CellDesigner/C2/Create-and-Edit-Components/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, CellDesignerରେ Create and Edit Components ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:08 | ଏହି ଟ୍ୟୁଟୋରିଆଲରେ ଆମେ ଅଂକନ କ୍ଷେତ୍ର ମଧ୍ୟରେ ସେଭ୍ ହୋଇସାରିଥିବା ଗୋଟିଏ .xml ଫାଇଲକୁ ଖୋଲିବା ବିଷୟରେ ଶିଖିବା |
| 00:15 | ଗୋଟିଏ compartmentରେ ଥିବା ନିମ୍ନଲିଖିତକୁ ପରିବର୍ତ୍ତନ କରନ୍ତୁ: shape, size, color ଓ ବୋର୍ଡରର ମୋଟେଇ |
| 00:22 | CellDesignerରେ ଅନେକ ଫାଇଲ୍ ସୃଷ୍ଟି କରିବା ତଥା ଗୋଟିଏ Speciesର ଆଇଡେଣ୍ଟିଟୀକୁ ପରିବର୍ତ୍ତନ କରିବା |
| 00:28 | ଗୋଟିଏ Speciesକୁ କିପରି କଟ୍, କପୀ ଓ ପେଷ୍ଟ କରାଯାଏ ଏବଂ ଗୋଟିଏ Speciesର Start-point ଓ End-point ବିଷୟରେ ମଧ୍ୟ ଶିଖିବା |
| 00:37 | ଗୋଟିଏ Speciesକୁ କିପରି କ୍ରିୟାଶୀଳ ତଥା ଏହାର ରଙ୍ଗ ପରିବର୍ତ୍ତନ କରିବା, ଗୋଟିଏ Reactionର ଗୁଣାବଳୀଗୁଡିକୁ ପରିବର୍ତ୍ତନ କରିବା, ଗୋଟିଏ Fileକୁ କିପରି ବନ୍ଦ କରିବା |
| 00:47 | ଏଠାରେ ମୁଁ Ubuntu Linux OS version 14.04, CellDesigner version 4.3 ଓ Java version 1.7 ବ୍ୟବହାର କରୁଛି |
| 00:57 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣ ନିଶ୍ଚିତରୂପେ ଅଣ୍ଡରଗ୍ରାଜୁଏଟ୍ Biochemistry ଓ CellDesignerର ଇଣ୍ଟରଫେସ୍ ସହିତ ପରିଚିତ ଥିବା ଆବଶ୍ୟକ |
| 01:05 | ଯଦି ନାହିଁ ତେବେ ସମ୍ପର୍କୀତ CellDesigner tutorials ପାଇଁ ଦୟାକରି ୱେବସାଇଟ୍ www.spoken-tutorial.orgକୁ ଯା’ନ୍ତୁ |
| 01:16 | ଶିକ୍ଷ୍ୟାର୍ଥୀମାନେ ଦୟାକରି ଧ୍ୟାନଦିଅନ୍ତୁ: ଏହି ସିରିଜର କିଛି ପୂର୍ବ ଟ୍ୟୁଟୋରିଆଲଗୁଡିକ Windows OSରେ ନିର୍ମାଣ କରାଯାଇଛି |
| 01:24 | ଯାହାହେଉ ଏବେଠାରୁ ଏହି ସିରିଜର ସମସ୍ତ Ubuntu Linux OSରେ ସମ୍ପୂର୍ଣ ହେବ |
| 01:30 | ଆଗକୁ ବଢିବା ସହିତ CellDesignerରେ କମ୍ପୋନେଣ୍ଟଗୁଡିକୁ ସୃଷ୍ଟି ତଥା ଏଡିଟ୍ କରନ୍ତୁ |
| 01:35 | Ctrl+Alt+T କୀକୁ ଏକ ସଙ୍ଗେ ଦାବି terminalକୁ ଖୋଲନ୍ତୁ |
| 01:41 | ବର୍ତ୍ତମାନ ./runCellDesigner4.3 ଟାଇପ୍ କରିବା ସହିତ Enter ଦାବନ୍ତୁ |
| 01:52 | ବର୍ତ୍ତମାନ CellDesigner ୱିଣ୍ଡୋ ଆପଣଙ୍କ ସ୍କ୍ରୀନ୍ ଉପରେ ଖୋଲିଯିବ |
| 01:56 | ଆମେ ପୂର୍ବେ ସୃଷ୍ଟି କରିଥିବା Create and Edit ଫାଇଲକୁ ଖୋଲନ୍ତୁ |
| 02:02 | ତେଣୁ File ଉପରେ ଏବଂ ତା’ପରେ Openରେ କ୍ଲିକ୍ କରନ୍ତୁ |
| 02:07 | ସ୍କ୍ରୀନ୍ ଉପରେ Open ନାମକ ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
| 02:11 | ଏଠାରେ ଆମକୁ Folders ଲେବଲ୍ ଅଧୀନରେ ଥିବା ଫୋଲ୍ଡରକୁ ଚୟନ କରିବାକୁ ହେବ |
| 02:15 | ଲେବଲ୍ File ଅଧୀନସ୍ଥ Create_and_Edit.xml ଫାଇଲ୍ ଉପରେ ଏବଂ ତା’ପରେ OKରେ ଡବଲ୍ କ୍ଲିକ୍ କରନ୍ତୁ |
| 02:27 | ଆମର Create_and_Edit.xml ଫାଇଲ୍ ବର୍ତ୍ତମାନ ଅଂକନ କ୍ଷେତ୍ର ମଧ୍ୟରେ ଖୋଲିଯିବ |
| 02:35 | କମ୍ପୋନେଣ୍ଟକୁ ଚୟନ କରନ୍ତୁ. main menu ବାର୍ ମଧ୍ୟରେ ଥିବା Componentକୁ ଯା’ନ୍ତୁ |
| 02:43 | ତଳକୁ ସ୍କ୍ରୋଲ୍ କରିବା ସହିତ Change to OVALକୁ ଚୟନ କରନ୍ତୁ |
| 02:48 | ଅଂକନ କ୍ଷେତ୍ର ଉପରେ ବର୍ତ୍ତମାନ ଗୋଟିଏ ଓଭାଲ୍ କମ୍ପାର୍ଟମେଣ୍ଟ ପ୍ରାପ୍ତ ହେବ |
| 02:54 | ରଙ୍ଗ କିମ୍ବା ମୋଟେଇକୁ ପରିବର୍ତ୍ତନ କରିବା ପାଇଁ ମୁଖ୍ୟ ମେନୁ ବାରରେ ଥିବା Componentକୁ ଯା’ନ୍ତୁ |
| 03:00 | ବିକଳ୍ପ Change color & shape ଉପରେ କ୍ଲିକ୍ କରନ୍ତୁ |
| 03:05 | ଅନ୍ୟ ଭାବେ କମ୍ପାର୍ଟମେଣ୍ଟର ବାଉଣ୍ଡାରୀ ଉପରେ ରାଇଟ୍ କ୍ଲିକ୍ କରିବା ସହିତ ବିକଳ୍ପ Change color & shapeକୁ ଚୟନ କରନ୍ତୁ |
| 03:14 | ସ୍କ୍ରୀନ୍ ଉପରେ Change color & shape ନାମକ ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
| 03:20 | ଗୋଟିଏ ପତଳା ବାଉଣ୍ଡାରୀ ଲାଇନ୍ ପାଇଁ Membrane Thicknessକୁ 12 ରୁ 8 କିମ୍ବା କମ୍ ଚୟନ କରନ୍ତୁ |
| 03:29 | ରଙ୍ଗକୁ ପରିବର୍ତ୍ତନ କରିବା ପାଇଁ Color panelକୁ ଯା’ନ୍ତୁ |
| 03:34 | Color panelରେ ହ୍ୟାଣ୍ଡଲ୍ ଭଳି ଗୋଟିଏ ପଏଣ୍ଟର୍ ସହିତ ଏକ ବର୍ଣ୍ଣ ଚକ୍ର ଅଛି |
| 03:39 | ପଏଣ୍ଟରକୁ କ୍ଲିକ୍ କରି ଦାବି ଧରିବା ସହିତ ଆବଶ୍ୟକ ରଙ୍ଗକୁ ଚୟନ କରିବା ପାଇଁ ରୋଟେଟ୍ କରନ୍ତୁ |
| 03:46 | ସମସ୍ତ ରୂପାନ୍ତର ସମ୍ପନ୍ନ ହେଲାପରେ Apply ଉପରେ ଏବଂ ତା’ପରେ Okରେ କ୍ଲିକ୍ କରନ୍ତୁ |
| 03:53 | ବିଭିନ୍ନ Compartmentଗୁଡିକୁ ଅଂକନ କରିବା ପାଇଁ ରିଆକ୍ସନ୍ ଟୂଲବାର୍ ଉପରେ ଅନ୍ୟ ବିକଳ୍ପଗୁଡିକୁ ନିଜକୁ ନିଜେ ଆବିଷ୍କାର କରନ୍ତୁ |
| 04:00 | ବର୍ତ୍ତମାନ Speciesର କିପରି change the identity ବିଷୟରେ ଆମେ ଶିଖିବା |
| 04:05 | ତେଣୁ ପ୍ରଥମେ CTRL+Nକୁ ଦାବି ଗୋଟିଏ ନୂତନ ୱିଣ୍ଡୋକୁ ଖୋଲନ୍ତୁ |
| 04:11 | ଏହି ଫାଇଲକୁ ଗୋଟିଏ ନାମ ଦିଅନ୍ତୁ ଯେପରି Change Species |
| 04:16 | ଡିଫଲ୍ଟ ଥିବା width ଓ heightକୁ ରଖନ୍ତୁ. ଏବଂ Ok ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 04:22 | ବର୍ତ୍ତମାନ ଟୂଲବାରରେ Generic protein ପାଇଁ ଥିବା ଆଇକନ୍ ଉପରେ କ୍ଲିକ୍ କରିବା ସହିତ ଅଂକନ କ୍ଷେତ୍ର ଉପରେ କ୍ଲିକ୍ କରନ୍ତୁ |
| 04:30 | ଡାଇଲଗ୍ ବକ୍ସ ଉପରେ Pectin ଟାଇପ୍ କରିବା ସହିତ Ok ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 04:37 | ବର୍ତ୍ତମାନ Generic protein Pectin ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 04:41 | ଏବଂ ବିକଳ୍ପ Change Identity ଉପରେ କ୍ଲିକ୍ କରନ୍ତୁ |
| 04:46 | ସ୍କ୍ରୀନ୍ ଉପରେ Change identity of the species ନାମକ ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
| 04:53 | Class ବକ୍ସରେ ଥିବା ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ |
| 04:58 | ଯେକୌଣସି ବିକଳ୍ପ ଉଦାହରଣସ୍ଵରୂପ, ଡ୍ରପ୍-ଡାଉନ୍ ମେନୁରୁ simple moleculeକୁ ଚୟନ କରନ୍ତୁ |
| 05:05 | ବର୍ତ୍ତମାନ Name ବକ୍ସରେ ଏହାକୁ simple molecule ଭାବେ ନାମିତ କରନ୍ତୁ |
| 05:10 | ଧରିନିଅନ୍ତୁ Fructose. ଏବଂ Apply ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 05:17 | ବର୍ତ୍ତମାନ ଆମର Protein Pectin, Fructose ନାମକ ଗୋଟିଏ simple moleculeରେ ରୂପାନ୍ତର ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ |
| 05:25 | ବର୍ତ୍ତମାନ ଚାଲନ୍ତୁ Cut, Copy ଓ Paste କରିବା ଶିଖିବା |
| 05:29 | ଅଂକନ କ୍ଷେତ୍ର ଉପରେ ଉପସ୍ଥିତ ଥିବା ସମାନ Fructoseକୁ ବ୍ୟବହାର କରନ୍ତୁ |
| 05:34 | ଗୋଟିଏ Speciesକୁ କଟ୍ କରିବା ପାଇଁ ପ୍ରଥମେ Species Fructose ଉପରେ କ୍ଲିକ୍ କରନ୍ତୁ |
| 05:40 | Edit ମେନୁକୁ ଯା’ନ୍ତୁ, ତଳକୁ ସ୍କ୍ରୋଲ୍ କରିବା ସହିତ Cutରେ କ୍ଲିକ୍ କରନ୍ତୁ |
| 05:47 | ଧ୍ୟାନଦିଅନ୍ତୁ ଯେ ଏଠାରେ Cut ପାଇଁ ସର୍ଟକଟ୍ କୀ Ctrl+X ଅଟେ |
| 05:53 | Species Fructose କଟ୍ ହୋଇଯାଇଛି |
| 05:56 | ସ୍ପିସିଜକୁ ପେଷ୍ଟ କରିବା ପାଇଁ Edit ମେନୁକୁ ଫେରିଆସନ୍ତୁ ଏବଂ ତଳକୁ ସ୍କ୍ରୋଲ୍ କରିବା ସହିତ Pasteରେ କ୍ଲିକ୍ କରନ୍ତୁ |
| 06:03 | ଏଠାରେ ଧ୍ୟାନଦିଅନ୍ତୁ ଯେ Paste ପାଇଁ ସର୍ଟକଟ୍ କୀ Ctrl+V ଅଟେ |
| 06:08 | Species Fructose ଅଂକନ କ୍ଷେତ୍ର ଉପରେ ଦୃଶ୍ୟମାନ ହେବ |
| 06:12 | Speciesକୁ କପୀ କରିବା ପାଇଁ, ମୁଖ୍ୟ ମେନୁ ବାର୍ ଉପରେ ଥିବା Editକୁ ଯା’ନ୍ତୁ |
| 06:18 | Copy ଉପରେ କ୍ଲିକ୍ କରନ୍ତୁ |
| 06:21 | ଏଠାରେ ଧ୍ୟାନଦିଅନ୍ତୁ ଯେ କପୀ ପାଇଁ ସର୍ଟକଟ୍ କୀ Ctrl+C ଅଟେ. Copy ଉପରେ କ୍ଲିକ୍ କରିବା ସହିତ ଅଂକନ କ୍ଷେତ୍ର ଉପରେ କ୍ଲିକ୍ କରନ୍ତୁ |
| 06:31 | ଏହି ଥର ପେଷ୍ଟ କରିବା ପାଇଁ Ctrl + Vକୁ ଦାବନ୍ତୁ |
| 06:36 | ବର୍ତ୍ତମାନ ଆମେ ଅଂକନ କ୍ଷେତ୍ର ଉପରେ Fructoseର ଗୋଟିଏ କପୀ ପ୍ରାପ୍ତ କରିବା |
| 06:40 | କୌଣସି କାର୍ଯ୍ୟକୁ ଅଣ୍ଡୁ କରିବା ପାଇଁ Ctrl+Z ଏବଂ ରୀଡୁ କରିବା ପାଇଁ Ctrl+Yକୁ ଦାବନ୍ତୁ |
| 06:51 | ଯାହାହେଉ ଏଗୁଡିକର ବ୍ୟବହାର ସୀମିତ ଅଟେ |
| 06:55 | ଅଂକନ କ୍ଷେତ୍ର ଉପରେ Fructose moleculesକୁ ଡ୍ରାଗ୍ କରିବା ସହିତ କଡରେ ରଖନ୍ତୁ |
| 07:00 | ଏହା କରିବା ପାଇଁ Fructose ଉପରେ କ୍ଲିକ୍ କରିବା ସହିତ ଚାହୁଁଥିବା ସ୍ଥାନକୁ ଏହାକୁ ଡ୍ରାଗ୍ କରନ୍ତୁ |
| 07:07 | ତା’ପରେ ଆମେ speciesର start-point ଓ end-point କ’ଣ ଏବଂ ଗୋଟିଏ speciesକୁ କିପରି activate କରାଯାଏ ଶିଖିବା? |
| 07:13 | ସେଥି ପାଇଁ ଦୁଇଟି generic proteins ମଧ୍ୟରେ ମୁଁ ଗୋଟିଏ state transition reactionକୁ ଅଂକନ କରିସାରିଛି |
| 07:21 | ମୁଁ ସେଗୁଡିକୁ Protein 1 ଓ Protein 2 ଭାବେ ନାମିତ କରିଛି |
| 07:25 | ମନେପକାନ୍ତୁ ପୂର୍ବରୁ ଆମେ ଗୋଟିଏ reactionକୁ କିପରି ଅଂକନ କରାଯାଏ ଶିଖିଛେ |
| 07:29 | ଯଦି ଆପଣ ଜାଣି ନଥିବେ ତେବେ ଏହି ସିରିଜରେ ଥିବା ପୂର୍ବ ଟ୍ୟୁଟୋରିଆଲଗୁଡିକୁ ରେଫର୍ କରିବା ସହିତ ଆଗକୁ ବଢନ୍ତୁ |
| 07:35 | ଏହି ରିଆକ୍ସନରେ, start point ହେଉଛି Protein 1 ଏବଂ end point ହେଉଛି Protein 2 |
| 07:43 | ଗୋଟିଏ speciesକୁ କାର୍ଯ୍ୟକ୍ଷମ କରିବା ସକାଷେ, ଏକ Species ଉପରେ କ୍ଲିକ୍ କରନ୍ତୁ ଯାହା ଗୋଟିଏ Reactionର ଏକ end-point ଅଟେ |
| 07:50 | ଆମକ୍ଷେତ୍ରରେ ଏହା Protein 2 ଅଟେ |
| 07:53 | ତେଣୁ Protein 2 ଉପରେ କ୍ଲିକ୍ କରିବା ସହିତ କୀବୋର୍ଡ ଉପରେ Aକୁ ଦାବନ୍ତୁ |
| 07:59 | ଏହି ପରିବର୍ତ୍ତନକୁ ଅଣ୍ଡୁ କରିବା ପାଇଁ Ctrl + Z କୀକୁ ଦାବନ୍ତୁ |
| 08:05 | ଅନ୍ୟ ଭାବେ Protein 2 ଉପରେ କ୍ଲିକ୍ କରନ୍ତୁ |
| 08:09 | ତା’ପରେ ମୁଖ୍ୟ ମେନୁ ବାରରେ ଥିବା Componentକୁ ଯା’ନ୍ତୁ |
| 08:13 | ତଳକୁ ସ୍କ୍ରୋଲ୍ କରିବା ସହିତ Set Activeରେ କ୍ଲିକ୍ କରନ୍ତୁ |
| 08:18 | ଧ୍ୟାନଦିଅନ୍ତୁ ଯେ activated species ଗୋଟିଏ ଡାଶ୍ ଲାଇନ୍ ଦ୍ଵାରା ରାପ୍ ହୋଇଛି |
| 08:24 | ବର୍ତ୍ତମାନ species, Protein 2ର ରଙ୍ଗକୁ ପରିବର୍ତ୍ତନ କରନ୍ତୁ |
| 08:29 | ତେଣୁ ଏହା ଉପରେ ରାଇଟ୍ କ୍ଲିକ୍ କରିବା ସହିତ Change color and shape ଉପରେ କ୍ଲିକ୍ କରନ୍ତୁ |
| 08:35 | ଆମେ ପୂର୍ବେ ଦେଖିଥିବା ଭଳି Color ପ୍ୟାନେଲରେ ବର୍ଣ୍ଣ ଚକ୍ର ଅଛି |
| 08:40 | ଆବଶ୍ୟକ ରଙ୍ଗକୁ ଚୟନ କରିବା ପାଇଁ ପଏଣ୍ଟରକୁ କ୍ଲିକ୍ କରିବା ସହିତ ରୋଟେଟ୍ କରନ୍ତୁ |
| 08:44 | ତା’ପରେ Apply ଓ Okରେ କ୍ଲିକ୍ କରନ୍ତୁ |
| 08:49 | speciesରେ ହେଉଥିବା ରଙ୍ଗ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
| 08:53 | ବର୍ତ୍ତମାନ ଗୋଟିଏ Reactionର ଗୁଣାବଳୀଗୁଡିକୁ କିପରି ପରିବର୍ତ୍ତନ କରାଯାଏ ଆମେ ଶିଖିବା |
| 08:57 | ଅଂକନ କ୍ଷେତ୍ରରେ ଉପସ୍ଥିତ ଥିବା ଆମ state transition reactionକୁ ଫେରିଆସନ୍ତୁ |
| 09:03 | ଦୁଇଟି species ମଧ୍ୟରେ ଥିବା reaction arrow ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 09:08 | ବର୍ତ୍ତମାନ ବିକଳ୍ପ Change Identityକୁ ଚୟନ କରନ୍ତୁ |
| 09:13 | ଗୋଟିଏ ଡାଇଲଗ୍ ବକ୍ସ Change Properties of the Reaction, ଦୃଶ୍ୟମାନ ହେବ |
| 09:18 | Name ବକ୍ସରେ ରିଆକ୍ସନର ନାମକୁ ଟାଇପ୍ କରନ୍ତୁ ଯେପରି Reaction1 |
| 09:26 | Type ବକ୍ସରେ ଥିବା ଡ୍ରପ୍-ଡାଉନ୍ ମେନୁରୁ ଆବଶ୍ୟକ ରିଆକ୍ସନ୍ ଯେପରି Transcriptionକୁ ଚୟନ କରିବା ସହିତ Okରେ କ୍ଲିକ୍ କରନ୍ତୁ |
| 09:38 | ଅଂକନ କ୍ଷେତ୍ର ଉପରେ reaction ପରିବର୍ତ୍ତନ ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ |
| 09:42 | ଅଂକନ କ୍ଷେତ୍ରରେ ଥିବା ରିଆକ୍ସନ୍ ଆରୋ ଉପରେ ଆମେ ପ୍ରଦାନ କରିଥିବା ନାମକୁ ଦେଖିପାରିବା ନାହିଁ |
| 09:47 | ଚିନ୍ତିତ ହୁଅନ୍ତୁ ନାହିଁ, ଏହା ବିଷୟରେ ଆମେ ଆଗାମୀ ଟ୍ୟୁଟୋରିଆଲଗୁଡିକରେ ଶିଖିବା |
| 09:53 | reaction arrow ଉପରେ ପୁନର୍ବାର ରାଇଟ୍ କ୍ଲିକ୍ କରିବା ସହିତ ବିକଳ୍ପ Change Identity ଉପରେ କ୍ଲିକ୍ କରନ୍ତୁ |
| 10:00 | ଏହା ଗୋଟିଏ Reversible ରିଆକ୍ସନ୍ ହେବା କ୍ଷେତ୍ରରେ ବିକଳ୍ପ TRUEକୁ ଚୟନ କରିବା ସହିତ Okରେ କ୍ଲିକ୍ କରନ୍ତୁ |
| 10:09 | ବର୍ତ୍ତମାନ ରିଆକ୍ସନଟି ବିପରୀତ ହୋଇଯାଇଥିବା ଆପଣ ଦେଖିପାରିବେ |
| 10:14 | CellDesignerକୁ ବନ୍ଦ କରିବା ପାଇଁ, File ଉପରେ କ୍ଲିକ୍ କରିବା ସହିତ ବିକଳ୍ପ Exitକୁ ଚୟନ କରନ୍ତୁ |
| 10:20 | ଅନ୍ୟ ଭାବେ ଆପଣ Ctrl Qକୁ ଦାବିପାରିବେ |
| 10:25 | Confirmation ନାମକ ଗୋଟିଏ ଡାଇଲଗ୍ ବକ୍ସ ସ୍କ୍ରୀନ୍ ଉପରେ ଦୃଶ୍ୟମାନ ହେବ ଯାଉଁଥିରେ କରିଥିବା ପରିବର୍ତ୍ତନଗୁଡିକୁ ସେଭ୍ କରିବାକୁ ଇଚ୍ଛୁକ କି ନୁହେଁ ବୋଲି ପ୍ରଶ୍ନ ରହିଥିବ |
| 10:32 | Yes ଉପରେ କ୍ଲିକ୍ କରିବା ସହିତ Ok ବଟନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 10:38 | ଫାଇଲଟି ରୂପାନ୍ତର ହୋଇଛି ବୋଲି ଏହା କହିବ |
| 10:41 | Save the changes? Yesରେ କ୍ଲିକ୍ କରନ୍ତୁ |
| 10:46 | ସଂକ୍ଷିପ୍ତରେ: ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ କିପରି: |
| 10:50 | ଅଂକନ କ୍ଷେତ୍ରରେ ସେଭ୍ ହୋଇଥିବା ଗୋଟିଏ .xml ଫାଇଲକୁ ଖୋଲିବା |
| 10:55 | Compartmentସ୍ଥିତ ବୋର୍ଡରର shape, size, color ଓ ମୋଟେଇକୁ ପରିବର୍ତ୍ତନ କରିବା |
| 11:01 | CellDesignerରେ ଅନେକ ଫାଇଲକୁ ସୃଷ୍ଟି କରିବା ସହିତ ଆଇଡେଣ୍ଟିଟୀକୁ ପରିବର୍ତ୍ତନ କରିବା |
| 11:07 | ଏବଂ ଗୋଟିଏ Speciesକୁ Cut, Copy ଓ Paste କରିବା |
| 11:10 | ଗୋଟିଏ Speciesର Start-point ଓ End-point ବିଷୟରେ ମଧ୍ୟ ଶିଖିଲେ |
| 11:15 | ଗୋଟିଏ Speciesକୁ କିପରି କ୍ରିୟାଶୀଳ କରିବା, ଗୋଟିଏ Speciesର ରଙ୍ଗ ପରିବର୍ତ୍ତନ କରିବା, ଗୋଟିଏ Reactionର ଗୁଣାବଳୀଗୁଡିକୁ ପରିବର୍ତ୍ତନ କରିବା ତଥା ଗୋଟିଏ ଫାଇଲକୁ ବନ୍ଦ କରିବା |
| 11:25 | ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ: ଗୋଟିଏ complex ସୃଷ୍ଟି କରନ୍ତୁ ଏବଂ Complex ମଧ୍ୟରେ ଗୋଟିଏ Speciesକୁ ସ୍ଥାପିତ କରନ୍ତୁ |
| 11:32 | ଆସାଇନମେଣ୍ଟ 2: ଟୂଲବାରକୁ ଆବିଷ୍କାର କରିବା ସହିତ ଗୋଟିଏ ରିଆକ୍ସନରେ କିପରି ଏକ reactant ଓ productକୁ ସଂଯୁକ୍ତ କରାଯାଏ ଦେଖନ୍ତୁ |
| 11:41 | ଆପଣଙ୍କର ସମ୍ପୂର୍ଣ ହୋଇଥିବା ଆସାଇନମେଣ୍ଟ ଏହି ଭଳି ଦେଖାଯିବା ଆବଶ୍ୟକ |
| 11:45 | ଆପଣଙ୍କର ପ୍ରଥମ ଆସାଇନମେଣ୍ଟ ଏହି ଭଳି ଦେଖାଯିବ: Complex ମଧ୍ୟରେ ଗୋଟିଏ complex ଓ Species ସ୍ଥାପିତ ହୋଇଛି |
| 11:55 | ଆସାଇନମେଣ୍ଟ 2 ଏହି ଭଳି ଦେଖାଯିବ: ଗୋଟିଏ reactant ଓ product ସହିତ ଏକ state-transition reaction |
| 12:00 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ |
| 12:05 | ଏହି ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଏହାକୁ ଡାଉନଲୋଡ୍ କରିଦେଖନ୍ତୁ |
| 12:13 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 12:23 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ. ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
| 12:35 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |