OpenModelica/C3/Icon-and-Diagram-Views/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Icon and Diagram Views ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ, ଗୋଟିଏ classର icon and diagram viewଗୁଡିକୁ କିପରି ନିର୍ଦ୍ଦିଷ୍ଟ କରିବା |
00:14 | Icon/Diagram Viewରେ କିପରି polygon ଓ ellipseକୁ ଇନସର୍ଟ କରିବା ଶିଖିବା |
00:20 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica 1.9.2 ବ୍ୟବହାର କରୁଛି |
00:27 | ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ, ଆପଣ ନିମ୍ନଲିଖିତ ଅପରେଟିଙ୍ଗ ସିଷ୍ଟମ୍, Linux, Windows, Mac OS X କିମ୍ବା FOSSEE OS on ARM ମଧ୍ୟରୁ ଯେକୌଣସିକୁ ବ୍ୟବହାର କରିପାରିବେ |
00:39 | ଏହି ଟ୍ୟୁଟୋରିଆଲକୁ ବୁଝିବା ଓ ଅଭ୍ୟାସ କରିବା ପାଇଁ ଆପଣଙ୍କର Modelicaରେ class definition ଉପରେ ଜ୍ଞାନ ଥିବା ଆବଶ୍ୟକ ଏବଂ ଆନୋଟେଶନଗୁଡିକୁ କିପରି ନିର୍ଦ୍ଦିଷ୍ଟ କରାଯାଏ ଜାଣିଥିବା ଆବଶ୍ୟକ |
00:51 | ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲଗୁଡିକ ଆମ ୱେବସାଇଟରେ ଉଲ୍ଲେଖ ଅଛି. ଦୟାକରି ସେଗୁଡିକୁ ଅଭ୍ୟାସ କରନ୍ତୁ |
00:57 | Icon and Diagram Viewଗୁଡିକ ଗୋଟିଏ ମୋଡେଲକୁ ଗ୍ରାଫିକାଲୀ ଦେଖିବା ପାଇଁ ସକ୍ଷମ କରନ୍ତି |
01:03 | Annotationଗୁଡିକୁ ଗୋଟିଏ ମୋଡେଲର Icon and Diagram Viewsକୁ ନିର୍ଦ୍ଦିଷ୍ଟ କରିବା ପାଇଁ ବ୍ୟବହାର କରାଯାଇପାରିବ |
01:09 | Icon Annotationକୁ ବ୍ୟବହାର କରି Icon Viewକୁ ନିର୍ଦ୍ଦିଷ୍ଟ କରାଯାଇଥାଏ ଯେତେବେଳେ କି Diagram Annotationକୁ ବ୍ୟବହାର କରି Diagram Viewକୁ ନିର୍ଦ୍ଦିଷ୍ଟ କରାଯାଇଥାଏ |
01:19 | ସେମାନେ component-oriented modeling ପାଇଁ ଡ୍ରାଗ୍ ଓ ଡ୍ରପ୍ ଫଙ୍କଶନାଲିଟୀକୁ ସକ୍ଷମ କରିଥା’ନ୍ତି |
01:25 | ଆସନ୍ତା ଟ୍ୟୁଟୋରିଆଲଗୁଡିକରେ ଆମେ ଏହି ଫିଚର୍ ବିଷୟରେ ଅଧିକ ଶିଖିବା |
01:30 | ବର୍ତ୍ତମାନ Icon and Diagram Annotationsର ସିଣ୍ଟାକ୍ସକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ |
01:37 | ପୂର୍ବ ଟ୍ୟୁଟୋରିଆଲଗୁଡିକ ଅନୁସାରେ annotationଗୁଡିକୁ records ଭାବେ ଭଲ ବୁଝିହେବ |
01:44 | ତେଣୁ, ଫିଲ୍ଡଗୁଡ଼ିକ ଭାବେ କୋର୍ଡିନେଟ୍ ସିଷ୍ଟମ୍ ଓ ଗ୍ରାଫିକ୍ସ ସହିତ ରେକର୍ଡଗୁଡ଼ିକୁ ଆଇକନ୍ ଆଣ୍ଡ ଡାୟଗ୍ରାମ୍ ଆନୋଟେଶନ୍ ଭାବେ ଅବଧାରଣା କରାଯାଇପାରିବ |
01:55 | ଆମେ ସେଗୁଡିକୁ ପ୍ରତ୍ୟେକଙ୍କୁ ଗୋଟି ଗୋଟିକରି ଦେଖିବା |
01:58 | coordinateSystemକୁ ନିମ୍ନଲିଖିତ ଫିଲ୍ଡଗୁଡିକ ସହିତ ଗୋଟିଏ record ଭାବେ ଅବଧାରଣା କରାଯାଇପାରିବ: extent,
initialScale, preserveAspectRatio ଓ grid |
02:10 | ଆମେ ସେଗୁଡିକୁ ଗୋଟିଏ ଉଦାହରଣ ସାହାଯ୍ୟରେ ବୁଝିବା |
02:15 | Icon/Diagram Annotationର ସିଣ୍ଟାକ୍ସକୁ ପ୍ରଦର୍ଶନ କରିବା ପାଇଁ ଏଠାରେ ଗୋଟିଏ ଉଦାହରଣ ଅଛି |
02:22 | ବର୍ତ୍ତମାନ OMEditକୁ ଫେରିଆସନ୍ତୁ |
02:26 | ଆମେ icon and diagram annotationsକୁ bouncingBallWithAnnotations ନାମକ ଗୋଟିଏ ଉଦାହରଣ ମାଧ୍ୟମରେ ବୁଝିବା |
02:35 | ଦୟାକରି ଏହି ଫାଇଲକୁ ଆମ ୱେବସାଇଟରୁ ଡାଉନଲୋଡ୍ କରନ୍ତୁ |
02:39 | ଏହି ମୋଡେଲକୁ ପୂର୍ବ ଟ୍ୟୁଟୋରିଆଲଗୁଡିକରେ ବ୍ୟବହାର କରାଯାଇଥିଲା |
02:42 | ଏହି ମୋଡେଲ୍ ଉପରେ ଅଧିକ ତଥ୍ୟ ପାଇଁ ଦୟାକରି ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ |
02:48 | ମୁଁ OMEditରେ bouncingBallWithAnnotationsକୁ ଖୋଲିସାରିଛି |
02:54 | Libraries Browserରେ ଥିବା ଏହାର ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
02:58 | ବର୍ତ୍ତମାନ ମୋଡେଲ୍ Icon Viewରେ ଖୋଲିଯାଇଛି |
03:02 | Icon Viewକୁ ଫେରିଆସନ୍ତୁ ଯଦି Diagram କିମ୍ବା Text Viewରେ ଖୋଲିବ |
03:08 | ଭଲ ଦୃଶ୍ୟମାନତା ପାଇଁ OMEdit ୱିଣ୍ଡୋକୁ ବାମପଟକୁ ସ୍ଥାନାନ୍ତର କରନ୍ତୁ |
03:14 | ଏହି ମୋଡେଲର Icon Viewରେ ଧଳା ବ୍ୟାକଗ୍ରାଉଣ୍ଡ ଥିବା ଗୋଟିଏ ବୃତ୍ତକୁ ଦେଖିପାରିବେ |
03:21 | Icon Viewରେ ଧଳା ସ୍ଥାନକୁ canvas ଭାବେ ରେଫର୍ କରନ୍ତୁ |
03:27 | canvasଟି ଗ୍ରିଡଗୁଡିକରେ ବିଭକ୍ତ ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ |
03:32 | ପ୍ରଥମେ ଆମେ canvasର ଗୁଣାବଳୀଗୁଡିକୁ କିପରି ମାନିପୁଲେଟ୍ କରାଯାଏ ଶିଖିବା |
03:37 | ତା’ପରେ ଆମେ ଗୋଟିଏ circle ଓ polygonକୁ କିପରି ଇନସର୍ଟ କରାଯାଏ ଶିଖିବା |
03:43 | circleର ପାର୍ଶ୍ଵରେ ଥିବା କାନଭାସ ଉପରେ ରାଇଟ୍ କ୍ଲିକ୍ କରନ୍ତୁ. Propertiesକୁ ଚୟନ କରନ୍ତୁ |
03:51 | ପ୍ରଦର୍ଶିତ ହେବା ଭଳି ଗୋଟିଏ ଡାଇଲଗ୍ ବକ୍ସ ପପ୍ ଅପ୍ କରିବ |
03:55 | ଧ୍ୟାନଦିଅନ୍ତୁ ଯେ ଏଠାରେ Extent, Grid ଓ Component ନାମକ ଶ୍ରେଣୀଗୁଡିକ ଅଛି |
04:04 | Extent, କାନଭାସର ପରିସରକୁ ସୂଚିତ କରିଥାଏ |
04:07 | Left ଓ Top ନାମକ ଫିଲ୍ଡଗୁଡିକ canvasର ଉପର ବାମପଟ କୋଣରେ ଥିବା କୋଅର୍ଡିନେଟଗୁଡିକର ଅନୁରୂପ ଅଟନ୍ତି |
04:16 | Left ହରିଯଣ୍ଟାଲ୍ ତଥା Top ଭର୍ଟିକଲ୍ କୋଅର୍ଡିନେଟର ଅନୁରୂପ ଅଟନ୍ତି |
04:24 | ସେହିପରି Bottom ଓ Right, canvasର ନିମ୍ନସ୍ଥ ଡାହାଣପଟ କୋଣର ଅନୁରୂପ ଅଟନ୍ତି |
04:33 | ବର୍ତ୍ତମାନ Left ଫିଲ୍ଡକୁ -200 ୟୁନିଟରେ ପରିବର୍ତ୍ତନ କରିବା ସହିତ Okରେ କ୍ଲିକ୍ କରନ୍ତୁ |
04:41 | କାନଭାସ୍ ବାମପଟକୁ 100 ୟୁନିଟ୍ ପ୍ରସାରିତ ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ |
04:47 | ପୁନର୍ବାର କାନଭାସ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ Propertiesକୁ ଚୟନ କରନ୍ତୁ |
04:53 | Grid, ଗ୍ରିଡର ଆକାରକୁ ସୂଚିତ କରୁଛି |
04:57 | ଧ୍ୟାନଦିଅନ୍ତୁ ଯେ extent ଓ gridର ୟୁନିଟଗୁଡିକ Scale Factor ଦ୍ଵାରା ପୃଥକ ହୋଇଛନ୍ତି |
05:04 | ଗ୍ରିଡରେ ହରିଯଣ୍ଟାଲ୍ ଫିଲ୍ଡକୁ 4 ୟୁନିଟରେ ପରିବର୍ତ୍ତନ କରିବା ସହିତ OKରେ କ୍ଲିକ୍ କରନ୍ତୁ |
05:11 | canvasରେ ଗ୍ରିଡର ଆକାରରେ ବୃଦ୍ଧି ହେବା ଲକ୍ଷ୍ୟ କରନ୍ତୁ |
05:16 | Icon Viewର ଏହି ଗୁଣାବଳୀଗୁଡିକୁ Text Viewରେ Icon annotationକୁ ବ୍ୟବହାର କରି ମଧ୍ୟ ମାନିପୁଲେଟ୍ କରାଯାଇପାରିବ |
05:24 | ଧ୍ୟାନଦିଅନ୍ତୁ ଯେ Icon Viewରେ ହେଉଥିବା ଯେକୌଣସି ପରିବର୍ତ୍ତନ, Icon annotationରେ ଅନୁରୂପ ପ୍ରତିଫଳିତ ହେବ |
05:32 | ଏହାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ. Modeling କ୍ଷେତ୍ରର ଉପରକୁ ଯିବା ସହିତ Text Viewରେ କ୍ଲିକ୍ କରନ୍ତୁ. ତଳକୁ ସାମାନ୍ୟ ସ୍କ୍ରୋଲ୍ କରନ୍ତୁ |
05:43 | coordinateSystem ଯାହା ଆମେ ସ୍ଲାଇଡରେ ଦେଖିଛେ ତାହା Icon ଅନୋଟେଶନରେ ଗୋଟିଏ ଫିଲ୍ଡ ଅଟେ |
05:50 | coordinateSystemରେ extent ଗୋଟିଏ ଫିଲ୍ଡ ଅଟେ. ଏଥିରେ ସଂଖ୍ୟାର ଦୁଇଟି ଯୋଡି ଅଛି |
05:57 | Properties ଡାଇଲଗ୍ ବକ୍ସକୁ ବ୍ୟବହାର କରି extentକୁ କିପରି ମାନିପୁଲେଟ୍ କରାଯାଏ ତାହା ଆମେ ଦେଖିସାରିଛେ |
06:04 | ସଂଖ୍ୟାର ପ୍ରଥମ ଦୁଇଟି ଯୋଡି ହେଉଛି, {-200,-100} |
06:09 | ଏହି ଯୋଡିର ପ୍ରଥମ ସଂଖ୍ୟା ଯାହା -200 ଅଟେ, କାନଭାସର ଉପର ବାମପଟ କୋଣର ହରିଯଣ୍ଟାଲ୍ କୋଅର୍ଡିନେଟକୁ ଉପସ୍ଥାପିତ କରୁଛି |
06:20 | ସେହିପରି, -100 ସମାନ ବିନ୍ଦୁର ଭର୍ଟିକଲ୍ କୋଅର୍ଡିନେଟକୁ ଉପସ୍ଥାପିତ କରୁଛି |
06:27 | ଦ୍ଵିତୀୟ ଯୋଡି ଧଳା ସ୍ଥାନର ନିମ୍ନସ୍ଥ ଡାହାଣପଟ କୋଣର କୋଅର୍ଡିନେଟକୁ ଉପସ୍ଥାପିତ କରୁଛି |
06:35 | ଧ୍ୟାନଦିଅନ୍ତୁ ଯେ ଏହି ଚାରୋଟି ସଂଖ୍ୟା, top, bottom, left ଓ right ଫିଲ୍ଡଗୁଡିକୁ ଉପସ୍ଥାପିତ କରୁଛନ୍ତି ଯାହା ଆମେ Properties ଡାଇଲଗ୍ ବକ୍ସରେ ଦେଖିଛେ |
06:45 | ବର୍ତ୍ତମାନ Icon Viewର Properties ଡାଇଲଗ୍ ବକ୍ସକୁ ବ୍ୟବହାର କରି extentକୁ ପରିବର୍ତ୍ତନ କରନ୍ତୁ |
06:52 | ତା’ପରେ ଆମେ Text Viewର annotationରେ ଅନୁରୂପ ପରିବର୍ତ୍ତନ ହେଉଛି କି ନାହିଁ ଦେଖିବା |
06:59 | Icon Viewକୁ ଫେରିଆସନ୍ତୁ |
07:02 | କାନଭାସ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ Propertiesକୁ ଚୟନ କରନ୍ତୁ |
07:07 | Left ଫିଲ୍ଡକୁ -150.00ରେ ପରିବର୍ତ୍ତନ କରିବା ସହିତ Ok ଉପରେ କ୍ଲିକ୍ କରନ୍ତୁ |
07:14 | Text Viewରେ କ୍ଲିକ୍ କରିବା ସହିତ ତଳକୁ ସ୍କ୍ରୋଲ୍ କରନ୍ତୁ |
07:18 | extentରେ ଥିବା କୋଅର୍ଡିନେଟଗୁଡିକର ପ୍ରଥମ ଯୋଡି {-200,-100}ରୁ {-150,-100}କୁ ପରିବର୍ତ୍ତନ ହୋଇଯିବା ଲକ୍ଷ୍ୟ କରନ୍ତୁ |
07:30 | Properties ଡାଇଲଗ୍ ବକ୍ସକୁ ବ୍ୟବହାର କରି Icon Viewରେ କରିଥିବା ପରିବର୍ତ୍ତନ ଯୋଗୁଁ ଏହା ସମ୍ଭବ ହୋଇଛି |
07:37 | ତେଣୁ Icon annotationରେ ହେଉଥିବା କୌଣସି ପରିବର୍ତ୍ତନ Icon Viewରେ ଅନୁରୂପ ପରିବର୍ତ୍ତନ ହୋଇଥାଏ ଏବଂ ବିପରୀତ ମଧ୍ୟ |
07:46 | coordinateSystemର ଅନ୍ୟ ଫିଲ୍ଡଗୁଡିକ ଯେପରି ScaleFactor ଉପରେ ଆଲୋଚନା କରିବା ଏହି ଟ୍ୟୁଟୋରିଆଲରେ ସମ୍ଭବ ନୁହେଁ |
07:54 | ସ୍ଲାଇଡକୁ ଫେରିଆସନ୍ତୁ |
07:57 | ଆମେ ପୂର୍ବରୁ ଆଲୋଚନା କରିସାରିଛେ ଯେ Icon ଆନୋଟେଶନର coordinateSystem ଓ graphics ଏହାର ଉପାଦାନ ଭାବେ ଅଛନ୍ତି |
08:06 | graphics recordରେ ନିମ୍ନଲିଖିତ ଆଇଟମଗୁଡିକ ରହିପାରେ ଯେପରି, Line, Rectangle, Ellipse, Polygon, Text ଓ Bitmap |
08:17 | ବର୍ତ୍ତମାନ Icon and Diagram viewsରେ ଏହି ଆଇଟମଗୁଡିକୁ କିପରି ଇନସର୍ଟ କରାଯାଏ ଆଲୋଚନା କରିବା |
08:25 | OMEditକୁ ଫେରିଆସନ୍ତୁ |
08:29 | ଆମେ ଏହି ଆନୋଟେଶନଗୁଡିକୁ ତିନୋଟି ସୋପାନରେ ବୁଝିବା. bouncingBallWithAnnotationsର Icon Viewରେ ଗୋଟିଏ circle ଇନସର୍ଟ ହୋଇସାରିଛି |
08:40 | Ellipse ଆନୋଟେଶନକୁ ବ୍ୟବହାର କରି circleକୁ ପ୍ରାପ୍ତ କରାଯାଇଛି. ପ୍ରଥମେ ଏହାର ଗୁଣାବଳୀଗୁଡିକୁ ରୂପାନ୍ତର କରିବା ପାଇଁ ଚେଷ୍ଟା କରନ୍ତୁ |
08:49 | ଧ୍ୟାନଦିଅନ୍ତୁ ଯେ ଗୋଟିଏ Ellipse ଇନସର୍ଟ ହୋଇଛି ତଥା ଏହାର ଗୁଣାବଳୀଗୁଡିକୁ ଆଇକନ୍ ଆନୋଟେଶନର ଗ୍ରାଫିକସ ଫିଲ୍ଡରେ ନିର୍ଦ୍ଦିଷ୍ଟ କରାଯାଇଛି |
08:59 | Icon Viewକୁ ଫେରିଆସନ୍ତୁ |
09:02 | circle ମଧ୍ୟରେ ଥିବା ବ୍ଲୁ ସ୍ଥାନ ଉପରେ ରାଇଟ୍ କ୍ଲିକ୍ କରିବା ସହିତ Propertiesକୁ ଚୟନ କରନ୍ତୁ |
09:09 | OriginX, ellipseର କେନ୍ଦ୍ରର ହରିଯଣ୍ଟାଲ୍ କୋଅର୍ଡିନେଟ୍ ଅଟେ |
09:15 | ସେହିପରି OriginY, ellipseର କେନ୍ଦ୍ରର ଭର୍ଟିକଲ୍ କୋଅର୍ଡିନେଟ୍ ଅଟେ |
09:22 | Extent1X, ellipse ଉପରେ ଥିବା ବାମ ପାର୍ଶ୍ଵର ଦୂରତମ ବିନ୍ଦୁର ହରିଯଣ୍ଟାଲ୍ କୋଅର୍ଡିନେଟ୍ ଅଟେ |
09:29 | Extent1Y, ellipse ଉପରେ ଥିବା ଉପରିସ୍ଥ ଦୂରତମ ବିନ୍ଦୁର ଭର୍ଟିକଲ୍ କୋଅର୍ଡିନେଟ୍ ଅଟେ |
09:36 | ସେହିପରି Extent2X ଓ Extent2Y, ellipse ଉପରେ ଥିବା ଉପରିସ୍ଥ ଦୂରତମ ବିନ୍ଦୁର ଡାହାଣପଟ ଓ ନିମ୍ନସ୍ଥ ବିନ୍ଦୁଗୁଡିକ ଅଟନ୍ତି |
09:48 | Line Style, ବୋର୍ଡର୍ ଲାଇନର ଗୁଣାବଳୀଗୁଡିକୁ ପରିବର୍ତ୍ତନ କରିବାରେ ବ୍ୟବହୃତ ହୋଇଥାଏ |
09:53 | Line Style ଅଧୀନସ୍ଥ Color ଉପରେ କ୍ଲିକ୍ କରନ୍ତୁ |
09:57 | ଏହା ବୋର୍ଡରର କଲରକୁ ପରିବର୍ତ୍ତନ କରିବା ପାଇଁ ଅନୁମତି ଦେଇଥାଏ |
10:01 | ରେଡକୁ ଚୟନ କରିବା ସହିତ OK ଉପରେ କ୍ଲିକ୍ କରନ୍ତୁ |
10:05 | Line Style ଅଧୀନରେ ଥିବା Pattern ଡ୍ରପ୍ ଡାଉନ୍ ମେନୁ ଉପରେ କ୍ଲିକ୍ କରନ୍ତୁ |
10:10 | ଏହା ବୋର୍ଡରର ପ୍ୟାଟର୍ନକୁ ପରିବର୍ତ୍ତନ କରିବା ପାଇଁ ଅନୁମତି ଦେଇଥାଏ. ମୁଁ ଗୋଟିଏ ସଲିଡ୍ ଲାଇନକୁ ଚୟନ କରିଛି |
10:17 | Thickness ଫିଲ୍ଡ ବୋର୍ଡରର ମୋଟେଇକୁ ନିର୍ଦ୍ଦିଷ୍ଟ କରିଥାଏ |
10:21 | ଏହାକୁ 0.5 ୟୁନିଟରେ ପରିବର୍ତ୍ତନ କରନ୍ତୁ |
10:25 | Ok ଉପରେ କ୍ଲିକ୍ କରନ୍ତୁ |
10:27 | ବୋର୍ଡରର କଲର୍ ରେଡ କୁ ପରିବର୍ତ୍ତନ ହେବା ତଥା ମୋଟେଇରେ ହେଉଥିବା ବୃଦ୍ଧିକୁ ଲକ୍ଷ୍ୟ କରନ୍ତୁ |
10:34 | ବର୍ତ୍ତମାନ ପୁନର୍ବାର ସର୍କଲ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ Propertiesକୁ ଚୟନ କରନ୍ତୁ |
10:40 | Fill Style ଅଧୀନରେ ଥିବା Color ଉପରେ କ୍ଲିକ୍ କରନ୍ତୁ |
10:44 | Color Paletteରେ Blackକୁ ଚୟନ କରିବା ସହିତ Ok ଉପରେ କ୍ଲିକ୍ କରନ୍ତୁ |
10:49 | ellipseର ଆଭ୍ୟନ୍ତରରେ ପୁରଣ ହେବାକୁ ଥିବା କଲରକୁ, ଏହି କଲର୍ ଉପସ୍ଥାପିତ କରିଥାଏ |
10:56 | ବର୍ତ୍ତମାନ ଡ୍ରପ୍ ଡାଉନ୍ ମେନୁ ଉପରେ ଥିବା Fill Pattern ଉପରେ କ୍ଲିକ୍ କରନ୍ତୁ |
11:00 | FillPattern.Horizontalକୁ ଚୟନ କରିବା ସହିତ Ok ଉପରେ କ୍ଲିକ୍ କରନ୍ତୁ |
11:06 | ଧ୍ୟାନଦିଅନ୍ତୁ ଯେ ଫିଲ୍ କଲର୍ ବ୍ଲାକକୁ ପରିବର୍ତ୍ତନ ହେବା ସହିତ ପ୍ୟାଟର୍ନ ସଲିଡରୁ ହରିଯଣ୍ଟାଲ ଲାଇନଗୁଡିକରେ ପରିବର୍ତ୍ତନ ହୋଇଯାଇଛି |
11:15 | ବର୍ତ୍ତମାନ Ellipse ଆନୋଟେଶନକୁ ବର୍ଣ୍ଣନା କରିବା ପାଇଁ Text Viewକୁ ଫେରିଆସନ୍ତୁ. Text Viewରେ କ୍ଲିକ୍ କରିବା ସହିତ ତଳକୁ ସ୍କ୍ରୋଲ୍ କରନ୍ତୁ |
11:25 | lineColor ତିନୋଟି କଲରକୁ ଗ୍ରହଣ କରିବ ଯାହା ବୋର୍ଡର୍ କଲରକୁ ପରିଭାଷିତ କରିଥାଏ |
11:31 | ଏହି ତିନୋଟି ସଂଖ୍ୟାରୁ, ପ୍ରତ୍ୟେକଟି 0 ଓ 255 ମଧ୍ୟରେ ଥିବା ଭେଲ୍ୟୁକୁ ଗ୍ରହଣ କରିବ |
11:38 | ସେଗୁଡିକ ବ୍ୟବହୃତ କଲରର RGB ତିବ୍ରତାର ଅନୁରୂପ ଅଟେ |
11:44 | fillPattern, ଆଭ୍ୟନ୍ତରରେ ପୁରଣ ହେବାକୁ ଥିବା ପ୍ୟାଟର୍ନକୁ ନିର୍ଦ୍ଦିଷ୍ଟ କରିଥାଏ |
11:51 | extent, coordinateSystemର extent ଫିଲ୍ଡ ପାଇଁ କନଟେକ୍ସଟ ସମାନ ଅଟେ |
11:57 | LineThickness, ବୋର୍ଡରର ମୋଟେଇକୁ ଉପସ୍ଥାପିତ କରେ |
12:02 | ଧ୍ୟାନଦିଅନ୍ତୁ ଯେ ଆମେ ଦେଖିସାରିଥିବା ଭଳି, Properties ଡାଇଲଗ୍ ବକ୍ସକୁ ବ୍ୟବହାର କରି ଏହି ସମସ୍ତ ଫିଲ୍ଡଗୁଡିକୁ ପରିବର୍ତ୍ତନ କରାଯାଇପାରିବ |
12:10 | ବର୍ତ୍ତମାନ ଟୂଲବାରକୁ ବ୍ୟବହାର କରି ଗୋଟିଏ ନୂତନ ellipse ନିର୍ମାଣ କରିବା ପାଇଁ Icon Viewକୁ ଫେରିଆସନ୍ତୁ. Icon View ଉପରେ କ୍ଲିକ୍ କରନ୍ତୁ |
12:19 | କିଛି ସ୍ଥାନକୁ ଖାଲି କରିବା ପାଇଁ ବିଦ୍ୟମାନ ଥିବା circleକୁ ରିଆରେଞ୍ଜ କରନ୍ତୁ |
12:24 | circle ଉପରେ ରାଇଟ୍ କ୍ଲିକ୍ କରିବା ସହିତ propertiesକୁ ଚୟନ କରନ୍ତୁ |
12:29 | Extent2Yକୁ 0ରେ ପରିବର୍ତ୍ତନ କରିବା ସହିତ Ok ଉପରେ କ୍ଲିକ୍ କରନ୍ତୁ |
12:35 | ବର୍ତ୍ତମାନ ଗୋଟିଏ ନୂତନ ellipseକୁ ଇନସର୍ଟ କରିବା ପାଇଁ ଟୂଲ୍ ବାର୍ ଉପରେ ଥିବା Ellipse ବଟନ୍ ଉପରେ କ୍ଲିକ୍ କରନ୍ତୁ |
12:42 | canvasରେ ଯେକୌଣସି ଠାରେ ଲେଫ୍ଟ କ୍ଲିକ୍ କରିବା ସହିତ ମାଉସକୁ ଦାବି ଧରି ଡ୍ରାଗ୍ କରନ୍ତୁ |
12:50 | ଗୋଟିଏ ellipse ସୃଷ୍ଟି ହୋଇସାରିଲା ପରେ ମାଉସକୁ ଛାଡିଦିଅନ୍ତୁ |
12:55 | ellipse ଉପରେ ରାଇଟ୍ କ୍ଲିକ୍ କରିବା ସହିତ ନିଜ ଇଚ୍ଛାନୁସାରେ ଏହାର ଗୁଣାବଳୀଗୁଡିକୁ ପରିବର୍ତ୍ତନ କରିବା ପାଇଁ Propertiesକୁ ଚୟନ କରନ୍ତୁ ଏବଂ Okରେ କ୍ଲିକ୍ କରନ୍ତୁ |
13:05 | ସେହିପରି Tool Bar କୁ ବ୍ୟବହାର କରି ଆପଣ ଗୋଟିଏ Line, Polygon, Rectangle ଓ Textକୁ ଇନସର୍ଟ କରିପାରିବେ |
13:13 | ବର୍ତ୍ତମାନ Diagram Viewକୁ ବର୍ଣନା କରନ୍ତୁ. Diagram View ଉପରେ କ୍ଲିକ୍ କରନ୍ତୁ |
13:19 | ଧ୍ୟାନଦିଅନ୍ତୁ ଯେ ଏଠାରେ ଗୋଟିଏ ଲାଇନ୍ ଇନସର୍ଟ ହୋଇଛି. Diagram ଆନୋଟେଶନରେ ଏହି ଲାଇନର ଗୁଣାବଳୀଗୁଡିକୁ ନିର୍ଦ୍ଦିଷ୍ଟ କରାଯାଇଛି |
13:28 | Diagram ଆନୋଟେଶନକୁ ବୁଝିବା ପାଇଁ Text Viewକୁ ଫେରିଆସିବା ସହିତ ତଳକୁ ସ୍କ୍ରୋଲ୍ କରନ୍ତୁ |
13:35 | Diagram ଆନୋଟେଶନ୍, ଏହାର Icon ଆନୋଟେଶନକୁ ଥିବା ସିଣ୍ଟାକ୍ସ ଭଳି ସମାନ ଅଟେ |
13:41 | ଏହାର କମ୍ପୋନେଣ୍ଟ ରେକର୍ଡ ଭଳି, coordinateSystem ଓ graphics ଅଛି |
13:47 | Diagram Viewରେ ଇନସର୍ଟ ହୋଇଥିବା Lineର ଗୁଣାବଳୀଗୁଡିକ ଏଠାରେ ନିର୍ଦ୍ଦିଷ୍ଟ ହୋଇଛି |
13:53 | Line ଆନୋଟେଶନର ଫିଲ୍ଡଗୁଡିକୁ ସହଜରେ ବୁଝିହେବ |
13:58 | ବର୍ତ୍ତମାନ ଚାଲନ୍ତୁ Icon ଓ Diagram Views ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିବା |
14:04 | OMEdit ୱିଣ୍ଡୋକୁ ଡାହାଣପଟକୁ ସ୍ଥାନାନ୍ତର କରନ୍ତୁ |
14:09 | Ctrl + Sକୁ ଦାବିବା ସହିତ ମୋଡେଲକୁ ସେଭ୍ କରନ୍ତୁ |
14:13 | Icon Viewରେ ଦୃଶ୍ୟମାନ ହେଉଥିବା ଫିଗର୍, ଏଠାରେ ଦେଖାଯିବା ଭଳି Libraries Browserରେ ଗୋଟିଏ ଆଇକନ୍ ଭଳି ଦୃଶ୍ୟମାନ ହେବ |
14:22 | କିନ୍ତୁ ପ୍ରକୃତରେ component-oriented modelingରେ ବିଶେଷ ଭାବେ Diagram View ବ୍ୟବହୃତ ହୋଇଥାଏ |
14:29 | ଆଗାମୀ ଟ୍ୟୁଟୋରିଆଲଗୁଡିକରେ ଆମେ component-oriented modeling ଉପରେ ଅଧିକ କିଛି ଶିଖିବା |
14:35 | ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ |
14:39 | ଆମେ ଆଲୋଚନା କରିବା ଭଳି, Ellipseରେ ନିମ୍ନଲିଖିତ ଫିଲ୍ଡଗୁଡିକ ଅଛି |
14:44 | ଗୋଟିଏ ଆସାଇଅନମେଣ୍ଟ ଭାବେ, ମୋଡେଲର Icon Viewରେ ଗୋଟିଏ line, polygon, rectangle ଓ textକୁ ଇନସର୍ଟ କରନ୍ତୁ |
14:53 | ସେମାନଙ୍କର ଗୁଣାବଳୀଗୁଡିକୁ ରୂପାନ୍ତରିତ କରିବା ସହିତ ସେମାନଙ୍କର ଆନୋଟେଶନଗୁଡିକୁ ବୁଝନ୍ତୁ |
14:58 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
15:02 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
15:08 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଇଥାଉ. ଦୟାକରି ଆମକୁ ସମ୍ପର୍କ କରନ୍ତୁ |
15:14 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର ଯଦି କିଛି ପ୍ରଶ୍ନ ଥାଏ ତେବେ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ |
15:20 | ଆମେ ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡଗୁଡିକ ମଧ୍ୟରେ ସମନ୍ଵୟ ରଖିଥାଉ. ପ୍ରଦର୍ଶିତ ୱେବସାଇଟକୁ ଯା’ନ୍ତୁ |
15:28 | ଆମେ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥାଉ |
15:33 | ଲ୍ୟାବ୍ ସ୍ଥାନାନ୍ତର ପ୍ରୋଜେକ୍ଟ ଉପରେ ଅଧିକ ବିବରଣୀ ପାଇଁ ଦୟାକରି ୱେବସାଇଟକୁ ଯା’ନ୍ତୁ |
15:39 | Spoken Tutorial Project ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ |
15:46 | OpenModelicaକୁ ବିକଶିତ କରୁଥିବା ଟିମକୁ ସେମାନଙ୍କର ସହଯୋଗ ପାଇଁ ଆମେ ଧନ୍ୟବାଦ ଦେଉଛୁ. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦqw |