Health-and-Nutrition/C2/How-to-bathe-a-newborn/Oriya
From Script | Spoken-Tutorial
|
|
00:00 | ଗୋଟିଏ ନବଜାତ ଶିଶୁକୁ କିପରି ଗାଧୋଇବେ, ତାହା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଶୁକୁ ଗାଧୋଇବା ପୂର୍ବରୁ ଓ ସମୟରେ ମା’ କିମ୍ୱା ଧାଈ ପାଇଁ ଥିବା ସୁରକ୍ଷା ପରାମର୍ଶ ବିଷୟରେ ଜାଣିବା |
00:15 | ଶିଶୁକୁ ପ୍ରଥମେ କେତେବେଳେ ଗାଧୋଇବେ?
ସ୍ପଞ୍ଜ ବାଥ୍ |
00:20 | ନିୟମିତ ଗାଧୁଆ
ପରମ୍ପରାଗତ ଗାଧୁଆ |
00:23 | ପାହାଡ଼ିଆ କିମ୍ୱା ଥଣ୍ଡା ଅଞ୍ଚଳରେ ଥିବା ଶିଶୁମାନଙ୍କ ଗାଧୁଆ ଏବଂ
କ୍ରେଡଲ୍ କ୍ୟାପ୍ |
00:32 | ନବଜାତକୁ ଗାଧୋଇବା ବିଷୟରେ ଜାଣିବା ପାଇଁ ସମସ୍ତ ନବ ଅଭିଭାବକ ଉତ୍କଣ୍ଠିତ ଥାଆନ୍ତି |
00:37 | ଶିଶୁକୁ ଗାଧୋଇବା ସମୟରେ ଅନେକ ଯତ୍ନ ନେବାକୁ ପଡ଼ିଥାଏ |
00:42 | ଗୋଟିଏ ଭୁଲ ପଦକ୍ଷେପ ନବଜାତକୁ ବହୁତ କ୍ଷତି ପହଞ୍ଚାଇପାରେ |
00:46 | ଆମେ ଆରମ୍ଭ କରିବା ପୂର୍ବରୁ, ଏହା ଜାଣିରଖିବା ଜରୁରୀ ଅଟେ ଯେ: ଗୋଟିଏ ଶିଶୁକୁ ଗାଧୋଇବା ସମୟରେ ସୁରକ୍ଷା ପରାମର୍ଶକୁ ପାଳନ କରିବାକୁ ପଡ଼ିଥାଏ |
00:54 | ମା’ କିମ୍ୱା ପରିବାର ସଦସ୍ୟ - ଶିଶୁକୁ ଧରିବା ପୂର୍ବରୁ ସର୍ବଦା ନଖ କାଟିଥିବା ଦରକାର |
01:02 | ଏବଂ ମୁଦି, ଚୁଡ଼ି କିମ୍ୱା ଘଣ୍ଟା ପିନ୍ଧି ନଥିବା ଉଚିତ |
01:07 | ଏହା, ଶିଶୁ ପ୍ରତି ଆଘାତର ସମ୍ଭାବନାକୁ ହ୍ରାସ କରିଥାଏ |
01:11 | ତେବେ, ଶିଶୁକୁ ପ୍ରଥମେ କେତେବେଳେ ଗାଧୋଇବେ? |
01:16 | ମା’, ପ୍ରସବର 48 ଘଣ୍ଟା ପରେ ଶିଶୁକୁ ସ୍ପଞ୍ଜ ବାଥ୍ ଦେବା ଆରମ୍ଭ କରିପାରିବେ |
01:22 | ମନେରଖନ୍ତୁ ଯେ, ଗର୍ଭନାଡ଼ ନ ଝଡ଼ିବା ପର୍ଯ୍ୟନ୍ତ କେବଳ ସ୍ପଞ୍ଜ ବାଥ୍ ହିଁ ଦେବା ଉଚିତ |
01:29 | ଥରେ ଗର୍ଭନାଡ଼ ଝଡ଼ିଯିବା ପରେ, ମା’ କିମ୍ୱା ପରିବାରର ଅନ୍ୟ କୌଣସି ସଦସ୍ୟ ଶିଶୁକୁ ନିୟମିତ ଭାବେ ଗାଧୋଇପାରିବେ |
01:38 | ହେଲେ, ଯଦି ଶିଶୁର ଜନ୍ମ ଓଜନ କମ ଥାଏ, ତେବେ ଶିଶୁଟି 2 କିଲୋ ନହେବା ପର୍ଯ୍ୟନ୍ତ ତାକୁ ସ୍ପଞ୍ଜ ବାଥ୍ ଦେବା ହିଁ ଉଚିତ |
01:49 | ସ୍ପଞ୍ଜ ବାଥ୍ କିପରି ଦିଆଯାଏ, ଆସନ୍ତୁ ଦେଖିବା |
01:53 | ଆରମ୍ଭ କରିବା ପୂର୍ବରୁ ଏହା ସୁନିଶ୍ଚିତ କରନ୍ତୁ ଯେ, ଝରକାଗୁଡ଼ିକ ବନ୍ଦ ଅଛି ଏବଂ ବଖରାଟି ପର୍ଯ୍ୟାପ୍ତ ଗରମ ଅଛି |
02:00 | ସ୍ପଞ୍ଜ ବାଥ୍ ଦେବା ପୂର୍ବରୁ ବହୁତ ନରମ, ସଫା ଓ ଛୋଟ କପଡ଼ାକୁ ପାଖରେ ରଖନ୍ତୁ |
02:07 | ଶିଶୁକୁ ଏକ ସୁରକ୍ଷିତ, ସମତଳ ସ୍ଥାନରେ ରଖନ୍ତୁ |
02:12 | ଚଟାଣ ସବୁଠାରୁ ସୁରକ୍ଷିତ ଅଟେ |
02:15 | ଶିଶୁକୁ କୌଣସି ଉଚ୍ଚ ସ୍ଥାନରେ ରଖନ୍ତୁ ନାହିଁ |
02:19 | ଗାଧୋଇବା ପାଇଁ ଥିବା ପାଣିର ତାପମାତ୍ରା 37 ଡିଗ୍ରୀ ସେଲସିୟସ୍ରୁ ଅଧିକ ହୋଇନଥିବା ଦରକାର |
02:26 | ମା’ ନିଜର କହୁଣୀ କିମ୍ୱା କଚଟି ବ୍ୟବହାର କରି ପାଣିର ତାପମାତ୍ରାକୁ ଯାଞ୍ଚ କରିନେବେ |
02:32 | ଗାଧୋଇବାବେଳେ, ସଫା କରିବା ପାଇଁ ପ୍ରଥମେ ସାବୁନ ପାଣିର ବ୍ୟବହାର କରନ୍ତୁ |
02:37 | ସାବୁନ ପାଣି ତିଆରି କରିବା ପାଇଁ ସର୍ବଦା ଏକ ସୌମ୍ୟ, ରଙ୍ଗହୀନ ଓ ଗନ୍ଧହୀନ ସାବୁନ କିମ୍ୱା ବେବୀ ସୋପ୍ ବ୍ୟବହାର କରନ୍ତୁ |
02:45 | ତା’ପରେ, ସଫା ପାଣିରେ ସାବୁନକୁ କାଢ଼ିଦିଅନ୍ତୁ |
02:50 | ଛୋଟ, ନରମ କପଡ଼ାକୁ ପାଣିରେ ବୁଡ଼ାନ୍ତୁ ଏବଂ ଅଧିକ ପାଣିକୁ ଚିପୁଡ଼ି କାଢ଼ିଦିଅନ୍ତୁ |
02:56 | ଏବେ, ଶିଶୁର ଆଖିକୁ ଭିତର କୋଣରୁ ବାହାରକୁ ପୋଛନ୍ତୁ |
03:02 | ସେହି ସମାନ କପଡ଼ାରେ ଶରୀରର ଅନ୍ୟ ଭାଗ ପୋଛନ୍ତୁ ନାହିଁ |
03:06 | ସର୍ବଦା ଏକ ତାଜା ଓ ନରମ କପଡ଼ା ଦ୍ୱାରା ଶରୀରର ଅଙ୍ଗ ସଫା କରନ୍ତୁ |
03:12 | ଶରୀରର କୁଞ୍ଚନ,
କାଖ, କାନ ପଛପଟ, |
03:18 | ବେକ ଚାରିପଟ,
ହାତ ଓ ଗୋଡ଼ ଆଙ୍ଗୁଠି ସନ୍ଧି ଏବଂ ଗୁପ୍ତାଙ୍ଗ ସ୍ଥାନ ମଧ୍ୟ ସଫା କରିବାକୁ ଭୁଲନ୍ତୁ ନାହିଁ |
03:25 | ଆମେ ସ୍ପଞ୍ଜ ବାଥ୍ ବିଷୟରେ ଆଲୋଚନା କରିସାରିଲେ, ଏବେ ଆସନ୍ତୁ ନିୟମିତ ଗାଧୁଆ ବିଷୟରେ ଜାଣିବା |
03:31 | ମନେରଖନ୍ତୁ, ସମସ୍ତ ସୁସ୍ଥ ଶିଶୁଙ୍କୁ ଗର୍ଭନାଡ଼ ଝଡ଼ିଯିବା ପରେ ହିଁ ନିୟମିତ ଗାଧୁଆ ଦିଆଯିବା ଉଚିତ |
03:39 | ନିୟମିତ ଗାଧୁଆ ସମୟରେ, ଯଦି ଆପଣ ଗୋଟିଏ ବାଥ୍ ଟବ୍ ବ୍ୟବହାର କରୁଥା’ନ୍ତି, ତେବେ ପ୍ରଥମେ ତାହାକୁ 2 ଇଞ୍ଚ ପର୍ଯ୍ୟନ୍ତ ସାବୁନ ପାଣିରେ ଭରିଦିଅନ୍ତୁ |
03:48 | ସାବୁନ ପାଣି ତିଆରି କରିବା ପାଇଁ ସର୍ବଦା ଏକ ସୌମ୍ୟ, ରଙ୍ଗହୀନ ଓ ଗନ୍ଧହୀନ ସାବୁନ କିମ୍ୱା ବେବୀ ସୋପ୍ ବ୍ୟବହାର କରନ୍ତୁ, ଯେପରି ପୂର୍ବରୁ ବର୍ଣ୍ଣନା କରାଯାଇଛି |
03:58 | ତାଜା ପାଣି ଥିବା ଅନ୍ୟ ଏକ ବାଥ୍ ଟବ୍ ପ୍ରସ୍ତୁତ ରଖନ୍ତୁ |
04:03 | ତା’ପରେ, ଉଭୟ ଟବ୍ରେ ଥିବା ପାଣିର ତାପମାତ୍ରାକୁ ନିଜର କହୁଣୀ ଦ୍ୱାରା ଯାଞ୍ଚ କରନ୍ତୁ |
04:09 | ପାଣିର ତାପମାତ୍ରା ସହ ସନ୍ତୁଷ୍ଟ ହେବା ପରେ, ଶିଶୁକୁ ବହୁ ସାବଧାନତାପୂର୍ବକ ସାବୁନ ପାଣି ଥିବା ଟବ୍ରେ ରଖନ୍ତୁ,
ତା’ ମୁଣ୍ଡକୁ ସବୁବେଳେ ଧରି ରଖିଥା’ନ୍ତୁ |
04:22 | ଶିଶୁଟି ବାଥ୍ ଟବ୍ରେ ଥିବାବେଳେ ଅତିରିକ୍ତ ପାଣି ମିଶାନ୍ତୁ ନାହିଁ |
04:27 | ଆରମ୍ଭ କରିବା ପାଇଁ, ପ୍ରଥମେ ଗନ୍ଧହୀନ ଓ ରଙ୍ଗହୀନ ବେବୀ ଶେମ୍ପୂ କିମ୍ୱା ସାବୁନ ବ୍ୟବହାର କରି ଶିଶୁର ମୁଣ୍ଡକୁ ଧୁଅନ୍ତୁ |
04:35 | ତା’ପରେ, କୋମଳ ଭାବେ ତାଜା ପାଣିରେ ସାବୁନକୁ ଧୋଇଦିଅନ୍ତୁ |
04:39 | ଏବେ, କୁଞ୍ଚନ ଓ ନିତମ୍ୱ ସମେତ ସମଗ୍ର ଶରୀରକୁ ସଫା କରନ୍ତୁ, ଯାହା ସବୁଠାରୁ ସଂକ୍ରମିତ ସ୍ଥାନ ଅଟେ |
04:47 | ଶେଷରେ, ସମଗ୍ର ଶରୀରକୁ ତାଜା ପାଣିରେ ଧୋଇଦିଅନ୍ତୁ |
04:53 | ଅନ୍ୟ ପକ୍ଷରେ - ଯଦି ମା’ କିମ୍ୱା ଧାଈ, ଶିଶୁକୁ ପରମ୍ପରାଗତ ଭାରତୀୟ ପ୍ରଣାଳୀରେ ଗାଧୋଇବାକୁ ଚାହାନ୍ତି, ତେବେ ଗୋଡ଼ଗୁଡ଼ିକୁ ପରସ୍ପର ସମାନ୍ତରାଳରେ ରଖି ଚଟାଣରେ ବସନ୍ତୁ |
05:06 | ତା’ପରେ, ଶିଶୁକୁ ନିଜ ଗୋଡ଼ରେ ରଖନ୍ତୁ |
05:09 | ଶିଶୁର ମୁଣ୍ଡ ମା’ କିମ୍ୱା ଧାଈଙ୍କ ପାଦ ଆଡ଼କୁ ରହିବା ଉଚିତ |
05:14 | ଶିଶୁର ପାଦ ମା’ କିମ୍ୱା ଧାଈଙ୍କ ତଳିପେଟ ପାଖରେ ରହିବା ଦରକାର |
05:20 | ଏବେ, ଶିଶୁଟି ଗାଧୋଇବା ପାଇଁ ସଠିକ୍ ସ୍ଥିତିରେ ଅଛି |
05:24 | ଗାଧୋଇସାରିବା ପରେ, ଶିଶୁକୁ ତୁରନ୍ତ ନରମ ଓ ସଫା ଟାୱେଲ୍ ସାହାଯ୍ୟରେ ପୋଛିଦିଅନ୍ତୁ |
05:30 | ପୂର୍ବେ ବର୍ଣ୍ଣନା କରାଯାଇଥିବା ଭଳି କୁଞ୍ଚନଗୁଡ଼ିକୁ ପୋଛିବା ଭୁଲନ୍ତୁ ନାହିଁ |
05:35 | ଟାଲକମ୍ କିମ୍ୱା ବେବୀ ପାଉଡର୍ ମଧ୍ୟ ବ୍ୟବହାର କରନ୍ତୁ ନାହିଁ |
05:40 | ବେବୀ ପାଉଡର୍, ନବଜାତଙ୍କଠାରେ ଶ୍ୱାସକ୍ରିୟା ସମସ୍ୟା ଉପୁଜାଇପାରେ |
05:45 | ଆଖିରେ ସୁରମା କିମ୍ୱା କଳା ଆଦୌ ଲଗାନ୍ତୁ ନାହିଁ |
05:49 | ସୁରମା କିମ୍ୱା କଳା ଲଗାଇଲେ, ତାହା ବିଷାକ୍ତ ହୋଇଯାଇପାରେ ଏବଂ ନବଜାତଙ୍କଠାରେ ସଂକ୍ରମଣ ହୋଇପାରେ |
05:56 | ଏହା ଜାଣିରଖିବା ଉଚିତ ଯେ, ପାହାଡ଼ିଆ କିମ୍ୱା ଥଣ୍ଡା ଅଞ୍ଚଳରେ ରହୁଥିବା ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଯତ୍ନ ନିଆଯିବା ଉଚିତ |
06:04 | ଏହିଭଳି ସ୍ଥାନରେ ଥିବା ଶିଶୁମାନଙ୍କୁ, ଗର୍ଭନାଡ଼ ଝଡ଼ିବା ପୂର୍ବରୁ ଦୈନିକ ସ୍ପଞ୍ଜ ବାଥ୍ ଦିଆଯାଇପାରେ |
06:11 | ହେଲେ, ଶିଶୁକୁ ପୋଛିବାର ତୁରନ୍ତୁ ପରେ, ମା’ କିମ୍ୱା ଧାଈ ଶିଶୁକୁ ଚର୍ମ ସ୍ପର୍ଶ ଦେବା ଦରକାର |
06:20 | ଏହା, ଶିଶୁଠାରେ ନିମ୍ନ ଶରୀର ତାପମାତ୍ରାର ଆଶଂକାକୁ ହ୍ରାସ କରିବ |
06:25 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ସପ୍ତାହକୁ ଦୁଇଥର ଶେମ୍ପୂ କରାଯିବା ଉଚିତ |
06:30 | ଦୈନିକ ଶେମ୍ପୂ କରନ୍ତୁ ନାହିଁ, ଏହା ଖପୁରୀକୁ ଶୁଖାଇଦେବ |
06:35 | ଶିଶୁର ଖପୁରୀରେ ଚୋପା ଛଡ଼ା ଦାଗ ବା ବଡ଼ା ଭଳି ହୋଇଯାଇପାରେ, ଏହାକୁ କ୍ରେଡଲ୍ କ୍ୟାପ୍ କୁହାଯାଏ |
06:45 | ଏହି ଦାଗ ବା ବଡ଼ା ଚାରିପଟେ ଲାଲିମା ଦେଖାଦେଇପାରେ |
06:50 | ଧ୍ୟାନ ଦିଅନ୍ତୁ ଯେ, କ୍ରେଡଲ୍ କ୍ୟାପ୍କୁ ନେଇ ଚିନ୍ତା କରିବାର କିଛି ନାହିଁ |
06:54 | ତାହା ନିଜକୁ ନିଜେ ଚାଲିଯିବ, ଚିକିତ୍ସାର କୌଣସି ଆବଶ୍ୟକତା ନାହିଁ |
06:59 | ଚୋପାଗୁଡ଼ିକୁ ନରମ କରିବା ପାଇଁ ବେବୀ ଅଏଲ୍ ସାହାଯ୍ୟ କରିପାରେ |
07:04 | ତେଲ ଲଗାଇବା ସମୟରେ, ଚୋପାଗୁଡ଼ିକରେ କେବଳ ଅଳ୍ପ ପରିମାଣ ଘଷନ୍ତୁ |
07:09 | ଅଧିକ ତେଲ ସେହି ଅବସ୍ଥାକୁ ଆହୁରି ଖରାପ କରିଦେଇପାରେ |
07:12 | ତା’ପରେ, ଘଣ୍ଟେ-ଦୁଇ ଘଣ୍ଟା ମଧ୍ୟରେ ଏକ ହାଲୁକା ଲୁହ-ମୁକ୍ତ ବେବୀ ଶେମ୍ପୂ ସାହାଯ୍ୟରେ ଶିଶୁର ଚୁଟିକୁ ଧୋଇଦିଅନ୍ତୁ |
07:20 | ଧୋଇବାର ଘଣ୍ଟେ ପରେ, ଅଧିକ ଗଠନକୁ ଏଡ଼ାଇବା ପାଇଁ ନରମ ଭାବରେ ଚୋପାଗୁଡ଼ିକୁ ବ୍ରଶ୍ କରି ବାଢ଼ିଦିଅନ୍ତୁ |
07:27 | କେବେବି ଚୋପାଗୁଡ଼ିକୁ ଟାଣିକରି କାଢ଼ନ୍ତୁ ନାହିଁ, ଏହା ଖପୁରୀରେ ଖଣ୍ଡିଆ କରିଦେବ ଓ ଅଧିକ ସଂକ୍ରମଣ ହେବ |
07:33 | ଏଥିସହିତ ଆମେ "ନବଜାତକୁ କିପରି ଗାଧୋଇବେ" ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |