OpenFOAM/C2/Creating-simple-geometry-in-OpenFOAM/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, creating simple geometry in OpenFOAM ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ମୁଁ ପ୍ରଦର୍ଶନ କରିବି: |
00:08 | କିପରି ସରଳ ଜୋମେଟ୍ରୀ ସୃଷ୍ଟି କରିବା |
00:11 | paraviewରେ କିପରି ଜୋମେଟ୍ରୀକୁ ଦେଖିବା |
00:15 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 10.04, OpenFOAM ଭର୍ସନ୍ 2.1.0, ParaView ଭର୍ସନ୍ 3.12.0 ବ୍ୟବହାର କରୁଛି |
00:27 | CFDରେ ପ୍ରି-ପ୍ରୋସେସିଙ୍ଗ ଭାଗରେ ଜୋମେଟ୍ରୀ ସୃଷ୍ଟି କରିବା ଓ ଏହାକୁ ମେସିଙ୍ଗ କରିବା ପ୍ରକ୍ରିୟା ଅଛି |
00:33 | ପୂର୍ବ ଟ୍ୟୁଟୋରିଆଲରୁ Lid driven cavity କେସକୁ ଗୋଟିଏ ଉଦାହରଣ ଭାବେ ନିଅନ୍ତୁ |
00:38 | ପୂର୍ବ ଟ୍ୟୁଟୋରିଆଲ୍ ପାଇଁ ଥିବା pathକୁ ମନେପକାନ୍ତୁ |
00:40 | ମୁଁ command terminalକୁ ଖୋଲି ସାରିବା ସହିତ lid driven cavity ପାଇଁ ଗୋଟିଏ pathକୁ ପ୍ରବେଶ କରିଛି |
00:48 | ଏଠାରେ 0, constant ଓ system ନାମକ ତିନୋଟି ଫୋଲ୍ଡର୍ ଅଛି. Geometry, constantର polymesh ଫୋଲ୍ଡର୍ ମଧ୍ୟରେ ଅଛି |
00:55 | କମାଣ୍ଡ ଟର୍ମିନଲରେ ଟାଇପ୍ କରନ୍ତୁ: cd ସ୍ପେସ୍ constant ଏବଂ Enter ଦାବନ୍ତୁ |
01:03 | ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ |
01:06 | ଏହା ମଧ୍ୟରେ polyMesh ଭାବେ ଅନ୍ୟ ଏକ ଫୋଲ୍ଡର୍ ଅଛି |
01:10 | ବର୍ତ୍ତମାନ ଟାଇପ୍ କରନ୍ତୁ: cd ସ୍ପେସ୍ polymesh ଏବଂ Enter ଦାବନ୍ତୁ |
01:18 | ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ |
01:22 | ଏହା blockMeshDict ଭାବେ geometry ଫାଇଲକୁ ଧାରଣ କରିଥାଏ |
01:26 | ନିଜ ପସନ୍ଦର ଯେକୌଣସି editorରେ blockMeshDict ଫାଇଲକୁ ଖୋଲନ୍ତୁ |
01:30 | ଟର୍ମିନଲରେ ଟାଇପ୍ କରନ୍ତୁ: gedit ସ୍ପେସ୍ blockMeshDict(ଧ୍ୟାନଦିଅନ୍ତୁ ଯେ M ଓ D କ୍ୟାପିଟାଲରେ ରହିବେ) ଏବଂ Enter ଦାବନ୍ତୁ |
01:45 | ଏହାକୁ କ୍ୟାପଚର୍ ଏରିଆ ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ |
01:49 | ବର୍ତ୍ତମାନ ଏହାକୁ ମିନିମାଇଜ୍ କରନ୍ତୁ |
01:53 | slideକୁ ଫେରିଆସନ୍ତୁ |
01:55 | openfoamରେ ସମଗ୍ର geometry ଭାଙ୍ଗି blocksରେ ପରିଣତ ହେବ |
01:59 | ଫିଗରରେ ପ୍ରଦର୍ଶିତ ହେବା ଭଳି ବ୍ଲକଗୁଡିକ 0 (zero)ରୁ ଆରମ୍ଭ ହୋଇ ନମ୍ବର୍ ହୋଇଛନ୍ତି |
02:08 | ଧ୍ୟାନଦିଅନ୍ତୁ ଯେ OpenFOAMରେ, ଗୋଟିଏ 2D ଜୋମେଟ୍ରୀ ସୃଷ୍ଟି କରିବା ପାଇଁ ଆପଣଙ୍କୁ z-axisରେ ଗୋଟିଏ ସେଲର ମୋଟେଇକୁ ଦେବା ଆବଶ୍ୟକ ଅଟେ |
02:19 | lid driven cavityର ଲମ୍ବ 1 ଓ ଉଚ୍ଚତା 1 ଅଟେ. ସ୍ଲାଇଡକୁ ମିନିମାଇଜ୍ କରନ୍ତୁ |
02:29 | ଡେସ୍କଟପ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ > create document > Empty fileରେ କ୍ଲିକ୍ କରି ଗୋଟିଏ ଶୁନ୍ୟ ଫାଇଲ୍ ସୃଷ୍ଟି କରନ୍ତୁ. ଏହାକୁ blockMeshDict ଭାବେ ନାମିତ କରନ୍ତୁ(ଧ୍ୟାନଦିଅନ୍ତୁ ଯେ M ଓ D କ୍ୟାପିଟାଲରେ ରହିବେ) |
02:48 | ଏହାକୁ ଖୋଲନ୍ତୁ. ବର୍ତ୍ତମାନ, ଅସଲ lid driven cavity, blockMeshDict ଫାଇଲରୁ ନୂତନ ଫାଇଲ୍ blockMeshDict ଫାଇଲର ଲାଇନ୍ 0ରୁ ଡେଟାକୁ କପୀ କରନ୍ତୁ |
02:59 | ଉପରକୁ ଲାଇନ୍ 0ରୁ convertTometers ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ. ଏହାକୁ କପୀ କରିବା ସହିତ ଏଠାରେ paste କରନ୍ତୁ |
03:15 | ତଳକୁ ସ୍କ୍ରୋଲ୍ କରନ୍ତୁ. ବର୍ତ୍ତମାନ converttometers ପରେ କିଛି ସ୍ଥାନ ଛାଡିଦିଅନ୍ତୁ |
03:21 | 1 ପ୍ରବେଶ କରନ୍ତୁ ଯାହା ଜୋମେଟ୍ରୀରେ ମିଟରରେ ଅଛି. ଗୋଟିଏ ସେମିକୋଲନକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ |
03:30 | ପୁନର୍ବାର Enter ଦାବନ୍ତୁ. ଫାଇଲରେ ଟାଇପ୍ କରନ୍ତୁ vertices ଏବଂ Enter ଦାବନ୍ତୁ |
03:39 | ଓପନ୍ ବ୍ରାକେଟକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ |
03:43 | tab କୀକୁ ଦାବନ୍ତୁ. ପଏଣ୍ଟ 0ରୁ ଆରମ୍ଭ କରନ୍ତୁ, ଓପନ୍ କ୍ଲୋଜ୍ ବ୍ରାକେଟକୁ ଇନସର୍ଟ କରନ୍ତୁ, Enter ଦାବନ୍ତୁ |
03:52 | 0 ସ୍ପେସ୍ 0 ସ୍ପେସ୍ 0 ଏବଂ Enter ଦାବନ୍ତୁ. ପୁନର୍ବାର tab କୀକୁ ଦାବିବା ସହିତ, ଓପନ୍ କ୍ଲୋଜ୍ ବ୍ରାକେଟ୍ |
04:02 | x-axisର ପଜିଟିଭ୍ ଦିଗରେ ପଏଣ୍ଟ 1 ପର୍ଯ୍ୟନ୍ତ ଗତି କରିବା ସହିତ 1 ସ୍ପେସ୍ 0 ସ୍ପେସ୍ 0 ପ୍ରବେଶ କରନ୍ତୁ ଏବଂ Enter ଦାବନ୍ତୁ |
04:12 | ପୁନର୍ବାର ଟାବ୍ କୀକୁ ଦାବନ୍ତୁ, ଓପନ୍ କ୍ଲୋଜ୍ ବ୍ରାକେଟ୍. x-y planeର ପଜି ଟିଭ୍ ଦିଗରେ ପଏଣ୍ଟ 2 ପର୍ଯ୍ୟନ୍ତ ଗତି କରିବା ସହ 1 ସ୍ପେସ୍ 1 ସ୍ପେସ୍ 0 ପ୍ରବେଶ କରନ୍ତୁ ଏବଂ Enter ଦାବନ୍ତୁ |
04:26 | ପୁନର୍ବାର ଟାବ୍ କୀକୁ ଦାବନ୍ତୁ, ଓପନ୍ କ୍ଲୋଜ୍ ବ୍ରାକେଟ୍. y-axisର ପଜିଟିଭ୍ ଦିଗରେ ତୃତୀୟ ପଏଣ୍ଟ 0 ସ୍ପେସ୍ 1 ସ୍ପେସ୍ 0କୁ ପ୍ରବେଶ କରିବା ସହ Enter ଦାବନ୍ତୁ |
04:39 | ପୁନର୍ବାର tab କୀକୁ ଦାବନ୍ତୁ. ସମ୍ମୁଖରେ ଚତୁଃର୍ଥ ପଏଣ୍ଟକୁ ପ୍ରବେଶ କରନ୍ତୁ, ଓପନ୍ କ୍ଲୋଜ୍ ବ୍ରାକେଟ୍, 0 ସ୍ପେସ୍ 0 ସ୍ପେସ୍ 0.1 ଏବଂ Enter ଦାବନ୍ତୁ |
04:51 | ସେହିପରି, z- axisର ପଜିଟିଭ୍ ଦିଗରେ ଗୋଟିଏ ୟୁନିଟ୍ ଭେଲ୍ୟୁ ସହିତ ଅନ୍ୟ ପଏଣ୍ଟଗୁଡିକୁ ପ୍ରବେଶ କରନ୍ତୁ |
04:56 | ବ୍ରାକେଟକୁ ବନ୍ଦ କରନ୍ତୁ ଏବଂ ଏହା ପରେ ଗୋଟିଏ ସେମିକୋଲନକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ ଏବଂ ପୁନର୍ବାର Enter ଦାବନ୍ତୁ |
05:03 | ଭର୍ଟାଇସେସ୍ ତଳେ ବ୍ଲକଗୁଡିକ ଅଛି. ବ୍ଲକଗୁଡିକୁ ଟାଇପ୍ କରିବା ସହିତ Enter ଦାବନ୍ତୁ. ଗୋଟିଏ ଓପନ୍ ବ୍ରାକେଟକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ |
05:16 | ସ୍ଲାଇଡକୁ ଫେରିଆସନ୍ତୁ |
05:19 | ଧ୍ୟାନଦିଅନ୍ତୁ ଯେ Lid driven cavityକୁ ଗୋଟିଏ ସିଙ୍ଗଲ୍ ବ୍ଲକ୍ ଭାବେ ନିଆଯାଇଛି |
05:24 | blockmeshdictକୁ ଫେରିଆସନ୍ତୁ |
05:27 | ବ୍ଲକ୍ ପାଇଁ ପଏଣ୍ଟଗୁଡିକୁ ଘଣ୍ଟା କଣ୍ଟା ଦିଗରେ ପ୍ରବେଶ କରନ୍ତୁ |
05:31 | ଏଠାରେ ଆମେ meshing ପାଇଁ hexa hedral blocksକୁ ବ୍ୟବହାର କରୁଛୁ |
05:34 | ବର୍ତ୍ତମାନ ଟାଇପ୍ କରନ୍ତୁ hex. କିଛି ସ୍ପେସ୍ ଛାଡିଦିଅନ୍ତୁ. ବ୍ରାକେଟଗୁଡିକ ମଧ୍ୟରେ 0 ସ୍ପେସ୍ 1 ସ୍ପେସ୍ 2 ସ୍ପେସ୍ 3 ସ୍ପେସ୍ 4 ସ୍ପେସ୍ 5 ସ୍ପେସ୍ 6 ସ୍ପେସ୍ 7 ପ୍ରବେଶ କରନ୍ତୁ, ପୁନର୍ବାର କିଛି ସ୍ପେସ୍ ଛାଡନ୍ତୁ |
05:53 | ଧ୍ୟାନଦିଅନ୍ତୁ ଯେ ଅନେକ ବ୍ଲକ୍ ପାଇଁ ପଏଣ୍ଟଗୁଡିକ ମଧ୍ୟ ଅନେକ ହେବ |
05:58 | ଏହା ପରେ, x, y ଓ z ଦିଗରେ grid ପଏଣ୍ଟଗୁଡିକୁ ପ୍ରବେଶ କରନ୍ତୁ |
06:02 | ବ୍ରାକେଟ୍ ମଧ୍ୟରେ, ଓପନ୍ କ୍ଲୋଜ୍ ବ୍ରାକେଟ୍, 30 ସ୍ପେସ୍ 30 ସ୍ପେସ୍ 1 ପ୍ରବେଶ କରନ୍ତୁ. କିଛି ସ୍ଥାନ ଛାଡିଦିଅନ୍ତୁ, ଆବଶ୍ୟକତାନୁସାରେ ଆପଣ gridକୁ କେବେ ମଧ୍ୟ ରୂପାନ୍ତର କରିପାରିବେ |
06:16 | z-axisରେ ଥିବା ଗ୍ରିଡ୍ ପଏଣ୍ଟଗୁଡିକୁ ଗୋଟିଏ ଭାବେ ନିଅନ୍ତୁ |
06:22 | ବର୍ତ୍ତମାନ, କିଛି ସ୍ଥାନ ଛାଡିଦିଅନ୍ତୁ ଏବଂ ଟାଇପ୍ କରନ୍ତୁ simple Grading. କିଛି ସ୍ଥାନ ଛାଡିଦିଅନ୍ତୁ, ଓପନ୍ କ୍ଲୋଜ୍ ବ୍ରାକେଟ୍, 1 ସ୍ପେସ୍ 1 ସ୍ପେସ୍ 1 ପ୍ରବେଶ କରନ୍ତୁ |
06:36 | x, y ଓ z ଦିଗରେ ଏହା ଗ୍ରିଡ୍ ସ୍ପେସିଙ୍ଗ ଅଟେ. Enter ଦାବନ୍ତୁ |
06:43 | କ୍ଲୋଜ୍ ବ୍ରକେଟକୁ ଇନସର୍ଟ କରନ୍ତୁ, ଗୋଟିଏ ସେମିକୋଲନ୍ ଇନସର୍ଟ କରିବା ସହିତ Enter ଦାବନ୍ତୁ |
06:48 | ପୁନର୍ବାର Enter ଦାବନ୍ତୁ. ବର୍ତ୍ତମାନ edges ଟାଇପ୍ କରିବା ସହିତ Enter ଦାବନ୍ତୁ |
06:55 | ଯେହେତୁ ଏହା ଗୋଟିଏ ସରଳ ଜୋମେଟ୍ରୀ ଅଟେ ତେଣୁ edgesକୁ ଖାଲି ଛଡାଯାଇପାରିବ |
07:00 | ଓପନ୍ ବ୍ରାକେଟକୁ ଇନସର୍ଟ କରିବା ସହ Enter ଦାବନ୍ତୁ ଏବଂ ବ୍ରାକେଟ୍ ବନ୍ଦ କରନ୍ତୁ. ଗୋଟିଏ ସେମିକୋଲନକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ |
07:07 | ପୁନର୍ବାର Enter ଦାବନ୍ତୁ. edgesର ନିମ୍ନରେ boundary conditionଗୁଡିକ ଅଛି |
07:11 | ଏଠାରେ faces ପାଇଁ boundary nameଗୁଡିକୁ ପ୍ରବେଶ କରିବା ଆବଶ୍ୟକ ଅଟେ |
07:15 | boundary ଟାଇପ୍ କରିବା ସହିତ Enter ଦାବନ୍ତୁ |
07:19 | ଗୋଟିଏ ଓପନ୍ ବ୍ରାକେଟକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ |
07:23 | ବର୍ତ୍ତମାନ, ସ୍ଲାଇଡକୁ ଫେରିଆସନ୍ତୁ |
07:26 | ଜୋମେଟ୍ରୀରେ ଉପର କାନ୍ଥଟି ଗତିଶୀଳ ଅଛି ଏବଂ ଅନ୍ୟ ତିନୋଟି କାନ୍ଥ ସ୍ଥିର ଅଛନ୍ତି |
07:31 | ଆଗ ଓ ପଛ ପାର୍ଶ୍ଵଗୁଡିକୁ empty ଭାବେ ନାମିତ କରାଯାଇଛି ଯେହେତୁ ଏହା ଗୋଟିଏ 2D problem ଅଟେ |
07:39 | ପୁନର୍ବାର ନୂତନ blockMeshDict ଫାଇଲକୁ ଖୋଲନ୍ତୁ |
07:42 | boundaryରେ patchକୁ moving wall ଭାବେ ନାମିତ କରନ୍ତୁ. Enter ଦାବନ୍ତୁ |
07:51 | ବର୍ତ୍ତମାନ, ଗୋଟିଏ ଓପନ୍ କର୍ଲୀ ବ୍ରାକେଟକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ |
07:56 | moving wall ପାଇଁ ବର୍ତ୍ତମାନ typeକୁ ପ୍ରବେଶ କରନ୍ତୁ, type ସ୍ପେସ୍ wall ପ୍ରବେଶ କରନ୍ତୁ |
08:06 | ଗୋଟିଏ ସେମିକୋଲନକୁ ପ୍ରବେଶ କରିବା ସହିତ Enter ଦାବନ୍ତୁ |
08:09 | ବର୍ତ୍ତମାନ ଓପନ୍ ବ୍ରାକେଟକୁ ପ୍ରବେଶ କରିବା ସହିତ Enter ଦାବନ୍ତୁ. Tab କୀକୁ ଦାବନ୍ତୁ, ଓପନ୍ କ୍ଲୋଜ୍ ବ୍ରାକେଟ୍ |
08:20 | ଏହି ବ୍ରାକେଟ୍ ମଧ୍ୟରେ ପାର୍ଶ୍ଵଗୁଡିକ ପାଇଁ ପଏଣ୍ଟଗୁଡିକୁ ପ୍ରବେଶ କରନ୍ତୁ |
08:24 | ସ୍ଲାଇଡକୁ ଫେରିଆସନ୍ତୁ |
08:27 | ଧ୍ୟାନଦିଅନ୍ତୁ ଯେ ପଏଣ୍ଟଗୁଡିକୁ ଏପରି କ୍ରମରେ ରଖନ୍ତୁ ଯେପରି ଥମ୍ବ ପାର୍ଶ୍ଵ ପ୍ରତି ନର୍ମାଲ୍ ହେବ |
08:34 | ଏବଂ ଆଙ୍ଗୁଠିଗୁଡିକ ଫିଗରରେ ଦର୍ଶାଯାଇଥିବା ଭଳି ଗୋଟିଏ କର୍ଲ ହେବ |
08:39 | କର୍ଲ କ୍ଲକୱାଇଜ୍ କିମ୍ବା ଆଣ୍ଟି-କ୍ଲକୱାଇଜ୍ ହୋଇପାରେ |
08:43 | ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ ପଏଣ୍ଟଗୁଡିକ, ଭର୍ଟାଇସେସରେ ଇନସର୍ଟ ହୋଇଥିବା ପଏଣ୍ଟଗୁଡିକ ସହିତ ମେଳ ହେଉଥିବ |
08:48 | ବର୍ତ୍ତମାନ, ନୂତନ blockMeshDict ଫାଇଲକୁ ଫେରିଆସନ୍ତୁ |
08:52 | ବର୍ତ୍ତମାନ ପାର୍ଶ୍ଵଗୁଡିକରେ 3 ସ୍ପେସ୍ 7 ସ୍ପେସ୍ 6 ସ୍ପେସ୍ 2 ପ୍ରବେଶ କରନ୍ତୁ |
09:01 | ସ୍ଲାଇଡକୁ ଫେରିଆସନ୍ତୁ. ଏଗୁଡିକ ଗତିଶୀଳ କାନ୍ଥ 3, 7, 6, 2 ପ୍ରତି ପଏଣ୍ଟଗୁଡିକ ଅଟନ୍ତି |
09:09 | ଏହାକୁ ମିନିମାଇଜ୍ କରନ୍ତୁ. ଧ୍ୟାନଦିଅନ୍ତୁ ଯେ ଆପଣ ସେହି ପାର୍ଶ୍ଵର ଯେକୌଣସି ପଏଣ୍ଟରୁ ଆରମ୍ଭ କରିପାରିବେ. ବର୍ତ୍ତମାନ Enter ଦାବନ୍ତୁ |
09:17 | ବ୍ରାକେଟକୁ ବନ୍ଦ କରନ୍ତୁ. ପୁନର୍ବାର Enterକୁ ଦାବିବା ସହିତ କର୍ଲୀ ବ୍ରାକେଟକୁ ବନ୍ଦ କରନ୍ତୁ |
09:22 | ଅନ୍ୟ ଏକ ସୂଚନା: ପାର୍ଶ୍ଵଗୁଡିକ ପାଇଁ ପଏଣ୍ଟଗୁଡିକ ପରେ ଗୋଟିଏ ସେମିକୋଲନ୍ ପ୍ରବେଶ କରିବା ଆବଶ୍ୟକ ଅଟେ. ବର୍ତ୍ତମାନ କର୍ଲୀ ବ୍ରାକେଟଗୁଡିକ ପରେ Enter ଦାବନ୍ତୁ ପୁନର୍ବାର Enter ଦାବନ୍ତୁ |
09:35 | ବର୍ତ୍ତମାନ, ସମାନଭାବେ fixed walls ପାଇଁ boundary condition ଓ facesକୁ ପ୍ରବେଶ କରନ୍ତୁ |
09:40 | ଗୋଟିଏ 2D problem ହୋଇଥିବା ହେତୁ ଅଗ ଓ ପଛ ପାର୍ଶ୍ଵ ପାଇଁ ବାଉଣ୍ଡାରୀର ପ୍ରକାରକୁ ଶୂନ୍ୟ ରଖାଯାଇପାରିବ |
09:46 | ସ୍ଲାଇଡରେ ଥିବା ଫିଗରକୁ ରେଫର୍ କରନ୍ତୁ. ପଏଣ୍ଟଗୁଡିକୁ ପ୍ରବେଶ କରିବା ପାଇଁ ଏହାକୁ ମିନିମାଇଜ୍ କରନ୍ତୁ |
09:52 | କ୍ଲୋଜ୍ ବ୍ରାକେଟଗୁଡିକୁ ଇନସର୍ଟ କରନ୍ତୁ, ଗୋଟିଏ ସେମିକୋଲନ୍ ଦେବା ସହିତ Enter ଦାବନ୍ତୁ, ପୁନର୍ବାର Enter ଦାବନ୍ତୁ |
09:59 | ବର୍ତ୍ତମାନ mergePatchPairs ଟାଇପ୍ କରିବା ସହିତ Enter ଦାବନ୍ତୁ |
10:04 | ଯେହେତୁ ମର୍ଜ ହେବା ପାଇଁ କିଛି ପ୍ୟାଚ୍ ନାହିଁ ତେଣୁ ଏହାକୁ ଶୁନ୍ୟ ରଖିପାରିବେ |
10:08 | ଓପନ୍ କ୍ଲୋଜ୍ ବ୍ରାକେଟକୁ ଇନସର୍ଟ କରନ୍ତୁ. ଗୋଟିଏ ସେମିକୋଲନକୁ ଇନସର୍ଟ କରିବା ସହିତ Enter ଦାବନ୍ତୁ |
10:14 | blockMeshDict ଫାଇଲ୍ ସୃଷ୍ଟି କରିବା ସମ୍ପୂର୍ଣ୍ଣ ହେଲା. ଏହାକୁ Save କରନ୍ତୁ |
10:18 | ସମ୍ପୁର୍ଣ୍ଣ ହୋଇଥିବା blockMeshDict ଫାଇଲ୍ ଏଠାରେ ପ୍ରଦର୍ଶିତ ହୋଇଛି |
10:26 | ଉଭୟ blockMeshDict ଫାଇଲକୁ ବନ୍ଦ କରନ୍ତୁ |
10:29 | ଧ୍ୟାନଦିଅନ୍ତୁ ଯେ blockMeshDict ଫାଇଲ୍ ବନ୍ଦ ନହେବା ପର୍ଯ୍ୟନ୍ତ command terminal କାର୍ଯ୍ୟ କରିବ ନାହିଁ |
10:35 | ଟର୍ମିନଲକୁ ଫେରିଆସନ୍ତୁ. ବର୍ତ୍ତମାନ cavity ଫୋଲ୍ଡରକୁ ଫେରିବା ପାଇଁ cd ସ୍ପେସ୍ (ଡଟ୍) (ଡଟ୍)କୁ ଦୁଇ ଥର ଟାଇପ୍ କରନ୍ତୁ. ବର୍ତ୍ତମାନ Mesh the geometry |
10:45 | ଏହା କରିବା ପାଇଁ ଟର୍ମିନଲ୍ ଉପରେ ଟାଇପ୍ କରନ୍ତୁ: blockMesh ଓ Enter ଦାବନ୍ତୁ |
10:53 | ବର୍ତ୍ତମାନ, କମାଣ୍ଡ ଟର୍ମିନଲ୍ Parafoam ଉପରେ ଟାଇପ୍ କରି Geometryକୁ ଦେଖନ୍ତୁ ଏବଂ ଏଣ୍ଟର୍ ଦାବନ୍ତୁ |
10:59 | ଏହା ParaView ୱିଣ୍ଡୋକୁ ଖୋଲିବ |
11:03 | ବର୍ତ୍ତମାନ, object inspector ମେନୁର ବାମପଟେ ଥିବା Apply ଉପରେ କ୍ଲିକ୍ କରନ୍ତୁ. ଯାହାଦ୍ଵାରା ଆପଣ ଜେମୋଟ୍ରୀକୁ ଦେଖିପାରିବେ |
11:13 | ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ |
11:16 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
11:18 | OpenFOAMରେ ଗୋଟିଏ ସରଳ ଜେମୋଟ୍ରୀ ସୃଷ୍ଟି କରିବା |
11:22 | Paraviewରେ ଜେମୋଟ୍ରୀକୁ ଦେଖିବା |
11:25 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
11:29 | ଗୋଟିଏ ଆସାଇନମେଣ୍ଟ ଭାବେ- |
11:31 | lid driven cavityର ଡାଇମେନଶନଗୁଡିକ ସହିତ ଗ୍ରିଡର ଆକାରକୁ 50 50 1ରେ ପରିବର୍ତ୍ତନ କରନ୍ତୁ ଏବଂ paraViewରେ ଜେମୋଟ୍ରୀକୁ ଦେଖନ୍ତୁ |
11:41 | ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial |
11:44 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
11:46 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
11:51 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
11:53 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
11:55 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
11:59 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
12:05 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
12:09 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
12:15 | ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ |
12:19 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |