Git/C3/Working-with-Remote-Repositories/Oriya

From Script | Spoken-Tutorial
Revision as of 17:47, 18 September 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 ବନ୍ଧୁଗଣ, Working with Remote Repositories ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, Remote repository କ’ଣ ଏବଂ
00:12 Remote repositoryରେ କିପରି ତଥ୍ୟକୁ ସୀଙ୍କ୍ରୋନାଇଜ୍ କରାଯାଏ ଶିଖିବା
00:16 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି: Ubuntu Linux 14.04
00:22 Git 2.3.2
00:25 gedit Text Editor ଓ
00:28 Firefox web browser
00:30 ଆପଣ ନିଜ ପସନ୍ଦର ଯେକୌଣସି ଏଡିଟର୍ ଓ ୱେବ୍ ବ୍ରାଉଜରକୁ ବ୍ୟବହାର କରିପାରିବେ
00:36 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର ଗୋଟିଏ କାର୍ଯ୍ୟକାରୀ Internet ସଂଯୋଗ ଥିବା ଆବଶ୍ୟକ
00:41 ଆପଣଙ୍କର Git କମାଣ୍ଡଗୁଡିକ ଉପରେ ମଧ୍ୟ ମୌଳିକ ଜ୍ଞାନ ଥିବା ଆବଶ୍ୟକ
00:46 ଯଦି ନାହିଁ ତେବେ ଦୟାକରି ସମ୍ପର୍କୀତ ଟ୍ୟୁଟୋରିଆଲ୍ ପାଇଁ ପ୍ରଦର୍ଶିତ linkକୁ ଯା’ନ୍ତୁ
00:52 ପ୍ରଥମେ, ଗୋଟିଏ Remote repository କ’ଣ, ଚାଲନ୍ତୁ ବୁଝିବା
00:56 ଗୋଟିଏ repository ଯାହା ଇଣ୍ଟରନେଟରେ କିମ୍ବା Remote repository ନାମକ ଯେକୌଣସି ନେଟୱର୍କରେ ହୋଷ୍ଟ ହୋଇଛି
01:04 ଏହି କେନ୍ଦ୍ରିତ repositoryକୁ ବ୍ୟବହାର କରି, ଯେ କୌଣସି ସମୟରେ ବିଶ୍ଵର ଯେକୌଣସି ସ୍ଥାନରୁ ଲୋକମାନେ ଗୋଟିଏ ପ୍ରୋଜେକ୍ଟ ଉପରେ ସହଯୋଗ ପ୍ରଦାନ କରିପାରିବେ
01:13 ଉଦାହରଣସ୍ଵରୂପ, ଧରିନିଅନ୍ତୁ ତିନି ଜଣ ଲୋକ ଯେଉଁମାନେକି ସମାନ repositoryରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଚାହାଁନ୍ତି
01:21 Git, ସେମାନଙ୍କୁ ସେମାନଙ୍କ ସ୍ଥାନୀୟ ସିଷ୍ଟମରେ Remote repositoryର ଗୋଟିଏ କପୀ ନେବା ପାଇଁ ଅନୁମତି ପ୍ରଦାନ କରେ
01:28 ଏହାକୁ clone କମାଣ୍ଡ ବ୍ୟବହାର କରି କରାଯାଇପାରିବ
01:31 ତା’ପରେ ସେମାନେ ସ୍ଥାନୀୟ repositoryରେ ଅଫଲାଇନ୍ କାମ କରିପାରିବେ
01:36 ଥରେ ସନ୍ତୋଷଜନକ କାମ ହେଲା ପରେ, ପୁନର୍ବାର ଏହାକୁ ମୁଖ୍ୟ repositoryରେ ସୀଙ୍କ୍ରୋନାଇଜ୍ କରିବାକୁ ପଡିଥାଏ
01:43 ଏହାକୁ Push ଓ pull କମାଣ୍ଡ ବ୍ୟବହାର କରି କରାଯାଇଥାଏ
01:48 ଏହି ଟ୍ୟୁଟୋରିଆଲର ସମାପ୍ତିରେ ଆପଣ ସମ୍ପୂର୍ଣ୍ଣ କାର୍ଯ୍ୟାବଳୀକୁ ବୁଝିପାରିବେ
01:53 ପ୍ରଥମେ ପୂର୍ବେ ସୃଷ୍ଟି କରାଯାଇଥିବା GitHub repositoryକୁ ଖୋଲନ୍ତୁ
01:59 ଡାହାଣ ପଟେ, ଏହି repositoryର URLକୁ ଦେଖିପାରିବେ
02:05 ଏହି URLକୁ କପୀ କରନ୍ତୁ
02:08 ଗୋଟିଏ ସ୍ଥାନୀୟ repository ସୃଷ୍ଟି କରିବା ପାଇଁ URLକୁ ବ୍ୟବହାର କରି, ଏହି repositoryର ଗୋଟିଏ ନକଲ କରନ୍ତୁ
02:16 terminalକୁ ଖୋଲନ୍ତୁ
02:18 ସମାନ Remote repositoryରେ କିପରି ଦୁଇ ଜଣ କାମ କରିପାରିବେ ତାହା ବର୍ତ୍ତମାନ ଚାଲନ୍ତୁ ବୁଝିବା
02:24 ଏଥି ପାଇଁ, Desktop ଉପରେ User1 ଓ User2 ନାମକ ଦୁଇଟି ଡାଇରେକ୍ଟୋରୀ ସୃଷ୍ଟି କରାଯାଇଛି
02:33 ଦୟାକରି, ଏହାକୁ ଆପଣଙ୍କ Desktop ଉପରେ ମଧ୍ୟ କରନ୍ତୁ
02:36 ସମାନ terminal ଉପରେ, ଦୁଇଟି ଭିନ୍ନ ଟାବରେ ଡାଇରେକ୍ଟୋରୀଗୁଡିକୁ ଖୋଲନ୍ତୁ
02:43 ପ୍ରଥମ ଟାବରେ, cd ସ୍ପେସ୍ User1 ଟାଇପ୍ କରନ୍ତୁ
02:49 ଦ୍ଵିତୀୟ ଟାବକୁ ଖୋଲିବା ପାଇଁ File ମେନୁ ଉପରେ କ୍ଲିକ୍ କରିବା ସହିତ Open Tabକୁ ଚୟନ କରନ୍ତୁ
02:55 ଦ୍ଵିତୀୟ ଟାବରେ, cd User2 ଟାଇପ୍ କରନ୍ତୁ
03:00 User1 ଟାବକୁ ଯା’ନ୍ତୁ
03:03 ବର୍ତ୍ତମାନ Remote repositoryର ଗୋଟିଏ ନକଲ କରନ୍ତୁ
03:08 ଟାଇପ୍ କରନ୍ତୁ, git ସ୍ପେସ୍ clone ଏବଂ ତା’ପରେ କପୀ ହୋଇଥିବା URL ସ୍ଥାନକୁ ପେଷ୍ଟ କରନ୍ତୁ ଏବଂ ଏହି କମାଣ୍ଡର ଶେଷରେ ଗୋଟିଏ ଡଟ୍ ଟାଇପ୍ କରନ୍ତୁ
03:17 ସମାନ ଡାଇରେକ୍ଟୋରୀ ମଧ୍ୟରେ ଆମେ repositoryର ନକଲ କରିବାକୁ ଯାଉଛେ ବୋଲି, Dot ସୂଚିତକରେ ଯାହା User1 ଅଟେ
03:25 ଅନ୍ୟଥା, ଏହା repository ସହିତ stories ନାମକ ଗୋଟିଏ ନୁତନ directoryକୁ ସୃଷ୍ଟି କରିବ
03:31 ବର୍ତ୍ତମାନ Enter ଦାବନ୍ତୁ
03:33 ସମଗ୍ର କେନ୍ଦ୍ରିତ ଫୋଲ୍ଡରକୁ clone କମାଣ୍ଡ କପୀ କରିବା ସହିତ ଏହାକୁ ଗୋଟିଏ ସ୍ଥାନୀୟ repository ଭାବେ ସୃଷ୍ଟି କରିବ
03:40 ls ଟାଇପ୍ କରନ୍ତୁ. ଆପଣ ଦେଖିପାରିବେ ଯେ Remote repositoryର କଣ୍ଟେଣ୍ଟ ଏଠାରେ କପୀ ହୋଇଯାଇଛି
03:48 ତା’ପରେ, ଭଲଭାବେ ବୁଝିବା ପାଇଁ ଏହି repositoryର user name ଓ email idକୁ ପରିବର୍ତ୍ତନ କରନ୍ତୁ
03:55 ପ୍ରଦର୍ଶନ ଉଦ୍ଦେଶ୍ୟରେ priya-spoken1 ଓ kaushik-spoken ନାମକ ଅଧିକ ଦୁଇଟି GitHub users ସୃଷ୍ଟି କରାଯାଇଛି
04:04 ଏଠାରେ ସେଗୁଡିକ ବ୍ୟବହାର ହେବ
04:14 Git logକୁ ଯାଞ୍ଚ କରନ୍ତୁ
04:16 Remote repositoryର ସମାନ commitsଗୁଡିକୁ ଦେଖିପାରିବେ
04:21 ସେହିପରି, ଦ୍ଵିତୀୟ ଟାବରେ directory User2 ମଧ୍ୟରେ repositoryକୁ କ୍ଲୋନ୍ କରନ୍ତୁ
04:28 ପୂର୍ବେ User1 ପାଇଁ କରିବା ଭଳି, ଏଠାରେ ମଧ୍ୟ user name ଓ email idକୁ ପରିବର୍ତ୍ତନ କରନ୍ତୁ
04:35 ତା’ପରେ, Remote repository ମଧ୍ୟରେ କିପରି ଏହି ୟୁଜରମାନେ କାମ କରନ୍ତି, ଚାଲନ୍ତୁ ବୁଝିବା
04:41 କହିବାକୁ ଗଲେ, User1, lion-and-mouse.html ନାମକ ଗୋଟିଏ ଫାଇଲ୍ ମଧ୍ୟରେ କାର୍ଯ୍ୟ କରିବ
04:48 ଫାଇଲ୍ ସୃଷ୍ଟି କରିବା ପାଇଁ ଟାଇପ୍ କରନ୍ତୁ, gedit lion-and-mouse.html
04:54 ପୂର୍ବେ ସେଭ୍ କରାଯାଇଥିବା Writer documentରୁ କିଛି ଟେକ୍ସଟକୁ ଏହି ଫାଇଲ୍ ମଧ୍ୟରେ କପୀ ଓ ପେଷ୍ଟ କରନ୍ତୁ
05:02 ସେହିପରି, ଫାଇଲ୍ ମଧ୍ୟରେ କିଛି କଣ୍ଟେଣ୍ଟକୁ ମଧ୍ୟ ସଂଯୁକ୍ତ କରିପାରିବେ
05:06 staging area ମଧ୍ୟରେ ଫାଇଲକୁ ସଂଯୁକ୍ତ କରନ୍ତୁ
05:11 ଟାଇପ୍ କରନ୍ତୁ, git add lion-and-mouse.html
05:17 ତା’ପରେ ନୁତନ ଭାବେ ସଂଯୁକ୍ତ ହୋଇଥିବା ଫାଇଲକୁ commit କରନ୍ତୁ
05:21 ଟାଇପ୍ କରନ୍ତୁ, git commit hyphen m, କ୍ଵୋଟ୍ ମଧ୍ୟରେAdded lion-and-mouse.html
05:29 ତା’ପରେ, ସ୍ଥାନୀୟ repositoryକୁ ମୁଖ୍ୟ Remote repository ସହିତ ସୀଙ୍କ୍ରୋନାଇଜ୍ କରନ୍ତୁ
05:35 repositoryକୁ ସୀଙ୍କ୍ରୋନାଇଜ୍ କରିବା ପୂର୍ବରୁ, remotes ବିଷୟରେ ଶିଖିବା
05:40 ଗୋଟିଏ Remote repositoryର URLକୁ Remote କୁହାଯାଏ
05:45 URLକୁ ଗୋଟିଏ ଡାକନାମ ଦେଇପାରିବେ
05:49 ଅନେକ Remote repositories ଉପରେ କାମ କଲା ସମୟରେ ଏହା ଦରକାରୀ ହୋଇଥାଏ
05:54 ଯେତେବେଳେ repositoryକୁ ସୀଙ୍କ୍ରୋନାଇଜ୍ କରାଯାଏ, ସେତେବେଳେ ସମ୍ପୂର୍ଣ୍ଣ URLକୁ ଟାଇପ୍ କରିବା ବ୍ୟତିତ, ଡାକନାମକୁ ବ୍ୟବହାର କରିପାରିବେ
06:01 ଗୋଟିଏ Remoteର ଡିଫଲ୍ଟ ଡାକନାମ ସର୍ବଦା origin ଅଟେ
06:06 ବର୍ତ୍ତମାନ ଗୋଟିଏ Remoteକୁ କିପରି ସଂଯୁକ୍ତ କରାଯାଏ, ଚାଲନ୍ତୁ ଶିଖିବା
06:10 terminalକୁ ଫେରିଆସନ୍ତୁ
06:13 ଟାଇପ୍ କରନ୍ତୁ, git remote. ଡିଫଲ୍ଟ Remote ନେମ୍ origin ଥିବା ଆପଣ ଦେଖିପାରିବେ
06:20 ତା’ପରେ Remoteରେ କିପରି ଗୋଟିଏ ଡାକନାମକୁ ସଂଯୁକ୍ତ କରାଯାଏ, ଚାଲନ୍ତୁ ଦେଖିବା
06:25 ଟାଇପ୍ କରନ୍ତୁ, git remote add stories ଏବଂ Remote repositoryର URLକୁ ଟାଇପ୍ କରନ୍ତୁ
06:32 ଏଠାରେ Remoteକୁ stories ଭାବେ ନାମିତ କରନ୍ତୁ ଯାହା Remote repository ନେମ୍ ଅଟେ
06:38 ବର୍ତ୍ତମାନ, Enter କୀକୁ ଦାବନ୍ତୁ
06:41 ପୁନର୍ବାର Remote ତାଲିକାକୁ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ, git remote
06:46 ଆପଣ ଦେଖିପାରିବେ ଯେ ତାଲିକାରେ Remote ସଂଯୁକ୍ତ ହୋଇଯାଇଛି
06:50 ବର୍ତ୍ତମାନ ସ୍ଥାନୀୟ repository ସହିତ ମୁଖ୍ୟ Remote repositoryକୁ ସୀଙ୍କ୍ରୋନାଇଜ୍ କରନ୍ତୁ
06:55 ଏହା କରିବା ପାଇଁ, ଟାଇପ୍ କରନ୍ତୁ, git push stories master
07:00 ଏଠାରେ stories, Remote ନେମ୍ ଅଟେ ଏବଂ master, ବ୍ରାଞ୍ଚ ଅଟେ, ଯେଉଁଠି ପରିବର୍ତ୍ତନଗୁଡିକ ଅଦ୍ୟତନ ହୋଇଛି
07:07 ବର୍ତ୍ତମାନ Enter ଦାବନ୍ତୁ
07:09 User1ର username ଭାବେ priya-spoken1କୁ ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
07:17 User1ର ଅନୁରୂପ ପାସୱର୍ଡକୁ ଟାଇପ୍ କରନ୍ତୁ
07:21 ପ୍ରଦର୍ଶନ ଉଦ୍ଦେଶ୍ୟରେ ପୂର୍ବେ ସୃଷ୍ଟି କରାଯାଇଥିବା ଏହି ୟୁଜର୍ ନେମକୁ ମନେପକାନ୍ତୁ
07:27 ଦୟାକରି ଏଠାରେ ଆପଣଙ୍କ ୟୁଜରନେମ୍ ଓ ପାସୱର୍ଡକୁ ବ୍ୟବହାର କରନ୍ତୁ
07:31 ଏହା unable to access ନାମକ ଗୋଟିଏ ତୃଟିକୁ ପ୍ରଦର୍ଶନ କରିବ
07:35 ଏହି ତୃଟି କାହିଁକି ଦେଖାଦେଲା? ଏହାର କାରଣ ହେଉଛି Remote repositoryକୁ ଆମର ଆକ୍ସେସ୍ ନାହିଁ
07:42 ତେଣୁ ବର୍ତ୍ତମାନ, ସହଯୋଗକର୍ତ୍ତାମାନଙ୍କୁ କିପରି ଆକ୍ସେସର ଅନୁମତି ପ୍ରଦାନ କରାଯାଏ, ଦେଖିବା
07:48 GitHub repositoryକୁ ଫେରିଆସନ୍ତୁ
07:51 ଉପର ପ୍ୟାନେଲରେ ଥିବା ଶେଷ ଟାବ୍ – Settings ଉପରେ କ୍ଲିକ୍ କରନ୍ତୁ
07:55 ବାମ ପଟ ବକ୍ସରେ ଥିବା Collaborators ଲିଙ୍କ ଉପରେ କ୍ଲିକ୍ କରନ୍ତୁ
08:00 ସୁନିଶ୍ଚିତ କରିବା ପାଇଁ GitHub ଆକାଉଣ୍ଟ ପାସୱର୍ଡକୁ ଟାଇପ୍ କରନ୍ତୁ
08:04 ଏଠାରେ ଟେକ୍ସଟ ବକ୍ସ ମଧ୍ୟରେ, ସହଯୋଗକର୍ତ୍ତାଙ୍କ ନାମଗୁଡିକୁ ମଧ୍ୟ ସଂଯୁକ୍ତ କରିପାରିବେ
08:10 ଏହା ବୁଝନ୍ତୁ ଯେ ଏହି GitHub repositoryକୁ ଯେକେହି clone କରିପାରିବେ
08:15 କିନ୍ତୁ ସହଯୋଗକର୍ତ୍ତା ଭାବେ ସଂଯୁକ୍ତ କରାଯାଇଥିବା ଲୋକମାନଙ୍କୁ repository ମଧ୍ୟକୁ push କରାଯାଇପାରିବ
08:21 ବର୍ତ୍ତମାନ, priya-spoken1 ଓ kaushik-spoken ନାମକ ଦୁଇଟି ୟୁଜରଙ୍କୁ ସଂଯୁକ୍ତ କରନ୍ତୁ
08:27 ୟୁଜର୍ ନେମ୍ ତାଲିକାଭୁକ୍ତ ହେବା ଦେଖିପାରିବେ ଯେତେବେଳେ ଟେକ୍ସଟ ବକ୍ସରେ ଟାଇପ୍ କରାଯିବ
08:33 ୟୁଜରକୁ ସହଯୋଗକର୍ତ୍ତା ଭାବେ ସଂଯୁକ୍ତ କରିବା ପାଇଁ Add Collaborator ବଟନ୍ ଉପରେ କ୍ଲିକ୍ କରନ୍ତୁ
08:38 ଅନ୍ୟ ୟୁଜର୍ kaushik-spokenକୁ ମଧ୍ୟ ସଂଯୁକ୍ତ କରନ୍ତୁ
08:43 ଏଠାରେ ସଂଯୁକ୍ତ କରାଯାଇଥିବା ନାମ ତାଲିକାଭୁକ୍ତ ହୋଇଥିବା, ଦେଖିପାରିବେ
08:47 ବର୍ତ୍ତମାନ, Remote repository ମଧ୍ୟରେ ପୁଶ୍ କରିବା ପାଇଁ ଚେଷ୍ଟା କରନ୍ତୁ
08:51 terminalକୁ ଫେରିଆସନ୍ତୁ
08:54 ଟାଇପ୍ କରନ୍ତୁ, git push stories master
08:58 repositoryକୁ ଆକ୍ସେସ୍ ଥିବା ୟୁଜରଙ୍କୁ username ଓ password ପ୍ରଦାନ କରନ୍ତୁ
09:04 ଏହାକୁ ସଫଳତାର ସହ ପୁଶ୍ ହୋଇଥିବା, ଦେଖିପାରିବେ
09:08 ତା’ପରେ, ପରିବର୍ତ୍ତନଗୁଡିକ ଅଦ୍ୟତନ ହୋଇଛି କି ନାହିଁ ଦେଖିବା ପାଇଁ GitHub repositoryକୁ ଯାଞ୍ଚ କରନ୍ତୁ
09:14 GitHub repositoryକୁ ଫେରିଆସନ୍ତୁ
09:17 Code ଟାବ୍ ଉପରେ କ୍ଲିକ୍ କରନ୍ତୁ
09:20 commit listକୁ ଯାଞ୍ଚ କରନ୍ତୁ
09:23 ଦେଖିପାରିବେ ଯେ ସହଯୋଗକର୍ତ୍ତାଙ୍କର commit ଏଠାରେ ତାଲିକାଭୁକ୍ତ ହୋଇଛି
09:28 ତା’ପରେ, Remote repository ସହିତ User2 କିପରି ସହଯୋଗ କରିପାରିବେ, ଚାଲନ୍ତୁ ଶିଖିବା
09:34 terminalକୁ ଫେରିଆସନ୍ତୁ
09:37 ଧରିନିଅନ୍ତୁ User2, friends.html ନାମକ ଫାଇଲ୍ ଉପରେ କାର୍ଯ୍ୟ କରୁଛି
09:43 ଫାଇଲ୍ ସୃଷ୍ଟି କରିବା ପାଇଁ ଟାଇପ୍ କରନ୍ତୁ, gedit friends.html
09:49 Writer ଡକୁମେଣ୍ଟରୁ କିଛି ଟେକ୍ସଟକୁ ଏହି ଫାଇଲ୍ ମଧ୍ୟରେ କପୀ ଓ ପେଷ୍ଟ କରନ୍ତୁ
09:54 ସେହିପରି, ଫାଇଲ୍ ମଧ୍ୟରେ କିଛି କଣ୍ଟେଣ୍ଟକୁ ସଂଯୁକ୍ତ କରିପାରିବେ
09:59 staging area ମଧ୍ୟରେ ଫାଇଲକୁ ସଂଯୁକ୍ତ କରନ୍ତୁ
10:03 ତା’ପରେ ନୁତନ ଭାବେ ସଂଯୁକ୍ତ ହୋଇଥିବା ଫାଇଲକୁ commit କରନ୍ତୁ
10:07 ଟାଇପ୍ କରନ୍ତୁ, git commit hyphen m, କ୍ଵୋଟ୍ ମଧ୍ୟରେ Added friends.html
10:15 ତା’ପରେ, ସ୍ଥାନୀୟ repositoryକୁ ମୁଖ୍ୟ Remote repository ସହିତ ସୀଙ୍କ୍ରୋନାଇଜ୍ କରନ୍ତୁ
10:21 ଟାଇପ୍ କରନ୍ତୁ, git push origin master
10:25 ମନେରଖନ୍ତୁ ଯେ, ଏହି ସ୍ଥାନୀୟ repositoryରେ Remoteକୁ ସଂଯୁକ୍ତ କରାଗଲା ନାହିଁ
10:30 ତେଣୁ ଏଠାରେ ଡିଫଲ୍ଟ Remote ନେମ୍ ଭାବେ originକୁ ବ୍ୟବହାର କରାଯାଉଛି
10:34 ବର୍ତ୍ତମାନ, Enter ଦାବନ୍ତୁ
10:37 User2ର GitHub ୟୁଜରନେମ୍ ଓ ପାସୱର୍ଡକୁ ଟାଇପ୍ କରନ୍ତୁ
10:42 ଏହା, failed to push ନାମକ ଗୋଟିଏ ତୃଟିକୁ ପ୍ରଦର୍ଶନ କରିବ
10:46 ଏହା ତୃଟିର କାରଣକୁ ମଧ୍ୟ ପ୍ରଦର୍ଶନ କରିବ: the remote contains work that you do not have locally
10:53 ମନେରଖନ୍ତୁ ଯେ, ପୂର୍ବେ User1 ଗୋଟିଏ କମିଟକୁ ପୁଶ୍ କରିଛି
10:58 କିନ୍ତୁ User2 ଏହାର ସ୍ଥାନୀୟ repositoryରେ User1ର କାର୍ଯ୍ୟ କରିନାହିଁ
11:04 ତୃଟିକୁ ସଂଶୋଧନ କରିବା ସକାଷେ git pull କମାଣ୍ଡକୁ ରନ୍ କରିବା ପାଇଁ ଏହା ଗୋଟିଏ ପରାମର୍ଶ ମଧ୍ୟ ପ୍ରଦାନ କରିବ
11:10 ତେଣୁ ପ୍ରଥମେ, User1ର କାମକୁ ପୁଲ୍ ଡାଉନ୍ କରନ୍ତୁ ଏବଂ ଏହାକୁ User2ର ସ୍ଥାନୀୟ repositoryରେ ସଂଯୁକ୍ତ କରନ୍ତୁ. ବର୍ତ୍ତମାନ ଏହାକୁ କରନ୍ତୁ
11:21 ଟାଇପ୍ କରନ୍ତୁ, git pull origin master
11:25 ପ୍ରଥମେ ଏହା Remote repositoryରୁ ତଥ୍ୟଗୁଡିକୁ ସଂଗ୍ରହ କରିବ ତା’ପରେ ଏହାକୁ ସ୍ଥାନୀୟ repositoryରେ merge କରିବ
11:32 ତେଣୁ ଏହା merging ପାଇଁ ଗୋଟିଏ ବାର୍ତ୍ତା ପ୍ରଦର୍ଶନ ସକାଷେ ଏକ ଏଡିଟରକୁ ଖୋଲିବ
11:36 ସମାନ ବାର୍ତ୍ତାକୁ ରଖନ୍ତୁ ଏବଂ Ctrl + Xକୁ ଦାବି ଏଡିଟରକୁ ବନ୍ଦ କରନ୍ତୁ
11:42 ବର୍ତ୍ତମାନ ପୁନର୍ବାର, ତଥ୍ୟକୁ ପୁଶ୍ କରିବା ପାଇଁ ଚେଷ୍ଟା କରନ୍ତୁ. ଟାଇପ୍ କରନ୍ତୁ, git push origin master
11:50 User2ର username ଓ passwordକୁ ପ୍ରଦାନ କରନ୍ତୁ
11:54 ବର୍ତ୍ତମାନ ସଫଳତାର ସହ ତଥ୍ୟ ପୁଶ୍ ହୋଇଥିବା, ଦେଖିପାରିବେ
11:59 ତା’ପରେ, ଆମେ କରିଥିବା ପରିବର୍ତ୍ତନଗୁଡିକ ଅଦ୍ୟତନ ହୋଇଛି କି ନାହିଁ ଦେଖିବା ପାଇଁ GitHub repositoryକୁ ଯାଞ୍ଚ କରନ୍ତୁ
12:05 GitHub repositoryକୁ ଫେରିଆସନ୍ତୁ
12:08 ରିପୋଜିଟୋରୀ ନାମ Stories ଉପରେ କ୍ଲିକ୍ କରନ୍ତୁ
12:12 ବର୍ତ୍ତମାନ repositoryରେ friends.html ଫାଇଲ୍ ସଂଯୁକ୍ତ ହୋଇଥିବା ଦେଖିପାରିବେ
12:18 ବର୍ତ୍ତମାନ commit listକୁ ଯାଞ୍ଚ କରନ୍ତୁ
12:21 ଏଠାରେ User2ର commit ତାଲିକାଭୁକ୍ତ ହୋଇଥିବା ଦେଖିପାରିବେ
12:26 ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
12:30 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଛେ -
12:35 Remote repository କ’ଣ ଏବଂ
12:38 Remote repositoryରେ କିପରି ତଥ୍ୟକୁ ସୀଙ୍କ୍ରୋନାଇଜ୍ କରିବା
12:42 ଗୋଟିଏ ଆସାଇନମେଣ୍ଟ ଭାବେ, User3 ନାମକ ଆଉ ଏକ ୟୁଜର୍ ସୃଷ୍ଟି କରନ୍ତୁ
12:47 User3 ପାଇଁ ତଥ୍ୟକୁ Clone କରନ୍ତୁ
12:50 User3ର ସ୍ଥାନୀୟ repositoryରେ କାମ କରିବା ଆରମ୍ଭ କରନ୍ତୁ ଏବଂ
12:54 User3ରୁ ତଥ୍ୟକୁ ପୁଶ୍ କରିବା ପାଇଁ ଚେଷ୍ଟା କରନ୍ତୁ
12:58 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
13:03 ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ
13:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
13:12 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
13:16 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
13:22 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
13:27 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep