PHP-and-MySQL/C2/Arithmatic-Operators/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, ମୌଳିକ Arithmetic Operators ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ |
00:03 | ପ୍ରଥମେ ମୁଁ plus, minus, multiply ଓ divide ଅପରେଶନଗୁଡିକୁ ଆଲୋଚନା କରିବି |
00:09 | ଏଗୁଡିକ ପ୍ଲସ୍ (+), ମାଇନସ୍ (-), ଗୁଣନକୁ ଗୋଟିଏ ଆଷ୍ଟେରିସ୍କ (*) ଭାବେ ଏବଂ ବିଭକ୍ତକୁ ଗୋଟିଏ ଫରୱାର୍ଡ ସ୍ଲାଶ୍ ଭାବେ (/) ଲେଖାଯାଇଥାଏ |
00:17 | ତେଣୁ ମୋ’ ପାଖରେ ଦୁଇଟି ଭେରିଏବଲ୍ ଅଛି |
00:20 | ମୁଁ $num1 ନାମକ ଗୋଟିଏ ଭେରିଏବଲ୍ ସୃଷ୍ଟି କରିବି ଏବଂ ତାହାକୁ save କରିବି ଯେହେତୁ ଭେଲ୍ୟୁ 10 ସହିତ ସମାନ ଏବଂ $num2, 2 ସହିତ ସମାନ |
00:30 | ତେଣୁ ଏଗୁଡିକ ଉଭୟ, ଡେସିମାଲ୍ ପଏଣ୍ଟ ନଥିବା integer ଅଟନ୍ତି |
00:34 | ଠିକ୍ ଅଛି, ବର୍ତ୍ତମାନ ମୁଁ num1 ଓ num2କୁ ଏକାଠି ଯୋଗ କରିବାକୁ ଚାହୁଁଛି |
00:40 | ତେଣୁ $num1ରେ ଯୁକ୍ତ ହୋଇଥିବା $num2ର ଉତ୍ତରକୁ ମୁଁ echo କରିବି |
00:44 | ଚାଲନ୍ତୁ ଏହାକୁ ପରୀକ୍ଷା କରିବା |
00:47 | ତେଣୁ ତାହା 12 ଅଟେ. 10 ଓ 2, num1 ଓ num2; ଯେତେବେଳେ 10 ଓ 2 ଯୁକ୍ତ ହେବେ, ଉତ୍ତର 12 ହେବ |
00:55 | ଠିକ୍ ଅଛି. ବର୍ତ୍ତମାନ ବିଯୁକ୍ତକୁ ଚେଷ୍ଟା କରନ୍ତୁ. ଆମେ ସେଠାରେ କେବଳ ବିଯୁକ୍ତ ଚିହ୍ନକୁ ପ୍ରତିସ୍ଥାପନ କରିବା |
01:01 | Refresh କରିବା ଦ୍ଵାରା ତାହା 8 ହେବ |
01:05 | ବର୍ତ୍ତମାନ ଗୁଣନକୁ ଚେଷ୍ଟା କରନ୍ତୁ. 10 ଟାଇମ 2, 20 ଅଟେ ଏବଂ ଆମେ 20 ପ୍ରାପ୍ତ କଲେ |
01:11 | ତା’ପରେ 10 ବିଭକ୍ତ 2, ଏହା 10ର ଅଧା ଯାହା 5 ଅଟେ |
01:18 | ବର୍ତ୍ତମାନ ଆମେ ଏହାର ଶେଷରେ କିଛିକୁ ସଂଯୁକ୍ତ କରିପାରିବା |
01:24 | ତେଣୁ ଏହାକୁ num2 ଦ୍ଵାରା ବିଭକ୍ତ କରନ୍ତୁ |
01:27 | ମୁଁ ଚିନ୍ତା କରିବା ଅନୁସାରେ ଏହି ଅପରେଶନ୍ num1 ଓ num2କୁ ଯୋଗ କରିବ ଯାହା 10 ଓ 2 ଅଟେ ଏବଂ 12 ପ୍ରଦାନ କରିବ ଏବଂ ତା’ପରେ 12 ବିଭକ୍ତ 2 ହେବ |
01:39 | ତେଣୁ 12 ବିଭକ୍ତ 2 ନିଶ୍ଚିତରୂପେ 6 ପ୍ରଦାନ କରିବ |
01:43 | କିନ୍ତୁ ପ୍ରକୃତରେ ଏହା num2କୁ ଗ୍ରହଣ କରିବ ଏବଂ ଏହାକୁ num2 ଦ୍ଵାରା ବିଭକ୍ତ କରିବ ଯାହା 1 ପ୍ରଦାନ କରିବ ଏବଂ ଏଥିରେ num1କୁ ଯୋଗ କରିବ |
01:56 | ଏହାର ଅର୍ଥ 6 ବ୍ୟତିତ ଆମେ 11 ପ୍ରାପ୍ତ କରିବା |
02:00 | ବର୍ତ୍ତମାନ ଏହାର କାରଣ ହେଉଛି ଯେ ସର୍ବଦା ଡିଭିଜନ୍ ଅପରେଟର୍ ଆଡିଶନ୍ ଅପରେଟର୍ ପୂର୍ବରୁ କାର୍ଯ୍ୟ କରିଥାଏ. ସମାନ ଗୁଣନ ସହିତ ମଧ୍ୟ ହୋଇଥାଏ |
02:10 | ବର୍ତ୍ତମାନ ଏହାକୁ ସମାଧାନ କରିବା ପାଇଁ ଆମେ ବ୍ରାକେଟଗୁଡିକୁ ପ୍ରଦାନ କରିବା |
02:16 | ବ୍ରାକେଟଗୁଡିକ ସୂଚିତ କରିବେ ଯେ – ଆମେ ଅପରେଶନକୁ ପ୍ରଥମେ ସମ୍ପାଦନ କରିବା, ଏହା ମଧ୍ୟରେ ଥିବା ଉପରେ ଆପଣ ଯାହା କିଛି କରିପାରନ୍ତି ଏବଂ ତା’ପରେ ଯାହା ଥିବ ତାହାକୁ ବିଭକ୍ତ କରିଚାଲନ୍ତୁ ତାହା ଗୋଟିଏ ଇଣ୍ଟିଜର୍ କିମ୍ବା ଭେରିଏବଲ୍ ହୋଇପାରେ |
02:29 | ତେଣୁ, ଏଠାରେ ଥିବା num1କୁ num2 ସହିତ ଯୁକ୍ତ କରିବ ଯାହା 10 ପ୍ଲସ୍ 2 ଅଟେ ଏବଂ 12 ପ୍ରାପ୍ତ ହେବ, 2 ଦ୍ଵାରା ବିଭକ୍ତ ହେବ ଯାହା 6 ପ୍ରଦାନ କରିବ |
02:39 | ତାହାକୁ refresh କରନ୍ତୁ ଏବଂ ଏହା କାମ କରୁଥିବା ଆମେ ଦେଖିପାରିବା |
02:43 | ତେଣୁ ଏଗୁଡିକ ମୌଳିକ arithmetic operators ଅଟନ୍ତି ଯାହାକୁ ବ୍ୟବହାର କରିବା ସରଳ ଅଟେ |
02:48 | ଯଦି ଆପଣ କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ସେଗୁଡିକ କାର୍ଯ୍ୟ କରୁଛନ୍ତି ବୋଲି ସୁନିଶ୍ଚିତ ହେବା ପାଇଁ ସର୍ବଦା ଗଣନାଗୁଡିକୁ କାଲକ୍ୟୁଲେଟର୍ ସହିତ ଯାଞ୍ଚ କରନ୍ତୁ |
02:55 | ଏଗୁଡିକରୁ ଆଉ କିଛିକୁ ଆମେ ଖୁବ୍ ଶୀଘ୍ର ଦେଖିବା |
02:58 | ଆମେ increment arithmetic operator ବିଷୟରେ ଶିଖିବା ଯାହା 1 ଦ୍ଵାରା ବର୍ଦ୍ଧିତ ହେବ କିନ୍ତୁ ମୁଁ ତାହାକୁ ଟିକେ ପରେ ବ୍ୟବହାର କରିବି |
03:05 | ଏଗୁଡିକୁ ଅଭ୍ୟାସ କରିବା ପାଇଁ ଆପଣ ସେଗୁଡିକୁ ଭଲ ଭାବେ ଶିଖିଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ |
03:09 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ |