Blender/C2/Installation-Process-for-Windows/Oriya

From Script | Spoken-Tutorial
Revision as of 11:58, 16 July 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:04 ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍
00:08 ଏହି ଟ୍ୟୁଟୋରିଆଲରେ ଆମେ, କିପରି blender 2.59 ପ୍ରାପ୍ତ କରିବା ଏବଂ କିପରି Windows Operating Systemରେ Blender 2.59କୁ ରନ୍ ଓ ଇନଷ୍ଟଲ୍ କରିବା ବିଷୟରେ ଶିଖିବା
00:21 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ Windows XP operating system ବ୍ୟବହାର କରୁଛି
00:28 ଏହି ସ୍କ୍ରିପ୍ଟ Chirag Ramanଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି
00:37 ଇଣ୍ଟରନେଟ୍ ବ୍ରାଉଜରକୁ ଖୋଲନ୍ତୁ. ମୁଁ Firefox 3.09 ବ୍ୟବହାର କରୁଅଛି. address bar ରେ ଟାଇପ୍ କରନ୍ତୁ: www.blender.org ଏବଂ Enter କୀ ଦାବନ୍ତୁ
00:54 ଏହା ଆପଣଙ୍କୁ ବ୍ଲେଣ୍ଡରର ଅଫିସିଆଲ୍ ୱେବସାଇଟକୁ ନେଇଯିବ
01:01 Blender ଫ୍ରୀ ଏବଂ Open Source ଅଟେ
01:05 ବ୍ଲେଣ୍ଡର୍ ୱେବସାଇଟରୁ ଡାଉନଲୋଡ୍ କରିବା ପାଇଁ installer କିମ୍ବା source code ଉପଲବ୍ଧ ଅଛି
01:10 ଏଠାରେ pageରେ ଥିବା ହେଡର୍ର ଠିକ୍ ତଳେ ବ୍ଲେଣ୍ଡର୍ ପାଇଁ Download ଲିଙ୍କ୍ ଉପଲବ୍ଧ ଅଛି
01:15 ଏହି ଲିଙ୍କ୍ ଉପରେ କ୍ଲିକ୍ କରିବା ଦ୍ଵାରା ଏହା ଆମକୁ ଡାଉନଲୋଡ୍ pageକୁ ନେଇଯିବ
01:22 ଆପଣ ଦେଖି ପାରୁଥିବେ, ଏହା ବ୍ଲେଣ୍ଡରର ସଦ୍ୟତମ ସ୍ଥିର ଭର୍ସନ୍ ଅଟେ
01:28 ଏଠାରେ ଦୁଇଟି ଅପଶନ୍ ଅଛି- ଗୋଟିଏ 32 bit ଅନ୍ୟଟି 64 bit installer ପାଇଁ
01:39 ଆପଣଙ୍କ ମେସିନର ଉପଯୋଗିତାକୁ ଦୃଷ୍ଟିରେ ରଖି ଯେକୌଣସି ଗୋଟିଏକୁ ଡାଉନଲୋଡ୍ କରିପାରିବେ
01:44 32-BIT ଓ 64-BIT ସିଷ୍ଟମକୁ ବୁଝିବା ପାଇଁ, ଆମର Blender Hardware Requirements ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
01:56 ୱେବସାଇଟରେ, ବ୍ଲେଣ୍ଡର୍ ପ୍ରୋଗ୍ରାମ୍ ଫାଇଲର ଗୋଟିଏ zipped archive ମଧ୍ୟ ଉପଲବ୍ଧ ଅଛି
02:01 ବ୍ଲେଣ୍ଡରକୁ ରନ୍ କରିବା ପାଇଁ ଆବଶ୍ୟକ ସମସ୍ତ ଫାଇଲଗୁଡିକୁ ଏହି ଆର୍କାଇଭ୍ ଧାରଣ କରିଥାଏ
02:06 ଆପଣଙ୍କ ପସନ୍ଦର ଗୋଟିଏ ଫୋଲ୍ଡର୍ ମଧ୍ୟରେ ଫାଇଲଗୁଡିକୁ unzip ଓ extract କରନ୍ତୁ ଏବଂ ନିଷ୍ପାଦନଯୋଗ୍ୟ ବ୍ଲେଣ୍ଡରକୁ ରନ୍ କରନ୍ତୁ
02:15 ମୁଁ ପ୍ରଦର୍ଶନ କରୁଛି
02:17 installer ଓ archive ମଧ୍ୟରେ ଥିବା ମୁଖ୍ୟ ପାର୍ଥକ୍ୟ ହେଉଛି -
02:22 installer, Blender application filesକୁ C DRIVEର Program Files ମଧ୍ୟରେ ରଖିଥାଏ ଏବଂ start ମେନୁରେ ଗୋଟିଏ ଆଇକନକୁ ସ୍ଥାପନ କରିଥାଏ
02:31 ଡେସ୍କଟପ୍ ଉପରେ ଗୋଟିଏ icon ରହିଥାଏ ଏବଂ ଡିଫଲ୍ଟ ଭାବେ ମିଶ୍ରିତ ଫାଇଲଗୁଡିକ ସହିତ ବ୍ଲେଣ୍ଡର୍ ଖୋଲିଥାଏ
02:40 ଯେତେବେଳେ zip archiveରେ ସମସ୍ତ application files ରହିଥା’ନ୍ତି ଏବଂ ନିଷ୍ପଦନଯୋଗ୍ୟ ବ୍ଲେଣ୍ଡର୍ ଫାଇଲ୍ ଅନ୍ୟ ଏକ ଫୋଲ୍ଡରରେ ରହିଥାଏ
02:48 ଯାହାକୁ କମ୍ପ୍ୟୁଟରରେ ଥିବା କୌଣସି ଏକ driveରେ କପୀ କରିହେବ
02:53 ବର୍ତ୍ତମାନ ମୁଁ ଯଦି ମୋ ମେସିନ୍ ପାଇଁ archiveକୁ ବ୍ୟବହାର କରିବାକୁ ଚାହେଁ, ମୋ’ର 32-Bit ଆର୍କାଇଭ୍ ଆବଶ୍ୟକ
03:02 download link ଉପରେ 32-Bit ଆର୍କାଇଭ୍ ପାଇଁ ଲେଫ୍ଟ କ୍ଲିକ୍ କରନ୍ତୁ ଏବଂ ଡାଉନଲୋଡ୍ ଆରମ୍ଭ ହୋଇଯିବ
03:09 ମୁଁ ପୂର୍ବରୁ ଉଲ୍ଲେଖ କରିଛି ଯେ, ମୋ’ର ଇଣ୍ଟର୍ନେଟ୍ ବ୍ରାଉଜର୍ ହେଉଛି Firefox 3.09
03:16 ଏଠାରେ ପ୍ରଦର୍ଶିତ ଡାଓନଲୋଡ୍ କରିବାର ସୋପାନଗୁଡିକ, ଅନ୍ୟ ସମସ୍ତ ଇଣ୍ଟର୍ନେଟ୍ ବ୍ରାଉଜର୍ ପାଇଁ ସମାନ ଅଟେ
03:23 ଏଠାରେ ଆପଣ ଦେଖିପାରୁଥିବେ download ପ୍ରକ୍ରିୟା ଜାରି ରହିଛି
03:26 କେତେ ପରିମାଣର ଡାଉନଲୋଡ୍ ହୋଇଛି, ଏହି ହରିଜଣ୍ଟାଲ୍ ଡାଉନଲୋଡ୍ ବାର୍ ସହିତ ଥିବା ଗ୍ରୀନ୍ ଭର୍ଟିକଲ୍ ଷ୍ଟ୍ରିପ୍ ପ୍ରଦର୍ଶନ କରୁଛି
03:44 ଡାଉନଲୋଡର ବେଗ ଆପଣଙ୍କ ଇଣ୍ଟର୍ନେଟ୍ ସଂଯୋଗ ଉପରେ ନିର୍ଭର କରେ
03:48 ଏହା ସମ୍ପୁର୍ଣ୍ଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ
04:02 ଆର୍କାଇଭକୁ extract କରିବା ପାଇଁ, ପ୍ରଥମେ download ଉପରେ ରାଇଟ୍ କ୍ଲିକ୍ କରନ୍ତୁ
04:08 Open containing folder ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. zip ଉପରେ ଲେଫ୍ଟ ଡବଲ୍ କ୍ଲିକ୍ କରନ୍ତୁ
04:16 ଏହା ଏକ Winzip ଭଳି ଏକ archiverରେ ଖୋଲିବ ଯାହା ସମସ୍ତ windows ମେସିନରେ ଡିଫଲ୍ଟ ଭାବେ ଇନଷ୍ଟଲ୍ ହୋଇଥାଏ
04:24 Extract ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. ତାଲିକାରୁ ଆପଣଙ୍କ ସାମ୍ଭାବ୍ୟ ଫୋଲ୍ଡରକୁ ଚୟନ କରନ୍ତୁ
04:32 My Documents ମଧ୍ୟକୁ ଏକ୍ସଟ୍ରାକ୍ଟ କରନ୍ତୁ. Extractରେ ଲେଫ୍ଟ କ୍ଲିକ୍ କରନ୍ତୁ
04:40 ଏକ୍ସଟ୍ରାକ୍ସନର ପରିମାଣ ଏହି ଗ୍ରୀନ୍ ଷ୍ଟ୍ରିପ୍ ସହ ଥିବା ଏହି ପ୍ରୋଗ୍ରେସ୍ ବାର୍ ଦ୍ଵାରା ପ୍ରଦର୍ଶିତ ହୁଏ
04:56 ବର୍ତ୍ତମାନ ଆପଣ ଏକ୍ସଟ୍ରାକ୍ଟ ହୋଇଥିବା ଫୋଲ୍ଡରକୁ ଆପଣଙ୍କ ସ୍କ୍ରୀନ୍ ଉପରେ ଦେଖିପାରିବେ
05:00 ଫୋଲ୍ଡର ଉପରେ ଲେଫ୍ଟ ଡବଲ୍ କ୍ଲିକ୍ କରନ୍ତୁ. Blender executable ଉପରେ ଲେଫ୍ଟ ଡବଲ୍ କ୍ଲିକ୍ କରନ୍ତୁ
05:08 Windows, The publisher could not be verified ଭାବେ ତୁରନ୍ତ ଗୋଟିଏ ସିକ୍ୟୁରିଟୀ ୱାର୍ଣିଙ୍ଗ୍ ପ୍ରଦାନ କରିବ
05:14 ଏଥି ପାଇଁ ଚିନ୍ତିତ ହୁଅନ୍ତୁ ନାହିଁ. Run ବଟନ୍ ଉପରେ କ୍ଲିକ୍ କରନ୍ତୁ. ଆପଣ ଭଲ ଭାବେ ଆଗେଇ ପାରିବେ.
05:27 ବର୍ତ୍ତମାନ ଯଦି ଆପଣ installerକୁ ବ୍ୟବହାର କରିବାକୁ ଚାହାଁନ୍ତି ତେବେ, ବ୍ଲେଣ୍ଡର୍ ୱେବସାଇଟକୁ ଫେରିଆସନ୍ତୁ
05:35 ପେଜର ଉପରିଭାଗରେ ଥିବା Download ଉପରେ କ୍ଲିକ୍ କରନ୍ତୁ. ଏହା ଆମକୁ ଡାଉନଲୋଡ୍ ପେଜକୁ ନେଇଯିବ
05:44 ମୋ ମେସିନ୍ ପାଇଁ, 32-Bit ଇନଷ୍ଟଲର୍ ଆବଶ୍ୟକ
05:48 ତେଣୁ, 32-Bit ଇନଷ୍ଟଲର୍ ପାଇଁ ଡାଉନଲୋଡ୍ ଲିଙ୍କ୍ ଉପରେ ଲେଫ୍ଟ୍ କ୍ଲିକ୍ କରନ୍ତୁ ଏବଂ ଡାଉନଲୋଡ୍ ଆରମ୍ଭ ହେବ
06:03 ସହଜ ପ୍ରଦର୍ଶନ ପାଇଁ, ମୁଁ ମୋ ମେସିନରେ ବ୍ଲେଣ୍ଡର୍ ୱେବସାଇଟରୁ ଇନଷ୍ଟଲରକୁ ଡାଉନଲୋଡ୍ କରିସାରିଛି
06:11 ବର୍ତ୍ତମାନ ମୁଁ ଆପଣଙ୍କୁ ଇନଷ୍ଟଲେଶନର ସୋପାନଗୁଡିକୁ ବର୍ଣ୍ଣନା କରିବି. Installer ଉପରେ ଲେଫ୍ଟ୍ ଡବଲ୍ କ୍ଲିକ୍ କରନ୍ତୁ
06:22 Windows, The publisher could not be verified ଭାବେ ତୁରନ୍ତ ଗୋଟିଏ ସିକ୍ୟୁରିଟୀ ୱାର୍ଣିଙ୍ଗ୍ ପ୍ରଦାନ କରିବ
06:29 ଏଥି ପାଇଁ ଚିନ୍ତିତ ହୁଅନ୍ତୁ ନାହିଁ. Run ବଟନ୍ ଉପରେ କ୍ଲିକ୍ କରନ୍ତୁ
06:35 Blender Setup Wizard ଏହି ଭଳି ଦେଖଯାଏ
06:39 Next ଉପରେ କ୍ଲିକ୍ କରନ୍ତୁ, ଏହି ଠାରୁ ଆପଣ ଇନଷ୍ଟଲେଶନ୍ ପ୍ରକ୍ରିୟାର ପରବର୍ତ୍ତି ସୋପାନରେ ପ୍ରବେଶ କରିବେ
06:48 ଅନ୍ୟ ସଫ୍ଟୱେର୍ ଭଳି, ଇନଷ୍ଟଲର୍ ଗୋଟିଏ License Agreement ପ୍ରଦର୍ଶନ କରିବ
06:53 ଏଗ୍ରୀମେଣ୍ଟର ଅବଶିଷ୍ଟାଂସକୁ ଦେଖିବା ପାଇଁ Page Downକୁ ଦାବନ୍ତୁ
07:07 ଏହାକୁ ପ୍ରାଞ୍ଜଳ ଭାବେ ପଢିବା ବାଞ୍ଛନୀୟ ଅଟେ
07:11 ମନେରଖନ୍ତୁ ବ୍ଲେଣ୍ଡର୍ ଫ୍ରୀ ଓ open source ଅଟେ
07:14 ବ୍ଲେଣ୍ଡରକୁ ଇନଷ୍ଟଲ୍ କରିବା ପାଇଁ License Agreementକୁ ଗ୍ରହଣ କରିବା ବାଧ୍ୟତାମୂଳକ ଅଟେ
07:21 ବର୍ତ୍ତମାନ, ଆଗକୁ ଯିବା ପାଇଁ I agree ବଟନ୍ ଉପରେ କ୍ଲିକ୍ କରନ୍ତୁ
07:27 ଏହି ପରବର୍ତ୍ତି ସୋପାନ ଆପଣଙ୍କୁ କମ୍ପୋନେଣ୍ଟଗୁଡିକୁ ଇନଷ୍ଟଲ୍ କରିବା ପାଇଁ ଅନୁମତି ପ୍ରଦାନ କରିବ
07:32 ଡିଫଲ୍ଟ ଭାବେ ଚୟନିତ ସମସ୍ତ କମ୍ପୋନେଣ୍ଟଗୁଡିକୁ ଇନଷ୍ଟଲ୍ କରିବା ବାଞ୍ଛନୀୟ ଅଟେ ଏବଂ ଇନଷ୍ଟଲେଶନ୍ ଜାରି ରଖିବା ପାଇଁ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
07:41 ତେଣୁ ଏଠାରେ, ଆପଣଙ୍କୁ ବ୍ଲେଣ୍ଡର୍ ପାଇଁ ଇନଷ୍ଟଲ କରିବା ସ୍ଥାନ ଚୟନର ଅପଶନ୍ ଉପଲବ୍ଧ ହେବ
07:48 ଡିଫଲ୍ଟ ଭାବେ Program Files ଫୋଲ୍ଡର୍ ଚୟନୀତ ହେବ
07:51 ଯାହା ବ୍ଲେଣ୍ଡର୍ ଇନଷ୍ଟଲ୍ ପାଇଁ ଏକ ଉତ୍ତମ ସ୍ଥାନ ଅଟେ. ତେଣୁ ଆଗକୁ ଚାଲନ୍ତୁ ଏବଂ Install ବଟନ୍ ଉପରେ କ୍ଲିକ୍ କରନ୍ତୁ
08:04 ଗ୍ରୀନ୍ ସ୍ଟ୍ରିପ୍ ସହ ଏହି ପ୍ରୋଗ୍ରେସ୍ ବାର୍ ସମ୍ପୁର୍ଣ୍ଣ ହୋଇଥିବା ଇନଷ୍ଟଲେଶନର ପରିମାଣକୁ ପ୍ରଦର୍ଶନ କରିବ
08:10 ସାଧାରଣତଃ ଏହା ସମ୍ପୂର୍ଣ୍ଣ ହେବା ପାଇଁ ଗୋଟିଏ ମିନିଟରୁ କମ୍ ସମୟ ଲାଗିଥାଏ
08:33 ଏହି ପରି Blender Setup ସମ୍ପୂର୍ଣ୍ଣ ହେବ
08:36 ବ୍ଲେଣ୍ଡର୍ ଆପଣଙ୍କ ମେସିନରେ ଇନଷ୍ଟଲ୍ ହୋଇସାରିଛି
08:39 Run Blender ଚେକ୍ ବକ୍ସକୁ ଚୟନ କରିରଖନ୍ତୁ
08:42 Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
08:45 Blender binary ପୂର୍ବରୁ ଏକ୍ସଟ୍ରାକ୍ଟ ହୋଇଥିବା ଡାଇରେକ୍ଟୋରୀ ମଧ୍ୟରେ ଅବସ୍ଥାନ କରିବା ସହିତ
08:52 ବ୍ଲେଣ୍ଡର୍ ସ୍ଵୟଂ କାମ କରିବା ଆରମ୍ଭ କରିବ
08:57 କୌଣସି ଅତିରିକ୍ତ ସାହାଯ୍ୟ ବିନା, ବ୍ଲେଣ୍ଡର୍ ସିଧା ସଳଖ ବକ୍ସ ମଧ୍ୟରୁ run କରିବ
09:03 system library କିମ୍ବା system preferences ଅଲଟର୍ ହେବେ ନାହିଁ
09:10 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, Windows operating systemରେ ବ୍ଲେଣ୍ଡରକୁ କିପରି ଇନଷ୍ଟଲ୍ କରାଯାଏ
09:19 ବର୍ତ୍ତମାନ ବ୍ଲେଣ୍ଡର୍ ୱେବସାଇଟରୁ, ବ୍ଲେଣ୍ଡରକୁ ଡାଉନଲୋଡ୍ କରିବା ଏବଂ ଇନଷ୍ଟଲ୍ କରିବାପାଇଁ ଚେଷ୍ଟା କରନ୍ତୁ ଏବଂ ଆପଣଙ୍କ ମେସିନରେ ବ୍ଲେଣ୍ଡରକୁ ରନ୍ କରନ୍ତୁ
09:28 ଏହା ପ୍ରୋଜେକ୍ଟ Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:37 ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ oscar.iitb.ac.in
09:45 ଏବଂ spoken-tutorial.org/NMEICT-Introରେ ଉପଲବ୍ଧ
09:55 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:01 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
10:06 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ସମ୍ପର୍କ କରନ୍ତୁ
10:13 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି
10:16 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep