Health-and-Nutrition/C2/Breast-crawl/Oriya
From Script | Spoken-Tutorial
Revision as of 23:18, 19 July 2019 by Indiantranslators2012 (Talk | contribs)
Time | Narration |
00:00 | ବନ୍ଧୁଗଣ, ବ୍ରେଷ୍ଟ କ୍ରଲ୍ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ |
00:05 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା: ବ୍ରେଷ୍ଟ କ୍ରଲ୍ କ’ଣ, |
00:10 | ବ୍ରେଷ୍ଟ କ୍ରଲ୍ ପାଇଁ ଥିବା ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବଂ |
00:13 | ବ୍ରେଷ୍ଟ କ୍ରଲ୍ର ଗୁରୁତ୍ଵ ବିଷୟରେ ଜାଣିବା |
00:18 | ଚାଲନ୍ତୁ ପ୍ରଥମେ, ବ୍ରେଷ୍ଟ କ୍ରଲ୍ କ’ଣ ଜାଣିବା? |
00:23 | ଗୋଟିଏ ଶିଶୁ ଜନ୍ମ ସମୟରୁ ହିଁ ପ୍ରାକୃତିକ ରୂପେ ସ୍ତନ୍ୟପାନ କରିବା ଜାଣିଥାଏ |
00:28 | ପ୍ରସବର ଠିକ୍ ପରେ, ଶିଶୁକୁ ମା’ର ଶୁନ୍ୟଥିବା ତଳିପେଟ ଉପରେ ରଖିବା ଦ୍ଵାରା ସେ ମା’ର ସ୍ତନକୁ ଖୋଜିପାରେ ଏବଂ ସ୍ତନ୍ୟପାନ ଆରମ୍ଭ କରିଥାଏ |
00:40 | ଏହି ସମସ୍ତ ପ୍ରକ୍ରିୟାକୁ ବ୍ରେଷ୍ଟ କ୍ରଲ୍ କୁହାଯାଏ |
00:46 | ଏହା ଧ୍ୟାନ ଦେବା କଥା ଯେ ଠିକ୍ ସମୟରେ ଜନ୍ମିତ ତଥା ସୁସ୍ଥ ଶିଶୁମାନଙ୍କ ପାଇଁ ବ୍ରେଷ୍ଟ କ୍ରଲ୍ ପ୍ରକ୍ରିୟା ପ୍ରୟୋଗ କରାଯାଇପାରେ ଯେଉଁମାନଙ୍କର ପ୍ରାକୃତିକ ଉପାୟରେ କିମ୍ବା ଅସ୍ତ୍ରୋପଚାର ଦ୍ଵାରା ପ୍ରସବ ହୋଇଥାଏ |
00:58 | ଏବଂ ଯେଉଁମାନେ ଜନ୍ମ ପରେ ଭଲ ଭାବେ କାନ୍ଦି ଥାଆନ୍ତି |
01:03 | ଜନ୍ମ ସମୟରେ କମ୍ ଓଜନ ଥିବା ଅସୁସ୍ଥ ଶିଶୁମାନଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ରଲ୍ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଏ ନାହିଁ ଯେହେତୁ ସେମାନଙ୍କ ଠାରେ ଶ୍ଵାସ ପ୍ରଶ୍ଵାସ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ଥାଏ ଯେପରି ଶ୍ଵାସରୁଦ୍ଧ ହୋଇଯିବା |
01:15 | ବର୍ତ୍ତମାନ ଆମେ ବ୍ରେଷ୍ଟ କ୍ରଲ୍ର କାର୍ଯ୍ୟକାରୀ ପ୍ରକ୍ରିୟା ବିଷୟରେ ଶିଖିବା ଏବଂ ତା’ପରେ ଏହାର ଗୁରୁତ୍ଵ ବିଷୟରେ ଜାଣିବା |
01:22 | ପ୍ରଥମେ, ପ୍ରସବ କୋଠରୀର ତାପମାତ୍ରା ପାଖାପାଖି 26 ଡିଗ୍ରୀ ସେଲସିୟସ୍ ରହିଥିବା ସୁନିଶ୍ଚିତ କରନ୍ତୁ |
01:29 | ତା’ପର କାର୍ଯ୍ୟ ହେଉଛି, ମା’ର ଶୁନ୍ୟଥିବା ତଳିପେଟ ଉପରେ ଶିଶୁକୁ ରଖି ସଫା କରିବା |
01:35 | ସମ୍ପୂର୍ଣ୍ଣ ଶରୀରକୁ ଭଲ ଭାବେ ସଫା କରିବେ, କେବଳ ହାତଗୁଡ଼ିକୁ ଗୋଟିଏ ସଫା ଓ ଶୁଖିଲା କପଡ଼ା ଦ୍ଵାରା ସଫା କରିବେ |
01:42 | ମନେରଖନ୍ତୁ ଶିଶୁର ହାତଗୁଡ଼ିକ ଓଦା ରହିବା ଉଚିତ୍ |
01:46 | ସଫା କରିବା ସମୟରେ ଶିଶୁର ତ୍ଵଚା ଉପରେ ଥିବା ସୁରକ୍ଷାତ୍ମକ ଧଳା ଆବରଣକୁ କଦାପି କାଢ଼ିବେ ନାହିଁ |
01:53 | ଏହା ଶିଶୁକୁ ଥଣ୍ଡା ଜଳବାୟୁରୁ ସୁରକ୍ଷା ପ୍ରଦାନ କରିଥାଏ |
01:56 | ଶିଶୁକୁ ସଫା କରିସାରିବା ପରେ ଓଦା କପଡ଼ାକୁ କାଢ଼ିଦିଅନ୍ତୁ |
02:01 | ଶିଶୁକୁ ଶୁଖାଇସାରିବା ପରେ, ଧାଇ ଫୁଲ ନାଡ଼ରେ ହେଉଥିବା ସ୍ପନ୍ଦନକୁ ଅନୁଭବ କରିବା ଉଚିତ୍ |
02:08 | ଏଥିରେ ସ୍ପନ୍ଦନ ବନ୍ଦ ହୋଇଗଲେ, ସେ ଫୁଲ ନାଡ଼ଟିକୁ କାଟିଦେବା ଉଚିତ୍ |
02:13 | ତା’ପରେ ଶିଶୁକୁ ନିଜ ମା’ର ଖିଲିଥିବା ତଳିପେଟ ଉପରେ ପୁଣି ଏପରି ଭାବରେ କରନ୍ତୁ ଯେପରି ଶିଶୁର ପେଟ, ମା’ର ପେଟକୁ ଛୁଇଁବ |
02:22 | ଶିଶୁର ମୁଣ୍ଡକୁ, ମା’ର ସଫା ହୋଇ ନ ଥିବା ସ୍ତନଯୁଗଳ ମଧ୍ୟରେ ରଖିବା ଉଚିତ୍ |
02:26 | ଶିଶୁର ପାଟି ତା’ର ମା’ର ସ୍ତନ ତଳେ ରହିବା ଉଚିତ୍ |
02:30 | ବର୍ତ୍ତମାନ ଶିଶୁଟି ବ୍ରେଷ୍ଟ କ୍ରଲ୍ ପାଇଁ ସଠିକ୍ ଅବସ୍ଥାରେ ରହିଛି |
02:37 | ଯେହେତୁ ଗୋଟିଏ ନବଜାତ ଶିଶୁ ପାଇଁ ଆଗକୁ ବଢ଼ିବା ଗୋଟିଏ ପ୍ରାକୃତିକ ପ୍ରବୃତ୍ତି ଅଟେ ତେଣୁ, ସେ ସହଜରେ ମା’ର ସ୍ତନ ଆଡ଼କୁ ସହଜରେ ଗୁରୁଣ୍ଡି କରି ଯିବା ଆରମ୍ଭ କରିଦେବ |
02:46 | ପରବର୍ତ୍ତି କାମ ହେଉଛି, ମା’ ଓ ଶିଶୁକୁ ଉଷୁମ୍ ରଖିବା ପାଇଁ ଉଭୟଙ୍କୁ ଏକାଠି ଗୋଟିଏ ଶୁଖିଲା କପଡ଼ା ଦ୍ଵାରା ଘୋଡ଼ାଇ ଦେବା |
02:54 | ଶିଶୁଟିକୁ ଗୋଟିଏ ଟୋପି ପିନ୍ଧାନ୍ତୁ |
02:57 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆମେ ପରବର୍ତ୍ତି ଛବିଗୁଡ଼ିକରେ ଟୋପି ଓ କପଡ଼ାକୁ ପ୍ରଦର୍ଶିତ କରିନାହୁଁ |
03:04 | ଯାହା ଦ୍ଵାରା ବ୍ରେଷ୍ଟ କ୍ରଲ୍ ସମୟରେ ଶିଶୁର ଅବସ୍ଥିତିକୁ ସଠିକତାର ସହ ନିରୀକ୍ଷଣ କରିବାରେ ସାହାଯ୍ୟ ମିଳିବ |
03:10 | ଶିଶୁଟିକୁ ଗୋଟିଏ କପଡ଼ା ଦ୍ଵାରା ଘୋଡ଼ାଇ ଦେବା ପରେ, ମା’ ନିଜ ହାତ ସାହାଯ୍ୟରେ ତାକୁ ପଛପଟୁ ସପୋର୍ଟ ଦେବା ପାଇଁ କୁହନ୍ତୁ |
03:18 | ଚାଲନ୍ତୁ ଶିଶୁର କ୍ଷମତାଗୁଡ଼ିକୁ ଆଲୋଚନା କରିବା ଯାହା ବ୍ରେଷ୍ଟ କ୍ରଲ୍ ପାଇଁ ସାହାଯ୍ୟକାରୀ ହୋଇଥାଏ |
03:24 | ପ୍ରସବ ପରେ ଶିଶୁଟି ଅତ୍ୟନ୍ତ ସତର୍କ ଏବଂ ସ୍ତନ୍ୟପାନ କରିବା ଜାଣିଥାଏ |
03:29 | ତା’ର ସଫା ହୋଇ ନ ଥିବା ହାତର ଗନ୍ଧ, ତାକୁ ଲାଳ ଗଡ଼ାଇବା ପାଇଁ ଉତ୍ତେଜିତ କରିଥାଏ |
03:35 | ଶିଶୁଟିର ଦୃଷ୍ଟିଶକ୍ତି କ୍ଷୀଣ ହୋଇଥିଲେ ମଧ୍ୟ, ସେ ନିଜ ମା’ର ମୁହଁ ଓ ଆରିଓଲାକୁ ଦେଖିପାରେ |
03:43 | ଆରିଓଲା ହେଉଛି ସ୍ତନର ଅଗ୍ରଭାଗର ଚାରିପଟେ ଥିବା ଗାଢ଼ କଳା ଅଂଶ |
03:47 | ପରିଣାମ ସ୍ଵରୂପ, ଶିଶୁଟି ନିଜର ହାତ ଓ ଗୋଡ଼କୁ ବ୍ୟବହାର କରି ଗତି କରିବା ଆରମ୍ଭ କରେ. ସେ ଧୀରେ ଧୀରେ ନିଜ ମା’ର ସ୍ତନ ଆଡ଼କୁ ଗୁରୁଣ୍ଡି କରି ଗତି କରିବା ଆରମ୍ଭ କରେ |
03:57 | ହେଲେ, କିଛି ଶିଶୁ ତୁରନ୍ତ ଗୁରୁଣ୍ଡିବା ଆରମ୍ଭ କରିଦିଅନ୍ତି ଏବଂ କେତେକଙ୍କୁ ସମୟ ଲାଗିଥାଏ |
04:04 | ସ୍ତନ ନିକଟରେ ପହଞ୍ଚିବା ପରେ, ଶିଶୁଟି ପ୍ରଥମେ ସ୍ତନକୁ ନିଜ ହାତରେ ଜାବୁଡ଼ି ଧରିବା ପାଇଁ ଚେଷ୍ଟା କରିଥାଏ |
04:12 | ଏହି ସମୟରେ ସେ ପ୍ରଥମ କରି ସ୍ତନ୍ୟପାନ ଆରମ୍ଭ ନ କରିବା ପାର୍ଯ୍ୟନ୍ତ ମା’ ଓ ଶିଶୁକୁ ସେମାନଙ୍କ କାମରେ ବାଧା ଦିଅନ୍ତୁ ନାହିଁ |
04:20 | ଉଭୟ ଧାଇ ଓ ମା’କୁ ଏହି ପ୍ରକ୍ରିୟା ସମୟରେ ଧୈର୍ଯ୍ୟ ଧରିବା ଉଚିତ୍ |
04:27 | ପ୍ରଥମ ଥର ପାଇଁ ସ୍ତନ୍ୟପାନ କରିବା ସକାଶେ ଗୋଟିଏ ଶିଶୁକୁ ମା’ର ସ୍ତନ ନିକଟରେ ପହଞ୍ଚିବା ପାଇଁ ପାଖାପାଖି 30-60 ମିନିଟ୍ ସମୟ ଲାଗିଥାଏ |
04:35 | ସ୍ତନ୍ୟପାନର ପ୍ରାରମ୍ଭିକ ଅବସ୍ଥାରେ ଶିଶୁଟି ନିଜର ମୁଖକୁ ପୂରାପୂରି ଖୋଲିବା ସହିତ ମା’ର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ କରିଥାଏ |
04:45 | ସ୍ତନ୍ୟପାନ ସରିବା ପରେ ଶିଶୁଟିକୁ ଗୋଟିଏ ଘଣ୍ଟା କିମ୍ବା କିଛି ଅଧିକ ସମୟ ପୂର୍ବାବସ୍ଥାରେ ରଖନ୍ତୁ |
04:52 | ଏହା କରିବା ଦ୍ଵାରା ମା’ ଓ ଶିଶୁ ମଧ୍ୟରେ ଆକର୍ଷଣ ବୃଦ୍ଧି ହୋଇଥାଏ |
04:58 | ହେଲେ, ଯଦି ମା’ କୌଣସି ଔଷଧ ସେବନ କରି ଥାଆନ୍ତି ତେବେ, ଦୟାକରି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ |
05:05 | ବେଳେ ବେଳେ ପ୍ରସବ ପରେ ଏପରି ହୋଇଥାଏ ଯେ, ପ୍ରସବ ପରେ ମା’ଙ୍କୁ ପ୍ରସବ କୋଠରୀରୁ ଅନ୍ୟ ଏକ କୋଠରୀକୁ ସ୍ଥାନାନ୍ତର କରାଯାଇଥାଏ |
05:13 | ଏପରି କ୍ଷେତ୍ରରେ, ମା’ଙ୍କୁ ଅନ୍ୟ ଏକ କୋଠରୀକୁ ସ୍ଥାନାନ୍ତର କରିବା ପରେ, ପୂର୍ବରୁ ଆଲୋଚନା କରାଯାଇଥିବା ଭଳି ତୁରନ୍ତ ଶିଶୁକୁ ମା’ର ତଳିପେଟରେ ରଖି ମା’ ଓ ଶିଶୁର ଚର୍ମ ସହିତ ଚର୍ମର ସ୍ପର୍ଶ କରାନ୍ତୁ |
05:29 | ବର୍ତ୍ତମାନ ଚାଲନ୍ତୁ ଅପରେସନ୍ ଦ୍ଵାରା ଜନ୍ମ ହୋଇଥିବା ଶିଶୁମାନଙ୍କର ବ୍ରେଷ୍ଟ କ୍ରଲ୍ ବିଷୟରେ ଆଲୋଚନା କରିବା |
05:35 | ଏହା କରିବା ପାଇଁ ଶିଶୁମାନଙ୍କୁ ମା’ମାନଙ୍କର ତଳିପେଟ ବ୍ୟତିତ ଛାତି ଉପରେ ରଖାଯିବା ଉଚିତ୍ ଯେପରି ଶିଶୁର ଗୋଡ଼ଗୁଡ଼ିକ ମା’ର ମୁଣ୍ଡ ଦିଗରେ ରହିବ |
05:47 | ଛାତି ଓ ପେଟ ମା’ର କାନ୍ଧ ଉପରେ ଏବଂ ପାଟି ସ୍ତନ ଉପରେ ରହିବା ଉଚିତ୍ |
05:54 | ଅପରେଶନ୍ ଥିଏଟର୍ରେ ଶିଶୁଟି ଯେତେ ସମୟ ସ୍ତନ୍ୟପାନ କରିପାରିବ ସେତେ ସମୟ ତାକୁ ଛାଡ଼ିଦିଅନ୍ତୁ |
05:59 | ମନେରଖନ୍ତୁ ପ୍ରସବର ତୁରନ୍ତ ପରେ ନବଜାତକ ପାଇଁ ଥିବା ଯେକୌଣସି ଯତ୍ନ ମଧ୍ୟରୁ ଚର୍ମ ସହିତ ଚର୍ମର ସ୍ପର୍ଶ ହେବା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଟେ |
06:09 | ଧ୍ୟାନ ଦିଅନ୍ତୁ ଯେ, ବ୍ରେଷ୍ଟ କ୍ରଲ୍ ସମ୍ପୂର୍ଣ୍ଣ ହେବା ପରେ ହିଁ ନବଜାତ ପାଇଁ ଥିବା ପ୍ରସବ ପରବର୍ତ୍ତି ଯତ୍ନ ପ୍ରଦାନ କରିବା ଉଚିତ୍ |
06:17 | ବର୍ତ୍ତମାନ ଚାଲନ୍ତୁ ନବଜାତ ଶିଶୁ ପାଇଁ ବ୍ରେଷ୍ଟ କ୍ରଲ୍ର ଗୁରୁତ୍ଵ ଉପରେ ଆଲୋଚନା କରିବା |
06:23 | ବ୍ରେଷ୍ଟ କ୍ରଲ୍, ଶିଶୁକୁ ମା’ର ପ୍ରଥମ କ୍ଷୀର ଖାଇବା ପାଇଁ ସକ୍ଷମ କରିଥାଏ, ଯାହାକୁ କୋଲଷ୍ଟ୍ରମ୍ କୁହାଯାଏ |
06:29 | ଏହା ସାମାନ୍ୟ ହଳଦିଆ ଓ ବହଳିଆ ହୋଇଥାଏ |
06:33 | ଧ୍ୟାନ ଦିଅନ୍ତୁ ଯେ, ପ୍ରସବ ପରେ ପ୍ରତ୍ୟେକ ସ୍ତନ୍ୟପାନ ପରେ କୋଲଷ୍ଟ୍ରମ୍ର ପରିମାଣ ଧୀରେ ଧୀରେ ବୃଦ୍ଧି ପାଇଥାଏ |
06:43 | ଶିଶୁ ପ୍ରଥମ ଦିନରେ 5 ମିଲିଲିଟର୍ ପାନ କରିଥାଏ, |
06:47 | ଦ୍ଵିତୀୟ ଦିନରେ 10 ମିଲିଲିଟର୍, |
06:50 | ତୃତୀୟ ଦିନରେ 25 ମିଲିଲିଟର୍, |
06:53 | ଚତୁର୍ଥ ଦିନରେ 40 ମିଲିଲିଟର୍ ଏବଂ ପଞ୍ଚମ ଦିନରେ 55 ମିଲିଲିଟର୍, ଏହିପରି ପ୍ରତ୍ୟେକ ସ୍ତନରୁ ପ୍ରତ୍ୟେକ ଥର ସ୍ତନ୍ୟପାନ ସମୟରେ ପାନ କରିଥାଏ |
07:05 | ଗୋଟିଏ ନବଜାତ ଶିଶୁ ପାଇଁ ଏହା ଯଥେଷ୍ଟ ଅଟେ |
07:09 | ତେଣୁ, ଶିଶୁଟିକୁ କୋଲଷ୍ଟ୍ରମ୍ ବ୍ୟତିତ ଅନ୍ୟ କୌଣସି ଖାଦ୍ୟ ଖୁଆଇବା ଉଚିତ୍ ନୁହେଁ |
07:15 | କୋଲଷ୍ଟ୍ରମ୍କୁ ଗୋଟିଏ ଶିଶୁ ପାଇଁ ପ୍ରଥମ ଟିକାକରଣ ଭାବେ ଗ୍ରହଣ କରାଯାଏ ଏବଂ ସଂକ୍ରମଣ ପ୍ରତିହତକାରୀ ପ୍ରୋଟିନ୍କୁ ଧାରଣ କରିଥାଏ ଯାହା ଗୋଟିଏ ଶିଶୁର ରୋଗ ପ୍ରତିରୋଧକାରୀ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ |
07:27 | ପ୍ରସବ ପରେ ଗୋଟିଏ ଶିଶୁ ପାଇଁ ଏହା ପ୍ରଥମ ଶକ୍ତିର ଉତ୍ସ ଅଟେ |
07:33 | କୋଲଷ୍ଟ୍ରମ୍, ଶିଶୁର ରକ୍ତରେ ଗ୍ଲୁକୋଜ୍ର ସ୍ତରକୁ କମ୍ ହେବାକୁ ଦିଏ ନାହିଁ |
07:37 | ଗୋଟିଏ ଶିଶୁର ଶରୀରରେ ଅନ୍ୟ ଶାରୀରିକ ପ୍ରକ୍ରିୟାକୁ କାର୍ଯ୍ୟକ୍ଷମ କରିବା ପାଇଁ ଏହା ସାହାଯ୍ୟ କରିଥାଏ |
07:42 | ଏହା ମାନସିକ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ |
07:46 | ଏହା ଶିଶୁକୁ ତା’ର ପ୍ରଥମ ମଳତ୍ୟାଗରେ ସାହାଯ୍ୟ କରିଥାଏ |
07:50 | ବ୍ରେଷ୍ଟ କ୍ରଲ୍ ପ୍ରକ୍ରିୟାରେ ମା’ ସହିତ ଚର୍ମ ସହିତ ଚର୍ମର ସ୍ପର୍ଶ ହେଉଥିବାରୁ ଶିଶୁଟି ଉଷୁମ୍ ମଧ୍ୟ ରହିଥାଏ |
07:57 | ଶିଶୁଟି ନିଜ ମା’ର ସ୍ତନ ସହିତ ନିବିଡ଼ତାର ସହ ଲାଗିରହିବା ନିଜକୁ ନିଜେ ଶିଖିଥାଏ |
08:04 | ବ୍ରେଷ୍ଟ କ୍ରଲ୍ ଦ୍ଵାରା ମା’ଙ୍କର ସୁସ୍ଥ ବ୍ୟାକ୍ଟେରିଆ ଶିଶୁଟିକୁ ସଂକ୍ରମିତ ହୋଇଥାଏ |
08:08 | ଏହି ବ୍ୟାକ୍ଟେରିଆଗୁଡ଼ିକ ଶିଶୁଟିର ଗଳା ମଧ୍ୟଦେଇ ପ୍ରବେଶ କରନ୍ତି ଏବଂ ସଂକ୍ରମଣରୁ ରକ୍ଷା କରନ୍ତି |
08:13 | ପରିଶେଷରେ ଏହା ଶିଶୁର ରୋଗ ପ୍ରତିରୋଧକାରୀ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ |
08:18 | ବ୍ରେଷ୍ଟ କ୍ରଲ୍ ମଧ୍ୟ ଗୋଟିଏ ଶିଶୁକୁ ସ୍ନେହ ଓ ସୁରକ୍ଷା ପ୍ରଦାନ କରିଥାଏ ଏବଂ ମା’ ଓ ଶିଶୁ ମଧ୍ୟରେ ଆକର୍ଷଣ ସୃଷ୍ଟି କରିଥାଏ |
08:29 | ବ୍ରେଷ୍ଟ କ୍ରଲ୍ ଦ୍ଵାରା ମା’ ମଧ୍ୟ ଉପକୃତ ହୁଅନ୍ତି |
08:34 | ଶିଶୁଟି ଗୋଡ଼ ଚାଳନା କରିବା ଦ୍ଵାରା ମା’ଙ୍କର ଗର୍ଭାଶୟ ଉପରେ ଚାପ ପଡ଼ିଥାଏ. ଏହି ଚାପ ୟୁଟେରାଇନ୍ ସଂକୁଚନ ଏବଂ ପ୍ଲାସେଣ୍ଟା ନିଶ୍କାସନରେ ସାହାଯ୍ୟ କରିଥାଏ |
08:45 | ସ୍ତନ୍ୟପାନ କରାଇବା ଦ୍ଵାରା ମା’ଙ୍କ ଶରୀରରେ ଅକ୍ସିଟୋସିନ୍ର ପରିମାଣରେ ବୃଦ୍ଧି ହୋଇଥାଏ |
08:51 | ଅକ୍ସିଟୋସିନ୍ର ପରିମାଣ ବୃଦ୍ଧି ହେବା ଦ୍ଵାରା ପ୍ଲାସେଣ୍ଟା ନିଷ୍କାସନରେ ମଧ୍ୟ ସାହାଯ୍ୟ ମିଳିଥାଏ |
08:56 | ଅତଏବ, ବ୍ରେଷ୍ଟ କ୍ରଲ୍ ରକ୍ତହୀନତାକୁ ହ୍ରାସ କରିଥାଏ ଏବଂ ମା’ମାନଙ୍କ ଠାରେ ଦେଖାଦେଉଥିବା ଆନେମିଆକୁ ପ୍ରତିହତ କରିଥାଏ |
09:03 | ଆନେମିଆ ହେଉଛି ଗୋଟିଏ ଅବସ୍ଥା, ଯେଉଁଥିରେ ଲୋହିତ ରକ୍ତ କଣିକାର ପରିମାଣ ହ୍ରାସ ହେବାକୁ ଲାଗିଥାଏ |
09:08 | ଏହା ହେବା ଦ୍ଵାରା ମା’ମାନେ ହାଲିଆ ଓ ଦୁର୍ବଳତା ଅନୁଭବ କରନ୍ତି |
09:13 | ତେଣୁ, ଉଭୟ ମା’ ଓ ଶିଶୁ ପାଇଁ ବ୍ରେଷ୍ଟ କ୍ରଲ୍ ଗୋଟିଏ ଉଚ୍ଚକୋଟୀର ପ୍ରାକୃତିକ ପ୍ରକ୍ରିୟା ଅଟେ |
09:21 | ଏହା ସହିତ ଆମେ ବ୍ରେଷ୍ଟ କ୍ରଲ୍ ଉପରେ ଥିବା ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆସିଯାଇଛେ |
09:26 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ: ବ୍ରେଷ୍ଟ କ୍ରଲ୍ କ’ଣ, |
09:30 | ବ୍ରେଷ୍ଟ କ୍ରଲ୍ ପାଇଁ ଥିବା କାର୍ଯ୍ୟକାରୀ ପ୍ରକ୍ରିୟାକୁ ଜାଣିବା ଏବଂ ବ୍ରେଷ୍ଟ କ୍ରଲ୍ର ଗୁରୁତ୍ଵ |
09:37 | ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି |
09:43 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର NMEICT, MHRD ଦ୍ଵାରା ଅନୁଦାନ ପ୍ରାପ୍ତ |
09:49 | ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
09:54 | ଏହି ଟ୍ୟୁଟୋରିଆଲ୍ କୃତଜ୍ଞତା ପୂର୍ବକ WHEELS Global Foundation ଦ୍ଵାରା ଆଂଶିକ ରୂପେ ଅନୁଦାନ ପ୍ରାପ୍ତ |
10:01 | ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ ବିଶେଷ ଅଟେ. ଏହି ଟ୍ୟୁଟୋରିଆଲ୍ର ଡୋମେନ ସମୀକ୍ଷକ ଭାବେ Dr. Rupal Dalal, MD Pediatrics ଉପସ୍ଥିତ ଅଛନ୍ତି |
10:12 | ଆଇଆଇଟି ବମ୍ବେ ତରଫରୁ ଆନିମେଟର୍ ଆର୍ଥି ଆନବାଲାଗନ୍ ସହିତ ମୁଁ ପୋଷଣ ବିଶେଷଜ୍ଞ ରଜନି ସାୱନ୍ତ, ଆପଣଙ୍କଠାରୁ ବିଦୟ ନେଉଛୁ. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |