Netbeans/C2/Designing-GUI-for-Sample-Java-Application/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Building GUIs using Netbeans ଉପରେ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ Netbeansର ଫିଚରଗୁଡିକ ମଧ୍ୟରୁ ଏକ ଆକର୍ଶକ ଫିଚରକୁ ଦେଖିବା, ଯାହା GUI Builder ଅଟେ |
00:13 | GUIର ନିର୍ମାଣ ପାଇଁ Netbeans କ’ଣ ଉପଲବ୍ଧ କରାଇଥାଏ? |
00:16 | ଏହା ଡିଜାଇନରକୁ GUI ସୃଷ୍ଟି କରିବା ପାଇଁ ଗୋଟିଏ What You See Is What You Get ପ୍ରଦାନ କରିଥାଏ |
00:21 | layout ସୃଷ୍ଟି କରିବା ସକାସେ, କମ୍ପୋନେଣ୍ଟଗୁଡିକୁ ଡ୍ରାଗ୍ ଓ ଡ୍ରପ୍ କରିବା ପାଇଁ ଗୋଟିଏ ସରଳ ଇଣ୍ଟରଫେସ୍ ମଧ୍ୟ ପ୍ରଦାନ କରିଥାଏ |
00:27 | ଏହା ପୂର୍ବରୁ ଇନଷ୍ଟଲ୍ ହୋଇଥିବା AWT ସହିତ ଗୋଟିଏ କମ୍ପୋନେଣ୍ଟ Palette ଏବଂ Swing କମ୍ପୋନେଣ୍ଟଗୁଡିକ ସହ ଆସିଥାଏ |
00:33 | କିଛି ସମୟ ମଧ୍ୟରେ ଗୋଟିଏ ସମ୍ପୂର୍ଣ୍ଣ GUI applicationର ନିର୍ମାଣ କରିବା ପାଇଁ ଏହି ଶକ୍ତିଶାଳୀ ଭିଜୁଆଲ୍ ଏଡିଟରକୁ ବ୍ୟବହାର କରିପାରିବେ |
00:39 | ପ୍ରଦର୍ଶନ ପାଇଁ, ମୁଁ ଗୋଟିଏ ସିଷ୍ଟମକୁ ବ୍ୟବହାର କରିବି ଯାହାର |
00:43 | Linux Operating system Ubuntu ଭର୍ସନ୍ 11.04 |
00:46 | ଏବଂ Netbeans IDE ଭର୍ସନ୍ 7.1.1 ଥିବ |
00:50 | ଇନଷ୍ଟଲେସନ୍ ଓ ଆବଶ୍ୟକତାଗୁଡିକ ଉପରେ ଅଧିକ ବିବରଣୀ ପାଇଁ ଦୟାକରି ପୂର୍ବ ଟ୍ୟୁଟୋରିଆଲକୁ ରେଫର୍ କରନ୍ତୁ |
00:56 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: |
00:58 | Form Editorର ବ୍ୟବହାର, |
01:00 | Source Editor, Palette, Inspector ଓ Properties ଫିଚରଗୁଡିକ |
01:05 | event handlerଗୁଡିକୁ ସଂଯୁକ୍ତ କରିବା ମଧ୍ୟ |
01:07 | କମ୍ପାଇଲ୍ କରିବା ସହ applicationକୁ run କରନ୍ତୁ |
01:10 | ଏହି ଟ୍ୟୁଟୋରିଆଲରେ ଗୋଟିଏ ସରଳ Account balance applicationକୁ build କରିବାରୁ ଆରମ୍ଭ କରିବା |
01:15 | ଏହି ଆପ୍ଲିକେଶନ୍ ପାଇଁ, ଆମେ- |
01:18 | ଆକାଉଣ୍ଟକୁ credit ହୋଇଥିବା ରାଶିକୁ ଇନପୁଟ୍ କରିବା ପାଇଁ, ସକ୍ଷମ ହେବା |
01:21 | ଆକାଉଣ୍ଟରୁ debit ହୋଇଥିବା ରାଶି |
01:24 | ଏବଂ ଶେଷରେ balanceକୁ କମ୍ପ୍ୟୁଟ୍ କରିବା |
01:26 | applicationକୁ ଅଧିକ ଆକର୍ଶଣୀୟ କରିବା ପାଇଁ ଗୋଟିଏ ଛବିକୁ ମଧ୍ୟ ସଂଯୁକ୍ତ କରନ୍ତୁ |
01:31 | ସହଜ ଓ ଶୀଘ୍ର ନାଭିଗେଶନ୍ ପାଇଁ ଉପରେ ଗୋଟିଏ ମେନୁ ବାର୍ ମଧ୍ୟ ଅଛି |
01:35 | ବର୍ତ୍ତମାନ netbeansକୁ ଯା’ନ୍ତୁ ଏବଂ ଗୋଟିଏ ନୂତନ ପ୍ରୋଜେକ୍ଟ ସୃଷ୍ଟି କରିବା ସହ ଆରମ୍ଭ କରନ୍ତୁ |
01:40 | File ମେନୁରୁ, New Project > ଗୋଟିଏ Java Application ଚୟନ କରନ୍ତୁ. Nextରେ କ୍ଲିକ୍ କରନ୍ତୁ |
01:49 | ଏବଂ ପ୍ରୋଜେକ୍ଟକୁ ଗୋଟିଏ ନାମ ଦିଅନ୍ତୁ |
01:51 | ପ୍ରୋଜେକ୍ଟକୁ Account balance ଭାବେ ନାମିତ କରନ୍ତୁ |
01:58 | ଗୋଟିଏ Main Class ସୃଷ୍ଟି କରନ୍ତୁ ନାହିଁ କିନ୍ତୁ ଏହାକୁ Main Project ଭାବେ ସେଟ୍ କରନ୍ତୁ |
02:02 | Finishରେ କ୍ଲିକ୍ କରନ୍ତୁ. ଏହା IDE ଉପରେ ଗୋଟିଏ ନୂତନ ପ୍ରୋଜେକ୍ଟକୁ ସୃଷ୍ଟି କରିବା ଆବଶ୍ୟକ ଅଟେ |
02:07 | ବର୍ତ୍ତମାନ File ମେନୁରେ ଥିବା Fileକୁ ଫେରିଆସନ୍ତୁ ଏବଂ New Fileକୁ ଚୟନ କରନ୍ତୁ |
02:15 | Categories ଅଧିନରେ Swing GUI Formsକୁ ଚୟନ କରନ୍ତୁ |
02:18 | ଏବଂ File Type ଅଧିନରେ Jframe Formକୁ ଚୟନ କରନ୍ତୁ |
02:21 | Next ଉପରେ କ୍ଲିକ୍ କରନ୍ତୁ |
02:24 | ଏହାକୁ AccountBalance ମଧ୍ୟ କୁହାଯାଇପାରିବ |
02:29 | କିନ୍ତୁ ଏହାକୁ ଆପଣଙ୍କ ମନପସନ୍ଦର ଯେକୌଣସି ନାମ ଦେଇପାରିବେ |
02:33 | ଥରେ Finish ଉପରେ କ୍ଲିକ୍ କଲେ ଏହା ଆପଣଙ୍କୁ ମୁଖ୍ୟ Design କ୍ଷେତ୍ରକୁ ନେଇଯିବ |
02:39 | GUI builder ସହିତ ସୁପରିଚିତ ହୁଅନ୍ତୁ |
02:43 | ଏଠାରେ ଡାହାଣ ପଟେ Palette ଅଛି |
02:45 | ଏହା ପ୍ରୀ-ଇନଷ୍ଟଲ୍ଡ Swing ଓ AWT କମ୍ପୋନେଣ୍ଟଗୁଡିକୁ ଧାରଣ କରିଥାଏ |
02:49 | ଏଠାରେ ନିମ୍ନସ୍ଥ, ପ୍ୟାଲେଟର ନିମ୍ନରେ Properties ୱିଣ୍ଡୋ ଅଛି |
02:53 | ସେମାନଙ୍କୁ ଚୟନ କରିବା ଦ୍ଵାରା କମ୍ପୋନେଣ୍ଟଗୁଡିକର ପ୍ରପର୍ଟୀଗୁଡିକ ଦୃଶ୍ୟମାନ ହେବ |
02:58 | ବାମ ପଟେ, ଏଠାରେ Navigator ବା inspector ଅଛି |
03:01 | ଯାହା frameର ୱର୍କସ୍ପେସ୍ ଉପରେ Design ମୋଡରେ ସଂଯୁକ୍ତ ହୋଇଥିବ |
03:05 | କମ୍ପୋନେଣ୍ଟଗୁଡିକୁ ଏଠାରେ ପ୍ରଦର୍ଶନ କରୁଅଛି |
03:08 | ଉପରି ଭାଗରେ ଏଠାରେ Source ବଟନ୍ ଅଛି |
03:11 | ଯେତେବେଳେ ଏହା ଉପରେ କ୍ଲିକ୍ କରିବେ, ଏହା ଆପଣଙ୍କୁ source codeକୁ ନେଇଯିବ |
03:15 | ଡିଜାଇନରେ ଯେତେବେଳେ କମ୍ପୋନେଣ୍ଟଗୁଡିକୁ ସଂଯୁକ୍ତ କରିଚାଲିବେ, |
03:18 | ଏହା ଅନୁରୂପ ସୋର୍ସ କୋଡକୁ ଗ୍ରହଣ କରିବା ସହ ଏଠାରେ ଥିବା ସୋର୍ସରେ ସଂଯୁକ୍ତ କରିଦେବ |
03:23 | Design ମୋଡକୁ ଫେରିଆସନ୍ତୁ ଏବଂ ଆଜି କେଉଁ କମ୍ପୋନେଣ୍ଟଗୁଡିକ ବ୍ୟବହାର କରିବା, ଦେଖନ୍ତୁ |
03:28 | ଆମେ ଆପ୍ଲିକେଶନକୁ ସୃଷ୍ଟି କରିବା ପାଇଁ ପ୍ୟାଲେଟରୁ କିଛି |
03:31 | କମ୍ପୋନେଣ୍ଟଗୁଡିକୁ ବ୍ୟବହାର କରୁଛେ ଯେପରି, Buttons, Labels, Panels, Tabbed pane, ପ୍ରଭୃତି |
03:38 | ବର୍ତ୍ତମାନ swing Containers ଅଧିନରେ ଥିବା Paletteରୁ ଗୋଟିଏ Tabbed Paneକୁ ଚୟନ କରନ୍ତୁ |
03:45 | Tabbed Paneକୁ ଚୟନ କରିବା ସହ form ଉପରେ କ୍ଲିକ୍ କରନ୍ତୁ |
03:50 | ଏହା ଗୋଟିଏ Tabbed frame ପ୍ରଦାନ କରିବ. mouseକୁ ବ୍ୟବହାର କରି ଏହାକୁ ରିସାଇଜ୍ କରିପାରିବେ |
03:58 | ବର୍ତ୍ତମାନ, Paletteକୁ ଫେରି ଯିବା ସହ ଗୋଟିଏ Panelକୁ ଚୟନ କରନ୍ତୁ |
04:02 | ଏବଂ ପୁନର୍ବାର frame ଉପରେ କ୍ଲିକ୍ କରନ୍ତୁ |
04:06 | ଏହା ଗୋଟିଏ ଟାବ୍ ପ୍ରଦାନ କରିବ |
04:09 | ଫେରିଆସନ୍ତୁ ଏବଂ ଅନ୍ୟ ଏକ Panel ଚୟନ କରନ୍ତୁ. ଏବଂ ପୁନର୍ବାର form ଉପରେ କ୍ଲିକ୍ କରନ୍ତୁ |
04:14 | ଏହା ସମ୍ପୂର୍ଣ୍ଣରୂପେ ଦୁଇଟି ଟାବ୍ ପ୍ରଦାନ କରିବ |
04:17 | ବର୍ତ୍ତମାନ, ଟାବ୍ ଉପରେ ଡବଲ୍ କ୍ଲିକ୍ କରି କିମ୍ବା ଟାବ୍ ଉପରେ ରାଇଟ୍ କ୍ଲିକ୍ କରିବା ସହ Edit Text ଅପଶନକୁ ଚୟନ କରି, ଏହାକୁ rename କରିପାରିବେ |
04:29 | ପ୍ରଥମ ଟାବକୁ Image ଭାବେ ଏବଂ ଦ୍ଵିତୀୟ ଟାବକୁ Balance ଭାବେ ରିନେମ୍ କରନ୍ତୁ |
04:37 | ବର୍ତ୍ତମାନ, Paletteକୁ ଫେରିଆସନ୍ତୁ ଏବଂ Swing Controls ମେନୁରୁ labelଗୁଡିକୁ ସଂଯୁକ୍ତ କରନ୍ତୁ |
04:43 | Swing Controlsରୁ Labelକୁ ଚୟନ କରନ୍ତୁ ଏବଂ ଏଠାରେ ଏହାକୁ formରେ ସଂଯୁକ୍ତ କରନ୍ତୁ |
04:48 | application ପାଇଁ ଆମର 6 labels ଆବଶ୍ୟକ ହେବ |
04:54 | ବର୍ତ୍ତମାନ formରେ ଛ’ଟି ଲେବଲକୁ ସଂଯୁକ୍ତ କରାଯାଇଛି |
04:58 | ସେମାନଙ୍କ ଉପରେ କ୍ଲିକ୍ କରିବା ସହିତ, ସେଗୁଡିକୁ ପୋଜିଶନ୍ ଓ ଏଲାଇନ୍ କରିପାରିବେ |
05:02 | ଏବଂ mouseକୁ ବ୍ୟବହାର କରି ସେଗୁଡିକୁ ରି-ପୋଜିଶନ୍ କିମ୍ବା ରି-ଏଲାଇନ୍ କରିପାରିବେ |
05:06 | ବର୍ତ୍ତମାନ, ଗୋଟିଏ ଲେବଲ ଉପରେ ଥିବା textକୁ ପରିବର୍ତ୍ତନ କରିବା ପାଇଁ- |
05:08 | ଏହା ଉପରେ ଡବଲ୍ କ୍ଲିକ୍ କିମ୍ବା ରାଇଟ୍ କ୍ଲିକ୍ କରିପାରିବେ |
05:12 | ଏବଂ Edit Text ଅପଶନକୁ ଚୟନ କରନ୍ତୁ |
05:14 | ବର୍ତ୍ତମାନ ଲେବଲକୁ rename କରନ୍ତୁ |
05:16 | ପ୍ରଥମଟିକୁ Initial Amount ଭାବେ, |
05:22 | ଦ୍ଵିତୀୟ ଲେବଲକୁ Credit Amount ଭାବେ, |
05:30 | ତୃତୀୟଟିକୁ Debit Amount ଭାବେ |
05:35 | ଏବଂ ଚତୁଃର୍ଥଟିକୁ Balance ଭାବେ କଲ୍ କରିପାରିବେ |
05:41 | ଆରମ୍ଭରେ Initial Amountକୁ Rs 5000ରେ ସେଟ୍ କରନ୍ତୁ |
05:48 | ଥରେ ବାଲାନ୍ସ କମ୍ପ୍ୟୁଟ୍ ହେଲାପରେ, ଏହାକୁ ଏହି ଲେବଲରେ ରଖିପାରିବେ |
05:53 | କିନ୍ତୁ ବର୍ତ୍ତମାନ ପାଇଁ, ଏହାକୁ starsରେ ପରିଣତ କରନ୍ତୁ |
06:01 | ବର୍ତ୍ତମାନ, Paletteକୁ ଫେରିଆସନ୍ତୁ ଏବଂ ଗୋଟିଏ Text Field ଚୟନ କରିବା ସହ ଦୁଇଟି ଟେକ୍ସଟ ଫିଲ୍ଡକୁ ସଂଯୁକ୍ତ କରନ୍ତୁ, ଗୋଟିଏକୁ Credit Amount କଡରେ ଏବଂ ଅନ୍ୟଟିକୁ Debit Amount କଡରେ ରଖନ୍ତୁ |
06:16 | Text field ସ୍ଥାନକୁ ମଧ୍ୟ ଶୁନ୍ୟ ଛାଡିଦିଅନ୍ତୁ |
06:20 | ଟେକ୍ସଟକୁ edit କରିବା ସହ ବିଦ୍ୟମାନ ଥିବା ଟେକ୍ସଟକୁ ବାହାର କରିଦିଅନ୍ତୁ |
06:27 | mouseକୁ ବ୍ୟବହାର କରି ଏହାକୁ resize କରନ୍ତୁ |
06:35 | ଥରେ ଏହା ସମ୍ପୂର୍ଣ୍ଣ ହେଲାପରେ, ବର୍ତ୍ତମାନ ପ୍ୟାଲେଟକୁ ଫେରିଯିବା ସହ ଗୋଟିଏ Buttonକୁ ଚୟନ କରନ୍ତୁ |
06:42 | frameର ନିମ୍ନଭାଗରେ ବଟନକୁ ସଂଯୁକ୍ତ କରନ୍ତୁ ଏବଂ |
06:48 | ଏହା ଉପରେ ରାଇଟ୍ କ୍ଲିକ୍ କରି ଲେବଲକୁ ପରିବର୍ତ୍ତନ କରିପାରିବେ |
06:53 | Edit Text ଅପଶନକୁ ଚୟନ କରନ୍ତୁ ଏବଂ ଏହାକୁ Get Balance ଭାବେ ନାମିତ କରନ୍ତୁ |
06:58 | ବର୍ତ୍ତମାନ ଏହା ଆବଶ୍ୟକୀୟ GUI ଅଟେ! |
07:01 | ବର୍ତ୍ତମାନ Image ଟାବ(tab1)କୁ ଯିବା ସହ ଗୋଟିଏ ଇମେଜକୁ ସଂଯୁକ୍ତ କରନ୍ତୁ |
07:05 | ଏହା କରିବା ପାଇଁ, Paletteକୁ ଫେରିଆସନ୍ତୁ |
07:08 | ଏବଂ ଅନ୍ୟ ଏକ Labelକୁ ଚୟନ କରନ୍ତୁ ଏବଂ ଏହାକୁ ପ୍ୟାନେଲ ଉପରେ ଡ୍ରପ୍ କରନ୍ତୁ |
07:13 | ବର୍ତ୍ତମାନ, ପ୍ୟାଲେଟର ନିମ୍ନଭାଗରେ ଥିବା Properties ୱିଣ୍ଡୋରେ, ପ୍ରପର୍ଟୀ iconକୁ ସର୍ଚ କରନ୍ତୁ ଏବଂ ଏଠାରେ ଡାହାଣ ପଟେ ଥିବା 3 dots ଉପରେ କ୍ଲିକ୍ କରନ୍ତୁ |
07:26 | icon properties ୱିଣ୍ଡୋ ଖୋଲିବ |
07:28 | ଏଠାରେ, External Image ଅପଶନକୁ ଚୟନ କରନ୍ତୁ, ଏଠାରେ ଡାହାଣ ପଟେ ଥିବା (...) 3 dots ଉପରେ ପୁନର୍ବାର କ୍ଲିକ୍ କରନ୍ତୁ |
07:35 | ଏବଂ ଆପ୍ଲିକେଶନରେ ଆପଣ ସଂଯୁକ୍ତ କରିବାକୁ ଚାହୁଁଥିବା ଇମେଜର ଚୟନ କରନ୍ତୁ |
07:41 | ଏଠାରେ ଇମେଜକୁ ଚୟନ କରନ୍ତୁ. OK ଉପରେ କ୍ଲିକ୍ କରନ୍ତୁ |
07:48 | mouseକୁ ବ୍ୟବହାର କରି ଏହାକୁ ରି-ପୋଜିଶନ୍ କରନ୍ତୁ |
07:51 | ଏଠାରେ ଲେବଲ ଉପରେ ଡବଲ୍ କ୍ଲିକ୍ କରି ଟେକ୍ସଟକୁ ବାହାର କରିପାରିବେ ଏବଂ ଏହି ଟେକ୍ସଟକୁ ବାହାର କରିଦିଅନ୍ତୁ |
07:59 | ବର୍ତ୍ତମାନ ଗୋଟିଏ ଇମେଜକୁ ସଂଯୁକ୍ତ କରାଯାଇଛି |
08:02 | ତା’ପରେ GUIରେ ଗୋଟିଏ ମେନୁକୁ ସଂଯୁକ୍ତ କରନ୍ତୁ |
08:05 | paletteକୁ ଯା’ନ୍ତୁ ଏବଂ swing menus ଅଧିନରେ ଥିବା Menu bar ଅପଶନକୁ ଚୟନ କରନ୍ତୁ |
08:12 | Menu Barକୁ ଚୟନ କରିବା ସହିତ ଏଠାରେ ପ୍ୟାନେଲର ଉପରେ କ୍ଲିକ୍ କରନ୍ତୁ |
08:17 | ଡିଫଲ୍ଟ ଭାବେ ଏହାର ଦୁଇଟି ମେନୁ ଲେବଲ୍ ଅଛି: File ଓ Edit |
08:22 | Edit Text ଉପରେ ଡବଲ୍ କ୍ଲିକ୍ କରିବା ସହ ଏହାକୁ Help ଭାବେ ରିନେମ୍ କରନ୍ତୁ |
08:28 | File ଅଧିନରେ ଗୋଟିଏ ସବ୍-ମେନୁକୁ ମଧ୍ୟ ସଂଯୁକ୍ତ କରିପାରିବେ |
08:32 | ବର୍ତ୍ତମାନ, ବାମପଟେ ଥିବା Inspector ବା Navigator ଉପରିସ୍ଥ JMenu1 ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
08:39 | Add From Palette ଅପଶନକୁ ଚୟନ କରନ୍ତୁ ଏବଂ Menu Item ଚୟନ କରନ୍ତୁ |
08:45 | ଏହା ଗୋଟିଏ Menu Itemକୁ ସଂଯୁକ୍ତ କରିବ |
08:47 | ଏହାକୁ Exit ଭାବେ ମଧ୍ୟ rename କରିପାରିବେ |
08:54 | ବର୍ତ୍ତମାନ, File ମେନୁ ଅଧିନରେ ଗୋଟିଏ ସବ୍-ମେନୁକୁ ସଂଯୁକ୍ତ କରନ୍ତୁ ଏବଂ ସେହି ମେନୁ ଆଇଟମକୁ ମଧ୍ୟ ରିନେମ୍ କରନ୍ତୁ |
09:00 | ବର୍ତ୍ତମାନ GUI ଅଧିକ କିମ୍ବା କମ୍ ସମ୍ପୂର୍ଣ୍ଣ ହୋଇଛି |
09:03 | ଚାଲନ୍ତୁ ବର୍ତ୍ତମାନ ଗୋଟିଏ previewକୁ ଦେଖିବା |
09:05 | ଉପରେ ଥିବା Preview Design ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:09 | ଏବେ ପର୍ଯ୍ୟନ୍ତ କରିଥିବା ସମସ୍ତ କାର୍ଯ୍ୟର ଏହା ଗୋଟିଏ previewକୁ ପ୍ରଦର୍ଶନ କରିବ |
09:12 | ଏଠାରେ, ବଟନଗୁଡିକ କାର୍ଯ୍ୟକ୍ଷମ ହୋଇନାହାଁନ୍ତି |
09:16 | କିନ୍ତୁ ଥରେ କୋଡରେ ସଂଯୁକ୍ତ କଲେ, ସବୁଗୁଡିକ କାର୍ଯ୍ୟକ୍ଷମ ହୋଇଯିବେ |
09:20 | ପ୍ରିଭ୍ୟୁକୁ ବନ୍ଦ କରନ୍ତୁ |
09:22 | ବର୍ତ୍ତମାନ, କୋଡକୁ ସଂଯୁକ୍ତ କରିବା ପୂର୍ବରୁ, ଇନପୁଟ୍ text fieldଗୁଡିକୁ ସଠିକ୍ ଭେରିଏବଲ୍ ନେମ୍ ପ୍ରଦାନ କରନ୍ତୁ |
09:28 | Balance ଟାବକୁ ଯା’ନ୍ତୁ, ଏଠାରେ ଏହି ଟେକ୍ସଟ ଫିଲ୍ଡଗୁଡିକୁ ସଠିକ୍ ଭେରିଏବଲ୍ ନେମ୍ ପ୍ରଦାନ କରନ୍ତୁ |
09:34 | inspector ଉପରେ ଥିବା JTextfield1ରେ ରାଇଟ୍ କ୍ଲିକ୍ କରନ୍ତୁ |
09:40 | Change Variable Nameକୁ ଚୟନ କରନ୍ତୁ |
09:43 | ଭେରିଏବଲ୍ ନେମକୁ creditAmountରେ ପରିବର୍ତ୍ତନ କରନ୍ତୁ |
09:50 | OK ଉପରେ କ୍ଲିକ୍ କରନ୍ତୁ |
09:53 | Design ମୋଡରେ, ଏଠାରେ ଥିବା ଟେକ୍ସଟ ଫିଲ୍ଡ ଉପରେ ମଧ୍ୟ ରାଇଟ୍ କ୍ଲିକ୍ କରିପାରିବେ |
09:56 | Change Variable Nameକୁ ଚୟନ କରନ୍ତୁ |
10:00 | ଏବଂ ଭେରିଏବଲ୍ ନେମକୁ debitAmountରେ ପରିବର୍ତ୍ତନ କରନ୍ତୁ |
10:04 | OK ଉପରେ କ୍ଲିକ୍ କରନ୍ତୁ |
10:08 | ଏହାକୁ final label ମଧ୍ୟ କୁହାଯାଇପାରିବ ଯାହା resultBalance ଭାବେ ଥିବା stars text ଫିଲ୍ଡଗୁଡିକ ଅଟନ୍ତି |
10:16 | ପୁନର୍ବାର Change Variable Name ଅପଶନକୁ ଚୟନ କରନ୍ତୁ ଏବଂ ଭେରିଏବଲକୁ resultBalanceରେ ପରିବର୍ତ୍ତନ କରନ୍ତୁ |
10:23 | OK ଉପରେ କ୍ଲିକ୍ କରନ୍ତୁ |
10:25 | ବର୍ତ୍ତମାନ applicationକୁ କାର୍ଯ୍ୟକ୍ଷମ କରିବା ପାଇଁ କୋଡକୁ ଦେଖନ୍ତୁ |
10:30 | ଏହା କୋଡର ନମୂନା ଅଟେ |
10:32 | ଏଠାରେ ମୋ’ର creditAmountରୁ getText(); |
10:37 | debitAmountରୁ getText(), |
10:39 | ବାଲାନ୍ସକୁ କମ୍ପ୍ୟୁଟ୍ କରିବା ସହ ରାଶିକୁ final resultBalanceରେ ସ୍ଥାପିତ କରିବା, ଆବଶ୍ୟକ ଅଟେ |
10:44 | ଏଠାରେ କୋଡକୁ କପୀ କରନ୍ତୁ ଏବଂ IDEକୁ ଫେରିଆସନ୍ତୁ |
10:51 | ବର୍ତ୍ତମାନ, Get Balance ବଟନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
10:55 | Events >> Action ଓ Action Performed ଅପଶନକୁ ଚୟନ କରନ୍ତୁ |
11:00 | ଏହା ଆପଣଙ୍କୁ କୋଡ୍ ସେକ୍ସନକୁ ନେଇଯିବ |
11:03 | ଯେଉଁଠି ବଟନକୁ ଦାବିବା ଦ୍ଵାରା ହେବାକୁ ଥିବା କାର୍ଯ୍ୟ ପାଇଁ, କୋଡକୁ ଲେଖିବାକୁ କିମ୍ବା paste କରିବାକୁ ପଡିବ |
11:10 | ଏଠାରେ କପୀ ହୋଇଥିବା କୋଡକୁ ପେଷ୍ଟ କରନ୍ତୁ |
11:17 | ଏହି କୋଡକୁ save କରିବା ସହ Design ମୋଡକୁ ଫେରିଆସନ୍ତୁ |
11:22 | ବର୍ତ୍ତମାନ, ଆପ୍ଲିକେଶନରୁ ବାହାର ହେବା ପାଇଁ କୋଡକୁ ସଂଯୁକ୍ତ କରନ୍ତୁ |
11:25 | Menu Item ଉପରେ ରାଇଟ୍ କ୍ଲିକ୍ କରି >> Exit ଏବଂ Eventsରେ >> Action ଓ Action Performedକୁ ଚୟନ କରନ୍ତୁ |
11:40 | ଏହା Source ମୋଡକୁ ଚାଲିଯିବ ଏବଂ ବର୍ତ୍ତମାନ ଆପ୍ଲିକେଶନରୁ ସଫଳତାର ସହ ବାହାର ହେବା ପାଇଁ କୋଡ୍ ଲେଖିବାକୁ ହେବ |
11:46 | ତାହା System.exit(1) ଅଟେ |
11:53 | ବର୍ତ୍ତମାନ କୋଡକୁ save କରିବା ସହ Design ମୋଡକୁ ଫେରିଆସନ୍ତୁ |
11:57 | Exit ମେନୁ ଆଇଟମ୍ ପାଇଁ ଗୋଟିଏ ସର୍ଟକଟକୁ ମଧ୍ୟ ସଂଯୁକ୍ତ କରନ୍ତୁ |
12:02 | ଏଠାରେ ଖୋଲା ଥିବା ୱିଣ୍ଡୋ ମଧ୍ୟସ୍ଥ shortcut ଅପଶନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
12:07 | Q ଓ Ctrl ଭାବେ କୀ ଷ୍ଟ୍ରୋକ୍ ପ୍ରଦାନ କରିବା ସହ OK ଉପରେ କ୍ଲିକ୍ କରନ୍ତୁ |
12:14 | ତେଣୁ, ବର୍ତ୍ତମାନ ଆପ୍ଲିକେଶନକୁ ବନ୍ଦ କରିବା ପାଇଁ Ctrl Qକୁ କୀବୋର୍ଡ ସର୍ଟକଟ୍ ଭାବେ ସେଟ୍ କରାଯାଇଛି |
12:20 | ଏହା ତାହା ଅଟେ. ବର୍ତ୍ତମାନ ଆମର ଆପ୍ଲିକେଶନ୍ ସମ୍ପୂର୍ଣ୍ଣ ହେଲା |
12:23 | ବର୍ତ୍ତମାନ କୀବୋର୍ଡ ଉପରେ F6କୁ ଦାବି ଆପ୍ଲିକେଶନକୁ run କରନ୍ତୁ |
12:30 | run ହେବାକୁ ଥିବା main class ଚୟନ ହୋଇସାରିଛି |
12:33 | OK ଉପରେ କ୍ଲିକ୍ କରନ୍ତୁ |
12:37 | ଏବଂ ଏଠାରେ ଏହା ଅଛି! ଏହା ଆମ GUI ଅଟେ |
12:40 | ବର୍ତ୍ତମାନ ଗୋଟିଏ ଚେକକୁ ରନ୍ କରନ୍ତୁ |
12:43 | Balance ଟାବକୁ ଯା’ନ୍ତୁ, Credit Amountରେ Rs. 300/-କୁ ପ୍ରବେଶ କରନ୍ତୁ |
12:47 | ଏବଂ Debit Amountକୁ Rs. 200 ଭାବେ ପ୍ରବେଶ କରିବା ସହ Get Balance ଆବଶ୍ୟକ କରନ୍ତୁ |
12:53 | ଏହା Balanceରେ ସଠିକ୍ ରାଶିକୁ ପ୍ରଦାନ କରିବ |
12:56 | ବର୍ତ୍ତମାନ ଆପ୍ଲିକେଶନରୁ ବାହାର ହୋଇଯା’ନ୍ତୁ |
12:58 | File ମେନୁକୁ ଯା’ନ୍ତୁ ଏବଂ Exit ଉପରେ କ୍ଲିକ୍ କରନ୍ତୁ |
13:02 | କୀବୋର୍ଡ ଉପରେ Ctrl Qକୁ ଦାବି ମଧ୍ୟ ଆପ୍ଲିକେଶନକୁ ବନ୍ଦ କରିପାରିବେ |
13:08 | ବର୍ତ୍ତମାନ application ସମ୍ପୂର୍ଣ୍ଣ ହୋଇଛି, ଏବେ ଆପଣଙ୍କ ପାଇଁ ଆସାଇନମେଣ୍ଟ |
13:14 | ଟାସ୍କ ଭାବେ ଗୋଟିଏ Temperature convertor ଆପ୍ଲିକେଶନକୁ ସୃଷ୍ଟି କରନ୍ତୁ |
13:18 | ପୂର୍ବ ଭଳି ଏହାର ଦୁଇଟି ଟାବ୍ ରହିବା ଆବଶ୍ୟକ ଅଟେ, |
13:21 | ଗୋଟିଏ Celsiusକୁ Fahrenheitରେ ଏବଂ ଅନ୍ୟଟି Fahrenheitକୁ Celsiusରେ ରୂପାନ୍ତର କରିବା ପାଇଁ |
13:27 | ଏହା ଗୋଟିଏ ଇନପୁଟ୍ ଟେମ୍ପରେଚର୍ ନେବା ମଧ୍ୟ ଆବଶ୍ୟକ |
13:30 | ଏବଂ ରୂପାନ୍ତରିତ ଟେମ୍ପରେଚରକୁ ପ୍ରଦର୍ଶନ କରିବ |
13:33 | ଏହାର ଉପରେ ଗୋଟିଏ ମେନୁ ବାର୍ ମଧ୍ୟ ରହିବା ଆବଶ୍ୟକ ଅଟେ ଯାହା File ଓ Help ଅପଶନକୁ ପ୍ରଦର୍ଶନ କରିବ |
13:38 | ଏବଂ File ମେନୁ ଅଧିନରେ, ଆପ୍ଲିକେଶନରୁ ବାହାର ହେବା ପାଇଁ ଗୋଟିଏ କୀବୋର୍ଡ ସର୍ଟକଟ୍ ସହିତ ଏକ Exit ଆଇଟମ୍ ରହିବା ଆବଶ୍ୟକ ଅଟେ |
13:46 | ମୁଁ ଆସାଇନମେଣ୍ଟର ସମାଧାନ କରିସାରିଛି |
13:48 | ଏହା କିପରି ଦେଖାଯିବ ଚାଲନ୍ତୁ ଦେଖିବା |
13:50 | ଏହି ଆସାଇନମେଣ୍ଟକୁ run କରନ୍ତୁ ଏବଂ ଏହା ମୋର GUI ଅଟେ |
13:56 | ବର୍ତ୍ତମାନ, -40 Celcius ଭାବେ ଇନପୁଟ୍ ଟେମ୍ପରେଚରକୁ ପ୍ରବେଶ କରିବା ସହ Get Fahrenheit ଉପରେ କ୍ଲିକ୍ କରନ୍ତୁ |
14:05 | ଆପ୍ଲିକେଶନ୍ ସଠିକ୍ ରୂପାନ୍ତରିତ ଆଉଟପୁଟ୍ ଟେମ୍ପରେଚର୍ ପ୍ରଦାନ କରିବା ଆବଶ୍ୟକ ଅଟେ |
14:10 | ବର୍ତ୍ତମାନ, ଚାଲନ୍ତୁ Exit ପାଇଁ ସର୍ଟକଟ୍ କୀକୁ ଚେଷ୍ଟା କରିବା ଯାହା ଆପ୍ଲିକେଶନରୁ ବାହାର ହେବା ପାଇଁ Ctrl X ଅଟେ |
14:18 | ତେଣୁ, କୀବୋର୍ଡ ସର୍ଟକଟ୍ ସାହାଯ୍ୟରେ ସଫଳତାର ସହ applicationରୁ ବାହାର ହୋଇଯାଇଛନ୍ତି |
14:25 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
14:29 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
14:32 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
14:37 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
14:42 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
14:46 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
14:52 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
14:56 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
15:03 | ଏହି ମିଶନ୍ ଉପରେ ଅଧିକ ବିବରଣୀ: spoken-tutorial.org /NMEICT-Introରେ ଉପଲବ୍ଧ. |
15:13 | ଏହି ଟ୍ୟୁଟୋରିଆଲ୍ IT for Change ଦ୍ଵାରା ସମର୍ଥିତ |
15:17 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |