Moodle-Learning-Management-System/C2/Installing-Moodle-on-Local-Server/Oriya
Time | Narration |
00:01 | Installing Moodle on Local Server ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ Moodleକୁ ଡାଉନଲୋଡ୍ ଓ ଇନଷ୍ଟଲ୍ କରିବା ବିଷୟରେ ଶିଖିବା |
00:15 | Moodle ଇନଷ୍ଟଲ୍ କରିବା ପାଇଁ, ଆପଣଙ୍କ ସିଷ୍ଟମ୍ରେ ନିମ୍ନଲିଖିତ ରହିଥିବା ଦରକାର:
Apache 2.x (କିମ୍ୱା ଉଚ୍ଚତର ଭର୍ସନ୍), |
00:23 | MariaDB 5.5.30 (କିମ୍ୱା ଯେକୌଣସି ଉଚ୍ଚତର ଭର୍ସନ୍) ଏବଂ PHP 5.4.4 +(କିମ୍ୱା ଯେକୌଣସି ଉଚ୍ଚତର ଭର୍ସନ୍). |
00:36 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:
Ubuntu Linux OS 16.04 |
00:44 | XAMPP 5.6.30, Moodle 3.3 ଓ Firefox ୱେବ୍ ବ୍ରାଉଜର୍ ମାଧ୍ୟମରେ |
00:53 | ପ୍ରାପ୍ତ କରାଯାଇଥିବା Apache, MariaDB ଓ PHP |
00:59 | ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
01:03 | ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ |
01:11 | ଆରମ୍ଭ କରିବା ପୂର୍ବରୁ ଇଣ୍ଟର୍ନେଟ୍ କନେକ୍ଟିଭିଟୀ ଥିବା ସୁନିଶ୍ଚିତ କରିନିଅନ୍ତୁ |
01:16 | ଏହି ଶୃଙ୍ଖଳାରେ ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକୁ ମଧ୍ୟ ଦେଖିନିଅନ୍ତୁ.
ପ୍ରାକ୍ ଆବଶ୍ୟକତାଗୁଡ଼ିକ ପୂରଣ ହୋଇଥିବାର ଏବଂ "ଡେଟାବେସ୍” ଠିକ୍ ଭାବରେ ସେଟ୍ ଅପ୍ ହୋଇଥିବାର ମଧ୍ୟ ସୁନିଶ୍ଚିତ କରିନିଅନ୍ତୁ |
01:27 | XAMPP ଚାଲୁଥିବା ଦରକାର ଏବଂ moodle-st ୟୁଜର୍ ନେମ୍ ସହିତ ଡେଟାବେସ୍ ସେଟ୍ ଅପ୍ ହୋଇଥିବା ଆବଶ୍ୟକ |
01:37 | ପ୍ରଥମେ, ୱେବ୍ ବ୍ରାଉଜର୍କୁ ଯାଇ XAMPP ଆରମ୍ଭ କରନ୍ତୁ |
01:42 | "ଆଡ୍ରେସ୍ ବାର୍"ରେ ଟାଇପ୍ କରନ୍ତୁ: http କୋଲନ୍ ଡବଲ୍ ସ୍ଲାଶ୍ 127 ଡଟ୍ 0 ଡଟ୍ 0 ଡଟ୍ 1 ଏବଂ Enter ଦାବନ୍ତୁ |
01:56 | ସ୍କ୍ରୀନ୍ର ଉପର ଡାହାଣପଟେ ଥିବା ମେନୁରେ PHPinfo ଉପରେ କ୍ଲିକ୍ କରନ୍ତୁ |
02:02 | ଏବେ, Ctrl+F କୀ’ ଦାବନ୍ତୁ ଏବଂ Document ଅଣ୍ଡରସ୍କୋର୍ Root ଖୋଜନ୍ତୁ |
02:10 | ତାହା Apache Environment ଟେବଲ୍ରେ ମିଳିବ |
02:14 | Document ଅଣ୍ଡରସ୍କୋର୍ Root ଅବା ସ୍ଲାଶ୍ opt ସ୍ଲାଶ୍ lampp ସ୍ଲାଶ୍ htdocs କିମ୍ୱା ସ୍ଲାଶ୍ var ସ୍ଲାଶ୍ www ହୋଇପାରେ |
02:30 | ମୋ ମେଶିନ୍ରେ ଏହା ସ୍ଲାଶ୍ opt ସ୍ଲାଶ୍ lampp ସ୍ଲାଶ୍ htdocs ଅଟେ |
02:37 | ଦୟାକରି ଏହି ପାଥ୍କୁ ଲେଖିରଖନ୍ତୁ. ଆମେ ଏଠାରେ Moodle ଇନଷ୍ଟଲ୍ କରିବା |
02:43 | ଏବେ ଆସନ୍ତୁ ଆମେ Moodle ଡାଉନଲୋଡ୍ କରିବା.
Moodleର ଅଫିସିଆଲ୍ ୱେବ୍ ସାଇଟ୍ moodle.orgକୁ ଯାଆନ୍ତୁ |
02:53 | ଉପରେ ଥିବା ମେନୁରେ Downloads ଲିଙ୍କ୍ ଉପରେ କ୍ଲିକ୍ କରି
ଲେଟେଷ୍ଟ ରିଲିଜ୍ ବଟନ୍ Moodle 3.3+ ଉପରେ କ୍ଲିକ୍ କରନ୍ତୁ |
03:04 | ଏହି ଟ୍ୟୁଟୋରିଆଲ୍ ରେକର୍ଡିଙ୍ଗ୍ ସମୟରେ, Moodleର ଲେଟେଷ୍ଟ ସ୍ଥିର ଭର୍ସନ୍ 3.3 ଥିଲା. ଆପଣଙ୍କ ସମୟରେ ଏହା ଭିନ୍ନ ହୋଇପାରେ |
03:15 | Download Zip ବଟନ୍ ଉପରେ କ୍ଲିକ୍ କରନ୍ତୁ. ଏହା, ଆମ ମେଶିନ୍ରେ Moodle ଡାଉନଲୋଡ୍ କରିବା ଆରମ୍ଭ କରିବ |
03:22 | ମୁଁ ଏହି ଫାଇଲ୍କୁ ଡାଉନଲୋଡ୍ କରି ମୋ Download ଫୋଲ୍ଡର୍ ରେ ରଖିସାରିଛି. ତେଣୁ, ମୁଁ ଏହି ଷ୍ଟେପ୍କୁ ଛାଡ଼ିଦେବି |
03:30 | Ctrl+ Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ |
03:36 | ଟର୍ମିନଲ୍ରେ, ମୁଁ ଡାଇରେକ୍ଟୋରୀକୁ ବଦଳାଇ Downloads କରିବି |
03:40 | ଏହା କରିବା ପାଇଁ ଟାଇପ୍ କରନ୍ତୁ: Cd ସ୍ପେସ୍ downloads ଏବଂ Enter ଦାବନ୍ତୁ. |
03:48 | ଆପଣଙ୍କୁ ସେହି ପାଥ୍ ଟାଇପ୍ କରିବାକୁ ହେବ, ଯେଉଁଠାରେ ଆପଣ Moodleକୁ ଡାଉନଲୋଡ୍ କରିଛନ୍ତି |
03:53 | ସେହି ଡାଇରେକ୍ଟୋରୀକୁ ଯିବା ପରେ, ଫାଇଲ୍ଗୁଡିକୁ ତାଲିକାଭୁକ୍ତ କରିବା ପାଇଁ ls ଟାଇପ୍ କରି Enter ଦାବନ୍ତୁ. |
04:01 | ଏହା ହେଉଛି ମୋର Moodle ଇନଷ୍ଟଲେଶନ୍ ଫାଇଲ୍. ଏହାର ନାମ ହେଉଛି moodle ହାଇଫେନ୍ latest ହାଇଫେନ୍ 33 ଡଟ୍ zip |
04:11 | ଡାଉନଲୋଡ୍ ସମୟରେ ଯଦି ଆପଣ ତାହାର ନାମ ବଦଳାଇଛନ୍ତି, ତେବେ ତାହାକୁ ନିଜ ଫୋଲ୍ଡର୍ରେ ଖୋଜନ୍ତୁ |
04:19 | ତା’ପରେ, Moodle ଫୋଲ୍ଡର୍ରେ ଏହି zip ଫାଇଲ୍କୁ ଏକ୍ସଟ୍ରାକ୍ଟ କରନ୍ତୁ |
04:26 | "କମାଣ୍ଡ ପ୍ରମ୍ପ୍ଟ"ରେ ନିମ୍ନଲିଖିତ ଟାଇପ୍ କରନ୍ତୁ: sudo ସ୍ପେସ୍ unzip ସ୍ପେସ୍ moodle ହାଇଫେନ୍ latest ହାଇଫେନ୍ 33 ଡଟ୍ zip ସ୍ପେସ୍ ହାଇଫେନ୍ d ସ୍ପେସ୍ ସ୍ଲାଶ୍ opt ସ୍ଲାଶ୍ lampp ସ୍ଲାଶ୍ htdocs ସ୍ଲାଶ୍ ଏବେ Enter ଦାବନ୍ତୁ |
04:51 | Ctrl+L ଦାବି ଟର୍ମିନଲ୍ ଖାଲି କରିଦିଅନ୍ତୁ |
04:56 | ଏବେ ଟାଇପ୍ କରନ୍ତୁ: cd ସ୍ପେସ୍ ସ୍ଲାଶ୍ opt ସ୍ଲାଶ୍ lampp ସ୍ଲାଶ୍ htdocs ଏବଂ Enter ଦାବନ୍ତୁ. |
05:06 | ଏହି ଡାଇରେକ୍ଟୋରୀରେ ଫାଇଲ୍ଗୁଡ଼ିକୁ ତାଲିକାଭୁକ୍ତ କରିବାକୁ ls ଟାଇପ୍ କରି Enter ଦାବନ୍ତୁ. |
05:12 | ଦେଖନ୍ତୁ, Moodle ନାମକ ଏକ ନୂଆ ଫୋଲ୍ଡର୍ ତିଆରି ହୋଇଗଲା |
05:18 | ମାଲିକ ଓ ଗ୍ରୁପ୍ ସଦସ୍ୟମାନଙ୍କୁ ଆମେ Moodle ଫୋଲ୍ଡର୍ର ପଢ଼ିବା, ଲେଖିବା ଓ ନିଷ୍ପାଦନ କରିବା ପାଇଁ ଅନୁମତି ଦେବା |
05:27 | ତେଣୁ ଟାଇପ୍ କରନ୍ତୁ: sudo ସ୍ପେସ୍ chmod ସ୍ପେସ୍ 777 ସ୍ପେସ୍ moodle ସ୍ଲାଶ୍ ଏବଂ Enter ଦାବନ୍ତୁ. |
05:39 | କୁହାଗଲେ, Administrative ପାସୱର୍ଡ ଦିଅନ୍ତୁ ଏବଂ Enter ଦାବନ୍ତୁ |
05:45 | ଏବେ, ବ୍ରାଉଜର୍କୁ ଯାଆନ୍ତୁ ଏବଂ ଟାଇପ୍ କରନ୍ତୁ: http କୋଲନ୍ ଡବଲ୍ ସ୍ଲାଶ୍ 127.0.0.1 ସ୍ଲାଶ୍ moodle କିମ୍ୱା http କୋଲନ୍ ଡବଲ୍ ସ୍ଲାଶ୍ localhost ସ୍ଲାଶ୍ moodle |
06:06 | ମୁଁ ଏଠାରେ ମୋ localhost IP ଟାଇପ୍ କରିସାରିଛି |
06:10 | ଏହି IP ନିହାତି ଭାବରେ Moodle ଇନଷ୍ଟଲ୍ ହୋଇଥିବା ମେଶିନ୍ ର IP ହୋଇଥିବା ଦରକାର.
ଦୟାକରି ଧ୍ୟାନ ଦିଅନ୍ତୁ ଯେ, Moodle ହେଉଛି ସେହି ଫୋଲ୍ଡର୍, ଯେଉଁଥିରେ ଆମେ ପୂର୍ବରୁ ଏକ୍ସଟ୍ରାକ୍ଟ କରିଥିଲେ |
06:23 | Enter ଦାବନ୍ତୁ ଏବଂ ଆପଣ Moodle ଇନଷ୍ଟଲେଶନ୍ ପେଜ୍ ଦେଖିବାକୁ ପାଇବେ |
06:29 | ଡିଫଲ୍ଟ ଭାବରେ ଆମେ ପଦାଙ୍କ ଏକରେ ଅଛେ, ଯାହା ହେଉଛି Configuration. ଦୟାକରି ଧ୍ୟାନ ଦିଅନ୍ତୁ: Moodleକୁ ବିଭିନ୍ନ ଭାଷାରେ ଇନଷ୍ଟଲ୍ କରିହେବ |
06:40 | କିନ୍ତୁ, ଆମେ ଇଂରାଜୀ ଭାଷା ହିଁ ରଖିବା.
ତେଣୁ, ଏଠାରେ English ଚୟନ କରନ୍ତୁ. Language ଡ୍ରପ୍ ଡାଉନ୍ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:52 | ଏହାପରେ ହେଉଛି Paths ପେଜ୍. ଏହିଠାରେ ୱେବ୍ ଆଡ୍ରେସ୍, Moodle ଡାଇରେକ୍ଟୋରୀ ଓ ଡେଟା ଡାଇରେକ୍ଟୋରୀକୁ ପରିଭାଷିତ କରାଯାଇଛି |
07:02 | ଇନଷ୍ଟଲ୍ ହୋଇଯିବା ପରେ Moodleକୁ ଆକସେସ୍ କରିବା ପାଇଁ URL ହେଉଛି "ୱେବ୍ ଆଡ୍ରେସ୍” |
07:08 | ଏହା ହେଉଛି ସେହି URL, ଯାହାକୁ ଆମେ ଉପରେ ଲେଖିଛେ, ଯେପରି ଏଠାରେ ଦେଖାଯାଇଛି |
07:14 | Moodle କୋଡ୍, Moodle ଡାଇରେକ୍ଟୋରୀ ଫୋଲ୍ଡର୍ ରେ ଉପଲବ୍ଧ ଅଛି |
07:20 | ଏଠାରେ ଧ୍ୟାନ ଦିଅନ୍ତୁ ଯେ, ଉଭୟ "ୱେବ୍ ଆଡ୍ରେସ୍” ଓ "Moodle ଡାଇରେକ୍ଟୋରୀ”ଫିଲ୍ଡକୁ ଏଡିଟ୍ କରିହେବ ନାହିଁ. ଏହିଗୁଡ଼ିକୁ ଆମେ ବଦଳାଇପାରିବା ନାହିଁ |
07:31 | ଏହାପରେ ହେଉଛି "ଡେଟା ଡାଇରେକ୍ଟୋରୀ". ଏହି ଫୋଲ୍ଡର୍ ରେ, ଶିକ୍ଷକ ଓ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଅପଲୋଡ୍ କରାଯାଇଥିବା ସମସ୍ତ ଫାଇଲ୍ କଣ୍ଟେଣ୍ଟ ଷ୍ଟୋର୍ ହେବ |
07:42 | ଏହି ଫୋଲ୍ଡର୍କୁ "ପଢ଼ିବା ଓ ଲେଖିବା” ଅନୁମତି ଦେବାକୁ ହେବ. ଯେଉଁଥିରୁ, ଏଠାରେ ଫାଇଲ୍ଗୁଡ଼ିକ ଷ୍ଟୋର୍ ହୋଇପାରିବ |
07:50 | ହେଲେ, ସୁରକ୍ଷା ଦୃଷ୍ଟିରୁ ଏହାକୁ ୱେବ୍ରେ ସିଧାସଳଖ ଆକସେସ୍ କରିହେବ ନାହିଁ |
07:57 | ତେଣୁ, ଏହାକୁ ଇନଷ୍ଟଲେଶନ୍ ଫୋଲ୍ଡର୍ ବାହାରେ ରଖାଯିବ |
08:03 | Lampp ଫୋଳ୍ଡର୍ ଭିତରେ ଥିବା moodledata ହେଉଛି ଡିଫଲ୍ଟ "ଡେଟା ଡାଇରେକ୍ଟୋରୀ", ଯାହାକୁ Installer ତିଆରି କରିବାକୁ ଚେଷ୍ଟା କରିଥାଏ |
08:11 | ହେଲେ, ଏଠାରେ ଏକ ଫୋଲ୍ଡର୍ ତିଆରି କରିବାର ଅନୁମତି ଏହା ପାଖରେ ନାହିଁ.
ତେଣୁ, ଏହି ଫୋଲ୍ଡର୍କୁ ଆମେ ମାନୁଆଲୀ ତିଆରି କରି ଆବଶ୍ୟକ "ଅନୁମତି” ଦେବା |
08:23 | ଟର୍ମିନଲ୍ ୱିଣ୍ଡୋକୁ ଯାଆନ୍ତୁ. "ପ୍ରମ୍ପ୍ଟ"ରେ ଟାଇପ୍ କରନ୍ତୁ: sudo ସ୍ପେସ୍ mkdir ସ୍ପେସ୍ ସ୍ଲାଶ୍ opt ସ୍ଲାଶ୍ lampp ସ୍ଲାଶ୍ moodledata ଏବଂ Enter ଦାବନ୍ତୁ. |
08:41 | ଏବେ ଟାଇପ୍ କରନ୍ତୁ: sudo ସ୍ପେସ୍ chmod ସ୍ପେସ୍ 777 ସ୍ପେସ୍ ସ୍ଲାଶ୍ opt ସ୍ଲାଶ୍ lampp ସ୍ଲାଶ୍ moodledata ଏବଂ Enter ଦାବନ୍ତୁ. |
08:57 | ବ୍ରାଉଜର୍କୁ ଫେରିଯାଆନ୍ତୁ ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:02 | ଏହାପରେ "ଡେଟାବେସ୍ କନଫିଗରେଶନ୍” ପେଜ୍ ଆସେ.
ଡ୍ରପ୍-ଡାଉନ୍ରୁ MariaDB ଚୟନ କରନ୍ତୁ ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:13 | Database Host Name ଭାବରେ localhost ଲେଖନ୍ତୁ |
09:18 | ଏବେ ଆମକୁ Databese Name, Username ଓ Password ଲେଖିବାକୁ ହେବ.
ଏହିଗୁଡ଼ିକୁ ଆମେ phpMyAdminରେ ତିଆରି କରିଥିଲେ |
09:30 | Database Name ଭାବରେ ମୁଁ moodle-st ଲେଖିବି |
09:36 | Database Username ଭାବରେ ମୁଁ moodle-st ଲେଖିବି |
09:41 | ଏବଂ Database Password ଭାବରେ ମୁଁ moodle-st ଲେଖିବି |
09:46 | Table Prefix ଓ ଅନ୍ୟ ଫିଲ୍ଡଗୁଡ଼ିକୁ ଅପରିବର୍ତ୍ତିତ ରଖି Next ଉପରେ କ୍ଲିକ୍ କରନ୍ତୁ |
09:54 | ଆମେ, Terms and Conditions ପେଜ୍ ଦେଖିପାରୁଛେ |
09:59 | ଏହି ପଦାଙ୍କରେ ଆପଣଙ୍କୁ ଲାଇସେନ୍ସ ଚୁକ୍ତିନାମାକୁ ପଢ଼ିବାକୁ ଏବଂ ସେଥିରେ ରାଜି ହେବାକୁ ପଡ଼ିବ.
ଟେକ୍ସଟ୍କୁ ପଢି Continue ଉପରେ କ୍ଲିକ୍ କରନ୍ତୁ |
10:10 | ତା’ପରେ ଆମେ Server Checks ପେଜ୍ ଦେଖିପାରିବା.
Your server environment meets all minimum requirements ବାର୍ତ୍ତା ଦେଖିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ |
10:23 | ଏଠାରେ ଦେଖାଯାଇଥିବା ଭଳି ଆପଣ ଅନ୍ୟ ଏରର୍ ପାଇପାରନ୍ତି:
ସମାଧାନ ପାଇଁ ଏହି ଟ୍ୟୁଟୋରିଆଲର Additional Reading Material ଲିଙ୍କ୍ ଦେଖନ୍ତୁ |
10:33 | Continue ଉପରେ କ୍ଲିକ୍ କରନ୍ତୁ |
10:36 | ଆପଣଙ୍କର ଇଣ୍ଟର୍ନେଟ୍ ସ୍ପୀଡ୍ ଉପରେ ନିର୍ଭର କରି ଡାଉନଲୋଡ୍ କିଛି ସମୟ ନେଇପାରେ.
ଯଦି ଆପଣ ପେଜ୍କୁ ରିଫ୍ରେଶ୍ କରନ୍ତି, ତେବେ Site is being upgraded, please try later ତ୍ରୁଟି ବାର୍ତ୍ତା ଦେଖିବାକୁ ମିଳିପାରେ |
10:50 | ସେହି କ୍ଷେତ୍ରରେ, କିଛି ସମୟ ପରେ ରିଫ୍ରେଶ୍ କରନ୍ତୁ |
10:54 | ସଫଳତାପୂର୍ବକ ଇନଷ୍ଟଲ୍ ହେବାର ବାର୍ତ୍ତା ପାଇଲେ, Continue ଉପରେ କ୍ଲିକ୍ କରନ୍ତୁ |
11:00 | ପରବର୍ତ୍ତୀ ପେଜ୍ ହେଉଛି Administrator Configuration |
11:05 | Moodle Administrative ପେଜ୍ ପାଇଁ ଆପଣ ଚାହୁଁଥିବା Username ଦିଅନ୍ତୁ. ମୁଁ Username ଭାବେ admin ଲେଖିବି |
11:15 | ଏବେ, Moodle Administrator ପାଇଁ ଗୋଟିଏ ପାସୱର୍ଡ ଲେଖନ୍ତୁ.
ପାସୱର୍ଡଟି, ଏଠାରେ ଦେଖାଯାଉଥିବା ନିୟମକୁ ନିଶ୍ଚିତ ଭାବେ ପାଳନ କରିବା ଉଚିତ |
11:26 | ପାସୱର୍ଡ ଲେଖିବା ପାଇଁ, Click to Enter Text ଉପରେ କ୍ଲିକ୍ କରନ୍ତୁ |
11:32 | ମୋର Admin Password ଭାବେ ମୁଁ Spokentutorial1@ ଲେଖିବି. ପାସୱର୍ଡ ପ୍ରକଟ କରିବା ପାଇଁ Unmask ଉପରେ କ୍ଲିକ୍ କରନ୍ତୁ |
11:43 | ଭବିଷ୍ୟତର ବ୍ୟବହାର ପାଇଁ ଆପଣ ତିଆରି କରିଥିବା Username ଓ Passwordକୁ ଲେଖିରଖନ୍ତୁ |
11:49 | Email Address ଏକ ବାଧ୍ୟତାମୂଳକ ଫିଲ୍ଡ ଅଟେ.
ମୁଁ ଏଠାରେ priyankaspokentutorial@gmail.com ଲେଖିବି |
11:59 | Select a Country ଡ୍ରପ୍ ଡାଉନ୍ ରୁ India ଚୟନ କରନ୍ତୁ.
Asia/Kolkata ଭାବେ ଟାଇମ୍ ଜୋନ୍ ଚୟନ କରନ୍ତୁ |
12:08 | ଅବଶିଷ୍ଟ ଫିଲ୍ଡଗୁଡ଼ିକୁ ସେଗୁଡ଼ିକର ଡିଫଲ୍ଟ ଭାଲ୍ୟୁ ସହିତ ଛାଡ଼ିଦିଅନ୍ତୁ |
12:13 | ତଳକୁ ସ୍କ୍ରୋଲ୍ କରି Update Profile ବଟନ୍ ଉପରେ କ୍ଲିକ୍ କରନ୍ତୁ |
12:18 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, Moodle ହେଉଛି ଏହି ସଂସାଧନ ଖର୍ଚ୍ଚୀ ସଫ୍ଟୱେର୍. ପ୍ରତ୍ୟେକ ପଦାଙ୍କ ସମ୍ପୂର୍ଣ୍ଣ ହେବାପାଇଁ କିଛି ସମୟ ଲାଗିପାରେ |
12:27 | ପରବର୍ତ୍ତୀ ପେଜ୍ ଲୋଡ୍ ହେବା ପାଇଁ ଅପେକ୍ଷା କରନ୍ତୁ ଏବଂ ପେଜ୍କୁ ବନ୍ଦ କିମ୍ୱା ରିଫ୍ରେଶ୍ କରନ୍ତୁ ନାହିଁ |
12:34 | ପରବର୍ତ୍ତୀ ସ୍କ୍ରୀନ୍ ହେଉଛି Front Page Settings. Moodle ସାଇଟ୍କୁ ଆସିଲେ, ଲୋକମାନେ ଏହି ପେଜ୍କୁ ଦେଖନ୍ତି |
12:45 | Full Site Name ଭାବେ Digital India LMS ଲେଖନ୍ତୁ |
12:50 | Short Name for Site ଭାବେ ପୁଣିଥରେ Digital India LMS ଲେଖନ୍ତୁ
ନାଭିଏଶନ୍ ବାର୍ରେ Moodle Siteର ନାମ ଭାବରେ ଏହା ଦେଖାଦେବ |
13:03 | ଏବେ ପାଇଁ, Front Page Summaryକୁ ଖାଲି ଛାଡ଼ିଦିଅନ୍ତୁ.
Asia/Kolkata ଭାବେ ଟାଇମ୍ ଜୋନ୍ ଚୟନ କରନ୍ତୁ |
13:11 | ପରବର୍ତ୍ତୀ ଡ୍ରପ୍ ଡାଉନ୍ ହେଉଛି Self Registration. Self Registration ଏନାବଲ୍ ଥିଲେ, ନୂଆ ୟୁଜର୍ମାନେ ନିଜକୁ ନିଜେ ପଞ୍ଜୀକୃତ କରିପାରିବେ |
13:23 | ଡ୍ରପ୍ ଡାଉନ୍ରୁ Disable ଚୟନ କରନ୍ତୁ.
ପରବର୍ତ୍ତୀ ଟେକ୍ସଟ୍ ବକ୍ସ No-Reply Address ଅଟେ |
13:31 | ଏହି ଫିଲ୍ଡରେ ଡିଫଲ୍ଟ ଭାଲ୍ୟୁ ହେଉଛି noreply@localhost “
ଏହା ଏକ ବୈଧ ଇମେଲ୍ ID ହୋଇନଥିବାରୁ ଏହାକୁ ବଦଳାଇ noreply@localhost.com କରନ୍ତୁ |
13:46 | Moodle ପାଖରେ ଦେଖାଇବାକୁ କୌଣସି ଇମେଲ୍ ID ନଥିଲେ, From ଆଡ୍ରେସ୍ ଭାବେ ଏହି ଇମେଲ୍ IDକୁ ଦେଖାଇବ |
13:55 | ଉଦାହରଣସ୍ୱରୂପ, ଯଦି ମୁଁ ମୋ ଠିକଣାକୁ Private ଭାବେ ରଖିଥିବି, ତେବେ ମୋ ତରଫରୁ ଯାଉଥିବା ସମସ୍ତ ମେଲ୍ରେ ଏହି ଇମେଲ୍ ID ରହିବ.
ଶେଷରେ, Save Changes ବଟନ୍ ଉପରେ କ୍ଲିକ୍ କରନ୍ତୁ |
14:10 | Moodle ବ୍ୟବହାର କରିବା ପାଇଁ ଆମେ ଏବେ ପ୍ରସ୍ତୁତ “
ଆପଣ ଏଠାରେ ନୂଆ ସାଇଟ୍ର ଫ୍ରଣ୍ଟ ପେଜ୍ ଦେଖିପାରିବେ |
14:17 | ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
14:23 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: moodle.orgରୁ Moodleକୁ ଡାଉନଲୋଡ୍ କରିବା ଏବଂ ଲୋକଲ୍ ସର୍ଭର୍ରେ ତାକୁ ଇନଷ୍ଟଲ୍ କରିବା |
14:33 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
14:41 | ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
14:51 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?
ଦୟାକରି http://forums.spoken-tutorial.orgକୁ ଯାଆନ୍ତୁ |
15:00 | ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.
ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍ରୁ କେହିଜଣେ ତାହାର ଉତ୍ତର ଦେବେ |
15:10 | ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି |
15:15 | ଦୟାକରି ସେଥିରେ କୌଣସି ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ |
15:21 | ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ. କମ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା |
15:31 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
15:45 | IIT Bombay ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |