Ubuntu-Linux-on-Virtual-Box/C2/Installing-VirtualBox-in-Windows-OS/Oriya
From Script | Spoken-Tutorial
|
| |
00:01 | Windows Operating Systemରେ ଥିବା VirtualBoxକୁ ଇନଷ୍ଟଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ | |
00:08 | ଏହି ଟ୍ୟୁଟୋରିଆଲରେ ଆମେ, VirtualBoxକୁ କିପରି ଡାଉନଲୋଡ୍ କରି ତାହାକୁ Windows Osରେ କିପରି ଇନଷ୍ଟଲ୍ କରିବା ବିଷୟରେ ଶିଖିବା | |
00:18 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ବ୍ୟବହାର କରାଯାଇଛି: Windows OS ଭର୍ସନ୍ 10 | |
00:24 | VirtualBox ଭର୍ସନ୍ 5.2.18 | |
00:29 | Firefox ୱେବ୍ ବ୍ରାଉଜର୍ | |
00:32 | ହେଲେ, ଆପଣ ନିଜ ପସନ୍ଦର ବ୍ରାଉଜର୍ ବ୍ୟବହାର କରିପାରିବେ | |
00:38 | ଆମେ ଆରମ୍ଭ କରିବା ପୂର୍ବରୁ, ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଇଣ୍ଟର୍ନେଟ୍ ସହ ଯୋଡ଼ିହୋଇ ଅଛନ୍ତି | |
00:44 | VirtualBox କ’ଣ? | VirtualBox ହେଉଛି Virtualization ପାଇଁ ଏକ ମାଗଣା ଏବଂ ମୁକ୍ତ ଉତ୍ସ ସଫ୍ଟୱେର୍ |
00:52 | ମୂଳ ମେଶିନ୍, ଯାହା ହେଉଛି (ହୋଷ୍ଟ୍)ରେ ଆମେ ଏକାଧିକ OS ଇନଷ୍ଟଲ୍ କରି ବ୍ୟବହାର କରିପାରିବା | |
01:00 | ମୂଳ ମେଶିନରେ Windows, Linux କିମ୍ୱା Mac OS ଥାଇପାରେ | |
01:07 | ଗୋଟିଏ VirtualBox ଭିତରେ ଏକ OS ଇନଷ୍ଟଲ୍ କରିବା ପାଇଁ, ମୂଳ ମେଶିନରେ ନିମ୍ନଲିଖିତ କନଫିଗରେଶନ୍ ଥିବା ଦରକାର | |
01:15 | i3 କିମ୍ୱା ତା’ଠାରୁ ଅଧିକ ପ୍ରୋସେସର୍ | |
01:19 | 4 GB କିମ୍ୱା ତା’ଠାରୁ ଅଧିକ RAM
| |
01:23 | 50 GB କିମ୍ୱା ତା’ଠାରୁ ଅଧିକ ହାର୍ଡ ଡିସ୍କ ଖାଲି ସ୍ଥାନ ଏବଂ BIOSରେ Virtualization ଏନାବଲ୍ ହୋଇଥିବା ଦରକାର | |
01:34 | VirtualBox ସହଜରେ ଚାଲିବାକୁ ଏହା ସୁନିଶ୍ଚିତ କରିବ | |
01:40 | ଯଦି ମୂଳ ମେଶିନରେ Windows OS ଥାଏ, ତେବେ ତାହା ନିମ୍ନ ମଧ୍ୟରୁ ଯେକୌଣସି ଗୋଟିଏ ଭର୍ସନର ହୋଇଥିବା ଦରକାର: | |
01:47 | Windows 7, | |
01:49 | Windows 8 କିମ୍ୱା Windows 10 | |
01:53 | ଏବେ ଇନଷ୍ଟଲେଶନ୍ ଆରମ୍ଭ କରିବା | |
01:56 | VirtualBoxର ଲାଟେଷ୍ଟ୍ ଭର୍ସନ୍ ଡାଉନଲୋଡ୍ କରିବା ପାଇଁ, ଏକ ୱେବ୍ ବ୍ରାଉଜରରେ ନିମ୍ନ ଲିଙ୍କ୍କୁ ଯାଆନ୍ତୁ
Www ଡଟ୍ virtualbox ଡଟ୍ ଅର୍ଗ୍ ସ୍ଲାଶ୍ wiki ସ୍ଲାଶ୍ downloads (www.virtualbox.org/wiki/downloads) | |
02:14 | ମୋ ମେଶିନ୍ରେ ଏକ Firefox ୱେବ୍ ବ୍ରାଉଜର୍ରେ ମୁଁ ଏହି URLକୁ ଖୋଲି ରଖିଛି | |
02:21 | ଏକାଧିକ Host ପାଇଁ VirtualBoxର ଲାଟେଷ୍ଟ୍ ଭର୍ସନ୍ ଡାଉନଲୋଡ୍ କରିବାକୁ ଏହି ପେଜ୍ ଲିଙ୍କ୍ ଦେଖାଉଛି | |
02:30 | ଏହି ରେକର୍ଡିଙ୍ଗ୍ ସମୟରେ VirtualBoxର ଲାଟେଷ୍ଟ୍ ଭର୍ସନ୍ 5.2.18 ଥିଲା | |
02:39 | ଭବିଷ୍ୟତରେ ଆପଣ ଏହି ଟ୍ୟୁଟୋରିଆଲ୍ ଦେଖିବା ସମୟରେ ଏହା ଭିନ୍ନ ହୋଇପାରେ | |
02:44 | ଏବେ, Windows Hosts ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ | |
02:48 | ଏହା, Windows OS ପାଇଁ VirtualBoxକୁ ଡାଉନଲୋଡ୍ କରିବ | |
02:53 | ଆପଣଙ୍କର ଇଣ୍ଟର୍ନେଟ୍ ସ୍ପୀଡ୍ ଉପରେ ନିର୍ଭର କରି ଡାଉନଲୋଡ୍ କିଛି ସମୟ ନେଇପାରେ | |
02:58 | ଜରୁରୀ ସୂଚନା: VirtualBoxକୁ ଇନଷ୍ଟଲ୍ କରିବା ପୂର୍ବରୁ ଆମକୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ଆମ ମେଶିନ୍ରେ Virtualization ଏନାବଲ୍ ଅଛି | |
03:08 | ଆସନ୍ତୁ ଦେଖିବା, Windows 8 କିମ୍ୱା 10 ମେଶିନରେ Virtualization ଏନାବଲ୍ ହୋଇଛି କି ନାହିଁ | |
03:16 | ୱିଣ୍ଡୋର ତଳ ବାମପଟେ ଥିବା Taskbarକୁ ଯାଆନ୍ତୁ
ରାଇଟ୍ କ୍ଲିକ୍ କରି Task Manager ସିଲେକ୍ଟ କରନ୍ତୁ | |
03:25 | Task Manager ୱିଣ୍ଡୋ ଖୋଲିବ | |
03:29 | ଯଦି ଆପଣ ଏହାକୁ ପ୍ରଥମ ଥର ପାଇଁ ଖୋଲୁଥା’ନ୍ତି, ତେବେ ଏହି ୱିଣ୍ଡୋ ତଳେ ଥିବା More Details ଉପରେ କ୍ଲିକ୍ କରନ୍ତୁ
ତା’ପରେ Performance ଟାବ୍ ଉପରେ କ୍ଲିକ୍ କରନ୍ତୁ | |
03:40 | Performance ଟାବ୍ରେ, ତଳ ଡାହାଣପଟେ Virtualization ଅଛି | |
03:46 | ଆମ ମେଶିନ୍ରେ Virtualization ଏନାବଲ୍ ହୋଇଛି କି ନାହିଁ , ଏହା ଆମକୁ କହିଥାଏ | |
03:53 | ଯଦି ଏହା ଏନାବଲ୍ ହୋଇନଥାଏ, ତେବେ ତାହାକୁ BIOS ସେଟିଙ୍ଗ୍ କୁ ଯାଇ ଏନାବଲ୍ କରନ୍ତୁ | |
03:59 | ଯେହେତୁ ଭିନ୍ନ ଭିନ୍ନ କମ୍ପ୍ୟୁଟରରେ BIOS ସେଟିଙ୍ଗ୍ ଭିନ୍ନ ହୋଇଥାଏ, ତେଣୁ ତାହାର ଡେମୋ ଆମେ ଦେଖାଇପାରିବୁ ନାହିଁ | |
04:06 | ଯଦି ଆପଣ ଜଣେ ଟେକ୍ନିକଲ୍ ବ୍ୟକ୍ତି ହୋଇନଥା’ନ୍ତି, ତେବେ ଜଣେ System Administratorଙ୍କ ସାହାଯ୍ୟରେ ଏହା କରନ୍ତୁ | |
04:13 | ଯଦି BIOSରେ Virtualization ଅପ୍ସନ୍ ଉପଲବ୍ଧ ନଥିବ, ତେବେ ସେହି ମେଶିନ୍ରେ VirtualBoxକୁ ଇନଷ୍ଟଲ୍ କରିହେବ ନାହିଁ | |
04:22 | ମୋ ମାମଲାରେ, ଏହା ଏନାବଲ୍ ହୋଇସାରିଛି | |
04:26 | ଏବେ, ଉପର ଡାହାଣପଟ କୋଣରେ ଥିବା X ଆଇକନ୍ ଉପରେ କ୍ଲିକ୍ କରି Taskbarକୁ ବନ୍ଦ କରନ୍ତୁ | |
04:33 | ଏବେ ଆସନ୍ତୁ VirtualBoxକୁ ଇନଷ୍ଟଲ୍ କରିବା | |
04:37 | Virtualbox.exe ଫାଇଲ୍ ଆଉନଲୋଡ୍ କରିଥିବା ଫୋଲ୍ଡର୍କୁ ଯାଆନ୍ତୁ | |
04:43 | ଫାଇଲ୍ ଉପରେ ରାଇଟ୍-କ୍ଲିକ୍ କରି Run As Administrator ସିଲେକ୍ଟ କରନ୍ତୁ | |
04:49 | ଦେଖାଦେଇଥିବା User Account Control ଡାୟଲଗ୍ ବକ୍ସରେ Yes ଉପରେ କ୍ଲିକ୍ କରନ୍ତୁ | |
04:56 | ଏକ ସ୍ୱାଗତ ବାର୍ତ୍ତା ସହିତ Oracle VM VirtualBox 5.2.18 Setup ୱିଣ୍ଡୋ ଦେଖାଦେବ | |
05:06 | ଆଗକୁ ବଢ଼ିବା ପାଇଁ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ | |
05:12 | ପରବର୍ତ୍ତୀ ସ୍କ୍ରୀନ୍ ହେଉଛି Custom Setup | |
05:16 | ଯଦି ଆମେ ଇନଷ୍ଟଲେଶନ୍ର ସ୍ଥାନ ବଦଳାଇବାକୁ ଚାହିଁବା, ତେବେ ତାହା କରିପାରିବା | |
05:22 | Browse ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ଇନଷ୍ଟଲେଶନ୍ ପାଇଁ ନିଜ ଇଚ୍ଛାର ସ୍ଥାନ ବାଛନ୍ତୁ | |
05:29 | ମୁଁ ତାହାକୁ ଡିଫଲ୍ଟ ସ୍ଥାନରେ ହିଁ ଇନଷ୍ଟଲ୍ କରିବାକୁ ଚାହୁଁଥିବାରୁ ଏହାକୁ ଛାଡ଼ିଦେବି | |
05:35 | ଆଗକୁ ବଢ଼ିବା ପାଇଁ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ | |
05:40 | ପରବର୍ତ୍ତୀ Custom Setup ସ୍କ୍ରୀନ୍ରେ ଆମେ, ଆମ ଆବଶ୍ୟକତା ଅନୁସାରେ କେତେକ ଫିଚର୍ସ ସିଲେକ୍ଟ କରିବା
ଡିଫଲ୍ଟ ଭାବେ ସମସ୍ତ ଅପ୍ସନ୍ ସିଲେକ୍ଟ ହୋଇଥିବ | |
05:52 | ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ | |
05:56 | ପରବର୍ତ୍ତୀ ୱିଣ୍ଡୋ, Network ବିଷୟରେ କିଛି ଚେତାବନୀ ବାର୍ତ୍ତା ଦେଖାଏ | |
06:01 | ଇନଷ୍ଟଲେଶନ୍ ସମୟରେ ସାମୟିକ ଭାବେ ଇଣ୍ଟର୍ନେଟ୍ ବିଚ୍ଛିନ୍ନ ରହିବ ବୋଲି ଏହି ବାର୍ତ୍ତା କୁହେ | |
06:09 | ୱିଣ୍ଡୋ ତଳେ ଥିବା Yes ବଟନ୍ ଉପରେ କ୍ଲିକ୍ କରନ୍ତୁ | |
06:13 | ଏବେ ଆମେ Ready to Install ସ୍କ୍ରୀନ୍କୁ ଆସିଲେ | |
06:18 | ଇନଷ୍ଟଲେଶନ୍ ଆରମ୍ଭ କରିବା ପାଇଁ Install ଉପରେ କ୍ଲିକ୍ କରନ୍ତୁ | |
06:22 | ଏହି ଇନଷ୍ଟଲେଶନ୍ କିଛି ସମୟ ନେଇପାରେ | |
06:25 | Windows Security ନାମକ ଏକ ପପ୍-ଅପ୍ ୱିଣ୍ଡୋ ଆପଣ ଦେଖିପାରନ୍ତି | |
06:30 | ଏହି ସଫ୍ଟୱେର୍କୁ ଆମେ ଇନଷ୍ଟଲ୍ କରିବାକୁ ଚାହୁଁଛେ କି ନାହିଁ ବୋଲି ଏହା ପଚାରିଥାଏ
Install ବଟନ୍ ଉପରେ କ୍ଲିକ୍ କରନ୍ତୁ | |
06:39 | ସପୂର୍ଣ୍ଣ ହୋଇଯିବା ପରେ ଆମେ, Oracle VM VirtualBox installation is complete ବାର୍ତ୍ତା ଦେଖିପାରିବା | |
06:47 | ଏହି ସ୍କ୍ରୀନ୍ରେ Start Oracle VM VirtualBox after installation ଅପ୍ସନ୍ ଅଛି
ଡିଫଲ୍ଟ ଭାବେ ତାହା ସିଲେକ୍ଟ ହୋଇଥିବ | |
06:58 | ମୁଁ ତୁରନ୍ତ ହିଁ VM ଆରମ୍ଭ କରିବାକୁ ଚାହୁଁନାହିଁ, ତେଣୁ ମୁଁ ଏହାକୁ ଅନ୍ସିଲେକ୍ଟ କରିଦେବି | |
07:03 | ଶେଷରେ, Finish ବଟନ୍ ଉପରେ କ୍ଲିକ୍ କରନ୍ତୁ | |
07:08 | ଏବେ ଆମେ, ଡେସ୍କଟପ୍ ଉପରେ VirtualBox ପାଇଁ ଶର୍ଟକଟ୍ ଆଇକନ୍ ଦେଖିପାରିବା | |
07:16 | ଆପ୍ଲିକେଶନ୍କୁ ଆରମ୍ଭ କରିବା ପାଇଁ VirtualBox ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ | |
07:21 | VirtualBox ଆପ୍ଲିକେଶନ୍ ଖୋଲିବ. ଇନଷ୍ଟଲେଶନ୍ ସଫଳ ହେଲା ବୋଲି ଏହା ସୂଚିତ କରିଥାଏ | |
07:28 | ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆସିଲେ
ସଂକ୍ଷିପ୍ତରେ - | |
07:34 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ:
Virtualization ଏନାବଲ୍ ହୋଇଛି କି ନାହିଁ ଦେଖିବା ଏବଂ | |
07:41 | ଏକ Windows 10 ମେଶିନରେ VirtualBoxକୁ ଡାଉନଲୋଡ୍ କରି ଇନଷ୍ଟଲ୍ କରିବା | |
07:46 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | |
07:54 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି | |
08:02 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ: | |
08:06 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି? ଦୟାକରି ସାଇଟ୍କୁ ଯାଆନ୍ତୁ | |
08:12 | ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ
ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍ରୁ କେହିଜଣେ ତାହାର ଉତ୍ତର ଦେବେ | |
08:23 | ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି | |
08:29 | ଦୟାକରି ସେଥିରେ କୌଣସି ପ୍ରକାରର ସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ | |
08:34 | ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ. ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା | |
08:43 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | |
08:55 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |