Koha-Library-Management-System/C2/Create-a-SuperLibrarian/Oriya
From Script | Spoken-Tutorial
|
|
00:01 | ବନ୍ଧୁଗଣ, ଗୋଟିଏ Superlibrarian ତିଆରି ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା- ଗୋଟିଏ ପ୍ୟାଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ିବା, |
00:11 | ଗୋଟିଏ ପ୍ୟାଟ୍ରନ୍ ତିଆରି କରିବା, |
00:14 | Superlibrarian ତିଆରି କରିବା ଏବଂ |
00:17 | ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଜଣେ ଷ୍ଟାଫ୍ଙ୍କୁ ଆକ୍ସେସ୍ ପ୍ରଦାନ କରିବା |
00:22 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ଉବଣ୍ଟୁ Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି |
00:34 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ |
00:40 | ଏହି ଟ୍ୟୁଟୋରିଆଲ୍କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଆବଶ୍ୟକ |
00:46 | ଏବଂ Kohaରେ Adminକୁ ମଧ୍ୟ ଆକ୍ସେସ୍ ଥିବା ଆବଶ୍ୟକ |
00:51 | ଅଧିକ ବିବରଣୀ ପାଇଁ ଏହି ୱେବସାଇଟରେ ଥିବା Koha Spoken Tutorialର ଅଧ୍ୟାୟଗୁଡ଼ିକୁ ଦୟାକରି ରେଫର୍ କରନ୍ତୁ |
00:58 | ଚାଲନ୍ତୁ କିପରି ଗୋଟିଏ ପ୍ୟାଟ୍ରନ୍ ଶ୍ରେଣୀକୁ ଯୋଡ଼ାଯାଏ, ତାହା ଶିଖିବାରୁ ଆରମ୍ଭ କରିବା |
01:03 | ନିଜର ଡାଟାବେସ୍ ଆଡ୍ମିନିଷ୍ଟ୍ରେଟର୍ ୟୁଜରନେମ୍ ଓ ପାସୱର୍ଡ ବ୍ୟବହାର କରି Kohaରେ ଲଗ୍-ଇନ୍ କରନ୍ତୁ |
01:11 | Koha Administrationରେ କ୍ଲିକ୍ କରନ୍ତୁ |
01:15 | ପ୍ୟାଟ୍ରନ୍ ଓ ସର୍କୁଲେଶନ୍ ଅଧିନରେ ଥିବା Patron categoriesରେ କ୍ଲିକ୍ କରନ୍ତୁ |
01:21 | ପ୍ୟାଟ୍ରନ୍ କ୍ୟାଟେଗୋରୀ ନାମକ ଗୋଟିଏ ନୂଆ ପେଜ୍ ଖୋଲିବ |
01:25 | New Categoryରେ କ୍ଲିକ୍ କରନ୍ତୁ |
01:28 | New category ନାମକ ଗୋଟିଏ ନୂଆ ପେଜ୍ ଖୋଲିବ, ଯେଉଁଥିରେ କିଛି ବିବରଣୀ ପୂରଣ କରିବା ପାଇଁ ପ୍ରମ୍ପ୍ଟ କରାଯାଇଛି |
01:35 | ପୂର୍ବେ କୁହାଯାଇଥିବା ଭଳି, ଧ୍ୟାନ ଦିଅନ୍ତୁ ଯେ, ନାଲିରେ ଚିହ୍ନିତ ଫିଲ୍ଡଗୁଡ଼ିକ ବାଧ୍ୟତାମୂଳକ ଅଟେ |
01:41 | ମୁଁ ଏଠାରେ କିଛି ବିବରଣୀ ପୂରଣ କରିଛି. ଦୟାକରି ସେହିପରି କରନ୍ତୁ |
01:47 | କ୍ୟାଟେଗୋରୀ ପ୍ରକାର ପାଇଁ ଡ୍ରପ୍-ଡାଉନ୍ ତାଲିକାରୁ Staff ଚୟନ କରନ୍ତୁ |
01:53 | ଶାଖାଗୁଡ଼ିକର ସଂଖ୍ୟାକୁ ସୀମିତ କରିବା ପାଇଁ All Branches ଚୟନ କରନ୍ତୁ |
01:58 | ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ |
02:03 | ଲେଖାଯାଇଥିବା କ୍ୟାଟେଗୋରୀ ନାମ, ପ୍ୟାଟ୍ରନ୍ କ୍ୟାଟେଗୋରୀ ପେଜ୍ରେ ଦୃଶ୍ୟମାନ ହେବ |
02:09 | ମୋ କ୍ଷେତ୍ରରେ, ଏହା Library Staff ପ୍ରଦର୍ଶନ କରିବ |
02:13 | ଏହା ସହିତ ଗୋଟିଏ ପ୍ୟାଟ୍ରନ୍ କ୍ୟାଟେଗୋରୀ ତିଆରି ହୋଇଯାଇଛି |
02:17 | ତା’ପରେ ଆମେ, ଗୋଟିଏ ପ୍ୟାଟ୍ରନ୍ କିପରି ତିଆରି କରାଯାଏ ଶିଖିବା |
02:21 | ଉପର ବାମପଟ କୋଣରେ ଥିବା Home ଉପରେ କ୍ଲିକ୍ କରନ୍ତୁ |
02:25 | Create a Patron ବୋଲି ପ୍ରମ୍ପ୍ଟ କରୁଥିବା ଗୋଟିଏ ଡାୟଲଗ୍ ବକ୍ସ ସହିତ Koha ହୋମ୍-ପେଜ୍ ଖୋଲିଯିବ |
02:32 | ଗୋଟିଏ ପ୍ୟାଟର୍ନ ତିଆରି କରିବା ବାଧ୍ୟତାମୂଳକ ଅଟେ. ଅନ୍ୟଥା, ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ରୋଲ୍ରେ Kohaର କିଛି ଅଂଶ କାର୍ଯ୍ୟ କରିବ ନାହିଁ |
02:42 | ଡାୟଲଗ୍-ବକ୍ସରେ ପ୍ରମ୍ପ୍ଟ କରାଯାଇଥିବା Create Patronରେ କ୍ଲିକ୍ କରନ୍ତୁ |
02:48 | ଅନ୍ୟ ଭାବେ, ଆପଣ Koha ହୋମ୍ ପେଜ୍ ଉପରେ ଥିବା ପ୍ୟାଟ୍ରନ୍ ରେ କ୍ଲିକ୍ କରିପାରିବେ |
02:54 | ମୁଁ Create Patronରେ କ୍ଲିକ୍ କରିବି |
02:58 | ଗୋଟିଏ ନୂଆ ପେଜ୍ ଖୋଲିଯିବ. ଟାବ୍ New Patron ଉପରେ କ୍ଲିକ୍ କରନ୍ତୁ |
03:04 | ଡ୍ରପ୍-ଡାଉନ୍ରୁ Library Staffକୁ ଚୟନ କରନ୍ତୁ |
03:09 | ଗୋଟିଏ ନୂଆ ପେଜ୍, ପ୍ୟାଟ୍ରନ୍ ଯୋଡ଼ନ୍ତୁ (ଲାଇବ୍ରେରୀ ଷ୍ଟାଫ୍) ଖୋଲିଯିବ |
03:14 | ବର୍ତ୍ତମାନ, ବିଭିନ୍ନ ବିଭାଗ ପାଇଁ ଆବଶ୍ୟକ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ, ଯେପରି:
ପ୍ୟାଟ୍ରନ୍ ପରିଚୟ, ମୁଖ୍ୟ ଠିକଣା, ଯୋଗାଯୋଗ, ଆଦି |
03:26 | ଏଠାରେ ପ୍ରଦର୍ଶିତ ହେବା ଭଳି ମୁଁ କିଛି ବିବରଣୀ ପୂରଣ କରିଛି |
03:31 | ଏଠାରେ ତାଲିକାଭୁକ୍ତ ଥିବା କୌଣସି ଫିଲ୍ଡ ପାଇଁ ଯଦି ଆପଣଙ୍କ ପାଖରେ ସୂଚନା ନଥାଏ, ତେବେ ତାହାକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ |
03:38 | ଭିଡିଓକୁ ପଜ୍ କରନ୍ତୁ ଏବଂ ସମସ୍ତ ବିବରଣୀ ପୂରଣ କରିବା ପରେ ଭିଡିଓକୁ ପୁନଃ ଚାଲୁ କରନ୍ତୁ |
03:44 | ଲାଇବ୍ରେରୀ ମ୍ୟାନେଜ୍ମେଣ୍ଟ ଅଧୀନରେ Card Number ଫିଲ୍ଡକୁ ଚିହ୍ନଟ କରନ୍ତୁ |
03:51 | ଧ୍ୟାନ ଦିଅନ୍ତୁ ଯେ, ସଂଖ୍ୟା 1, Koha ଦ୍ଵାରା ସ୍ଵଚାଳିତ ଭାବେ ତିଆରି ହୋଇଛି |
03:56 | ଅତଏବ, ଆପଣ ନିଜର Koha ଇଣ୍ଟରଫେସ୍ରେ ଗୋଟିଏ ଭିନ୍ନ ସଂଖ୍ୟାକୁ ଦେଖିବେ |
04:02 | ତା’ପରେ ହେଉଛି, ଲାଇବ୍ରେରୀ |
04:05 | ଡ୍ରପ୍-ଡାଉନ୍ରୁ, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ଚୟନ କରନ୍ତୁ |
04:10 | ଏହି ଅଧ୍ୟାୟରେ ପୂର୍ବେ ତିଆରି କରାଯାଇଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ମନେପକାନ୍ତୁ |
04:17 | ଯଦି ଆପଣ ଗୋଟିଏ ଭିନ୍ନ ନାମ ଦେଇଥିଲେ, ତେବେ ଏଠାରେ ସେହି ନାମକୁ ଚୟନ କରନ୍ତୁ |
04:22 | କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍ରୁ Library Staffକୁ ଚୟନ କରନ୍ତୁ |
04:27 | OPAC/ଷ୍ଟାଫ୍ ଲଗ୍-ଇନ୍ ବିଭାଗ ଅଧୀନରେ ୟୁଜର୍ନେମ୍ ଓ ପାସ୍ୱର୍ଡ ଲେଖନ୍ତୁ |
04:34 | ପ୍ରତ୍ୟେକ ନୂଆ ୟୁଜର୍, ଗୋଟିଏ ନୂଆ ୟୁଜର୍ ନେମ୍ ଓ ପାସୱର୍ଡ ତିଆରି କରିବା ଉଚିତ୍ |
04:40 | ମୁଁ ୟୁଜର୍ ନେମ୍କୁ Bella ଓ |
04:43 | ପାସୱର୍ଡକୁ library ଭାବେ ଲେଖିବି |
04:46 | ପୁନର୍ବାର, Confirm password: ଫିଲ୍ଡରେ ସମାନ ପାସୱର୍ଡକୁ ଲେଖନ୍ତୁ |
04:52 | ଏହି ୟୁଜର୍ ନେମ୍ ଓ ପାସୱର୍ଡକୁ ମନେରଖନ୍ତୁ |
04:56 | ଜଣେ ଷ୍ଟାଫ୍ଙ୍କୁ ଅଧିକାର/ଅନୁମତି ଦେବା ପାଇଁ ଏହା କିଛି ସମୟ ପରେ ବ୍ୟବହାର କରାଯିବ |
05:02 | ସମସ୍ତ ବିବରଣୀ ପୂରଣ କରାଯିବା ପରେ, ପେଜ୍ ର ଉପରକୁ ଯାଇ Saveରେ କ୍ଲିକ୍ କରନ୍ତୁ |
05:09 | ପ୍ୟାଟ୍ରନ୍ର ନାମ ଓ କାର୍ଡ ନମ୍ବର୍ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ |
05:15 | ଏହି କ୍ଷେତ୍ରରେ, ପୂର୍ବେ ଲେଖାଯାଇଥିବା ଅନୁସାରେ କାର୍ଡ ନମ୍ବର୍ 1 ସହିତ Ms Bella Tony ଭାବେ ପେଜ୍ ର ପ୍ୟାଟ୍ରନ୍ ଅଛି |
05:24 | ବିଭାଗକୁ ଏଡିଟ୍ କରିବା ପାଇଁ Edit ଟାବ୍ରେ କ୍ଲିକ୍ କରନ୍ତୁ, ଯାହା ସମ୍ୱନ୍ଧିତ ବିଭାଗର ତଳେ ସ୍ଥାପିତ କରାଯାଇଛି |
05:32 | ବର୍ତ୍ତମାନ, ପ୍ୟାଟ୍ରନ୍ଗୁଡ଼ିକୁ କିପରି ଅନୁମତି ଦିଆଯାଏ, ଚାଲନ୍ତୁ ଶିଖିବା |
05:36 | ସମାନ ପେଜ୍ରେ, ଟାବ୍ Moreକୁ ଚିହ୍ନଟ କରନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ |
05:44 | Set permissions for Bella Tony ଶୀର୍ଷକ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ |
05:51 | (superlibrarian) ସମସ୍ତ ଲାଇବ୍ରେରିଆନ୍ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ |
05:58 | ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ |
06:03 | ବର୍ତ୍ତମାନ, ସମସ୍ତ ଲାଇବ୍ରେରୀ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ରହିଥିବା, Superlibrarian Ms Bella Tony ତିଆରି କରାଗଲା |
06:12 | ଏହି superlibrarian ଆକାଉଣ୍ଟ ସହିତ ଜଣେ ଷ୍ଟାଫ୍ଙ୍କୁ ଅଧିକାର/ଅନୁମତି ପ୍ରଦାନ କରିହେବ |
06:19 | ତେଣୁ, Koha ଲାଇବ୍ରେରୀ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ରେ ଏହାର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି |
06:25 | ବର୍ତ୍ତମାନ ଚାଲନ୍ତୁ, ଜଣେ ଷ୍ଟାଫ୍ଙ୍କୁ କିପରି ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଆକ୍ସେସ୍ ପ୍ରଦାନ କରାଯାଏ, ଶିଖିବା |
06:31 | ଜଣେ ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ୟୁଜର୍ ଭାବେ ନିଜର ସାମ୍ପ୍ରତିକ ସେସନ୍ରୁ ଲଗ୍-ଆଉଟ୍ କରନ୍ତୁ |
06:36 | ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ ଏବଂ No Library Setରେ କ୍ଲିକ୍ କରନ୍ତୁ |
06:43 | ଡ୍ରପ୍-ଡାଉନ୍ରେ ଥିବା Log outରେ କ୍ଲିକ୍ କରନ୍ତୁ |
06:47 | ବର୍ତ୍ତମାନ Superlibrarian ଆକାଉଣ୍ଟରେ ଲଗ୍-ଇନ୍ କରନ୍ତୁ |
06:52 | ଜଣେ Superlibrarian, ଅନ୍ୟ ଜଣେ ଷ୍ଟାଫ୍ଙ୍କୁ ଅନ୍ୟ କୌଣସି ମଡ୍ୟୁଲ୍କୁ ଆକ୍ସେସ୍ କରିବା ପାଇଁ ଅଧିକାର କିମ୍ବା ଅନୁମତି ପ୍ରଦାନ କରିପାରିବେ |
07:00 | ଉଦାହରଣସ୍ଵରୂପ- Cataloging ମଡ୍ୟୁଲ୍, Circulation ମଡ୍ୟୁଲ୍, |
07:05 | Serial Control, Acquisition, ଆଦି |
07:10 | ପୂର୍ବେ ବର୍ଣ୍ଣନା କରାଯାଇଥିବା ଭଳି ଗୋଟିଏ ପ୍ୟାଟ୍ରନ୍ ତିଆରି କରନ୍ତୁ |
07:14 | New Patron ଟାବ୍ ଉପରେ କ୍ଲିକ୍ କରନ୍ତୁ. ଡ୍ରପ୍-ଡାଉନ୍ ରୁ Library Staff ଚୟନ କରନ୍ତୁ |
07:21 | ସାଲୁଟେଶନ୍କୁ Ms. ଭାବେ ଚୟନ କରନ୍ତୁ. ସରନେମ୍କୁ Samruddhi ଭାବେ ଲେଖନ୍ତୁ |
07:29 | କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍ରୁ Library Staff ଚୟନ କରନ୍ତୁ |
07:35 | ଅନ୍ୟ କୌଣସି ବିକଳ୍ପ ଚୟନ କରନ୍ତୁ ନାହିଁ |
07:39 | ବିଭାଗ OPAC/Staff login ଅଧୀନରେ, |
07:43 | ୟୁଜରନେମ୍ ଭାବେ Samruddhi ଏବଂ ପାସୱର୍ଡ ଭାବେ patron ଲେଖନ୍ତୁ |
07:51 | ପୁନର୍ବାର, Confirm ପାସୱର୍ଡ ଫିଲ୍ଡରେ ସମାନ ପାସୱର୍ଡ ଲେଖନ୍ତୁ |
07:57 | ଜଣେ ଷ୍ଟାଫ୍ ଭାବେ ଆଗକୁ ଲଗ୍-ଇନ୍ ପାଇଁ ବ୍ୟବହାର କରିବା ସକାଶେ ଏହି ୟୁଜରନେମ୍ ଓ ପାସୱର୍ଡକୁ ମନେରଖନ୍ତୁ |
08:05 | ସମସ୍ତ ବିବରଣୀ ପୂରଣ କରିସାରିବା ପରେ ପେଜ୍ର ଉପରି ଭାଗରେ ଥିବା Saveରେ କ୍ଲିକ୍ କରନ୍ତୁ |
08:12 | ବର୍ତ୍ତମାନ, ଏହି ନିର୍ଦ୍ଦିଷ୍ଟ ପ୍ୟାଟ୍ରନ୍ ପାଇଁ ଅନୁମତି ପ୍ରଦାନ କରନ୍ତୁ |
08:16 | More ଟାବ୍କୁ ଯାଆନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ |
08:22 | ଶୀର୍ଷକ Set permissions for Samruddhi ଥିବା ଗୋଟିଏ ନୂଆ ପେଜ୍ ଖୋଲିବ |
08:28 | ଏହା, ଆମେ ତିଆରି କରିଥିବା ପ୍ୟାଟ୍ରନ୍ର ନାମ ଅଟେ |
08:32 | (circulate) ଚେକ୍ ଆଉଟ୍ ଓ ଚେକ୍ ଇନ୍ ଆଇଟମଗୁଡ଼ିକ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ |
08:38 | ତା’ପରେ, ଷ୍ଟାଫ୍ ଲଗ୍-ଇନ୍ ପାଇଁ ଆବଶ୍ୟକ (catalogue) ନିମନ୍ତେ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ |
08:46 | (borrowers) Add, modify and view patron information ଉପରେ କ୍ଲିକ୍ କରନ୍ତୁ |
08:52 | ତା’ପରେ, ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ |
08:56 | reserve for others Place and modify holds for patronsରେ କ୍ଲିକ୍ କରନ୍ତୁ |
09:03 | ତା’ପରେ Edit catalog ଟାବ୍କୁ ଆସନ୍ତୁ |
09:07 | ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ (Modify bibliographic/holdings data) ପାଇଁ ଏଡିଟ୍ କ୍ୟାଟାଲଗ୍ (editcatalogue)ରେ କ୍ଲିକ୍ କରନ୍ତୁ |
09:17 | ତା’ପରେ, Acquisition ଟାବ୍କୁ ଆସନ୍ତୁ. ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Acquisition ଏବଂ/କିମ୍ବା ପରାମର୍ଶ ପରିଚାଳନା ସକାଶେ (acquisition)ରେ କ୍ଲିକ୍ କରନ୍ତୁ |
09:30 | ତା’ପରେ, tool ଟାବ୍ ପାଇଁ ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ |
09:36 | ଏବଂ ପ୍ୟାଟ୍ରନ୍ ଇମେଜ୍କୁ ବ୍ୟାଚ୍ରେ କିମ୍ୱା ଏକ ସମୟରେ ଗୋଟିଏ ଅପଲୋଡ୍ କରିବା ପାଇଁ (batch_upload_patron_images)ରେ କ୍ଲିକ୍ କରନ୍ତୁ |
09:47 | (edit_patrons) Perform batch modification of patrons ରେ କ୍ଲିକ୍ କରନ୍ତୁ |
09:55 | ପ୍ୟାଟ୍ରନ୍ ଡାଟା ଇମ୍ପୋର୍ଟ କରିବା ପାଇଁ (import_patrons)କୁ ମଧ୍ୟ ଚୟନ କରନ୍ତୁ |
10:01 | Edit authorities ଉପରେ ମଧ୍ୟ କ୍ଲିକ୍ କରନ୍ତୁ |
10:07 | ଏବେ, ରିପୋର୍ଟ ମଡ୍ୟୁଲ୍ ଆକ୍ସେସ୍ର ଅନୁମତି ପାଇଁ (reports) ଟାବ୍କୁ ଯାଆନ୍ତୁ |
10:14 | ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Execute SQL reports ପାଇଁ (execute _reports)କୁ ଚୟନ କରନ୍ତୁ |
10:23 | ତା’ପରେ ପେଜ୍ର ନିମ୍ନଭାଗରେ ଥିବା Save ଉପରେ କ୍ଲିକ୍ କରନ୍ତୁ |
10:28 | ଏହା ସହିତ, Ms. Samruddhi ନାମକ ଜଣେ ଲାଇବ୍ରେରୀ ଷ୍ଟାଫ୍ ଙ୍କୁ ସମସ୍ତ ଆବଶ୍ୟକ ଅଧିକାର ପ୍ରଦାନ କରାଗଲା |
10:37 | ବର୍ତ୍ତମାନ, superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରନ୍ତୁ |
10:42 | ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ. ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ ଉପରେ କ୍ଲିକ୍ କରି ଡ୍ରପ୍-ଡାଉନ୍ରେ ଥିବା Log outରେ କ୍ଲିକ୍ କରନ୍ତୁ |
10:54 | ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ |
10:58 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, |
11:03 | ଗୋଟିଏ ପ୍ୟାଟ୍ରନ୍ କ୍ୟାଟେଗୋରୀ ଯୋଡ଼ିବା, ଗୋଟିଏ ପ୍ୟାଟ୍ରନ୍ ତିଆରି କରିବା, |
11:08 | ଗୋଟିଏ Superlibrarian ତିଆରି କରିବା, ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଜଣେ ଷ୍ଟାଫ୍ଙ୍କୁ ଆକ୍ସେସ୍ ପ୍ରଦାନ କରିବା |
11:16 | ଆସାଇନମେଣ୍ଟ ଭାବେ, Research Scholar ନାମକ ଗୋଟିଏ ନୂଆ ପ୍ୟାଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ନ୍ତୁ |
11:23 | Superlibrarian ପାଇଁ ଆସାଇନମେଣ୍ଟ: ନିମ୍ନଲିଖିତ କାର୍ଯ୍ୟ ପାଇଁ ଜଣେ ନୂଆ ଷ୍ଟାଫ୍ ଙ୍କୁ ଯୋଡ଼ନ୍ତୁ |
11:30 | ସମସ୍ତ Cataloging ଅଧିକାରଗୁଡ଼ିକୁ ଆସାଇନ୍ କରନ୍ତୁ ଏବଂ ସମସ୍ତ Acquisition ଅଧିକାରଗୁଡ଼ିକୁ ଯୋଡ଼ନ୍ତୁ |
11:37 | ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
11:45 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:56 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ |
12:00 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
12:12 | ଆଇଆଇଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |