Health-and-Nutrition/C2/Side-lying-hold-for-breastfeeding/Oriya
From Script | Spoken-Tutorial
Revision as of 23:46, 19 July 2019 by Indiantranslators2012 (Talk | contribs)
00:01 | ବନ୍ଧୁଗଣ, କଡ଼ କରି ଶୋଇ ସ୍ତନ୍ୟପାନ କରାଇବା ପାଇଁ ଧରିବା ସକାଶେ ଥିବା କୌଶଳର ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲ୍ରେ, ସ୍ତନ୍ୟପାନ କରିବା ପାଇଁ ଜଣେ ମା’ ଓ ତାଙ୍କର ଶିଶୁ ସକାଶେ ସଠିକ୍ ଧରିବା କୌଶଳ ଚୟନ କରିବା ବିଷୟରେ ଆମେ ଶିଖିବା |
00:13 | ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ କଡ଼ କରି ଶୋଇବା ପଦ୍ଧତିରେ କିପରି ଧରିବେ |
00:20 | ଚାଲନ୍ତୁ ଆରମ୍ଭ କରିବା. ସାରା ପୃଥିବୀରେ ମା’ମାନେ ନିଜର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ପ୍ରକାରର ଧରିବା ଉପାୟ ଅବଲମ୍ବନ କରନ୍ତି |
00:27 | ଏହା ପୂର୍ବରୁ ଗୋଟିଏ ଟ୍ୟୁଟୋରିଆଲ୍ରେ ଆଲୋଚନା କରାଯାଇଥିବା ଭଳି,
ମା’ ଓ ତାଙ୍କର ଶିଶୁ ପାଇଁ ସ୍ତନ୍ୟପାନ କରାଇବା ସକାଶେ ସେଇଟି ହେଉଛି ସବୁଠାରୁ ଭଲ ଧରିବାର କୌଶଳ, ଯେଉଁଥିରେ ଉଭୟ ମା’ ଓ ଶିଶୁ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟ ଆରାମ ଅନୁଭବ କରନ୍ତି |
00:40 | ଶିଶୁ ମା’ଙ୍କର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହୋଇପାରେ |
00:45 | ଏବଂ ଯଥେଷ୍ଟ କ୍ଷୀର ପାନ କରିଥାଏ |
00:49 | ଧରିବା ପାଇଁ କଡ଼ କରି ଶୋଇବା ଭଳି ଗୋଟିଏ ନୂଆ ପଦ୍ଧତି ବିଷୟରେ ଚାଲନ୍ତୁ ଶିଖିବା |
00:54 | ମା’ ରାତିରେ ସ୍ତନ୍ୟପାନ କରିବା ସମୟରେ ଏହି ପଦ୍ଧତିକୁ ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଏ |
00:59 | କିମ୍ବା ମା’ଙ୍କର ଅସ୍ତ୍ରୋପଚାର ଦ୍ଵାରା ଯଦି ପ୍ରସବ କରାଯାଇଥାଏ |
01:03 | କିମ୍ବା ଯେତେବେଳେ ମା’ ଥକି ଯାଇଥାନ୍ତି |
01:06 | ନିଜର ଶିଶୁକୁ ଖୁଆଇବା ପୂର୍ବରୁ, ମା’ ନିଶ୍ଚିତ ରୂପେ ନିଜ ହାତକୁ ସାବୁନ୍ ଓ ପାଣିରେ ସଫା କରିବା ସହିତ ଭଲ ଭାବେ ଶୁଖାଇବା ଆବଶ୍ୟକ |
01:14 | ତା’ପରେ ସେ ଗୋଟିଏ ଗ୍ଲାସ୍ ଫୁଟା ଯାଇ ଥଣ୍ଡା କରାଯାଇଥିବା ପାଣି ପିଇବା ଆବଶ୍ୟକ |
01:18 | ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନକୁ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ.
ତେଣୁ ସେମାନେ ପ୍ରତିଦିନ ପିଉଥିବା ପାଣିର ପରିମାଣକୁ ବୃଦ୍ଧି କରିବା ଆବଶ୍ୟକ |
01:30 | ତା’ପରେ, ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି ସେଇଟିକୁ ଅନାବୃତ କରିବା ଆବଶ୍ୟକ |
01:35 | ସେ, ସ୍ତନ ଉପରେ ବ୍ରା କିମ୍ବା ବ୍ଲାଉଜ୍ର ଚାପ ପଡ଼ୁ ନାହିଁ ବୋଲି ସୁନିଶ୍ଚିତ କରିବା ଆବଶ୍ୟକ |
01:41 | ତା’ପରେ, ସେ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି, ସେହି କଡ଼କରି ଆରାମରେ ଶୋଇ ପଡ଼ିବା ଆବଶ୍ୟକ |
01:48 | ସେ ନିଜର ମୁଣ୍ଡ ତଳେ ଗୋଟିଏ ତକିଆ ରଖିବା ଆବଶ୍ୟକ ଏବଂ ଶୋଇବା ସମୟରେ ଗଡ଼ି ନଯିବା ପାଇଁ ନିଜର ଗୋଡ଼ ମଝିରେ ଗୋଟିଏ ତକିଆ ରଖିବା ଆବଶ୍ୟକ |
01:57 | ଏହି ଛବିରେ ଥିବା ମା’ ନିଜର ଛୁଆକୁ ନିଜର ଡାହାଣ ସ୍ତନରୁ କ୍ଷୀର ଖୁଆଉଛନ୍ତି. ତେଣୁ ସେ ଡାହାଣ ପଟକୁ ମୁହଁ କରି ଶୋଇଛନ୍ତି |
02:06 | ତା’ପରେ, ଶିଶୁର ଶରୀରକୁ ସଠିକ୍ ସ୍ଥାନରେ ରଖିବା ବିଷୟରେ ଶିଖିବା |
02:12 | ଶିଶୁକୁ ମା’ଙ୍କ କଡ଼ରେ ଏପରି ରଖନ୍ତୁ, ଯେପରି ତା’ର ପେଟ ମା’ଙ୍କ ଶରୀର ଦ୍ଵାରା ସାମାନ୍ୟ ଚାପି ହୋଇ ରହିବ |
02:21 | ମା’ ଶିଶୁର ପିଠିକୁ ନିଜେ ଶୋଇଥିବା ପାର୍ଶ୍ଵର ହାତ ସାହଯ୍ୟରେ ସପୋର୍ଟ ଦେବା ଆବଶ୍ୟକ |
02:29 | ଏହି ଛବିରେ ଥିବା ମା’ ନିଜର ଶିଶୁକୁ ଡାହାଣ ହାତ ସାହାଯ୍ୟରେ ତା’ର ପିଠିକୁ ସପୋର୍ଟ ଦେଇଛନ୍ତି |
02:36 | ଶିଶୁକୁ ନିଜ ଶରୀର ସହିତ ଲାଗି କରି ରଖିବା ପାଇଁ, ମା’ ତା’ର ପଛ ପଟେ ଗୋଟିଏ ତକିଆ ରଖିପାରିବେ |
02:42 | ସେମାନଙ୍କ ମଧ୍ୟରେ ବ୍ୟବଧାନ ଯେତେ କମ୍ ହେବ, ଶିଶୁକୁ ସ୍ତନ ନିକଟରେ ପହଞ୍ଚିବା ସେତେ ସହଜ ହେବ |
02:49 | ଏବଂ ଶିଶୁକୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସହଜ ହେବ |
02:55 | ମନେରଖନ୍ତୁ- ମା’ କଦାପି ନିଜ ପିଠିକୁ ବଙ୍କା କରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ, ଏହା ଦ୍ଵାରା ଶିଶୁର ପେଟ ଏବଂ ମା’ଙ୍କ ଶରୀର ମଧ୍ୟରେ ବ୍ୟବଧାନ ବଢ଼ିଯିବ |
03:06 | ସେ ସର୍ବଦା ନିଜର ପିଠିକୁ ସିଧା ରଖିବା ଆବଶ୍ୟକ ଏବଂ ଶିଶୁକୁ ସ୍ତନ ନିକଟକୁ ଆଣିବା ଆବଶ୍ୟକ |
03:12 | ଦ୍ଵିତୀୟ ଜରୁରୀ କଥା ହେଉଛି ଶିଶୁର ସମ୍ପୂର୍ଣ୍ଣ ଶରୀରକୁ କେଉଁ ଭଳି ଧରିବେ |
03:21 | ଆପଣ ଲକ୍ଷ୍ୟ କରିଥିବେ ଯେ, ଯେତେବେଳେ ଆମେ ଖାଦ୍ୟ ଖାଇଥାଉ, ସେତେବେଳେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ଦିଗରେ ରହିଥାନ୍ତି |
03:31 | ସେହିପରି ସ୍ତନ୍ୟପାନ ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିବା ଆବଶ୍ୟକ |
03:39 | ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବାରେ ସହଜ ହୋଇଥାଏ |
03:44 | ବର୍ତ୍ତମାନ ଆମେ ଶିଶୁର ଶରୀରକୁ ଧରି ରଖିବାର ତୃତୀୟ ସୋପାନ ବିଷୟରେ ଜାଣିବା |
03:50 | ମା’ ଶିଶୁର ପିଠିକୁ ନିଜ ହାତ ଦ୍ଵାରା ସପୋର୍ଟ ଦେବା ଆବଶ୍ୟକ |
03:54 | ଅନ୍ୟଥା, ଶିଶୁକୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ |
04:01 | ତା’ପରେ ଶିଶୁର ନାକ ଓ ଥୋଡ଼ିର ଅବସ୍ଥିତି ବିଷୟରେ ଜାଣିବା |
04:07 | ଶିଶୁର ନାକ ନିପଲ୍ ସହିତ ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ |
04:13 | ଏବଂ ତା’ର ଥୋଡ଼ି ଅଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବା ଆବଶ୍ୟକ |
04:17 | ଏହା ଦ୍ଵାରା ଲାଚିଂ ସମୟରେ ଆରିଓଲାର ନିମ୍ନ ଅଂଶର ବହୁତ ଭାଗ ଶିଶୁ ପାଟିରେ ରହିଥିବା ସୁନିଶ୍ଚିତ ହୋଇଥାଏ |
04:25 | ଏବଂ ସେ ଭଲ ଭାବରେ ଅଧିକ କ୍ଷୀର ପିଇବା ପାଇଁ ନିମ୍ନ ମାଢ଼ିକୁ ବ୍ୟବହାର କରିବ |
04:32 | ଦୟାକରି ଧ୍ୟାନ ଦିଅନ୍ତୁ- ନିପଲ୍ର ଚାରିପଟେ ଥିବା ଗାଢ଼ କଳା ଅଂଶ ଆରିଓଲା ଅଟେ |
04:39 | ବର୍ତ୍ତମାନ ଶିଶୁକୁ ଭଲ ଭାବରେ ଧରାଯାଇଛି, ସ୍ତନକୁ ଧରିରଖିବା ବିଷୟରେ ଚାଲନ୍ତୁ ଜାଣିବା |
04:46 | ଖାଲିଥିବା ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ମା’ ସ୍ତନକୁ C ଆକାରର କପ୍ ଭଳି ଧରି ରଖିବା ଆବଶ୍ୟକ |
04:55 | ଏହି ଛବିରେ ଥିବା ମା’ ନିଜର ଡାହାଣ ସ୍ତନକୁ ଧରିବା ପାଇଁ ବାମ ହାତକୁ ବ୍ୟବହାର କରିବେ |
05:05 | ସ୍ତନକୁ ଧରିଥିବା ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ସିଧାରେ ରହିବା ଆବଶ୍ୟକ |
05:13 | କାହିଁକି? ଗୋଟିଏ ସରଳ ଉଦାହରଣ ବ୍ୟବହାର କରି ଚାଲନ୍ତୁ ଏହାକୁ ବୁଝିବା |
05:18 | ଆମେ ଯେତେବେଳେ ବଡ଼ା ପାଓ କିମ୍ବା ବର୍ଗର୍ ଖାଉ, ସେତେବେଳେ ଆମର ଓଠଗୁଡ଼ିକ ହରିଜଣ୍ଟାଲି ଖୋଲିଥାଏ |
05:25 | ବଡ଼ା ପାଓ କିମ୍ବା ବର୍ଗର୍ର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ତାକୁ ହରିଜଣ୍ଟାଲି ଧରିଥାଉ |
05:31 | ଏଠାରେ, ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ଓଠର ସିଧାରେ ଅଛନ୍ତି |
05:37 | ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍କୁ ଭର୍ଟିକାଲି ଧରିବା ତେବେ, ବଡ଼ ଖଣ୍ଡ ଖାଇପାରିବା ନାହିଁ |
05:44 | ସେହିପରି, ଶିଶୁର ଓଠର ଅବସ୍ଥିତିକୁ ଦେଖନ୍ତୁ.
ଏଠାରେ ଓଠଗୁଡ଼ିକ ହରିଜଣ୍ଟାଲ୍ ଅବସ୍ଥାରେ ଅଛନ୍ତି |
05:51 | ତେଣୁ ମା’ଙ୍କର ଆଙ୍ଗୁଠିଗୁଡ଼ିକ ଓ ବୁଢ଼ା ଆଙ୍ଗୁଠି ମଧ୍ୟ ସ୍ତନ ଉପରେ ହରିଜଣ୍ଟାଲି ରହିବା ଆବଶ୍ୟକ |
05:59 | ଏହା ଦ୍ଵାରା ଆରିଓଲାର ନିମ୍ନ ଅଂଶର ଗୋଟିଏ ବଡ଼ ଭାଗ ପାଟିରେ ନେବା ପାଇଁ ଶିଶୁକୁ ସହଜ ହେବ |
06:05 | ଏହା ସହିତ ଶିଶୁର ଓଠଠାରୁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ, ନିପଲ୍ଠାରୁ ତିନି ଆଙ୍ଗୁଳି ଦୂରରେ ରହିବା ଆବଶ୍ୟକ |
06:18 | ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ, ଯଦି ଆମେ ଏହାକୁ ଅତି ନିକଟରେ ଧରି ରଖିବା ତେବେ, ଆଙ୍ଗୁଠିଗୁଡ଼ିକ ବଡ଼ ଖଣ୍ଡ ନେବା ସମୟରେ ପାଟିକୁ ବାଧା ଦେବେ |
06:28 | ଯଦି ଆମେ ବହୁତ ଦୂରରେ ଧରି ରଖିବା ତେବେ, ଆମ ପାଟିରେ ଧରି ରହିବା ଭଳି ଏହା ସଠିକ ଆକାରରେ ରହିବ ନାହିଁ |
06:34 | ତେଣୁ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ଧରି ରଖିଥାଉ |
06:40 | ସେହିପରି ଶିଶୁ ପାଇଁ, ଛବିରେ ଦେଖାଯାଇଥିବା ଭଳି ନିପଲ୍ଠାରୁ ତିନି ଆଙ୍ଗୁଳି ଦୂରତା ହେଉଛି ସଠିକ୍ ଦୂରତା |
06:49 | ଏହି ଦୂରତା ସୁନିଶ୍ଚିତ କରିଥାଏ ଯେ, ଆରିଓଲାର ନିମ୍ନ ଅଂଶକୁ ଶିଶୁ ପାଟିରେ ନେବା ସମୟରେ ମା’ଙ୍କର ଆଙ୍ଗୁଠିଗୁଡ଼ିକ ବାଧା ଦେବେ ନାହିଁ |
06:58 | ମା’ କେବଳ ନିପଲ୍କୁ ଚାପିବେ ନାହିଁ, ଯାହା ଦ୍ଵାରା ବହୁତ କମ୍ କ୍ଷୀର ବାହାରି ଥାଏ |
07:05 | ଅଧିକ କ୍ଷୀର ପାଇଁ ମା’ ଆରିଓଲାର ନିମ୍ନରେ ଥିବା ବଡ଼ କ୍ଷୀରର ଧାରଗୁଡ଼ିକୁ ଚାପନ୍ତୁ |
07:12 | ଏବଂ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସ୍ତନ ସଠିକ୍ ଆକାରରେ ରହିଛି |
07:19 | ବଡ଼ା ପାଓ କିମ୍ବା ବର୍ଗର୍ର ଉଦାହରଣକୁ ଫେରିଆସନ୍ତୁ |
07:24 | ବଡ଼ା ପାଓ କିମ୍ବା ବର୍ଗର୍କୁ ସଠିକ ଭାବେ ଧରିବା ପରେ, ବଡ଼ ଖଣ୍ଡ ନେବା ପାଇଁ ଆମେ ସର୍ବଦା ଏହାକୁ ଚାପି ଧରିଥାଉ |
07:32 | ସେହିପରି, ମା’ କଡ଼ରୁ ସ୍ତନକୁ C ଆକାରରେ ଧରି ସାମାନ୍ୟ ଚାପ ଦେବା ଆବଶ୍ୟକ.
ସ୍ତନର ଗୋଟିଏ ବଡ଼ ଅଂଶ ପାଟିରେ ନେବାରେ ଏହା ସାହାଯ୍ୟ କରିବ |
07:46 | କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ କଇଁଚି ଆକାରରେ ଧରି ଚାପିବେ ନାହିଁ |
07:53 | କଇଁଚି ଆକାରରେ ଚାପିବା ଦ୍ଵାରା ସ୍ତନ ଚିମୁଟି ହେବ ଏବଂ ନିପଲ୍ ଫିଡିଂର କାରଣ ହେବ |
08:00 | ବୁଢ଼ା ଆଙ୍ଗୁଠି ଓ ଅଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଭାବେ ଚାପ ପଡ଼ୁଥିବା ମଧ୍ୟ ସୁନିଶ୍ଚିତ କରନ୍ତୁ |
08:07 | ଅନ୍ୟଥା, ନିପଲ୍ ଉପର କିମ୍ବା ତଳ ଆଡ଼କୁ ସ୍ଥାନାନ୍ତର ହୋଇଯିବ |
08:14 | ଏବଂ ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହୋଇପାରିବ ନାହିଁ |
08:19 | ବର୍ତ୍ତମାନ ଶିଶୁକୁ କଡ଼ କରି ଶୋଇ ଧରିବା ପଦ୍ଧତିରେ ଧରାଯାଇଛି ଏବଂ ସ୍ତନ୍ୟପାନ ପାଇଁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ପ୍ରସ୍ତୁତ |
08:27 | ସମାନ ସିରିଜ୍ର ଅନ୍ୟ ଭିଡିଓରେ ଶିଶୁର ସ୍ତନ ସହିତ ସଠିକ୍ ସଂଯୋଗ ହେବା ବିଷୟରେ ବର୍ଣ୍ଣନା କରାଯାଇଛି |
08:34 | ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା କ୍ଷଣି, ମା’ ନିଜ ସ୍ତନରୁ ହାତ କାଢ଼ିଦେବା ଆବଶ୍ୟକ |
08:41 | ସେ ଶିଶୁର ପିଠିକୁ ଧରିବା ଏବଂ ତାକୁ ନିଜର ନିକଟକୁ ଆଣିବା ପାଇଁ ଏହି ହାତକୁ ବ୍ୟବହାର କରିବା ଉଚିତ୍ |
08:49 | ମା’ ନିଜର ଅନ୍ୟ ହାତଟିକୁ ଶିଶୁର ପିଠିରୁ କାଢ଼ିଆଣି, ଏହା ଉପରେ 90 ଡିଗ୍ରୀରେ ଭରା ଦେଇ ଶୋଇବେ |
08:58 | ସେ ସେହି ବାହୁର କହୁଣୀକୁ ବଙ୍କା କରିବା ଆବଶ୍ୟକ. ତା’ପରେ ସେ ସେହି ହାତକୁ ତକିଆ ତଳେ ରଖିବା ଆବଶ୍ୟକ |
09:04 | ଏହି ଛବିରେ ମା’ ତାଙ୍କର ଡାହାଣ ସ୍ତନକୁ ବାମ ହାତ ସାହାଯ୍ୟରେ କାଢ଼ିଛନ୍ତି |
09:11 | ଶିଶୁର ପିଠିକୁ ଧରିବା ଏବଂ ତା’କୁ ନିଜ ଶରୀର ସହିତ ଲାଗି କରି ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରୁଛନ୍ତି |
09:19 | ଶିଶୁର ପିଠିରୁ ସେ ନିଜର ଡାହାଣ ହାତକୁ କାଢ଼ିଦେଇଛନ୍ତି |
09:22 | ସେ ଏହାକୁ ନିଜ ଶରୀର ସହିତ 90 ଡିଗ୍ରୀ କୋଣ କରି ରଖିଛନ୍ତି |
09:26 | ତାଙ୍କର ଡାହାଣ କହୁଣୀ ବଙ୍କା ହୋଇଛି |
09:29 | ତାଙ୍କର ଡାହାଣ ହାତ ତକିଆ ତଳେ |
09:33 | ପ୍ରଥମ ସ୍ତନରୁ ଖୁଆଇସାରିବା ପରେ, ଯଦି ମା’ ଅନ୍ୟ ସ୍ତନରୁ କ୍ଷୀର ଖୁଆଇବାକୁ ଚାହନ୍ତି ତେବେ, ତାଙ୍କୁ କଡ଼ ବଦଳାଇ ଶୋଇବାକୁ ପଡ଼ିବ |
09:43 | ଏହି ଛବିରେ ଥିବା ମା’ ଅନ୍ୟ ସ୍ତନରୁ କ୍ଷୀର ଖୁଆଇବା ପାଇଁ ବାମ କଡ଼କୁ ବୁଲି ଯାଇଛନ୍ତି |
09:50 | ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆସିଯାଇଛେ. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |