OpenModelica/C3/Block-Component-Modeling/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Block component modeling ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:06 | ଏହି ଟ୍ୟୁଟୋରିଆଲରେ ଆମେ, ଗୋଟିଏ blockକୁ କିପରି ପରିଭାଷିତ କରିବା |
| 00:12 | blockଗୁଡିକୁ କିପରି ସଂଯୁକ୍ତ କରିବା |
| 00:15 | Modelica Libraryରୁ ବ୍ଲକଗୁଡିକୁ କିପରି ବ୍ୟବହାର କରିବା ଶିଖିବା |
| 00:19 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica ଭର୍ସନ୍ 1.9.2 ବ୍ୟବହାର କରୁଛି |
| 00:26 | ଆପଣ ନିମ୍ନଲିଖିତ ଯେକୌଣସି ଅପରେଟିଙ୍ଗ ସିଷ୍ଟମକୁ ବ୍ୟବହାର କରିପାରିବେ |
| 00:30 | ଏହି ଟ୍ୟୁଟୋରିଆଲକୁ ବୁଝିବା ଓ ଅଭ୍ୟାସ କରିବା ପାଇଁ ଆପଣ Modelicaରେ ଥିବା component oriented modelingକୁ ଜାଣିଥିବା ଆବଶ୍ୟକ |
| 00:38 | ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲଗୁଡିକ ଆମ ୱେବସାଇଟରେ ଉଲ୍ଲେଖ ଅଛି. ଦୟାକରି ସେଗୁଡିକୁ ଅଭ୍ୟାସ କରନ୍ତୁ |
| 00:44 | ବର୍ତ୍ତମାନ ଚାଲନ୍ତୁ blocks ବିଷୟରେ କିଛି ଅଧିକ ଶିଖିବା |
| 00:48 | block, Modelicaରେ ଗୋଟିଏ ବିଶିଷ୍ଟ କ୍ଲାସ୍ ଅଟେ |
| 00:52 | ଏହା ପ୍ରୟୋଗଗୁଡିକୁ ନିୟନ୍ତ୍ରଣ ପାଇଁ ଦରକାରୀ ଅଟେ |
| 00:56 | ଉଦାହରଣସ୍ଵରୂପ PI ଓ PID କଣ୍ଟ୍ରୋଲଗୁଡିକ ପାଇଁ Modelica Libraryର ବ୍ଲକଗୁଡିକ ଅଛି ଯାହା କେମିକାଲ୍ ଇଞ୍ଜିନିୟରିଙ୍ଗର କଣ୍ଟ୍ରୋଲ୍ ପ୍ରୟୋଗଗୁଡିକରେ ଅନେକ ସମୟରେ ବ୍ୟବହାର ହୋଇଥାଏ |
| 01:08 | ଗୋଟିଏ ବ୍ଲକ୍ କ୍ଲାସର ଭେରିଏବଲଗୁଡିକର ନିଶ୍ଚିତରୂପେ ସ୍ଥାୟୀ କଜାଲିଟୀ ରହିଥାଏ ତାହା input କିମ୍ବା output ହୋଇପାରେ |
| 01:15 | blockଗୁଡିକୁ connect ଷ୍ଟେଟମେଣ୍ଟଗୁଡିକୁ ବ୍ୟବହାର କରି ସଂଯୁକ୍ତ କରାଯାଇପାରିବ |
| 01:19 | ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଆମେ connect ଷ୍ଟେଟମେଣ୍ଟଗୁଡିକ ବିଷୟରେ ଶିଖିଛେ |
| 01:24 | Connectorଗୁଡିକ blockଗୁଡିକ ମଧ୍ୟରେ ଇଣ୍ଟରଫେସ୍ ଭାବେ କାର୍ଯ୍ୟ କରିଥା’ନ୍ତି |
| 01:28 | ସେଗୁଡିକ input ଓ output ସିଗନାଲଗୁଡିକୁ ମୋଡେଲ୍ କରିବା ପାଇଁ ବ୍ୟବହୃତ ହୁଅନ୍ତି |
| 01:33 | ଉଦାହରଣସ୍ଵରୂପ ଗୋଟିଏ block connector ପାଇଁ ଏହା ଘୋଷଣା ଅଟେ ଯାହା real ଇନପୁଟ୍ ସିଗନାଲଗୁଡିକୁ ମୋଡେଲ୍ କରିଥାଏ |
| 01:41 | ବର୍ତ୍ତମାନ ଚାଲନ୍ତୁ ଗୋଟିଏ ଉଦାହରଣ ସାହାଯ୍ୟରେ block component modelingକୁ ବୁଝିବା ପାଇଁ ଚେଷ୍ଟା କରିବା |
| 01:47 | ଗୋଟିଏ କ୍ଲାସ୍ ଲେଖନ୍ତୁ ଯାହା ନିମ୍ନଲିଖିତ କାର୍ଯ୍ୟଗୁଡିକ କରିବା ପାଇଁ ବ୍ଲକଗୁଡିକୁ ବ୍ୟବହାର କରିଥାଏ: ପରିବର୍ତ୍ତିତ ସିଗନାଲଗୁଡିକର ଦୁଇ ଗୁଣ୍ ଭାବେ inputକୁ ଏବଂ outputକୁ ସେମାନଙ୍କର ସମଷ୍ଟି ଭାବେ ଗ୍ରହଣ କରନ୍ତୁ |
| 01:59 | ସମୟାନୁସାରେ ପରିବର୍ତ୍ତନ ହେଉଥିବା ଗୋଟିଏ ସିଗନାଲକୁ ଇନପୁଟ୍ ଭାବେ ନେବା ସହିତ ଏହାକୁ ଗୋଟି ସ୍ଥିରାଙ୍କ ଦ୍ଵାରା ଆମ୍ପ୍ଲିଫାଏ କରନ୍ତୁ |
| 02:05 | ସ୍କିମାଟିକଗୁଡିକୁ ବ୍ୟବହାର କରି ଏହି ପ୍ରୋବ୍ଲେମ୍ ଷ୍ଟେଟମେଣ୍ଟକୁ ପରିଭାଷିତ କରନ୍ତୁ |
| 02:11 | ଏହି ଫିଗର୍ ବ୍ଲକ୍ ପାଇଁ ଗୋଟିଏ ସ୍କିମାଟିକକୁ ପ୍ରଦର୍ଶନ କରୁଛି ଯାହା ଦୁଇଟି ସିଗନାଲକୁ ଇନପୁଟ୍ ଭାବେ ନେବା ସହିତ ସେମାନଙ୍କର ସମଷ୍ଟି ପ୍ରଦାନ କରିଥାଏ |
| 02:19 | ଏହାକୁ ସରଳ କରିବା ପାଇଁ ସିଗନାଲ 1କୁ t ଭାବେ ନିଅନ୍ତୁ ଯାହା ସମୟକୁ ଉପସ୍ଥାପିତ କରିବ |
| 02:26 | ସିଗନାଲ୍ 2, 2 (times) t (squared) ହେଉ |
| 02:31 | ଏହା ଗୋଟିଏ signalର ଆମ୍ପ୍ଲିଫେକେଶନ୍ ପାଇଁ ସ୍କିମାଟିକ୍ ଅଟେ |
| 02:35 | ଦୁଇଟି input ଓ ଗୋଟିଏ output ସହିତ ଏହା ପୂର୍ବ କେସ୍ ଭଳି ସମାନ ଅଟେ |
| 02:41 | signal ଭାବେ ଗୋଟିଏ inputକୁ ଚୟନ କରନ୍ତୁ |
| 02:46 | ଅନ୍ୟ input ଯାହା signal 2 ଅଟେ, ଗୋଟିଏ ସ୍ଥିରାଙ୍କ K ହେଉ ଯାହାଦ୍ଵାରା ସିଗନାଲକୁ ଆମ୍ପ୍ଲିଫାଏ କରାଯିବ |
| 02:54 | ଏହି ଦୁଇଟି inputର ଗୁଣଫଳ, ଆବଶ୍ୟକ ଥିବା output ହେବ |
| 02:59 | ଆମେ signal 2କୁ ଚୟନ କରିଛେ ଯାହାର K, 5 ୟୁନିଟ୍ ହେବ |
| 03:06 | ଧ୍ୟାନଦିଅନ୍ତୁ ଯେ ଉଭୟ ସିଗନାଲର ଯୋଗଫଳ ଓ ଆମ୍ପ୍ଲିଫିକେଶନ୍ ଦୁଇଟି ଇନପୁଟ୍ ଓ ଗୋଟିଏ ଆଉଟପୁଟ୍ ଥିବା ବ୍ଲକକୁ ଆବଶ୍ୟକ କରିବ |
| 03:16 | Modelica libraryରେ MISO ନାମକ ଗୋଟିଏ ବ୍ଲକ୍ ଅଛି ଯାହା Multiple Input Single Output ପାଇଁ ଅଟେ |
| 03:24 | ଏହା Modelica.Interfaces.Block ପ୍ୟାକେଜରେ ଉପଲବ୍ଧ ଅଛି |
| 03:30 | ଏହି ବ୍ଲକ୍ ପାଇଁ ଇନପୁଟ୍ u, ଗୋଟିଏ ଭେକ୍ଟର୍ ଅଟେ ଯେହେତୁ ଏହା ଇନପୁଟ୍ ଭାବେ ଅନେକ ସିଗନାଲଗୁଡିକୁ ଗ୍ରହଣ କରିପାରିବ |
| 03:38 | y ଆଉଟପୁଟ୍ ଅଟେ ଯାହା ଗୋଟିଏ scalar ଅଟେ |
| 03:42 | ବର୍ତ୍ତମାନ OMEditକୁ ବ୍ୟବହାର କରି କିପରି ସମସ୍ୟାର ସମାଧାନ କରାଯାଏ ଚାଲନ୍ତୁ ଆଲୋଚନା କରିବା |
| 03:48 | Sum ନାମକ ଗୋଟିଏ ବ୍ଲକକୁ ସୃଷ୍ଟି କରିବା ପାଇଁ MISO ବ୍ଲକକୁ ପ୍ରସାରିତ କରନ୍ତୁ |
| 03:53 | ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଗୋଟିଏ କ୍ଲାସକୁ ପ୍ରସାରିତ କରିବା ଶିଖିଛେ |
| 03:59 | Product ନାମକ ଗୋଟିଏ ବ୍ଲକକୁ ସୃଷ୍ଟି କରିବା ପାଇଁ MISOକୁ ପ୍ରସାରିତ କରନ୍ତୁ |
| 04:04 | main ନାମକ ଗୋଟିଏ କ୍ଲାସକୁ ସୃଷ୍ଟି କରନ୍ତୁ |
| 04:08 | main କ୍ଲାସରେ Sum ଓ Product ବ୍ଲକଗୁଡିକର ଇନଷ୍ଟାନ୍ସଗୁଡିକୁ ସୃଷ୍ଟି କରନ୍ତୁ |
| 04:14 | ଶେଷରେ input ଓ output ଭେରିଏବଲଗୁଡିକ ସମ୍ବନ୍ଧିତ ଦରକାରୀ ସମୀକରଣଗୁଡିକୁ ପ୍ରୋଗ୍ରାମ୍ କରନ୍ତୁ |
| 04:22 | ଧ୍ୟାନଦିଅନ୍ତୁ ଯେ Sum, ସିଗନାଲଗୁଡିକର ସମଷ୍ଟିକୁ ସୂଚିତ କରେ ଯେତେବେଳେ Product, amplification of signalକୁ ସୂଚିତ କରିଥାଏ |
| 04:32 | ମୁଁ ଦରକାରୀ blockଗୁଡିକୁ ସୃଷ୍ଟି କରିସାରିଛି ଏବଂ ସେଗୁଡିକୁ arithmeticOperationsUsingBlocks ନାମକ ଫାଇଲ୍ ମଧ୍ୟରେ ପ୍ୟାକେଜ୍ କରିସାରିଛି |
| 04:42 | ଏହି ଫାଇଲକୁ ଆମ ୱେବସାଇଟରେ ଚିହ୍ନଟ କରିବା ସହିତ ଏହାକୁ ଡାଉନଲୋଡ୍ କରନ୍ତୁ |
| 04:46 | ବର୍ତ୍ତମାନ OMEditକୁ ଫେରିଆସନ୍ତୁ |
| 04:49 | ପ୍ରଥମେ ମୁଁ arithmeticOperationsUsingBlocks ପ୍ୟାକେଜକୁ ଏବଂ ତା’ପରେ MISO ବ୍ଲକର ସିଣ୍ଟାକ୍ସକୁ ପ୍ରଦର୍ଶନ କରିବି |
| 04:59 | ମୁଁ OMEditରେ arithmeticOperationsUsingBlocks ପ୍ୟାକେଜକୁ ଖୋଲିସାରିଛି |
| 05:06 | ଏହାକୁ Libraries Browserରେ ପ୍ରସାରିତ କରନ୍ତୁ |
| 05:10 | ଧ୍ୟାନଦିଅନ୍ତୁ ଯେ ପ୍ୟାକେଜରେ Sum, Product ଓ ଗୋଟିଏ main କ୍ଲାସ ନାମକ ବ୍ଲକଗୁଡିକ ଅଛନ୍ତି |
| 05:18 | ସେହି ତିନୋଟି ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 05:24 | Modelica Libraryରେ ଥିବା MISO ବ୍ଲକକୁ ମଧ୍ୟ ଖୋଲନ୍ତୁ |
| 05:29 | Modelica libraryକୁ ପ୍ରସାରିତ କରନ୍ତୁ |
| 05:32 | Blocks → Interfacesକୁ ଯା’ନ୍ତୁ. ସାମାନ୍ୟ ତଳକୁ ସ୍କ୍ରୋଲ୍ କରନ୍ତୁ |
| 05:39 | MISO ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 05:43 | ଇଣ୍ଟରଫେସ୍ ପ୍ୟାକେଜରେ ମଧ୍ୟ ଅନେକ ବିଭିନ୍ନ ଅନ୍ୟ ବ୍ଲକଗୁଡିକ ଅଛନ୍ତି ଯାହା ଫଙ୍କଶନାଲିଟୀରେ ଥିବା MISO ଭଳି ସମାନ ଅଟେ |
| 05:51 | ବର୍ତ୍ତମାନ ଭଲ ଦୃଶ୍ୟମାନତା ପାଇଁ OMEdit ୱିଣ୍ଡୋକୁ ବାମପଟକୁ ସ୍ଥାନାନ୍ତର କରନ୍ତୁ |
| 05:57 | ପ୍ରଥମେ Sum ବ୍ଲକକୁ ଦେଖନ୍ତୁ |
| 06:01 | Text Viewକୁ ଫେରିଆସନ୍ତୁ ଯଦି ଏହା Diagram Viewରେ ଖୋଲୁଥାଏ |
| 06:05 | ଗୋଟିଏ blockକୁ ଘୋଷଣା କରିବା ପାଇଁ ଏହା ସିଣ୍ଟାକ୍ସ ଅଟେ |
| 06:10 | Modelica libraryରେ ଉପସ୍ଥିତ ଥିବା ସ୍ଥାନରୁ MISO blockକୁ ଇନହେରିଟ୍ କରିବା ପାଇଁ ଏହି ଷ୍ଟେଟମେଣ୍ଟକୁ ବ୍ୟବହାର କରାଯାଇଥାଏ |
| 06:16 | ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଆମେ Class inheritance କିମ୍ବା Class extension ବିଷୟରେ ଶିଖିଛେ |
| 06:23 | ବର୍ତ୍ତମାନ କିଛି ସମୟ ପାଇଁ ଗୋଟିଏ ସୋପାନ ପଛକୁ ଫେରିବା ସହିତ MISO blockକୁ ପ୍ରଦର୍ଶନ କରନ୍ତୁ |
| 06:29 | MISO tabକୁ ଯା’ନ୍ତୁ. Text Viewକୁ ଫେରିଆସନ୍ତୁ |
| 06:35 | MISO ଗୋଟିଏ ପାର୍ଶିଆଲ୍ ବ୍ଲକ୍ ଅଟେ ଯାହାର ଅର୍ଥ ହେଉଛି ଯେ ଏହାକୁ କେବଳ ଇନହେରିଟ୍ କରିହେବ କିନ୍ତୁ ଇନଷ୍ଟାନଶିଏଟ୍ କରିହେବ ନାହିଁ |
| 06:43 | ଏହା Block classକୁ ଇନହେରିଟ୍ କରିଥାଏ |
| 06:46 | ପ୍ରଦର୍ଶିତ ପାଥକୁ ବ୍ୟବହାର କରି ଏହାକୁ Modelica libraryରେ ଚିହ୍ନଟ କରାଯାଇପାରିବ |
| 06:51 | ଏହି କ୍ଲାସକୁ କେବଳ ଏହାର Diagram View ସକାଷେ ବ୍ୟବହାର କରାଯାଇଛି ତେଣୁ ଆଲୋଚନା ହେବାର ଆବଶ୍ୟକତା ରହିଛି |
| 06:58 | nin, ଇନପୁଟଗୁଡିକର ସଂଖ୍ୟାକୁ ଉପସ୍ଥାପିତ କରୁଛି |
| 07:02 | ବ୍ଲକ୍ ଇନହେରିଟ୍ ହେବା ବେଳେ ଏହି ପାରାମିଟର୍ ପରିବର୍ତ୍ତନ ହୋଇଯାଇପାରେ |
| 07:08 | RealInput ଗୋଟିଏ କନେକ୍ଟର୍ ଅଟେ ଯାହା ନିଶ୍ଚିତରୂପେ ଗୋଟିଏ real ଇନପୁଟ୍ ସିଗନାଲକୁ ଉପସ୍ଥାପିତ କରିଥାଏ |
| 07:14 | ଏହି କ୍ଷେତ୍ରରେ ଇନପୁଟ୍ ଗୋଟିଏ ଭେକ୍ଟର୍ u ଅଟେ ଯାହା ଆଲୋଚିତ ହୋଇସାରିଛି |
| 07:20 | ସେହିପରି RealOutput ଗୋଟିଏ କନେକ୍ଟର୍ ଅଟେ ଯାହା ଗୋଟିଏ real ଆଉଟପୁଟ ସିଗନାଲକୁ ଉପସ୍ଥାପିତ କରିଥାଏ |
| 07:27 | ଏଠାରେ y, ରିଏଲ୍ ଭେଲ୍ୟୁଡ୍ ଆଉଟପୁଟ୍ ସିଗନାଲ୍ ଅଟେ |
| 07:31 | RealInput ଓ RealOutput, Modelica Libraryର ସମାନ ପ୍ୟାକେଜରେ MISO ଭାବେ ଉପସ୍ଥିତ ଅଛନ୍ତି |
| 07:38 | ଦୟାକରି ସେଗୁଡିକୁ ଦେଖନ୍ତୁ |
| 07:41 | ବର୍ତ୍ତମାନ MISO blockର Diagram View କିପରି ଦେଖାଯାଏ ମୁଁ ପ୍ରଦର୍ଶନ କରିବି |
| 07:46 | ବର୍ତ୍ତମାନ Sum ବ୍ଲକକୁ ଫେରିଆସନ୍ତୁ ଏବଂ ଛାଡିଥିବା ସ୍ଥାନରୁ ଆରମ୍ଭ କରନ୍ତୁ |
| 07:52 | y ଓ u ଭେରିଏବଲଗୁଡିକ ଏହି ବ୍ଲକର ଅଂଶ ଅଟନ୍ତି ଯେହେତୁ ଏହା MISOକୁ ଇନହେରିଟ୍ କରିଥାଏ |
| 07:59 | Sum ଗୋଟିଏ array ଫଙ୍କଶନ୍ ଅଟେ ଯାହା ଆମେ ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଶିଖିଛେ |
| 08:05 | ଏହା ଗୋଟିଏ arrayକୁ ଇନପୁଟ୍ ଭାବେ ନେଇଥାଏ ଏବଂ ଏହାର ଉପାଦାନଗୁଡିକର ସମଷ୍ଟିକୁ ପ୍ରଦାନ କରିଥାଏ |
| 08:11 | Product ବ୍ଲକକୁ ତଥା Text Viewକୁ ଫେରିଆସନ୍ତୁ |
| 08:17 | ଏହି ବ୍ଲକ୍ MISOକୁ ମଧ୍ୟ ଇନହେରିଟ୍ କରିଥାଏ |
| 08:21 | ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଦେଖିଥିବା ଭଳି Product ଗୋଟିଏ ଆରେ ଫଙ୍କଶନ୍ ଅଟେ ଯାହା input ଭାବେ ଗୋଟିଏ ଆରେକୁ ଗ୍ରହଣ କରିଥାଏ |
| 08:29 | ଏହାର ଉପାଦାନଗୁଡିକର ଗୁଣଫଳକୁ ଏହା ଫେରସ୍ତ କରିଥାଏ |
| 08:33 | ବର୍ତ୍ତମାନ main କ୍ଲାସକୁ ଫେରିଆସନ୍ତୁ |
| 08:37 | Text Viewକୁ ଫେରିଆସନ୍ତୁ |
| 08:39 | ଏହି ଷ୍ଟେଟମେଣ୍ଟଗୁଡିକ Sum ଓ Product ବ୍ଲକଗୁଡିକର ଇନଷ୍ଟାନଶିଏଶନକୁ ସୂଚିତ କରିଥାଏ |
| 08:44 | ଏହି ଇନଷ୍ଟାନ୍ସଗୁଡିକୁ OMEditର ଡ୍ରାଗ୍ ଓ ଡ୍ରପ୍ ଫଙ୍କଶନାଲିଟୀକୁ ବ୍ୟବହାର କରି ମଧ୍ୟ ସୃଷ୍ଟି କରାଯାଇପାରିବ |
| 08:51 | ଏହି ଫିଚରକୁ ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଆଲୋଚନା କରଯାଇଛି |
| 08:56 | MISOରେ input ଭେକ୍ଟର୍ uର ଡାଇମେନଶନ୍ ପାଇଁ nin ଗୋଟିଏ ପାରାମିଟର୍ ଅଟେ |
| 09:03 | ଏହି ପାରାମିଟରକୁ 2ର ଗୋଟିଏ ଭେଲ୍ୟୁ ଆସାଇନ୍ କରାଯାଇଛି |
| 09:07 | ସିଗନାଲଗୁଡିକର Sum ପାଇଁ ଏହି ସମୀକରଣ signal 1 ଓ signal 2ର ଭେଲ୍ୟୁଗୁଡିକୁ ସୂଚିତ କରୁଛି ଯାହା ଏହି ସ୍ଲାଇଡରେ ଆଲୋଚିତ ହୋଇଛି |
| 09:17 | ସେହିପରି ଆମେ ଆଲୋଚିତ କରିଥିବା ଭଳି ଏହା ସିଗନାଲର ଆମ୍ପ୍ଲିଫିକେଶନ୍ ପାଇଁ Signal 1 ଓ Signal 2ର ଭେଲ୍ୟୁଗୁଡିକୁ ସୂଚିତ କରୁଛି |
| 09:29 | ବର୍ତ୍ତମାନ ଏହି କ୍ଲାସକୁ ସିମୁଲେଟ୍ କରିବା ପାଇଁ Simulate ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 09:33 | ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ |
| 09:36 | Libraries Browserରେ mySumକୁ ପ୍ରସାରିତ କରିବା ସହିତ yକୁ ଚୟନ କରନ୍ତୁ |
| 09:43 | ଧ୍ୟାନଦିଅନ୍ତୁ ଯେ ଏହା ଗୋଟିଏ ପ୍ଲଟ୍ ସୃଷ୍ଟି କରିବ ଯାହା ପ୍ରଦାନ କରାଯାଇଥିବା ସିଗନାଲର ଭେଲ୍ୟୁଗୁଡିକର ଅନୁରୂପ ହେବ |
| 09:51 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 09:54 | ଗୋଟିଏ ଆସାଇଅନମେଣ୍ଟ ଭାବେ, RealInput, RealOutput, SI, SO ଓ MO ବ୍ଲକଗୁଡିକ ପାଇଁ ଥିବା କୋଡଗୁଡିକୁ ଦେଖନ୍ତୁ |
| 10:04 | ସେଗୁଡିକୁ ଆପଣ Modelica.Blocks.Interfaces ପ୍ୟାକେଜରେ ପ୍ରାପ୍ତ କରିପାରିବେ |
| 10:10 | RealInput ଓ RealOutput, କନେକ୍ଟରଗୁଡିକ ଅଟନ୍ତି ଯାହା ଅଧିକାଂଶ ସମୟରେ ବ୍ୟବହୃତ ହୋଇଥାଏ |
| 10:17 | ତେଣୁ ସେଗୁଡିକୁ ବୁଝିବା ଜରୁରୀ ଅଟେ |
| 10:21 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 10:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଇଥାଉ. ପ୍ରମାଣପତ୍ର ପ୍ରଦାନ କରିଥାଉ. ଦୟାକରି ଆମକୁ ସମ୍ପର୍କ କରନ୍ତୁ |
| 10:33 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର ଯଦି କିଛି ପ୍ରଶ୍ନ ଥାଏ ତେବେ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ |
| 10:40 | ଆମେ ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡଗୁଡିକ ମଧ୍ୟରେ ସମନ୍ଵୟ ରଖିଥାଉ. ଆମେ ସହଯୋଗକର୍ତ୍ତାମାନଙ୍କୁ ପାରିତୋଷିକ ପ୍ରଦାନ କରିଥାଉ. ପ୍ରଦର୍ଶିତ ୱେବସାଇଟକୁ ଯା’ନ୍ତୁ |
| 10:50 | ଆମେ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥାଉ |
| 10:56 | Spoken Tutorial Project ଭାରତ ସରକାରଙ୍କ MHRDର NMEICT ଦ୍ଵାରା ସମର୍ଥିତ |
| 11:03 | OpenModelicaକୁ ବିକଶିତ କରୁଥିବା ଟିମକୁ ସେମାନଙ୍କର ସହଯୋଗ ପାଇଁ ଆମେ ଧନ୍ୟବାଦ ଦେଉଛୁ |
| 11:09 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |