OpenFOAM/C3/Downloading-and-installing-Salome/Oriya

From Script | Spoken-Tutorial
Revision as of 13:06, 4 November 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Downloading and Installing Salome ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ Salomeକୁ କିପରି ଡାଉନଲୋଡ୍ ଓ ଇନଷ୍ଟଲ୍ କରାଯାଏ ଶିଖିବା
00:15 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 12.10, Salome ଭର୍ସନ୍ 6.6.0 ବ୍ୟବହାର କରୁଛି
00:26 Salomeର ପରିଚୟରୁ ଆରମ୍ଭ କରିବା. ଏହା ଗୋଟିଏ ଓପନ୍ ସୋର୍ସ ସଫ୍ଟୱେର୍ ଅଟେ. numerical simulationର Pre ଓ Post-processing ପାଇଁ ଏହାକୁ ବ୍ୟବହାର କରାଯାଇପାରିବ. OpenFOAMରେ blockMesh utility ସୃଷ୍ଟି କରିବା ବ୍ୟତିତ ଜଟିଳ CAD ଜୋମେଟ୍ରୀଗୁଡିକୁ ସୃଷ୍ଟି କରିବା ସହଜସାଧ୍ୟ ହେବ
00:47 Salomeକୁ ଇନଷ୍ଟଲ୍ କରିବା ପାଇଁ Firefox ବ୍ରାଉଜରକୁ ଖୋଲନ୍ତୁ
00:52 ଲିଙ୍କ ବାରରେ ଟାଇପ୍ କରନ୍ତୁ: http://www.salome-platform.org. Enter ଦାବନ୍ତୁ. ବର୍ତ୍ତମାନ ଆପଣ Salomeର ୱେବସାଇଟରେ ଅଛନ୍ତି
01:07 ବାମପଟେ ଆପଣ Navigation ବାରକୁ ଦେଖିବେ
01:12 Navigation ବାରର ନିମ୍ନରେ ବିକଳ୍ପ New userକୁ ଦେଖିବାକୁ ପାଇବେ. ଏହା ଉପରେ କ୍ଲିକ୍ କରନ୍ତୁ
01:22 ଏହା ଆପଣଙ୍କୁ ସିଧାସଳଖ windowକୁ ନେଇଯିବ ଯେଉଁଠି ନିଜର ବ୍ୟକ୍ତିଗତ ବିବରଣୀ ପ୍ରଦାନ କରିବେ
01:32 ବ୍ୟକ୍ତିଗତ ବିବରଣୀ ପ୍ରଦାନ କରିବା ପରେ ନିମ୍ନରେ ଥିବା Register ଟାବରେ କ୍ଲିକ୍ କରନ୍ତୁ
01:40 ଏହା ଆପଣଙ୍କୁ ଗୋଟିଏ ସ୍କ୍ରୀନ୍ ପ୍ରଦର୍ଶନ କରିବ ଯେଉଁଥିରେ you have been registered ବାର୍ତ୍ତା ରହିଥିବ. registration ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆପଣଙ୍କ emailରେ log in କରିବା ପାଇଁ ନିର୍ଦ୍ଦେଶ ମିଳିବ
01:58 ଆପଣଙ୍କ email accountରେ ଥିବା Salomeରୁ ପ୍ରାପ୍ତ ହୋଇଥିବା ମେଲକୁ ଖୋଲନ୍ତୁ
02:06 ଏଥିରେ ପ୍ରଦତ୍ତ ଥିବା linkରେ କ୍ଲିକ୍ କରନ୍ତୁ
02:12 ଲିଙ୍କ ଆପଣଙ୍କୁ ସିଧାସଳଖ windowକୁ ନେଇଯିବ ଯେଉଁଠି ଆପଣ ନିଜର passwordକୁ ସେଟ୍ କରିବେ
02:19 password ପ୍ରଦାନ ସହିତ ଏହାକୁ ସୁନିଶ୍ଚିତ କରିବା ପରେ Set my password ବଟନ୍ ଉପରେ କ୍ଲିକ୍ କରନ୍ତୁ
02:26 ଏହା ଆପଣଙ୍କୁ Your password has been set successfully ବାର୍ତ୍ତା ପ୍ରଦର୍ଶନ କରୁଥିବା windowକୁ ନେଇଯିବ. ଆପଣ ନୂତନ ପାସୱର୍ଡ ସହିତ ଲଗ୍ ଇନ୍ କରିପାରନ୍ତି
02:37 NAVIGATION ବାରର ନିମ୍ନ ଭାଗରେ ଆପଣ ନିଜର Login Name ଓ Password ପ୍ରଦାନ କରି ଲଗ୍ ଇନ୍ କରିପାରିବେ
02:46 ବର୍ତ୍ତମାନ Navigation ବାରରେ ଥିବା Downloads ଉପରେ କ୍ଲିକ୍ କରନ୍ତୁ
02:54 ଆପଣ ଗୋଟିଏ pageକୁ ଯିବେ ଯେଉଁଠି ବିଭିନ୍ନ Linux platforms ପାଇଁ ଡାଉନଲୋଡ୍ ହେବାକୁ ଥିବା ବିଭିନ୍ନ Binariesକୁ ଦେଖିପାରିବେ
03:05 ଯେହେତୁ ମୁଁ 64-bit architecture ବ୍ୟବହାର କରୁଛି ତେଣୁ ମୁଁ Debian 6.0 Squeeze 64 bit binaryକୁ ଡାଉନଲୋଡ୍ କରିବି
03:15 ଏହା ଉପରେ କ୍ଲିକ୍ କରିବା ସହିତ ବିକଳ୍ପ Save Fileରେ କ୍ଲିକ୍ କରନ୍ତୁ. OKରେ କ୍ଲିକ୍ କରନ୍ତୁ. ଡାଉନଲୋଡ୍ ହେବା ପାଇଁ ଏହା କିଛି ସମୟ ନେବ
03:27 ବର୍ତ୍ତମାନ ତଳକୁ ସ୍କ୍ରୋଲ୍ କରନ୍ତୁ. ଆପଣ Universal Binaries for Linuxକୁ ଦେଖିବେ
03:32 ଆପଣଙ୍କୁ ଉପଯୁକ୍ତ ଭର୍ସନ ଡାଉନଲୋଡ୍ କରିବାକୁ ହେବ. ମୁଁ 64 bit Linux ଭର୍ସନକୁ ଡାଉନଲୋଡ୍ କରିବି
03:40 ପୁନର୍ବାର Save file ଉପରେ କ୍ଲିକ୍ କରିବା ସହିତ Okରେ କ୍ଲିକ୍ କରନ୍ତୁ. ଏହା କିଛି ସମୟ ନେବ. ମୁଁ ଫାଇଲଗୁଡିକୁ ଡାଉନଲୋଡ୍ କରିସାରିଛି
03:51 ବର୍ତ୍ତମାନ ଫୋଲ୍ଡର୍ Homeକୁ ଖୋଲନ୍ତୁ. ବାମପଟେ ଥିବା ବିକଳ୍ପଗୁଡିକ ମଧ୍ୟରୁ Downloadsକୁ ଯା’ନ୍ତୁ
03:57 ଡାଉନଲୋଡ୍ ହୋଇଥିବା ଫାଇଲଗୁଡିକ ଏଠାରେ ପ୍ରାପ୍ତ ହେବ. ଗୋଟିଏ tar ଫାଇଲ୍ ଓ ଅନ୍ୟଟି self-extracting ଫାଇଲ୍ ଅଟେ
04:05 ଏହି ଫାଇଲଗୁଡିକୁ Copy କରନ୍ତୁ
04:09 Home ଫୋଲ୍ଡରକୁ ଫେରିଆସିବା ସହିତ ଏହି ଦୁଇଟି ଫାଇଲକୁ ଏଠାରେ paste କରନ୍ତୁ
04:14 install Wizzard ଟାର୍ ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
04:20 ନୂତନ window ଖୋଲିବ. ଉପରିଭାଗରେ ଥିବା Extract ମେନୁ ଉପରେ କ୍ଲିକ୍ କରନ୍ତୁ
04:25 ବର୍ତ୍ତମାନ Extract ଟାବ୍ ଉପରେ କ୍ଲିକ୍ କରନ୍ତୁ. ଏକ୍ସଟ୍ରାକ୍ସନ୍ ସମ୍ପୂର୍ଣ୍ଣ ହେଲାପରେ Quit ଉପରେ କ୍ଲିକ୍ କରନ୍ତୁ
04:34 Intall Wizzard, Home ଫୋଲ୍ଡର୍ ମଧ୍ୟରେ ଏକ୍ସଟ୍ରାକ୍ଟ ହୋଇସାରିଛି
04:38 ବର୍ତ୍ତମାନ Home ଫୋଲ୍ଡରକୁ ମିନିମାଇଜ୍ କରନ୍ତୁ
04:41 command terminalକୁ ଖୋଲନ୍ତୁ
04:44 ls ଟାଇପ୍ କରିବା ସହିତ Enter ଦାବନ୍ତୁ. ଆମେ Home ଫୋଲ୍ଡର୍ ମଧ୍ୟରେ ଅଛେ
04:51 Install Wizardରେ cd (ସ୍ପେସ୍) (କ୍ୟାପିଟାଲ୍)I ଟାଇପ୍ କରିବା ସହିତ ସମ୍ପୂର୍ଣ୍ଣ ଫାଇଲର ନାମ ଅଟୋମାଟିକାଲୀ ପ୍ରାପ୍ତ କରିବା ସକାଷେ Tab କୀକୁ ଦାବନ୍ତୁ. Enter ଦାବନ୍ତୁ
05:05 ls ଟାଇପ୍ କରିବା ସହିତ Enter ଦାବନ୍ତୁ
05:08 ଇନଷ୍ଟଲେଶନ୍ ଆରମ୍ଭ କରିବା ପାଇଁ ଟାଇପ୍ କରନ୍ତୁ: . (ଡଟ୍) / (ସ୍ଲାଶ୍) runInstall (ସ୍ପେସ୍) - (ହାଇଫେନ୍) b ଏବଂ Enter ଦାବନ୍ତୁ
05:24 ଡେବିଆନକୁ ଇନଷ୍ଟଲ୍ କରିବା ପାଇଁ 1 (one) ଟାଇପ୍ କରନ୍ତୁ. ଇନଷ୍ଟଲ୍ ପ୍ରକ୍ରିୟା ଆରମ୍ଭ ହେବ
05:31 ଏହା ଇନଷ୍ଟଲ୍ ହୋଇସାରିଲା ପରେ ଟର୍ମିନଲକୁ ବନ୍ଦ କରନ୍ତୁ ଏବଂ ଗୋଟିଏ ନୂତନ terminalକୁ ଖୋଲନ୍ତୁ
05:38 ବର୍ତ୍ତମାନ, Universal binariesକୁ ଇନଷ୍ଟଲ୍ କରନ୍ତୁ. ଆମେ Home ଫୋଲ୍ଡର୍ ମଧ୍ୟରେ ଅଛେ
05:44 ବର୍ତ୍ତମାନ ଟାଇପ୍ କରନ୍ତୁ: . (ଡଟ୍) / (ସ୍ଲାଶ୍) (କ୍ୟାପିଟାଲ୍) S ଏବଂ ସମ୍ପୂର୍ଣ୍ଣ ଫାଇଲର ନାମ ଅଟୋମାଟିକାଲୀ ପ୍ରାପ୍ତ କରିବା ସକାଷେ Tab କୀକୁ ଦାବିବା ସହିତ Enter ଦାବନ୍ତୁ
05:55 ପୁନର୍ବାର Enter ଦାବନ୍ତୁ
05:58 ଏହା କହିବ ଯେ ଆମେ Salomeକୁ Frenchରେ ଡାଉନଲୋଡ୍ କରିବାକୁ ଇଚ୍ଛୁକ କି. ଯଦି ନା ତେବେ N ଟାଇପ୍ କରିବା ସହିତ Enter ଦାବନ୍ତୁ
06:06 ଇନଷ୍ଟଲେଶନ ପ୍ରକ୍ରିୟା ଆରମ୍ଭ ହେବ. ଏହା କିଛି ସମୟ ନେଇପାରେ
06:12 ଏହା ଇନଷ୍ଟଲ୍ ହୋଇସାରିଲା ପରେ, ଟର୍ମିନଲକୁ ବନ୍ଦ କରନ୍ତୁ
06:16 ଡେସ୍କଟପ୍ ଉପରେ ଆପଣ Salome ଆଇକନକୁ ଦେଖିପାରିବେ. Salome ସଫ୍ଟୱେରକୁ ଖୋଲିବା ପାଇଁ ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
06:25 Salome ସଫ୍ଟୱେର୍ ଇନଷ୍ଟଲ୍ ହୋଇସାରିଛି ଏବଂ ବ୍ୟବହାର ପାଇଁ ପ୍ରସ୍ତୁତ. ଆପଣ ସଫ୍ଟୱେରକୁ ଆବିଷ୍କାର କରିପାରିବେ
06:33 ସଫ୍ଟୱେରକୁ ବନ୍ଦ କରନ୍ତୁ
06:36 ଏହି ଟ୍ୟୁଟୋରିଆଲରେ ଆମେ Salomeକୁ କିପରି ଡାଉନଲୋଡ୍ ଓ ଇନଷ୍ଟଲ୍ କରାଯାଏ ଶିଖିଲେ
06:40 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial

ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ

06:49 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ

07:02 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ
07:18 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep