LibreOffice-Suite-Draw/C3/Edit-Curves-and-Polygons/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, LibreOffice Drawରେ ଥିବା Editing Curves and Polygons ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ Draw ସାହାଯ୍ୟରେ କିପରି Curve ଓ Polygonଗୁଡିକୁ edit କରିବା, ଶିଖିବା |
00:13 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର LibreOffice Draw ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ. ଯଦି ନାହିଁ ତେବେ ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକ ପାଇଁ ଦୟାକରି ଏହି ୱେବସାଇଟକୁ ଯା’ନ୍ତୁ |
00:23 | ଏଠାରେ ମୁଁ Ubuntu Linux ଭର୍ସନ୍ 10.04 ଏବଂ LibreOffice Suite ଭର୍ସନ୍ 3.3.4 ବ୍ୟବହାର କରୁଛି |
00:32 | ପୁନର୍ବାର Routemap ଚିତ୍ରକୁ ଖୋଲନ୍ତୁ |
00:37 | ଏହା ଆଗରୁ ଆମେ କର୍ଭ ଓ ପଲୀଗନଗୁଡିକୁ ଅଂକନ କରିବା ଶିଖିଲେ. ବର୍ତ୍ତମାନ, ସେଗୁଡିକୁ କିପରି edit କରିବା ତାହା ଶିଖିବା |
00:42 | School Campusର ଆକାରକୁ ପରିବର୍ତ୍ତନ କରନ୍ତୁ |
00:48 | ଏହା କରିବା ପାଇଁ ଆମେ Edit Points ଟୂଲ୍ ବାରକୁ ବ୍ୟବହାର କରିବା |
00:52 | Main ମେନୁରେ ଥିବା View ଉପରେ କ୍ଲିକ୍ କରନ୍ତୁ, Toolbarsକୁ ଚୟନ କରିବା ସହିତ Edit Pointsରେ କ୍ଲିକ୍ କରନ୍ତୁ |
01:00 | Edit Points ଟୂଲ୍ ବାର୍ ଦୃଶ୍ୟମାନ ହେବ |
01:04 | ବର୍ତ୍ତମାନ, School Campus ପଲୀଗନକୁ ଚୟନ କରନ୍ତୁ |
01:09 | Edit Points ଟୂଲ୍ ବାରରେ ଥିବା Points ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
01:12 | ଅବଜେକ୍ଟରେ ଗ୍ରୀନ୍ selection handleଗୁଡିକ ବ୍ଲୁ ଏଡିଟ୍ ପଏଣ୍ଟଗୁଡିକରେ ପରିବର୍ତ୍ତନ ହୋଇଯିବ. ଆପଣ Edit point ମୋଡରେ ଅଛନ୍ତି ବୋଲି ଏହା ସୂଚିତ କରେ |
01:23 | Edit Points ଟୂଲ୍ ବାରସ୍ଥିତ Insert points ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
01:29 | Draw ପେଜକୁ ଫେରିଆସନ୍ତୁ. କର୍ସର୍ ଗୋଟିଏ ପ୍ଲସ୍ ଚିହ୍ନରେ ପରିବର୍ତ୍ତନ ହୋଇଯିବ |
01:35 | School Campus ପଲୀଗନର ବାମ ପାର୍ଶ୍ଵରେ ଥିବା ଆଉଟଲାଇନ୍ ଉପରେ ଏହି ପ୍ଲସ୍ ଚିହ୍ନକୁ ରଖନ୍ତୁ |
01:41 | ବାମ ପଟ mouse-buttonକୁ ଦାବି ଧରି ଡାହାଣକୁ ଡ୍ରାଗ୍ କରନ୍ତୁ. ବଟନକୁ ଛାଡିଦିଅନ୍ତୁ. ଗୋଟିଏ ପଏଣ୍ଟ ଇନସର୍ଟ ହେଲା |
01:51 | ବର୍ତ୍ତମାନ, ଇନସର୍ଟ ହୋଇଥିବା ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ. Edit Points ଟୂଲ୍ ବାରରେ ଥିବା ବିକଳ୍ପଗୁଡିକ ସକ୍ରିୟ ହୋଇଯାଇଛନ୍ତି |
02:00 | Symmetric Transition ଉପରେ କ୍ଲିକ୍ କରନ୍ତୁ |
02:03 | ପଏଣ୍ଟ ପରେ ଡଟେଡ୍ କଣ୍ଟ୍ରୋଲ୍ ଲାଇନ୍ ଦୃଶ୍ୟମାନ ହେବ |
02:07 | କ୍ୟାମ୍ପସର ଆକାରକୁ ପରିବର୍ତ୍ତନ କରିବା ପାଇଁ କଣ୍ଟ୍ରୋଲ୍ ଲାଇନକୁ ବାହାର ଆଡକୁ ଡ୍ରାଗ୍ କରନ୍ତୁ. ଆକାର ପରିବର୍ତ୍ତନ ହୋଇଯାଇଛି! |
02:16 | Edit Points ଟୂଲ୍ ବାରରୁ ବାହାର ହେବା ପାଇଁ Pointsରେ କ୍ଲିକ୍ କରନ୍ତୁ |
02:21 | ବର୍ତ୍ତମାନ, କ୍ୟାମ୍ପସକୁ ଡାହାଣ ପଟକୁ ବିସ୍ତାର କରନ୍ତୁ |
02:26 | ଉପରେ ଡାହାଣ ପଟେ ଥିବା ଶେଷ ପଏଣ୍ଟକୁ ନିର୍ଦ୍ଦିଷ୍ଟ ଭାବେ ସ୍ଥାନାନ୍ତର କରନ୍ତୁ |
02:30 | School Campus ପଲୀଗନକୁ ଚୟନ କରନ୍ତୁ |
02:34 | Edit Points ଟୂଲ୍ ବାରକୁ ସକ୍ରିୟ କରନ୍ତୁ |
02:38 | ଅବଜେକ୍ଟ ଉପରେ ବ୍ଲୁ ଏଡିଟ୍ ପଏଣ୍ଟଗୁଡିକ ଦୃଶ୍ୟମାନ ହେବ. ଏହି ପଏଣ୍ଟକୁ ଚୟନ କରନ୍ତୁ |
02:45 | Edit Points ଟୂଲ୍ ବାରରେ ଥିବା Move pointsରେ କ୍ଲିକ୍ କରନ୍ତୁ |
02:50 | ଆପଣ ଦେଖିପାରିବେ ଯେ ଚୟନୀତ ପଏଣ୍ଟଗୁଡିକ ଗାଢ ବ୍ଲୁରେ ପରିବର୍ତ୍ତନ ହୋଇଯାଇଛନ୍ତି |
02:54 | ବର୍ତ୍ତମାନ, ପଏଣ୍ଟକୁ ଡାହାଣକୁ ଡ୍ରାଗ୍ କରନ୍ତୁ |
02:58 | ଆବଶ୍ୟକତାନୁସାରେ ଅବଜେକ୍ଟଗୁଡିକୁ ସ୍ଥାପନ କରିବା ପାଇଁ ଆମେ gridକୁ ବ୍ୟବହାର କରିପାରିବା |
03:03 | ଆମେ ପୁନର୍ବାର School Campusର ଆକାରକୁ ପରିବର୍ତ୍ତନ କରିସାରିଛେ! |
03:09 | ଏହି ଟ୍ୟୁଟୋରିଆଲକୁ ପଜ୍ କରିବା ସହ ଏହି ଆସାଇନମେଣ୍ଟର ସମାଧାନ କରନ୍ତୁ |
03:12 | ଗୋଟିଏ କର୍ଭ ଅଂକନ କରିବା ସହ ଏହା ଉପରେ Edit Points ଟୂଲ୍ ବାରରେ ଥିବା ସମସ୍ତ ବିକଳ୍ପଗୁଡିକୁ ପ୍ରୟୋଗ କରନ୍ତୁ. ମନେରଖନ୍ତୁ, Edit Points ଟୁଲ୍ ବାର୍ ଉପରେ ଦକ୍ଷ ହେବା ପାଇଁ ଆପଣ ବହୁତ ଅଭ୍ୟାସ କରିବା ଆବଶ୍ୟକ |
03:25 | ଶେଷରେ, ମାନଚିତ୍ରରେ ସମସ୍ତ ଅବଜେକ୍ଟକୁ ଗ୍ରୁପ୍ କରନ୍ତୁ. କୀବୋର୍ଡରେ Ctrl + A କୀକୁ ଦାବନ୍ତୁ ଏବଂ Context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
03:35 | ବର୍ତ୍ତମାନ Group ଚୟନ କରନ୍ତୁ. ବର୍ତ୍ତମାନ ସମସ୍ତ ଅବଜେକ୍ଟ ଗ୍ରୁପ୍ ହୋଇଯାଇଛନ୍ତି |
03:43 | ମାନଚିତ୍ର ସମ୍ପୂର୍ଣ୍ଣ ହୋଇଛି! ଆପଣ ନିର୍ମାଣଗୁଡିକୁ କଲର୍ ମଧ୍ୟ ଦେଇପାରିବେ; ଲାଇନଗୁଡିକୁ ବ୍ୟବହାର କରି ରାସ୍ତାକୁ ସଂଯୋଗ କରନ୍ତୁ, ଟ୍ରାଫିକ୍ ସିଗନାଲ୍ ଏବଂ ଆପଣ ଆବଶ୍ୟକ କରୁଥିବା ଅନ୍ୟ ସବୁକୁ ସଂଯୁକ୍ତ କରିପାରିବେ |
03:56 | ଏଠାରେ ଆମର କଲର୍ ହୋଇଥିବା ଏହା ନମୂନା routemap ଅଟେ |
04:00 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଏହି ଟ୍ୟୁଟୋରିଆଲରେ ଆମେ Curves ଓ Polygonଗୁଡିକୁ କିପରି ଏଡିଟ୍ କରାଯାଏ ତାହା ଶିଖିଲେ |
04:10 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି. ଏହି ସ୍ଲାଇଡରେ ପ୍ରଦର୍ଶିତ ହେଲା ଭଳି ମାନଚିତ୍ର ସୃଷ୍ଟି କରନ୍ତୁ |
04:16 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
04:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.* ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
04:37 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
04:45 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
05:00 | ଏହି ମିଶନ୍ ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ |
05:11 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |