Inkscape/C4/Trace-bitmaps-in-Inkscape/Oriya

From Script | Spoken-Tutorial
Revision as of 12:03, 3 August 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:02 ବନ୍ଧୁଗଣ, Trace bitmap in Inkscapeର ବ୍ୟବହାର ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ, ରାଷ୍ଟର୍ ଓ ଭେକ୍ଟର୍ ଇମେଜ୍ ମଧ୍ୟରେ ଥିବା ପାର୍ଥକ୍ୟ, ବିଭିନ୍ନ ରାଷ୍ଟର୍ ଓ ଭେକ୍ଟର୍ ଫର୍ମାଟଗୁଡିକ, ରାଷ୍ଟର୍ ଇମେଜକୁ ଭେକ୍ଟର୍ ଇମେଜରେ ରୂପାନ୍ତର କରି ଶିଖିବା
00:20 ଏହାକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି, Ubuntu Linux 12.04 OS, Inkscape ଭର୍ସନ୍ 0.91
00:29 ଏହି ଟ୍ୟୁଟୋରିଆଲରେ ଉଦାହରଣ ଭାବେ ବ୍ୟବହୃତ ହୋଇଥିବା ଇମେଜଗୁଡିକ Code Files ଲିଙ୍କ ମଧ୍ୟରେ ପ୍ରଦାନ କରାଯାଇଛି
00:36 ଏଠାରେ ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଇମେଜଗୁଡିକୁ ଆପଣଙ୍କ ମସିନରେ ଡାଉନଲୋଡ୍ କରନ୍ତୁ
00:42 ଏଠାରେ desktop ଉପରେ ଦୁଇଟି ଇମେଜ୍ ଅଛି
00:45 Linux.png, ରାଷ୍ଟର୍ ଇମେଜ୍ ଏବଂ Linux.pdf, ଭେକ୍ଟର୍ ଇମେଜ୍ ଅଟେ
00:51 ସେଗୁଡିକୁ ଖୋଲନ୍ତୁ
00:53 ଉଭୟ ଇମେଜ୍ ଏକାଭଳି ଦେଖାଯାଇପାରନ୍ତି. କେବଳ ଇମେଜ୍ ମଧ୍ୟରେ ଯୁମ୍ କଲେ ପାର୍ଥକ୍ୟକୁ ଜାଣିପାରିବେ. ଏହା କରନ୍ତୁ
01:02 ବର୍ତ୍ତମାନ, ପ୍ରଥମ ଇମେଜଟି ପିକ୍ସେଲେଟେଡ୍ ହୋଇ ଦେଖାଯିବ କାରଣ ଗୋଟିଏ ରାଷ୍ଟର୍ ଇମେଜ୍ ପିକ୍ସେଲଗୁଡିକୁ ନେଇ ଗଠିତ
01:09 କିନ୍ତୁ ଦ୍ଵିତୀୟ ଇମେଜଟି ପିକ୍ସେଲେଟ୍ ହେବ ନାହିଁ କାରଣ ଗୋଟିଏ ଭେକ୍ଟର୍ ଇମେଜ୍ ପାଥଗୁଡିକୁ ନେଇ ଗଠିତ
01:15 କିଛି ରାଷ୍ଟର୍ ଇମେଜର ଫର୍ମାଟଗୁଡିକ ହେଲେ, JPEG, PNG,TIFF,GIF, BMP ପ୍ରଭୃତି
01:27 କିଛି ଭେକ୍ଟର୍ ଇମେଜର ଫର୍ମାଟଗୁଡିକ ହେଲେ, SVG, AI, CGM ପ୍ରଭୃତି
01:34 ଫର୍ମାଟଗୁଡିକ ଯେଉଁଥିରେ ଉଭୟ ଭେକ୍ଟର୍ ଓ ରାଷ୍ଟର୍ ରହିପାରେ, ସେଗୁଡିକ ହେଲେ, PDF, EPS, SWF
01:43 ବର୍ତ୍ତମାନ, ରାଷ୍ଟର୍ ଇମେଜକୁ ଭେକ୍ଟରରେ କିପରି ରୂପାନ୍ତର କରାଯାଏ ଚାଲନ୍ତୁ ଶିଖିବା
01:47 Inkscape ଖୋଲନ୍ତୁ. ବର୍ତ୍ତମାନ, ରାଷ୍ଟର୍ ଇମେଜକୁ ଇମ୍ପୋର୍ଟ କରନ୍ତୁ
01:52 Fileକୁ ଯା’ନ୍ତୁ ଏବଂ Import ଉପରେ କ୍ଲିକ୍ କରନ୍ତୁ
01:57 ବର୍ତ୍ତମାନ Path ମେନୁକୁ ଯା’ନ୍ତୁ ଏବଂ Trace Bitmap ଉପରେ କ୍ଲିକ୍ କରନ୍ତୁ
02:02 ଗୋଟିଏ ଡାଇଲଗ୍ ବକ୍ସ ଖୋଲିବ. Mode ଟାବ୍ ଅଧିନରେ ବିଭିନ୍ନ ଅପଶନଗୁଡିକୁ ଦେଖିବାକୁ ପାଇବେ
02:08 ଇମେଜ୍ ଚୟନ ହୋଇଛି ବୋଲି ନିଶ୍ଚିତ କରନ୍ତୁ. ଡିଫଲ୍ଟ ଭାବେ, Brightness cutoff ଅପଶନ୍ ଚୟନ ହୋଇଛି
02:14 Preview ଅଧିନରେ, ପରିବର୍ତ୍ତନଗୁଡିକୁ ଦେଖିବା ପାଇଁ Live Preview ଅପଶନକୁ ଚୟନ କରନ୍ତୁ
02:20 Preview ୱିଣ୍ଡୋରେ ଆପଣ ଯେପରି ଦେଖିପାରୁଛନ୍ତି, ବ୍ରାଇଟନେସର ପାର୍ଥକ୍ୟକୁ Brightness cutoff ପ୍ରାପ୍ତ କରିଥାଏ
02:26 ବର୍ତ୍ତମାନ ଦ୍ଵିତୀୟ ଅପଶନ୍ ଯାହା Edge detection, ଉପରେ କ୍ଲିକ୍ କରନ୍ତୁ
02:31 ଯେପରି ନାମ ସୂଚିତ କରୁଛି, ଏହା କେବଳ ଧାରଗୁଡିକୁ ହିଁ ପ୍ରାପ୍ତ କରେ
02:35 Color quantization, ହ୍ରାସିତ କଲରଗୁଡିକର ସୀମା ଉପରେ ଟ୍ରେସ୍ କରିଥାଏ
02:41 Invert image, ବିଟମ୍ୟାପର କଲରଗୁଡିକୁ ଇନଭର୍ଟ କରିଦେବ ଯଦି ଆପଣଙ୍କୁ ଇନଭର୍ଟେଡ୍ ଭଲ ଦେଖାଯାଏ
02:47 ଇନଭର୍ଟ ଇମେଜକୁ ଅନଚେକ୍ କରନ୍ତୁ
02:51 Multiple scans ମଲ୍ଟିପଲ୍ କଲର୍ ପାଇଁ ଉତ୍ତମ ଅଟେ
02:54 Brightness steps ବ୍ରାଇଟନେସ୍ ମଧ୍ୟରେ ଥିବା ପାର୍ଥକ୍ୟକୁ ପ୍ରାପ୍ତ କରିଥାଏ
02:58 Colors, ନିର୍ଦ୍ଦିଷ୍ଟ ହୋଇଥିବା କଲରଗୁଡିକୁ ପ୍ରାପ୍ତ କରିଥାଏ
03:01 Grays, Colors ଭଳି ସମାନ ଅଟେ କିନ୍ତୁ କେବଳ ଗ୍ରେସ୍କେଲ୍ କଲରଗୁଡିକୁ ପ୍ରାପ୍ତ କରେ. Smooth ଅପଶନକୁ ଅନଚେକ୍ କରନ୍ତୁ, ଯେହେତୁ ଏହା ଧାରଗୁଡିକରେ ଅଧିକ ସ୍ମୂଥ୍ ଲାଇନଗୁଡିକୁ ସୃଷ୍ଟି କରିଥାଏ
03:13 ବର୍ତ୍ତମାନ ସମସ୍ତ ଅପଶନଗୁଡିକୁ ଦେଖିପାରୁଛନ୍ତି. ଆବଶ୍ୟକତାନୁସାରେ ଆପଣ ଯେକୌଣସିଟିକୁ ଚୟନ କରିପାରିବେ
03:20 ଏହା ଉପରେ କ୍ଲିକ୍ କରି Colors ଅପଶନକୁ ଚୟନ କରନ୍ତୁ
03:24 ବର୍ତ୍ତମାନ OK ଉପରେ କ୍ଲିକ୍ କରି ଡାଇଲଗ୍ ବକ୍ସକୁ ବନ୍ଦ କରନ୍ତୁ
03:28 ଅସଲ ଇମେଜ୍ ଉପରେ ଟ୍ରେସ୍ ଇମେଜକୁ ସୃଷ୍ଟି କରନ୍ତୁ
03:33 ଉଭୟ ଇମେଜକୁ ଦେଖିବା ପାଇଁ, ଇମେଜ ଉପରେ କ୍ଲିକ୍ କରି ଗୋଟିଏ କଡକୁ ସ୍ଥାନାନ୍ତର କରନ୍ତୁ
03:38 ବର୍ତ୍ତମାନ ଇମେଜଟି ଭେକ୍ଟରରେ ରୂପାନ୍ତର ହୋଇଛି. ଇମେଜଗୁଡିକ ଉପରେ ଯୁମ୍ କରନ୍ତୁ
03:43 ପୂର୍ବରୁ କୁହାଯାଇଛି, ପ୍ରଥମ ଇମେଜଟି ପିକ୍ସେଲେଟେଡ୍ ହୋଇଛି ଯେତେବେଳେ ଦ୍ଵିତୀୟ ଇମେଜଟି ପିକ୍ସେଲେଟେଡ୍ ହେବ ନାହିଁ
03:50 ଏବଂ ପାଥଗୁଡିକୁ ମଧ୍ୟ ଅତି ପରିଷ୍କାର ଭାବେ ଦେଖିପାରିବେ
03:56 ବର୍ତ୍ତମାନ, ଅସଲ ଇମେଜକୁ ଡିଲିଟ୍ କରନ୍ତୁ
03:58 ଇମେଜକୁ ଚୟନ କରନ୍ତୁ. Pathକୁ ଯା’ନ୍ତୁ. Break Apart ଉପରେ କ୍ଲିକ୍ କରନ୍ତୁ
04:03 ବର୍ତ୍ତମାନ ଇମେଜ ଉପରେ ଡବଲ୍ କ୍ଲିକ୍ କରନ୍ତୁ. ଅନ୍ୟଟି ଉପରେ ଇମେଜଗୁଡିକର ଗୋଟିଏ ଥାକ ସୃଷ୍ଟି ହୋଇଛି
04:10 ଏହାକୁ ଦୃଶ୍ୟମାନ କରିବା ପାଇଁ ସେଗୁଡିକୁ କ୍ଲିକ୍ ଓ ଡ୍ରାଗ୍ କରି କଡକୁ ନେଇଯା’ନ୍ତୁ
04:13 ତା’ପରେ ଭେକ୍ଟର୍ ଇମେଜକୁ କିପରି ଏଡିଟ୍ କରାଯାଏ, ଚାଲନ୍ତୁ ଶିଖିବା. ବ୍ଲାକ୍ ଇମେଜକୁ ଏଡିଟ୍ କରନ୍ତୁ
04:19 ତେଣୁ ଅନ୍ୟ ଇମେଜଗୁଡିକୁ ଡିଲିଟ୍ କରନ୍ତୁ
04:23 ଇମେଜଟି ଚୟନ ହୋଇଛି ବୋଲି ନିଶ୍ଚିତ କରନ୍ତୁ
04:26 Pathକୁ ଯା’ନ୍ତୁ. Break Apart ଉପରେ କ୍ଲିକ୍ କରନ୍ତୁ
04:29 Fill and Stroke ଅଧିନରେ, ଓପାସିଟୀକୁ ହ୍ରାସକରି 50 କରନ୍ତୁ. ବର୍ତ୍ତମାନ ଆପଣ ଅଂଶଗୁଡିକୁ ସ୍ପଷ୍ଟ ଭାବେ ଦେଖିପାରିବେ
04:37 ଇମେଜର କଲରଗୁଡିକୁ ପରିବର୍ତ୍ତନ କରନ୍ତୁ
04:40 ନିଜର କଳ୍ପନା ଅନୁସାରେ କଲରଗୁଡିକୁ ପରିବର୍ତ୍ତନ କରନ୍ତୁ
04:44 ବର୍ତ୍ତମାନ ସମଗ୍ର ଅଂଶକୁ ଚୟନ କରନ୍ତୁ ଏବଂ ଓପାସିଟୀକୁ ବୃଦ୍ଧି କରି 100 କରନ୍ତୁ
04:51 ସେଗୁଡିକୁ ଏକତ୍ର ଗ୍ରୁପ୍ କରିବା ପାଇଁ Ctrl + Gକୁ ଦାବନ୍ତୁ
04:55 ବର୍ତ୍ତମାନ କିଛି ହେୟାର୍ ଷ୍ଟାଇଲକୁ ଯୋଗ କରନ୍ତୁ. ଏହା କରିବା ପାଇଁ, ଇମେଜକୁ ଚୟନ କରିବା ସହିତ Nodes ଟୂଲ୍ ଉପରେ କ୍ଲିକ୍ କରନ୍ତୁ
05:02 ମୁଖ୍ୟ କ୍ଷେତ୍ର ଉପରେ ନୋଡଗୁଡିକୁ ଯୋଗ କରନ୍ତୁ. ବର୍ତ୍ତମାନ ପ୍ରଦର୍ଶିତ ହେବା ଭଳି ନୋଡଗୁଡିକୁ ସାମାନ୍ୟ ଉପରକୁ ଉଠାନ୍ତୁ
05:09 ଇମେଜକୁ ଉଭୟ ରାଷ୍ଟର୍ ଓ ଭେକ୍ଟର୍ ଫର୍ମାଟରେ ସେଭ୍ କରନ୍ତୁ
05:13 ପ୍ରଥମେ ଏହାକୁ ରାଷ୍ଟର୍ ଭାବେ ମାନେ PNG ଫର୍ମାଟରେ ସେଭ୍ କରନ୍ତୁ. Fileକୁ ଯା’ନ୍ତୁ ଏବଂ Save As ଉପରେ କ୍ଲିକ୍ କରନ୍ତୁ
05:21 ନାମକୁ Image-rasterରେ ପରିବର୍ତ୍ତନ କରନ୍ତୁ. Save ଉପରେ କ୍ଲିକ୍ କରନ୍ତୁ
05:29 ତା’ପରେ ଇମେଜକୁ ଭେକ୍ଟରରେ ମାନେ PDF ଫର୍ମାଟରେ ସେଭ୍ କରନ୍ତୁ
05:34 ପୁଣି ଥରେ Fileକୁ ଯା’ନ୍ତୁ ଏବଂ Save As ଉପରେ କ୍ଲିକ୍ କରନ୍ତୁ
05:39 ଏକ୍ସଟେନଶନକୁ PDFରେ ପରିବର୍ତ୍ତନ କରନ୍ତୁ. ନାମକୁ Image-vectorରେ ପରିବର୍ତ୍ତନ କରନ୍ତୁ. Save ଉପରେ କ୍ଲିକ୍ କରନ୍ତୁ
05:48 ବର୍ତ୍ତମାନ ଡେସ୍କଟପକୁ ଯା’ନ୍ତୁ ଏବଂ ଉଭୟ ଇମେଜକୁ ଯାଞ୍ଚ୍ କରନ୍ତୁ
05:53 ଦୁଇଟି ଇମେଜ ମଧ୍ୟରେ ଥିବା ପାର୍ଥକ୍ୟକୁ ଆପଣ ସ୍ପଷ୍ଟ ଭାବେ ଚିହ୍ନଟ କରିପାରିବେ
05:58 ଏହି ଟ୍ୟୁଟୋରିଆଲ ପାଇଁ ଏତିକି. ସଂକ୍ଷିପ୍ତରେ
06:01 ଏହି ଟ୍ୟୁଟୋରିଆଲରେ ଆମେ, ରାଷ୍ଟର୍ ଓ ଭେକ୍ଟର୍ ଇମେଜ୍ ମଧ୍ୟରେ ଥିବା ପାର୍ଥକ୍ୟ, ବିଭିନ୍ନ ରାଷ୍ଟର୍ ଓ ଭେକ୍ଟର୍ ଫର୍ମାଟଗୁଡିକ, ରାଷ୍ଟର୍ ଇମେଜକୁ ଭେକ୍ଟର୍ ଇମେଜରେ ରୂପାନ୍ତର କରିବା ଶିଖିଲେ
06:12 ଗୋଟିଏ ଆସାଇନମେଣ୍ଟ ଭାବେ, ଟ୍ରେନ୍ ଇମେଜକୁ ଚୟନ କରନ୍ତୁ ଯାହା ଆପଣଙ୍କ କୋଡ୍ ଫାଇଲ୍ ଲିଙ୍କରେ ପ୍ରଦତ୍ତ ଅଛି ଏବଂ ଏହାକୁ ଗ୍ରେ’ରେ ଗୋଟିଏ ଭେକ୍ଟରକୁ ରୂପାନ୍ତର କରନ୍ତୁ
06:20 ଆପଣଙ୍କ ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହି ଭଳି ଦେଖାଯିବା ଉଚିତ
06:23 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଦେଖନ୍ତୁ
06:30 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
06:38 ଅଧିକ ବିବରଣୀ ପାଇଁ, ଦୟାକରି ଆମକୁ ଲେଖନ୍ତୁ
06:41 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
06:51 ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep