Koha-Library-Management-System/C2/Receive-Serials/Oriya
Time | Narration |
00:01 | How to receive Serials ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ, Serials ପ୍ରାପ୍ତ କରିବା
Late Serialsର ଦାବି କରିବା Serials Expiration ଯାଞ୍ଚ କରିବା Serials ନବୀକରଣ କରିବା ଏବଂ Serials ଖୋଜିବା ବିଷୟରେ ଶିଖିବା |
00:23 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି Ubuntu Linux Operating System 16.04 ଏବଂ
Koha version 16.05 |
00:36 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣ Library Science ଜାଣିଥିବା ଉଚିତ |
00:41 | ଏହାର ଅଭ୍ୟାସ ପାଇଁ ଆପଣଙ୍କ ସିଷ୍ଟମରେ Koha ଇନଷ୍ଟଲ୍ ହୋଇଥିବା ଦରକାର |
00:47 | ତଥା Kohaରେ ଆପଣଙ୍କର Admin Access ମଧ୍ୟ ଥିବା ଆବଶ୍ୟକ |
00:51 | ଅଧିକ ବିବରଣୀ ପାଇଁ ଦୟାକରି ଏହି ୱେବସାଇଟରେ ଥିବା Koha Spoken Tutorialର ଶୃଙ୍ଖଳାକୁ ଦେଖନ୍ତୁ |
00:58 | Serials ପ୍ରାପ୍ତ କରିବା ପାଇଁ, Kohaରେ Superlibrarian Bella ଓ ତାଙ୍କର ପାସୱର୍ଡ ସହିତ ଲଗ୍-ଇନ୍ କରନ୍ତୁ |
01:06 | Homepageରେ Serials ଉପରେ କ୍ଲିକ୍ କରନ୍ତୁ |
01:11 | ନୂଆ ପେଜ୍ର ଉପରେ Title ଫିଲ୍ଡ ଥିବାର ଦେଖନ୍ତୁ |
01:17 | Journalର ଶୀର୍ଷକରୁ ପ୍ରଥମ କିମ୍ୱା ଯେକୌଣସି ଶବ୍ଦ ଲେଖନ୍ତୁ. ଉଦାହରଣସ୍ୱରୂପ, ମୁଁ Indian ଟାଇପ୍ କରିବି |
01:25 | ଫିଲ୍ଡର ଡାହାଣପଟେ ଥିବା Submit ବଟନ୍ ଉପରେ କ୍ଲିକ୍ କରନ୍ତୁ |
01:30 | ଗୋଟିଏ ନୂଆ ପେଜ୍ Serials Subscriptions ଖୋଲିବ |
01:34 | ଏହି ପେଜ୍, ନିମ୍ନଲିଖିତ ପାଇଁ ବିବରଣୀ ଦେଖାଇବ:
ISSN, Title, Notes, Library, Location, Call Number, Expiration Date, Actions |
01:55 | ଟେବଲର ପୂରା ଡାହାଣପଟେ ଥିବା Actions ଟାବ୍ ଉପରେ କ୍ଲିକ୍ କରନ୍ତୁ |
02:00 | ଡ୍ରପ୍-ଡାଉନ୍ରୁ Serial Receive ଚୟନ କରନ୍ତୁ |
02:05 | ଟେବଲ୍ ସହିତ Serial Edition Indian Journal of Microbiology ନାମକ ଅନ୍ୟଏକ ପେଜ୍ ଖୋଲିବ |
02:12 | ଏହି ଟେବଲରେ, Status ବିଭାଗରେ ଥିବା ଡ୍ରପ୍-ଡାଉନ୍ ଉପରେ କ୍ଲିକ୍ କରି Arrived ଚୟନ କରନ୍ତୁ |
02:20 | ତା’ପରେ, ପେଜ୍ ତଳେ ଥିବା Save ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:25 | ନିମ୍ନ ଶୀର୍ଷକ ସହିତ ଅନ୍ୟଏକ ପେଜ୍ ଖୋଲିବ: Serial collection information for Indian Journal of Microbiology.
ଏଠାରେ ଆମେ Subscription summary ଦେଖିପାରିବା |
02:37 | ଏହିଭଳି ଆମେ Serials ପ୍ରାପ୍ତ କରିପାରିବା |
02:41 | ଏବେ ଚାଲନ୍ତୁ, Late Serials ଦାବି କରିବା ବିଷୟରେ ଶିଖିବା |
02:46 | Serials ଭେଣ୍ଡରମାନଙ୍କ ପାଖକୁ Koha ଇମେଲ୍ ପଠାଇପାରିବ, ଯଦି କୌଣସି ପ୍ରକାରର ବିଳମ୍ୱ ସମସ୍ୟା ଥିବ |
02:53 | ଉଦାହରଣସ୍ୱରୂପ,
4ଟି serials Issues ମଧ୍ୟରୁ, ଲାଇବ୍ରେରୀ କେବଳ 1,2 ଓ 4 ନମ୍ୱର୍ Issue ପ୍ରାପ୍ତ କରିଛି. 3 ନମ୍ୱର୍ Issue ପ୍ରାପ୍ତ ହୋଇନାହିଁ |
03:08 | ଏହିପରି ମାମଲାରେ, 3 ନମ୍ୱର୍ Issue ପାଇଁ ଏକ ଦାବି ପଠାଯାଇପାରେ, ଯାହା ଏପର୍ଯ୍ୟନ୍ତ ପ୍ରାପ୍ତ ହୋଇନାହିଁ |
03:15 | ମୁଖ୍ୟ Serial ପେଜ୍ର ବାମପଟକୁ, Claims ନାମକ ଏକ ଅପ୍ସନ୍ ଅଛି |
03:21 | Claims ଉପରେ କ୍ଲିକ୍ କରନ୍ତୁ |
03:24 | ଗୋଟିଏ ଡାୟଲଗ୍ ବକ୍ସ ସହିତ ଏକ ନୂଆ ପେଜ୍ ଖୋଲିବ:
No claims notice defined. Please define one. Please define one ଉପରେ କ୍ଲିକ୍ କରନ୍ତୁ |
03:35 | ଗୋଟିଏ ନୂଆ ପେଜ୍ Notices and Slips ଖୋଲିବ |
03:39 | Notices and Slipsରେ, Select a Libraryକୁ ଯାଆନ୍ତୁ
ଡ୍ରପ୍-ଡାଉନ୍ରୁ ନିଜ ଲାଇବ୍ରେରୀ ନାମ ଚୟନ କରନ୍ତୁ |
03:49 | ମୁଁ Spoken Tutorial ଚୟନ କରିବି |
03:53 | Select a Library ଟାବ୍ରେ, New Notice ଟାବ୍ରେ କ୍ଲିକ୍ କରନ୍ତୁ |
04:00 | Add Notice ଶୀର୍ଷକ ସହିତ ଏକ ନୂଆ ପେଜ୍ ଖୋଲିବ |
04:05 | ସେହି ପେଜ୍ରେ, Library ପାଇଁ Koha ଡିଫଲ୍ଟ ଭାବରେ ଲାଇବ୍ରେରୀ ନାମ ଚୟନ କରିବ |
04:12 | ମୋ କ୍ଷେତ୍ରରେ ଏହା, Spoken Tutorial Library ଚୟନ କରିବ |
04:17 | Koha Module ପାଇଁ, ଡ୍ରପ୍-ଡାଉନ୍ରୁ, Claim Serial Issue ଚୟନ କରନ୍ତୁ |
04:24 | ଧ୍ୟାନ ଦିଅନ୍ତୁ ଯେ, ଡ୍ରପ୍-ଡାଉନ୍ରୁ Claim Serial Issue ଚୟନ କରାଯିବା କ୍ଷଣି Koha,
All Libraries ଭାବେ ଲାଇବ୍ରେରୀ ପାଇଁ ଫିଲ୍ଡକୁ ସ୍ୱଚାଳିତ ଭାବେ ଚୟନ କରିବ |
04:38 | ତେଣୁ, ପୁଣିଥରେ ଲାଇବ୍ରେରୀ ଟାବ୍କୁ ଯାଆନ୍ତୁ ଏବଂ ଡ୍ରପ୍-ଡାଉନ୍ରୁ Spoken Tutorial Library ଚୟନ କରନ୍ତୁ |
04:47 | ଚାଲନ୍ତୁ, ଆଗକୁ ବଢ଼ିବା |
04:49 | Code ପାଇଁ ଥିବା ଫିଲ୍ଡରେ ଟାଇପ୍ କରନ୍ତୁ: Claim |
04:53 | Name ପାଇଁ ଥିବା ଫିଲ୍ଡରେ ଟାଇପ୍ କରନ୍ତୁ: Unsupplied Issues |
04:59 | ତା’ପରେ, Email ବିଭାଗରେ କ୍ଲିକ୍ କରନ୍ତୁ |
05:04 | Message Subject ପାଇଁ ଥିବା ଫିଲ୍ଡରେ ଟାଇପ୍ କରନ୍ତୁ: Unsupplied Issues |
05:11 | Message Body ବିଭାଗରେ: ଭେଣ୍ଡର୍ ପାଇଁ ଇମେଲ୍ ଟାଇପ୍ କରନ୍ତୁ |
05:17 | ମୋ କ୍ଷେତ୍ରରେ ଭେଣ୍ଡର୍ ହେଉଛି Mumbai Journal Supplier |
05:22 | ମୁଁ, ମୋ ଭେଣ୍ଡର୍ ପାଇଁ ଗୋଟିଏ ଛୋଟ ଇମେଲ୍ ଲେଖିଛି. ଆପଣ, ଭିଡିଓକୁ ପଜ୍ କରି ନିଜ ଲାଇବ୍ରେରୀର ଭେଣ୍ଡର୍ ପାଖକୁ ଏକ ଇମେଲ୍ ଲେଖିପାରନ୍ତି |
05:31 | ଏହାପରେ, ଯଦି ଆବଶ୍ୟକ ହୁଏ, ତେବେ ଆପଣ Phone, Print ଓ SMS ପାଇଁ ବିବରଣୀ ପୂରଣ କରିପାରିବେ ସେଗୁଡ଼ିକୁ ମୁଁ ଖାଲି ଛାଡ଼ିଦେବି |
05:43 | ଏବେ, ପେଜ୍ ତଳେ ଥିବା Submit ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:48 | ଗୋଟିଏ ନୂଆ ପେଜ୍ Notices and Slips ଖୋଲିବ |
05:52 | Notices and Slipsରେ Select a Library ଠାବ କରନ୍ତୁ. |
05:58 | Spoken Tutorial Libraryକୁ ସ୍ୱଚାଳିତ ଭାବେ Koha ଚୟନ କରିଦେଇଛି |
06:03 | ଆବଶ୍ୟକତା ଅନୁସାରେ ଆପଣ ଡ୍ରପ୍-ଡାଉନ୍ରୁ ନିଜ ଲାଇବ୍ରେରୀ ଚୟନ କରିପାରନ୍ତି |
06:08 | ସେହି ପେଜ୍ରେ ଥିବା ନିମ୍ନ ଟାବ୍ରେ ପୂରଣ କରାଯାଇଥିବା ବିବରଣୀ ସହ ଏକ ଟେବଲ୍ ଅଛି
Library, Module, Code, Name, Copy Notice ଓ Actions |
06:28 | Koha Homepageକୁ ଫେରି ଆସନ୍ତୁ. ଏହା କରିବା ପାଇଁ, ପୂରା ବାମପଟ କୋଣକୁ ଯାଆନ୍ତୁ ଏବଂ Home ଉପରେ କ୍ଲିକ୍ କରନ୍ତୁ |
06:39 | Koha Homepageରେ Serials ଉପରେ କ୍ଲିକ୍ କରନ୍ତୁ |
06:44 | ଖୋଲିଥିବା ନୂଆ ପେଜ୍ରେ, ବାମପଟକୁ ଯାଆନ୍ତୁ ଏବଂ Claims ଉପରେ କ୍ଲିକ୍ କରନ୍ତୁ |
06:51 | ନୂଆ ପେଜ୍ରେ, Vendor ଫିଲ୍ଡ ପାଇଁ, ଡ୍ରପ୍-ଡାଉନ୍ରୁ ଆବଶ୍ୟକ ଭେଣ୍ଡର୍ ଚୟନ କରନ୍ତୁ |
06:58 | ଯେହେତୁ ମୋ ପାଖରେ Journal ପାଇଁ କେବଳ ଗୋଟିଏ ଭେଣ୍ଡର୍ ଅଛି, ମୁଁ Mumbai Journal Supplier ଭେଣ୍ଡର୍ ଚୟନ କରିବି |
07:06 | ଏହାପରେ, ଫିଲ୍ଡର ଡାହାଣପଟେ ଥିବା OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:12 | Missing Issues ଶୀର୍ଷକ ସହିତ ଏକ ନୂଆ ପେଜ୍ ଖୋଲିବ |
07:17 | ନୂଆ ପେଜ୍ରେ, Mumbai Journal Supplier ପାଇଁ ବାମପଟେ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ |
07:25 | ଆପଣ ନିଜ ଭେଣ୍ଡର୍ ଅନୁସାରେ ଚେକ୍-ବକ୍ସ ଉପରେ କ୍ଲିକ୍ କରିପାରନ୍ତି |
07:29 | ଏବେ, ପେଜ୍ ତଳେ ଥିବା Send Notification ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:36 | ସେହି ପେଜ୍ ପୁଣିଥରେ ଖୋଲିବ ଏବଂ ଏଥିସହିତ ଭେଣ୍ଡର୍ ପାଖକୁ ଗୋଟିଏ ଇମେଲ୍ ପଠାଯାଇଥାଏ |
07:42 | ଧ୍ୟାନ ଦିଅନ୍ତୁ ଯେ, ସମ୍ପର୍କିତ ଭେଣ୍ଡର୍ ନିକଟକୁ Koha Serverରୁ ଇମେଲ୍ ପଠାଯାଇଥାଏ |
07:48 | ଏବେ ଆମେ Check Expiration ବିଷୟରେ ଶିଖିବା |
07:52 | Subscriptionsର ସମୟ ସମାପ୍ତ ହେବାକୁ ଥିଲେ, ତାହା ଯାଞ୍ଚ କରିବା ପାଇଁ Check Expirationର ବ୍ୟବହାର କରାଯାଇଥାଏ |
07:59 | ସେହି ପେଜ୍ରେ, ବାମପଟକୁ ଯାଆନ୍ତୁ ଏବଂ Check Expiration ଉପରେ କ୍ଲିକ୍ କରନ୍ତୁ |
08:06 | Check Expiration ପେଜ୍ ଖୋଲିବ |
08:10 | ଏବେ Filter Results ପାଇଁ ଥିବା ବିଭାଗରେ, Libraryକୁ ଯାଆନ୍ତୁ ଏବଂ ଡ୍ରପ୍-ଡାଉନ୍ରୁ Spoken Tutorial Library ଚୟନ କରନ୍ତୁ.
ଆପଣ ଏଠାରେ ନିଜ ଲାଇବ୍ରେରୀର ଚୟନ କରିପାରିବେ |
08:26 | ତା’ପରେ Expiring Beforeର ଉଲ୍ଲେଖ ରହିଛି |
08:30 | ଏହା, ସେହି ସମସ୍ତ Journalର ସମ୍ପୂର୍ଣ୍ଣ ତାଲିକାକୁ ଦେଖାଇବ, ଯାହାର ସମୟ ନିର୍ଦ୍ଦିଷ୍ଟ ତାରିଖ ପୂର୍ବରୁ ସମାପ୍ତ ହୋଇଯିବ |
08:38 | Expiring Before ପାଇଁ ମୁଁ 01/01/2019 ଲେଖିବି |
08:47 | ଏବେ, ପେଜ୍ ତଳେ ଥିବା Search ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:52 | ସେହି ପେଜ୍ରେ, ଏକ ଟେବୁଲର୍ ଫର୍ମରେ ଜର୍ନଲଗୁଡ଼ିକର ଏକ ତାଲିକା ଦେଖାଦେବ, ଯାହାର ସମୟ 01/01/2019 ସୁଦ୍ଧା ସମାପ୍ତ ହୋଇଯିବାର ଅଛି |
09:04 | ଆମେ ନିମ୍ନଲିଖିତ ବିବରଣୀ ମଧ୍ୟ ଦେଖିପାରିବା -
ISSN, Title, Library, OPAC Note, Nonpublic Note, Expiration Date ଓ Actions |
09:23 | ଏବେ, Actions ଟାବ୍ରେ ଥିବା Renew ବଟନ୍ରେ କ୍ଲିକ୍ କରନ୍ତୁ |
09:29 | Subscription Renewal for Indian Journal of Microbiology ଶୀର୍ଷକ ଏକ ନୂଆ ୱିଣ୍ଡୋ ଖୋଲିବ |
09:37 | ଏହି ପେଜ୍ରେ, ନିମ୍ନ ଲିଖିତ ଏଣ୍ଟର୍ କରନ୍ତୁ:
Start Date ପାଇଁ ନିଜ ଆବଶ୍ୟକତା ଅନୁସାରେ ତାରିଖ ଲେଖନ୍ତୁ. ମୁଁ 01/01/2018 ଲେଖିବି |
09:51 | ଏହାପରେ ହେଉଛି Subscription Length |
09:54 | ନିମ୍ନଲିଖିତ ତିନୋଟି ଫିଲ୍ଡ ମଧ୍ୟରୁ ଗୋଟିଏ ପୂରଣ କରିବାକୁ ପରାମର୍ଶ ଦିଆଯାଉଛି -
Number of NUM, ଯାହାର ଅର୍ଥ ହେଉଛି Issues Number of Weeks ଏବଂ Number of Months |
10:09 | ମୋ Journal ତ୍ରୈମାସିକ ପ୍ରକାଶନ ହୋଇଥିବାରୁ, ଡିଫଲ୍ଟ ଭାବେ Koha, Number of NUM ଭାବେ 4ଚୟନ କରିବ |
10:18 | ଆପଣ, ନିଜ ଆବଶ୍ୟକତା ଅନୁସାରେ ଲେଖିପାରନ୍ତି |
10:22 | Note for the librarian that will manage your renewal request ଫିଲ୍ଡକୁ ଖାଲି ଛାଡ଼ିଦିଅନ୍ତୁ |
10:30 | ତା’ପରେ, ପେଜ୍ ତଳେ ଥିବା Submit ବଟନ୍ ଉପରେ କ୍ଲିକ୍ କରନ୍ତୁ |
10:35 | Subscription Renewed ବାର୍ତ୍ତା ଥିବା ଏକ ୱିଣ୍ଡୋ ଦେଖାଦେବ |
10:40 | ଏହି ୱିଣ୍ଡୋକୁ ବନ୍ଦ କରିବା ପାଇଁ, ଉପର ବାମପଟ କୋଣକୁ ଯାଇ ଛକି ଚିହ୍ନରେ କ୍ଲିକ୍ କରନ୍ତୁ |
10:47 | ପୁଣିଥରେ, ଆଉ ଗୋଟିଏ ପପ୍-ଅପ୍ ବାର୍ତ୍ତା ଦେଖାଦେବ: |
10:51 | To display this page, Firefox must send information that will repeat any action (such as a search or order confirmation) that was performed earlier |
11:03 | ଏହି ବାର୍ତ୍ତାରେ ଥିବା ଦୁଇଟି ଅପ୍ସନ୍
Cancel ଓ Resend ମଧ୍ୟରୁ Resend ଉପରେ କ୍ଲିକ୍ କରନ୍ତୁ |
11:11 | ଆମେ Check Expiration ପେଜ୍କୁ ଆସିଲେ |
11:15 | ଏଠାରେ, Filter Results ପାଇଁ ଥିବା ବିଭାଗରେ Expiring Beforeକୁ 01/12/2019 ଭାବରେ ଚୟନ କରନ୍ତୁ.
କେବଳ Expiring Date ଉଲ୍ଲେଖ କରିବା ପାଇଁ ମନେରଖନ୍ତୁ |
11:32 | ଏହା, ସମସ୍ତ Journalର ସମ୍ପୂର୍ଣ୍ଣ ତାଲିକାକୁ ଦେଖାଇବ, ଯାହାର ସମୟ ନିର୍ଦ୍ଦିଷ୍ଟ ତାରିଖ ପୂର୍ବରୁ ସମାପ୍ତ ହୋଇଯିବ |
11:39 | ଏବେ, Filter Results ବିଭାଗ ତଳେ ଥିବା Search ବଟନ୍କୁ କ୍ଲିକ୍ କରନ୍ତୁ |
11:45 | ସେହି ପେଜ୍ରେ, ଏକ ଟେବୁଲର୍ ଫର୍ମରେ ଜର୍ନଲଗୁଡ଼ିକର ଏକ ତାଲିକା ଦେଖାଦେବ, ଯାହାର ସମୟ 01/01/2019 ସୁଦ୍ଧା ସମାପ୍ତ ହୋଇଯିବାର ଅଛି |
11:56 | ଆମେ ନିମ୍ନଲିଖିତ ବିବରଣୀ ମଧ୍ୟ ଦେଖିପାରିବା -
ISSN, Title, Library, OPAC Note, Nonpublic Note, Expiration Date ଓ Actions |
12:15 | ଏହିପରି ଭାବେ ଆମେ - Serials ପାଇଁ ଶେଡ୍ୟୁଲ୍ ତିଆରି କରିପାରିବା ଏବଂ Volume and Issuesର ଆଗମନ ଅନୁସାରେ ସେଗୁଡ଼ିକୁ ପ୍ରାପ୍ତ କରିପାରିବା |
12:25 | ଆପଣ ଏବେ Koha Superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରିପାରିବେ |
12:30 | Koha Interfaceର ଉପର ଡାହାଣପଟ କୋଣକୁ ଯାଆନ୍ତୁ Spoken Tutorial Library ଉପରେ କ୍ଲିକ୍ କରନ୍ତୁ ଏବଂ ଡ୍ରପ୍-ଡାଉନ୍ରୁ Log Out ଚୟନ କରନ୍ତୁ |
12:42 | ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ |
12:46 | ସଂକ୍ଷିପ୍ତରେ –
ଏହି ଟ୍ୟୁଟୋରିଆଲରେ ଆମେ, Serials ପ୍ରାପ୍ତ କରିବା Late Serials ଦାବି କରିବା Serials Expiration ଯାଞ୍ଚ କରିବା Serialsର ନବୀକରଣ କରିବା ଏବଂ Serials ଖୋଜିବା ବିଷୟରେ ଶିଖିଲେ |
13:04 | ପୂର୍ବର ଏକ ଟ୍ୟୁଟୋରିଆଲରେ, Journal of Molecular Biology ପାଇଁ ଏକ ନୂଆ ସବସ୍କ୍ରିପ୍ସନ୍ ଯୋଡ଼ାଯାଇଥିଲା |
13:11 | ଏକ ଆସାଇନମେଣ୍ଟ ଭାବେ, ସେହି ସବସ୍କ୍ରିପ୍ସନ୍ର ନବୀକରଣ କରନ୍ତୁ |
13:15 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ |
13:19 | ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
13:22 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
13:31 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
13:35 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ,, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
13:46 | ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |