Inkscape/C4/Warli-art-for-Textle-design/Oriya

From Script | Spoken-Tutorial
Revision as of 12:12, 3 August 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 ବନ୍ଧୁଗଣ, Inkscapeରେ ଥିବା Warli art for Textile designର ବ୍ୟବହାର ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ବୋର୍ଡରଗୁଡିକ ପାଇଁ ଗୋଟିଏ Warli ପ୍ୟାଟର୍ନ ଡିଜାଇନ୍ ସୃଷ୍ଟି କରିବା, କ୍ଲୋନିଙ୍ଗ ବ୍ୟବହାର କରି ପ୍ୟାଟର୍ନଗୁଡିକର ପୁନରାବୃତ୍ତି କରି ଶିଖିବା
00:17 ଏହାକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି, Ubuntu Linux 12.04 OS, Inkscape ଭର୍ସନ୍ 0.91
00:27 Inkscapeକୁ ଖୋଲନ୍ତୁ. ପ୍ରଥମେ warli ପ୍ୟାଟର୍ନକୁ ଡିଜାଇନ୍ କରନ୍ତୁ
00:32 Fileକୁ ଯାଇ Document Properties ଉପରେ କ୍ଲିକ୍ କରନ୍ତୁ. Orientationକୁ Landscapeରେ ପରିବର୍ତ୍ତନ କରନ୍ତୁ. ଡାଇଲଗ୍ ବକ୍ସକୁ ବନ୍ଦ କରନ୍ତୁ
00:42 Rectangle ଟୂଲକୁ ଚୟନ କରନ୍ତୁ. ସମଗ୍ର canvasକୁ ଆବଦ୍ଧ କଲାଭଳି ଗୋଟିଏ ଆୟତକ୍ଷେତ୍ରକୁ ଡ୍ର’ କରନ୍ତୁ ଏବଂ ଏହାକୁ ବ୍ଲୁ କଲର୍ ଦିଅନ୍ତୁ
00:53 Ellipse ଟୂଲ ଉପରେ କ୍ଲିକ୍ କରନ୍ତୁ. canvasର ବାହାରେ ଗୋଟିଏ ବୃତ୍ତକୁ ଡ୍ର’ କରନ୍ତୁ. ତା’ପରେ Selector ଟୂଲ୍ ଉପରେ କ୍ଲିକ୍ କରନ୍ତୁ
01:02 Tool controls bar ଉପରେ ଦୈର୍ଘ୍ୟ ଓ ପ୍ରସ୍ଥକୁ 15ରେ ପରିବର୍ତ୍ତନ କରନ୍ତୁ
01:08 ଏହାର କଲରକୁ ଅରେଞ୍ଜରେ ପରିବର୍ତ୍ତନ କରନ୍ତୁ. ପ୍ରଦର୍ଶିତ ହେଲା ଭଳି ଏହାକୁ canvasର ନିମ୍ନଭାଗକୁ ସ୍ଥାନନ୍ତର କରନ୍ତୁ
01:15 ବୃତ୍ତର ଡୁପ୍ଲିକେଟ୍ କରିବା ପାଇଁ Ctrl + Dକୁ ଦାବନ୍ତୁ
01:19 Tool controls barରେ ଦୈର୍ଘ୍ୟ ଓ ପ୍ରସ୍ଥକୁ 7ରେ ପରିବର୍ତ୍ତନ କରନ୍ତୁ
01:25 ଅସଲ ବୃତ୍ତର ନିମ୍ନ ବାମ ପଟକୁ ଡୁପ୍ଲିକେଟ୍ ବୃତ୍ତକୁ ସ୍ଥାନାନ୍ତର କରନ୍ତୁ
01:31 ଏହା warli ଫିଗରର ମୁଣ୍ଡ ଅଟେ
01:34 ତା’ପରେ, Object ମେନୁକୁ ଯା’ନ୍ତୁ. Symbols ଅପଶନଗୁଡିକ ଉପରେ କ୍ଲିକ୍ କରନ୍ତୁ. Symbol setର ଡ୍ରପ୍ ଡାଉନ୍ ମେନୁ ଉପରେ କ୍ଲିକ୍ କରନ୍ତୁ. Flow Chart Shapesକୁ ଚୟନ କରନ୍ତୁ
01:46 ଜ୍ୟାମିତୀକ ଆକାରଗୁଡିକର ଗୋଟିଏ ତାଲିକା ଦୃଶ୍ୟମାନ ହେବ. ତ୍ରିଭୁଜ ଆକାର ଉପରେ କ୍ଲିକ୍ କରି ଏହାକୁ canvas ଉପରକୁ ଡ୍ରାଗ୍ କରନ୍ତୁ. କଲରକୁ ଅରେଞ୍ଜରେ ପରିବର୍ତ୍ତନ କରନ୍ତୁ. ଏବଂ Strokeକୁ ବାହାର କରିଦିଅନ୍ତୁ
02:00 Tool controls bar ଉପରେ ଦୈର୍ଘ୍ୟ ଓ ପ୍ରସ୍ଥକୁ 20ରେ ପରିବର୍ତ୍ତନ କରନ୍ତୁ
02:07 ତ୍ରିଭୁଜର ଡୁପ୍ଲିକେଟ୍ କରିବା ପାଇଁ Ctrl + Dକୁ ଦାବନ୍ତୁ. ଏହାକୁ ଫ୍ଲିପ୍ କରିବା ପାଇଁ V ଦାବନ୍ତୁ
02:14 ପ୍ରଦର୍ଶିତ ହେଲା ଭଳି ମୁଣ୍ଡର ନିମ୍ନରେ ତ୍ରିଭୁଜଗୁଡିକୁ ସଜାଡି ରଖନ୍ତୁ
02:21 ଏହା warli ଫିଗରର ଶରୀର ଅଟେ
02:24 Rectangle ଟୂଲକୁ ଚୟନ କରନ୍ତୁ. ଏବଂ ମୁଣ୍ଡ ଓ ଶରୀର ମଧ୍ୟରେ ଗୋଟିଏ ରେଖା ଟାଣନ୍ତୁ
02:30 ବର୍ତ୍ତମାନ ଫିଗରର ବେକ ଡ୍ର’ ହୋଇଗଲା
02:33 ତା’ପରେ ଗୋଡ ଓ ହାତଗୁଡିକୁ ଡ୍ର’ କରନ୍ତୁ. ଏଥିପାଇଁ, Bezier ଟୂଲକୁ ଚୟନ କରନ୍ତୁ
02:41 ପ୍ରଦର୍ଶିତ ହେଲା ଭଳି ହାତ ଓ ଗୋଡଗୁଡିକୁ ଡ୍ର’ କରନ୍ତୁ
02:47 ଉଭୟ ହାତ ଓ ଗୋଡଗୁଡିକୁ ଚୟନ କରନ୍ତୁ. Fill and Strokeରେ Picker ଟୁଲକୁ ବ୍ୟବହାର କରି, warli ଆର୍ଟର ଶରୀରରୁ ଅରେଞ୍ଜ କଲରକୁ ପିକ୍ କରନ୍ତୁ
02:59 Strokeର ପ୍ରସ୍ଥକୁ 2ରେ ପରିବର୍ତ୍ତନ କରନ୍ତୁ
03:02 ବର୍ତ୍ତମାନ ସମସ୍ତ ଏଲିମେଣ୍ଟକୁ ଚୟନ କରନ୍ତୁ ଏବଂ ସବୁଗୁଡିକୁ ଗ୍ରୁପରେ ଏକତ୍ର କରିବା ପାଇଁ Ctrl + G ଦାବନ୍ତୁ
03:09 ବର୍ତ୍ତମାନ warli ଫିଗର୍ ପ୍ରସ୍ତୁତ ଅଟେ. ଏହି warli ଫିଗର ସହିତ ଗୋଟିଏ ଗୋଲାକୃତି ପ୍ୟାଟର୍ନ ସୃଷ୍ଟି କରନ୍ତୁ
03:17 ଆଗକୁ ବଢିବା ପୂର୍ବରୁ, ଏହି ଫିଗରର ଗୋଟିଏ କପୀ କରିବା ସହିତ ଏହାକୁ ଗୋଟିଏ କଡରେ ରଖନ୍ତୁ
03:22 ବର୍ତ୍ତମାନ ଅସଲ warli ଆର୍ଟକୁ ଚୟନ କରନ୍ତୁ. ଆଙ୍କର୍ ପଏଣ୍ଟକୁ ଦୃଶ୍ୟମାନ କରିବା ପାଇଁ, ଫିଗର ଉପରେ ଆଉ ଏକ ବାର କ୍ଲିକ୍ କରନ୍ତୁ
03:30 ପ୍ରଦର୍ଶିତ ହେଲା ଭଳି ଆଙ୍କର୍ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ନିମ୍ନକୁ ସ୍ଥାନାନ୍ତର କରନ୍ତୁ
03:36 ବର୍ତ୍ତମାନ Editକୁ ଯା’ନ୍ତୁ. Clone ଉପରେ ଏବଂ ତା’ପରେ Create Tiled Clones ଉପରେ କ୍ଲିକ୍ କରନ୍ତୁ
03:42 Symmetry ଟାବ୍ ଅଧିନସ୍ଥ ଡାଇଲଗ୍ ବକ୍ସରେ ଥିବା ଡ୍ରପ୍ ଡାଉନ୍ ମେନୁରେ Simple translation ଅପଶନ୍ ରହିବା ଉଚିତ
03:51 ତା’ପରେ Shift ଟାବକୁ ଯା’ନ୍ତୁ. Per column ଅପଶନ୍ ଅଧିନସ୍ଥ Xର ଭେଲ୍ୟୁକୁ -100ରେ ପରିବର୍ତ୍ତନ କରନ୍ତୁ
03:58 ତା’ପରେ Rotation ଟାବକୁ ଯା’ନ୍ତୁ. Per row ଓ Per column ଆଙ୍ଗଲର ପାରାମିଟରକୁ 30ରେ ପରିବର୍ତ୍ତନ କରନ୍ତୁ
04:07 ନିମ୍ନରେ, rowର ସଂଖ୍ୟା 1 ହେଉ. columnର ସଂଖ୍ୟାକୁ 12ରେ ପରିବର୍ତ୍ତନ କରନ୍ତୁ
04:14 ତା’ପରେ Create ବଟନ୍ ଉପରେ କ୍ଲିକ୍ କରନ୍ତୁ
04:16 canvas ଉପରେ ସୃଷ୍ଟି ହୋଇଥିବା ଗୋଲାକୃତି ପ୍ୟାଟର୍ନକୁ ଲକ୍ଷ୍ୟ କରନ୍ତୁ
04:21 ବର୍ତ୍ତମାନ ଚାଲନ୍ତୁ କିଛି ଅନ୍ୟ ଅପଶନଗୁଡିକୁ ଚେଷ୍ଟା କରିବା
04:24 Rotation ଟାବ୍ ଅଧିନରେ ଥିବା Per row ଓ Per column ଆଙ୍ଗଲ୍ ପାରାମିଟରକୁ 10ରେ ପରିବର୍ତ୍ତନ କରନ୍ତୁ. Create ଉପରେ କ୍ଲିକ୍ କରନ୍ତୁ
04:33 canvas ଉପରେ ସୃଷ୍ଟି କରାଯାଇଥିବା ପ୍ୟାଟର୍ନଗୁଡିକୁ ଲକ୍ଷ୍ୟ କରନ୍ତୁ. ଏହାକୁ ଗୋଟିଏ ସମ୍ପୂର୍ଣ୍ଣ ଗୋଲାକୃତି ପ୍ୟାଟର୍ନରେ ପରିଣତ କରିବା ପାଇଁ Rowsର ସଂଖ୍ୟାକୁ 40ରେ ପରିବର୍ତ୍ତନ କରନ୍ତୁ
04:41 Create ଉପରେ କ୍ଲିକ୍ କରନ୍ତୁ. Canvas ଉପରେ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ
04:46 ଏହି ପରି ଭାବେ, ବିଭିନ୍ନ ଆଙ୍ଗଲରେ ପ୍ୟାଟର୍ନଗୁଡିକୁ ପ୍ରାପ୍ତ କରିବା ପାଇଁ Rotationର ପାରାମିଟରଗୁଡିକୁ ପରିବର୍ତ୍ତନ କରିପାରିବେ
04:53 ଗୋଲାକୃତି ପ୍ୟାଟର୍ନକୁ ଚୟନ କରନ୍ତୁ ଏବଂ ସେ ସମସ୍ତଙ୍କୁ ଗ୍ରୁପରେ ଏକତ୍ର କରିବା ପାଇଁ Ctrl + Gକୁ ଦାବନ୍ତୁ
04:59 ବର୍ତ୍ତମାନ canvas ଉପରେ ଆପଣ ଗୋଟିଏ ସୁନ୍ଦର warli ଆର୍ଟ ପ୍ରାପ୍ତ କରିବେ
05:04 ଏହିପରି ଏହାକୁ ଅନ୍ୟ ପଟକୁ ସ୍ଥାନାନ୍ତର କରନ୍ତୁ
05:08 ବର୍ତ୍ତମାନ, ଅନ୍ୟ କିଛି ଅପଶନଗୁଡିକୁ ଚେଷ୍ଟା କରନ୍ତୁ
05:11 ତା’ପରେ, ପ୍ରଦର୍ଶିତ ହେଲା ଭଳି Create Spirals ଟୂଲକୁ ବ୍ୟବହାର କରି, canvas ଉପରେ ଗୋଟିଏ ବୃହତ୍ ସ୍ପାଇରାଲ୍ ଡ୍ର’ କରନ୍ତୁ
05:20 Selector ଟୂଲ ଉପରେ କ୍ଲିକ୍ କରନ୍ତୁ. ସିଙ୍ଗଲ୍ warli ଫିଗରକୁ ଚୟନ କରନ୍ତୁ ଏବଂ ଏହିପରି ଏହାକୁ ସ୍ପାଇରାଲର କେନ୍ଦ୍ରରେ ସ୍ଥାପନ କରନ୍ତୁ
05:27 ବର୍ତ୍ତମାନ Tool Controls barର Raise to top ଅପଶନ୍ ଉପରେ କ୍ଲିକ୍ କରନ୍ତୁ
05:32 ତା’ପରେ, ସ୍ପାଇରାଲକୁ ମଧ୍ୟ ଚୟନ କରନ୍ତୁ
05:35 Extensions ମେନୁ ଉପରେ କ୍ଲିକ୍ କରନ୍ତୁ ଏବଂ Generate from path ଅପଶନକୁ ଚୟନ କରନ୍ତୁ
05:41 ଦୃଶ୍ୟମାନ ହେଉଥିବା ସବ୍-ମେନୁରେ Scatterକୁ ଚୟନ କରନ୍ତୁ
05:45 ସ୍କ୍ରୀନ୍ ଉପରେ ଗୋଟିଏ ଡାଇଲଗ୍ ବକ୍ସ ଖୋଲିବ. ଏଠାରେ, Follow path orientation ଚେକ୍ ବକ୍ସକୁ ଚେକ୍ କରନ୍ତୁ
05:54 Space between copies ମଧ୍ୟରେ 5କୁ ନିଅନ୍ତୁ
05:58 ନିଶ୍ଚିତ କରନ୍ତୁ ଯେ – ଅସଲ ପ୍ୟାଟର୍ନ Movedରେ ସେଟ୍ ଅପ୍ ହେବ ଏବଂ Duplicate the pattern before deformation ମଧ୍ୟ ଚେକ୍ ହୋଇଛି
06:08 Apply ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଡାଇଲଗ୍ ବକ୍ସକୁ ବନ୍ଦ କରନ୍ତୁ
06:12 spiral ପାଥ୍ ଦୃଶ୍ୟମାନ ହେବା ପାଇଁ ସ୍ପାଇରାଲ୍ warli ପ୍ୟାଟର୍ନକୁ ସାମାନ୍ୟ ଟିକେ କଡକୁ ଘୁଞ୍ଚାଇଦିଅନ୍ତୁ. ବର୍ତ୍ତମାନ, ସ୍ପାଇରାଲ୍ ପାଥକୁ ଚୟନ କରି ଡିଲିଟ୍ କରନ୍ତୁ
06:21 ଏହିପରି Inkscapeରେ ଆପଣ ଗୋଟିଏ ସୁନ୍ଦର ସ୍ପାଇରାଲ୍ warli ପ୍ୟାଟର୍ନକୁ ଡ୍ର’ କରିପାରିବେ
06:26 ଏହିପରି, ଆପଣ ଅନେକ ସୁନ୍ଦର warli ପ୍ୟାଟର୍ନଗୁଡିକୁ ସୃଷ୍ଟି କରିପାରିବେ
06:31 ତା’ପରେ, ଗୋଟିଏ ବୋର୍ଡର କିପରି ସୃଷ୍ଟି କରାଯାଏ ଚାଲନ୍ତୁ ଶିଖିବା.
06:35 Object ମେନୁକୁ ଯା’ନ୍ତୁ ଏବଂ Symbols ଉପରେ କ୍ଲିକ୍ କରନ୍ତୁ. ତ୍ରିଭୁଜ ଆକାର ଉପରେ କ୍ଲିକ୍ କରି ଏହାକୁ canvas ଉପରକୁ ଡ୍ରାଗ୍ କରି ଆଣନ୍ତୁ
06:42 Tool controls bar ଉପରେ ଦୈର୍ଘ୍ୟ ଓ ପ୍ରସ୍ଥକୁ 30ରେ ପରିବର୍ତ୍ତନ କରନ୍ତୁ
06:47 ବର୍ତ୍ତମାନ ତ୍ରିଭୁଜକୁ canvasରେ ଉପର ବାମ ପଟକୁ ସ୍ଥାନାନ୍ତର କରନ୍ତୁ
06:52 ମୁଁ ତ୍ରିଭୁଜକୁ ବ୍ୟବହାର କରି ଗୋଟିଏ ରୋ’ ପ୍ୟାଟର୍ନ ସୃଷ୍ଟି କରିବାକୁ ଚାହୁଁଛି
06:56 Editକୁ ଯା’ନ୍ତୁ. Clone ଉପରେ ଏବଂ ତା’ପରେ Create Tiled Clones ଉପରେ କ୍ଲିକ୍ କରନ୍ତୁ. ପୂର୍ବ ସମସ୍ତ ସେଟିଙ୍ଗସଗୁଡିକ ଏଠାରେ ଦୃଶ୍ୟମାନ ହେବ
07:06 Rotation ଟାବରେ, Per Row ଓ Per Columnର ଆଙ୍ଗଲ୍ ପାରାମିଟରକୁ 0ରେ ପରିବର୍ତ୍ତନ କରନ୍ତୁ
07:13 Shift ଟାବରେ, Per column ଅପଶନ୍ ଅଧିନରେ ଥିବା Xର ଭାଲ୍ୟୁକୁ 0ରେ ପରିବର୍ତ୍ତନ କରନ୍ତୁ
07:19 ଶେଷରେ, ଏଠାରେ ପ୍ରଦର୍ଶିତ ହେଲା ଭଳି ନିମ୍ନରେ Columnକୁ 35ରେ ପରିବର୍ତ୍ତନ କରନ୍ତୁ. Create ବଟନ୍ ଉପରେ କ୍ଲିକ୍ କରନ୍ତୁ
07:27 canvas ଉପରେ ସୃଷ୍ଟି ହୋଇଥିବା ରୋ’ ପ୍ୟାଟର୍ନକୁ ଲକ୍ଷ୍ୟ କରନ୍ତୁ
07:31 ସମସ୍ତ ତ୍ରିଭୁଜକୁ ଚୟନ କରନ୍ତୁ ଏବଂ ସେସବୁକୁ ଏକତ୍ର ଭାବେ ଗ୍ରୁପ୍ କରିବା ପାଇଁ Ctrl + Gକୁ ଦାବନ୍ତୁ
07:37 ତ୍ରିଭୁଜ ପ୍ୟାଟର୍ନର ଡୁପ୍ଲିକେଟ୍ କରିବା ପାଇଁ Ctrl + Dକୁ ଦାବନ୍ତୁ. ଏହାକୁ ଫ୍ଲିପ୍ କରିବା ପାଇଁ V ଦାବନ୍ତୁ
07:43 ବର୍ତ୍ତମାନ ପ୍ୟାଟର୍ନକୁ canvasର ନିମ୍ନକୁ ସ୍ଥାନାନ୍ତର କରନ୍ତୁ
07:48 ବର୍ତ୍ତମାନ ଆପଣଙ୍କ warli ପ୍ୟାଟର୍ନ ପ୍ରସ୍ତୁତ. ଏହି ପ୍ୟାଟର୍ନକୁ ଆପଣ ବିଭିନ୍ନ ଟେକ୍ସଟାଇଲ୍ ଆସାଇନମେଣ୍ଟଗୁଡିକରେ ବୋର୍ଡର୍ ଭାବେ ବ୍ୟବହାର କରିପାରିବେ
07:55 ଏହା କୁର୍ତି ଉପରେ ଏହିଭଳି ଦେଖାଯିବ
07:58 ଏହାକୁ ଗୋଟିଏ ପିଲୋ କଭର୍ ଡିଜାଇନ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ
08:02 ଏବଂ ଏହି warli ଆର୍ଟ କପଡା ବ୍ୟାଗ୍ ଉପରେ ମଧ୍ୟ ଚମତ୍କାର ଦେଖାଯାଏ
08:06 ତେଣୁ ସମାନ ମାର୍ଗରେ, ଆପଣ warli ଆର୍ଟ ଫର୍ମକୁ ବ୍ୟବହାର କରି ବିଭିନ୍ନ ଟେକ୍ସଟାଇଲ୍ ପ୍ୟାଟର୍ନଗୁଡିକୁ ସୃଷ୍ଟି କରିପାରିବେ
08:13 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ
08:18 ଏହି ଟ୍ୟୂଟୋରିଆଲରେ ଆମେ ଟେକ୍ସଟାଇଲ୍ ପାଇଁ Warli ପ୍ୟାଟର୍ନ, କ୍ଲୋନିଙ୍ଗ ବ୍ୟବହାର କରି ପ୍ୟାଟର୍ନଗୁଡିକୁ ସୃଷ୍ଟି କରିବା ଶିଖିଲେ
08:27 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି. ଗୋଟିଏ ମୟୁରର ପ୍ୟାଟର୍ନ ଡିଜାଇନ୍ କରନ୍ତୁ
08:33 ଆପଣଙ୍କ ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହି ଭଳି ଦେଖାଯିବ
08:37 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଦେଖନ୍ତୁ
08:43 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ, ଦୟାକରି ଆମକୁ ଲେଖନ୍ତୁ
08:53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
09:03 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep