Linux-AWK/C2/Basics-of-Single-Dimensional-Array-in-awk/Oriya
| |
|
| 00:01 | ବନ୍ଧୁଗଣ, AWKରେ "ବେସିକ୍ସ ଅଫ୍ ସିଙ୍ଗଲ୍ ଡାଇମେନସନଲ୍ ଆରେ” ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା - AWKରେ “ଆରେ" |
| 00:12 | “ଆରେ ଏଲେମେଣ୍ଟସ୍” ଆସାଇନ୍ କରିବା |
| 00:15 | ଅନ୍ୟ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଆରେଗୁଡ଼ିକଠାରୁ ଏହା କିପରି ଭାବରେ ଭିନ୍ନ ଏବଂ ଗୋଟିଏ “ଆରେ”ର “ଏଲେମେଣ୍ଟସ୍” ଦେଖିବା |
| 00:23 | ଏହାକୁ ଆମେ କେତେକ ଉଦାହରଣ ମାଧ୍ୟମରେ କରିବା |
| 00:26 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ଏବଂ Gedit Text Editor 3.20.1 ବ୍ୟବହାର କରୁଛି |
| 00:38 | ହେଲେ, ଆପଣ ନିଜ ପସନ୍ଦର Text Editor ବ୍ୟବହାର କରିପାରିବେ |
| 00:42 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣ, ଏହି ୱେବ୍ ସାଇଟ୍ରେ ଥିବା ପୂର୍ବ AWK ଟ୍ୟୁଟୋରିଆଲଗୁଡ଼ିକ ବିଷୟରେ ଜାଣିଥିବା ଦରକାର |
| 00:49 | ଆପଣଙ୍କ ପାଖରେ C କିମ୍ୱା C++ ଭଳି ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ର ମୌଳିକ ଜ୍ଞାନ ଥିବା ଉଚିତ |
| 00:56 | ଯଦି ନାହିଁ, ତେବେ ଆମ ୱେବ୍ ସାଇଟ୍ରେ ଥିବା ସମ୍ୱନ୍ଧିତ ଟ୍ୟୁଟୋରିଆଲଗୁଡ଼ିକୁ ଦେଖନ୍ତୁ |
| 01:02 | ଏହି ଟ୍ୟୁଟୋରିଆଲ୍ ପେଜ୍ରେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ ଫାଇଲ୍ ଗୁଡ଼ିକ ଉପଲବ୍ଧ ଅଛି.
ଦୟାକରି ସେଗୁଡ଼ିକୁ ଡାଉନଲୋଡ୍ କରି ଏକ୍ସଟ୍ରାକ୍ଟ କରନ୍ତୁ |
| 01:11 | AWKରେ ଏକ “ଆରେ” କ’ଣ?
ସମ୍ପର୍କିତ “ଏଲେମେଣ୍ଟ”ଗୁଡ଼ିକୁ ଷ୍ଟୋର୍ କରିବା ପାଇଁ AWK "ଆରେ” କୁ ସପୋର୍ଟ କରିଥାଏ |
| 01:18 | "ଏଲେମେଣ୍ଟସ୍” ଏକ ସଂଖ୍ୟା କିମ୍ୱା ଏକ ଷ୍ଟ୍ରିଙ୍ଗ୍ ହୋଇପାରେ |
| 01:21 | AWKରେ ଥିବା ଆରେ ହେଉଛି "ଆସୋସିଏଟିଭ୍" |
| 01:24 | ଏହାର ଅର୍ଥ ହେଉଛି, ପ୍ରତ୍ୟେକ "ଆରେ ଏଲେମେଣ୍ଟ” ଏକ "ଇଣ୍ଡେକ୍ସ-ଭାଲ୍ୟୁ ପେୟାର୍” ଅଟେ |
| 01:29 | ଅନ୍ୟ ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ରେ ଥିବା "ଆରେ” ସହିତ ଏହା ବହୁତ ସମାନ ଜଣାପଡ଼େ |
| 01:33 | କିନ୍ତୁ ସେଥିରେ କିଛି ମହତ୍ତ୍ୱପୂର୍ଣ୍ଣ ପ୍ରଭେଦ ଅଛି |
| 01:36 | ପ୍ରଥମେ, ଏହାକୁ ବ୍ୟବହାର କରିବା ପୂର୍ବରୁ ଆମକୁ ଏକ "ଆରେ” ଘୋଷଣା କରିବାର ଆବଶ୍ୟକତା ନାହିଁ |
| 01:41 | “ଆରେ” କେତୋଟି “ଏଲେମେଣ୍ଟସ୍” ରଖିବ, ତାହା ମଧ୍ୟ ନିର୍ଦ୍ଦିଷ୍ଟ କରିବା ଦରକାର ନାହିଁ |
| 01:47 | ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ରେ, “ଆରେ ଇଣ୍ଡେକ୍ସ” ହେଉଛି ସାଧାରଣତଃ ଏକ ପଜିଟିଭ୍ ଇଣ୍ଟେଜର୍ |
| 01:52 | ସାଧାରଣତଃ, ଇଣ୍ଡେକ୍ସ ଆରମ୍ଭ ହୋଇଥାଏ 0ରୁ, ତା’ପରେ 1, ତା’ପରେ 2 ଓ ଏହିପରି ଭାବେ ଚାଲେ |
| 01:58 | କିନ୍ତୁ AWKରେ, "ଇଣ୍ଡେକ୍ସ” ଯାହାକିଛି ବି ହୋଇପାରେ - କୌଣସି ସଂଖ୍ୟା କିମ୍ୱା ଏକ ଷ୍ଟ୍ରିଙ୍ଗ୍ |
| 02:03 | AWKରେ ଏକ “ଆରେ ଏଲେମେଣ୍ଟ” ଆସାଇନ୍ କରିବାର ଏହା ହେଉଛି ସିଣ୍ଟାକ୍ସ.
“ଆରେ ନେମ୍” ଯେକୌଣସି ବୈଧ ଭେରିଏବଲ୍ ନାମ ହୋଇପାରେ |
| 02:11 | ଏଠାରେ, "ଇଣ୍ଡେକ୍ସ” ଏକ "ଇଣ୍ଟେଜର୍” କିମ୍ୱା ଏକ "ଷ୍ଟ୍ରିଙ୍ଗ୍” ହୋଇପାରେ |
| 02:16 | "ଷ୍ଟ୍ରିଙ୍ଗସ୍"କୁ ଡବଲ୍ କୋଟ୍ସ ଭିତରେ ଲେଖିବାକୁ ହେବ, ତାହା ଅବା "ଇଣ୍ଡେକ୍ସ” ନାମ ହୋଇଥାଉ କିମ୍ୱା ଏକ "ଭାଲ୍ୟୁ” ହୋଇଥାଉ |
| 02:23 | ଚାଲନ୍ତୁ ଏହାକୁ ଏକ ଉଦାହରଣ ସହ ବୁଝିବା |
| 02:27 | ମୁଁ, କୋଡ୍କୁ ଆଗରୁ ଲେଖିସାରିଛି ଏବଂ array_intro.awk ଭାବରେ ସେଭ୍ କରିସାରିଛି |
| 02:34 | ସେହି ଫାଇଲ୍, ପ୍ଲେୟର୍ ତଳେ ଥିବା "କୋଡ୍ ଫାଇଲ୍ସ” ଲିଙ୍କରେ ଉପଲବ୍ଧ ଅଛି.
ଦୟାକରି ତାହାକୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ |
| 02:41 | ଏଠାରେ ମୁଁ, ସପ୍ତାହର ଦିନଗୁଡ଼ିକୁ ଏକ ଉଦାହରଣ ଭାବରେ ନେଇଛି ଏବଂ BEGIN Section ଭିତରେ ତାହାକୁ ଲେଖିଛି |
| 02:48 | ଏଠାରେ, "ଆରେ"ର ନାମ ହେଉଛି "Day” |
| 02:52 | "ଇଣ୍ଡେକ୍ସ"କୁ 1 ଭାବରେ ଏବଂ ଭାଲ୍ୟୁକୁ Sunday ଭାବରେ ମୁଁ ସେଟ୍ କରିଛି |
| 02:57 | ଏହି "ଆରେ ଏଲେମେଣ୍ଟ"ରେ, ମୁଁ ଗୋଟିଏ "ଷ୍ଟ୍ରିଙ୍ଗ୍"କୁ "ଇଣ୍ଡେକ୍ସ” ଭାବେ ବ୍ୟବହାର କରିଛି.
ତେଣୁ, "ଇଣ୍ଡେକ୍ସ ଫର୍ଷ୍ଟ” ପାଇଁ ଭାଲ୍ୟୁ ହେଉଛି Sunday |
| 03:06 | ସମଗ୍ର "ଆରେ” ସେହିଭଳି ନିର୍ମିତ ହୋଇଛି |
| 03:10 | ଏଠାରେ ଦେଖନ୍ତୁ, "ଆରେ ଏଲେମେଣ୍ଟ” ଶୃଙ୍ଖଳାରେ ନାହିଁ.
ମୁଁ, Day Three ପୂର୍ବରୁ Day Four ଘୋଷିତ କରିଛି |
| 03:18 | AKW ଆରେଜ୍ରେ, ଇଣ୍ଡେକ୍ସ ଶୃଙ୍ଖଳାତ୍ମକ ଶୈଳୀରେ ରହିବାର ଆବଶ୍ୟକତା ନାହିଁ |
| 03:23 | "ଆସୋସିଏଟିଭ୍ ଆରେ”ର ଲାଭ ହେଉଛି ଯେ, ଯେକୌଣସି ସମୟରେ ନୂଆ ପେୟାର୍କୁ ଯୋଡ଼ିହେବ |
| 03:29 | ମୁଁ "ଆରେ"ରେ Day 6 ଯୋଡୁଛି |
| 03:33 | ଶେଷ ଲାଇନ୍ ଶେଷରେ କର୍ସର୍କୁ ରଖନ୍ତୁ ଏବଂ Enter ଦାବନ୍ତୁ.
ତା’ପରେ ନିମ୍ନଲିଖିତ ଟାଇପ୍ କରନ୍ତୁ |
| 03:42 | ଫାଇଲ୍କୁ ସେଭ୍ କରନ୍ତୁ |
| 03:44 | ଆମେ "ଆରେ"କୁ ଘୋଷିତ କଲେ.
କିନ୍ତୁ, ଆମେ କିପରି ଭାବେ "ଆରେ ଏଲେମେଣ୍ଟ"କୁ ଉଲ୍ଲେଖ କରିବା? |
| 03:49 | ଗୋଟିଏ ନିର୍ଦ୍ଦିଷ୍ଟ "ଇଣ୍ଡେକ୍ସ"ଠାରେ ଏକ "ଏଲେମେଣ୍ଟ"କୁ ଉଲ୍ଲେଖ କରିବା ପାଇଁ ସ୍କ୍ୱେର୍ ବ୍ରାକେଟ୍ ମଧ୍ୟରେ "ଆରେନେମ୍” ଓ "ଇଣ୍ଡେକ୍ସ” ଲେଖନ୍ତୁ.
ଚାଲନ୍ତୁ, ଏହା କରି ଦେଖିବା |
| 03:58 | ପୁଣିଥରେ କୋଡ୍କୁ ଯାଆନ୍ତୁ |
| 04:01 | ବନ୍ଦ କର୍ଲୀ ବ୍ରେସ୍ ସାମ୍ନାରେ କର୍ସର୍କୁ ରଖନ୍ତୁ |
| 04:05 | Enter ଦାବନ୍ତୁ ଏବଂ ଟାଇପ୍ କରନ୍ତୁ print ସ୍ପେସ୍ day ସ୍କ୍ୱେର୍ ବ୍ରାକେଟ୍ ମଧ୍ୟରେ 6 |
| 04:13 | କୋଡ୍କୁ ସେଭ୍ କରନ୍ତୁ |
| 04:15 | Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ |
| 04:20 | cd କମାଣ୍ଡ ବ୍ୟବହାର କରି Code Files ଡାଉନଲୋଡ୍ ଓ ଏକ୍ସଟ୍ରାକ୍ଟ କରିଥିବା ଫୋଲ୍ଡର୍ କୁ ଯାଆନ୍ତୁ |
| 04:27 | ଏବେ ଟାଇପ୍ କରନ୍ତୁ awk ସ୍ପେସ୍ ହାଇଫେନ୍ ସ୍ମଲ୍ f ସ୍ପେସ୍ array_intro.awk
Enter ଦାବନ୍ତୁ |
| 04:38 | ଦେଖନ୍ତୁ, ଆମେ ଆଉଟପୁଟ୍ ଭାବେ Friday ପାଇଲେ |
| 04:42 | ତା’ପରେ ଆମେ, ଏକ ନିର୍ଦ୍ଦିଷ୍ଟ ଇଣ୍ଡେକ୍ସଠାରେ ଏକ “ଆରେ”ରେ କୌଣସି “ଏଲେମେଣ୍ଟ” ବିଦ୍ୟମାନ ଅଛି କି ନାହିଁ ଯାଞ୍ଚ କରିବା |
| 04:48 | ଏଥିପାଇଁ ଆମକୁ, in operator ବ୍ୟବହାର କରିବାକୁ ହେବ. ଚାଲନ୍ତୁ ଏହାକୁ ଏକ ଉଦାହରଣ ସହ ବୁଝିବା |
| 04:55 | ଏଡିଟର୍ ୱିଣ୍ଡୋରେ ଥିବା କୋଡ୍କୁ ଯାଆନ୍ତୁ. |
| 04:59 | print statement ଶେଷରେ କର୍ସର୍କୁ ରଖନ୍ତୁ ଏବଂ Enter ଦାବନ୍ତୁ.
ତା’ପରେ. ଦେଖାଯାଇଥିବା ଅନୁସାରେ ଟାଇପ୍ କରନ୍ତୁ |
| 05:09 | କୋଡ୍କୁ ସେଭ୍ କରନ୍ତୁ |
| 05:11 | ଏବେ, ମୁଁ ଦୁଇଟି if conditions ଯୋଡ଼ିଛି |
| 05:15 | ପ୍ରଥମ if condition, Dayରେ Index Two ଅଛି କି ନାହିଁ, ଯାଞ୍ଚ କରିବ |
| 05:21 | ଯଦି ହଁ, ତେବେ ଅନୁରୂପୀ "ପ୍ରିଣ୍ଟ ଷ୍ଟେଟମେଣ୍ଟ” ନିଷ୍ପାଦିତ ହେବ |
| 05:26 | ତା’ପରେ ଦ୍ୱିତୀୟ condition, Dayରେ Index Seven ଅଛି କି ନାହିଁ, ଯାଞ୍ଚ କରିବ.
ଯଦି ତାହା ସତ୍ୟ ହୋଇଥାଏ, ତେବେ ତାହା print statementକୁ ନିଷ୍ପାଦିତ କରିବ |
| 05:35 | ଯେପରି ଆମେ ଦେଖିପାରୁଛେ, "ଆରେ"ରେ Index Two ଅଛି, Seven ନୁହେଁ.
ଆଉଟପୁଟ୍କୁ ଯାଞ୍ଚ କରିବା ପାଇଁ ଚାଲନ୍ତୁ ଏହି ଫାଇଲ୍କୁ ନିଷ୍ପାଦନ କରିବା |
| 05:44 | ଟର୍ମିନଲ୍କୁ ଯାଆନ୍ତୁ. ପୂର୍ବରୁ ନିଷ୍ପାଦିତ ହୋଇଥିବା କମାଣ୍ଡ ପାଇବା ପାଇଁ "ଅପ୍ ଆରୋ” କୀ’ ଦାବନ୍ତୁ |
| 05:51 | ନିଷ୍ପାଦନ କରିବା ପାଇଁ Enter ଦାବନ୍ତୁ |
| 05:54 | ଆମେ, ଆଶାନୁରୂପ ଆଉଟପୁଟ୍ ପାଇବା |
| 05:57 | ଆମେ ଏବେ, କୋଡ୍ରେ କିଛି ଅଧିକ ପରିବର୍ତ୍ତନ କରିବା.
ଦେଖାଯାଇଥିବା ଭଳି କୋଡ୍କୁ ଅପଡେଟ୍ କରନ୍ତୁ |
| 06:04 | Day Conditionରେ 7 ତଳେ, ମୁଁ ଆଉ ଗୋଟିଏ Condition ଯୋଡ଼ିଦେଇଛି |
| 06:09 | ଏହା, Index Sevenର ଭାଲ୍ୟୁ ନଲ୍ କି ନୁହେଁ, ତାହା ଯାଞ୍ଚ କରିବ |
| 06:14 | ଯଦି ସତ୍ୟ ହୋଇଥିବ, ତେବେ Index 7 is not null ପ୍ରିଣ୍ଟ ହେବ |
| 06:18 | ଆମେ ଜାଣିଛେ ଯେ, ଆମ ପାଖରେ 7 ସହିତ କୌଣସି Index ନାହିଁ, ତେଣୁ ଏହା କିଛି ପ୍ରିଣ୍ଟ କରିବ ନାହିଁ |
| 06:24 | ତା’ପରେ ଆମେ, Dayରେ Condition 7ର print statement ବଦଳାଇବା |
| 06:30 | କୋଡ୍କୁ ସେଭ୍ କରନ୍ତୁ.
କୋଡ୍ ନିଷ୍ପାଦନ କଲେ କ’ଣ ହେଉଛି, ଚାଲନ୍ତୁ ଦେଖିବା |
| 06:35 | ଟର୍ମିନଲ୍କୁ ଯାଆନ୍ତୁ.
ପୂର୍ବରୁ ନିଷ୍ପାଦିତ ହୋଇଥିବା କମାଣ୍ଡ ପାଇବା ପାଇଁ "ଅପ୍ ଆରୋ” କୀ’ ଦାବନ୍ତୁ |
| 06:43 | ନିଷ୍ପାଦନ କରିବା ପାଇଁ Enter ଦାବନ୍ତୁ |
| 06:46 | ଆମକୁ ଏକ ଅପ୍ରତ୍ୟାଶିତ ଆଉଟପୁଟ୍ ମିଳିଲା |
| 06:49 | ଷ୍ଟେଟମେଣ୍ଟ, Index 7 is prsent after null comparison ପ୍ରିଣ୍ଟ ହେଲା.
ଏହା କିପରି ସମ୍ଭବ ହେଲା? |
| 06:57 | ଯେତେବେଳେ ଆମେ ଲେଖୁ, day[7] not equal to null, ସେତେବେଳେ ଆମେ index 7ରେ ଥିବା elementକୁ ଆକ୍ସେସ୍ କରିବା ପାଇଁ ଚେଷ୍ଟା କରିଥାଉ |
| 07:04 | ଏହି ଆକେସ୍ ନିଜେ ହିଁ ପ୍ରଥମେ Index 7ରେ ଏକ ଏଲେମେଣ୍ଟ ତିଆରି କରିବ ଏବଂ ଭାଲ୍ୟୁ null ସହିତ ଏହାକୁ ଇନିଶିଆଲାଇଜ୍ କରିବ |
| 07:12 | ତା’ପରେ ଆମେ, ପ୍ରକୃତରେ Index 7ରେ କୌଣସି "ଏଲେମେଣ୍ଟ” ଅଛି କି ନାହିଁ ଦେଖିବା ପାଇଁ ଚେଷ୍ଟା କରିଥାଉ |
| 07:18 | Null Element ପୂର୍ବରୁ ତିଆରି ହୋଇସାରିଥିବାରୁ, Null କମ୍ପାରିଜନ୍ ପରେ Index 7 ଅଛି ବୋଲି ଆଉଟପୁଟ୍ ଦେଖାଇଥାଏ |
| 07:26 | ତେଣୁ, ଏହାକୁ ମନେରଖନ୍ତୁ -
ଏକ "ଏଲେମେଣ୍ଟ"ର ଉପସ୍ଥିତି ଯାଞ୍ଚ କରିବା ପାଇଁ Day at Index 7 not equal to Null ହେଉଛି ଏକ ଭୁଲ ମାର୍ଗ |
| 07:34 | ଏହା, Index 7ରେ ଏକ Null Element ତିଆରି କରିବ |
| 07:38 | ଏହା ବଦଳରେ ଆମକୁ, in operator ବ୍ୟବହାର କରିବାକୁ ହେବ |
| 07:41 | ଏହା, "ଆରେ"ରେ କୌଣସି ଅତିରିକ୍ତ "ଏଲେମେଣ୍ଟ” ତିଆରି କରିବ ନାହିଁ.
ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. |
| 07:50 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ - AWKରେ “ଆରେ" |
| 07:54 | “ଆରେ ଏଲେମେଣ୍ଟସ୍” ଆସାଇନ୍ କରିବା |
| 07:56 | ଅନ୍ୟ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ଗୁଡ଼ିକରେ ଥିବା ଆରେଗୁଡ଼ିକଠାରୁ ଏହା କିପରି ଭାବରେ ଭିନ୍ନ |
| 08:00 | ଗୋଟିଏ “ଆରେ”ର “ଏଲେମେଣ୍ଟସ୍” ଦେଖିବା |
| 08:03 | ଏକ ଆସାଇନମେଣ୍ଟ ଭାବେ - ଏକ Array FlowerColor ପରିଭାଷିତ କରନ୍ତୁ |
| 08:07 | ଫୁଲଗୁଡ଼ିକର ନାମ ଇଣ୍ଡେକ୍ସ ହେବ |
| 08:10 | ଫୁଲଗୁଡ଼ିକର ଅନୁରୂପୀ ରଙ୍ଗ ଭାଲ୍ୟୁ ହେବ |
| 08:14 | ନିଜ ପସନ୍ଦର ଯେକୌଣସି ପାଞ୍ଚୋଟି ଫୁଲ ପାଇଁ ଏଣ୍ଟ୍ରୀ ଭର୍ତ୍ତି କରନ୍ତୁ |
| 08:18 | ଚତୁର୍ଥ ଫୁଲର ରଙ୍ଗ ପ୍ରିଣ୍ଟ କରନ୍ତୁ.
"ଆରେ"ରେ "ପଦ୍ମ” ଫୁଲ ଅଛି କି ନାହିଁ, ଦେଖନ୍ତୁ |
| 08:25 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 08:33 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
ଏବଂ ପ୍ରମାଣପତ୍ର ଦିଅନ୍ତି. |
| 08:42 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ: |
| 08:46 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
| 08:50 | ସ୍ପୋକନ୍ ଟ୍ୟୁଟୋରିଆନ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 09:01 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |