Jmol-Application/C4/Animation-using-Script-Commands/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Animation using Script Commands ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:06 | ଏହି ଟ୍ୟୁଟୋରିଆଲରେ ଆମେ Jmol script commandଗୁଡିକୁ ବ୍ୟବହାର କରି animationକୁ ପ୍ରଦର୍ଶନ କରିବା ଶିଖିବା |
| 00:12 | ପ୍ରଦର୍ଶନ ପାଇଁ, ଉଦାହରଣ ଭାବେ ଆମେ ethane ଓ hemoglobinର ଆକାରକୁ ବ୍ୟବହାର କରିବା |
| 00:19 | animation ପାଇଁ Jmol script commandଗୁଡିକ ନିମ୍ନଲିଖିତ କୀୱର୍ଡଗୁଡିକ ସହିତ ବ୍ୟବହୃତ ହେବ |
| 00:24 | move, delay, slab, loop ଓ capture |
| 00:30 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ, ଆପଣଙ୍କର ହାଇ ସ୍କୁଲ୍ କେମିଷ୍ଟ୍ରୀ ଉପରେ ଜ୍ଞାନ ଏବଂ Jmol windowର କାର୍ଯ୍ୟପ୍ରଣାଳି ସହିତ ପରିଚିତ ଥିବା ଆବଶ୍ୟକ |
| 00:39 | ଯଦି ନୁହେଁ ତେବେ ଆମ ୱେବସାଇଟରେ ଉପଲବ୍ଧ ଥିବା ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ |
| 00:44 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: Ubuntu ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 14.10 |
| 00:51 | Jmol ଭର୍ସନ୍ 14.1.11 ଓ Java ଭର୍ସନ୍ 7 |
| 00:58 | ଏହି slide ପ୍ରତ୍ୟେକ animation commandର ଫଙ୍କଶନକୁ ସମ୍ପୂର୍ଣ୍ଣରୂପେ ପ୍ରଦର୍ଶନ କରିବ |
| 01:03 | ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମାରେ, move କମାଣ୍ଡ ଏକ ଆକାରକୁ rotate, zoom ଓ translate କରିବା ପାଇଁ ଅନୁମତି ଦେଇଥାଏ |
| 01:11 | କିଛି ସେକେଣ୍ଡ ପାଇଁ ଗୋଟିଏ scriptକୁ ପଜ୍ କରିବା ପାଇଁ delay କମାଣ୍ଡ ବ୍ୟବହୃତ ହୁଏ |
| 01:17 | ପ୍ୟାନେଲ୍ ଉପରେ ପ୍ରଦର୍ଶିତ ହେବାକୁ ଥିବା ପରମାଣୁର ପର୍ସେଣ୍ଟେଜକୁ slab କମାଣ୍ଡ ନିୟନ୍ତ୍ରଣ କରିଥାଏ |
| 01:23 | ସମୟ ବିଳମ୍ବର ବିକଳ୍ପ ସହିତ loop କମାଣ୍ଡ ସ୍କ୍ରିପ୍ଟକୁ ମୂଳରୁ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ |
| 01:30 | capture କମାଣ୍ଡ ଆନିମେଶନକୁ ଆନିମେଟେଡ୍ GIF ଫାଇଲ୍ ଭାବେ ଧାରଣ କରିଥାଏ |
| 01:36 | Jmol ସ୍କ୍ରିପ୍ଟ କମାଣ୍ଡ ଉପରେ ଅଧିକ ବିବରଣୀ ସକାଷେ, Jmol interactive script documentation ପାଇଁ ଥିବା ୱେବ ପେଜକୁ ଯା’ନ୍ତୁ |
| 01:44 | Jmol ୱିଣ୍ଡୋକୁ ଖୋଲିବା ସହିତ move କମାଣ୍ଡକୁ ବ୍ୟବହାର କରି ଗୋଟିଏ ଆନିମେଶନକୁ ପ୍ରଦର୍ଶନ କରନ୍ତୁ |
| 01:50 | ଗୋଟିଏ ଉଦାହରଣ ଭାବେ ଇଥେନକୁ ବ୍ୟବହାର କରି ଏକ ସରଳ move କମାଣ୍ଡ ସହିତ ଆରମ୍ଭ କରନ୍ତୁ |
| 01:55 | modelkit ମେନୁକୁ ବ୍ୟବହାର କରି ଗୋଟିଏ ethaneର ଆକାର ସୃଷ୍ଟି କରନ୍ତୁ |
| 01:59 | modelkit ଆଇକନ୍ ଉପରେ କ୍ଲିକ୍ କରନ୍ତୁ, screen ଉପରେ ଗୋଟିଏ methaneର ଆକାର ଦୃଶ୍ୟମାନ ହେବ |
| 02:06 | hydrogen ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ ସ୍କ୍ରୀନ୍ ଉପରେ ethaneର ଗୋଟିଏ ଆକାର ଅଛି |
| 02:13 | File ମେନୁକୁ ବ୍ୟବହାର କରି consoleକୁ ଖୋଲନ୍ତୁ |
| 02:17 | ପ୍ରମ୍ପ୍ଟରେ, ନିମ୍ନଲିଖିତ କମାଣ୍ଡ ଟାଇପ୍ କରନ୍ତୁ |
| 02:21 | command line, ୱର୍ଡ move ସହିତ ଆରମ୍ଭ ହେବ |
| 02:24 | ପଛକୁ ସଂଖ୍ୟାଗୁଡିକ ଯାହା animation parameterଗୁଡିକର ଗୋଟିଏ ସେଟର ପରିମାଣକୁ ସୁନିଶ୍ଚିତ କରିଥାଏ |
| 02:29 | move କମାଣ୍ଡ ବିଷୟରେ କିଛି ଅଧିକ ତଥ୍ୟ: move କମାଣ୍ଡରେ ନ’ଟି ପାରାମିଟର୍ ଅଛି |
| 02:36 | ପ୍ରଥମ ତିନୋଟି ପାରାମିଟର୍ X, Y ଓ Z ଆକ୍ସିସ୍ ଚାରିପଟେ ରୋଟେଶନ୍ ପାଇଁ ଅଟେ. ଚତୁଃର୍ଥଟି zoom modifier ଅଟେ ଯାହା ପଜିଟିଭ୍ କିମ୍ବା ନେଗେଟିଭ୍ ସଂଖ୍ୟାରେ ପରିଭାଷିତ ହୋଇଥାଏ, |
| 02:48 | zoom in ପାଇଁ ପଜିଟିଭ୍ ଏବଂ zoom out ପାଇଁ ନେଗେଟିଭ୍ |
| 02:52 | ପରବର୍ତ୍ତୀ ତିନୋଟି ପାରାମିଟର, ତିନୋଟି ଆକ୍ସିସରେ translation ସହିତ ସମ୍ପର୍କୀତ ଅଟେ |
| 02:57 | ଅଷ୍ଟମଟି slab ପାରାମିଟର୍ ଅଟେ. ସ୍ଲାବ୍ ପରମାଣୁକୁ slice କରିଥାଏ |
| 03:03 | ଗୋଟିଏ ନିର୍ଦ୍ଦିଷ୍ଟ ଗଭୀରତା ପର୍ଯ୍ୟନ୍ତ ଅଣୁକୁ ବାହାର କରିଥାଏ ଯାହାଦ୍ଵାରା ଅନ୍ତର୍ନିହିତ ଫିଚରଗୁଡିକୁ ସହଜରେ ଦେଖିପାରିବେ |
| 03:10 | ପାରାମିଟର୍ 9 ହେଉଛି ସମୟର ପରିମାଣ, ଯାହା move କମାଣ୍ଡ କାର୍ଯ୍ୟକାରୀ ହେବା ସମୟ, secondରେ ଗଣନା କରାଯାଏ |
| 03:17 | Jmol ପ୍ୟାନେଲକୁ ଫେରିଆସନ୍ତୁ |
| 03:20 | Enter ଦାବିବା ସହ ପ୍ୟାନେଲକୁ ଲକ୍ଷ୍ୟ କରନ୍ତୁ |
| 03:25 | ବିଦ୍ୟମାନ ଥିବା ଫାଇଲରେ ଅଧିକ କମାଣ୍ଡଗୁଡିକୁ ସଂଯୁକ୍ତ କରି ଅତି ସୁନ୍ଦର ଆନିମେଶନ୍ ସୃଷ୍ଟି କରାଯାଇପାରିବ |
| 03:31 | ପୂର୍ବ କମାଣ୍ଡକୁ ପ୍ରାପ୍ତ କରିବା ପାଇଁ କୀବୋର୍ଡ ଉପରେ ଅପ୍-ଆରୋ କୀକୁ ଦାବନ୍ତୁ |
| 03:36 | ଟାଇପ୍ କରନ୍ତୁ: ସେମିକୋଲନ୍ ପରେ delay space 2 |
| 03:41 | ଏଠାରେ, ପରବର୍ତ୍ତୀ କମାଣ୍ଡ ନିଷ୍ପାଦନ ହେବା ପୂର୍ବରୁ delay କମାଣ୍ଡ ସ୍କ୍ରିପ୍ଟକୁ 2 ସେକେଣ୍ଡ ପାଇଁ ପଜ୍ କରିଦେଇଥାଏ |
| 03:48 | ତା’ପରେ ଏହି delay କମାଣ୍ଡ ପରେ ଅନ୍ୟ ଏକ move କମାଣ୍ଡକୁ ଟାଇପ୍ କରନ୍ତୁ |
| 03:52 | ପ୍ରତ୍ୟେକ କମାଣ୍ଡର keyword ପରେ ସେମିକୋଲନକୁ ସଂଜୁକ୍ତ କରିବା ପାଇଁ ଭୁଲନ୍ତୁ ନାହିଁ. Enter ଦାବିବା ସହ ପ୍ୟାନେଲକୁ ଲକ୍ଷ୍ୟ କରନ୍ତୁ |
| 04:06 | ଆନିମେଶନ୍ ସମୟରେ ଅଣୁଗୁଡିକର ରଙ୍ଗକୁ ମଧ୍ୟ ବଦଳାଯାଇପାରିବ |
| 04:10 | ପୁନର୍ବାର, ପୂର୍ବ କମାଣ୍ଡକୁ ପ୍ରାପ୍ତ କରିବା ପାଇଁ ଅପ୍-ଆରୋ କୀକୁ ଦାବନ୍ତୁ |
| 04:15 | ଏଠାରେ ପ୍ରଦର୍ଶିତ ହେବା ଭଳି କନସୋଲ୍ ଉପରେ କମାଣ୍ଡକୁ Edit କରନ୍ତୁ |
| 04:19 | ହାଇଡ୍ରୋଜେନ୍ ଓ ଅକ୍ସିଜେନର ରଙ୍ଗକୁ ପରିବର୍ତ୍ତନ କରିବା ପାଇଁ କୀୱର୍ଡ selectକୁ ବ୍ୟବହାର କରନ୍ତୁ. Enter ଦାବନ୍ତୁ |
| 04:27 | ପୁନର୍ବାର ପ୍ୟାନେଲକୁ ଲକ୍ଷ୍ୟ କରନ୍ତୁ |
| 04:34 | ପରମାଣୁର କିଛି ନିର୍ଦ୍ଦିଷ୍ଟ ଅଂଶ ଅଦୃଶ୍ୟ ଓ ଦୃଶ୍ୟମାନ ହେବା ପାଇଁ ଗୋଟିଏ slab କମାଣ୍ଡକୁ ସଂଯୁକ୍ତ କରନ୍ତୁ |
| 04:41 | ପୁନର୍ବାର ଅପ୍-ଆରୋ କୀକୁ ଦାବନ୍ତୁ ଏବଂ କନସୋଲ୍ ଉପରେ ପ୍ରଦର୍ଶିତ ହେବା ଭଳି ପୂର୍ବ କମାଣ୍ଡକୁ ଏଡିଟ୍ କରନ୍ତୁ |
| 04:47 | select କମାଣ୍ଡ ପରେ slab on ଟାଇପ୍ କରନ୍ତୁ |
| 04:51 | କମାଣ୍ଡର ଶେଷରେ slab off ଟାଇପ୍ କରନ୍ତୁ |
| 04:55 | Enterକୁ ଦାବିବା ସହିତ ପ୍ୟାନେଲକୁ ଲକ୍ଷ୍ୟ କରନ୍ତୁ |
| 05:01 | ପରମାଣୁର କିଛି ଅଂଶ ଅଦୃଶ୍ୟ ହେବା ଏବଂ ପୁନର୍ବାର ଦୃଶ୍ୟମାନ ହେବା ଆପଣ ଦେଖିପାରିବେ |
| 05:06 | କୀୱର୍ଡ captureକୁ ବ୍ୟବହାର କରି ଏହି ଆନିମେଶନକୁ ଗୋଟିଏ GIF ଭାବେ ସେଭ୍ କରିପାରିବେ |
| 05:11 | ପୂର୍ବ କମାଣ୍ଡକୁ ପ୍ରାପ୍ତ କରିବା ପାଇଁ ଅପ୍-ଆରୋ କୀକୁ ଦାବନ୍ତୁ |
| 05:15 | capture କମାଣ୍ଡକୁ ଟାଇପ୍ କରିବା ସହ କମାଣ୍ଡର ଆରମ୍ଭରୁ ଫାଇଲର ନାମ ଓ pathକୁ ନିର୍ଦ୍ଦିଷ୍ଟ କରନ୍ତୁ |
| 05:21 | GIF ଫାଇଲକୁ save କରିବା ପାଇଁ home ଫୋଲ୍ଡରର ନାମକୁ ଟାଇପ୍ କରିପାରିବେ |
| 05:26 | ମୁଁ ଡେସ୍କଟପ୍ ଉପରେ ଆନିମେଶନକୁ ଫାଇଲ୍ ନାମ sneha ଭାବେ ସେଭ୍ କରୁଛି. Enter ଦାବନ୍ତୁ |
| 05:36 | ବର୍ତ୍ତମାନ ଡେସ୍କଟପ୍ ଉପରେ ଆନିମେଶନଟି GIF ଫାଇଲ୍ ଭାବେ ସେଭ୍ ହୋଇଯିବ |
| 05:41 | GIF ଫାଇଲ୍ ଥିବା ସ୍ଥାନକୁ ନାଭିଗେଟ୍ କରନ୍ତୁ |
| 05:44 | ସେଭ୍ ହୋଇଥିବା GIF ଫାଇଲକୁ Image Viewer ସଫ୍ଟୱେର୍ ସହିତ ଖୋଲନ୍ତୁ |
| 05:50 | Jmol ପ୍ୟାନେଲକୁ ଫେରିଆସନ୍ତୁ |
| 05:54 | ସେହିପରି, ଯେକୌଣସି ମାକ୍ରୋମଲିକ୍ୟୁଲର ଗୋଟିଏ pdb ଫାଇଲକୁ ଖୋଲନ୍ତୁ; ଉଦାହରଣସ୍ଵରୂପ- ଗୋଟିଏ pdb କୋଡ୍, 2DN1 ସହିତ, oxygenated hemoglobin |
| 06:06 | File ମେନୁକୁ ବ୍ୟବହାର କରି pdb ଡେଟାବେସରୁ ସିଧାସଳଖ ଷ୍ଟ୍ରକଚରକୁ ଡାଉନଲୋଡ୍ କରନ୍ତୁ |
| 06:11 | ଟେକ୍ସଟ ବକ୍ସରେ pdb କୋଡ୍ 2DN1କୁ ଟାଇପ୍ କରିବା ସହ OK ଦାବନ୍ତୁ |
| 06:19 | ପ୍ୟାନେଲ୍ ଉପରେ hemoglobinର ଗୋଟିଏ ଆକାର ପ୍ରଦର୍ଶିତ ହୋଇଛି |
| 06:23 | Console ଉପରେ ନିମ୍ନଲିଖିତ କମାଣ୍ଡକୁ ଟାଇପ୍ କରନ୍ତୁ |
| 06:26 | ପ୍ରୋଟିନର ବିଭିନ୍ନ ୟୁନିଟଗୁଡିକର କଲରକୁ ପରିବର୍ତ୍ତନ କରିବା ପାଇଁ କୀୱର୍ଡ select ଥିବା କମାଣ୍ଡ ବ୍ୟବହୃତ ହୋଇଛି |
| 06:32 | move କମାଣ୍ଡ ମଧ୍ୟ ବ୍ୟବହୃତ ହୋଇଛି |
| 06:35 | ଏହି କମାଣ୍ଡ ପ୍ରୋଟିନକୁ ରେଡ୍ କାର୍ଟୂନରେ ପ୍ରଦର୍ଶିତ କରିବ |
| 06:40 | Haem ଅଂଶ yellow spacefill displayରେ ଏବଂ ପରମାଣୁର 50%କୁ ବାହାର କରିଦେବ |
| 06:48 | 4 ସେକେଣ୍ଡରେ X-axis ଚାରିପଟେ 360º ରୋଟେଟ୍ କରିବା ସହ ସମସ୍ତ ଅଣୁଗୁଡିକୁ ପୁନରୁଦ୍ଧାର କରନ୍ତୁ |
| 06:56 | Enter ଦାବିବା ସହ ପ୍ୟାନେଲକୁ ଲକ୍ଷ୍ୟ କରନ୍ତୁ |
| 07:07 | ବର୍ତ୍ତମାନ ଉପରୋକ୍ତ ସମସ୍ତ ସୋପାନଗୁଡିକର ପୁନରାବୃତ୍ତି କରିବା ପାଇଁ loop କମାଣ୍ଡକୁ ବ୍ୟବହାର କରନ୍ତୁ |
| 07:13 | ସମାନ କମାଣ୍ଡ ପ୍ରାପ୍ତ କରିବା ପାଇଁ ଅପ୍-ଆରୋ କୀକୁ ଦାବନ୍ତୁ. କମାଣ୍ଡର ଶେଷରେ loop 2 ଟାଇପ୍ କରନ୍ତୁ |
| 07:20 | loop 2 ସୂଚିତ କରୁଛି ଯେ ପୂର୍ବ ସ୍କ୍ରିପ୍ଟ କମାଣ୍ଡଗୁଡିକ 2 ସେକେଣ୍ଡ ବିଳମ୍ବରେ ଆରମ୍ଭ ହେବ. Enter ଦାବନ୍ତୁ |
| 07:34 | ଆପଣ ସୃଜନଶୀଳ ହେବା ସହିତ ଆନିମେଟ୍ କରିବା ପାଇଁ ଏହି ଭଳି ଅନେକ କମାଣ୍ଡ ଟାଇପ୍ କରିପାରିବେ |
| 07:39 | ବର୍ତ୍ତମାନ ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ |
| 07:44 | move, delay ଭଳି ସ୍କ୍ରିପ୍ଟ କମାଣ୍ଡକୁ ବ୍ୟବହାର କରି ethane ଓ haemoglobinର ଆନିମେଶନ୍ ସୃଷ୍ଟି କରିବା |
| 07:54 | loop ଓ slab କମାଣ୍ଡଗୁଡିକୁ ମଧ୍ୟ ବ୍ୟବହାର କରି ଶିଖିଲେ |
| 07:58 | capture କମାଣ୍ଡ ବ୍ୟବହାର କରି ଆନିମଶନକୁ ଗୋଟିଏ GIF ଫାଇଲ୍ ଭାବେ କଲେ |
| 08:03 | ଆସାଇନମେଣ୍ଟ ପାଇଁ-ନିଜ ପସନ୍ଦର ଗୋଟିଏ ପରମାଣୁକୁ ନିଅନ୍ତୁ ଏବଂ move ଓ delay କମାଣ୍ଡକୁ ବ୍ୟବହାର କରି ଆନିମେଶନ୍ କରନ୍ତୁ |
| 08:11 | ଆନିମେଶନ୍ ସୃଷ୍ଟି କରିବା ପାଇଁ ବନ୍ଧଗୁଡିକର display, color ଓ sizeକୁ ପରିବର୍ତ୍ତନ କରନ୍ତୁ |
| 08:17 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ |
| 08:25 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 08:32 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 08:36 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
| 08:43 | ଏହି ମିଶନ୍ ଉପରେ ଅଧିକ ବିବରଣୀ ପ୍ରଦର୍ଶିତ ଲିଙ୍କରେ ଉପଲବ୍ଧ |
| 08:48 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |