Java/C3/Custom-Exceptions/Oriya
From Script | Spoken-Tutorial
Revision as of 12:13, 21 February 2018 by PoojaMoolya (Talk | contribs)
|
|
00:01 | custom exceptions ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ, Custom exceptions, throw ଓ throws keywordଗୁଡିକର ବ୍ୟବହାର ବିଷୟରେ ଶିଖିବା |
00:14 | ଏଠାରେ ଆମେ ବ୍ୟବହାର କରୁଛୁ:
ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 16.04 JDK 1 .7 Eclipse 4.3.1 |
00:26 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର ଜାଭାରେ Exceptions Handling ଉପରେ ଜ୍ଞାନ ଥିବା ଆବଶ୍ୟକ. ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:38 | ପ୍ରଥମେ ଚାଲନ୍ତୁ custom exceptions ବିଷୟରେ ଶିଖିବା |
00:42 | Custom exception ଗୋଟିଏ user defined exception class ଅଟେ. ଏହା ସାଧାରଣତଃ checked exceptions ଭାବେ ସୃଷ୍ଟି ହୋଇଥାଏ |
00:51 | ୟୁଜରର ଆବଶ୍ୟକତା ଅନୁରୂପ exceptionକୁ କଷ୍ଟମାଇଜ୍ କରିବା ପାଇଁ ଏହା ବ୍ୟବହୃତ ହୋଇଥାଏ |
00:57 | ବର୍ତ୍ତମାନ eclipseକୁ ଖୋଲିବା ସହିତ CustomExceptionDemo ନାମକ ଗୋଟିଏ ନୂତନ project ସୃଷ୍ଟି କରନ୍ତୁ |
01:04 | ଏହି project ମଧ୍ୟରେ custom exceptionଗୁଡିକୁ ପ୍ରଦର୍ଶନ କରିବା ପାଇଁ ଦରକାରୀ classଗୁଡିକୁ ସୃଷ୍ଟି କରନ୍ତୁ |
01:11 | InvalidMarkException ଭାବେ ଗୋଟିଏ ନୂତନ କ୍ଲାସ୍ ସୃଷ୍ଟି କରନ୍ତୁ |
01:15 | ଏହାକୁ exception class ଭଳି ନିର୍ମାଣ କରିବା ପାଇଁ ଏହା Java exception classର ଗୋଟିଏ subclass ହେବା ଆବଶ୍ୟକ |
01:22 | ଏହା କରିବା ପାଇଁ, extends Exception ଟାଇପ୍ କରନ୍ତୁ |
01:27 | Source ମେନୁ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ Generate constructors from Superclassକୁ ଚୟନ କରନ୍ତୁ |
01:34 | ବର୍ତ୍ତମାନ ଡାହାଣପଟେ ଥିବା Deselect All ବଟନ୍ ଉପରେ କ୍ଲିକ୍ କରନ୍ତୁ |
01:38 | ତା’ପରେ ଗୋଟିଏ single string argument ସହିତ constructorକୁ ଚୟନ କରିବା ସହିତ ନିମ୍ନରେ ଥିବା OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
01:45 | ଯେତେବେଳେ ଏହି exception ଦୃଶ୍ୟମାନ ହେବ ସେତେବେଲେ ପ୍ରଦର୍ଶିତ ବାର୍ତ୍ତାକୁ କଷ୍ଟମାଇଜ୍ କରିବା ପାଇଁ ଏହି string argumentକୁ ବ୍ୟବହାର କରାଯାଇପାରିବ |
01:52 | StudentMarks ନାମକ ଅନ୍ୟ ଏକ classକୁ ସଂଯୁକ୍ତ କରନ୍ତୁ |
01:57 | ତା’ପରେ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
02:00 | ଏହି class, marks ନାମକ କେବଳ ଗୋଟିଏ variableକୁ ଧାରଣ କରିବ |
02:04 | ଏହି constructor, marksର ଭେଲ୍ୟୁକୁ ଇନିଶିଆଲାଇଜ୍ କରିବ |
02:09 | ମାର୍କଗୁଡିକୁ ମୂଲ୍ୟାଙ୍କନ କରିବା ପାଇଁ ବର୍ତ୍ତମାନ ଗୋଟିଏ methodକୁ ସଂଯୁକ୍ତ କରନ୍ତୁ |
02:13 | ମାର୍କଗୁଡିକର ସାଧାରଣ ରେଞ୍ଜ 0 ଠାରୁ 100 ଅଟେ |
02:18 | ଯଦି marks less than 0 or greater than 100, କାର୍ଯ୍ୟକାରୀ ହୁଏ ତେବେ InvalidMarkException ପ୍ରଦର୍ଶିତ ହେବ |
02:25 | ଗୋଟିଏ custom exceptionକୁ ପ୍ରଦର୍ଶନ କରିବା ପାଇଁ ନିଶ୍ଚିତରୂପେ ଏଥିପାଇଁ throw keywordକୁ ବ୍ୟବହାର କରିବାକୁ ହେବ |
02:33 | ଯଦି ମାର୍କ ବୈଧ ହେବ ତେବେ ବାର୍ତ୍ତା Entry OK, ପ୍ରଦର୍ଶିତ ହେବ |
02:39 | ଗୋଟିଏ ଏରର୍ InvalidMarkExceptionକୁ ଆମେ ଦେଖିପାରିବା |
02:43 | ଏହାକୁ ଯାଞ୍ଚ କରିବା ସହିତ ସମାଧାନ କରନ୍ତୁ |
02:46 | ତେଣୁ ଏରର୍ ଉପରେ କ୍ଲିକ୍ କରିବା ସହିତ Add throws declaration ଉପରେ ଡବଲ୍ କ୍ଲିକ୍ କରନ୍ତୁ |
02:51 | method signatureରେ ଥରେ throws InvalidMarkException ସଂଯୁକ୍ତ ହେଲା ପରେ ଏରର୍ ଅଦୃଶ୍ୟ ହୋଇଯିବା ଆପଣ ଦେଖିପାରିବେ |
03:00 | ଏଠାରେ methods ସହିତ throws keyword ବ୍ୟବହୃତ ହୋଇଥିବା ଆପଣ ଦେଖିପାରିବେ |
03:06 | ଏହା ସୁଚିତ କରୁଛି ଯେ method, specified exceptionକୁ ବୃଦ୍ଧି କରିବ |
03:11 | ଏହିପରି ଗୋଟିଏ methodକୁ କଲ୍ କରିବା ସମୟରେ, ଆମକୁ exception handling କୋଡକୁ ଉପଲବ୍ଧ କରାଇବାକୁ ହେବ |
03:16 | ତା’ପରେ ଗୋଟିଏ file access operationକୁ କାର୍ଯ୍ୟକାରୀ କରନ୍ତୁ ଯାହା ଗୋଟିଏ FileNotFoundExceptionକୁ ସୃଷ୍ଟି କରିବ |
03:23 | ତେଣୁ ଗୋଟିଏ FileReader classର ଏକ ଇନଷ୍ଟାନ୍ସକୁ ସୃଷ୍ଟି କରିବା ପାଇଁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
03:29 | Eclipse କିଛି ଏରରଗୁଡିକୁ ପ୍ରଦର୍ଶନ କରିବ ଯେହେତୁ ଆମେ Java packageଗୁଡିକର ଅନୁରୂପ ଇମ୍ପୋର୍ଟ କରିନାହେଁ |
03:36 | ସମାନକୁ ସଂଶୋଧନ କରିବା ପାଇଁ ଏରର୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ import FileReader (java.io) ଉପରେ ଡବଲ୍ କ୍ଲିକ୍ କରନ୍ତୁ |
03:44 | ପରବର୍ତ୍ତୀ ଟ୍ୟୁଟୋରିଆଲରେ ଆମେ package ଓ ଏହାର ବ୍ୟବହାର ଉପରେ ସବିଶେଷ ଶିଖିବା |
03:50 | Marks ନାମକ ଗୋଟିଏ ଫାଇଲକୁ ଆକ୍ସେସ୍ କରିବା ପାଇଁ frକୁ ଅନୁମତି ଦେବା ଯାହା ହୋମ୍ ଫୋଲ୍ଡରରେ ଅବସ୍ଥିତ ଅଛି, ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
03:59 | ଏଠାରେ ପ୍ରଦର୍ଶିତ ହୋଇଥିବା ପାଥକୁ ଆପଣଙ୍କ ସିଷ୍ଟମର ହୋମ୍ ଫୋଲ୍ଡର୍ ପାଥ୍ ସହିତ ପ୍ରତିସ୍ଥାପିତ କରନ୍ତୁ |
04:05 | ଗୋଟିଏ ଏରର୍ ଏହା ପ୍ରଦର୍ଶିତ କରିବ ଯେ ଏହି କୋଡର ଲାଇନ୍ ଗୋଟିଏ FileNotFoundExceptionକୁ ସୃଷ୍ଟି କରିପାରେ |
04:10 | ଏହି ଏକ୍ସସେପଶନକୁ throws clauseରେ ସଂଯୁକ୍ତ କରିବା ସହିତ ଆମେ ଏହାର ସମାଧାନ କରିପାରିବା |
04:16 | throws clauseରେ FileNotFoundException ମଧ୍ୟ ସଂଯୁକ୍ତ ହୋଇଥିବା ଆପଣ ଦେଖିପାରିବେ |
04:22 | ଏଠାରେ ପ୍ରଦର୍ଶିତ ହେବା ଭଳି ଆମେ throwsକୁ ବ୍ୟବହାର କରି ଅନେକ exceptionଗୁଡିକୁ ନିୟନ୍ତ୍ରଣ କରିପାରିବା |
04:28 | ବର୍ତ୍ତମାନ ଆମେ StudentMarks class ମଧ୍ୟରେ main methodକୁ ସୃଷ୍ଟି କରିବା ସହିତ ପରିଣାମଗୁଡିକୁ ଯାଞ୍ଚ କରିପାରିବା |
04:34 | ଏଠାରେ marks ପାଇଁ ଥିବା ଭେଲ୍ୟୁ 40 ସହିତ ଇନିଶିଆଲାଇଜ୍ ହେବା ସକାଷେ ଗୋଟିଏ ଅବଜେକ୍ଟ m1, ସୃଷ୍ଟି କରନ୍ତୁ |
04:41 | ପରବର୍ତ୍ତୀ ଲାଇନରେ ଅବଜେକ୍ଟ m1କୁ ବ୍ୟବହାର କରି ମେଥଡ୍ validateକୁ ପ୍ରୟୋଗ କରନ୍ତୁ |
04:47 | ଯେତେବେଳେ validate method ପ୍ରୟୋଗ ହେବ ଆମେ ଗୋଟିଏ ଏରରକୁ ଦେଖିପାରିବା |
04:52 | ଏହା ସୂଚିତ କରିବ ଯେ ଏହି method, InvalidMarkException ଓ FileNotFoundExceptionକୁ ସୃଷ୍ଟି କରିବ |
04:59 | ଏହି ଏରରକୁ ସମାଧାନ କରିବା ପାଇଁ ଆମେ ପୂର୍ବେ କରିଥିବା ଭଳି main methodରେ throws clauseକୁ ସଂଯୁକ୍ତ କରିପାରିବା |
05:05 | କିନ୍ତୁ try ଓ catch blockକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଉଛି |
05:10 | ତେଣୁ Surround with try/catch ଉପରେ ଡବଲ୍ କ୍ଲିକ୍ କରନ୍ତୁ |
05:14 | ବର୍ତ୍ତମାନ ଦରକାରୀ try-catch blockଗୁଡିକ ସଂଯୁକ୍ତ ହୋଇଛନ୍ତି ଏବଂ exception ନିୟନ୍ତ୍ରିତ ହୋଇଛି |
05:20 | ବର୍ତ୍ତମାନ ଏହି ପ୍ରୋଗ୍ରାମକୁ ରନ୍ କରନ୍ତୁ |
05:23 | ଏହା Entry OK ଓ କୋଡର ବାକି ଅଂଶକୁ ପ୍ରଦର୍ଶନ କରିବ |
05:27 | ଏହା ଦେଖାଦେବ କାରଣ marksର ଭେଲ୍ୟୁ 40 ଗୋଟିଏ ବୈଧ ଏଣ୍ଟ୍ରୀ ଅଟେ |
05:32 | ବର୍ତ୍ତମାନ ଭେଲ୍ୟୁକୁ -10ରେ ପରିବର୍ତ୍ତନ କରନ୍ତୁ ଯାହା ଗୋଟିଏ ଅବୈଧ ଏଣ୍ଟ୍ରୀ ଅଟେ |
05:37 | ପୁନର୍ବାର ପ୍ରୋଗ୍ରାମକୁ ରନ୍ କରନ୍ତୁ |
05:40 | ବର୍ତ୍ତମାନ -10 ଗୋଟିଏ ଅବୈଧ ଏଣ୍ଟ୍ରୀ ଭାବେ InvalidMarkException ଦ୍ଵାରା ପ୍ରଦର୍ଶନକୁ ଆମେ ଦେଖିପାରିବା |
05:47 | ଯେହେତୁ ଆମେ exceptionକୁ ନିୟନ୍ତ୍ରଣ କରୁଛେ ବାର୍ତ୍ତା rest of the codeକୁ ଦେଖାଯାଇପାରିବ |
05:53 | ଏହା ବ୍ୟତିତ ଯଦି ଆମେ throws କ୍ଲଜକୁ ବ୍ୟବହାର କରିବା ଏହି ବାର୍ତ୍ତା rest of the code ପ୍ରିଣ୍ଟ ହେବ ନାହିଁ |
06:00 | ପ୍ରୋଗ୍ରାମ୍ ମଧ୍ୟ ବନ୍ଦ ହୋଇଯିବ |
06:03 | ତେଣୁ main method ମଧ୍ୟରେ ଗୋଟିଏ method କଲ୍ ହେବା ସମୟରେ ଏକ try catch blockକୁ ବ୍ୟବହାର କରିବା ଉତ୍ତମ ଅଟେ |
06:10 | ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ |
06:13 | ସଂକ୍ଷିପ୍ତରେ |
06:15 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, ଗୋଟିଏ Custom Exception କ’ଣ, throw ଓ throws keywordଗୁଡିକର ବ୍ୟବହାର, custom exceptionଗୁଡିକୁ କିପରି ସୃଷ୍ଟି ଓ ବ୍ୟବହାର କରିବା |
06:26 | ଗୋଟିଏ ଆସାଇନମେଣ୍ଟ ଭାବେ, InvalidAgeException ନାମକ ଏକ custom exception class ସୃଷ୍ଟି କରନ୍ତୁ |
06:33 | ଅନ୍ୟ ଏକ class Age ସୃଷ୍ଟି କରିବା ସହିତ ବୟସର ଭେଲ୍ୟୁକୁ ଇନିଶିଆଲାଇଜ୍ କରିବା ପାଇଁ ଗୋଟିଏ constructor ସୃଷ୍ଟି କରନ୍ତୁ |
06:39 | ଗୋଟିଏ exceptionକୁ ପ୍ରଦର୍ଶନ କରିବା ପାଇଁ ଏକ method validate ମଧ୍ୟ ସୃଷ୍ଟି କରନ୍ତୁ ଯଦି ବୟସ 18ରୁ କମ୍ ହୁଏ |
06:45 | main method ମଧ୍ୟରେ ଅବଜେକ୍ଟଗୁଡିକୁ ସୃଷ୍ଟି କରିବା ସହିତ validate() methodକୁ ପ୍ରୟୋଗ କରନ୍ତୁ |
06:51 | ଯେତେବେଳେ ଆବଶ୍ୟକ try-catch blocksକୁ ବ୍ୟବହାର କରି exception handling ଉପଲବ୍ଧ କରାନ୍ତୁ |
06:56 | custom exception classକୁ ଯାଞ୍ଚ କରନ୍ତୁ |
07:00 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
07:06 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
07:18 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
07:29 | ଏହି ସ୍କ୍ରିପ୍ଟ Department of Information Technology, Amal Jyothi College of Engineering ଦ୍ଵାରା ପ୍ରଦାନ କରାଯାଇଛି |
07:36 | ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |