PERL/C3/Exception-and-error-handling-in-PERL/Oriya
From Script | Spoken-Tutorial
|
|
00:01 | PERLରେ Exception and error handling ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ,
Catch ଏରରଗୁଡିକ ଏବଂ exceptionsକୁ ନିୟନ୍ତ୍ରଣ କରିବା ଶିଖିବା |
00:12 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:
Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ Perl 5.14.2 ଓ gedit ଟେକ୍ସଟ ଏଡିଟର୍ |
00:23 | ଆପଣ ନିଜ ପସନ୍ଦର ଯେକୌଣସି text editorକୁ ବ୍ୟବହାର କରିପାରିବେ |
00:27 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବା ପାଇଁ ଆପଣଙ୍କର Perl ପ୍ରୋଗ୍ରାମିଙ୍ଗ ଉପରେ କାର୍ଯ୍ୟକାରୀତା ଜ୍ଞାନ ଥିବା ଆବଶ୍ୟକ |
00:32 | ଯଦି ନାହିଁ ତେବେ spoken tutorial ୱେବସାଇଟରେ Perl ସମ୍ବନ୍ଧିତ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ |
00:39 | ଯେତେବେଳେ ଗୋଟିଏ error ଦୃଶ୍ୟମାନ ହୁଏ, Exception handling, ସାଧାରଣ ନିଷ୍ପାଦନ ମାର୍ଗରୁ ପ୍ରୋଗ୍ରାମକୁ ପଥଚ୍ୟୁତ କରିଥାଏ |
00:47 | applicationକୁ ବନ୍ଦ ନକରି, Error handling ପ୍ରୋଗ୍ରାମକୁ ପୁନରୁଦ୍ଧାର କରିବାରେ ସାହାଯ୍ୟ କରିଥାଏ |
00:53 | ଗୋଟିଏ ଏରରକୁ ଅନେକ ମାର୍ଗରେ ଆମେ ଚିହ୍ନଟ କରିବା ସହିତ ଟ୍ରାପ୍ କରିପାରିବା. Perlରେ ବ୍ୟବହୃତ ହେଉଥିବା କିଛି ସାଧାରଣ ମେଥଡଗୁଡିକୁ ଆମେ ଆଲୋଚନା କରିବା |
01:01 | ଫଙ୍କଶନ୍ warn, ଆଗକୁ କିଛି କାର୍ଯ୍ୟ ନକରି କେବଳ ଗୋଟିଏ ସତର୍କ ବାର୍ତ୍ତା ପ୍ରଦର୍ଶନ କରିବ |
01:07 | ଫଙ୍କଶନ୍ die ତୁରନ୍ତ ନିଷ୍ପାଦନକୁ ବନ୍ଦ କରିବା ସହିତ error message ପ୍ରଦର୍ଶନ କରିବ |
01:13 | ମୁଁ ସେଭ୍ କରିଥିବା ଗୋଟିଏ ନମୂନା ପ୍ରୋଗ୍ରାମକୁ ବ୍ୟବହାର କରି ଚାଲନ୍ତୁ die ଫଙ୍କଶନକୁ ବୁଝିବା |
01:20 | ଟର୍ମିନଲକୁ ଯିବା ସହିତ gedit die dot pl ampersand ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
01:29 | ଫାଇଲ୍ die.plରେ ଥିବା ଏହା କୋଡ୍ ଅଟେ. ବର୍ତ୍ତମାନ ଚାଲନ୍ତୁ କୋଡକୁ ବୁଝିବା |
01:35 | ଏଠାରେ ଗୋଟିଏ ଫଙ୍କଶନ୍ divideକୁ ପରିଭାଷିତ କରାଯାଇଛି ଯାହା dollar numerator ଓ dollar denominator ନାମକ ଦୁଇଟି input parameterକୁ ଗ୍ରହଣ କରିଥାଏ |
01:46 | ଫଙ୍କଶନରେ parameter listକୁ ପାସ୍ କରିବା ପାଇଁ ବ୍ୟବହାର ହେଉଥିବା At the rate underscore (@_) ଗୋଟିଏ special variable ଅଟେ |
01:53 | ଯଦି denominator ଯିରୋ ହୁଏ ତେବେ ଫଙ୍କଶନ୍ die, ସ୍କ୍ରିପ୍ଟକୁ ବନ୍ଦ କରିଦେବ |
01:57 | ୟୁଜର୍ ପଢିବା ପାଇଁ ଏହା error messageକୁ ମଧ୍ୟ ପ୍ରଦର୍ଶନ କରିବା ସହିତ ଆଉଟପୁଟକୁ ପ୍ରିଣ୍ଟ କରିବ |
02:05 | ଏଗୁଡିକ function call ଷ୍ଟେଟମେଣ୍ଟ ଅଟନ୍ତି |
02:08 | ଫଙ୍କଶନ୍ ପ୍ରଥମ ଦୁଇଥର ନିଷ୍ପାଦିତ ହେବ କାରଣ ଦ୍ଵିତୀୟ ପାରାମିଟର୍ ଯିରୋ ନୁହେଁ |
02:15 | ତୃତୀୟ ଥର denominatorର ଭେଲ୍ୟୁ ଯିରୋ ଅଟେ. ତେଣୁ ଫଙ୍କଶନ୍ die ନିଷ୍ପାଦିତ ହେବ |
02:23 | ଫଙ୍କଶନ୍ die ସ୍କ୍ରିପ୍ଟକୁ ବନ୍ଦ କରିଦେବା କାରଣରୁ ଶେଷ divide ଫଙ୍କଶନ୍ ନିଷ୍ପାଦନ ହେବ ନାହିଁ |
02:29 | ପ୍ରୋଗ୍ରାମକୁ save କରିବା ପାଇଁ Ctrl + Sକୁ ଦାବନ୍ତୁ |
02:32 | ପ୍ରୋଗ୍ରାମକୁ execute କରନ୍ତୁ |
02:35 | ଟର୍ମିନଲକୁ ଫେରିଆସିବା ସହିତ perl die dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
02:43 | ଏଠାରେ ପ୍ରଦର୍ଶିତ ହେବା ଭଳି ଆଉଟପୁଟ୍ ପ୍ରଦର୍ଶିତ ହେବ. Can't divide by zero! |
02:49 | ପ୍ରୋଗ୍ରାମରେ ପ୍ରଦତ୍ତ ଥିବା die ଷ୍ଟେଟମେଣ୍ଟରେ ଏହା ଏରର୍ ବାର୍ତ୍ତା ଅଟେ |
02:54 | ତା’ପରେ ଏରରକୁ ନିୟନ୍ତ୍ରଣ କରିବା ପାଇଁ eval ଫଙ୍କଶନକୁ କିପରି ନିୟନ୍ତ୍ରଣ କରାଯାଏ ଚାଲନ୍ତୁ ଦେଖିବା |
03:00 | ଫଙ୍କଶନ୍ eval, run-time error କିମ୍ବା exceptionଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଇଥାଏ |
03:06 | ଉଦାହରଣସ୍ଵରୂପ, built-in errorଗୁଡିକ ଯେପରି out of memory, divide by zero କିମ୍ବା ୟୁଜରଙ୍କ ଦ୍ଵାରା ପରିଭାଷିତ ହୋଇଥିବା ଏରରଗୁଡିକ |
03:14 | ଫଙ୍କଶନ୍ eval ପାଇଁ ସାଧାରଣ ସିଣ୍ଟାକ୍ସକୁ ଏଠାରେ ପ୍ରଦର୍ଶନ କରାଯାଇଛି |
03:19 | special variable, dollar exclamation($!) ଏରର୍ ବାର୍ତ୍ତାକୁ ଧାରଣ କରିଥାଏ, ଯଦି କିଛି ଥାଏ |
03:25 | ନହେଲେ dollar exclamation( $!) ଗୋଟିଏ ଶୁନ୍ୟ stringକୁ ଧାରଣ କରିଥାଏ. ଏହାର ଅର୍ଥ ଏହା false ଭାବେ ମୂଲ୍ୟାଙ୍କିତ ହୋଇଛି |
03:33 | ଗୋଟିଏ ନମୂନା ପ୍ରୋଗ୍ରାମକୁ ବ୍ୟବହାର କରି ଚାଲନ୍ତୁ ଫଙ୍କଶନ୍ evalକୁ ବୁଝିବା. terminalକୁ ଯା’ନ୍ତୁ |
03:40 | gedit eval dot pl ampersand ଟାଇପ୍ କରିବା ସହିତ Enter ଦାବନ୍ତୁ |
03:47 | eval dot pl ଫାଇଲରେ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡ ଟାଇପ୍ କରନ୍ତୁ. ବର୍ତ୍ତମାନ କୋଡକୁ ମୁଁ ବର୍ଣ୍ଣନା କରିବି |
03:54 | ଏଠାରେ ଏହି ଉଦାହରଣରେ open FILE, die ଷ୍ଟେଟମେଣ୍ଟକୁ ପ୍ରୟୋଗ କରିବ ଯଦି ଏହା test.dat ନାମକ ଗୋଟିଏ ଫାଇଲକୁ ଖୋଲିବାରେ ସମସ୍ୟାର ସମ୍ମୁଖିନ ହୁଏ |
04:05 | Perl, ଭେରିଏବଲ୍ dollar exclamation( $!)କୁ ଶେଷ eval ବ୍ଲକରୁ system error message ପ୍ରଦାନ କରିବ |
04:13 | Ctrl + Sକୁ ଦାବିବା ସହିତ ଫାଇଲକୁ save କରନ୍ତୁ |
04:17 | ଟର୍ମିନଲକୁ ଫେରିଆସିବା ସହିତ perl eval dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
04:25 | ଏଠାରେ ପ୍ରଦର୍ଶିତ ହେବା ଭଳି ସିଷ୍ଟମ୍ ଏରର୍ ବାର୍ତ୍ତା ପ୍ରଦର୍ଶିତ ହୋଇଛି |
04:30 | ଚାଲନ୍ତୁ ଅନ୍ୟ ଏକ ଉଦାହରଣ ଦେଖିବା. ଏଥର $@ (dollar at the rate)କୁ ବ୍ୟବହାର କରି eval ଫଙ୍କଶନରୁ ରିଟର୍ନ ହୋଇଥିବା ଗୋଟିଏ ଏରର୍ ବାର୍ତ୍ତାକୁ ଦେଖିବା |
04:40 | ଫାଇଲ୍ eval dot plକୁ ଫେରିଆସନ୍ତୁ |
04:44 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡ୍ ଟାଇପ୍ କରନ୍ତୁ |
04:48 | ଫଙ୍କଶନ୍ averageରେ $total, $countକୁ ଇନପୁଟ୍ ପାରାମିଟର୍ ଭାବେ ପାସ୍ କରାଯାଇଛି |
04:56 | ଯଦି count ଯିରୋ ହୁଏ ତେବେ ଗୋଟିଏ ଏରର୍ ପ୍ରାପ୍ତ ହେବାର ସମ୍ଭାବନା ଅଛି |
05:00 | ଏଠାରେ ତାହା die ଷ୍ଟେଟମେଣ୍ଟ ଦ୍ଵାରା ନିୟନ୍ତ୍ରିତ ହୋଇଛି |
05:04 | evalରୁ ରିଟର୍ନ ହୋଇଥିବା ଏରର୍ ବାର୍ତ୍ତାକୁ $@ ( dollar at the rate) ବ୍ୟବହାର କରି ପ୍ରଦର୍ଶନ କରାଯାଇଛି |
05:11 | ଯଦି ନୁହେଁ ତେବେ ଏହା Average ଭେଲ୍ୟୁକୁ ପ୍ରିଣ୍ଟ କରିବ |
05:15 | Ctrl +Sକୁ ଦାବିବା ସହିତ ଫାଇଲକୁ save କରନ୍ତୁ. ପ୍ରୋଗ୍ରାମକୁ execute କରନ୍ତୁ |
05:22 | ଟର୍ମିନଲକୁ ଫେରିଆସିବା ସହିତ perl eval dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
05:31 | ଏଠାରେ ଆଉଟପୁଟ୍ ପ୍ରଦର୍ଶିତ ହୋଇଛି |
05:35 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ |
05:41 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
Catch ଏରର୍ ଏବଂ Handle ଏକ୍ସସେପଶନଗୁଡିକ |
05:47 | ଗୋଟିଏ ଆସାଇନମେଣ୍ଟ ଭାବେ ନିମ୍ନଲିଖିତ କରନ୍ତୁ. ଆପଣଙ୍କ Linux ମେଶିନରେ ପାଞ୍ଚ ଜଣ employeeଙ୍କ ନାମ ସହିତ ଗୋଟିଏ emp.txt ଫାଇଲ୍ ସୃଷ୍ଟି କରନ୍ତୁ |
05:57 | emp.txtର ପରମିସନକୁ କେବଳ READରେ ପରିବର୍ତ୍ତନ କରନ୍ତୁ |
06:02 | ଧ୍ୟାନଦିଅନ୍ତୁ: ବିକଳ୍ପ change permission ପାଇଁ spoken tutorial ୱେବସାଇଟରେ ଥିବା ସମ୍ପର୍କୀତ Linuxର ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ |
06:10 | WRITE ମୋଡରେ emp.txt ଫାଇଲକୁ ଖୋଲିବା ପାଇଁ ଗୋଟିଏ Perl ପ୍ରୋଗ୍ରାମ୍ ଲେଖନ୍ତୁ ଏବଂ ଏଥିରେ କିଛି ଏମ୍ପ୍ଲୋୟୀଙ୍କ ନାମକୁ ସଂଯୁକ୍ତ କରନ୍ତୁ |
06:19 | ଯଦି open/write ଅପରେଶନ୍ ଅସଫଳ ହୁଏ ତେବେ evalକୁ ବ୍ୟବହାର କରି ଉପଯୁକ୍ତ ଏରର୍ ବାର୍ତ୍ତା ପ୍ରିଣ୍ଟ କରନ୍ତୁ |
06:26 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
06:33 | Spoken Tutorial ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
06:42 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
06:46 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
06:53 | ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
06:58 | ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |