PERL/C3/Including-files-or-modules/Oriya
From Script | Spoken-Tutorial
Time | Narration |
00:01 | ଗୋଟିଏ PERL ପ୍ରୋଗ୍ରାମରେ Including files or modules ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ, PERL ପ୍ରୋଗ୍ରାମିଙ୍ଗରେ
do use ଓ require method ଗୁଡିକୁ ବ୍ୟବହାର କରି ଶିଖିବା |
00:16 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:
Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ Perl 5.14.2 ଓ gedit ଟେକ୍ସଟ ଏଡିଟର୍ |
00:28 | ଆପଣ ନିଜ ପସନ୍ଦର ଯେକୌଣସି text editorକୁ ବ୍ୟବହାର କରିପାରିବେ |
00:32 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବା ପାଇଁ ଆପଣଙ୍କର Perl ପ୍ରୋଗ୍ରାମିଙ୍ଗ ଉପରେ କାର୍ଯ୍ୟକାରୀତା ଜ୍ଞାନ ଥିବା ଆବଶ୍ୟକ |
00:37 | ଯଦି ନାହିଁ ତେବେ spoken tutorial ୱେବସାଇଟରେ Perl ସମ୍ବନ୍ଧିତ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ |
00:44 | do() ମେଥଡ୍: ସାମ୍ପ୍ରତିକ ସ୍କ୍ରିପ୍ଟ ଫାଇଲରେ ଅନ୍ୟ ଫାଇଲଗୁଡିକରୁ ସୋର୍ସ କୋଡକୁ ସଂଯୁକ୍ତ କରିବା ପାଇଁ ଏଗୁଡିକ ସରଳ ମାର୍ଗ ଅଟନ୍ତି |
00:53 | do() methodକୁ କିପରି ବ୍ୟବହାର କରାଯାଏ ଚାଲନ୍ତୁ ବୁଝିବା |
00:57 | ଆପଣଙ୍କ ଟେକ୍ସଟ ଏଡିଟରରେ ଗୋଟିଏ ନୂତନ ଫାଇଲକୁ ଖୋଲିବା ସହିତ ଏହାକୁ datetime dot pl ଭାବେ ନାମିତ କରନ୍ତୁ |
01:03 | datetime dot pl ଫାଇଲରେ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ |
01:09 | ଏବେଠାରୁ ଆଗକୁ ଟର୍ମିନଲ୍ ଉପରେ ପ୍ରତ୍ୟେକ କମାଣ୍ଡ ପରେ Enter କୀକୁ ଦାବିବା ଭୁଲନ୍ତୁ ନାହିଁ |
01:15 | ବର୍ତ୍ତମାନ ଚାଲନ୍ତୁ କୋଡକୁ ବୁଝିବା |
01:18 | dollar datestring ନାମକ ଗୋଟିଏ ଭେରିଏବଲରେ ସାମ୍ପ୍ରତିକ ତାରିଖ ଓ ସମୟ ଷ୍ଟୋର୍ ହୋଇଛି |
01:23 | ଏଠାରେ msgThanks ନାମକ ଗୋଟିଏ ଫଙ୍କଶନ୍ ଅଛି ଯାହା ଗୋଟିଏ ବାର୍ତ୍ତା Thank you ରିଟର୍ନ କରିଥାଏ |
01:31 | ବର୍ତ୍ତମାନ Ctrl+Sକୁ ଦାବିବା ସହିତ ଫାଇଲକୁ save କରନ୍ତୁ |
01:35 | ତା’ପରେ ଅନ୍ୟ ଏକ Perl ପ୍ରୋଗ୍ରାମକୁ ଦେଖିବା ଯାହା datetime dot pl ଫାଇଲକୁ ବ୍ୟବହାର କରିବ |
01:43 | ଆପଣଙ୍କ text editorରେ ଗୋଟିଏ ନୂତନ ଫାଇଲକୁ ଖୋଲିବା ସହିତ ଏହାକୁ main dot pl ଭାବେ ନାମିତ କରନ୍ତୁ |
01:49 | main dot pl ଫାଇଲରେ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ |
01:55 | ମୁଁ ବର୍ତ୍ତମାନ କୋଡକୁ ବର୍ଣ୍ଣନା କରିବି |
01:58 | ଏଠାରେ ପ୍ରଥମ ଲାଇନ୍ ସ୍ଵାଗତ ବାର୍ତ୍ତାକୁ ପ୍ରିଣ୍ଟ କରିବ |
02:03 | do() ମେଥଡ୍ ଫାଇଲ୍ ନେମ୍ ସହିତ କଲ୍ ହେବ ଯେଉଁଠାରୁ କୋଡକୁ ବ୍ୟବହାର କରାଯିବ |
02:09 | ସାମ୍ପ୍ରତିକ ତାରିଖ ଓ ସମୟ, datetime dot pl ଫାଇଲର $datestring ଭେରିଏବଲରେ ଷ୍ଟୋର୍ ହୋଇଛି |
02:16 | ଏବଂ ଶେଷରେ ସମାନ ଫାଇଲରୁ ଫଙ୍କଶନ୍ msgThanks()କୁ କଲ୍ କରନ୍ତୁ |
02:21 | ବର୍ତ୍ତମାନ ଫାଇଲକୁ save କରିବା ପାଇଁ Ctrl+Sକୁ ଦାବନ୍ତୁ |
02:25 | ପ୍ରୋଗ୍ରାମକୁ execute କରନ୍ତୁ |
02:27 | terminalକୁ ଫେରିଆସିବା ସହିତ perl main dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
02:34 | ଟର୍ମିନଲ୍ ଉପରେ ଆଉଟପୁଟକୁ ଦେଖନ୍ତୁ |
02:37 | ତା’ପରେ ଗୋଟିଏ Perl ପ୍ରୋଗ୍ରାମରେ require() ଓ use() ମେଥଡ୍ କିପରି ବ୍ୟବହାର କରାଯାଏ ଶିଖିବା |
02:44 | ଯେତେବେଳେ ଆମ ପାଖରେ subroutinesର ସଂଗ୍ରହ ଥାଏ ଯାହାକୁ ଅନେକ Perl ପ୍ରୋଗ୍ରାମଗୁଡିକରେ ବ୍ୟବହାର କରାଯାଇପାରିବ ସେତେବେଳେ ଏହି methodଗୁଡିକ ବ୍ୟବହୃତ ହୋଇଥାଏ |
02:52 | use()ମେଥଡ୍ କେବଳ modules ପାଇଁ ବ୍ୟବହୃତ ହୋଇଥାଏ |
02:56 | compilation ହେବା ସମୟରେ ଏହା ଯାଞ୍ଚ ହୋଇଥାଏ |
02:59 | ଏଠାରେ ଫାଇଲ୍ extension ପ୍ରଦାନର ଆବଶ୍ୟକତା ନାହିଁ |
03:03 | require() ମେଥଡ୍, ଉଭୟ Perl ପ୍ରୋଗ୍ରାମ୍ ଓ moduleଗୁଡିକ ପାଇଁ ବ୍ୟବହୃତ ହୋଇଥାଏ |
03:08 | ଏହା run ଟାଇମରେ ଯାଞ୍ଚ ହୋଇଥାଏ |
03:10 | file extension ପ୍ରଦାନ କରିବା ଆବଶ୍ୟକ ଅଟେ |
03:14 | use ମେଥଡ୍ ପାଇଁ ସିଣ୍ଟାକ୍ସ ହେଉଛି, use module name semicolon |
03:20 | Perl modules ହେଉଛି ଫାଇଲଗୁଡିକ ଯାହା .pm ଏକ୍ସଟେନଶନ୍ ସହିତ ଶେଷ ହୋଇଥାଏ |
03:25 | modules ମାଧ୍ୟମରେ ପୁନଃବ୍ୟବହୃତ କୋଡ୍ ପ୍ରୟୋଗ ହୋଇଥାଏ |
03:30 | ଅନ୍ୟ (କମ୍ପ୍ୟୁଟର୍) ଲାଙ୍ଗୁୟେଜଗୁଡିକରେ ଥିବା libraries ଭଳି ଏଗୁଡିକ ସମାନ ଅଟନ୍ତି |
03:35 | ବର୍ତ୍ତମାନ Perl କୋଡରେ ଗୋଟିଏ ମୋଡ୍ୟୁଲକୁ ସଂଯୁକ୍ତ କରିବା ପାଇଁ ମୁଁ use method ସହିତ ଗୋଟିଏ ନମୂନା ପ୍ରୋଗ୍ରାମକୁ ପ୍ରଦର୍ଶନ କରିବି |
03:43 | ଆପଣଙ୍କ text editorରେ ଗୋଟିଏ ନୂତନ ଫାଇଲକୁ ଖୋଲିବା ସହିତ ଏହାକୁ sum dot pm ଭାବେ ନାମିତ କରନ୍ତୁ |
03:49 | sum dot pm ଫାଇଲରେ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
03:55 | ଏଠାରେ ଗୋଟିଏ ସରଳ function ଅଛି ଯାହା ପ୍ରଦତ୍ତ ସଂଖ୍ୟା ସେଟର ଯୋଗଫଳକୁ ଗଣନା କରିବ |
04:01 | ବର୍ତ୍ତମାନ Ctrl+Sକୁ ଦାବି ଫାଇଲକୁ save କରନ୍ତୁ |
04:05 | ଆମେ ଅନ୍ୟ ଏକ Perl scriptକୁ ଲେଖିବା ଯେଉଁଠି ଏହି sum dot pm ଫାଇଲକୁ ବ୍ୟବହାର କରାଯିବ |
04:11 | ନମୂନା ପ୍ରୋଗ୍ରାମ୍ app dot pl ଫାଇଲକୁ ଖୋଲନ୍ତୁ ଯାହାକୁ ମୁଁ ସେଭ୍ କରିସାରିଛି |
04:17 | app dot pl ଫାଇଲରେ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡକୁ ଟାଇପ୍ କରନ୍ତୁ |
04:22 | ବର୍ତ୍ତମାନ ମୁଁ କୋଦକୁ ବର୍ଣ୍ଣନା କରିବି |
04:25 | ପ୍ରଥମ ଲାଇନ୍ ମୋଡ୍ୟୁଲ୍ ନେମ୍ ସହିତ use ମେଥଡକୁ ପ୍ରଦର୍ଶନ କରିବ |
04:29 | ଆମ କ୍ଷେତ୍ରରେ ମୋଡ୍ୟୁଲ୍ ନେମ୍ sum ଅଟେ |
04:33 | sum dot pm ଫାଇଲସ୍ଥିତ ଫଙ୍କଶନ୍ total()ରେ input parameters ଭାବେ 1, 7, 5, 4, 9କୁ ପାସ୍ କରନ୍ତୁ |
04:44 | ପୁନର୍ବାର ପରବର୍ତ୍ତୀ ଲାଇନରେ ସମାନ ଫଙ୍କଶନରେ input parameters ଭାବେ 1 ଠାରୁ 10କୁ ପାସ୍ କରନ୍ତୁ |
04:52 | ବର୍ତ୍ତମାନ Ctrl+Sକୁ ଦାବି ଫାଇଲକୁ save କରନ୍ତୁ |
04:56 | ପ୍ରୋଗ୍ରାମକୁ execute କରନ୍ତୁ |
04:59 | terminalକୁ ଫେରିଆସିବା ସହିତ perl app dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
05:06 | ଟର୍ମିନଲରେ ପ୍ରଦର୍ଶିତ ହୋଇଥିବା ଆଉଟପୁଟକୁ ଦେଖନ୍ତୁ |
05:10 | ଚାଲନ୍ତୁ use methodରେ ଥିବା ଆଉ କିଛି ବିକଳ୍ପଗୁଡିକୁ ଦେଖିବା. text editorରେ sum dot pmକୁ ଫେରିଆସନ୍ତୁ |
05:18 | ସୋର୍ସ କୋଡର ଆରମ୍ଭରେ, use strict ସେମିକୋଲନ୍, use warnings ସେମିକୋଲନ୍ ଲାଇନଗୁଡିକୁ ସଂଯୁକ୍ତ କରନ୍ତୁ |
05:27 | use strict ଓ use warnings କମ୍ପାଇଲର୍ ଫ୍ଲାଗଗୁଡିକ ଅଟନ୍ତି ଯାହା Perlକୁ କଠୋର ଆଚରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥା’ନ୍ତି |
05:35 | ଏଗୁଡିକ ସାଧାରଣ ପ୍ରୋଗ୍ରାମିଙ୍ଗ ତୃଟିଗୁଡିକୁ ଅଗ୍ରାହ୍ୟ କରିବା ପାଇଁ ବ୍ୟବହୃତ ହୋଇଥାଏ |
05:39 | use strict, ପ୍ରୋଗ୍ରାମରେ ବ୍ୟବହୃତ ହୋଇଥିବା ସମସ୍ତ ଭେରିଏବଲଗୁଡିକୁ ଘୋଷଣା କରିବା ପାଇଁ ବାଧ୍ୟ କରିଥାଏ |
05:45 | ଯଦି କୌଣସି ତୃଟି ଥାଏ ତେବେ use strict ନିଷ୍ପାଦନକୁ ବନ୍ଦ କରିଦେଇଥାଏ |
05:50 | use warnings ସତର୍କ ବାର୍ତ୍ତାଗୁଡିକୁ ପ୍ରଦାନ ପୂର୍ବକ ନିଷ୍ପାଦନକୁ ଜାରି ରଖିଥାଏ |
05:56 | ଭାବିନିଅନ୍ତୁ ଯେ ଆମେ ଭେରିଏବଲ୍ $sumକୁ my ଭାବେ ଘୋଷଣା କରିବାକୁ ଭୁଲିଯାଇଛେ |
06:02 | ବର୍ତ୍ତମାନ ଚାଲନ୍ତୁ ସମାନ ପ୍ରୋଗ୍ରାମକୁ କିପରି ନିଷ୍ପାଦନ କରାଯିବ ଦେଖିବା |
06:06 | Ctrl+Sକୁ ଦାବିବା ସହିତ ଫାଇଲକୁ save କରନ୍ତୁ |
06:09 | ଟର୍ମିନଲକୁ ଫେରିଆସିବା ସହିତ perl app dot pl ଟାଇପ୍ କରନ୍ତୁ |
06:15 | ଆମେ ଦେଖିପରିବା ଯେ ପରିଣାମକୁ ନିଷ୍ପାଦନ ନକରି ପ୍ରୋଗ୍ରାମ୍ ବନ୍ଦ ହୋଇଯାଇଛି |
06:21 | ଟର୍ମିନଲ୍ ଉପରେ ପ୍ରଦର୍ଶିତ ହୋଇଥିବା ଲାଇନର ପ୍ରଥମ ସେଟ୍ error messages ଅଟନ୍ତି ଯାହା use strict ଦ୍ଵାରା ସୃଷ୍ଟି ହୋଇଛି |
06:29 | ଶେଷ ଦୁଇଟି abort ବାର୍ତ୍ତା ଅଟନ୍ତି |
06:32 | ତେଣୁ ଏହିପରି use methodର ବିକଳ୍ପଗୁଡିକ କାର୍ଯ୍ୟ କରିଥା’ନ୍ତି |
06:36 | ତା’ପରେ ଚାଲନ୍ତୁ ଗୋଟିଏ Perl ପ୍ରୋଗ୍ରାମକୁ ଦେଖିବା ଯେଉଁଠି require ମେଥଡ୍ ବ୍ୟବହାର କରାଯାଇଛି |
06:41 | ନମୂନା ପ୍ରୋଗ୍ରାମ୍ commonfunctions dot plକୁ ଖୋଲନ୍ତୁ ଯାହା ମୁଁ ସେଭ୍ କରିସାରିଛି |
06:48 | commonfunctions dot pl ଫାଇଲରେ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ. ଚାଲନ୍ତୁ ବର୍ତ୍ତମାନ କୋଡକୁ ବୁଝିବା |
06:57 | ଏଠାରେ ସାଧାରଣ ଭାବେ ବ୍ୟବହୃତ ହେଉଥିବା ଫଙ୍କଶନଗୁଡିକର ଗୋଟିଏ ସଂଗ୍ରହକୁ ଆମେ ଦେଖିପାରିବା |
07:01 | ପ୍ରଥମ ଫଙ୍କଶନ୍ square(), ଗୋଟିଏ ସଂଖ୍ୟାର ବର୍ଗକୁ ରିଟର୍ନ କରିବ |
07:06 | ଦ୍ଵିତୀୟ ଫଙ୍କଶନ୍ square underscore root(), ଗୋଟିଏ ପ୍ରଦତ୍ତ ସଂଖ୍ୟାର ବର୍ଗମୂଳକୁ ରିଟର୍ନ କରିବ |
07:12 | ପରବର୍ତ୍ତୀ ଫଙ୍କଶନ୍ random underscore number(), ଗୋଟିଏ ରାଣ୍ଡମ୍ ସଂଖ୍ୟାକୁ ସୃଷ୍ଟି କରିବ |
07:18 | ଶେଷ ଫଙ୍କଶନ୍ random underscore range(), କ୍ଷୁଦ୍ରତମ ଓ ବୃହତ୍ତମ ସଂଖ୍ୟାଗୁଡିକ ମଧ୍ୟରେ ଗୋଟିଏ ରାଣ୍ଡମ୍ ସଂଖ୍ୟାକୁ ସୃଷ୍ଟି କରିବ |
07:26 | ଧ୍ୟାନଦିଅନ୍ତୁ ଯେ ଫାଇଲର ଶେଷରେ 1 semicolon(1;) ଆବଶ୍ୟକ ଅଟେ |
07:31 | ଏହାର କାରଣ ହେଉଛି ଗୋଟିଏ true ଭେଲ୍ୟୁ ରିଟର୍ନ କରିବା ପାଇଁ ଫାଇଲରେ Perl ଶେଷ ଏକ୍ସପ୍ରେସନ୍ ଆବଶ୍ୟକ କରିବ |
07:37 | ବର୍ତ୍ତମାନ Ctrl+Sକୁ ଦାବି ଫାଇଲକୁ save କରନ୍ତୁ |
07:41 | ତା’ପରେ ଆମେ ଗୋଟିଏ Perl ପ୍ରୋଗ୍ରାମକୁ ଲେଖିବା ଯେଉଁଠି require ମେଥଡକୁ ବ୍ୟବହାର କରି ଆମେ subroutinesକୁ କଲ୍ କରିବା |
07:48 | ନମୂନା ପ୍ରୋଗ୍ରାମ୍ callprogram dot plକୁ ଖୋଲନ୍ତୁ ଯାହାକୁ ମୁଁ ସେଭ୍ କରିସାରିଛି |
07:54 | ଆପଣଙ୍କ ଫାଇଲରେ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ. ମୁଁ ବର୍ତ୍ତମାନ କୋଡକୁ ବର୍ଣ୍ଣନା କରିବି |
08:02 | Perl କୋଡ୍ ଧାରଣ କରିଥିବା commonfunctions dot pl ଫାଇଲକୁ require ରିଡ୍ କରିବ ଏବଂ ଏହାକୁ କମ୍ପାଇଲ୍ କରିବ |
08:09 | ଏହି ପ୍ରୋଗ୍ରାମ୍ ୟୁଜରକୁ ଚାରୋଟି ବିକଳ୍ପ ପ୍ରଦାନ କରିବ. ୟୁଜର୍ ଥରକୁ ଗୋଟିଏ ମାତ୍ର ବିକଳ୍ପକୁ ଚୟନ କରିପାରିବେ |
08:17 | 1: (one) ଗୋଟିଏ ସଂଖ୍ୟାର ବର୍ଗ ପ୍ରାପ୍ତ କରିବା ପାଇଁ ଅଟେ |
08:20 | 2: Two ଗୋଟିଏ ସଂଖ୍ୟାର ବର୍ଗମୂଳ ପ୍ରାପ୍ତ କରିବା ପାଇଁ ଅଟେ |
08:23 | 3: Three ପ୍ରଦତ୍ତ ସିମାରେ ଗୋଟିଏ ରାଣ୍ଡମ୍ ସଂଖ୍ୟା ପାଇଁ ଅଟେ. 4: Four ପ୍ରୋଗ୍ରାମକୁ ବନ୍ଦ କରିବା ପାଇଁ ଅଟେ |
08:29 | ଯଦି option 1 (one)କୁ ଟାଇପ୍ କରାଯାଇଛି, ଏହା ୟୁଜରକୁ ଗୋଟିଏ ସଂଖ୍ୟା ପ୍ରବେଶ କରିବା ପାଇଁ କହିବ |
08:34 | $numberରେ ଭେଲ୍ୟୁ ଷ୍ଟୋର୍ ହୋଇଛି. commonfunctions dot pl ଫାଇଲରେ ଥିବା square() ଫଙ୍କଶନରେ ଭେଲ୍ୟୁ ପାସ୍ ହୋଇଛି |
08:44 | function ଗୋଟିଏ ସଂଖ୍ୟାର ଭେଲ୍ୟୁକୁ ରିଟର୍ନ କରିବ |
08:47 | print ଷ୍ଟେଟମେଣ୍ଟ ଆଉଟପୁଟ ଭାବେ ଗୋଟିଏ ସଂଖ୍ୟାର ବର୍ଗକୁ ପ୍ରିଣ୍ଟ କରିବ |
08:52 | ଯଦି option 2 (two) ଟାଇପ୍ ହୋଇଛି ତେବେ, ଆଉଟପୁଟ୍ ଭାବେ ଗୋଟିଏ ସଂଖ୍ୟାର ବର୍ଗମୂଳ ପ୍ରଦର୍ଶିତ ହେବ |
08:58 | ପୂର୍ବ ଫଙ୍କଶନ୍ square()ରେ ବର୍ଣ୍ଣନା କରାଯିବା ଭଳି ନିଷ୍ପାଦନର ଅନୁସରଣ କରାଯାଇଛି |
09:03 | ଯଦି option 3 (three) ଟାଇପ୍ ହୋଇଛି ତେବେ ଆଉଟପୁଟ୍ ଭାବେ ପ୍ରଦତ୍ତ ସିମାରେ ଗୋଟିଏ ରାଣ୍ଡମ୍ ସଂଖ୍ୟା ପ୍ରଦର୍ଶିତ ହେବ |
09:09 | କିମ୍ବା ଯଦି option 4 (four) ଅଟେ ତେବେ ପ୍ରୋଗ୍ରାମ୍ ବନ୍ଦ ହୋଇଯିବ. ଯଦି ପ୍ରଦତ୍ତ ବିକଳ୍ପଗୁଡିକ ବ୍ୟତିତ ଅନ୍ୟ କିଛି ଟାଇପ୍ କରାଯାଏ ତେବେ print ଷ୍ଟେଟମେଣ୍ଟ Incorrect option ବୋଲି କହିବ |
09:20 | ଧ୍ୟାନଦିଅନ୍ତୁ ଯେ ଏହି ପ୍ରୋଗ୍ରାମସ୍ଥିତ commonfunctions dot plରେ ଚାରୋଟି ଫଙ୍କଶନ୍ ମଧ୍ୟରୁ କେବଳ ତିନୋଟିକୁ କଲ୍ କରାଯାଇଛି |
09:28 | ବର୍ତ୍ତମାନ Ctrl+Sକୁ ଦାବି ଫାଇଲକୁ save କରନ୍ତୁ |
09:31 | ପ୍ରୋଗ୍ରାମକୁ execute କରନ୍ତୁ |
09:34 | ଟର୍ମିନଲକୁ ଫେରିଆସିବା ସହିତ perl callprogram dot pl ଟାଇପ୍ କରନ୍ତୁ |
09:41 | ଆଉଟପୁଟକୁ ଲକ୍ଷ୍ୟ କରନ୍ତୁ |
09:44 | ଗୋଟିଏ ଭିନ୍ନ ବିକଳ୍ପ ସହିତ ପ୍ରୋଗ୍ରାମକୁ ପୁନର୍ବାର ନିଷ୍ପାଦନ କରନ୍ତୁ |
09:49 | perl callprogram dot pl ଟାଇପ୍ କରନ୍ତୁ |
09:53 | ବର୍ତ୍ତମାନ ବିକଳ୍ପକୁ 3 ଭାବେ ପ୍ରବେଶ କରନ୍ତୁ |
09:56 | 50 ଭାବେ ଗୋଟିଏ ନ୍ୟୁନତମ ରେଞ୍ଜକୁ ପ୍ରବେଶ କରନ୍ତୁ |
09:59 | 99 ଭାବେ ଗୋଟିଏ ବୃହତ୍ତମ ରେଞ୍ଜକୁ ପ୍ରବେଶ କରନ୍ତୁ |
10:02 | ପ୍ରଦତ୍ତ ସଂଖ୍ୟାର ରେଞ୍ଜରେ ଗୋଟିଏ ରାଣ୍ଡମ୍ ନମ୍ବର୍ ସୃଷ୍ଟି ହେବା ଆପଣ ଦେଖିପାରିବେ |
10:08 | ଅନ୍ୟ ବିକଳ୍ପଗୁଡିକୁ ନିଜେ ଚେଷ୍ଟା କରନ୍ତୁ |
10:11 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ |
10:16 | ଏହି ଟ୍ୟୁଟୋରିଆଲରେ ଆମେ, PERL ପ୍ରୋଗ୍ରାମିଙ୍ଗରେ
do use require methodsକୁ ବ୍ୟବହାର କରିବା ଶିଖିଲେ |
10:24 | ଧ୍ୟାନଦିଅନ୍ତୁ: require ମୋଡ୍ୟୁଲରେ use ମୋଡ୍ୟୁଲକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଉଛି କାରଣ ଏହା compile timeରେ ମୋଡ୍ୟୁଲର ଉପଲବ୍ଧତାକୁ ନିର୍ଦ୍ଧାରଣ କରିଥାଏ |
10:33 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି. ଗୋଟିଏ Perl ପ୍ରୋଗ୍ରାମ୍ reminder.pl ଲେଖନ୍ତୁ ଯେଉଁଠି ଆପଣ ଯୋଗଦାନକାରୀମାନଙ୍କୁ ଗୋଟିଏ ଲେଟର୍ ଲେଖିବେ |
10:41 | ୟୁଜରଙ୍କୁ To ଓ From ନେମକୁ ପ୍ରବେଶ କରିବା ପାଇଁ ପ୍ରମ୍ପ୍ଟ କରନ୍ତୁ |
10:45 | ମେଥଡ୍ useକୁ ବ୍ୟବହାର କରି Letter dot pmରୁ ସବରୁଟିନଗୁଡିକୁ Call କରନ୍ତୁ |
10:50 | ନିମ୍ନଲିଖିତ ଫଙ୍କଶନଗୁଡିକୁ Letter dot pm ଫାଇଲରେ ଲେଖନ୍ତୁ |
10:54 | ଫଙ୍କଶନ୍ LetterDate(), ସାମ୍ପ୍ରତିକ ତାରିଖ ଓ ସମୟକୁ ରିଟର୍ନ କରିବ |
10:58 | ଫଙ୍କଶନ୍ To(), ଯୋଗଦାନକାରୀମାନଙ୍କ ନାମଗୁଡିକୁ ରିଟର୍ନ କରିବ |
11:02 | ଫଙ୍କଶନ୍ From(), ପ୍ରେରକଙ୍କର ନାମକୁ ରେଟର୍ନ କରିବ |
11:05 | ଫଙ୍କଶନ୍ Lettermsg(), ଲେଟରର କଣ୍ଟେଣ୍ଟକୁ ରିଟର୍ନ କରିବ |
11:09 | ଫଙ୍କଶନ୍ Thanksmsg(), thanks ଓ regards ରିଟର୍ନ କରିବ |
11:13 | ଏଠାରେ ପ୍ରଦର୍ଶିତ ହେବା ଭଳି ଆଉଟପୁଟ୍ ପ୍ରଦର୍ଶିତ ହେବ |
11:20 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
11:27 | Spoken Tutorial ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
11:36 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:40 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
11:51 | ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |