LibreOffice-Suite-Base/C4/Database-Design-Purpose-OrganizeTables/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:04 | ଏହି ଟ୍ୟୁଟୋରିଆଲରେ, ଆମେ ଡେଟାବେସ୍ ଡିଜାଇନ୍ ଉପରେ ଥିବା ନିମ୍ନଲିଖିତ ବିଷୟଗୁଡିକ ଶିଖିବା: |
00:09 | ଡେଟାବେସର ଉଦ୍ଦେଶ୍ୟକୁ ନିର୍ଦ୍ଧାରଣ କରିବା |
00:12 | ଆବଶ୍ୟକ ସୂଚନାକୁ ପ୍ରାପ୍ତ କରିବା ଓ ସଂଗଠିତ କରିବା |
00:15 | ଟେବୁଲଗୁଡିକ ମଧ୍ୟରେ ସୂଚନାକୁ ବିଭକ୍ତ କରିବା |
00:19 | ଡେଟାବେସ୍ ଡିଜାଇନ୍ କ’ଣ? |
00:21 | ଡେଟାବେସ୍ ଡିଜାଇନ୍ ହେଉଛି, ଗୋଟିଏ ଡେଟାବେସର ଏକ ସମ୍ପୂର୍ଣ୍ଣ ଡେଟା ମଡେଲକୁ ସୃଷ୍ଟି କରିବାର ପ୍ରକ୍ରିୟା |
00:28 | ଗୋଟିଏ ଭଲ ଡିଜାଇନ୍ ସହିତ, ଏକ ଡେଟାବେସ୍ |
00:32 | ଅଦ୍ୟତମ, ନିର୍ଭୁଲ୍ ଓ ସମ୍ପୁର୍ଣ୍ଣ ସୂଚନାକୁ ଉପଲବ୍ଧ କରାଇପାରିବ |
00:37 | ଯାହାର ଅର୍ଥ ହେଉଛି- ବିଭିନ୍ନ ସ୍ତରରେ ସୁଚନାର ଅକ୍ଷୁର୍ଣ୍ଣତାକୁ ନିଶ୍ଚିତ କରିପାରିବେ, |
00:43 | ଆବଶ୍ୟକ କରୁଥିବା ଡେଟା ପ୍ରକ୍ରିୟାକରଣ ଓ ରିପୋର୍ଟିଙ୍ଗକୁ ପୁରଣ କରିପାରୁଥିବା |
00:48 | ଏବଂ ପରିବର୍ତ୍ତନକୁ ସହଜରେ ଗ୍ରହଣ କରିପାରୁଥିବ |
00:51 | ଡେଟାବେସ୍ ଡିଜାଇନ୍ ପ୍ରକ୍ରିୟା ନିମ୍ନଲିଖିତ ସୋପାନଗୁଡିକୁ ନେଇ ଗଠିତ: |
00:57 | ଡେଟାବେସର ଉଦ୍ଦେଶ୍ୟକୁ ନିର୍ଦ୍ଧାରଣ କରନ୍ତୁ |
01:00 | ଆବଶ୍ୟକ ସୁଚନାକୁ ପ୍ରାପ୍ତ କରନ୍ତୁ ଓ ସଂଗଠିତ କରନ୍ତୁ |
01:04 | ଟେବୁଲଗୁଡିକ ମଧ୍ୟରେ ସୁଚନାଗୁଡିକୁ ବିଭକ୍ତ କରନ୍ତୁ |
01:07 | ସୁଚନା ଆଇଟମଗୁଡିକୁ columnsରେ ରୂପାନ୍ତର କରନ୍ତୁ |
01:11 | primary କୀଗୁଡିକୁ ନିର୍ଦ୍ଦିଷ୍ଟ କରନ୍ତୁ |
01:14 | table relationshipଗୁଡିକୁ ସେଟ୍ ଅପ୍ କରନ୍ତୁ |
01:17 | ଡିଜାଇନକୁ ରିଫାଇନ୍ କରନ୍ତୁ |
01:20 | normalizationର ନିୟମଗୁଡିକୁ ପ୍ରୟୋଗ କରନ୍ତୁ |
01:23 | ଏବଂ ଶେଷରେ, ପରୀକ୍ଷା କରିବା ସହ ଡେଟାବେସକୁ run ଓ ପରିଚାଳନା କରନ୍ତୁ |
01:28 | ଠିକ୍ ଅଛି, ଚାଲନ୍ତୁ ପ୍ରଥମ ସୋପାନକୁ ଯିବା ଯାହା- |
01:32 | ଡେଟାବେସର ଉଦ୍ଦେଶ୍ୟକୁ ନିର୍ଦ୍ଧାରଣ କରିବ |
01:35 | ଚାଲନ୍ତୁ ଗୋଟିଏ ସରଳ Library Applicationକୁ ଆଲୋଚନା କରିବା |
01:38 | ସାଧାରଣତଃ ଗୋଟିଏ ଲାଇବ୍ରେରୀରେ ବହିଗୁଡିକ ଥାଏ |
01:41 | ଏବଂ ଏହି ବହିଗୁଡିକ ଏହାର ରେଜିଷ୍ଟର୍ଡ ମେମ୍ବରମାନଙ୍କୁ ଇସ୍ୟୁ କରାଯାଇଛି |
01:45 | ତେଣୁ, ବହି ଓ ମେମ୍ବରମାନଙ୍କର ଗୋଟିଏ ତାଲିକାକୁ ପରିଚାଳନା କରିବା ପାଇଁ ଏକ Library application ଆବଶ୍ୟକ |
01:51 | ଏବଂ ଏହି ବହିଗୁଡିକ ଇସ୍ୟୁ ହୋଇଥିବା ଏହାର ମେମ୍ବରମାନଙ୍କୁ ଟ୍ରାକ୍ କରନ୍ତୁ |
01:56 | ଆବଶ୍ୟକ ସୁଚାନକୁ ପ୍ରାପ୍ତ କରିବା ଓ ସଂଗଠିତ କରିବା ହେଉଛି ପ୍ରଥମ ସୋପାନ |
02:01 | ଡେଟାବେସରେ ରେକର୍ଡ କରିବାକୁ ଚାହୁଁଥିବା ସମସ୍ତ ପ୍ରକାରର ସୁଚନାକୁ ଏଠାରେ ଏକତ୍ର କରନ୍ତୁ |
02:09 | ବର୍ତ୍ତମାନ Library applicationର ଉଦ୍ଦେଶ୍ୟ ଆମକୁ ଜଣାଅଛି, ଏଠାରେ ଆଇଟମଗୁଡିକୁ ଚିହ୍ନଟ କରନ୍ତୁ |
02:17 | ଏଠାରେ ବହିଗୁଡିକ ଅଛି |
02:19 | ଗୋଟିଏ ବହିର, ଏକ title, ଏକ author, ଏକ publisher ଓ ଗୋଟିଏ price ଥାଏ |
02:24 | ଏବଂ ଅଥରଙ୍କର ସୁଚନାକୁ ମଧ୍ୟ ଷ୍ଟୋର୍ କରିପାରିବା ଯେପରି, date of birth ଓ ତା’ଙ୍କ ଦେଶର ନାମ |
02:33 | ପବ୍ଲିଶରଙ୍କର ନାମ, ଆଡ୍ରେସ୍ ଓ ଫୋନକୁ ମଧ୍ୟ ଷ୍ଟୋର୍ କରିପାରିବା |
02:38 | Libraryରେ ମେମ୍ବରମାନେ ମଧ୍ୟ ଥିବେ ଯାହାଙ୍କର ନାମ, ଫୋନ୍ ନମ୍ବର୍, ଓ ଆଡ୍ରେସ୍ ଥିବ |
02:45 | ବର୍ତ୍ତମାନ ଯେତେବେଳେ ଗୋଟିଏ ମେମ୍ବରକୁ ଏକ ବହି ଇସ୍ୟୁ କରାଯାଏ ସେତେବେଳେ- |
02:49 | ଗୋଟିଏ book issue date, return date, actual return date ଓ checked-in ଷ୍ଟାଟସ୍ ରହିଥାଏ |
02:56 | ଏହି ଇଣ୍ଡିଭିଜୁଆଲ୍ ଆଇଟମଗୁଡିକୁ attribute ମଧ୍ୟ କୁହାଯାଏ |
03:01 | ଏହି ପ୍ରତ୍ୟେକ ଆଟ୍ରିବ୍ୟୁଟଗୁଡିକ, ଗୋଟିଏ ଟେବୁଲ୍ ମଧ୍ୟରେ ଏକ ପୋଟେନଶିଆଲ୍ columnକୁ ରିପ୍ରେଜେଣ୍ଟ କରେ |
03:08 | ଏହି କ୍ଷେତ୍ରରେ, ଗୋଟିଏ ପ୍ରଶ୍ନ କରିପାରନ୍ତି ଯେପରି: |
03:12 | ଗୋଟିଏ ପବ୍ଲିଶର୍ ଦ୍ଵାରା ଲାଇବ୍ରେରୀକୁ ଯୋଗାଯାଇଥିବା ସଦ୍ୟ ବହିଗୁଡିକର ସେଟର ସୁଚନାକୁ କିପରି ଯୋଗ କରିବା? |
03:20 | ଏହାର ମେମ୍ବରମାନଙ୍କର ତାଲିକାକୁ କିପରି ପରିଚାଳନା କରିବା? |
03:25 | ଯଦି ଜଣେ ମେମ୍ବର୍ ଛାଡି ଦିଅନ୍ତି କିମ୍ବା ନିଜ ଆଡ୍ରେସକୁ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ କ’ଣ କରିବେ? |
03:32 | ଯେତେବେଳେ ଜଣେ ମେମ୍ବର୍ ଗୋଟିଏ ବହି ଫେରସ୍ତ କରନ୍ତି, ସେହି ସୁଚନାକୁ କିପରି ଅପଡେଟ୍ କରିବେ? |
03:38 | କେଉଁ ପ୍ରକାରର reportଗୁଡିକୁ ସୃଷ୍ଟି କରିବାକୁ ଚାହାଁନ୍ତି? |
03:42 | କେଉଁ ବହିକୁ ପାଠକେ ଅଧିକ ପଢିଛନ୍ତି? |
03:46 | ଏବଂ ବହିଗୁଡିକର କିପରି ଗୋଟିଏ ତାଲିକା ସୃଷ୍ଟି କରିବେ ଯାହାକୁ ମେମ୍ବରମାନେ ନେଇଥିଲେ ଓ ସେଗୁଡିକର ଫେରସ୍ତ ସମୟ ଅତିକ୍ରାନ୍ତ ହୋଇଯାଇଛି? |
03:55 | ବର୍ତ୍ତମାନ କିଛି ବିବରଣି ଅଛି, ଟେବୁଲଗୁଡିକ ମଧ୍ୟରେ କିପରି ସୁଚନାକୁ ବିଭକ୍ତ କରିବା ଚାଲନ୍ତୁ ଦେଖିବା. |
04:02 | ସୁଚନା ଆଇଟମଗୁଡିକୁ କିମ୍ବା ଆଟ୍ରିବ୍ୟୁଟଗୁଡିକୁ ବିଶିଷ୍ଟ ଏଣ୍ଟିଟୀ କିମ୍ବା ସବଜେକ୍ଟଗୁଡିକରେ ବିଭକ୍ତ କରନ୍ତୁ |
04:11 | ତେବେ ପ୍ରତ୍ୟେକ ସବଜେକ୍ଟ ଗୋଟିଏ ଟେବୁଲରେ ରୂପାନ୍ତର ହୋଇଯିବ |
04:14 | ତେଣୁ, ଟେବୁଲଗୁଡିକର ପ୍ରାଥମିକ ତାଲିକା, ସ୍କ୍ରୀନରେ ପ୍ରଦର୍ଶିତ ଇମେଜ୍ ଭଳି ଦେଖାଯିବ |
04:21 | ଏଠାରେ ପ୍ରଦର୍ଶିତ ବିଶିଷ୍ଟ ସବଜେକ୍ଟ କିମ୍ବା entitiesଗୁଡିକ, ବହି ଓ ମେମ୍ବରମାନେ ଅଟନ୍ତି |
04:26 | ଅର୍ଥାତ୍, ଦୁଇଟି ଟେବୁଲ ସହିତ ଆରମ୍ଭ କରିବାକୁ ହେବ, ଗୋଟିଏ ବହି ପାଇଁ ଏବଂ ଅନ୍ୟଟି ମେମ୍ବରମାନଙ୍କ ପାଇଁ |
04:33 | ବର୍ତ୍ତମାନ ଚାଲନ୍ତୁ Books ଟେବୁଲକୁ ସମ୍ପୂର୍ଣ୍ଣ ଭାବେ ଦେଖିବା |
04:37 | ଏହାର ଦଶଟି ଆଟ୍ରିବ୍ୟୁଟ୍ କିମ୍ବା କଲମ୍ ଅଛି ଯାହାକୁ ପୂର୍ବେ ପରିଭାଷିତ କରାଯାଇଛି: |
04:43 | Title, Author, Publisher, PublisherAddress, PublisherCity, PublisherPhone, PublishYear, Price, AuthorBirthDate ଓ AuthorCountry |
04:58 | ବର୍ତ୍ତମାନ, ଏହି ଟେବୁଲରେ ଡେଟା କିପରି ପ୍ରଦର୍ଶିତ କରାଯାଏ ଚାଲନ୍ତୁ ଦେଖିବା |
05:03 | ଧ୍ୟାନ ଦିଅନ୍ତୁ ଯେ ପ୍ରତ୍ୟେକ ରୋ’ କିମ୍ବା record, ବହି, ଏହାର ଅଥର୍ ଏବଂ ପବ୍ଲିଶରର ସୁଚନାକୁ ଧାରଣ କରିଥା’ନ୍ତି |
05:13 | ବର୍ତ୍ତମାନ, ଏହି ଡିଜାଇନରେ ଦୁଇଟି ଭୁଲ୍ ଅଛି |
05:17 | ସମାନ ଅଥର୍ କିମ୍ବା ପବ୍ଲିଶରର ଅନେକ ବହି ଥାଇପାରେ |
0 5:23 | ତେଣୁ, ଅଥରଙ୍କ ବିବରଣି ଓ ପବ୍ଲିଶରର ବିବରଣି ଅନେକ ଥର ପୁନରାବୃତ୍ତି ହେବାର ଲକ୍ଷ୍ୟ କରନ୍ତୁ |
05:31 | ଯାହା କମ୍ପ୍ୟୁଟର୍ ଡିସ୍କର ସ୍ଥାନ ନଷ୍ଟ କରିଥାଏ |
05:34 | ଏବଂ ଏହି ଡିଜାଇନର ଦ୍ଵିତୀୟ ସମସ୍ୟା ହେଉଛି: |
05:38 | ଏହା ଡେଟାବେସ୍ ମଧ୍ୟରେ ଆନୋମଲିଗୁଡିକର ପ୍ରବେଶ କରିବାର ବିପଦ ସୃଷ୍ଟି କରେ |
05:44 | ବର୍ତ୍ତମାନ, anomaly ଗୋଟିଏ କ’ଣ? |
05:47 | ସାଧାରଣଭାବେ ଏହା ଗୋଟିଏ ଏରର୍ କିମ୍ବା ଡେଟାବେସର ଅସ୍ଥିରତା ଅଟେ |
05:53 | ଏଠାରେ ତିନି ପ୍ରକାରର ଆନୋମଲୀ ଅଛି: |
05:57 | ପ୍ରଥମଟିକୁ ଗୋଟିଏ insertion anomaly କୁହାଯାଏ |
06:01 | ଯାହା ଗୋଟିଏ ନୁତନ ରେକର୍ଡ ପ୍ରବେଶ କଲାବେଳେ ସଂଘଟିତ ହୋଇପାରେ |
06:06 | କିମ୍ବା, ଅନ୍ୟ ଆଟ୍ରିବ୍ୟୁଟଗୁଡିକର ଅନୁପସ୍ଥିତିରେ ଯେତେବେଳେ କିଛି ନିର୍ଦ୍ଦିଷ୍ଟ ଆଟ୍ରିବ୍ୟୁଟକୁ ଡେଟାବେସ ମଧ୍ୟରେ ପ୍ରବେଶ କରିପାରିବେ ନାହିଁ |
06:14 | ଉଦାହରଣସ୍ଵରୂପ, ଏଠାରେ ଗୋଟିଏ Penguin ନାମକ ଗୋଟିଏ ନୁତନ Publisher ଥିବାର ଅନୁମାନ କରନ୍ତୁ |
06:21 | ବର୍ତ୍ତମାନ, ଲାଇବ୍ରେରୀ ସେମାନଙ୍କର କମସେ କମ୍ ଗୋଟିଏ ବହିକୁ ଗ୍ରହଣ ନ’କଲା ପର୍ଯ୍ୟନ୍ତ, ଡିଜାଇନ୍ Penguin ପବ୍ଲିଶରଗୁଡିକର ସମ୍ପୂର୍ଣ୍ଣ ବିବରଣିକୁ ପ୍ରବେଶ କରିବାକୁ ଦେବ ନାହିଁ |
06:34 | ଦ୍ଵିତୀୟଟିକୁ deletion anomaly କୁହାଯାଏ |
06:39 | ଯାହା ଗୋଟିଏ ରେକର୍ଡକୁ ଡିଲିଟ୍ କଲା ସମୟରେ ସଂଘଟିତ ହୁଏ |
06:43 | ଏଠାରେ, ଗୋଟିଏ ରୋ’ କିମ୍ବା ରେକର୍ଡକୁ ଡିଲିଟ୍ କଲା ସମୟରେ, ଆବଶ୍ୟକତା ଠାରୁ ଅଧିକ ସୁଚନା ଡେଟାବେସରୁ ଡିଲିଟ୍ ହୋଇଯାଏ |
06:51 | ଉଦାହରଣସ୍ଵରୂପ, Orient Publishersର Paradise Lost ଟାଇଟଲ୍ ଥିବା କେବଳ ଗୋଟିଏ ମାତ୍ର ବହି ଆମ ଲାଇବ୍ରେରୀରେ ଅଛି |
07:01 | ବର୍ତ୍ତମାନ, ଯଦି ଏହି ସମଗ୍ର ରେକର୍ଡକୁ ଡିଲିଟ୍ କରିବେ ତେବେ Orient Publishers ଉପରେ ଥିବା ସମସ୍ତ ରେକର୍ଡକୁ ହରାଇବାକୁ ପଡିବ |
07:10 | ଏବଂ ଏହା ସହିତ ଅଥର୍ John Miltonଙ୍କ ଉପରେ ଥିବା ସମସ୍ତ ସୁଚନାକୁ ମଧ୍ୟ ହରାଇବାକୁ ପଡିବ |
07:16 | ଏବଂ ଶେଷରେ, Update Anomaly କ’ଣ ଚାଲନ୍ତୁ ଦେଖିବା |
07:21 | ଗୋଟିଏ ରେକର୍ଡକୁ ଅପଡେଟ୍ କଲା ସମୟରେ ଏହା ସଂଘଟିତ ହୁଏ |
07:26 | ଉଦାହରଣସ୍ଵରୂପ, Cambridge Publishersର ଗୋଟିଏ ନୁତନ ଆଡ୍ରେସ୍ ଅଛି ବୋଲି ଅନୁମାନ କରନ୍ତୁ |
07:32 | ବର୍ତ୍ତମାନ, ଏହି Publisher ପାଇଁ Address କଲମକୁ ଅପଡେଟ୍ କରିବାକୁ ହେଲେ, ଏକରୁ ଅଧିକ ସ୍ଥାନରେ ପରିବର୍ତ୍ତନ ଆବଶ୍ୟକ ହେବ |
07:40 | ଏହି କ୍ଷେତ୍ରରେ, ଦୁଇଟି ସ୍ଥାନରେ |
07:43 | ଏବଂ, ଯଦି Cambridge ହଜାରେଟି ବହି ଯୋଗାଇ ଥାଏ ତେବେ ଏହାର ଅର୍ଥ ହଜାରେଟି ରେକର୍ଡରେ ଥିବା ଆଡ୍ରେସକୁ ପରିବର୍ତ୍ତନ କରିବାକୁ ହେବ |
07:54 | ଏବଂ ଆକସ୍ମିକ ଭାବେ ଗୋଟିଏ ସ୍ଥାନରେ ଆଡ୍ରେସକୁ ପରିବର୍ତ୍ତନ କରାଯାଇପାରେ କିନ୍ତୁ ଅନ୍ୟ ସ୍ଥାନରେ ପରିବର୍ତ୍ତନ କରିବାକୁ ଭୁଲି ଯାଇପାରନ୍ତି |
08:02 | ତେଣୁ, ଏହା ସୁଚନା ଠିକ୍ ନ’ଥିବାର ପ୍ରଦର୍ଶନ କରିବ ଏବଂ data integrityକୁ ହରାଇପାରନ୍ତି |
08:11 | ଏହି ସମସ୍ୟାର କିପରି ସମାଧାନ କରିବେ? |
08:14 | ରିଡିଜାଇନ୍ କରନ୍ତୁ ଯାହାଦ୍ଵାରା ପ୍ରତ୍ୟେକ ସୁଚନାକୁ କେବଳ ଥରେମାତ୍ର ରେକର୍ଡ କରିହେବ |
08:20 | ଯଦି ସମାନ ସୁଚନା ଏକରୁ ଅଧିକ ସ୍ଥାନରେ ପୁନରାବୃତ୍ତି ହୋଇଛି ତେବେ ସେହି ସୁଚନାକୁ ଏକ ସ୍ଵତନ୍ତ୍ର tableରେ ସ୍ଥାପିତ କରନ୍ତୁ |
08:29 | କିପରି ଚାଲନ୍ତୁ ଦେଖିବା |
08:31 | ବର୍ତ୍ତମାନ Books ଟେବୁଲକୁ, Books, Authors ଓ Publisherରେ ବିଭକ୍ତ କରନ୍ତୁ |
08:38 | ଧ୍ୟାନଦିଅନ୍ତୁ ଯେ ପ୍ରତ୍ୟେକ ଟେବୁଲରେ ଥିବା କଲମଗୁଡିକ କେବଳ ସେହି entity କିମ୍ବା ସବଜେକ୍ଟର ସୁଚନାକୁ ଷ୍ଟୋର୍ କରିବ |
08:47 | ଏହିପରି ଭାବେ, Publisher ଟେବୁଲ ମଧ୍ୟରେ ପବ୍ଲିଶରର ସୁଚନାକୁ କେବଳ ଥରେ ମାତ୍ର ରେକର୍ଡ କରିପାରିବେ |
08:55 | ସେହିପରି, ସ୍ଵତନ୍ତ୍ର ଭାବେ ଥିବା Authors ଟେବୁଲ, ଅଥରର ସୁଚନାକୁ କେବଳ ଥରେ ମାତ୍ର ରେକର୍ଡ କରିବାକୁ ଅନୁମତି ଦେଇଥାଏ |
09:04 | ଏବଂ ପରବର୍ତ୍ତୀ ଟ୍ୟୁଟୋରିଆଲରେ, ଏହି ଟେବୁଲଗୁଡିକୁ ପୁନର୍ବାର କିପରି Books ଟେବୁଲ ମଧ୍ୟରେ ଲିଙ୍କ କରିପାରିବା, ଦେଖିବା |
09:12 | ଏହା ଆମକୁ, Database Design in LibreOfficeର ପ୍ରଥମ ଭାଗ ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ |
09:19 | ସଂକ୍ଷିପ୍ତରେ ଆମେ ଡେଟାବେସ୍ ଡିଜାଇନ୍ ଉପରେ ନିମ୍ନଲିଖିତ ଶିଖିଲେ: |
09:25 | ଡେଟାବେସର ଉଦ୍ଦେଶ୍ୟକୁ ନିର୍ଦ୍ଧାରଣ କରିବା |
09:28 | ଆବଶ୍ୟକ ସୂଚନାକୁ ପ୍ରାପ୍ତ କରିବା ଓ ସଂଗଠିତ କରିବା |
09:32 | ଟେବୁଲଗୁଡିକ ମଧ୍ୟରେ ସୂଚନାକୁ ବିଭକ୍ତ କରିବା |
09:36 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:48 | ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ |
09:54 | ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ |
09:58 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |