Netbeans/C2/Introduction-to-Netbeans/Oriya

From Script | Spoken-Tutorial
Revision as of 11:28, 28 August 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Introduction to Netbeans IDE ଉପରେ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ, ଆପଣ Netbeansରେ କାମ ଆରମ୍ଭ କରିବା ପାଇଁ ଆବଶ୍ୟକ ମୌଳିକତା ଉପରେ ପରିଚିତ ହେବେ
00:13 Netbeans ଗୋଟିଏ ଫ୍ରୀ ଓ ଓପନ୍ ସୋର୍ସ, Integrated Developement Environment ଅଟେ ଯାହା www.netbeans.org ରେ ଉପଲବ୍ଧ
00:23 ଏହା ବିଭିନ୍ନ କମ୍ପୋନେଣ୍ଟଗୁଡିକୁ integration କରିବା ପାଇଁ ଅନୁମତି ଦେଇଥାଏ
00:27 ବିଭିନ୍ନ ସ୍କ୍ରିପ୍ଟିଙ୍ଗ ଲାଙ୍ଗୁୟେଜ୍ ଓ ଆଧୁନିକ text editorଗୁଡିକୁ ସମର୍ଥନ କରେ
00:31 ଏହା ପ୍ରୋଜେକ୍ଟ ଡିଜାଇନ୍ ଓ ସୃଷ୍ଟି କରିବା ପାଇଁ ଗୋଟିଏ GUIକୁ ଉପଲବ୍ଧ କରିବା ସହିତ ଡେଟାବେସଗୁଡିକୁ ମଧ୍ୟ ସମର୍ଥନ କରିଥାଏ
00:39 ଏହି ଟ୍ୟୁଟୋରିଆଲକୁ ସମାପ୍ତ କରିବା ପାଇଁ, Java programming ଲାଙ୍ଗୁୟେଜ୍ ଉପରେ ମୌଳିକ ଜ୍ଞାନ ଥିବା ଜରୁରୀ ଅଟେ
00:47 Standard programming ଟର୍ମିନୋଲୋଜୀଗୁଡିକୁ ଏହି ଟ୍ୟୁଟୋରିଆଲରେ ବ୍ୟବହାର କରାଯାଇଛି
00:52 Netbeansକୁ ଆରମ୍ଭ କରିବା ପାଇଁ-
00:55 ମୁଁ Linux operating system Ubuntu, ଭର୍ସନ୍ 11.04
01:00 ଏବଂ Netbeans IDE ଭର୍ସନ୍ 7.1.1କୁ ବ୍ୟବହାର କରୁଛି
01:05 ଏହି ଟ୍ୟୁଟୋରିଆଲରେ: * Netbeansର ଇନଷ୍ଟେଲେଶନ୍ ପ୍ରକ୍ରିୟାକୁ ଦେଖିବା,
01:11 Netbeansର ଇଣ୍ଟରଫେସ୍ ସହିତ ସୁପରିଚିତ ହେବା ସହିତ
01:16 ଗୋଟିଏ Java ପ୍ରୋଜେକ୍ଟର ନମୂନା ସୃଷ୍ଟି କରନ୍ତୁ
01:19 ପ୍ରଥମେ ଚାଲନ୍ତୁ IDEର ଇନଷ୍ଟଲେଶନକୁ ଦେଖିବା
01:22 Netbeansକୁ netbeans.orgରୁ ଡାଉନଲୋଡ୍ କରିପାରିବେ
01:27 ଏହା ଅଫିସିଆଲ୍ ମୁଖ୍ୟ ସାଇଟ୍ ଅଟେ
01:31 ସାଇଟର ମୁଖ୍ୟ ପେଜରେ ଥିବା Download ଲିଙ୍କ ଉପରେ କ୍ଲିକ୍ କରନ୍ତୁ
01:36 ଲୋଡ୍ ହୋଇଥିବା ପରବର୍ତ୍ତି ପେଜରେ,
01:39 ଶେଷ କଲମରେ ଥିବା Download ଲିଙ୍କ ଉପରେ କ୍ଲିକ୍ କରନ୍ତୁ ଯାହା ସମର୍ଥିତ ସମଗ୍ର ଟେକ୍ନୋଲୋଜୀଗୁଡିକୁ, Glassfish Server ସହିତ ଡାଉନଲୋଡ୍ କରିବ ଯାହା IDE ପାଇଁ ଆବଶ୍ୟକ ଅଟେ
01:53 Netbeansର ଇନଷ୍ଟଲେଶନ୍ ସହିତ Java Development Kit (JDK)କୁ ମଧ୍ୟ ଇନଷ୍ଟଲେଶନ୍ କରିବା ଆବଶ୍ୟକ ଅଟେ ଯାହାକୁ java.sun.comରୁ ଡାଉନଲୋଡ୍ କରିପାରିବେ
02:05 ଏଠାରେ Get Java ଲିଙ୍କ ଉପରେ କ୍ଲିକ୍ କରନ୍ତୁ ଏବଂ ଉଭୟ Netbeans ଓ JDK ବଣ୍ଡଲକୁ ଡାଉନଲୋଡ୍ କରିବା ପାଇଁ ଲିଙ୍କକୁ ଚୟନ କରନ୍ତୁ
02:15 ପରବର୍ତ୍ତି ପେଜରେ ଲୋଡ୍ ହୋଇଥିବା,
02:19 ଆପଣଙ୍କ operating system ପାଇଁ ଉପଯୋଗୀ setup ଫାଇଲକୁ ଚୟନ କରନ୍ତୁ
02:24 Ubuntuରେ, ସେଟ୍-ଅପ୍ ଫାଇଲ୍ ଗୋଟିଏ .sh(dot sh) ଫାଇଲ୍ ଭାବେ ଡାଉନଲୋଡ୍ ହେବ
02:29 ଯାହା ଗୋଟିଏ shell script ଫାଇଲ୍ ଭଳି ଅଟେ
02:33 Terminalକୁ ଯାଇ ଏହି ଫାଇଲକୁ Run କରନ୍ତୁ
02:38 window କିମ୍ବା ଡାଇରେକ୍ଟୋରୀରେ ନାଭିଗେଟ୍ କରନ୍ତୁ ଯାହା ଡାଉନଲୋଡ୍ ହୋଇଥିବା ସେଟପ୍ ଫାଇଲକୁ ଧାରଣ କରିଥାଏ ଏବଂ ପ୍ରମ୍ପ୍ଟରେ,
02:46 sh ଟାଇପ୍ କରନ୍ତୁ ପଛକୁ ଡାଉନଲୋଡ୍ ଫାଇଲର ନାମକୁ ରଖିବା ସହିତ Enter ଦାବନ୍ତୁ
02:54 ଏହା installerକୁ ଆରମ୍ଭ କରିଦେବ ଯାହା କିଛି ସମୟ ନେବ
03:04 installer, screen ଉପରେ ଦୃଶ୍ୟମାନ ହେବ
03:06 ସିଷ୍ଟମରେ IDEକୁ ଇନଷ୍ଟଲ୍ କରିବା ପାଇଁ ସ୍କ୍ରୀନ୍ ଉପରେ ଥିବା ନିର୍ଦ୍ଦେଶାବଳୀଗୁଡିକର ଅନୁସରଣ କରିପାରନ୍ତି
03:13 ବର୍ତ୍ତମାନ installerକୁ ବାହାର କରିଦିଅନ୍ତୁ
03:17 ବର୍ତ୍ତମାନ Netbeans windowକୁ ଦେଖନ୍ତୁ
03:21 ଆପଣଙ୍କ Ubuntu Operating Systemରେ Netbeansକୁ ଖୋଲିବା କିମ୍ବା ଲଞ୍ଜ କରିବା ପାଇଁ -
03:25 ମେନୁ ଆଇଟମରେ ଥିବା Applications >> Programmingକୁ ଯିବା ସହିତ Netbeans IDE ଆଇକନ୍ ଉପରେ କ୍ଲିକ୍ କରନ୍ତୁ
03:34 ଯେତେବେଳେ ପ୍ରଥମଥର ପାଇଁ IDEକୁ ଲଞ୍ଚ କରିବେ, ଏହା Netbeans start pageକୁ ଖୋଲିବ
03:41 IDE window ଧାରଣ କରିଥାଏ-
03:43 ମେନୁବାରରେ ଥିବା ମେନୁଗୁଡିକୁ,
03:46 toolbarଗୁଡିକୁ ଏବଂ
03:48 workspaceଗୁଡିକ ଯେପରି, file system window,
03:52 run time ୱିଣ୍ଡୋ ଏବଂ output ୱିଣ୍ଡୋ
03:57 main menu, Netbeansରେ ବ୍ୟବହାର କରିବାକୁ ଚାହୁଁଥିବା ଆଧିକାଂଶ commandଗୁଡିକୁ ଉପଲବ୍ଧ କରାଇଥାଏ, ଯେପରି-
04:03 ପ୍ରୋଜେକ୍ଟଗୁଡିକୁ creating, editing, compiling, running ଓ debugging କରିବା ପାଇଁ
04:10 tool bar ଯାହା ମେନୁ ବାରର ନିମ୍ନରେ ଅବସ୍ଥିତ ଅଟେ, ମେନୁ ବାର୍ ଉପରେ ବାରମ୍ବାର ବ୍ୟବହୃତ ହେଉଥିବା ବିଭିନ୍ନ କମାଣ୍ଡଗୁଡିକର ବଟନକୁ ଉପଲବ୍ଧ କରାଇଥାଏ
04:18 Workspace ଗୋଟିଏ ୱିଣ୍ଡୋଗୁଡିକର ସଂଗ୍ରହ ଅଟେ ଯାହା କିଛି ନିର୍ଦ୍ଦିଷ୍ଟ ପ୍ରକାରର କାର୍ଯ୍ୟଗୁଡିକୁ କରିବା ପାଇଁ ବ୍ୟବହୃତ ହୋଇଥାଏ
04:23 ଯେପରି workspace ୱିଣ୍ଡୋରେ ଏଡିଟିଙ୍ଗ କରିବା ପାଇଁ, execution, output କିମ୍ବା debugging-ଯାହା workspaceର ନିମ୍ନଭାଗରେ ଅବସ୍ଥିତ ଅଟେ
04:35 ତା’ପରେ Java Projectର ଗୋଟିଏ ନମୂନାକୁ ସୃଷ୍ଟି କରନ୍ତୁ
04:40 ଗୋଟିଏ java project ସୃଷ୍ଟି କରିବା ପାଇଁ, File ମେନୁକୁ ଯା’ନ୍ତୁ, New Project ଉପରେ କ୍ଲିକ୍ କରନ୍ତୁ
04:47 Categories ଅଧିନରେ ଥିବା New projectର Wizard boxରେ,
04:51 Java ଚୟନ କରନ୍ତୁ. Projects ଅଧିନରେ, Java Applicationsକୁ ଚୟନ କରିବା ସହିତ Next ଉପରେ କ୍ଲିକ୍ କରନ୍ତୁ
04:58 ୱିଜାର୍ଡର Name and Location ପେଜରେ,
05:02 Project Nameକୁ KeyboardReader ଭାବେ ପ୍ରଦାନ କରନ୍ତୁ
05:08 ଚୟନ ହୋଇଥିବା Set as Main Project ଚେକ୍ ବକ୍ସକୁ ସେଟ୍ କରନ୍ତୁ ଏବଂ
05:12 Finishରେ କ୍ଲିକ୍ କରନ୍ତୁ
05:15 ପ୍ରୋଜେକ୍ଟଟି IDEରେ ସୃଷ୍ଟି ଓ ଖୋଲା ହୋଇଛି
05:20 ପ୍ରୋଜେକ୍ଟ ଥରେ ସୃଷ୍ଟି ହେଲାପରେ, IDE ୱିଣ୍ଡୋର ବାମ ପଟେ ଥିବା Projects ୱିଣ୍ଡୋଗୁଡିକୁ ଦେଖିବା ସମ୍ଭବ ହେବ
05:27 ଯାହା ପ୍ରୋଜେକ୍ଟର କମ୍ପୋନେଣ୍ଟଗୁଡିକର ଗୋଟିଏ tree viewକୁ ଧାରଣ କରିଥାଏ, କୋଡ୍ ନିର୍ଭର କରୁଥିବା source files, Libraries ମଧ୍ୟ ସଂଯୁକ୍ତ ଥାଏ
05:36 ଖୋଲାଥିବା KeyboardReader.java ନାମକ ଗୋଟିଏ ଫାଇଲ୍ ସହିତ, ଡାହାଣ ପଟେ Source Editor ଉପସ୍ଥିତ ଅଛି
05:43 ବର୍ତ୍ତମାନ, main classରେ, ଗୋଟିଏ java codeର ନମୂନାକୁ ପ୍ରବେଶ କରନ୍ତୁ
05:49 ଏହି କୋଡ୍ କୀବୋର୍ଡର inputକୁ ପଢିବ ଏବଂ ଗୋଟିଏ output ପ୍ରଦାନ କରିବ ଯାହା ଇନପୁଟ୍ ଗୋଟିଏ whole ନମ୍ବର୍ କିମ୍ବା ଏକ floating point numberକୁ ନିର୍ଦ୍ଦେଶିତ କରିଥାଏ
05:58 ବର୍ତ୍ତମାନ କ୍ଲିପବୋର୍ଡ ଉପରୁ ଏହି କୋଡକୁ କପୀ କରନ୍ତୁ ଏବଂ IDE workspaceରେ ବିଦ୍ୟମାନ ଥିବା କୋଡ୍ ଉପରେ ଏହାକୁ ପେଷ୍ଟ କରନ୍ତୁ
06:11 ପ୍ରୋଜେକ୍ଟକୁ run କରିବା ହେଉଛି ପରବର୍ତ୍ତି ସୋପାନ
06:14 ଯେକୌଣସି ପ୍ରୋଜେକ୍ଟକୁ Netbeans IDE ଉପରେ run କରିବା ପାଇଁ ତିନୋଟି ମେଥଡ୍ ଅଛି
06:20 ପ୍ରଥମ ମେଥଡ୍ ହେଉଛି- Projects windowରେ ଥିବା project node ଉପରେ କ୍ଲିକ୍ କରିବା ସହିତ କଣ୍ଟେକ୍ସଚୁଆଲ୍ ମେନୁରୁ Runକୁ ଚୟନ କରିବା
06:29 କିମ୍ବା, ଆପଣ ଟୂଲ୍ ବାରକୁ ଯାଇ Run Project ବଟନ୍ ଉପରେ କ୍ଲିକ୍ କରିପାରିବେ
06:34 କିମ୍ବା, ପ୍ରୋଜେକ୍ଟକୁ ରନ୍ କରିବା ପାଇଁ କୀବୋର୍ଡ ଉପରେ ଥିବା F6 କୀକୁ ଦାବନ୍ତୁ
06:40 Project node ଉପରେ ରାଇଟ୍ କ୍ଲିକ୍ କରିବା ସହ Run ଅପଶନକୁ ଚୟନ କରନ୍ତୁ
06:45 ଯେତେବେଳେ ଗୋଟିଏ Java applicationକୁ ରନ୍ କରିବେ, IDE, application କୋଡକୁ build ଓ compiles କରିଥାଏ ଏବଂ output windowରେ ପ୍ରୋଗ୍ରାମକୁ ରନ୍ କରିଥାଏ ଯାହା Workspaceର ନିମ୍ନଭାଗରେ ଦୃଶ୍ୟମାନ ହୋଇଥାଏ
06:57 ବର୍ତ୍ତମାନ IDE, ଆପଣଙ୍କୁ Enter any Number ପାଇଁ ପ୍ରମ୍ପ୍ଟ କରୁଅଛି
07:01 ଗୋଟେ ରାଣ୍ଡମ୍ ନମ୍ବରକୁ ପ୍ରବେଶ କରିବା ସହିତ Enter ଦାବନ୍ତୁ
07:06 ଏହା ଯଦି ଇନପୁଟ୍ ଗୋଟିଏ whole ନମ୍ବର୍ କିମ୍ବା ଗୋଟିଏ floating point ନମ୍ବର୍ ହେବ ବୋଲି କହିବ
07:11 ବର୍ତ୍ତମାନ ଆସାଇନମେଣ୍ଟ-
07:15 KeyboardInputReader ପ୍ରୋଜେକ୍ଟର ଗୋଟିଏ ଏକ୍ସଟେନଶନ୍ ଭାବେ,
07:19 ଅନ୍ୟ ଏକ ପ୍ରୋଜେକ୍ଟକୁ ରୂପାନ୍ତର କରନ୍ତୁ ଯାହା ଗୋଟିଏ temperatures converter application ଅଟେ ଯାହା ଟେମ୍ପରେଚରର ଗୋଟିଏ ଇନପୁଟକୁ ଗ୍ରହଣ କରିଥାଏ,
07:27 Fahrenheitରୁ Celsiusକୁ ଏବଂ ବିପରୀତ
07:31 ଏବଂ ଆଉଟପୁଟ ୱିଣ୍ଡୋରେ ରୂପାନ୍ତରିତ ଟେମ୍ପରେଚରକୁ ପ୍ରଦର୍ଶନ କରିବ
07:36 ମୁଁ ଆସାଇନମେଣ୍ଟକୁ ନିର୍ମାଣ କରିସାରିଛି
07:40 ଆସାଇନମେଣ୍ଟକୁ run କରନ୍ତୁ
07:47 ପ୍ରୋଗ୍ରାମ୍ ଆଉଟପୁଟ୍ ୱିଣ୍ଡୋରେ ଇନପୁଟ୍ ଟେମ୍ପରେଚରକୁ ପ୍ରବେଶ କରିବା ପାଇଁ ପ୍ରମ୍ପ୍ଟ କରୁଅଛି
07:52 ଗୋଟିଏ ନମୂନା ଟେମ୍ପରେଚରକୁ ପ୍ରବେଶ କରନ୍ତୁ, -40, Fahrenheitରେ ଏବଂ ଏହା ରୂପାନ୍ତରିତ ଟେମ୍ପରେଚରକୁ Celsiusରେ ପ୍ରଦର୍ଶନ କରିବ
08:07 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
08:10 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:14 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:20 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:27 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
08:31 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:38 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:43 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:49 ଏହି ମିଶନ୍ ଉପରେ ଅଧିକ ବିବରଣୀ: spoken-tutorial.org /NMEICT-Introରେ ଉପଲବ୍ଧ.
09:00 ଏହି ଟ୍ୟୁଟୋରିଆଲ୍ IT for Change ଦ୍ଵାରା ସମର୍ଥିତ
09:05 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep