Linux/C3/The-grep-command/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, grep କମାଣ୍ଡ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:05 | ଏହି ଟ୍ୟୁଟୋରିଆଲରେ ଆମେ grep command ଶିଖିବା |
00:09 | ଏହାକୁ ଆମେ କିଛି ଉଦାହରଣ ସହିତ କରିବା |
00:11 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି |
00:15 | Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ |
00:20 | ଏବଂ GNU BASH ଭର୍ସନ୍ 4.2.24 |
00:24 | ଦୟାକରି ଧ୍ୟାନଦିଅନ୍ତୁ ଯେ ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିଶ କରାଯାଉଛି |
00:32 | ପ୍ରାକ୍ ଆବଶ୍ୟକତା ଭାବେ ଆପଣଙ୍କର Linux terminalର ମୌଳିକତା ଜାଣିଥିବା ଆବଶ୍ୟକ |
00:36 | ସମ୍ପର୍କୀତ ଟ୍ୟୂଟୋରିଆଲଗୁଡିକ ପାଇଁ ଦୟାକରି ପ୍ରଦର୍ଶିତ ହୋଇଥିବା ଆମ ୱେବସାଇଟକୁ ଯା’ନ୍ତୁ |
00:41 | ପ୍ରଥମେ ଚାଲନ୍ତୁ regular expressionଗୁଡିକୁ ଜାଣିବା |
00:45 | ରେଗୁଲାର୍ ଏକ୍ସପ୍ରେସନଗୁଡିକ ପ୍ୟାଟର୍ନ ମେଳ କରିବା କୌଶଳଗୁଡିକ ଅଟନ୍ତି |
00:50 | ଯେତେବେଳେ ଗୋଟିଏ ପ୍ୟାଟର୍ନ ଏକ ଲାଇନ୍, ପାରାଗ୍ରଫ କିମ୍ବା ଏକ ଫାଇଲରେ ଅଛି କି ନାହିଁ ବୋଲି ଖୋଜିବାକୁ ପାଡିଥାଏ |
00:56 | ଉଦାହରଣସ୍ଵରୂପ. ଯଦି ଆପଣ ଟେଲିଫୋନ୍ ଡାଇରେକ୍ଟୋରୀରେ ଗୋଟିଏ ଫୋନ୍ ନମ୍ବରକୁ ଖୋଜିବାକୁ ଚାହାଁନ୍ତି |
01:02 | କିମ୍ବା ଗୋଟିଏ ପାରାଗ୍ରାଫ କିମ୍ବା ଏକ ଲାଇନରେ ଗୋଟିଏ କୀୱର୍ଡ ଖୋଜନ୍ତି, ସେତେବେଳେ grep command ବ୍ୟବହାର ହୋଇଥାଏ. ଚାଲନ୍ତୁ grepକୁ ଯିବା |
01:11 | grep, ଏକରୁ ଅକାଧିକ ଲାଇନଗୁଡିକରେ, ପାରାଗ୍ରାଫଗୁଡିକରେ କିମ୍ବା ଗୋଟିଏ ଫାଇଲରେ ଏକରୁ ଅଧିକ ପ୍ୟାଟର୍ନକୁ ଖୋଜିଥାଏ |
01:17 | ଯଦି ଫାଇଲର ନାମ ଉଲ୍ଲେଖ ନଥାଏ ତେବେ grep, ଷ୍ଟାଣ୍ଡାର୍ଡ ଇନପୁଟରେ ପ୍ୟାଟର୍ନଗୁଡିକୁ ଖୋଜିଥାଏ |
01:23 | ଯଦି ଫାଇଲର ନାମ ହଜିଯାଇଥାଏ ତେବେ grep, ଷ୍ଟାଣ୍ଡାର୍ଡ ଇନପୁଟରେ ପ୍ୟାଟର୍ନଗୁଡିକୁ ଖୋଜିଥାଏ |
01:30 | grepdemo.txt ନାମକ ଗୋଟିଏ ଡେମୋ ଫାଇଲକୁ ବ୍ୟବହାର କରି grepର ବ୍ୟବହାରକୁ ପ୍ରଦର୍ଶନ କରାଯିବ |
01:37 | ଫାଇଲର କଣ୍ଟେଣ୍ଟକୁ ଦେଖନ୍ତୁ |
01:40 | ଏହା ଗୋଟିଏ ଫାଇଲ୍ ଯେଉଁଥିରେ 13ଟି ଏଣ୍ଟ୍ରୀ ଅଛି |
01:44 | ପ୍ରତ୍ୟେକ ଏଣ୍ଟ୍ରୀର 6ଟି ଫିଲ୍ଡ ଅଛି: roll number, name, stream, marks ଓ stipend amount |
01:52 | ଫିଲ୍ଡଗୁଡିକ ଗୋଟିଏ ବାର୍ ଦ୍ଵାରା ଅଲଗା ହୋଇଛନ୍ତି, ଯାହାକୁ ଗୋଟିଏ delimiter କୁହାଯାଏ |
01:56 | grep କିପରି କାମ କରେ ଚାଲନ୍ତୁ ଦେଖିବା |
02:00 | ଧରିନିଅନ୍ତୁ computers ଶ୍ରେଣୀରେ କେଉଁ ଛାତ୍ରମାନେ ଅଛନ୍ତି ଜାଣିବା ପାଇଁ ମୁଁ grep କମାଣ୍ଡ ବ୍ୟବହାର କରିବାକୁ ଚାହେଁ |
02:07 | ଏଥି ପାଇଁ terminalକୁ ଖୋଲିବାକୁ ହେବ |
02:10 | ତେଣୁ ନିଜ କୀବୋର୍ଡରେ ଏକାସଙ୍ଗରେ Ctrl+Alt+T କୀଗୁଡିକୁ ଦାବନ୍ତୁ |
02:16 | ବର୍ତ୍ତମାନ terminal ଉପରେ ଟାଇପ୍ କରନ୍ତୁ: |
02:18 | grep ସ୍ପେସ୍ (ଡବଲ୍ କ୍ଵୋଟ୍ ମଧ୍ୟରେ) computers, space grepdemo .txt |
02:27 | Enter ଦାବନ୍ତୁ. ଏହା ସେହି ଏଣ୍ଟ୍ରୀଗୁଡିକୁ ତାଲିକାଭୁକ୍ତ କରିବ ଯେଉଁଠି ଶ୍ରେଣୀ computers ଅଟେ |
02:33 | ବର୍ତ୍ତମାନ ପରିଣାମକୁ ଅସଲ ଫାଇଲ୍ ସହିତ ତୁଳନା କରନ୍ତୁ |
02:37 | ଟେକ୍ସଟ ଏଡିଟରକୁ ଫେରିଆସନ୍ତୁ |
02:40 | ଏହା ଦେଖାଗଲା ଯେ Zubinର ଏଣ୍ଟ୍ରୀ ତାଲିକାଭୁକ୍ତ ହୋଇନାହିଁ |
02:45 | ଏହା କାହିଁକି ହେଲା? ଏହାର କାରଣ grep ଛୋଟ c ସହିତ computers ପ୍ୟାଟର୍ନକୁ ଖୋଜୁଥିଲା |
02:52 | ଯେତେବେଳେ କି Zubin ପାଇଁ Computersର ଶ୍ରେଣୀ ଗୋଟିଏ କ୍ୟାପିଟାଲ୍ Cରେ ଅଛି |
02:57 | ପ୍ୟାଟର୍ନ ମେଳ ହେବା case sensitive ଅଟେ |
03:00 | ଏହାକୁ case insensitive କରିବା ପାଇଁ, grep ସହିତ ବିକଳ୍ପ minus i (-i) କୁ ବ୍ୟବହାର କରିବାକୁ ହେବ |
03:06 | ଟର୍ମିନଲକୁ ଫେରିଆସନ୍ତୁ, ବର୍ତ୍ତମାନ ଟାଇପ୍ କରନ୍ତୁ: grep ସ୍ପେସ୍ (minus) i ସ୍ପେସ୍ (ଡବଲ୍ କ୍ଵୋଟ୍ ମଧ୍ୟରେ) computers ସ୍ପେସ୍ grepdemo.txt |
03:20 | Enter ଦାବନ୍ତୁ. ବର୍ତ୍ତମାନ ଏହା ସମସ୍ତ ଚାରୋଟି ଏଣ୍ଟ୍ରୀକୁ ତାଲିକାଭୁକ୍ତ କରିଦେବ |
03:25 | ତେଣୁ ଆମେ ଦେଖିଲେ, grep କେବଳ ସେହି ଫାଇଲଗୁଡିକୁ ତାଲିକାଭୁକ୍ତ କରେ ଯାହା ଗୋଟିଏ ପ୍ରଦତ୍ତ ପ୍ୟାଟର୍ନ ସହିତ ମେଳ ହେଉଥାଏ |
03:32 | ବିପରୀତ କରିପାରିବେ |
03:34 | କେବଳ ସେହି ଲାଇନଗୁଡିକୁ ତାଲିକାଭୁକ୍ତ କରିବା ଯାହା ପ୍ୟାଟର୍ନ ସହିତ ମେଳ ହେଉ ନ’ଥିବ, ଏହା କରିବା ପାଇଁ grepକୁ ସକ୍ଷମ କରିବା |
03:40 | ସେଥି ପାଇଁ ବିକଳ୍ପ minus v ଅଛି |
03:43 | ଧରିନିଅନ୍ତୁ, ସେହି ଛାତ୍ରମାନଙ୍କର ଏଣ୍ଟ୍ରୀକୁ ତାଲିକାଭୁକ୍ତ କରନ୍ତୁ ଯେଉଁମାନେ ପାସ୍ କରିନହାଁନ୍ତି |
03:48 | ଏହି ପରିଣାମକୁ ଅନ୍ୟ ଏକ ଫାଇଲରେ ମଧ୍ୟ ଷ୍ଟୋର୍ କରାଯାଇପାରିବ |
03:52 | ଏଥିପାଇଁ ଟାଇପ୍ କରନ୍ତୁ: grep ସ୍ପେସ୍ minus iv ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ pass, ସ୍ପେସ୍ grepdemo.txt ସ୍ପେସ୍ greater than ଚିହ୍ନ ସ୍ପେସ୍ notpass.txt |
04:11 | Enter ଦାବନ୍ତୁ. ଫାଇଲର କଣ୍ଟେଣ୍ଟକୁ ଦେଖିବା ପାଇଁ ଟାଇପ୍ କରନ୍ତୁ : cat ସ୍ପେସ୍ notpass.txt |
04:20 | Enter ଦାବନ୍ତୁ. ଆଉଟପୁଟ୍ ପ୍ରଦର୍ଶିତ ହେବ |
04:24 | ବର୍ତ୍ତମାନ promptରେ ଟାଇପ୍ କରନ୍ତୁ: |
04:26 | grep ସ୍ପେସ୍ minus i ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ fail ସ୍ପେସ୍ grepdemo.txt |
04:37 | ଏବଂ Enter ଦାବନ୍ତୁ. ଏହା ଭିନ୍ନ ଅଟେ |
04:41 | ଏହା ଫେଲ୍ ହୋଇଥିବା ଛାତ୍ରମାନଙ୍କୁ ସଂଯୁକ୍ତ କରିବ କିନ୍ତୁ ସେମାନଙ୍କର ପରିଣାମ ଅସମ୍ପୂର୍ଣ୍ଣ ଅଟେ |
04:46 | ଯଦି ଆପଣ ଫାଇଲରେ ଲାଇନ୍ ନମ୍ବରକୁ ଦେଖିବାକୁ ଚାହାଁନ୍ତି ଯେଉଁଠି ବିକଳ୍ପ minus n ଥିବା ଏଣ୍ଟ୍ରୀଗୁଡିକ ତାଲିକାଭୁକ୍ତ ଅଛନ୍ତି |
04:54 | ପ୍ରମ୍ପ୍ଟକୁ କ୍ଲିୟର୍ କରନ୍ତୁ |
04:58 | ବର୍ତ୍ତମାନ ଟାଇପ୍ କରନ୍ତୁ grep ସ୍ପେସ୍ -in ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ fail ସ୍ପେସ୍ grepdemo.txt |
05:09 | Enter ଦାବନ୍ତୁ |
05:11 | ଲାଇନ୍ ନମ୍ବର୍ ପ୍ରଦର୍ଶିତ ହେବ |
05:15 | ପ୍ୟାଟର୍ନଗୁଡିକ ସିଙ୍ଗଲ୍ ୱର୍ଡ ବିଶିଷ୍ଟ ଅଟନ୍ତି |
05:18 | ଏହିପରି ଆମ ପାଖରେ multi-word ପ୍ୟାଟର୍ନଗୁଡିକ ରହିପାରନ୍ତି |
05:21 | କିନ୍ତୁ ସମଗ୍ର ପ୍ୟାଟର୍ନ ନିଶ୍ଚିତରୂପେ କ୍ଵୋଟ୍ ମଧ୍ୟରେ ରହିବା ଆବଶ୍ୟକ ଅଟେ |
05:24 | ତେଣୁ ଟାଇପ୍ କରନ୍ତୁ: grep ସ୍ପେସ୍ minus i ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ ankit ସ୍ପେସ୍ saraf ସ୍ପେସ୍ grepdemo.txt |
05:38 | Enter ଦାବନ୍ତୁ |
05:40 | Ankit Sarafର ରେକର୍ଡ ପ୍ରଦର୍ଶିତ ହୋଇଥିବା ଦେଖିପାରିବେ |
05:44 | ମଲ୍ଟିପଲ୍ ଫାଇଲଗୁଡିକରେ ପ୍ୟାଟର୍ନଗୁଡିକୁ ମଧ୍ୟ ଖୋଜିପାରିବା |
05:48 | ଏଥି ପାଇଁ ଟାଇପ୍ କରନ୍ତୁ: grep ସ୍ପେସ୍ minus i ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ fail grepdemo.txt ସ୍ପେସ୍ notpass.txt |
06:03 | Enter ଦାବନ୍ତୁ. ଆଉଟପୁଟ୍ ପ୍ରଦର୍ଶିତ ହୋଇଛି |
06:07 | ମଲ୍ଟିପଲ୍ ଫାଇଲଗୁଡିକ ସହିତ, grep ଫାଇଲର ନାମକୁ ଲେଖିଦେବ ଯେଉଁଠି ଏଣ୍ଟ୍ରୀ ପ୍ରାପ୍ତ ହୋଇଥିଲା. grepdemo.txt ଓ notpass.txt |
06:18 | ଏଗୁଡିକ notpass.txt ଫାଇଲରୁ ଏବଂ ଏଗୁଡିକ grepdemo.txt ଫାଇଲରୁ ପ୍ରାପ୍ତ ହୋଇଥିବା ରେକର୍ଡଗୁଡିକ ଅଟନ୍ତି |
06:26 | ଧରିନିଅନ୍ତୁ, ଆମେ କେବଳ number of matches କିମ୍ବା countକୁ ଜାଣିବାକୁ ଚାହୁଁ |
06:31 | ସେଥି ପାଇଁ, ବିକଳ୍ପ minus c ଅଛି |
06:35 | ତେଣୁ ଟାଇପ୍ କରନ୍ତୁ: grep ସ୍ପେସ୍ minus c ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ Fail ଗୋଟିଏ କ୍ୟାପିଟାଲ୍ F ସହିତ ସ୍ପେସ୍ grepdemo.txt |
06:48 | Enter ଦାବନ୍ତୁ |
06:50 | ଏହା ଲାଇନ୍ ମେଳ ହେଉଥିବା ସଂଖ୍ୟାର count ପ୍ରଦାନ କରିବ |
06:55 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
06:59 | ସଂକ୍ଷିପ୍ତରେ |
07:01 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
07:03 | ଗୋଟିଏ ଫାଇଲର କଣ୍ଟେଣ୍ଟକୁ ଦେଖିବା ଉଦାହରଣ cat filename |
07:07 | ଗୋଟିଏ ନିର୍ଦ୍ଦିଷ୍ଟ ଶ୍ରେଣୀର ଏଣ୍ଟ୍ରୀଗୁଡିକର ତାଲିକା ଉଦାହରଣ grep computers grepdemo.txt |
07:14 | କେସଗୁଡିକୁ ଉପେକ୍ଷା କରିବା ଉଦାହରଣ grep -i computers grepdemo.txt |
07:21 | ଲାଇନଗୁଡିକ ଯାହା ପ୍ୟାଟର୍ନ ସହିତ ମେଳ ହେଉ ନ’ଥିବ ଉଦାହରଣ grep -iv pass grepdemo.txt |
07:30 | ଏଣ୍ଟ୍ରୀଗୁଡିକ ସହିତ ଲାଇନ୍ ସଂଖ୍ୟାଗୁଡିକର ତାଲିକା କରିବା ଉଦାହରଣ grep -in fail grepdemo.txt |
07:38 | ପରିଣାମକୁ ଅନ୍ୟ ଏକ ଫାଇଲରେ ଷ୍ଟୋର୍ କରିବା ଉଦାହରଣ grep -iv pass grepdemo.txt > notpass.txt |
07:50 | ଏବଂ କାଉଣ୍ଟକୁ ଜାଣିବା ଉଦାହରଣ grep -c Fail grepdemo.txt |
07:57 | ଗୋଟିଏ ଆସାଇନମେଣ୍ଟ ଭାବେ, -E, + and ? ଭଳି ଅନ୍ୟ କିଛି କମାଣ୍ଡକୁ ଆବିଷ୍କାର କରନ୍ତୁ |
08:04 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
08:06 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:10 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:14 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
08:16 | * ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
08:19 | * ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
08:23 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
08:30 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:33 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:40 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
08:45 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |