LibreOffice-Suite-Base/C4/Design-Refine-Database-Design-and-Normalization-Rules/Oriya
From Script | Spoken-Tutorial
Time | Narration |
00:02 | ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲ୍ ପୂର୍ବ Database Design ଉପରେ ଥିବା ଟ୍ୟୁଟୋରିଆଲର ନିରନ୍ତରତା ଅଟେ |
00:11 | ଏବଂ ଏଠାରେ ଆମେ ନିମ୍ନଲିଖିତ ବିଷୟଗୁଡିକୁ ଶିଖିବା: |
00:15 | 7. ଡେଟାବେସ୍ ଡିଜାଇନକୁ ରିଫାଇନ୍ କରିବା |
00:18 | 8. normalizationର ନିୟମଗୁଡିକୁ ପ୍ରୟୋଗ କରିବା |
00:21 | 9. ଡେଟାବେସ୍ ଡିଜାଇନକୁ ପରୀକ୍ଷା କରିବା |
00:25 | ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲରେ table relationshipକୁ ସ୍ଥାପନ କରିବା ପାଇଁ primary keys ଓ foreign keysକୁ କିପରି ସେଟ ଅପ୍ କରାଯାଏ ଶିଖିଲେ |
00:34 | ବର୍ତ୍ତମାନ ଚାଲନ୍ତୁ database design ପ୍ରକ୍ରିୟାକୁ ଜାରିରଖିବା |
00:38 | ପ୍ରଥମେ ଡେଟାବେସ୍ ଡିଜାଇନକୁ ରିଫାଇନ୍ କରନ୍ତୁ |
00:42 | ବର୍ତ୍ତମାନ ଗୋଟିଏ ପ୍ରାରମ୍ଭିକ ଡିଜାଇନ୍ ଅଛି, ନମୂନା ଡେଟାଗୁଡିକୁ ସୃଷ୍ଟି କରିବା ସହିତ ଟେବଲଗୁଡିକରେ ଭର୍ତ୍ତି କରନ୍ତୁ |
00:50 | ନମୂନା queries, form ଓ reportଗୁଡିକୁ ସୃଷ୍ଟି କରିପାରିବେ ଏବଂ ପ୍ରାଥମିକ ପ୍ରଶ୍ନଗୁଡିକର ଉତ୍ତର ପ୍ରାପ୍ତ କଲେ କି ନାହିଁ ଦେଖନ୍ତୁ |
00:59 | ଅନାବଶ୍ୟକ ଡୁପ୍ଲିକେଶନକୁ ଚେକ୍ କରନ୍ତୁ ଏବଂ ଡିଜାଇନକୁ ଅଲଟର୍ କରି ସେମାନଙ୍କୁ ବାହାର କରିଦିଅନ୍ତୁ |
01:06 | ଭୁଲିଯାଇଥିବା କଲମଗୁଡିକୁ ମଧ୍ୟ ଯୋଗ କରିପାରିବେ |
01:10 | Database Integrityକୁ କାର୍ଯ୍ୟକାରୀ କରିବା ପାଇଁ ଲାଇବ୍ରେରୀ ଡେଟାବେସରେ Business ruleଗୁଡିକୁ ସମ୍ପୃକ୍ତ କରନ୍ତୁ |
01:19 | ଉଦାହରଣସ୍ଵରୂପ, Books ମଧ୍ୟରେ ଥିବା Price କଲମକୁ ନିଶ୍ଚିତରୂପେ ନ୍ୟୁମେରିକ୍ କରନ୍ତୁ |
01:24 | ଅନ୍ୟ ଏକ ବିଜିନେସ୍ ନିୟମ ହେଉଛି: ଗୋଟିଏ ବହି ଇସ୍ୟୁ ହେବାର ମାସେ ପରେ Return Date ରହିବା ଆବଶ୍ୟକ |
01:32 | କିମ୍ବା, ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟ ସଂଘଠିତ ହେବା ପରେ ପରବର୍ତ୍ତୀ କାର୍ଯ୍ୟଗୁଡିକ ମଧ୍ୟ ସକ୍ରିୟ ହେବା ଆବଶ୍ୟକ |
01:39 | ତେଣୁ, ଯଦି ଗୋଟିଏ ବହିର ଫେରସ୍ତ ତାରିଖ ଗଡିଯାଏ ତେବେ ଡେଟାବେସରେ ପ୍ରକ୍ରିୟାଗୁଡିକୁ ସେଟ ଅପ୍ କରିବା ଆବଶ୍ୟକ ଯାହା ମେମ୍ବରକୁ ମନେପକାଇବା ପାଇଁ ଗୋଟିଏ ଇମେଲ୍ ପ୍ରେରଣ କରିବ |
01:50 | ତେଣୁ, ରିଡିଜାଇନ୍ କରିବା ବେଳେ, ନୁତନ tables, columns, rules କିମ୍ବା constraintଗୁଡିକ ପ୍ରବେଶ କରିପାରନ୍ତି |
01:58 | ଏବଂ Data Integrity ଅକ୍ଷ୍ୟୁର୍ଣ୍ଣ ଥିବାକୁ ସୁନିଶ୍ଚିତ କରିବା ପାଇଁ ପୂର୍ବବର୍ତ୍ତୀ ସମସ୍ତ ସୋପାନଗୁଡିକୁ ଭଲ ଭାବେ ଆଲୋଚନା କରନ୍ତୁ |
02:07 | ତା’ପରେ, normalization ruleଗୁଡିକୁ ପ୍ରୟୋଗ କରନ୍ତୁ |
02:13 | ନିମ୍ନଲିଖିତ ଭାବେ ଟେବୁଲଗୁଡିକ ସୃଷ୍ଟି ହୋଇଛି କି ନାହିଁ ଦେଖିବା ପାଇଁ ଏଗୁଡିକ ବ୍ୟବହୃତ ହୁଏ: |
02:17 | a) ସଠିକତାର ସହ ନିର୍ମାଣ ଏବଂ |
02:20 | b) ପୂର୍ବେ ସମ୍ମୁଖୀନ ହୋଇଥିବା ରୂପାନ୍ତରିତ କୌଣସି anomaliesରୁ ମୁକ୍ତ ଥିବ |
02:25 | ଡେଟାବେସ୍ ଡିଜାଇନରେ ନିୟମଗୁଡିକ କିମ୍ବା normal formsର ପ୍ରୟୋଗ ହେବାର ପ୍ରକ୍ରିୟାକୁ normalization କୁହାଯାଏ |
02:33 | ଏହି ଟ୍ୟୁଟୋରିଆଲରେ ପ୍ରଥମ ତିନୋଟି Normal formsକୁ ଚାଲନ୍ତୁ ଦେଖିବା |
02:38 | ପ୍ରଥମେ First Normal Formକୁ ଚାଲନ୍ତୁ ଦେଖିବା. First Normal Form ବା 1NF କୁହେ ଯେ ସମଗ୍ର କଲମର ଭାଲ୍ୟୁଗୁଡିକ ନିଶ୍ଚିତରୂପେ atomic ହେବ |
02:51 | ଉଦାହରଣସ୍ଵରୂପ, Books ଟେବଲର Price କଲମର ପ୍ରତ୍ୟେକ ସେଲରେ କେବଳ ଗୋଟିଏ ମାତ୍ର ଭାଲ୍ୟୁ ରହିବା ଆବଶ୍ୟକ |
02:59 | ଅର୍ଥାତ୍, କଲମଟି ସେହି ବହିର କେବଳ ମୂଲ୍ୟ ବ୍ୟତିତ ଆଉ କିଛି ଧାରଣ କରିବ ନାହିଁ |
03:07 | ସେହିପରି, Authors ଟେବଲର First Nameର ପ୍ରତ୍ୟେକ ସେଲରେ କେବଳ ଗୋଟିଏ ଅଥରର ପ୍ରଥମ ନାମ ରହିବ |
03:16 | First Normal form କଲମ୍ ଗ୍ରୁପର ପୁନରାବୃତ୍ତି ହେବ ନାହିଁ ବୋଲି ମଧ୍ୟ ଜଣାଇଥାଏ |
03:23 | ଉଦାହରଣସ୍ଵରୂପ, ଗୋଟିଏ ପବ୍ଲିଶର୍ ତିନୋଟି ବହି ପବ୍ଲିସ୍ କରିଥିବାର ଅନୁମାନ କରନ୍ତୁ |
03:29 | ଏବଂ Publishers ଟେବଲର ଗଠନରେ ନିମ୍ନଲିଖିତ କଲମଗୁଡିକ ଅଛି: |
03:34 | Publisher Id, Publisher, Book1, Author 1, Book 2, Author 2, Book 3, Author 3 |
03:47 | ପୁନରାବୃତ୍ତି ହୋଇଥିବା ଗ୍ରୁପଗୁଡିକୁ ଦେଖନ୍ତୁ: ତିନି ଥର Book ଓ Author |
03:52 | ତେଣୁ, ଯଦି ପୁନରାବୃତ୍ତି ହୋଇଥିବା ଗ୍ରୁପଗୁଡିକୁ ଦେଖନ୍ତି ତେବେ ଡିଜାଇନକୁ ଫେରିଆସନ୍ତୁ |
03:58 | ବର୍ତ୍ତମାନ, ଯଦି ପବ୍ଲିଶର୍ ଅଧିକ ଆଉ ଦଶଟି ବହି ପବ୍ଲିଶ୍ କରନ୍ତି ତେବେ କୋଡିଏଟି କଲମକୁ ଯୋଡିବା ସହିତ ଟେବଲର ଗଠନକୁ ପରିବର୍ତ୍ତନ କରିବା ପାଇଁ ବାଧ୍ୟ ହେବେ |
04:08 | ତେଣୁ, ପରିବର୍ତ୍ତିତ ଡେଟା ସହିତ ଟେବଲର ଡିଜାଇନ୍ ସ୍ଥିର ନ’ଥିବାର ଲକ୍ଷ୍ୟ କରନ୍ତୁ |
04:14 | ବୂକ୍ ଓ ଅଥର୍ ଦ୍ଵାରା table ମଧ୍ୟରେ ସର୍ଚ ଓ ସର୍ଟ କରିବା ମଧ୍ୟ ଅସୁବିଧାଜନକ ହେବ |
04:23 | ତେଣୁ, ଏହି ସମସ୍ୟାର ସମାଧାନ ପାଇଁ ଟେବଲକୁ ଦୁଇଟି କିମ୍ବା ତିନୋଟି ଟେବଲରେ ବିଭକ୍ତ କରନ୍ତୁ |
04:30 | ଏହି ଉଦାହରଣରେ, ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଇମେଜ ଭଳି ଉପରୋକ୍ତ ଟେବଲକୁ Publishers, Books ଓ Authorsରେ ବିଭକ୍ତ କରନ୍ତୁ |
04:41 | ଏହି ଡିଜାଇନ୍ ଟେବଲକୁ First Normal Formକୁ ଆଣେ |
04:47 | ଏବଂ ପବ୍ଲିଶର ଓ ବୂକଗୁଡିକର ଡେଟା ପରିବର୍ତ୍ତନ ହେଉଥିଲେ ମଧ୍ୟ ଟେବଲର ଗଠନ ସ୍ଥିର ରହିଥାଏ |
04:56 | ବର୍ତ୍ତମାନ Second Normal Formକୁ ଚାଲନ୍ତୁ ଦେଖିବା |
05:00 | ଗୋଟିଏ ଟେବଲ Second Normal Form ବା 2NFରେ ଅଛି ବୋଲି କୁହାଯିବ ଯଦି ଏହା 1NFରେ ରହିଥାଏ |
05:07 | ଏବଂ ପ୍ରତ୍ୟେକ ନନ୍-କୀ କଲମ୍ ସମଗ୍ର primary key ଉପରେ ପୂର୍ଣ୍ଣମାତ୍ରାରେ ସ୍ଵାଧିନ ରହିଥା’ନ୍ତି |
05:14 | ଯେତେବେଳେ ଗୋଟିଏ primary key ଅନେକଗୁଡିଏ କଲମକୁ ନେଇ ଗଠିତ ହୋଇଥାଏ ସେତେବେଳେ ଏହି ନିୟମ ପ୍ରୟୋଗ ହୁଏ |
05:22 | ଉଦାହରଣସ୍ଵରୁପ, ନିମ୍ନଲିଖିତ କଲମଗୁଡିକ ସହିତ BooksIssued ଟେବଲକୁ ଦେଖନ୍ତୁ |
05:29 | BookId, MemberId, BookTitle ଓ IssueDate ସହିତ BookId ଓ MemberId ଟେବଲର primary keyକୁ ଗଠନ କରନ୍ତି |
05:42 | ବର୍ତ୍ତମାନ, BookTitle କଲମକୁ ଦେଖନ୍ତୁ |
05:45 | Books ଟେବଲରେ BookId ସୃଷ୍ଟି କଲା ସମୟରେ BookTitleକୁ ପ୍ରାପ୍ତ କରିପାରିବେ |
05:52 | ଅନ୍ୟ ଅର୍ଥରେ, BookTitle, Book ID ଉପରେ ନିର୍ଭରଶୀଳ ଏବଂ Member ID ଉପରେ ନୁହେଁ |
06:00 | ତେଣୁ, ଏହା ସମ୍ପୂର୍ଣ୍ଣରୁପେ primary key ଉପରେ ନିର୍ଭରଶୀଳ ନୁହେଁ |
06:06 | ଟେବଲକୁ Second Normal Formକୁ ଆଣିବା ପାଇଁ, ଏହି ଟେବଲରୁ ନିଶ୍ଚିତରୂପେ BookTitleକୁ ବାହାର କରିଦିଅନ୍ତୁ |
06:14 | ଏବଂ କେବଳ ସେହି କଲମଗୁଡିକୁ ଉଦ୍ଧାର କରନ୍ତୁ ଯାହା ଉଭୟ primary key ଓ columnଗୁଡିକ ଉପରେ ପୂର୍ଣ୍ଣମାତ୍ରାରେ ନିର୍ଭରଶୀଳ ଅଟନ୍ତି |
06:23 | IssueDate କଲମ୍ ଏଠାରେ ଉଦ୍ଧାର ହେବ ଯେହେତୁ ଏହା ଉଭୟ primary key ଫିଲ୍ଡଗୁଡିକ ଉପରେ ପୂର୍ଣ୍ଣମାତ୍ରାରେ ନିର୍ଭରଶୀଳ ଅଟେ |
06:31 | ବର୍ତ୍ତମାନ, Third Normal Form କ’ଣ ଚାଲନ୍ତୁ ଦେଖିବା |
06:35 | ଗୋଟିଏ ଟେବଲ Third Normal Form (3NF)ରେ ଅଛି ବୋଲି କୁହାଯିବ ଯଦି ଏହା 2NFରେ ରହିଥାଏ |
06:42 | ଏବଂ ଯଦି ସମସ୍ତ ନନ୍-କୀ କଲମଗୁଡିକ ପରସ୍ପର ସ୍ଵାଧିନ ରୁହନ୍ତି |
06:48 | ଉଦାହରଣସ୍ଵରୂପ, BooksIssued ଟେବଲ ସହିତ, BookIssueId(ପ୍ରାଇମେରୀ କୀ ଭଳି କାର୍ଯ୍ୟ କରେ), BookTitle, Member, IssueDate ଏବଂ |
06:54 | ReturnDate କଲମଗୁଡିକ ରହିଥିବାର ଅନୁମାନ କରନ୍ତୁ |
07:03 | ଏବଂ Book Issue Dateର ମାସେ ପରେ ଫେରସ୍ତ ତାରିଖ ଯାହା Libraryର ପଲିସୀ ବୋଲି ଅନୁମାନ କରନ୍ତୁ |
07:11 | ବର୍ତ୍ତମାନ, Base, IssueDate କଲମକୁ ବ୍ୟବହାର କରି Return Dateକୁ ଗଣନା କରିବ ଯାହା ଗୋଟିଏ ନନ୍-କୀ କଲମ୍ ଅଟେ |
07:19 | ଅର୍ଥାତ୍, ReturnDate ପ୍ରକୃତରୂପେ କେବଳ IssueDate ଉପରେ ନିର୍ଭରଶୀଳ ଅଟେ, ଅନ୍ୟ କେଉଁ କଲମ ଉପରେ ନୁହେଁ |
07:26 | ଯଦି Return Date ଫିଲ୍ଡରେ ଅନ୍ୟ ଏକ ତାରିଖକୁ ପ୍ରବେଶ କରାନ୍ତି ତେବେ ଏହା Libraryର ପଲିସୀକୁ କ୍ଷୁର୍ଣ୍ଣ କରିବ |
07:37 | ତେଣୁ, ଟେବଲକୁ Third Normal Formରେ ରଖିବା ପାଇଁ, ଟେବଲରୁ ReturnDate କଲମକୁ ବାହାର କରିଦିଅନ୍ତୁ |
07:44 | ତେଣୁ, ବର୍ତ୍ତମାନ ପ୍ରଥମ ତିନୋଟି ନର୍ମାଲ୍ ଫର୍ମକୁ କିପରି ପ୍ରୟୋଗ କରାଯାଏ ଜାଣିଲେ |
07:49 | ସାଧାରଣତଃ, ଡେଟାବେସ୍ ଡିଜାଇନ୍ 3NFରେ ବନ୍ଦ କରିଦିଆଯାଇପାରେ |
07:55 | Normal forms ଓ database design ଉପରେ ଅଧିକ ସୁଚନା ପାଇଁ, ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ୱେବସାଇଟଗୁଡିକୁ ଯା’ନ୍ତୁ |
08:05 | ଶେଷରେ, ଯେହେତୁ ଡେଟାବେସ୍ ଡିଜାଇନ୍ ପ୍ରକ୍ରିୟା ସମାପ୍ତ ହୋଇଯାଇଛି, ଚାଲନ୍ତୁ ଏହାକୁ ପରୀକ୍ଷା କରିବା |
08:12 | ଡେଟାବେସର ଷ୍ଟ୍ରକଚରକୁ ସୃଷ୍ଟି କରିପାରିବେ |
08:16 | ଏଠାରେ Tables, Relationships, Rules କିମ୍ବା Constraints, Forms, Queries ଓ Reportଗୁଡିକୁ ସୃଷ୍ଟି କରିପାରିବେ |
08:24 | ଏବଂ ପ୍ରକୃତ ଡେଟା ଓ ୟୁଜରମାନଙ୍କ ସହିତ ଡେଟାବେସକୁ ପରୀକ୍ଷା କରିପାରିବେ |
08:29 | ଡେଟାବେସରେ data additions, updates କିମ୍ବା deletes ପ୍ରକ୍ରିୟା କରିବା ପାଇଁ formଗୁଡିକୁ ବ୍ୟବହାର କରନ୍ତୁ |
08:36 | ରିପୋର୍ଟର ପରିଣାମଗୁଡିକ ଠିକ୍ ଓ ନିର୍ଭୁଲ୍ ବୋଲି ଦେଖିବା ପାଇଁ ରିପୋର୍ଟଗୁଡିକୁ Run କରନ୍ତୁ |
08:42 | ଯେହେତୁ ଡେଟାବେସ୍ ବ୍ୟବହାର ପାଇଁ ପ୍ରସ୍ତୁତ, ବେଗ ଅନୁସାରେ ଏହାର କାର୍ଯ୍ୟକ୍ଷମତାକୁ ଯାଞ୍ଚ କରନ୍ତୁ |
08:50 | ଡେଟାର ଦୃତ ପୁନରୁଦ୍ଧାର ପାଇଁ ଟେବଲଗୁଡିକରେ Indexଗୁଡିକୁ ଯୋଗ କରନ୍ତୁ |
08:55 | ଏବଂ ଡେଟାବେସ୍ ଆପ୍ଲିକେଶନ୍ ସଫଳତାର ରନ୍ କରିବା ପାଇଁ ଡେଟାବେସର ସାମୟିକ ରକ୍ଷଣାବେକ୍ଷଣ କରିବା ଆବଶ୍ୟକ ଅଟେ |
09:03 | ବର୍ତ୍ତମାନ ଆମ କାର୍ଯ୍ୟ ସମାପ୍ତ ହୋଇଛି, ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି: |
09:08 | Library database designରେ Media ନାମକ ଗୋଟିଏ ନୁତନ entityକୁ ଯୋଗ କରନ୍ତୁ |
09:14 | Media, DVDs ଓ CDsକୁ ନେଇ ଗଠିତ ଏବଂ ସେଗୁଡିକ audio କିମ୍ବା video ହୋଇପାରେ |
09:21 | ବହିଗୁଡିକ ଭଳି, DVDs ଓ CDsକୁ ମଧ୍ୟ Library ମେମ୍ବରମାନଙ୍କୁ ଇସ୍ୟୁ କରନ୍ତୁ |
09:28 | database design ପ୍ରକ୍ରିୟାକୁ ଅନୁସରଣ କରନ୍ତୁ |
09:31 | ଏବଂ ଡିଜାଇନରେ ପ୍ରଥମ ତିନୋଟି Normal formsର ପ୍ରୟୋଗ କରନ୍ତୁ |
09:37 | ଏହା ଆମକୁ, Database Design in LibreOfficeର ତୃତୀୟ ଭାଗ ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ |
09:45 | ସଂକ୍ଷିପ୍ତରେ ଆମେ ଡେଟାବେସ୍ ଡିଜାଇନ୍ ଉପରେ ନିମ୍ନଲିଖିତ ଶିଖିଲେ: |
09:50 | 7. ଡେଟାବେସ୍ ଡିଜାଇନକୁ ରିଫାଇନ୍ କରିବା |
09:52 | 8. ନର୍ମାଲାଇଯେଶନ୍ ନିୟମଗୁଡିକର ପ୍ରୟୋଗ କରିବା |
09:55 | 9. ଡେଟାବେସ୍ ଡିଜାଇନକୁ ପରୀକ୍ଷା କରିବା |
09:58 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:10 | ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ |
10:15 | ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ |
10:20 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |