OpenModelica/C2/Functions-and-Types/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Functions and Types ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:06 | ଏହି ଟ୍ୟୁଟୋରିଆଲରେ ଆମେ, ଗୋଟିଏ functionକୁ କିପରି ପରିଭାଷିତ କରାଯାଏ |
| 00:12 | algorithmକୁ କିପରି ବ୍ୟବହାର କରିବା ତଥା ଗୋଟିଏ typeକୁ କିପରି ପରିଭାଷିତ କରାଯାଏ ଶିଖିବା |
| 00:17 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica 1.9.2 ଏବଂ Ubuntu Linux OS 14.04 ବ୍ୟବହାର କରୁଛି |
| 00:27 | କିନ୍ତୁ, ଏହି ପ୍ରକ୍ରିୟା Windows, Mac OS X କିମ୍ବା FOSSEE OS ଭଳି ସମାନ ଅଟେ |
| 00:35 | ଏହି ଟ୍ୟୁଟୋରିଆଲକୁ ବୁଝିବା ପାଇଁ ଆପଣ, Modelicaରେ କିପରି ଗୋଟିଏ classକୁ ପରିଭାଷିତ କରାଯାଏ ଜାଣିଥିବା ଆବଶ୍ୟକ |
| 00:41 | ଯେକୌଣସି ପ୍ରୋଗ୍ରାମିଙ୍ଗ ଲାଙ୍ଗୁୟେଜରେ ଆପଣଙ୍କର functionଗୁଡିକ ଉପରେ ଜ୍ଞାନ ଥିବା ଆବଶ୍ୟକ |
| 00:46 | ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲଗୁଡିକ Spoken Tutorial ୱେବସାଇଟରେ ଉଲ୍ଲେଖ ଅଛି. ଦୟାକରି ସେଗୁଡିକୁ ଅଭ୍ୟାସ କରନ୍ତୁ |
| 00:52 | ଚାଲନ୍ତୁ ବର୍ତ୍ତମାନ ଗୋଟିଏ function ଉପରେ ଆଲୋଚନା କରିବା |
| 00:55 | function ଗୋଟିଏ ନିର୍ଦ୍ଦିଷ୍ଟ କ୍ଲାସ୍ ଅଟେ ଯାହା ଇନପୁଟ୍ ନେବା ସହିତ ଆଉଟପୁଟ୍ ପ୍ରଦାନ କରିଥାଏ |
| 01:01 | ଏହା algorithm ବିଭାଗକୁ ଧାରଣ କରିଥାଏ |
| 01:04 | ଗୋଟିଏ function କଦାପି ସମୀକରଣଗୁଡିକୁ ଧାରଣ କରିପାରିବ ନାହିଁ ଏବଂ ଏହା ସିମୁଲେଟ୍ ହୋଇପାରିବ ନାହିଁ |
| 01:10 | ଗୋଟିଏ functionର ସିଣ୍ଟାକ୍ସ ପ୍ରଦର୍ଶିତ ହୋଇଛି |
| 01:15 | ବର୍ତ୍ତମାନ polynomialEvaluator ନାମକ ଗୋଟିଏ function ଲେଖନ୍ତୁ ଯାହା xକୁ ଇନପୁଟ୍ ଭାବେ ନେଇଥାଏ ଏବଂ ଆଉଟପୁଟ୍ ଭାବେ f(x) = a x (squared) (plus) b x (plus) c ପ୍ରଦାନ କରିଥାଏ, ଯେଉଁଠି a=1, b=2 ଓ c=1 ଅଟେ |
| 01:36 | polynomialEvaluator ଫାଇଲ୍ ଆମ ୱେବସାଇଟରେ ଉପଲବ୍ଧ ଅଛି |
| 01:40 | ଦୟାକରି Code Files ଲିଙ୍କରେ ଉପଲବ୍ଧ ଥିବା ସମସ୍ତ ଫାଇଲଗୁଡିକୁ ଡାଉନଲୋଡ୍ କରିବା ସହିତ ସେଭ୍ କରନ୍ତୁ |
| 01:46 | polynomialEvaluator ଫଙ୍କଶନକୁ ପ୍ରଦର୍ଶନ କରିବା ସହିତ OMEditକୁ ଫେରିଆସନ୍ତୁ |
| 01:52 | ବର୍ତ୍ତମାନ OMEdit, Welcome ପର୍ସ୍ପେକ୍ଟିଭରେ ଖୋଲିଯାଇଛି |
| 01:56 | ଆପଣ କେବଳ OMEdit ୱିଣ୍ଡୋର କିଛି ଅଂଶକୁ ଦେଖିପାରୁଛନ୍ତି ଯେହେତୁ ମୁଁ ଯୁମ୍ ଇନ୍ କରିଛି |
| 02:02 | ଆବଶ୍ୟକ ୱିଣ୍ଡୋକୁ ସ୍ଥାନାନ୍ତର କରିବା ସମୟରେ ମୁଁ ଆପଣଙ୍କୁ ଦରକାରୀ ଅଂଶଗୁଡିକୁ ପ୍ରଦର୍ଶନ କରିବି |
| 02:09 | ଆପଣ ଡାଉନଲୋଡ୍ କରିଥିବା ଫାଇଲଗୁଡିକୁ ଖୋଲିବା ପାଇଁ Open Model/Library File ଟୂଲ୍ ଉପରେ କ୍ଲିକ୍ କରନ୍ତୁ |
| 02:16 | ମୁଁ ସମସ୍ତ ଫାଇଲଗୁଡିକୁ ଗୋଟିଏ ଫୋଲ୍ଡର୍ ମଧ୍ୟରେ ସେଭ୍ କରିସାରିଛି |
| 02:19 | ସେସବୁକୁ ଏକ ସଂଗେ ଚୟନ କରନ୍ତୁ ଏବଂ openରେ କ୍ଲିକ୍ କରନ୍ତୁ |
| 02:24 | ଯଦି ଆପଣ ଫାଇଲଗୁଡିକୁ ବିଭିନ୍ନ ଫୋଲ୍ଡରଗୁଡିକରେ ସେଭ୍ କରିଥା’ନ୍ତି ତେବେ ପ୍ରତ୍ୟେକଙ୍କୁ ଗୋଟି ଗୋଟିକରି ଖୋଲିପାରିବେ |
| 02:31 | ଧ୍ୟାନଦିଅନ୍ତୁ ଯେ ନିମ୍ନଲିଖିତ classes କିମ୍ବା functionଗୁଡିକ ବର୍ତ୍ତମାନ OMEditରେ ଖୋଲିଯାଇଛି: bouncingBallWithUserTypes, functionTester, multipleFunctionTester, multiplePolynomialEvaluator ଓ polynomialEvaluator |
| 02:51 | ଫଙ୍କଶନ୍ polynomialEvaluatorକୁ ଖୋଲିବା ସହିତ ଏହାକୁ ଦେଖିବା ପାଇଁ Libraries Browser ଉପରେ ରାଇଟ କ୍ଲିକ୍ କରିବା ସହିତ View Classକୁ ଚୟନ କରନ୍ତୁ |
| 03:02 | ଯଦି ଫଙ୍କଶନ୍ Text Viewରେ ଖୋଲିବ ନାହିଁ ତେବେ ଏହାକୁ Text Viewରେ ଖୋଲନ୍ତୁ |
| 03:08 | ଏହି functionର ନାମ polynomialEvaluator ଅଟେ ଯାହା ଆମେ ଅଲୋଚନା କରିସାରିଛେ |
| 03:14 | x ଗୋଟିଏ real ଭେରିଏବଲ୍ ଅଟେ |
| 03:17 | input ଭେରିଏବଲଗୁଡିକୁ ନିର୍ଦ୍ଦିଷ୍ଟ କରିବା ପାଇଁ ଗୋଟିଏ କୀୱର୍ଡ input ବ୍ୟବହୃତ ହୁଏ |
| 03:22 | ସେହିପରି output ଭେରିଏବଲଗୁଡିକୁ ନିର୍ଦ୍ଦିଷ୍ଟ କରିବା ପାଇଁ ଗୋଟିଏ କୀୱର୍ଡ output ବ୍ୟବହୃତ ହୁଏ |
| 03:28 | fx ଗୋଟିଏ real ଭେରିଏବଲ୍ ଅଟେ ଯାହା f(x)କୁ ଉପସ୍ଥାପିତ କରେ |
| 03:33 | କୌଣସି ଭେରିଏବଲ୍ କିମ୍ବା ପାରାମିଟର୍ ଯଦି input କିମ୍ବା output ନୁହଁନ୍ତି ତେବେ କୀୱର୍ଡ protected ଦ୍ଵାରା ନିର୍ଦ୍ଦିଷ୍ଟ ହୋଇଥା’ନ୍ତି |
| 03:42 | ଭେଲ୍ୟୁ 1 ସହିତ a, ଗୋଟିଏ real ପାରାମିଟର୍ ଅଟେ |
| 03:47 | a, b ଓ cର ଭେଲ୍ୟୁଗୁଡିକ ସ୍ଲାଇଡରେ ଆଲୋଚିତ ହୋଇସାରିଛି |
| 03:53 | ଦୟାକରି ଧ୍ୟାନଦିଅନ୍ତୁ ଯେ a, b ଓ c, protected ପାରାମିଟର୍ ଅଟନ୍ତି |
| 03:59 | ଗୋଟିଏ functionର algorithm ବିଭାଗର ଆରମ୍ଭକୁ Algorithm ଉପସ୍ଥାପିତ କରିଥାଏ |
| 04:05 | Algorithm ବିଭାଗ କେବଳ assignment ଷ୍ଟେଟମେଣ୍ଟଗୁଡିକୁ ଧାରଣ କରିପାରେ |
| 04:10 | ଏହି ଚିହ୍ନ assignmentକୁ ସୂଚୀତ କରେ |
| 04:14 | ଗୋଟିଏ assignment ଷ୍ଟେଟମେଣ୍ଟରେ ଡାହାଣପଟର ଭେଲ୍ୟୁକୁ ବାମପଟେ ଆସାଇନ୍ କରାଯାଇଛି |
| 04:20 | ସାଧାରଣତଃ ବାମପଟ ଗୋଟିଏ ଅଜ୍ଞାତ ଏକ୍ସପ୍ରେସନ୍ ଅଟେ |
| 04:25 | ଏହି କ୍ଷେତ୍ରରେ fx ଗୋଟିଏ ଅଜ୍ଞାତ ଭେରିଏବଲ୍ ଅଟେ |
| 04:29 | ଏଠାରେ ଡାହାଣପଟ ଏକ୍ସପ୍ରେସନର ଭେଲ୍ୟୁକୁ ଗଣନା କରାଯାଇପାରିବ ଯଦି x ର ଭେଲ୍ୟୁ ଅଜ୍ଞାତ ହୁଏ |
| 04:36 | ସାଧାରଣତଃ ଯେଉଁ ସମୟରେ xକୁ କଲ୍ କରାଯାଏ, ଏହା function ପ୍ରତି ଗୋଟିଏ input ଆର୍ଗ୍ୟୁମେଣ୍ଟ ଭାବେ ପାସ୍ ହୋଇଥାଏ |
| 04:43 | ବର୍ତ୍ତମାନ functionTester କ୍ଲାସକୁ ବ୍ୟବହାର କରି କିପରି ଗୋଟିଏ functionକୁ କଲ୍ କରାଯାଏ ଦେଖିବା |
| 04:49 | functionTester ଆଇକନକୁ Libraries Browserରେ ଦେଖିପାରିବେ ଯେହେତୁ ମୁଁ ଏହାକୁ ଖୋଲିସାରିଛି |
| 04:56 | ଏହି classକୁ ଖୋଲିବା ପାଇଁ ଏହାର ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 05:01 | ଗୋଟିଏ classକୁ ଦେଖିବା ପାଇଁ ଏହା ଏକ ବିକଳ୍ପ ମାର୍ଗ ଅଟେ |
| 05:05 | ଆପଣ ଏହାର ଆଇକନ୍ ଉପରେ ରାଇଟ୍ କ୍ଲିକ୍ ମଧ୍ୟ କରିବା ସହିତ View Classକୁ ଚୟନ କରିପାରିବେ |
| 05:11 | z ଗୋଟିଏ real ଭେରିଏବଲ୍ ଅଟେ |
| 05:14 | 10 ୟୁନିଟ ଥିବା ଗୋଟିଏ input ଆର୍ଗୁମେଣ୍ଟ ସହିତ polynomialEvaluator ଫଙ୍କଶନକୁ କଲ୍ କରାଯାଇଛି ଏବଂ z ସହିତ ସମାନ କରାଯାଇଛି |
| 05:23 | polynomialEvaluatorର input ଭେଲ୍ୟୁ(ଭେରିଏବଲ୍) ଯାହା x ଅଟେ, 10 ୟୁନିଟର ଭେଲ୍ୟୁକୁ ଗ୍ରହଣ କରିଛି |
| 05:31 | ବର୍ତ୍ତମାନ ଏହି classକୁ ସିମୁଲେଟ୍ କରନ୍ତୁ |
| 05:34 | ଏହି classକୁ ସିମୁଲେଟ୍ କରିବା ପାଇଁ ଆପଣ Libraries Browserରେ ଥିବା functionTester ଉପରେ ରାଇଟ୍ କ୍ଲିକ୍ କରିବା ସହିତ Simulateକୁ ଚୟନ କରିପାରିବେ |
| 05:45 | ବର୍ତ୍ତମାନ କ୍ଲାସ୍ ସିମୁଲେଟ୍ ହୋଇଛି |
| 05:47 | ଗୋଟିଏ classକୁ ସିମୁଲେଟ୍ କରିବା ପାଇଁ ଆପଣ ଟୂଲବାରରେ ଥିବା Simulate ବଟନକୁ ମଧ୍ୟ ବ୍ୟବହାର କରିପାରିବେ |
| 05:53 | ବର୍ତ୍ତମାନ OMEdit ୱିଣ୍ଡୋକୁ ବାମପଟକୁ ସ୍ଥାନାନ୍ତର କରିବା ସହିତ ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ Plotting perspectiveକୁ ପ୍ରଦର୍ଶନ କରିବି |
| 06:00 | variables browserରେ zକୁ ଚୟନ କରନ୍ତୁ |
| 06:04 | ଧ୍ୟାନଦିଅନ୍ତୁ ଯେ zର ଭେଲ୍ୟୁ f(x)ର ଭେଲ୍ୟୁ ସହିତ ସମାନ ହେବ ଯେଉଁଠି x = 10 ଅଟେ |
| 06:12 | ବର୍ତ୍ତମାନ zକୁ ଡିସିଲେକ୍ଟ କରିବା ସହିତ ଏହି ପରିଣାମକୁ ଡିଲିଟ୍ କରନ୍ତୁ |
| 06:18 | Modeling perspectiveକୁ ଫେରିଆସନ୍ତୁ |
| 06:21 | ଉପରେ ଥିବା polynomialEvaluator ଟାବରେ କ୍ଲିକ୍ କରନ୍ତୁ |
| 06:25 | polynomialEvaluator ଫଙ୍କଶନର କେବଳ ଗୋଟିଏ output ଭେରିଏବଲ୍ ଥିବା ଲକ୍ଷ୍ୟ କରନ୍ତୁ |
| 06:31 | ବର୍ତ୍ତମାନ ଗୋଟିଏ functionକୁ ବ୍ୟବହାର କରି କିପରି ଦୁଇ କିମ୍ବା ଅଧିକ output ଭେରିଏବଲ୍ ପ୍ରାପ୍ତ କରିହେବ ମୁଁ ପ୍ରଦର୍ଶନ କରିବି |
| 06:38 | ମୁଁ multiplePolynomialEvaluator ନାମକ ଗୋଟିଏ function ସୃଷ୍ଟି କରିଛି ଯାହାର ଦୁଇଟି output ଭେରିଏବଲ୍ ଅଛି |
| 06:45 | ସେହି functionକୁ ଦେଖିବା ପୂର୍ବରୁ, PolynomialEvaluator ଓ FunctionTesterର ଟାବଗୁଡିକୁ ବନ୍ଦ କରନ୍ତୁ |
| 06:54 | ଯେହେତୁ Libraries Browser ଦୃଶ୍ୟମାନ ହେଉନାହିଁ, ୱିଣ୍ଡୋକୁ ଡାହାଣପଟକୁ ସ୍ଥାନାନ୍ତର କରନ୍ତୁ |
| 07:01 | multiplePolynomialEvaluator, multipleFunctionTester ଓ bouncingBallWithUserTypes ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 07:11 | ପୁନର୍ବାର ୱିଣ୍ଡୋକୁ ନିଜ ସ୍ଥାନକୁ ଆଣିଆସନ୍ତୁ |
| 07:15 | multiplePolynomialEvaluator ଟାବକୁ ଯା’ନ୍ତୁ |
| 07:19 | ଗୋଟିଏ ଅତିରିକ୍ତ output ଭେରିଏବଲ୍ ବ୍ୟତିତ ଏହି function, polynomialEvaluator ଫଙ୍କଶନ୍ ଭଳି ସମାନ ଅଟେ |
| 07:27 | gx ନାମକ ଗୋଟିଏ output ଭେରିଏବଲକୁ ଘୋଷଣା କରାଯାଇଛି |
| 07:32 | gxରେ a x (squared) (minus) b x (plus) cର ଭେଲ୍ୟୁକୁ ଆସାଇନ୍ କରାଯାଇଛି |
| 07:38 | output କିମ୍ବା input ଭେରିଏବଲଗୁଡିକ, ଯେଉଁକ୍ରମରେ ଘୋଷିତ ହୋଇଥା’ନ୍ତି ତାହା ଜରୁରୀ ଅଟେ |
| 07:45 | ଯେତେବେଳେ multipleFunctionTester କ୍ଲାସକୁ ଆଲୋଚନା କରାଯିବ ସେତେବେଳେ ଆମେ ଏହା ବିଷୟରେ ଅଧିକ ବୁଝିପାରିବା |
| 07:51 | ବର୍ତ୍ତମାନ multipleFunctionTester ଟାବକୁ ଫେରିଆସନ୍ତୁ |
| 07:56 | y ଓ zକୁ real ଭେରିଏବଲ୍ ଭାବେ ଘୋଷଣା କରାଯାଇଛି |
| 08:01 | multiplePolynomialEvaluator ଫଙ୍କଶନ୍ ଗୋଟିଏ 10 ୟୁନିଟ ବିଶିଷ୍ଟ input ଆର୍ଗ୍ୟୁମେଣ୍ଟ ସହିତ କଲ୍ କରାଯାଇଛି |
| 08:08 | ଏହାର ଅର୍ଥ ହେଉଛି multiplePolynomialEvaluatorର input ଭେରିଏବଲ୍ 10 ୟୁନିଟ ବିଶିଷ୍ଟ ଗୋଟିଏ ଭେଲ୍ୟୁକୁ ଗ୍ରହଣ କରିଛି |
| 08:17 | y ଓ z, କ୍ରମାନୁସାରେ f(x) ଓ g(x)ର ଭେଲ୍ୟୁକୁ ଗ୍ରହଣ ଅରିଛି ଯେଉଁଠି x = 10 ଅଟେ |
| 08:26 | y, output ଭେରିଏବଲ୍ fxର ଭେଲ୍ୟୁକୁ ଗ୍ରହଣ କରିବ ଯେହେତୁ ଫଙ୍କଶନରେ gxର ଘୋଷଣା ପୂର୍ବରୁ fxର ଘୋଷଣା ଦୃଶ୍ୟମାନ ହେଉଛି |
| 08:37 | ବର୍ତ୍ତମାନ ଏହି classକୁ ସିମୁଲେଟ୍ କରନ୍ତୁ |
| 08:40 | Simulate ବଟନରେ କ୍ଲିକ୍ କରିବା ସହିତ ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ |
| 08:46 | variables browserରେ y ଓ zକୁ ଚୟନ କରନ୍ତୁ |
| 08:51 | ଧ୍ୟାନଦିଅନ୍ତୁ ଯେ କ୍ରମାନୁସାରେ y ଓ zର ଭେଲ୍ୟୁଗୁଡିକ f(x) ଓ g(x) ଭଳି ସମାନ ଅଟେ ଯେଉଁଠି x = 10 ଅଟେ |
| 09:01 | ପରିଣାମକୁ ଡିଲିଟ କରିବା ସହିତ Modeling Perspectiveକୁ ଫେରିଆସନ୍ତୁ |
| 09:06 | ବର୍ତ୍ତମାନ y ଓ zର କ୍ରମକୁ ପ୍ରତିବଦଳ କରନ୍ତୁ |
| 09:11 | (y,z)କୁ ଡିଲିଟ୍ କରିବା ସହିତ (z,y) ଟାଇପ୍ କରନ୍ତୁ |
| 09:17 | ଏବଂ Ctrl+Sକୁ ଦାବି ଏହି କ୍ଲାସକୁ ସେଭ୍ କରନ୍ତୁ |
| 09:22 | ପୁନର୍ବାର ଏହି classକୁ ସିମୁଲେଟ୍ କରନ୍ତୁ ଏବଂ ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ |
| 09:28 | ପୁନର୍ବାର variables browserରେ y ଓ zକୁ ଚୟନ କରନ୍ତୁ |
| 09:33 | ପୂର୍ବ କେସ୍ ତୂଳନାରେ y ଓ zର ଭେଲ୍ୟୁଗୁଡିକ ପ୍ରତିବଦଳ ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ |
| 09:41 | ଏହି ପରିଣାମକୁ ଡିଲିଟ୍ କରିବା ସହିତ Modeling Perspectiveକୁ ଫେରିଆସନ୍ତୁ |
| 09:47 | ସ୍ଲାଇଡକୁ ଫେରିଆସନ୍ତୁ |
| 09:50 | ନିର୍ଦ୍ଧାରିତ କାର୍ଯ୍ୟଧାରାରେ ପ୍ରୋଗ୍ରାମିଙ୍ଗକୁ ସକ୍ଷମ କରିବା ପାଇଁ algorithm, Modelica syntax element ଅଟେ |
| 09:56 | algorithm ବିଭାଗରେ କେବଳ assignment ଷ୍ଟେଟମେଣ୍ଟଗୁଡିକୁ ଅନୁମତି ମିଳିଥାଏ |
| 10:01 | Assignment ଷ୍ଟେଟମେଣ୍ଟଗୁଡିକ ନିମ୍ନଲିଖିତ ଚିହ୍ନଗୁଡିକୁ ବ୍ୟବହାର କରନ୍ତି |
| 10:06 | assignment ଷ୍ଟେଟମେଣ୍ଟଗୁଡିକରେ ଡେଟା ଡାହାଣରୁ ବାମକୁ ଫ୍ଲୋ କରିଥାଏ |
| 10:10 | Modelicaରେ ପରିଭାଷିତ ହୋଇଥିବା ଫଙ୍କଶନଗୁଡିକ ଉପରେ କିଛି କଟକଣା ଅଛି |
| 10:16 | ଗୋଟିଏ ଫଙ୍କଶନରେ der()ର ବ୍ୟବହାର ମୂଲ୍ୟହୀନ ଅଟେ. Time ଭେରିଏବଲର ବ୍ୟବହାର ପାଇଁ ଅନୁମତି ନାହିଁ |
| 10:23 | ଗୋଟିଏ ଫଙ୍କଶନରେ when ଷ୍ଟେଟମେଣ୍ଟଗୁଡିକର ବ୍ୟବହାର ପାଇଁ ଅନୁମତି ନାହିଁ |
| 10:28 | ଗୋଟିଏ functionରେ ଏକରୁ ଅଧିକ algorithm ବିଭାଗ ନଥାଇପାରେ ଏବଂ Modelଗୁଡିକ arguments ଭାବେ ପାସ୍ ହୋଇପାରିବେ ନାହିଁ |
| 10:36 | Modelicaରେ କଷ୍ଟମ୍ data-typesକୁ ପରିଭାଷିତ କରିବା ପାଇଁ type ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର କ୍ଲାସ୍ ଅଟେ |
| 10:42 | ଉଦାହରଣସ୍ଵରୂପ ଫୀଜିକାଲ୍ ପରିମାଣଗୁଡିକ ଯେପରି velocity ଓ currentକୁ data-types ଭାବେ ପରିଭାଷିତ କରାଯାଇପାରିବ |
| 10:50 | ପରବର୍ତ୍ତୀ ସମୟରେ ଅନ୍ୟ ଭେରିଏବଲଗୁଡିକୁ ଘୋଷଣା କରିବା ପାଇଁ ସେଗୁଡିକୁ ବ୍ୟବହାର କରାଯାଇପାରିବ |
| 10:54 | Modelica ଡେଟା ଟାଇପର Attributeଗୁଡିକ ଯେପରି unit ଓ startକୁ ଏହି ଅନୁସାରେ ପରିବର୍ତ୍ତନ କରାଯାଇପାରିବ |
| 11:01 | ଉଦାହରଣସ୍ଵରୂପ ଉପରୋକ୍ତ କେସରେ velocityକୁ real data type ଭଳି ସମାନ ଭାବେ ପରିଭାଷିତ କରାଯାଇଛି |
| 11:08 | କିନ୍ତୁ ଏହାର ଏକକକୁ m/sରେ ରୂପାନ୍ତରୀତ କରାଯାଇଛି |
| 11:12 | ଟାଇପର ପରିଭାଷାଗୁଡିକୁ ସିମୁଲେଟ୍ କରିବା ପାଇଁ ମୁଁ bouncingBallWithUserTypes ନାମକ ଗୋଟିଏ modelକୁ ସୃଷ୍ଟି କରିସାରିଛି |
| 11:19 | OMEditକୁ ଫେରିଯିବା ସହିତ ଏହି modelକୁ ପ୍ରଦର୍ଶନ କରନ୍ତୁ |
| 11:24 | bouncingBallWithUserTypes ଟାବ୍ ଉପରେ କ୍ଲିକ୍ କରନ୍ତୁ |
| 11:28 | ଏହି model, bouncingBall ମୋଡେଲ୍ ଭଳି ସମାନ ଅଟେ ଯାହା ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଆଲୋଚନା କରାଯାଇଛି |
| 11:35 | ଦୟାକରି bouncingBall ମୋଡେଲକୁ ବୁଝିବା ପାଇଁ ପ୍ରାକ୍-ଆବଶ୍ୟକତା ଥିବା ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ |
| 11:41 | Lengthକୁ Real ଡେଟା ଟାଇପ୍ ଭାବେ ପରିଭାଷିତ କରାଯାଇଛି. ଏହାର ଏକକକୁ mରେ ରୂପାନ୍ତର କରାଯାଇଛି |
| 11:47 | ସେହିପରି Velocityର ରୂପାନ୍ତରୀତ ଏକକ m/s ସହିତ Real ଭାବେ ପରିଭାଷିତ ହୋଇଛି |
| 11:54 | h, ଭୂମିଠାରୁ ବଲର ଉଚ୍ଚତାକୁ ଉପସ୍ଥାପିତ କରୁଛି |
| 11:58 | ଏହା length datatype ଭାବେ ପରିଭାଷିତ ହୋଇଛି |
| 12:02 | ସେହିପରି v, ବଲର ଭେଲୋସିଟୀକୁ ଉପସ୍ଥାପିତ କରୁଛି |
| 12:05 | ଏହାକୁ velocity datatype ଭାବେ ଘୋଷଣା କରାଯାଇଛି |
| 12:09 | ଏହି modelରେ ବାକିଥିବା declarations ଓ equationଗୁଡିକ bouncingBall ମୋଡେଲ୍ ଭଳି ସମାନ ଅଟେ |
| 12:18 | ବର୍ତ୍ତମାନ ଏହାକୁ simulate କରିବା ସହିତ ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ |
| 12:24 | Variables Browserରେ ଲକ୍ଷ୍ୟ କରନ୍ତୁ ଯେ କ୍ରମାନୁସାରେ h ଓ v, ସେମାନଙ୍କର ଡେଟା-ଟାଇପ୍ ସହିତ ସମ୍ପର୍କ ଥିବା ଏକକଗୁଡିକୁ ପ୍ରାପ୍ତ କରିଛନ୍ତି |
| 12:34 | variables browserରେ hକୁ ଚୟନ କରନ୍ତୁ |
| 12:38 | h versus timeର ପ୍ଲଟ୍ bouncingBall ମୋଡେଲ୍ ଭଳି ସମାନ ଅଟେ |
| 12:43 | hକୁ ଡିସିଲେକ୍ଟ କରନ୍ତୁ |
| 12:46 | ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ |
| 12:49 | ଗୋଟିଏ ଆସାଇନମେଣ୍ଟ ଭାବେ ଫଙ୍କଶନଗୁଡିକ ଉପରେ ଥିବା କଟକଣାଗୁଡିକୁ ବାହାର କରିଦିଅନ୍ତୁ ଏବଂ ସୃଷ୍ଟି ହେଉଥିବା ତୃଟିଗୁଡିକୁ ଲକ୍ଷ୍ୟ କରନ୍ତୁ |
| 12:56 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 12:59 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 13:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଇଥାଉ. ଦୟାକରି ଆମକୁ ସମ୍ପର୍କ କରନ୍ତୁ |
| 13:10 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର ଯଦି କିଛି ପ୍ରଶ୍ନ ଥାଏ ତେବେ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ |
| 13:15 | ଆମେ ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡଗୁଡିକ ମଧ୍ୟରେ ସମନ୍ଵୟ ରଖିଥାଉ. ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ |
| 13:23 | ଆମେ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହଯ୍ୟ କରିଥାଉ |
| 13:29 | Spoken Tutorial Project ଭାରତ ସରକାରଙ୍କ MHRDର NMEICT ଦ୍ଵାରା ସମର୍ଥିତ |
| 13:36 | OpenModelicaକୁ ବିକଶିତ କରୁଥିବା ଟିମକୁ ସେମାନଙ୍କର ସହଯୋଗ ପାଇଁ ଆମେ ଧନ୍ୟବାଦ ଦେଉଛୁ. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |