PHP-and-MySQL/C2/XAMPP-in-Linux/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, XAMPP Installation on Linux ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:08 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
Linuxରେ କିପରି XAMPPକୁ ଇନଷ୍ଟଲ୍ କରିବା ଗୋଟିଏ php ଫାଇଲକୁ କିପରି ସୃଷ୍ଟି ତଥା ରନ୍ କରିବା |
| 00:18 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି:
Ubuntu Linux OS 14.04 FireFox ୱେବ୍ ବ୍ରାଉଜର୍ ଏବଂ Gedit ଟେକ୍ସଟ ଏଡିଟର୍ |
| 00:32 | XAMPPକୁ ଇନଷ୍ଟଲ୍ କରିବା ପାଇଁ ଆପଣଙ୍କର ଗୋଟିଏ କାର୍ଯ୍ୟକାରୀ Internet ସଂଯୋଗ ତଥା ଆପଣଙ୍କ କମ୍ପ୍ୟୁଟରକୁ Adminର ଆକ୍ସେସ୍ ଥିବା ଆବଶ୍ୟକ |
| 00:41 | ଆପଣଙ୍କର Linux କମାଣ୍ଡଗୁଡିକ ଉପରେ ମଧ୍ୟ ମୌଳିକ ଜ୍ଞାନ ଥିବା ଆବଶ୍ୟକ. ଯଦି ନାହିଁ ତେବେ ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକ ପାଇଁ ଦୟାକରି ଆମ ୱେବସାଇଟକୁ ଯା’ନ୍ତୁ |
| 00:52 | XAMPP ଗୋଟିଏ ଫ୍ରୀ ଏବଂ Open source ୱେବ୍ ସର୍ଭର୍ ପ୍ୟାକେଜ୍ ଅଟେ |
| 00:58 | Apache HTTP Server, MySQL database, PHP ଓ Perlରେ ଲେଖାଯାଇଥିବା ସ୍କ୍ରିପ୍ଟ ପାଇଁ Interpretersକୁ ନେଇ XAMPP ଗଠିତ |
| 01:12 | XAMPPକୁ ଇନଷ୍ଟଲ୍ କରିବା ସହଜ ଅଟେ. ଏହା GNU/Linux, Mac, Windows ଓ Solaris ଅପରେଟିଙ୍ଗ ସିଷ୍ଟମ୍ ପାଇଁ ଉପଲବ୍ଧ ଅଛି |
| 01:23 | Linux ପାଇଁ XAMPP ଡାଉନଲୋଡ୍ କରନ୍ତୁ |
| 01:27 | ଆପଣଙ୍କ ମେସିନରେ ୱେବ୍ ବ୍ରାଉଜରକୁ ଖୋଲନ୍ତୁ |
| 01:31 | Address barରେ https://www.apachefriends.org/download.html ଟାଇପ୍ କରିବା ସହିତ Enter ଦାବନ୍ତୁ |
| 01:44 | ପେଜକୁ ତଳକୁ ସ୍କ୍ରୋଲ୍ କରନ୍ତୁ |
| 01:47 | ସମସ୍ତ ଅପରେଟିଙ୍ଗ ସିଷ୍ଟମ୍ ପାଇଁ XAMPP, ଏଠାରେ ଡାଉନଲୋଡ୍ ହେବା ସକାଶେ ଉପଲବ୍ଧ ଅଛି |
| 01:53 | XAMPP for Linux ବିଭାଗକୁ ଯା’ନ୍ତୁ. ଆପଣ Xamppର ଅଦ୍ୟତନ ଭର୍ସନକୁ ଦେଖିପାରିବେ |
| 02:01 | ମୋ’ ସିଷ୍ଟମରେ ଗୋଟିଏ 64bit OS ଅଛି. ତେଣୁ PHP 5.5.19 ଭର୍ସନ୍ ଅଧୀନସ୍ଥ |
| 02:11 | Download (64 bit)କୁ ଚୟନ କରନ୍ତୁ |
| 02:15 | ଡାଉନଲୋଡ୍ ଆରମ୍ଭ ହେବ |
| 02:18 | ମୁଁ ଏହି ଫାଇଲକୁ ମୋ’ର Downloads ଫୋଲ୍ଡର୍ ମଧ୍ୟରେ ଡାଉନଲୋଡ୍ କରିସାରିଛି |
| 02:24 | ତେଣୁ ଡାଉନଲୋଡ୍ ସୋପାନକୁ ଛାଡିଦିଅନ୍ତୁ |
| 02:28 | ବର୍ତ୍ତମାନ terminalକୁ ଖୋଲନ୍ତୁ |
| 02:31 | terminalରେ କମାଣ୍ଡ, cd space Downloads ଟାଇପ୍ କରିବା ସହିତ Enter ଦାବନ୍ତୁ |
| 02:40 | ଏହା ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀକୁ Downloadsରେ ପରିବର୍ତ୍ତନ କରିଦେବ |
| 02:46 | ବର୍ତ୍ତମାନ କମାଣ୍ଡ ls ଟାଇପ୍ କରିବା ସହିତ Enter ଦାବନ୍ତୁ |
| 02:51 | ଏହା Downloads ଫୋଲ୍ଡରର କଣ୍ଟେଣ୍ଟଗୁଡିକୁ ପ୍ରଦର୍ଶନ କରିବ |
| 02:56 | ଏଠାରେ ଆମର XAMPP ଇନଷ୍ଟଲେଶନ୍ ଫାଇଲ୍ ଅଛି |
| 03:00 | ଫାଇଲକୁ ନିଷ୍ପାଦନ ହେବା ପାଇଁ ଅନୁମତି ଦିଅନ୍ତୁ |
| 03:04 | ଯାହାଦ୍ଵାରା ଏହି ଫାଇଲକୁ ରନ୍ କରାଯାଇପାରିବ. ଟାଇପ୍ କରନ୍ତୁ: chmod ସ୍ପେସ୍ +x ସ୍ପେସ୍ filename ଏବଂ Enter ଦାବନ୍ତୁ |
| 03:18 | ବର୍ତ୍ତମାନ ଫାଇଲକୁ ରନ୍ କରିବା ପାଇଁ ଟାଇପ୍ କରନ୍ତୁ: sudo ସ୍ପେସ୍ ଡଟ୍ ସ୍ଲାଶ୍ (./) filename ଏବଂ Enter ଦାବନ୍ତୁ |
| 03:29 | ଯଦି ଆବଶ୍ୟକ ହୁଏ admin password ପ୍ରବେଶ କରନ୍ତୁ |
| 03:34 | Setup wizard ଡାଇଲଗ୍ ବକ୍ସ ଖୋଲିଯିବ |
| 03:38 | ଯେତେବେଳେ ଆବଶ୍ୟକ Next ବଟନରେ କ୍ଲିକ୍ କରନ୍ତୁ ଏବଂ ଇନଷ୍ଟଲେଶନ୍ ପାଇଁ ପ୍ରଦର୍ଶୀତ ହୋଇଥିବା ସୋପାନଗୁଡିକର ଅନୁସରଣ କରନ୍ତୁ |
| 03:46 | Learn more about Bitnami for XAMPP ଚେକ୍ ବକ୍ସକୁ, ଅନଚେକ୍ କରନ୍ତୁ |
| 03:52 | Next ଉପରେ କ୍ଲିକ୍ କରନ୍ତୁ |
| 03:54 | ଥରେ ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେଲା ପରେ Launch XAMPP ଚେକ୍ ବକ୍ସକୁ ଅନଚେକ୍ କରିବା ସହିତ Finishରେ କ୍ଲିକ୍ କରନ୍ତୁ |
| 04:04 | ଏହି ଇନଷ୍ଟଲେଶନ୍ ସିଷ୍ଟମର opt ଫୋଲ୍ଡରରେ lampp ଫୋଲ୍ଡରକୁ ସୃଷ୍ଟି କରିବ |
| 04:12 | ସେଠାକୁ ଯିବା ସହିତ ଚାଲନ୍ତୁ ଦେଖିବା |
| 04:15 | ବାମପଟେ ଥିବା launcherସ୍ଥିତ Files ଫୋଲ୍ଡର୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 04:21 | ବାମପଟ ପ୍ୟାନେଲସ୍ଥିତ Devices ବିଭାଗ ଅଧୀନରେ ଥିବା Computer ଉପରେ କ୍ଲିକ୍ କରନ୍ତୁ |
| 04:29 | ଆପଣ ସିଷ୍ଟମ୍ ଫାଇଲଗୁଡିକୁ ଦେଖିପାରିବେ. ଏହାକୁ ଖୋଲିବା ପାଇଁ opt ଫୋଲ୍ଡର୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 04:38 | ଏଠାରେ ଏହା lampp ଫୋଲ୍ଡର୍ ଅଟେ. ଫୋଲ୍ଡରକୁ ଖୋଲନ୍ତୁ |
| 04:44 | ଏଠାରେ ଆମେ ଅନେକ ସବ୍-ଫୋଲ୍ଡର୍ ଥିବା ଦେଖିପାରିବା |
| 04:48 | htdocs ନାମକ ଫୋଲ୍ଡରକୁ ଚିହ୍ନଟ କରନ୍ତୁ |
| 04:53 | ଏହା ଆମର Web server Appache's root directory ଅଟେ |
| 04:58 | ଏହାକୁ ରନ୍ କରିବା ସକାଶେ ଏହି ଫୋଲ୍ଡର୍ ମଧ୍ୟରେ ଥିବା PHP କୋଡ୍ ଫାଇଲକୁ save କରନ୍ତୁ |
| 05:05 | ଆପଣଙ୍କର ଇନଷ୍ଟଲେଶନ୍ ପ୍ରଣାଳୀକୁ ଆଧାର କରି Apache's root directory, /opt/lampp/htdocs କିମ୍ବା /var/www ହେବ |
| 05:24 | htdocs ଫୋଲ୍ଡରକୁ ରାଇଟ୍ ପାଇଁ ସକ୍ଷମ କରିବା ସକାଶେ ଆପଣଙ୍କ ଅନୁମତିକୁ ପରିବର୍ତ୍ତନ କରିବାକୁ ହେବ |
| 05:30 | ତେଣୁ terminalରେ sudo ସ୍ପେସ୍ chmod ସ୍ପେସ୍ 777 ସ୍ପେସ୍-R ସ୍ପେସ୍ /opt/lampp/htdocs ଟାଇପ୍ କରିବା ସହିତ Enter ଦାବନ୍ତୁ |
| 05:56 | ଯଦି ଆବଶ୍ୟକ ହୁଏ admin password ପ୍ରବେଶ କରନ୍ତୁ |
| 06:00 | ବର୍ତ୍ତମାନ Xampp ରନ୍ କରୁଛି କି ନାହିଁ ଯାଞ୍ଚ କରନ୍ତୁ |
| 06:04 | ୱେବ୍ ବ୍ରାଉଜରକୁ ଖୋଲନ୍ତୁ. Address barରେ localhost ଟାଇପ୍ କରିବା ସହିତ Enter ଦାବନ୍ତୁ |
| 06:15 | ଏହା Unable to connect ବୋଲି ବାର୍ତ୍ତା ପ୍ରଦର୍ଶନ କରିବ |
| 06:20 | ଏଥିରୁ ଜଣାପଡୁଛି ଯେ Xamppର ସେବାଗୁଡିକ ରନ୍ କରୁନାହିଁ |
| 06:23 | ସେବାଗୁଡିକୁ ଆରମ୍ଭ କରିବା ସକାଶେ terminalରେ sudoସ୍ପେସ୍ /opt/lampp/lampp ସ୍ପେସ୍ start ଟାଇପ୍ କରିବା ସହିତ Enter ଦାବନ୍ତୁ |
| 06:40 | ଯଦି ଆବଶ୍ୟକ ହୁଏ admin password ପ୍ରବେଶ କରନ୍ତୁ |
| 06:44 | ଏହା ସମସ୍ତ Xampp servicesକୁ ଆରମ୍ଭ କରିଦେବ |
| 06:47 | ୱେବ୍ ବ୍ରାଉଜରକୁ ଫେରିଆସିବା ସହିତ pageକୁ ରିଫ୍ରେଶ କରନ୍ତୁ |
| 06:52 | ଏଠାରେ ଦୃଶ୍ୟମାନ ହେଉଥିବା ଏହା Xamppର ୱେଲକମ୍ ସ୍କ୍ରୀନ୍ ଅଟେ |
| 06:56 | ଏହା ଆମକୁ ଡିଫଲ୍ଟ ଭାଷାକୁ ଚୟନ କରିବା ସକାଶେ ନିର୍ଦ୍ଦେଶ ଦେବ. English ଚୟନ କରନ୍ତୁ |
| 07:03 | ବର୍ତ୍ତମାନ Xampp ସଠିକ୍ ଭାବେ ରନ୍ କରୁଛି |
| 07:06 | ଗୋଟିଏ ନମୂନା php କୋଡକୁ ଲେଖିବା ସହିତ ଏହାକୁ run କରନ୍ତୁ |
| 07:11 | htdocsରେ phpacademy ନାମକ ଗୋଟିଏ ଫୋଲ୍ଡରକୁ ସୃଷ୍ଟି କରନ୍ତୁ |
| 07:16 | ଭବିଷ୍ୟତରେ ମୋ’ର ସମସ୍ତ php ଫାଇଲଗୁଡିକୁ ଏହି ଫୋଲ୍ଡର୍ ମଧ୍ୟରେ save କରିବି |
| 07:23 | ଅନ୍ୟ କାହାଦ୍ଵାରା ମୋ’ର ଫାଇଲଗୁଡିକ ଓଭର୍ ରାଇଟ୍ ନହେବାକୁ ଏହା ସୁନିଶ୍ଚିତ କରିଥାଏ |
| 07:30 | phpacademy ଫୋଲ୍ଡରକୁ ଖୋଲନ୍ତୁ. ଗୋଟିଏ php ଫାଇଲ୍ ସୃଷ୍ଟି କରନ୍ତୁ |
| 07:37 | ରାଇଟ୍ କ୍ଲିକ୍ କରିବା ସହିତ New Document ଓ Empty documentକୁ ଚୟନ କରନ୍ତୁ. ଏହାକୁ demo.php ଭାବେ ନାମିତ କରନ୍ତୁ |
| 07:48 | Gedit text editorରେ demo.phpକୁ ଖୋଲନ୍ତୁ |
| 07:53 | ଆପଣ ନିଜ ପସନ୍ଦର ଯେକୌଣସି ଏଡିଟରକୁ ବ୍ୟବହାର କରିପାରିବେ |
| 07:59 | ଟାଇପ୍ କରନ୍ତୁ: less than question mark php enter echo ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ “Hello India” semicolon enter question mark greater than ଚିହ୍ନ |
| 08:20 | ଫାଇଲକୁ save କରିବା ପାଇଁ Ctrl ଓ S କୀକୁ ଏକ ସଙ୍ଗେ ଦାବନ୍ତୁ |
| 08:27 | ୱେବ୍ ବ୍ରାଉଜରକୁ ଫେରିଆସନ୍ତୁ |
| 08:29 | address barରେ localhost/phpacademy ଟାଇପ୍ କରିବା ସହିତ Enter ଦାବନ୍ତୁ |
| 08:40 | ଏହା phpacademy ଫୋଲ୍ଡର୍ ମଧ୍ୟରେ ଥିବା ଫାଇଲଗୁଡିକର ତାଲିକାକୁ ପ୍ରଦର୍ଶନ କରିବ |
| 08:47 | ଏଠାରେ ଥିବା ଆମ demo.php ଫାଇଲ୍ ଉପରେ କ୍ଲିକ୍ କରନ୍ତୁ |
| 08:53 | ବାର୍ତ୍ତା Hello India ଦୃଶ୍ୟମାନ ହେବ |
| 08:57 | Xampp servicesକୁ ବନ୍ଦ କରିବା ପାଇଁ terminalରେ sudo ସ୍ପେସ୍ /opt/lampp/lampp ସ୍ପେସ୍ stop ଟାଇପ୍ କରିବା ସହିତ Enter ଦାବନ୍ତୁ |
| 09:13 | ଯଦି ଆବଶ୍ୟକ ହୁଏ admin password ପ୍ରବେଶ କରନ୍ତୁ |
| 09:17 | XAMPP serviceଗୁଡିକ ରନ୍ ହେବା ବନ୍ଦ ହୋଇଯିବ. ଭବିଷ୍ୟତରେ ଯେତେବେଳେ ଆପଣ ପୁନର୍ବାର Xamppକୁ ରନ୍ କରିବା ପାଇଁ ଇଚ୍ଛା କରନ୍ତି ତେବେ ପ୍ରଥମରୁ ଆରମ୍ଭ କରିବା ପାଇଁ ମନେରଖନ୍ତୁ |
| 09:27 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ-
XAMPP servicesକୁ କିପରି ଇନଷ୍ଟଲ୍, ଆରମ୍ଭ ତଥା ବନ୍ଦ କରିବା ଗୋଟିଏ PHP fileକୁ କିପରି ସୃଷ୍ଟି ତଥା ରନ୍ କରିବା |
| 09:45 | ଏହି ଭିଡିଓ Spoken Tutorial ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 09:55 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଇଥାଉ ଏବଂ ପ୍ରମାଣପତ୍ର ପ୍ରଦାନ କରୁ. ଦୟାକରି ଆମକୁ ସମ୍ପର୍କ କରନ୍ତୁ |
| 10:06 | Spoken Tutorial ଓ FOSSEE ପ୍ରୋଜେକ୍ଟଗୁଡିକ ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ |
| 10:13 | ଏହି ମିଶନ୍ ଉପରେ ଅଧିକ ବିବରଣୀ ପ୍ରଦର୍ଶିତ ଲିଙ୍କରେ ଉପଲବ୍ଧ ଅଛି |
| 10:19 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |