, c, d, e, f, g ଓ “ଡଟ୍”, ନିଶ୍ଚିତ ଭାବେ “ଗ୍ରାଉଣ୍ଡ୍” ସହ ଲାଗିଥିବା ଦରକାର
ଏବଂ COM ପିନ୍ଗୁଡ଼ିକ ନିଶ୍ଚିତ ଭାବେ +5Volts ସହିତ ଲାଗିଥିବା ଉଚିତ |
08:26 | ଏବେ ଆସନ୍ତୁ ଦେଖିବା, ସମସ୍ତ LEDଗୁଡ଼ିକୁ ଜଳାଇବା ପାଇଁ BreadBoardରେ ଏକ Seven Segment Displayକୁ କିପରି ଲଗାଯାଏ |
08:35 | ଏହି ଛବିରେ ବ୍ୟବହୃତ Seven Segment Display ହେଉଛି ଏକ Common Anode |
08:41 | ତେଣୁ, ଏକ “ରେଜିଷ୍ଟର୍” ମାଧ୍ୟମରେ ଦ୍ୱିତୀୟ Power Railକୁ, Common Anode ସହ ଯୋଡ଼ାଯାଇଛି |
08:48 | LED ପିନ୍ a, b, c, d, e, f, g, ଡଟ୍ କୁ ପ୍ରଥମ Power Rail ସହ ଲଗାଯାଇଛି |
08:56 | ଯଦି କନେକ୍ସନ୍ ଠିକ ଥିବ, ତେବେ ସମସ୍ତ LED ଜଳିବ |
09:02 | ଆସନ୍ତୁ, ଲାଇଭ୍ ସେଟ୍ ଅପ୍ କନେକ୍ସନ୍ ଦେଖିବା |
09:05 | ଦେଖନ୍ତୁ, Seven Segment Displayର ସମସ୍ତ ସେଗ୍ମେଣ୍ଟ ଜଳୁଛି |
09:11 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
09:17 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ - BreadBoard ଓ ତାହାର ଆଭ୍ୟନ୍ତର ସଂଯୋଗ, |
09:24 | BreadBoardରେ ଥିବା LED, PushButton ଓ Seven Segment Display ବିଷୟରେ |
09:33 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
09:41 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
09:51 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?
ଦୟାକରି ସାଇଟ୍କୁ ଯାଆନ୍ତୁ |
09:57 | ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ
ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. |
10:04 | ଆମ ଟିମ୍ରୁ କେହିଜଣେ ତାହାର ଉତ୍ତର ଦେବେ. |
10:07 | ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି.
ଦୟାକରି ସେଥିରେ କୌଣସି ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ |
10:17 | ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ. କମ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା. |
10:26 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
10:37 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |