Health-and-Nutrition/C2/Nipple-conditions/Oriya
From Script | Spoken-Tutorial
Revision as of 23:36, 19 July 2019 by Indiantranslators2012 (Talk | contribs)
|
| |
00:01 | ବନ୍ଧୁଗଣ, ସ୍ତନ୍ୟପାନ କରାଉଥିବା ମା’ଙ୍କର ନିପଲ୍ ଅବସ୍ଥା ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ | |
00:06 | ଏହି ଟ୍ୟୁଟୋରିଆଲ୍ରେ ଆମେ ଘା କିମ୍ବା ଫାଟି ଯାଇଥିବା ନିପଲ୍ ଏବଂ | |
00:11 | ଦାବି ହୋଇଯାଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍ ବିଷୟରେ ଜାଣିବା | |
00:15 | ପ୍ରଥମ ନିପଲ୍ ଅବସ୍ଥା ହେଉଛି, ଘା କିମ୍ବା ଫାଟି ଥିବା ନିପଲ୍ | |
00:20 | ଏହି ଅବସ୍ଥାରେ ମା’ଙ୍କର ନିପଲ୍ ଫାଟି ଯାଇଥାଏ ଏବଂ ରକ୍ତ ବାହାରୁ ଥାଏ | |
00:26 | ଏହି କାରଣରୁ ନିପଲ୍ କୁଣ୍ଡେଇ ହୁଏ ଓ ଶୁଖି ଯାଇଥାଏ | |
00:30 | ବର୍ତ୍ତମାନ ଚାଲନ୍ତୁ ନିପଲ୍ରେ ଘା ହେବା କିମ୍ବା ଫାଟିଯିବାର କାରଣଗୁଡ଼ିକୁ ଆଲୋଚନା କରିବା, ଯେଉଁଗୁଡ଼ିକ ହେଉଛି - | |
00:36 | ନିପଲ୍ ଫିଡିଙ୍ଗ, | |
00:38 | ଫଙ୍ଗାଲ୍ କିମ୍ବା ବ୍ୟାକ୍ଟେରିଆ ସଂକ୍ରମଣ, | |
00:41 | ପ୍ରତ୍ୟେକ ଥର ସ୍ତନ୍ୟପାନ କରାଇବା ପରେ ସ୍ତନକୁ ସଫା କରିବା ଅଭ୍ୟାସ ଏବଂ | |
00:45 | ଟଙ୍ଗ ଟାଇ ଥିବା ଶିଶୁ ବିଷୟରେ ଆଲୋଚନା କରିବା | |
00:47 | ଚାଲନ୍ତୁ ନିପଲ୍ ଫିଡିଙ୍ଗରୁ ଆରମ୍ଭ କରିବା | |
00:50 | ସ୍ତନ ଘା ତଥା ଫାଟିବାର ମୁଖ୍ୟ ଓ ପ୍ରଥମ କାରଣ ହେଉଛି ନିପଲ୍ ଫିଡିଙ୍ଗ | |
00:56 | ନିପଲ୍ ଫିଡିଙ୍ଗ ସମୟରେ ଶିଶୁ ପାଟିର କଠିନ ସ୍ତର ସହିତ ନିପଲ୍ ଘଷି ହୋଇଥାଏ | |
01:03 | ଶିଶୁ ନିପଲ୍କୁ ଏହି କଠିନ ସ୍ତର ଓ ଜିଭ ମଧ୍ୟରେ ଚିମୁଟି ଥାଏ | |
01:08 | ଏହି ଚିମୁଟିବା ସ୍ତନ୍ୟପାନକୁ ଯନ୍ତ୍ରଣାଦାୟକ କରିଥାଏ ଏବଂ ପରିଣାମ ସ୍ଵରୂପ ଘା କିମ୍ବା ଫାଟି ଯାଇଥାଏ | |
01:17 | ସଠିକ୍ ଲାଚିଂ ନ ହେବା ଦ୍ଵାରା ନିପଲ୍ ଫିଡିଙ୍ଗ ହୋଇଥାଏ | |
01:20 | ତେଣୁ ନିପଲ୍ ଫିଡିଙ୍ଗ ଦ୍ଵାରା ହେଉଥିବା ଘା କିମ୍ବା ସ୍ତନକୁ ଫାଟିବାରୁ ରୋକିବା ପାଇଁ ସଠିକ୍ ଲାଚିଂର ମୁଖ୍ୟ ଭୂମିକା ରହିଛି | |
01:29 | ଧ୍ୟାନ ଦିଅନ୍ତୁ ଯେ, ଆମେ ଏହି ସିରିଜ୍ର ଅନ୍ୟ ଟ୍ୟୁଟୋରିଆଲ୍ରେ ସଠିକ୍ ଲାଚିଂର କୌଶଳ ବିଷୟରେ ଆଲୋଚନା କରିସାରିଛେ | |
01:37 | ମନେରଖନ୍ତୁ, ସଠିକ୍ ଲାଚିଙ୍ଗ ସମୟରେ ଘା କିମ୍ବା ଫାଟିଥିବା ନିପଲ୍ ଆଘାତ ପ୍ରାପ୍ତ ହୋଇଥାଏ | |
01:43 | ଯଦି ମା’ ସଠିକ୍ ଲାଚିଙ୍ଗ କୌଶଳକୁ ଜାରି ରଖନ୍ତି ତେବେ, ଧୀରେ ଧୀରେ ଯନ୍ତ୍ରଣା ହେବା ବନ୍ଦ ହୋଇଯାଇଥାଏ | |
01:51 | ପରବର୍ତ୍ତି ହେଉଛି ଫଙ୍ଗାଲ୍ କିମ୍ବା ବ୍ୟାକ୍ଟେରିଆ ସଂକ୍ରମଣ | |
01:56 | ଯଦି ମା’ ଫଙ୍ଗାଲ୍ କିମ୍ବା ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମିତ ହୋଇଥାନ୍ତି ତେବେ, ସେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ | |
02:03 | ତା’ପରେ ହେଉଛି, ପ୍ରତ୍ୟେକ ଥର ସ୍ତନ୍ୟପାନ କରାଇବା ପୂର୍ବରୁ ସ୍ତନକୁ ସଫା କରିବା କିଛି ମା’ଙ୍କର ଗୋଟିଏ ଅଭ୍ୟାସ | |
02:09 | ଏହା ଦ୍ଵାରା ନିପଲ୍ଗୁଡ଼ିକ ସୁଷ୍କ ହୋଇଯାଇଥାଏ | |
02:13 | ତେଣୁକରି ଏହି ଅଭ୍ୟାସକୁ ଛାଡ଼ିବା ଆବଶ୍ୟକ | |
02:16 | ମନେରଖନ୍ତୁ, ମା’ ଗାଧୋଇବା ବେଳେ କେବଳ ଥରେ ନିପଲ୍ଗୁଡ଼ିକୁ ସଫା କରିପାରିବେ | |
02:21 | ହେଲେ, ଥରେ ନିପଲ୍ ଫାଟିବା ଆରମ୍ଭ କଲେ, ମା’ ପ୍ରତ୍ୟେକ ସ୍ତନ୍ୟପାନ ପରେ ଏହାକୁ ସଫା କରିବା ଆବଶ୍ୟକ | |
02:28 | ସଫା କରି ସାରିବା ପରେ, ମା’ ନିଜର ଲୁକ୍କାୟିତ କ୍ଷୀରକୁ ଘା ଉପରେ ପ୍ରୟୋଗ କରିବା ଆବଶ୍ୟକ | |
02:32 | ଯେହେତୁ ଲୁକ୍କାୟିତ କ୍ଷୀରରେ ସଂକ୍ରମଣକୁ ଭଲ କରିବା ଓ ରୋକିବା ପାଇଁ ଉପାଦାନଗୁଡ଼ିକ ରହିଛି | |
02:39 | ତେଣୁ ଶିଶୁର ପାଟିରୁ ନିପଲ୍ ଫଟା ଦେଇ ବ୍ୟାକ୍ଟେରିଆଗୁଡ଼ିକୁ ପ୍ରବେଶ କରିବାରେ ବାଧକ ହୋଇଥାଏ | |
02:46 | ପରବର୍ତ୍ତୀ ହେଉଛି ଟଙ୍ଗ ଟାଏ ଥିବା ଶିଶୁ | |
02:50 | ଟଙ୍ଗ ଟାଏ ହେଉଛି ଗୋଟିଏ ଅବସ୍ଥା, ଯେଉଁଥିରେ ଶିଶୁର ଜିଭ, ପାଟି ଭିତର ନିମ୍ନ ଅଂଶ ସହିତ ଯୋଡ଼ି ହୋଇଯାଇଥାଏ | |
02:58 | ଏହା ବହୁତ ବିରଳ ଅଟେ | |
03:01 | ସାଧାରଣତଃ ଟଙ୍ଗ ଟାଏ ଥିବା ଶିଶୁ ନିପଲ୍ ଫିଡିଙ୍ଗ କରିଥାନ୍ତି | |
03:06 | ଯଦି ଶିଶୁଠାରେ ଟଙ୍ଗ ଟାଏ ଦେଖାଦିଏ ତେବେ, କେବଳ ସଠିକ ଲାଚିଂ ଯଥେଷ୍ଟ ହୋଇ ନ ଥାଏ, ଅସ୍ତ୍ରୋପଚାର ମଧ୍ୟ ଆବଶ୍ୟକ ହୋଇଥାଏ | |
03:16 | ତେଣୁ ଏଭଳି କ୍ଷେତ୍ରରେ ମା’ ସର୍ବଦା ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ | |
03:22 | ବର୍ତ୍ତମାନ ଚାଲନ୍ତୁ ଘା କିମ୍ବା ଫଟା ନିପଲ୍ର ଉପଚାର ବିଷୟରେ ଆଲୋଚନା କରିବା | |
03:27 | ଯଦି ଜଣେ ମା’ଙ୍କର ନିପଲ୍ରେ ଘା କିମ୍ବା ଫାଟି ଯାଇଥାଏ ତେବେ, ସ୍ଵାସ୍ଥ୍ୟକର୍ମୀ ମା’ଙ୍କର ସ୍ତନ ଓ ନିପଲ୍କୁ ପରୀକ୍ଷା କରିବା ଆବଶ୍ୟକ, | |
03:37 | ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କୁ ନିଜ ହାତ ସାହାଯ୍ୟରେ କିଛି କ୍ଷୀର କାଢ଼ିବା ପାଇଁ କୁହନ୍ତୁ | |
03:42 | ଏହା ଦ୍ଵାରା ସ୍ତନ ନରମ ହୋଇଯିବ ଏବଂ ଶିଶୁ ସହଜରେ ସଂଯୁକ୍ତ ହୋଇଯିବ | |
03:47 | ଏହା ବ୍ୟତିତ କ୍ଷୀର କାଢ଼ିବା ଦ୍ଵାରା ସଂକ୍ରମଣ, ନିପଲ୍ ଫିସର୍ ଓ ମାଷ୍ଟିଟିସ୍ ହେବାର ଭୟ ରହେ ନାହିଁ | |
03:55 | ତା’ପରେ ମା’ଙ୍କୁ ନିଜର ଶିଶୁକୁ ସ୍ତନ ସହିତ ସଠିକତାର ସହ ସଂଯୁକ୍ତ କରିବାରେ ସାହାଯ୍ୟ କରନ୍ତୁ | |
04:01 | ମନେରଖନ୍ତୁ, ବାରମ୍ବାର ସ୍ତନ୍ୟପାନ କରାଇବା ସ୍ତନରେ କ୍ଷୀର କ୍ଷରଣ ହେବାର କାରକଗୁଡ଼ିକ ମଧ୍ୟରୁ ଗୋଟିଏ | |
04:09 | ତେଣୁ ମା’ ସ୍ତନ୍ୟପାନ କରାଇବା ବନ୍ଦ କରିବା ଉଚିତ୍ ନୁହେଁ | |
04:13 | ସ୍ତନ୍ୟପାନ କରାଇବା ସମୟରେ ସେ ସେହି ପାର୍ଶ୍ଵରୁ ସ୍ତନ୍ୟପାନ କରାଇବା ଆରମ୍ଭ କରିବେ ଯେଉଁଥିରେ ଯନ୍ତ୍ରଣା କମ୍ ହୋଇଥାଏ | |
04:20 | ଯଦି ତଥାପି ସ୍ତନ୍ୟପାନ ଯନ୍ତ୍ରଣାଦାୟକ ହୁଏ ତେବେ, ନିଜ ହାତ ସାହାଯ୍ୟରେ କ୍ଷୀରକୁ କାଢ଼ି ଶିଶୁକୁ ଗୋଟିଏ ଚାମଚ କିମ୍ବା କପ୍ ସାହାଯ୍ୟରେ ପିଆଇ ପାରିବେ | |
04:32 | ପୂର୍ବରୁ ଆଲୋଚନା କରାଯାଇଥିବା ଭଳି ପ୍ରଭାବିତ ସ୍ଥାନରେ ଲୁକ୍କାୟିତ କ୍ଷୀରର କିଛି ବୁନ୍ଦା ପ୍ରୟୋଗ କରନ୍ତୁ | |
04:42 | ମନେରଖନ୍ତୁ, ଘା କିମ୍ବା ଫାଟି ଯାଇଥିବା, ଏପରିକି ସୁସ୍ଥ ନିପଲ୍ ଉପରେ ନିମ୍ନଲିଖିତ ଜିନିଷ ପ୍ରୟୋଗ କରିବେ ନାହିଁ - | |
04:49 | ସାବୁନ୍, ତେଲ, ଲୋଶନ୍, ବାମ୍ ଏବଂ ପର୍ଫ୍ୟୁମ୍ | |
04:54 | ଏଗୁଡ଼ିକରେ ପୋଡ଼ିବା କାରକ ଥାଇପାରେ | |
04:57 | ଏହା ଜଣେ ମା’ଙ୍କର ଘା କିମ୍ବା ଫାଟିଥିବା ନିପଲ୍ର ଅବସ୍ଥାକୁ ଆହୁରି ଖରାପ କରିଦେବ | |
05:03 | ପରିସ୍ଥିତି ବହୁତ ଖରାପ ହେବା କ୍ଷେତ୍ରରେ ମା’ ଡାକ୍ତର କିମ୍ବା ସ୍ଵାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ | |
05:09 | ନିପଲ୍ରେ ଘା କିମ୍ବା ଫଟାକୁ ରୋକିବା ପାଇଁ ଜନ୍ମ ପରେ ପରେ ସ୍ତନ୍ୟପାନ କରାଇବା ଆରମ୍ଭ କରିଦିଅନ୍ତୁ | |
05:15 | ସର୍ବଦା ସ୍ତନ୍ୟପାନ ସମୟରେ ଶିଶୁ ନିବିଡ଼ତାର ସହ ଲାଚ୍ ହୋଇଥିବା ସୁନିଶ୍ଚିତ କରନ୍ତୁ | |
05:22 | ଆଲୋଚନା ହେବାକୁ ଥିବା ପରବର୍ତ୍ତି ନିପଲ୍ ଅବସ୍ଥା ହେଉଛି, ଦାବି ହୋଇଯାଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍ | |
05:28 | ଦାବି ହୋଇଯାଇଥିବା ନିପଲ୍ଗୁଡ଼ିକ ଆରିଓଲା ସ୍ତରରୁ ଉପରକୁ ବାହାରି ନ ଥାଏ | |
05:33 | ଯେତେବେଳେ କି ଇନଭର୍ଟେଡ୍ ନିପଲ୍ଗୁଡ଼ିକ ସାଧାରଣତଃ ଭିତରକୁ ପଶିଯାଇଥାଏ | |
05:38 | ମା’ମାନେ ଏହି ସତ୍ୟକୁ ବୁଝିବା ଅତ୍ୟନ୍ତ ଜରୁରୀ ଅଟେ ଯେ, ସ୍ତନ୍ୟପାନ କରାଇବା ପାଇଁ ଦାବି ହୋଇଯାଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍ ଗୋଟିଏ ବାଧକ ନୁହେଁ | |
05:48 | ସଠିକ୍ ଲାଚିଂ ହେବା ସମୟରୁ ଶିଶୁ ଆରିଓଲା ସହିତ ଲାଚ୍ ହୋଇଥାଏ, ନିପଲ୍ ସହିତ ନୁହେଁ | |
05:56 | ଧ୍ୟାନ ଦିଅନ୍ତୁ ଯେ, ଦାବି ହୋଇଯାଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍ ଥିବା କ୍ଷେତ୍ରରେ, ମା’ ପ୍ରସବର ପ୍ରଥମ ସପ୍ତାହରେ ସାହାଯ୍ୟ ଆବଶ୍ୟକ କରନ୍ତି | |
06:03 | ଏହି ସମୟରେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କୁ ସଠିକ୍ ଲାଚିଂ ବିଷୟରେ ଜଣାଇବା ଆବଶ୍ୟକ | |
06:08 | ଏହା ତାଙ୍କର ଆତ୍ମବିଶ୍ଵାସକୁ ବଢ଼ାଇବ | |
06:11 | ମନେରଖନ୍ତୁ, ମାଙ୍କର ଦାବି ହୋଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍ ଥିବା କ୍ଷେତ୍ରରେ ପ୍ରଭାବଶାଳୀ ସଂଯୋଗ ପାଇଁ ଧରିବା ସକାଶେ ଉତ୍ତମ ଉପାୟଗୁଡ଼ିକ ହେଉଛି – କ୍ରସ୍ କ୍ରାଡଲ୍ ହୋଲ୍ଡ, | |
06:22 | ଫୁଟବଲ୍ ହୋଲ୍ଡ ଓ ସେମି-ରେକ୍ଲାଇନିଂ ପୋଜିଶନ୍ | |
06:26 | ପୂର୍ବ ଟ୍ୟୁଟୋରିଆଲ୍ରେ ଆଲୋଚନା ହୋଇଥିବା ଭଳି, ଯେକୌଣସି ଧରିବା କୌଶଳରେ ସବୁଠାରୁ ଜରୁରୀ କଥା ହେଉଛି, ମା’ ସ୍ତନକୁ ସଠିକ୍ ଭାବେ ଧାରଣ କରିବା | |
06:37 | ଯେଉଁଠି ଶିଶୁର ଓଠ ଓ ମା’ଙ୍କର ଆଙ୍ଗୁଠି ସମାନ ଦିଗରେ ରହିବେ | |
06:42 | ଧ୍ୟାନ ଦିଅନ୍ତୁ ଯେ, ଭୁଲ ଲାଚିଂ ନିପଲ୍ରେ ଘା ହେବାର କାରଣ ହେବ | |
06:47 | ମନେରଖନ୍ତୁ, କ୍ଷୀର ଖୁଆଇବା ବଟଲ୍ କିମ୍ବା ନିପଲ୍ ଶିଲ୍ଡ ବ୍ୟବହାର କରନ୍ତୁ ନାହିଁ | |
06:52 | ଏହା ଦ୍ଵାରା ଶିଶୁକୁ ଦାବି ହୋଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍ ଥିବା ସ୍ତନରୁ ସ୍ତନ୍ୟପାନ କରିବା କଷ୍ଟକର ହେବ | |
07:00 | ମା’ ଶିଶୁକୁ ଯଥେଷ୍ଟ ନିଜ ଶରୀରର ସ୍ପର୍ଶ ଦେବା ଆବଶ୍ୟକ | |
07:04 | ଏହା ମା’ଙ୍କ ଠାରେ ଅକ୍ସିଟୋସିନ୍ ରିଫ୍ଲେକ୍ସ୍କୁ ଷ୍ଟିମୁଲେଟ୍ କରିବାରେ ସାହାଯ୍ୟ କରିଥାଏ ଏବଂ ସ୍ତନରୁ କ୍ଷୀର ସହଜରେ ବାହାରି ଆସିଥାଏ | |
07:12 | ସର୍ବଦା ମନେରଖନ୍ତୁ, ଏହି ଅଧିକାଂଶ ନିପଲ୍ ଅବସ୍ଥାକୁ ସୁଧାରିବା ପାଇଁ ସଠିକ୍ ଲାଚିଂର ମୁଖ୍ୟ ଭୂମିକା ରହିଛି | |
07:19 | ସ୍ତନ୍ୟପାନ କରାଉଥିବା ମା’ଙ୍କର ନିପଲ୍ ଅବସ୍ଥା ଉପରେ ଥିବା ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆମେ ଆସିଯାଇଛେ | |
07:26 | ଏହି ଟ୍ୟୁଟୋରିଆଲ୍ରେ ଆମେ ଘା କିମ୍ବା ଫାଟିଥିବା | |
07:31 | ଦାବି ହୋଇଥିବା ଏବଂ ଇନଭର୍ଟେଡ୍ ନିପଲ୍ ବିଷୟରେ ଜାଣିଲେ | |
07:34 | ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି | |
07:40 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର NMEICT, MHRD ଦ୍ଵାରା ଅନୁଦାନ ପ୍ରାପ୍ତ | |
07:47 | ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ | |
07:52 | ଏହି ଟ୍ୟୁଟୋରିଆଲ୍ କୃତଜ୍ଞତା ପୂର୍ବକ WHEELS Global Foundation ଦ୍ଵାରା ଆଂଶିକ ରୂପେ ଅନୁଦାନ ପ୍ରାପ୍ତ | |
07:59 | ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ ବିଶେଷ ଅଟେ | |
08:04 | ଏହି ଟ୍ୟୁଟୋରିଆଲ୍ର ଡୋମେନ ସମୀକ୍ଷକ ଭାବେ Dr. Rupal Dalal, MD Pediatrics ଏବଂ Dr. Taru Jindal, MS Obstetrics and Gynecology ଉପସ୍ଥିତ ଅଛନ୍ତି | ଆଇଆଇଟି ବମ୍ବେ ତରଫରୁ ଆନିମେଟର୍ ଆରତି ଆନ୍ବାଲାଗନ୍ ଯୋଶୀଙ୍କ ସହିତ ମୁଁ ପୋଷଣ ବିଶେଷଜ୍ଞ ରଜନି ସାୱନ୍ତ, ଆପଣଙ୍କଠାରୁ ବିଦୟ ନେଉଛୁ. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |