LibreOffice-Suite-Draw/C3/Flow-Charts-Connectors-Glue-Points/Oriya

From Script | Spoken-Tutorial
Revision as of 13:52, 17 October 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, LibreOffice Drawରେ ଥିବା Flowcharts, Glue Points ଓ Beizer curves ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ Beizer curves ଓ Flowchartଗୁଡିକୁ ଅଂକନ କରି ଶିଖିବା
00:14 Connectors ଓ Glue pointଗୁଡିକୁ ବ୍ୟବହାର କରି Flowchartଗୁଡିକୁ କିପରି ସଂଯୁକ୍ତ କରାଯାଏ ତାହା ମଧ୍ୟ ଶିଖିବା
00:20 ଏଠାରେ ମୁଁ Ubuntu Linux ଭର୍ସନ୍ 10.04 ଏବଂ LibreOffice Suite ଭର୍ସନ୍ 3.3.4 ବ୍ୟବହାର କରୁଛି
00:29 ଚାଲନ୍ତୁ Bezier Curves ବିଷୟରେ ଶିଖିବା
00:33 ମୁଖ୍ୟତଃ କମ୍ପ୍ୟୁଟର୍ ଗ୍ରାଫିକ୍ସରେ କର୍ଭଗୁଡିକୁ ମସୃଣ କରିବା ପାଇଁ Bezier Curves ବ୍ୟବହୃତ ହୋଇଥାଏ
00:40 କର୍ଭଗୁଡିକର ଆକାର ଓ ପ୍ରକାର ଉପରେ ପ୍ରୟୋଗ କରିବା ପାଇଁ ଏହି କର୍ଭଗୁଡିକୁ ଆପଣ ବ୍ୟବହାର କରିପାରିବେ
00:45 ସମସ୍ତ କର୍ଭର ଗୋଟିଏ ଆରମ୍ଭ ଓ ଶେଷ ବିନ୍ଦୁ ଅଛି
00:50 କର୍ଭ ଉପରେ ଥିବା ପଏଣ୍ଟଗୁଡିକୁ Node କୁହାଯାଏ
00:54 Routemap ଫାଇଲକୁ ଫେରିଆସନ୍ତୁ
00:58 Homeରୁ Commercial Complexକୁ ଫେରିଆସନ୍ତୁ
01:03 ଏହା କରିବା ପାଇଁ, ଆମକୁ Parking Lotରୁ ଡାହାଣ ପଟକୁ ଯିବାକୁ ହେବ
01:08 ମନେରଖନ୍ତୁ ପୂର୍ବେ ଚିତ୍ରକୁ ଆମେ ଗ୍ରୁପ୍ କରିଥିଲେ. ତେଣୁ ଏହାକୁ ungroup କରନ୍ତୁ
01:14 ବର୍ତ୍ତମାନ, Drawing ଟୁଲ୍ ବାରରେ Curve ଉପରେ କ୍ଲିକ୍ କରିବା ସହ Curve ଚୟନ କରନ୍ତୁ
01:20 Draw ପେଜରେ ରୁଟର ଆରମ୍ଭ ବିନ୍ଦୁରେ କ୍ଲିକ୍ କରନ୍ତୁ ଯାହା Home ଅଟେ
01:27 ବାମ ପଟ mouse-buttonକୁ ଦାବି ଧରନ୍ତୁ ଏବଂ Play Ground ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ
01:32 ଆପଣ ଗୋଟିଏ ସରଳରେଖା ଦେଖିବାକୁ ପାଇବେ
01:36 mouse buttonକୁ ଛାଡିଦିଅନ୍ତୁ
01:39 ବର୍ତ୍ତମାନ, ପଏଣ୍ଟରକୁ Commercial Complex ଆଡକୁ ଚାଳନା କରନ୍ତୁ
01:43 mouse ଗତିଶୀଳ ହେବା ସହିତ ଲାଇନ୍ କର୍ଭ ହେବ
01:47 ଶେଷ ବିନ୍ଦୁରେ ଡବଲ୍ କ୍ଲିକ୍ କରନ୍ତୁ ଯାହା Commercial Complex ଅଟେ
01:52 ଆମେ ଗୋଟିଏ କର୍ଭ ଅଂକନ କରିସାରିଛେ!
01:55 ଧ୍ୟାନଦିଅନ୍ତୁ ଯେ କର୍ଭର ଟ୍ରାଞ୍ଜିଶନ୍ ମସୃଣ ଅଟେ
01:59 ବର୍ତ୍ତମାନ, Edit Points ଟୂଲ୍ ବାରକୁ ବ୍ୟବହାର କରି କର୍ଭ ଉପରେ ଥିବା ପଏଣ୍ଟଗୁଡିକୁ ଏଡିଟ୍ କରନ୍ତୁ
02:05 କର୍ଭ ଉପରେ କ୍ଲିକ୍ କରନ୍ତୁ
02:07 Edit Points ଟୂଲ୍ ବାରକୁ ସକ୍ରିୟ କରିବା ପାଇଁ କର୍ଭ ଉପରେ ରାଇଟ୍ କ୍ଲିକ୍ କରିବା ସହିତ Edit Points ଚୟନ କରନ୍ତୁ
02:14 ଯେତେବେଳେ କର୍ଭର ଶେଷ ବିନ୍ଦୁଗୁଡିକରେ ବ୍ଲୁ ବକ୍ସଗୁଡିକ ଦୃଶ୍ୟମାନ ହେବ, ଆପଣ କର୍ଭକୁ edit କରିପାରିବେ
02:21 କର୍ଭର ଆରମ୍ଭ ବିନ୍ଦୁରେ କ୍ଲିକ୍ କରନ୍ତୁ
02:24 ଆପଣ ଗୋଟିଏ କଣ୍ଟ୍ରୋଲ୍ ପଏଣ୍ଟ ସହିତ ଏକ ଡଟେଡ୍ ଲାଇନକୁ ଦେଖିବାକୁ ପାଇବେ
02:29 ଆବଶ୍ୟକତାନୁସାରେ କର୍ଭକୁ ସଙ୍କୁଚିତ କିମ୍ବା ପ୍ରସାରିତ କରିବା ପାଇଁ ଆପଣ ଡଟେଡ୍ ଲାଇନକୁ ଡ୍ରାଗ୍ କରିପାରିବେ
02:35 ଥରେ ପରିବର୍ତ୍ତନ କରି ସରିବା ପରେ Draw ପେଜର ଯେକୌଣସି ସ୍ଥାନରେ ଆପଣ ଡବଲ୍ କ୍ଲିକ୍ କରିପାରିବେ
02:41 କର୍ଭକୁ ମସୃଣ କରିବା ପାଇଁ ଆପଣ Edit Points ଟୂଲ୍ ବାର୍ ସାହାଯ୍ୟରେ କର୍ଭ ଉପରେ ପଏଣ୍ଟଗୁଡିକୁ ଇନସର୍ଟ, ମୁଭ୍ କିମ୍ବା ଡିଲିଟ୍ କରିପାରିବେ
02:50 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଛୋଟ ଆସାଇନମେଣ୍ଟ ଅଛି
02:54 ଗୋଟିଏ Bezier କର୍ଭ ଅଂକନ କରିବା ସହିତ Edit Points ଟୂଲ୍ ବାରକୁ ବ୍ୟବହାର କରି
02:59 ସମସ୍ତ ବିକଳ୍ପଗୁଡିକ ସହିତ କାର୍ଯ୍ୟ କରନ୍ତୁ
03:02 ବର୍ତ୍ତମାନ Flowchartଗୁଡିକୁ ସୃଷ୍ଟି କରି ଶିଖିବା
03:05 RouteMap ଫାଇଲରେ ଦୁଇଟି ନୁତନ pageକୁ ସଂଯୁକ୍ତ କରନ୍ତୁ
03:10 Flowchartଗୁଡିକ ପାଇଁ Drawing ଟୂଲ୍ ବାରରେ ଗୋଟିଏ ଅଲଗା ବିକଳ୍ପ ପ୍ରଦାନ କରିଥାଏ
03:17 ଏହି ଫ୍ଲୋଚାର୍ଟ Spoken Tutorialର କାର୍ଯ୍ୟପ୍ରଣାଳିରେ ସମସ୍ତ ସୋପାନଗୁଡିକୁ ପ୍ରଦର୍ଶନ କରିଥାଏ
03:22 ଏହି ଫ୍ଲୋଚାର୍ଟକୁ ସୃଷ୍ଟି କରନ୍ତୁ
03:26 Drawing ଟୂଲ୍ ବାରରେ ଥିବା Flowcharts ଉପରେ କ୍ଲିକ୍ କରନ୍ତୁ
03:30 ଛୋଟ କଳା ତ୍ରିଭୁଜ ଉପରେ କ୍ଲିକ୍ କରିବା ସହ Flowchart: Processକୁ ଚୟନ କରନ୍ତୁ
03:37 Draw ପେଜ୍ ଉପରେ କର୍ସରକୁ ରଖନ୍ତୁ ଏବଂ ବାମ ପଟ mouse-button ଦାବି ଧରି ତଳକୁ ଡ୍ରାଗ୍ କରନ୍ତୁ
03:44 ଆପଣ ଗୋଟିଏ Process ବକ୍ସ ଅଂକନ କରିଛନ୍ତି
03:47 ସମଗ୍ର କାର୍ଯ୍ୟପ୍ରଣାଳିରେ ଗୋଟିଏ Process ବକ୍ସ ଏକ ସୋପାନକୁ କିମ୍ବା ଏକ ଇଭେଣ୍ଟକୁ ଉପସ୍ଥାପିତ କରିଥାଏ
03:54 ଆମେ ଫ୍ଲୋଚାର୍ଟ ଅବଜେକ୍ଟଗୁଡିକରେ ଟେକ୍ସଟ ମଧ୍ୟ ଇନସର୍ଟ କରିପାରିବା
03:59 Process ବକ୍ସ ଉପରେ ଡବଲ୍ କ୍ଲିକ୍ କରିବା ସହିତ ଏହା ମଧ୍ୟରେ ଟେକ୍ସଟ Create the Tutorial Outline to chunk content into 10-minute scripts ଟାଇପ୍ କରନ୍ତୁ
04:13 Flowchartଗୁଡିକ ପାଇଁ ଥିବା ଫର୍ମାଟିଙ୍ଗ ବିକ୍ସଳ୍ପଗୁଡିକ ଅନ୍ୟ ଅବଜେକ୍ଟଗୁଡିକ ଭଳି ସମାନ ଅଟେ
04:20 ବର୍ତ୍ତମାନ, Process ବକ୍ସରେ ଥିବା ଟେକ୍ସଟଗୁଡିକୁ ଏଲାଇନ୍ କରନ୍ତୁ
04:24 ଟେକ୍ସଟକୁ ଚୟନ କରନ୍ତୁ
04:27 Context menuକୁ ଦେଖିବା ପାଇଁ ରାଇଟ୍ କ୍ଲିକ୍ କରିବା ସହିତ Textରେ କ୍ଲିକ୍ କରନ୍ତୁ
04:32 Text ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
04:35 Text ଡାଇଲଗ୍ ବକ୍ସରେ Resize shape to fit text width ବକ୍ସକୁ ଚେକ୍ କରିବା ସହିତ OKରେ କ୍ଲିକ୍ କରନ୍ତୁ
04:43 ଆପଣ ଦେଖିପାରିବେ ଯେ ଟେକ୍ସଟ ସହିତ ଫିଟ୍ ହେବା ପାଇଁ Process ବକ୍ସର ଆକାର ପରିବର୍ତ୍ତନ ହୋଇଯାଇଛି
04:49 ବର୍ତ୍ତମାନ, Ctrl+Z କୀକୁ ଏକ ସଙ୍ଗେ ଦାବି ଏହି କାର୍ଯ୍ୟକୁ undo କରନ୍ତୁ
04:55 ପୁନର୍ବାର, ଟେକ୍ସଟକୁ ଚୟନ କରନ୍ତୁ
04:59 Main ମେନୁକୁ ଯିବା ସହିତ Formatକୁ ଚୟନ କରନ୍ତୁ ଏବଂ Textରେ କ୍ଲିକ୍ କରନ୍ତୁ
05:05 Text ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
05:08 ବିକଳ୍ପ Word wrap text in shapeକୁ ଚୟନ କରିବା ସହିତ OKରେ କ୍ଲିକ୍ କରନ୍ତୁ
05:15 Process ବକ୍ସ ଆକାରରେ ଫିଟ୍ ହେବା ପାଇଁ ଟେକ୍ସଟ ନିଜକୁ ଆଡଜଷ୍ଟ କରିଛି
05:21 ସମାନ ପ୍ରଣାଳିରେ, ବର୍ତ୍ତମାନ ପ୍ରଥମଟିର ତଳେ ଅନ୍ୟ Process ବକ୍ସକୁ ଅଂକନ କରନ୍ତୁ
05:28 ଏହା ମଧ୍ୟରେ ଟେକ୍ସଟ Create Scriptsକୁ ଇନସର୍ଟ କରନ୍ତୁ
05:33 ବର୍ତ୍ତମାନ, ଗୋଟିଏ Decision ବକ୍ସ ଅଂକନ କରିବା ସହିତ ଏହା ମଧ୍ୟରେ ଟେକ୍ସଟ Review Okay?କୁ ଇନସର୍ଟ କରନ୍ତୁ
05:42 ଗୋଟିଏ Decision ବକ୍ସ ଏକ ନେବାକୁ ଥିବା ନିଷ୍ପତ୍ତିକୁ ଉପସ୍ଥାପିତ କରିବ
05:46 ନିଷ୍ପତ୍ତିର ପରିଣାମକୁ ଆଧାର କରି ଏହା ଆମକୁ ପରବର୍ତ୍ତୀ କାର୍ଯ୍ୟ ପ୍ରଣାଳିକୁ ଯିବା ପାଇଁ ନିର୍ଦ୍ଦେଶ ଦେବ
05:52 ବର୍ତ୍ତମାନ Decision ବକ୍ସର ନିମ୍ନରେ ଅନ୍ୟ ଏକ Process ବକ୍ସକୁ ଅଂକନ କରନ୍ତୁ
05:58 ଏହା ମଧ୍ୟରେ ଟେକ୍ସଟ Record Videoକୁ ଇନସର୍ଟ କରନ୍ତୁ
06:04 ତା’ପରେ, ଟେକ୍ସଟ Review Okay? ଥିବା ଅନ୍ୟ ଏକ Decision ବକ୍ସ ଆବଶ୍ୟକ ହେବ
06:12 ପୂର୍ବେ ସୃଷ୍ଟି କରିଥିବା Decision ବକ୍ସକୁ କପୀ କରିବା ସହିତ ତାହାକୁ ଏଠାରେ ରଖନ୍ତୁ
06:18 ତେଣୁ Decision ବକ୍ସକୁ ଚୟନ କରିବା ସହିତ Ctrl+C କୀଗୁଡିକୁ ଏକ ସଙ୍ଗେ ଦାବନ୍ତୁ
06:25 ବର୍ତ୍ତମାନ Ctrl+V କୀଗୁଡିକୁ ଏକ ସଙ୍ଗେ ଦାବନ୍ତୁ
06:29 ଏହି ବକ୍ସକୁ ପୂର୍ବ Process ବକ୍ସର ନିମ୍ନକୁ ଆଣନ୍ତୁ
06:35 ବର୍ତ୍ତମାନ ଏହା ମଧ୍ୟରେ ଟେକ୍ସଟ Review Okayକୁ ପ୍ରବେଶ କରନ୍ତୁ
06:40 ଶେଷରେ ଗୋଟିଏ flowchart-connector ଅଂକନ କରିବା ସହିତ ଏହା ମଧ୍ୟରେ A ଟାଇପ୍ କରନ୍ତୁ
06:48 ଗୋଟିଏ flowchart-connector, ଫ୍ଲୋଚାର୍ଟର ଦୁଇଟି ଅଂଶକୁ ସଂଯୁକ୍ତ କରିଥାଏ
06:53 କହିବାକୁ ଗଲେ ଫ୍ଲୋଚାର୍ଟର ପ୍ରଥମ ଅଂଶ ଗୋଟିଏ ପେଜ୍ ଉପରେ ଅଛି
06:58 ଏବଂ ଦ୍ଵିତୀୟ ଅଂଶଟି ଅନ୍ୟ ପେଜ୍ ଉପରେ ଅଛି
07:02 ଫ୍ଲୋଚାର୍ଟର ପ୍ରଥମ ପେଜର ଶେଷରେ ଗୋଟିଏ flowchart-connector ଅଂକନ କରାଯାଇଛି
07:08 ତା’ପରେ ସମାନ କନେକ୍ଟରକୁ ଦ୍ଵିତୀୟ ପେଜର ଆରମ୍ଭରେ ଅଂକନ କରାଯାଇଛି
07:13 ଅବଜେକ୍ଟଗୁଡିକୁ କନେକ୍ଟ କରିବା ପୂର୍ବରୁ Drawରେ ଥିବା Connector Lines ଓ Glue Points ବିଷୟରେ ଶିଖିବା
07:21 Connectorଗୁଡିକ ଲାଇନ୍ କିମ୍ବା ଆରୋଗୁଡିକ ଅଟନ୍ତି ଯାହାର ପ୍ରାନ୍ତଗୁଡିକ ଗୋଟିଏ ଅବଜେକ୍ଟ ସହିତ ସଂଯୁକ୍ତ ହୋଇଥା’ନ୍ତି
07:28 Glue points- ନାମ ଅନୁସାରେ ଏଗୁଡିକ ବିନ୍ଦୁ ଅଟନ୍ତି ଯାହା ଅବଜେକ୍ଟଗୁଡିକୁ କନେକ୍ଟରଗୁଡିକ ସହିତ ଯୋଡି ଦିଅନ୍ତି
07:35 ସମସ୍ତ ଅବଜେକ୍ଟଗୁଡିକର ଗ୍ଲୁ ପଏଣ୍ଟ ଅଛି
07:39 ଏଗୁଡିକ ଅଦୃଶ୍ୟ ଭାବେ ରହିଥା’ନ୍ତି;
07:41 ସେଗୁଡିକ ଦୃଶ୍ୟମାନ ହୁଅନ୍ତି ଯେତେବେଳେ Drawing ଟୂଲ୍ ବାରରୁ ଗୋଟିଏ କନେକ୍ଟର୍ ଚୟନ ହୋଇଥାଏ କିମ୍ବା ଯେତେବେଳେ ଗୋଟିଏ ଅବଜେକ୍ଟ ଉପରେ mouse pointer ଚାଳିତ ହୋଇଥାଏ
07:51 Glue points, handleଗୁଡିକ ଭଳି ସମାନ ନୁହଁନ୍ତି
07:54 ଅବଜେକ୍ଟକୁ ରିସାଇଜ୍ କରିବା ପାଇଁ ହ୍ୟାଣ୍ଡଲଗୁଡିକ ବ୍ୟବହୃତ ହୋଇଥାଏ
07:58 Glue points, ଅବଜେକ୍ଟକୁ କନେକ୍ଟର୍ ସହିତ ସଂଯୁକ୍ତ କରିବା ପାଇଁ ବ୍ୟବହୃତ ହୋଇଥାଏ
08:02 ବର୍ତ୍ତମାନ, connectorଗୁଡିକୁ ବ୍ୟବହାର କରି ଅବଜେକ୍ଟଗୁଡିକୁ ଫ୍ଲୋଚାର୍ଟରେ ସଂଯୁକ୍ତ କରନ୍ତୁ
08:07 Drawing ଟୂଲ୍ ବାରକୁ ଯିବା ସହିତ Connectorକୁ ଚୟନ କରନ୍ତୁ
08:12 ବିଭିନ୍ନ ପ୍ରକାରର Connectorsକୁ ଦେଖିବା ପାଇଁ ଛୋଟ କଳା ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ
08:18 ବିକଳ୍ପ Straight Connector ends with Arrowକୁ ଚୟନ କରନ୍ତୁ
08:23 ଯେତେବେଳେ Connectorକୁ ଚୟନ କରିବେ, ଆପଣ Draw ପେଜର ସମସ୍ତ ଅବଜେକ୍ଟଗୁଡିକ ଉପରେ କ୍ରସ୍ ଚିହ୍ନଗୁଡିକୁ ଦେଖିବାକୁ ପାଇବେ
08:31 ଏଗୁଡିକ glue points ଅଟନ୍ତି
08:34 ବର୍ତ୍ତମାନ, ପ୍ରଥମ process ବକ୍ସର glue pointରୁ ପରବର୍ତ୍ତୀ process ବକ୍ସର glue point ପର୍ଯ୍ୟନ୍ତ ଗୋଟିଏ ଲାଇନ୍ ଅଂକନ କରନ୍ତୁ
08:44 ଉପରୁ ତଳ ଅନୁସାରେ ସମସ୍ତ ଫ୍ଲୋଚାର୍ଟ ଅବଜେକ୍ଟଗୁଡିକୁ connectorଗୁଡିକ ବ୍ୟବହାର କରି ସଂଯୁକ୍ତ କରିବା
08:52 ଆପଣ ଲକ୍ଷ୍ୟ କରିବେ ଯେ କର୍ସରକୁ ଯେଉଁ ସ୍ଥାନରେ ରଖନ୍ତୁ ନା କାହିଁକି ପ୍ରତ୍ୟେକ ଲାଇନ୍ ନିକଟସ୍ଥ glue point ସହିତ ଅଟୋମାଟିକାଲୀ ସଂଯୁକ୍ତ ହେବ
09:03 ବର୍ତ୍ତମାନ, Process ଓ Decision ବକ୍ସଗୁଡିକୁ ସଂଯୁକ୍ତ କରନ୍ତୁ
09:08 Drawing ଟୂଲ୍ ବାରରେ ବିକଳ୍ପ Connector Ends with Arrowକୁ ଚୟନ କରନ୍ତୁ
09:14 Process ବକ୍ସରୁ Decision ବକ୍ସକୁ ସଂଯୁକ୍ତ କରନ୍ତୁ
09:19 ସେହିପରି, Decision ବକ୍ସକୁ ପରବର୍ତ୍ତୀ Process ବକ୍ସ ସହିତ ସଂଯୁକ୍ତ କରନ୍ତୁ
09:25 ଆପଣ ଗୋଟିଏ connectorରେ ଟେକ୍ସଟ ମଧ୍ୟ ସଂଯୁକ୍ତ କରିପାରିବେ
09:29 Decision ବକ୍ସରୁ Process ବକ୍ସ ମଧ୍ୟରେ ଥିବା connector ଉପରେ ଟାଇପ୍ କରନ୍ତୁ: No
09:35 connectorକୁ ଚୟନ କରିବା ପାଇଁ ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
09:39 ଏଣ୍ଡ କଣ୍ଟ୍ରୋଲ୍-ପଏଣ୍ଟଗୁଡିକ ସକ୍ରିୟ ହୋଇଯିବେ
09:43 ଏବଂ ଟେକ୍ସଟ କର୍ସର୍ ଦୃଶ୍ୟମାନ ହେବ
09:46 ଟେକ୍ସଟ No ଟାଇପ୍ କରନ୍ତୁ
09:49 ଅନ୍ୟ କନେକ୍ଟର୍ ପାଇଁ ଏହାକୁ ପୁନର୍ବାର କରନ୍ତୁ
09:54 ଆମେ ଗୋଟିଏ ସରଳ ଫ୍ଲୋଚାର୍ଟ ସୃଷ୍ଟି କରିସାରିଛେ
09:57 ଫ୍ଲୋଚାର୍ଟକୁ Ctrl+S କୀଗୁଡିକୁ ଦାବି save କରନ୍ତୁ
10:03 ଆପଣ ଲାଇନ୍ ଓ ଆରୋଗୁଡିକୁ ମଧ୍ୟ ବ୍ୟବହାର କରି ଅବଜେକ୍ଟଗୁଡିକୁ ସଂଯୁକ୍ତ କରିପାରିବେ
10:08 କିନ୍ତୁ ସେହି କ୍ଷେତ୍ରରେ, ଆପଣଙ୍କୁ ଅବଜେକ୍ଟଗୁଡିକୁ ଗ୍ରୁପ୍ କରିବାକୁ ହେବ
10:11 ଏହାର କାରଣ ହେଉଛି ଆରୋଗୁଡିକ ଅବଜେକ୍ଟଗୁଡିକ ସହିତ ସଂଯୁକ୍ତ ହୋଇ ରହନ୍ତି ନାହିଁ
10:16 connectorଗୁଡିକ ଲାଇନ୍ ଓ ଆରୋଗୁଡିକ ଠାରୁ କିପରି ଅଲଗା ଅଟନ୍ତି?
10:21 Connectors ଲାଇନ୍ କିମ୍ବା ଆରୋଗୁଡିକ ଅଟନ୍ତି
10:24 ଯାହାର ଏଣ୍ଡ-ପଏଣ୍ଟଗୁଡିକ ଗୋଟିଏ ଅବଜେକ୍ଟର glue points ସହିତ
10:28 ଅଟୋମାଟିକାଲୀ ସଂଯୁକ୍ତ ହୋଇଯା’ନ୍ତି
10:31 ଅନ୍ୟ ପକ୍ଷେ ଲାଇନ୍ ଓ ଆରୋଗୁଡିକ ଅଟୋମାଟିକାଲୀ ସଂଯୁକ୍ତ ହୁଅନ୍ତି ନାହିଁ
10:36 ଏହି ଟ୍ୟୁଟୋରିଆଲକୁ ପଜ୍ କରିବା ସହିତ ଏହି ଆସାଇନମେଣ୍ଟର ସମାଧାନ କରନ୍ତୁ
10:40 ଫ୍ଲୋଚାର୍ଟ Spoken Tutorialର ଦ୍ଵିତୀୟ ଅଂଶକୁ ସୃଷ୍ଟି କରନ୍ତୁ
10:45 process ବକ୍ସଗୁଡିକୁ କଲର୍ କରନ୍ତୁ
10:48 ଅକ୍ଷର A ସହିତ ଗୋଟିଏ connectorକୁ ଅଂକନ କରନ୍ତୁ
10:51 ଏହା ଏହି ଫ୍ଲୋଚାର୍ଟର ପ୍ରଥମ ଅବଜେକ୍ଟ ହେବା ଉଚିତ୍
10:55 ଏହା ଏହି ଭଳି ଦେଖାଯିବା ଉଚିତ୍
10:59 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
11:02 ଏହି ଟ୍ୟୁଟୋରିଆଲରେ ଆମେ Flowcharts, Connectors ଓ Glue points ବିଷୟରେ ଶିଖିଲେ
11:09 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
11:13 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:17 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
11:22 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
11:24 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:28 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
11:32 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
11:40 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:45 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:53 ଏହି ମିଶନ୍ ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
12:05 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep