Health-and-Nutrition/C2/Non-vegetarian-recipes-for-lactating-mothers/Oriya
| |
|
| 00:00 | "ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ଆମିଷ ଖାଦ୍ୟ" ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ. |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ସ୍ତନ୍ୟପାନ ସମୟରେ ପୋଷଣର ମହତ୍ତ୍ୱ |
| 00:13 | ଆମିଷ ଖାଦ୍ୟର ପ୍ରସ୍ତୁତି, ଯେପରି - ସଜନା ଛୁଇଁ ଚିକେନ୍ ତରକାରୀ |
| 00:20 | ଚିକେନ୍ ଚିନାବାଦାମ ରସୁଣ ମସଲା, ନଡ଼ିଆ ମାଛ ତରକାରୀ, ଅଣ୍ଡା ମିଶାମିଶି ପରିବା ତରକାରୀ ଓ ପାଳଙ୍ଗ ମାଛ ତରକାରୀ |
| 00:31 | ସ୍ତନ୍ୟପାନ ସମୟରେ, ଜଣେ ମା’ ଅତିରିକ୍ତ ପୋଷଣ ଆବଶ୍ୟକ କରିଥା’ନ୍ତି - ଦୁଗ୍ଧ ଉତ୍ପାଦନ ପାଇଁ |
| 00:38 | ବଢ଼ୁଥିବା ଶିଶୁ ପାଇଁ ଓ ଦୈନିକ ଆବଶ୍ୟକତା ପୂରଣ କରିବା ପାଇଁ |
| 00:45 | ସ୍ତନ୍ୟପାନ ସମୟରେ ଦରକାର ହେଉଥିବା ଅତ୍ୟାବଶ୍ୟକ ପୋଷଣଗୁଡ଼ିକ ହେଉଛି -
ଭିଟାମିନ୍, ମିନେରଲ୍, ଓମେଗା 3 ଫ୍ୟାଟୀ ଆସିଡ୍ସ ଓ କୋଲିନ୍ |
| 00:54 | ପରିବା ବ୍ୟତୀତ ଆମେ, “ଗାଲାକ୍ଟୋଗଗ୍ସ” ବିଷୟରେ ଜାଣିବା |
| 00:59 | “ଗାଲାକ୍ଟୋଗଗ୍ସ” ଦୁଗ୍ଧ ଉତ୍ପାଦନରେ ସାହାଯ୍ୟ କରିଥାଏ |
| 01:04 | ଆହାରରେ ନିମ୍ନଲିଖିତଗୁଡ଼ିକୁ ଅନ୍ତର୍ଭୁକ୍ତ କରି ତାହାକୁ ପ୍ରାପ୍ତ କରିହେବ - ରସୁଣ |
| 01:08 | ମେଥି ମଞ୍ଜି ଓ ଶାଗ, ପାନ ମଧୁରି, ଗାର୍ଡେନ୍ କ୍ରେସ୍ ସୀଡ୍ସ, ସଜନା ପତ୍ର, ସୋୟା ପତ୍ର ଓ ଜୁଆଣୀ |
| 01:19 | ଦୟାକରି ଧ୍ୟାନ ଦିଅନ୍ତୁ:
ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଆଲରେ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ପୋଷଣ ବିଷୟରେ କୁହାଯାଇଛି |
| 01:28 | ସ୍ତନ୍ୟପାନ ସମୟରେ ପୋଷଣର ମହତ୍ତ୍ୱକୁ ବୁଝିବା ପରେ - ରେସିପି ପ୍ରସ୍ତୁତିରୁ ଆମେ ଆରମ୍ଭ କରିବା |
| 01:37 | ଆସନ୍ତୁ ଆମର ପ୍ରଥମ ରେସିପିରୁ ଆରମ୍ଭ କରିବା, ଯାହା ହେଉଛି - ସଜନା ଚୁଇଁ ଚିକେନ୍ ତରକାରୀ |
| 01:43 | ଏଥିପାଇଁ ଆମକୁ ଦରକାର - 100 ଗ୍ରାମ୍ ଚିକେନ୍ |
| 01:47 | 2 ଖଣ୍ଡ ସଜନା ଛୁଇଁ, ଗୋଟିଏ ଡେମ୍ଫ ଭୃଶୁଙ୍ଗା ପତ୍ର |
| 01:51 | 1 ଚାହା ଚାମର ଗୋଲ ମରିଚ, ଗୋଟିଏ କଟାଯାଇଥିବା ପିଆଜ |
| 01:55 | 4 କୋଲା ରସୁଣ, ଗୋଟିଏ କଞ୍ଚା ଲଙ୍କା, |
| 02:00 | ଅଧ ଚାହା ଚାମଚ ଲେଖାଏଁ ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ |
| 02:05 | କିଛି ଧନିଆ ପତ୍ର, 2 ଚାହା ଚାମଚ ତେଲ ଓ ସ୍ୱାଦ ଅନୁସାରେ ଲୁଣ |
| 02:11 | କଡ଼େଇରେ 1 ଚାହା ଚାମଚ ତେଲ ଗରମ କରନ୍ତୁ.
ଏଥିରେ ପିଆଜ, ରସୁଣ, ଗୋଲ ମରିଚ ଓ କଞ୍ଚା ଲଙ୍କା ପକାନ୍ତୁ |
| 02:19 | ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ.
ସେଥିରେ ଭୃଶୁଙ୍ଗା ପତ୍ର, ଧନିଆ ପତ୍ର ପକାଇ 2-3 ସେକେଣ୍ଡ ପର୍ଯ୍ୟନ୍ତ ଭାଜନ୍ତୁ |
| 02:27 | ସେଗୁଡ଼ିକୁ ଥଣ୍ଡା କରିଦିଅନ୍ତୁ ଏବଂ ଅଳ୍ପ ପାଣି ଦେଇ ବାଟିଦିଅନ୍ତୁ |
| 02:32 | ସଜନା ଛୁଇଁକୁ ସିଝାଇଦିଅନ୍ତୁ |
| 02:36 | ଗୋଟିଏ ପ୍ୟାନ୍ରେ 1 ଚାହା ଚାମଚ ତେଲ ଗରମ କରନ୍ତୁ.
ପ୍ରସ୍ତୁତ କରାଯାଇଥିବା ପେଷ୍ଟ ପକାଇ 2 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ |
| 02:42 | ଏଥିରେ ସମସ୍ତ ମସଲା ଓ ଚିକେନ୍ ପକାନ୍ତୁ.
ଏବେ, ଅଧ କପ୍ ପାଣି ପକାଇ ଭଲ ଭାବରେ ମିଶାଇଦିଅନ୍ତୁ |
| 02:50 | ଢାଙ୍କୁଣୀ ଘୋଡ଼ାଇ ଚିକେନ୍ ସିଝିବା ପର୍ଯ୍ୟନ୍ତ ରାନ୍ଧନ୍ତୁ |
| 02:53 | ସେଥିରେ ସିଝା ସଜନା ଛୁଇଁ ପକାନ୍ତୁ.
2-4 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ |
| 02:59 | ସଜନା ଛୁଇଁ ଚିକେନ୍ ତରକାରୀ ପ୍ରସ୍ତୁତ ହୋଇଗଲା |
| 03:03 | ଦ୍ୱିତୀୟ ରେସିପି ହେଉଛି "ଚିକେନ୍ ଚିନାବାଦାମ ରସୁଣ ମସଲା" |
| 03:08 | ଏଥିପାଇଁ ଆମକୁ ଦରକାର - 100 ଗ୍ରାମ୍ ଚିକେନ୍,
2 ଟେବଲ୍ ଚାମଚ ଚିନାବାଦାମ |
| 03:14 | 5 କୋଲା ରସୁଣ, ଗୋଟିଏ କଟା ଟମାଟୋ |
| 03:18 | ଗୋଟିଏ କଟା ପିଆଜ, ଅଧ ଚାହା ଚାମଚ ହଳଦୀ |
| 03:21 | 1 ଚାହା ଚାମଚ ଶୁଖିଲା ଲଙ୍କା ଗୁଣ୍ଡ |
| 03:25 | 2 ଚାହା ଚାମଚ ତେଲ ଓ ସ୍ୱାଦ ଅନୁସାରେ ଲୁଣ |
| 03:27 | ଚିନାବାଦାମ ରସୁଣ ପେଷ୍ଟ ତିଆରି କରିବା ପାଇଁ - ମଧ୍ୟମ ଆଞ୍ଚରେ, ଗୋଟିଏ କଡ଼େଇରେ ଚିନାବାଦାମକୁ ଭାଜନ୍ତୁ |
| 03:34 | ଧ୍ୟାନ ରଖିଥା’ନ୍ତୁ, ଯେପରି ଏହା ପୋଡ଼ିନଯାଏ.
ତାହାକୁ ଥଣ୍ଡା ହେବାକୁ ଦିଅନ୍ତୁ |
| 03:39 | ଚୋପା ଛଡ଼ାଇବା ପାଇଁ ନିଜ ପାପୁଲିରେ ସେଗୁଡ଼ିକୁ ରଗଡ଼ିଦିଅନ୍ତୁ |
| 03:45 | ଏବେ, ଗୋଟିଏ କଡେଇରେ 1 ଚାହା ଚାମଚ ତେଲ ଗରମ କରନ୍ତୁ ଏବଂ ସେଥିରେ ପିଆଜ, ଟମାଟୋ ଓ ରସୁଣ ପକାନ୍ତୁ.
ଟମାଟୋ ନରମ ହେବା ପର୍ଯ୍ୟନ୍ତ ଭାଜନ୍ତୁ |
| 03:54 | ତାହାକୁ ଥଣ୍ଡା ହେବାକୁ ଦିଅନ୍ତୁ.
ଥଣ୍ଡା ହେବା ପରେ, ତାହାକୁ ଚିନାବାଦାମ ସହିତ ମିଶାଇଦିଅନ୍ତୁ |
| 03:59 | ସେଥିରେ ଅଳ୍ପ ପାଣି ଦେଇ ବାଟିଦିଅନ୍ତୁ |
| 04:03 | ଗୋଟିଏ ପ୍ୟାନ୍ ରେ 1 ଚାହା ଚାମଚ ତେଲ ଗରମ କରନ୍ତୁ. |
| 04:05 | ପ୍ରସ୍ତୁତ କରାଯାଇଥିବା ପେଷ୍ଟ ପକାଇ 2 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ.
ତା’ପରେ, ମସଲା ପକାଇ ଭଲ ଭାବରେ ମିଶାଇଦିଅନ୍ତୁ |
| 04:15 | ଏଥିରେ ଚିକେନ୍ ପକାନ୍ତୁ ଏବଂ 2 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ.
ଏବେ, ଅଳ୍ପ ପାଣି ଦେଇ ଭଲ ଭାବରେ ମିଶାଇଦିଅନ୍ତୁ |
| 04:21 | ଢାଙ୍କୁଣୀ ଘୋଡ଼ାଇଦିଅନ୍ତୁ ଏବଂ ଚିକେନ୍ ସିଝିବା ପର୍ଯ୍ୟନ୍ତ ରାନ୍ଧନ୍ତୁ |
| 04:25 | ଚିକେନ୍ ଚିନାବାଦାମ ରସୁଣ ମସଲା ଏବେ ପ୍ରସ୍ତୁତ |
| 04:28 | ତୃତୀୟ ରେସିପି ହେଉଛି "ନଡ଼ିଆ ମାଛ ତରକାରୀ” |
| 04:32 | ଏଥିପାଇଁ ନିଅନ୍ତୁ - 100 ଗ୍ରାମ୍ ରୋହି ମାଛ,
ଅଧ କପ୍ କୋରା ନଡ଼ିଆ, 4ଟି ଶୁଖିଲା ଲଙ୍କା, |
| 04:38 | ଅଧ ଚାହା ଚାମଚ ହଳଦୀ ଗୁଣ୍ଡ, |
| 04:42 | 4 କୋଲା ରସୁଣ,
ଗୋଟିଏ ଛୋଟ ଲେମ୍ୱୁ ଆକାରର ତେନ୍ତୁଳି ବିଣ୍ଡା |
| 04:47 | ଗୋଟିଏ କଟା ପିଆଜ,
ଅଧ ଚାହା ଚାମଚ ଲେଖାଏଁ ମେଥି ଦାନା ଓ ଜୀରା |
| 04:51 | 1 ଚାହା ଚାମଚ ତେଲ ଓ ସ୍ୱାଦ ଅନୁସାରେ ଲୁଣ |
| 04:56 | ଯଦି ରୋହି ମାଛ ନ ମିଳେ, ତେବେ ଆପଣ ନିମ୍ନ ମଧ୍ୟରୁ ଯେକୌଣସି ମାଛ ନେଇପାରିବେ -
ମରୁଆ, ପାମ୍ପଲେଟ୍ କିମ୍ୱା ବମ୍ୱେ ଡକ୍ |
| 05:06 | ମାଛକୁ ସଫା କରିଦିଅନ୍ତୁ, 2 ଚିମୁଟା ଲୁଣ ପକାଇ 10 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ |
| 05:11 | ଶୁଖିଲା ଲଙ୍କା, ମେଥି ଦାନା, ଜୀରାକୁ ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ |
| 05:17 | ନଡ଼ିଆ, ତେନ୍ତୁଳି ଓ ରସୁଣ ସହ ମିଶାଇ ସେଗୁଡ଼ିକୁ ବାଟି ପେଷ୍ଟ କରିଦିଅନ୍ତୁ |
| 05:25 | ଗୋଟିଏ କଡ଼େଇରେ ତେଲ ପକାଇ ଗରମ କରନ୍ତୁ |
| 05:29 | ସେଥିରେ ପିଆଜ ପକାନ୍ତୁ ଏବଂ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ |
| 05:33 | ଏବେ, ପ୍ରସ୍ତୁତ କରାଯାଇଥିବା ପେଷ୍ଟ ପକାଇ 5-6 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ.
ତା’ପରେ, ମସଲା ପକାଇ ଭଲ ଭାବରେ ମିଶାଇଦିଅନ୍ତୁ |
| 05:42 | ଏଥିରେ ମେରିନେଟ୍ ହୋଇଥିବା ମାଛ ପକାନ୍ତୁ ଏବଂ 10 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ.
ନଡ଼ିଆ ମାଛ ତରକାରୀ ପ୍ରସ୍ତୁତ ହୋଇଗଲା |
| 05:49 | ଚତୁର୍ଥ ରେସିପି ହେଉଛି "ଅଣ୍ଡା ମିଶାମିଶି ପରିବା ତରକାରୀ” |
| 05:53 | ଏଥିପାଇଁ ଆମକୁ ଦରକାର, 2ଟି ସିଝା ଅଣ୍ଡା, ଫୁଲକୋବିର 2ଟି ପାଖୁଡ଼ା |
| 05:59 | ଗୋଟିଏ ମଧ୍ୟମ ଆକାରର ପିଆଜ, କଟାଯାଇଥିବା 2ଟି ଫ୍ରେଞ୍ଚ୍ ବିନ୍ସ |
| 06:02 | କଟାଯାଇଥିବା ଗୋଟିଏ ମଧ୍ୟମ ଆକାରର ଟମାଟୋ, କଟାଯାଇଥିବା ଅଧେ କ୍ୟାପ୍ସିକମ୍ |
| 06:07 | 1 ଟେବଲ୍ ଚାମଚ ରାଶି, 1 ଚାହା ଚାମଚ ଲଙ୍କା ଗୁଣ୍ଡ |
| 06:12 | ଅଧ ଚାହା ଚାମଚ ହଳଦୀ ଗୁଣ୍ଡ |
| 06:16 | 1 ଟେବଲ୍ ଚାମଚ ପୋସ୍ତକ ଦାନା, 1 ଚାହା ଚାମଚ ଗାର୍ଡେନ୍ କ୍ରେସ୍ ସୀଡ୍ ଗୁଣ୍ଡ |
| 06:21 | 1 ଚାହା ଚାମଚ ତେଲ ଓ ସ୍ୱାଦ ଅନୁସାରେ ଲୁଣ |
| 06:24 | ଗୋଟିଏ ପ୍ୟାନ୍ରେ ରାଶି ଓ ପୋସ୍ତକକୁ ଭାଜିଦିଅନ୍ତୁ.
ତାହାକୁ ଥଣ୍ଡା ହେବାକୁ ଦିଅନ୍ତୁ |
| 06:29 | ତା’ପରେ, ଗୋଟିଏ କଡ଼େଇରେ ତେଲ ଦେଇ ଟମାଟୋକୁ ଭାଜନ୍ତୁ |
| 06:35 | ଥଣ୍ଡା ହେବା ପରେ, ଗୋଟିଏ ଶିଳ କିମ୍ୱା ମିକ୍ସର୍ରେ ଟମାଟୋ, ରାଶି ଓ ପୋସ୍ତକକୁ ବାଟିଦିଅନ୍ତୁ |
| 06:41 | ଗୋଟିଏ ପ୍ୟାନ୍ରେ ତେଲ ଗରମ କରନ୍ତୁ.
ପିଆଜ ପକାନ୍ତୁ ଏବଂ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ |
| 06:48 | ଏବେ, ସେଥିରେ ଟମାଟୋ ପେଷ୍ଟ ପକାଇ 5 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ.
ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ପକାଇ ଭଲ ଭାବରେ ଘାଣ୍ଟନ୍ତୁ |
| 06:57 | ଅଳ୍ପ ପାଣି ଓ ପରିବା ପକାନ୍ତୁ |
| 07:01 | ଢାଙ୍କୁଣୀ ଘୋଡ଼ାଇ ପରିବା ସିଝିବା ପର୍ଯ୍ୟନ୍ତ ରାନ୍ଧନ୍ତୁ |
| 07:04 | ସିଝା ଅଣ୍ଡାକୁ ଦୁଇ ଖଣ୍ଡ କରିଦିଅନ୍ତୁ ଏବଂ ତରକାରୀରେ ପକାନ୍ତୁ.
ଗୋଟିଏ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ |
| 07:10 | ଅଣ୍ଡା ମିଶାମିଶି ପରିବା ତରକାରୀ ପ୍ରସ୍ତୁତ ହୋଇଗଲା |
| 07:14 | ଶେଷ ରେସିପି ହେଉଛି “ପାଳଙ୍ଗ ମାଛ ତରକାରୀ” |
| 07:19 | ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର - 2 ଖଣ୍ଡ ସାମେନ୍ (Salmon) ମାଛ |
| 07:22 | 4-5ଟି ପାଳଙ୍ଗ ପତ୍ର, |
| 07:26 | 1 ଚାହା ଚାମଚ ଲେଖାଏଁ ଲଙ୍କା ଗୁଣ୍ଡ, ଫ୍ଲାକ୍ସ ସୀଡ୍ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଲେମ୍ୱୁ ରସ ଓ ତେଲ କିମ୍ୱା ଘିଅ |
| 07:31 | ଅଧ ଚାହା ଚାମଚ ହଳଦୀ ଗୁଣ୍ଡ, କିଛି ଧନିଆ ପତ୍ର, ଗୋଟିଏ କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ |
| 07:45 | ମାଛକୁ ଧୋଇଦିଅନ୍ତୁ.
ଲୁଣ ଓ ହଳଦୀ ଗୋଳାଇ ଅଲଗା ରଖିଦିଅନ୍ତୁ |
| 07:52 | ପାଳଙ୍ଗକୁ ଭଲ ଭାବରେ ଧୋଇଦିଅନ୍ତୁ.
ଗୋଟିଏ କଡ଼େଇରେ ପାଣି ଫୁଟାନ୍ତୁ ଏବଂ ସେଥିରେ ପାଳଙ୍ଗକୁ ପକାଇ 5 ମିନିଟ୍ ପର୍ଯ୍ୟନ୍ତ ସିଝାଇଦିଅନ୍ତୁ |
| 08:01 | ପାଣିକୁ ଛାଣି ଦେଇ ତାହାକୁ ଥଣ୍ଡା ହେବାକୁ ଦିଅନ୍ତୁ.
ପାଳଙ୍ଗ, ଧନିଆ ଓ କଞ୍ଚା ଲଙ୍କାକୁ ବାଟିଦିଅନ୍ତୁ |
| 08:09 | କଡ଼େଇରେ ତେଲ କିମ୍ୱା ଘିଅ ପକାଇ ମାଛକୁ ଭାଜନ୍ତୁ |
| 08:15 | ଅନ୍ୟ ଏକ ପ୍ୟାନ୍ରେ ତେଲ କିମ୍ୱା ଘିଅ ଗରମ କରନ୍ତୁ |
| 08:22 | ସେଥିରେ ପାଳଙ୍ଗ ବଟା ଓ ଅଳ୍ପ ପାଣି ଦେଇ 5 ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ.
ତା’ପରେ, ମସଲା ପକାଇ ଭଲ ଭାବରେ ମିଶାଇଦିଅନ୍ତୁ |
| 08:30 | ଏବେ, ସେଥିରେ ଭଜା ମାଛ ପକାଇ ମସଲା ଭେଦିବା ପର୍ଯ୍ୟନ୍ତ ଫୁଟାନ୍ତୁ |
| 08:37 | ଗରମ ମସଲା ଓ ଫ୍ଲାକ୍ସ ସୀଡ୍ ଗୁଣ୍ଡ ପକାଇ 2 ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ |
| 08:42 | ଆଞ୍ଚ ବନ୍ଦ କରିଦିଅନ୍ତୁ ଏବଂ ଲେମ୍ୱୁ ରସ ପକାନ୍ତୁ.
ପାଳଙ୍ଗ ମାଛ ତରକାରୀ ପ୍ରସ୍ତୁତ ହୋଇଗଲା |
| 08:49 | ଉପରୋକ୍ତ ସମସ୍ତ ରେସିପିରେ ରହିଛି -
ପ୍ରୋଟିନ୍, |
| 08:54 | ଭିଟାମିନ୍ ବି12 |
| 08:57 | ଭଲ ଫ୍ୟାଟ୍ |
| 09:00 | ଆଇରନ୍, |
| 09:02 | ଫୋଲେଟ୍, |
| 09:04 | ପୋଟାସିୟମ୍ |
| 09:06 | ଭିଟାମିନ୍ ଏ |
| 09:08 | ଭିଟାମିନ୍ ଡି |
| 09:12 | ଜିଙ୍କ୍ |
| 09:14 | ମେଗ୍ନେସିୟମ୍ |
| 09:17 | ଏହି ପୋଷକ ତତ୍ତ୍ୱଗୁଡ଼ିକ ସାହାଯ୍ୟ କରିଥାଏ - ଶିଶୁର ବୃଦ୍ଧି ଓ ବିକାଶରେ |
| 09:22 | ମା’ଙ୍କ ଦୁଗ୍ଧ ଉତ୍ପାଦନ କରିବାରେ ଏବଂ ତାଙ୍କୁ ସୁସ୍ଥ ରଖିବାରେ |
| 09:27 | ଏଥିସହିତ ଆମେ “ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ଆମିଷ ରେସିପି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.
IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହିତ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |