Git/C2/Branching-in-Git/Oriya

From Script | Spoken-Tutorial
Revision as of 12:05, 5 October 2017 by PoojaMoolya (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 ବନ୍ଧୁଗଣ, Branching in Git ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ:

Branching ଗୋଟିଏ branch ସୃଷ୍ଟି କରିବା ଏବଂ branches ମଧ୍ୟରେ ବଦଳ କରିବା, ଶିଖିବା

00:15 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି: Ubuntu Linux 14.04, Git 2.3.2. ଓ Gedit ଟେକ୍ସଟ ଏଡିଟର୍
00:25 ଆପଣ ନିଜ ପସନ୍ଦର ଯେକୌଣସି editorକୁ ବ୍ୟବହାର କରିପାରିବେ
00:29 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ନିଶ୍ଚିତରୂପେ ଟର୍ମିନଲରେ Linux କମାଣ୍ଡଗୁଡିକୁ ରନ୍ କରିବା ଉପରେ ଆପଣଙ୍କର ଜ୍ଞାନ ଥିବା ଆବଶ୍ୟକ
00:36 ଯଦି ନାହିଁ, ସମ୍ପର୍କୀତ Linux ଟ୍ୟୁଟୋରିଆଲଗୁଡିକ ପାଇଁ, ଆମ ୱେବସାଇଟକୁ ଯା’ନ୍ତୁ
00:42 ଚାଲନ୍ତୁ branching ବିଷୟରେ ଶିଖିବା
00:44 ବିଶେଷଭାବେ, ଗୋଟିଏ ପ୍ରୋଜେକ୍ଟରେ ନୁତନ ମୋଡ୍ୟୁଲଗୁଡିକୁ ବିକଶିତ କରିବା କିମ୍ବା ଗୋଟିଏ bugକୁ ଫିକ୍ସ କରିବା ପାଇଁ branchesଗୁଡିକୁ ବ୍ୟବହାର କରାଯାଇଥାଏ
00:52 ଏହା, ମୁଖ୍ୟ ପ୍ରୋଜେକ୍ଟକୁ ବିଭ୍ରାନ୍ତ ନ’କରି ଗୋଟିଏ ପ୍ରୋଜେକ୍ଟର ନୁତନ ମୋଡ୍ୟୁଲଗୁଡିକରେ କାମ କରିବାରେ ସାହାଯ୍ୟ କରିବ
00:58 Gitର ଡିଫଲ୍ଟ branch, master ଅଟେ
01:02 ନୁତନ ମୋଡ୍ୟୁଲଗୁଡିକୁ ବିକଶିତ କରିବା ପାଇଁ ବିଭିନ୍ନ branchesକୁ ବ୍ୟବହାର କରନ୍ତୁ
01:06 ଏବଂ ପରବର୍ତ୍ତୀ ସମୟରେ ଏହା master ବ୍ରାଞ୍ଚ ସହିତ ମର୍ଜ ହେବ
01:11 ଉଦାହରଣସ୍ଵରୂପ, ଏହି ରେଖାଚିତ୍ର master ଓ new-module ବ୍ରାଞ୍ଚଗୁଡିକ ସହିତ ଗୋଟିଏ ରିପୋଜିଟୋରୀକୁ କଳ୍ପନା କରିବ
01:18 master ବ୍ରାଞ୍ଚରେ C1, C2 ଓ C3 ନାମକ କିଛି କମିଟଗୁଡିକ ଅଛନ୍ତି
01:25 ତା’ପରେ C3 କମିଟରେ new-module ନାମକ ଗୋଟିଏ ବ୍ରାଞ୍ଚ ସୃଷ୍ଟି ହୋଇଛି
01:30 C4, C5 ଓ C8, new-module ବ୍ରାଞ୍ଚର କମିଟଗୁଡିକ ଅଟନ୍ତି
01:36 ସେହି ଏକ ସମୟରେ, commits C6 ଓ C7, master ବ୍ରାଞ୍ଚରେ ସୃଷ୍ଟି ହୋଇଛି
01:43 ଏଠାରେ, new-module ବ୍ରାଞ୍ଚ master ବ୍ରାଞ୍ଚକୁ ବିଭ୍ରାନ୍ତ ନ’କରୁଥିବା ଆପଣ ଦେଖିପାରିବେ
01:49 ଥରେ new-module ପ୍ରସ୍ତୁତ ହୋଇଗଲେ, ଏହାକୁ ପୁନର୍ବାର master ବ୍ରାଞ୍ଚ ସହିତ ମର୍ଜ କରନ୍ତୁ
01:55 ଏହି ଟ୍ୟୁଟୋରିଆଲରେ, branch କିପରି କାର୍ଯ୍ୟକରେ ପ୍ରଦର୍ଶନ କରାଯିବ. ପରବର୍ତ୍ତୀ ଟ୍ୟୁଟୋରିଆଲରେ Merging ଆଲୋଚିତ ହେବ
02:03 Ctrl+Alt+Tକୁ ଦାବି ଟର୍ମିନଲକୁ ଖୋଲନ୍ତୁ
02:07 ପୂର୍ବେ ସୃଷ୍ଟି କରାଯାଇଥିବା Git repository mywebpageକୁ ଖୋଲନ୍ତୁ
02:13 ଟାଇପ୍ କରନ୍ତୁ: cd ସ୍ପେସ୍ mywebpage ଏବଂ Enter ଦାବନ୍ତୁ
02:19 ପ୍ରଦର୍ଶନ ପାଇଁ html ଫାଇଲଗୁଡିକର ବ୍ୟବହାରକୁ ଜାରି ରଖନ୍ତୁ. ଆପଣ ଆପଣଙ୍କ ପସନ୍ଦର ଯେକୌଣସି ଫାଇଲର ପ୍ରକାରକୁ ବ୍ୟବହାର କରିପାରିବେ
02:28 git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ onelineକୁ ଟାଇପ୍ କରି Git logକୁ ଯାଞ୍ଚ କରିପାରିବେ ଏବଂ Enter ଦାବନ୍ତୁ
02:37 ପ୍ରଥମେ, repositoryରେ କିଛି branch ଅଛି କି ନାହିଁ ଯାଞ୍ଚ କରନ୍ତୁ
02:43 ଟାଇପ୍ କରନ୍ତୁ: git ସ୍ପେସ୍ branch ଏବଂ Enter ଦାବନ୍ତୁ
02:48 ପୂର୍ବରୁ ଉଲ୍ଲେଖ ଥିବା ଭଳି, ଏହା ଡିଫଲ୍ଟ ବ୍ରାଞ୍ଚ masterକୁ ପ୍ରଦର୍ଶନ କରିବ
02:53 ବର୍ତ୍ତମାନ, ମୁଁ new-chapter ନାମକ ଗୋଟିଏ branch ସୃଷ୍ଟି କରିବାକୁ ଚାହୁଁଛି
02:57 ଟାଇପ୍ କରନ୍ତୁ: git ସ୍ପେସ୍ branch ସ୍ପେସ୍ new-chapter ଏବଂ Enter ଦାବନ୍ତୁ
03:04 git ସ୍ପେସ୍ branchକୁ ଟାଇପ୍ କରି branch listକୁ ଦେଖନ୍ତୁ ଏବଂ Enter ଦାବନ୍ତୁ
03:12 ଏଠାରେ, ତାଲିକାରେ new-chapter ବ୍ରାଞ୍ଚକୁ ଦେଖିପାରିବେ
03:16 master branch ସହିତ ଗୋଟିଏ ଆଷ୍ଟେରିସ୍କ ଚିହ୍ନକୁ ମଧ୍ୟ ଦେଖିବାକୁ ପାଇବେ
03:20 ଏହା ସୂଚିତ କରେ ଯେ ବର୍ତ୍ତମାନ master branchରେ କାର୍ଯ୍ୟ କରାଯାଉଛି
03:25 new-chapter ବ୍ରାଞ୍ଚକୁ ଯିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ new-chapter ଏବଂ Enter ଦାବନ୍ତୁ
03:36 branch ନେମକୁ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ branch ଏବଂ Enter ଦାବନ୍ତୁ
03:42 ଆଷ୍ଟେରିସ୍କକୁ ଦେଖିବା ଦ୍ଵାରା, ବର୍ତ୍ତମାନ ଆମେ new-chapter ବ୍ରାଞ୍ଚ ମଧ୍ୟରେ ଅଛନ୍ତି ବୋଲି ବୁଝିବାକୁ ହେବ
03:49 ତା’ପରେ, story.html ନାମକ ଗୋଟିଏ html ଫାଇଲକୁ ସୃଷ୍ଟି କରନ୍ତୁ ଏବଂ ପ୍ରଦର୍ଶନ ଉଦ୍ଦେଶ୍ୟରେ ଏହାକୁ commit କରନ୍ତୁ
03:57 ଟାଇପ୍ କରନ୍ତୁ: gedit ସ୍ପେସ୍ story.html ସ୍ପେସ୍ ଆମ୍ପର୍ସାଣ୍ଡ ଏବଂ Enter ଦାବନ୍ତୁ
04:05 ପୂର୍ବେ ସେଭ୍ ହୋଇଥିବା Writer ଡକୁମେଣ୍ଟରୁ କିଛି କୋଡକୁ ଏହି ଫାଇଲ୍ ମଧ୍ୟରେ କପୀ ଓ ପେଷ୍ଟ କରନ୍ତୁ
04:12 Save କରିବା ସହ ଫାଇଲକୁ ବନ୍ଦ କରନ୍ତୁ
04:15 ମନେରଖନ୍ତୁ, ଯେକୌଣସି ଫାଇଲକୁ ସଂଯୁକ୍ତ କିମ୍ବା ବାହାର କରିବା ସମୟରେ କାମକୁ commit କରିବାକୁ ପଡିଥାଏ
04:21 staging areaରେ ଫାଇଲକୁ ସଂଯୁକ୍ତ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ add ସ୍ପେସ୍ story.html ଏବଂ Enter ଦାବନ୍ତୁ
04:31 କାମକୁ commit କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ commit ସ୍ପେସ୍ ହାଇଫେନ୍ m ସ୍ପେସ୍, ଡବଲ୍ କ୍ଵୋଟ୍ ମଧ୍ୟରେ Added story.html in new-chapter branch ଏବଂ Enter ଦାବନ୍ତୁ
04:47 git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ onelineକୁ ଟାଇପ୍ କରିବା ସହ Enterକୁ ଦାବି, new-chapter ବ୍ରାଞ୍ଚର Git logକୁ ଯାଞ୍ଚ କରନ୍ତୁ
04:57 ଏଠାରେ, ଅଦ୍ୟତନ କମିଟ୍ Added story.html in new-chapter branchକୁ ଦେଖିବାକୁ ପାଇବେ
05:04 ବର୍ତ୍ତମାନ, ଆମେ କିଛି କାମ କରିବା ପାଇଁ ଆମର master branchକୁ ଫେରି ଯିବାକୁ ଚାହୁଁଛେ
05:10 ତେଣୁ ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ master ଏବଂ Enter ଦାବନ୍ତୁ
05:18 Git logକୁ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ oneline ଏବଂ Enter ଦାବନ୍ତୁ
05:27 ଏଠାରେ, କମିଟ୍ Added story.html in new-chapter branchକୁ ଦେଖିପାରିବେ ନାହିଁ
05:34 ଏହାର କାରଣ ହେଉଛି commit କେବଳ new-chapter ବ୍ରାଞ୍ଚ ସମ୍ବନ୍ଧିତ ଅଟେ
05:39 ls ଟାଇପ୍ କରି ଏବଂ Enter ଦାବି ଫୋଲ୍ଡରର କଣ୍ଟେଣ୍ଟକୁ ଯାଞ୍ଚ କରନ୍ତୁ
05:45 ଏଠାରେ, story.html ଫାଇଲକୁ ମଧ୍ୟ ଦେଖିପାରିବେ ନାହିଁ
05:49 ତା’ପରେ, history.html ଫାଇଲରେ କିଛି ପରିବର୍ତ୍ତନ କରନ୍ତୁ
05:55 gedit ସ୍ପେସ୍ history.html ସ୍ପେସ୍ ଆମ୍ପର୍ସାଣ୍ଡକୁ ଟାଇପ୍ କରି ଏବଂ Enter ଦାବି ଫାଇଲକୁ ଖୋଲନ୍ତୁ
06:05 କିଛି ଲାଇନକୁ ସଂଯୁକ୍ତ କରନ୍ତୁ
06:08 ଫାଇଲକୁ Save କରିବା ସହ ବନ୍ଦ କରନ୍ତୁ
06:10 git ସ୍ପେସ୍ commit ସ୍ପେସ୍ ହାଇଫେନ୍ am ସ୍ପେସ୍, ଡବଲ୍ କ୍ଵୋଟ୍ ମଧ୍ୟରେ Added chapter two in history.html କୁ ଟାଇପ୍ କରି ଏବଂ Enter ଦାବି ଏହି ବିନ୍ଦୁରେ କାମକୁ commit କରନ୍ତୁ
06:26 ବର୍ତ୍ତମାନ ପର୍ଯ୍ୟନ୍ତ, master ବ୍ରାଞ୍ଚରେ କାମ କରାଯାଉଛି
06:30 ବର୍ତ୍ତମାନ, ଏହି commit, new-chapter ବ୍ରାଞ୍ଚରେ ପ୍ରତିଫଳିତ ହେଉଛି କି ନାହିଁ ଯାଞ୍ଚ କରନ୍ତୁ
06:36 new-chapter ବ୍ରାଞ୍ଚକୁ ଯିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ new-chapter ଏବଂ Enter ଦାବନ୍ତୁ
06:46 git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ onelineକୁ ଟାଇପ୍ କରିବା ସହ Enterକୁ ଦାବି, Git logକୁ ଯାଞ୍ଚ କରନ୍ତୁ
06:55 ଏଠାରେ, master ବ୍ରାଞ୍ଚରେ ଥିବା ଭଳି Added chapter two in history.html କମିଟକୁ ଦେଖିପାରିବେ ନାହିଁ
07:04 story.html ଫାଇଲରେ କିଛି ଲାଇନକୁ ସଂଯୁକ୍ତ କରିବା ସହ ଟାଇପ୍ କରନ୍ତୁ: gedit ସ୍ପେସ୍ story.html ସ୍ପେସ୍ ଆମ୍ପର୍ସାଣ୍ଡ ଏବଂ Enter ଦାବନ୍ତୁ
07:16 Writer ଡକୁମେଣ୍ଟରେ କିଛି ଲାଇନକୁ ସଂଯୁକ୍ତ କରନ୍ତୁ
07:20 ଫାଇଲକୁ Save କରିବା ସହ ବନ୍ଦ କରନ୍ତୁ
07:22 Git statusକୁ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ status ଏବଂ Enter ଦାବନ୍ତୁ
07:29 ଧ୍ୟାନଦିଅନ୍ତୁ ଯେ ଏହି ସୋପାନରେ କାମକୁ committed କରାଯାଇ ନାହିଁ
07:33 କମିଟ୍ ନ’କରି ଯଦି ଆମେ ବ୍ରାଞ୍ଚକୁ ବଦଳ କରିବାକୁ ଚାହିଁବା ତେବେ କ’ଣ ହେବ ବୋଲି ଭାବୁଛନ୍ତି? ଏହା ଦ୍ଵାରା ଗୋଟିଏ ଏରର୍ ଦେଖାଦେବ
07:41 master ବ୍ରାଞ୍ଚକୁ ଫେରି ଯିବା ପାଇଁ ଚେଷ୍ଟା କରନ୍ତୁ. ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ master ଏବଂ Enter ଦାବନ୍ତୁ
07:51 ଏହି ଏରର୍ ପ୍ରଦର୍ଶନ କରିବ ଯେ ପରିବର୍ତ୍ତନଗୁଡିକୁ କମିଟ୍ ନ’କରି ଅନ୍ୟ ବ୍ରାଞ୍ଚଗୁଡିକୁ ବଦଳ କରିପାରିବେ ନାହିଁ
07:59 କିନ୍ତୁ, ଏହି ସୋପାନରେ ଯଦି ପରିବର୍ତ୍ତନଗୁଡିକ ଯାହା ଜରୁରୀ ନୁହେଁ ଭାବି commit କରିବାକୁ ନ’ଚାହିଁବା କ୍ଷେତ୍ରରେ, କ’ଣ କରାଯିବ? ଏହାକୁ stashing ବ୍ୟବହାର କରି କରାଯାଇପାରିବ
08:08 ଆଗାମୀ ଟ୍ୟୁଟୋରିଅଲଗୁଡିକରେ stashing ବିଷୟରେ ଶିଖିବା
08:13 ବର୍ତ୍ତମାନ ପାଇଁ, ହାଇଫେନ୍ ହାଇଫେନ୍ force ଫ୍ଲାଗକୁ ବ୍ୟବହାର କରି ଏହି branchକୁ ବଳପୂର୍ବକ ବାହାର କରିଦିଅନ୍ତୁ
08:19 ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ ହାଇଫେନ୍ ହାଇଫେନ୍ force ସ୍ପେସ୍ master ଏବଂ Enter ଦାବନ୍ତୁ
08:28 ପୁନର୍ବାର, ପରିବର୍ତ୍ତନଗୁଡିକ ବାହାର ହୋଇଛି କି ନାହିଁ ଯାଞ୍ଚ କରିବା ପାଇଁ new-chapter ବ୍ରାଞ୍ଚକୁ ଫେରିଆସନ୍ତୁ
08:36 ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ new-chapter ଏବଂ Enter ଦାବନ୍ତୁ
08:42 gedit ସ୍ପେସ୍ story.html ସ୍ପେସ୍ ଆମ୍ପର୍ସାଣ୍ଡକୁ ଟାଇପ୍ କରି ଏବଂ Enterକୁ ଦାବି story.html ଫାଇଲକୁ ଖୋଲନ୍ତୁ
08:54 ଏଠାରେ ପରିବର୍ତ୍ତନଗୁଡିକ ବାହାର ହୋଇଯାଇଥିବା ଦେଖିପାରିବେ. geditକୁ ବନ୍ଦ କରନ୍ତୁ
09:01 ପରବର୍ତ୍ତୀ ଟ୍ୟୁଟୋରିଆଲରେ, master ବ୍ରାଞ୍ଚ ସହିତ new-chapter ବ୍ରାଞ୍ଚକୁ ସଂଯୁକ୍ତ କରିବା ଶିଖିବା
09:07 ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
09:11 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Branching, ଗୋଟିଏ branch ସୃଷ୍ଟି କରିବା ଏବଂ master ବ୍ରାଞ୍ଚ ଓ new branch ମଧ୍ୟରେ ବଦଳ କରିବା
09:23 ଗୋଟିଏ ଆସାଇନମେଣ୍ଟ ଭାବେ-chapter-two ନାମକ ଗୋଟିଏ ବ୍ରାଞ୍ଚ ସୃଷ୍ଟି କରନ୍ତୁ
09:28 chapter-two ବ୍ରାଞ୍ଚକୁ ଯା’ନ୍ତୁ
09:31 କିଛି commits କରନ୍ତୁ
09:33 master ବ୍ରାଞ୍ଚକୁ ଫେରିଆସନ୍ତୁ
09:36 Git logକୁ ଯାଞ୍ଚ କରନ୍ତୁ ଏବଂ ବୁଝନ୍ତୁ ଯେ master branchରେ branch chapter-twoର କମିଟଗୁଡିକୁ ଦେଖିପାରିବେ ନାହିଁ
09:44 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ
09:52 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:59 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ


10:15 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep