Drupal/C4/Hosting-a-Drupal-website/Oriya
From Script | Spoken-Tutorial
|
|
00:01 | Hosting a Drupal Website ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ, ଆମର ୱେବସାଇଟ ପାଇଁ ଆମ କୋଡ୍ ଓ ଡେଟାବେସ୍ ପ୍ରସ୍ତୁତ କରିବା |
00:13 | ଆମର Drupal Websiteକୁ ହୋଷ୍ଟ କରିବା ଓ ଏହି ୱେବସାଇଟରେ ଆମର ଲୋକଲ୍ କଣ୍ଟେଣ୍ଟକୁ ଅପଲୋଡ୍ କରିବା ବିଷୟରେ ଶିଖିବା |
00:20 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ 16.04 ଓ ଫାୟାରଫକ୍ସ ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି |
00:28 | ଆପଣ ନିଜ ପସନ୍ଦର ବ୍ରାଉଜର୍ ବ୍ୟବହାର କରିପାରିବେ |
00:32 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍, |
00:37 | cPanel ପରି ଏକ ୱେବ୍ ହୋଷ୍ଟିଙ୍ଗ୍ ପେନେଲ୍ ଏବଂ ଏକ ଡୋମେନ୍ ନେମ୍ ଦରକାର |
00:43 | Drupalର ମୌଳିକ ଜ୍ଞାନ ମଧ୍ୟ ଥିବା ଦରକାର |
00:47 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:53 | ପ୍ରଥମେ ଚାଲନ୍ତୁ, Drupal Web Hosting Services ବିଷୟରେ ଜାଣିବା |
00:57 | Godaddy, Bigrock ଓ HostCats ପରି ଅନେକ ୱେବ୍ ହୋଷ୍ଟିଙ୍ଗ୍ ସର୍ଭିସେସ୍ ଉପଲବ୍ଧ ଅଛି |
01:06 | ଏହି ସେବା ପ୍ରଦାତାମାନେ, ଏକ ଅଟୋ ଇଷ୍ଟଲର୍ ସ୍କ୍ରିପ୍ଟ ସହିତ cPanel ଭିତ୍ତିକ ଅଟନ୍ତି |
01:12 | ଏହି ପ୍ରଦାତାମାନଙ୍କଠାରୁ କିଛି ସ୍ଥାନ କିଣିବା ପାଇଁ ଜଣକୁ ପୈଠ କରିବାକୁ ପଡ଼ିବ |
01:17 | ଗୋଟିଏ ୱେବସାଇଟ୍ ହୋଷ୍ଟ କରିବା ପାଇଁ ଆପଣଙ୍କୁ, ନିଜ ଲୋକଲ୍ Drupal Websiteର କୋଡ୍ ଓ ଡେଟବେସ୍ ଦରକାର ହେବ |
01:24 | ଆମର ଲୋକଲ୍ Drupal Website ଖୋଲନ୍ତୁ, ଯାହାକୁ ଆମେ ହୋଷ୍ଟ କରିବା |
01:29 | ପ୍ରଥମେ Cache ଖାଲି କରିଦିଅନ୍ତୁ. ତାହା କରିବା ପାଇଁ, Configuration ମେନୁରେ କ୍ଲିକ୍ କରନ୍ତୁ |
01:35 | Development ଭିତରେ, Performance ବିକଳ୍ପ ଉପରେ କ୍ଲିକ୍ କରନ୍ତୁ |
01:40 | ଏଠାରେ, Aggregate CSS files ଓ Aggregate JavaScript files ବିକଳ୍ପରୁ ଚେକ୍ ମାର୍କ୍ସ କାଢ଼ିଦିଅନ୍ତୁ |
01:48 | Save configuration ବଟନ୍ ଉପରେ କ୍ଲିକ୍ କରନ୍ତୁ |
01:52 | ଏବେ, Clear All Caches ବଟନ୍ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, Cacheଗୁଡ଼ିକ ଖାଲି ଗଲା |
02:00 | ଆମେ ବର୍ତ୍ତମାନ ଆମର କୋଡ୍ ପ୍ରସ୍ତୁତ ରଖିବା. ତାହା କରିବା ପାଇଁ File Browser ଖୋଲନ୍ତୁ |
02:06 | ଆମେ, Drupal ଇନଷ୍ଟଲ୍ କରିଥିବା ଫୋଲ୍ଡର୍ କୁ ଯାଆନ୍ତୁ |
02:11 | ଏବେ, apps -> drupal -> htdocs ଫୋଲ୍ଡର୍ କୁ ଯାଆନ୍ତୁ |
02:16 | ଏହି htdocs ଫୋଲ୍ଡର୍ ଭିତରେ, ଆମର Local Websiteର କୋଡ୍ ଅଛି. ଏହାକୁ କମ୍ପ୍ରେସ୍ ବା ZIP କରନ୍ତୁ |
02:25 | ମୁଁ ଏହାକୁ, ମୋ ମେସିନ୍ ରେ ଥିବା Downloads ଫୋଲ୍ଡର୍ ରେ ସେଭ୍ କରିବି |
02:30 | ଏବେ ଆମର କୋଡ୍ ପ୍ରସ୍ତୁତ |
02:32 | ଆମେ ବର୍ତ୍ତମାନ ଆମର ଡେଟବେସ୍ ପ୍ରସ୍ତୁତ କରିବା. ଆମ ଲୋକଲ୍ ୱେବସାଇଟର phpMyAdmin ଖୋଲନ୍ତୁ |
02:41 | bitnami_drupal8 ନାମକ ଡେଟାବେସ୍ ଉପରେ କ୍ଲିକ୍ କରନ୍ତୁ |
02:46 | ଉପର ପେନେଲ୍ ରେ ଥିବା Export ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:50 | ତା’ପରେ Export Methodକୁ Custom ଭାବେ ଚୟନ କରନ୍ତୁ |
02:54 | Object creation options ସେକ୍ସନ୍ ରେ ଥିବା Add DROP TABLE ବିକଳ୍ପରେ ଏକ ଚେକ୍ ମାର୍କ ଦିଅନ୍ତୁ |
03:01 | ତଳକୁ ସ୍କ୍ରୋଲ୍ କରି ତଳେ ଥିବା GO ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:06 | ଫାଇଲ୍ କୁ ସେଭ୍ କରିବା ପାଇଁ OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:09 | ଡିଫଲ୍ଟ Downloads ଫୋଲ୍ଡର୍ ଖୋଲି ଏକ୍ସପୋର୍ଟ ହୋଇଥିବା sql ଓ htdocs zip ଫାଇଲଗୁଡ଼ିକୁ ଦେଖନ୍ତୁ |
03:18 | ଏହାପରେ ଚାଲନ୍ତୁ, ଏକ cPanel ସେଟ୍ କରିବା ବିଷୟରେ ଶିଖିବା. ଏହା କରିବା ପାଇଁ, Set Up ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:25 | ଏଠାରେ ଆମକୁ ଆମର Domain ନାମ ଚୟନ କରିବାକୁ ହେବ. ମୁଁ, codingfordrupal.info ନାମକ Domain ଆଣିସାରିଛି |
03:33 | ଆପଣଙ୍କୁ ଏଠାରେ, ନିଜର Domain ନାମ ବ୍ୟବହାର କରିବାକୁ ପଡ଼ିବ |
03:37 | ଏହି ଟ୍ୟୁଟୋରିଆଲର Additional Material ଲିଙ୍କରେ, କିପରି ଏକ ଡୋମେନ୍ କିଣିବେ, ତାହାର ବିବରଣୀ ଦିଆଯାଇଛି |
03:43 | Next ବଟନ୍ କ୍ଲିକ୍ କରନ୍ତୁ |
03:46 | ଏଠାରେ ଆମକୁ ଗୋଟିଏ Data Center ଚୟନ କରିବାକୁ ହେବ. ମୁଁ Asia ଉପରେ କ୍ଲିକ୍ କରି Next ବଟନ୍ କ୍ଲିକ୍ କରିବି |
03:53 | cPanel Usdernameରେ ଆମକୁ, ଆମର Username ଦେବକୁ ହେବ |
03:58 | Password ପାଇଁ, ମୁଁ କେବଳ Generate a Password ବଟନ୍ ଉପରେ କ୍ଲିକ୍ କରିବି |
04:03 | ଆପଣ, ନିଜ ପସନ୍ଦର ଯେକୌଣସି Username ଓ Password ଟାଇପ୍ କରିପାରିବେ |
04:07 | ଭବିଷ୍ୟତରେ ବ୍ୟବହାର ପାଇଁ Login ବିବରଣୀ ଲେଖିରଖନ୍ତୁ |
04:11 | ତାହାପରେ Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:14 | ଏହାପରେ, ଆମର ୱେବସାଇଟ୍ ତିଆରି କରିବା ପାଇଁ ଆମେ Wordpress ଚାହୁଁଛୁ କି ବୋଲି ଏହା ପଚାରିବ |
04:20 | ଆମେ, ଏକ Drupal ୱେବସାଇଟ୍ ହୋଷ୍ଟ କରିବାକୁ ଯାଉଛେ |
04:23 | ତେଣୁ, No, not now ଉପରେ କ୍ଲିକ୍ କରି Finish ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:28 | ସେଟ୍ଅପ୍ ସମ୍ପୂର୍ଣ୍ଣ କରିବାକୁ ଏହା ଅନେକ ସମୟ ନେଇପାରେ |
04:32 | ଥରେ ସେଟ୍ଅପ୍ ସମ୍ପୂର୍ଣ୍ଣ ହୋଇଗଲା ପରେ, ଆମେ ଏହିପରି ଗୋଟିଏ ୱିଣ୍ଡୋ ଦେଖିବା.
ଏଠାରେ, Manage ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:40 | ଆମର cPanel ମୁଖ୍ୟ ୱିଣ୍ଡୋ ଏବେ ଖୋଲିଯାଇଛି. ଆମେ, Website Name, IP Address ଆଦି ଦେଖିପାରୁଛେ |
04:48 | ଦୟାକରି ଏହି ପେଜ୍ କୁ ଦେଖନ୍ତୁ ଏବଂ ପୁଙ୍ଖାନୁପୁଙ୍ଖ ଭାବେ ବିକଳ୍ପଗୁଡ଼ିକୁ ଏକ୍ସପ୍ଲୋର୍ କରନ୍ତୁ |
04:53 | ଏହାପରେ ଆମକୁ, cPanelରେ ଏକ ଡେଟାବେସ୍ ତିଆରି କରିବାକୁ ହେବ |
04:57 | File Browser ଖୋଲି, ଆମେ Bitnami Drupal Stack ଇନଷ୍ଟଲ୍ କରିଥିବା ଫୋଲ୍ଡର୍ କୁ ଯାଆନ୍ତୁ |
05:04 | ଏବେ, apps -> drupal -> htdocs -> sites -> default -> settings.phpକୁ ଯାଆନ୍ତୁ |
05:13 | settings.php ଫାଇଲ୍, ଗୋଟିଏ ଏଡିଟର୍ ରେ ଖୋଲିବ |
05:18 | ଫାଇଲର ଶେଷକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ. ଏଠାରେ ଆପଣ, ଡେଟାବେସ୍ ର ବିବରଣୀ ଦେଖିପାରିବେ |
05:24 | cPanel ରେ ଡେଟାବେସ୍ ତିଆରି କରିବା ପାଇଁ ଆପଣଙ୍କୁ ଏହିସବୁ ବିବରଣୀ ବ୍ୟବହାର କରିବାକୁ ହେବ |
05:30 | cPanelର ମୁଖ୍ୟ ୱିଣ୍ଡୋକୁ ଯାଆନ୍ତୁ |
05:33 | Databaseରେ ଥିବା MySQL Database Wizard ଉପରେ କ୍ଲିକ୍ କରନ୍ତୁ |
05:37 | ଏବେ, settings.php ଫାଇଲରୁ ଡେଟାବେସ୍ ର ନାମକୁ କପୀ କରନ୍ତୁ |
05:42 | ଏବଂ MySQL Database Wizardରେ ଡେଟାବେସ୍ ର ନାମ ଭାବରେ ଏହାକୁ ପେଷ୍ଟ କରନ୍ତୁ |
05:47 | Next Step ବଟନ୍ କ୍ଲିକ୍ କରନ୍ତୁ |
05:50 | Username ଓ Passwordକୁଇ କପୀ କରି ପେଷ୍ଟ କରନ୍ତୁ |
05:55 | Create User ବଟନ୍ କ୍ଲିକ୍ କରନ୍ତୁ |
05:57 | ALL PRIVILEGES ବିକଳ୍ପ ଉପରେ ଚେକ୍ ମାର୍କ ଦିଅନ୍ତୁ |
06:01 | Next Step ବଟନ୍ କ୍ଲିକ୍ କରନ୍ତୁ |
06:04 | Return to MySQL Databases ଉପରେ କ୍ଲିକ୍ କରନ୍ତୁ |
06:08 | ଏଠାରେ, ଆମେ ତିଆରି କରିଥିବା Database ଓ Userକୁ ଦେଖିପାରିବା |
06:13 | ଏହାପରେ ଚାଲନ୍ତୁ, ଏକ cPanelରେ Drupal ଇନଷ୍ଟଲ୍ କରିବା ବିଷୟରେ ଶିଖିବା. ଉପର ପେନେଲରେ ଥିବା Home ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:21 | Web Applicationsରେ ଥିବା Drupal ଉପରେ କ୍ଲିକ୍ କରନ୍ତୁ |
06:24 | ଡାହାଣ ପଟେ ଥିବା install this application ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:29 | Locationରେ ଆପଣ ଡୋମେନ୍ ନାମ ଦେଖିପାରିବେ |
06:33 | Versionରେ, ନିଜର ଲୋକଲ୍ ମେସିନ୍ ରେ ଇନଷ୍ଟଲ୍ କରିଥିବା ଭର୍ସନ୍ ର ଚୟନ କରନ୍ତୁ.
ମୁଁ 8.2.6 ଚୟନ କରିବି |
06:41 | Settingsରେ ଆମକୁ, Administrator ପାଇଁ ନିଜ ପସନ୍ଦର Username ଓ Password ଦେବାକୁ ହେବ |
06:48 | ଭବିଷ୍ୟତରେ ବ୍ୟବହାର ପାଇଁ Login ବିବରଣୀ ଲେଖିରଖନ୍ତୁ |
06:52 | Advanced ସେକ୍ସନ୍ ରେ ଆମେ, Database, email ଓ Backupକୁ ସେଟ୍ କରିପାରିବା |
06:58 | ମୁଁ Let me manage these settingsର ଚୟନ କରିବି |
07:02 | Database Managementରେ Let me choose an existing database ଚୟନ କରନ୍ତୁ |
07:07 | Database Nameରେ, ଆମେ ପୂର୍ବରୁ ତିଆରି କରିଥିବା ଡେଟାବେସ୍ ର ଚୟନ କରନ୍ତୁ |
07:12 | Database Username ଓ Passwordରେ, settings.php ଫାଇଲରୁ ବିବରଣୀ ଦିଅନ୍ତୁ |
07:19 | Table Prefixରେ, ଫିଲ୍ଡକୁ ଖାଲି ରଖନ୍ତୁ |
07:23 | ଏବେ Install ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:26 | ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହୋଇଗଲା ପରେ, ଆମେ ଏଠାରେ ଆମର ୱେବସାଇଟ୍ ନାମ ଦେଖିପାରିବା. ତାହା ଉପରେ କ୍ଲିକ୍ କରନ୍ତୁ |
07:33 | ଆମ ୱେବସାଇଟ୍ ସଫଳତାପୂର୍ବକ ହୋଷ୍ଟ ହୋଇଗଲା |
07:36 | କିନ୍ତୁ, ଲୋକଲ୍ କଣ୍ଟେଣ୍ଟ ସହିତ ଏହାକୁ ଅପଡେଟ୍ କରିବାକୁ ହେବ. ତେଣୁ, ଏହି ୱେବସାଇଟରେ ଆମର ଲୋକଲ୍ କଣ୍ଟେଣ୍ଟକୁ ଅପଲୋଡ୍ କରିବା ବିଷୟରେ ଚାଲନ୍ତୁ ଶିଖିବା |
07:45 | cPanelର ମୁଖ୍ୟ ୱିଣ୍ଡୋକୁ ଯାଇ ଉପର ପେନେଲ୍ ରେ ଥିବା Home ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:51 | ଆମେ, cPanelର File manager ଖୋଲିବା |
07:55 | Web Root ବିକଳ୍ପ ଚୟନ କରାଯାଇଥିବାର ସୁନିଶ୍ଚିତ କରନ୍ତୁ. GO ବଟନ୍ ରେ କ୍ଲିକ୍ କରନ୍ତୁ |
08:01 | ଏବେ ଆମେ public_html ଫିଲ୍ଡରରେ ଅଛେ. ଉପର ପେନେଲରେ ଥିବା Upload ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:09 | Browse ବଟନ୍ ଉପରେ କ୍ଲିକ୍ କରି Downloads ଫୋଲ୍ଡରରୁ htdocs.zip ଫାଇଲ୍ ଚୟନ କରନ୍ତୁ.
ଫାଇଲଟି ଏବେ ସଫଳତାପୂର୍ବକ ଅପଲୋଡ୍ ହୋଇଗଲା |
08:19 | ଯଦି ଆପଣଙ୍କ ପାଖରେ ଏକ ବଡ଼ ଆକାରର ଫାଇଲ୍ ଅଛି, ତେବେ ଦୟାକରି ଅପଲୋଡିଙ୍ଗ୍ ପାଇଁ Filezilla କିମ୍ୱା ଅନ୍ୟ କୌଣସି SSH Clientର ବ୍ୟବହାର କରନ୍ତୁ |
08:27 | ଏବେ, ଏହି ୱିଣ୍ଡୋକୁ ବନ୍ଦ କରିଦିଅନ୍ତୁ |
08:29 | File Manager ୱିଣ୍ଡୋରେ, htdocs.zip ଫାଇଲକୁ ଯାଇ ତାହା ଉପରେ କ୍ଲିକ୍ କରନ୍ତୁ |
08:36 | ଏବେ, ଉପର ପେନେଲ୍ ରେ ଥିବା Extract ବଟନ୍ ଉପରେ କ୍ଲିକ୍ କରି ଏହି ଫାଇଲକୁ ଏକ୍ସଟ୍ରାକ୍ଟ କରନ୍ତୁ |
08:41 | ଦୃଶ୍ୟମାନ ପପ୍-ଅପ୍ ୱିଣ୍ଡୋରେ ଥିବା Extract File ବଟନ୍ କ୍ଲିକ୍ କରନ୍ତୁ |
08:47 | ଫାଇଲଟି ଏକ୍ସଟ୍ରାକ୍ଟ ହୋଇଗଲା ପରେ, htdocs ଫୋଲ୍ଡର୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
08:52 | ଏବେ, Sites ଫୋଲ୍ଡର୍ କୁ ଯାଆନ୍ତୁ |
08:55 | ଏଠାରେ ଆମେ, Default ଫୋଲ୍ଡର୍ ର ପର୍ମିସନ୍ ବଳାଇଭା |
08:59 | ତାହା କରିବା ପାଇଁ, Permissions କଲମ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାକୁ ବଦଳାଇ 755 କରନ୍ତୁ.
ଏହା, Userକୁ Write Permission ଦେବ |
09:08 | ତା’ପରେ ଡିଫଲ୍ଟ ଫୋଲ୍ଡର୍ କୁ ଯାଆନ୍ତୁ ଏବଂ settings.php ଫାଇଲ୍ ର Permissions ବଦଳାନ୍ତୁ |
09:16 | ପୁଣିଥରେ, Permissions କଲମ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାକୁ ବଦଳାଇ 600 କରନ୍ତୁ. |
09:22 | ଏହା, Userକୁ Write Permission ଦେବ, ଯେଉଁଥିରୁ ଆମେ Settings.php ଫାଇଲ୍ କୁ ଏଡିଟ୍ କରିପାରିବା |
09:29 | Settings.php ଫାଇଲ୍ ଖୋଲିବା ପାଇଁ , ଉପର ପେନେଲ୍ ରେ ଥିବା Code Editor ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:35 | Edit ବଟନ୍ ରେ କ୍ଲିକ୍ କରନ୍ତୁ |
09:37 | ଫାଇଲର ଶେଷକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ. ଏଠାରେ ଆପଣ, ଡେଟାବେସ୍ ର ବିବରଣୀ ଦେଖିପାରିବେ |
09:43 | Unix_socket ଲାଇନ୍ କୁ କାଢ଼ିଦିଅନ୍ତୁ |
09:46 | ଏବେ, ଉପର ପେନେଲରେ ଥିବା Save Changes ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:50 | ଉପର ପେନେଲରେ ଥିବା Up One Level ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:54 | ପୁଣିଥରେ, Up One Level ବଟନ୍ ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ ଆମେ, ଏହି କଣ୍ଟେଣ୍ଟକୁ public_html ଫୋଲ୍ଡର୍ କୁ ନେବା |
10:04 | ଫାଇଲ୍ସ ଓ ଫୋଲ୍ଡର୍ସକୁ ଚୟନ କରିବା ପାଇଁ, Select All ବଟନ୍ ଉପରେ କ୍ଲିକ୍ କରନ୍ତୁ |
10:09 | ଉପର ପେନେଲରେ ଥିବା Move ବଟନ୍ ଉପରେ କ୍ଲିକ୍ କରନ୍ତୁ |
10:12 | File Pathରୁ htdocs କାଢ଼ିଦିଅନ୍ତୁ |
10:16 | Move Files ବଟନ୍ କ୍ଲିକ୍ କରନ୍ତୁ |
10:18 | ପାର୍ଶ୍ୱ ପେନେଲରେ ଥିବା public_html ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ |
10:24 | ଏବେ, ଆମର ଲୋକଲ୍ ୱେବସାଇଟ୍ ସହିତ public_html ଫୋଲ୍ଡର୍ ଟି ବଦଳିଗଲା |
10:32 | ଏହାପରେ ଆମେ, ଆମର ଲାଇଭ୍ ୱେବସାଇଟକୁ ଆମ ଲୋକଲ୍ ଡେଟାବେସ୍ ଇମ୍ପୋର୍ଟ କରିବା. ତାହା କରିବା ପାଇଁ, cPanelର ମୁଖ୍ୟ ୱିଣ୍ଡୋକୁ ଯାଆନ୍ତୁ |
10:41 | Databasesରେ, phpMyAdmin ଉପରେ କ୍ଲିକ୍ କରନ୍ତୁ |
10:45 | ପାର୍ଶ୍ୱ ପେନେଲ୍ ରେ, ଆମେ ପୂର୍ବରୁ ତିଆରି କରିଥିବା ଡେଟାବେସ୍ ଉପରେ କ୍ଲିକ୍ କରନ୍ତୁ |
10:50 | ଉପର ପେନେଲରେ ଥିବା Import ବଟନ୍ ଉପରେ କ୍ଲିକ୍ କରନ୍ତୁ |
10:54 | ତାହାପରେ Browse ବଟନ୍ ଉପରେ କ୍ଲିକ୍ କରନ୍ତୁ |
10:56 | ଏବେ, ଲୋକଲ୍ Drupalରୁ ଆମେ ଏକ୍ସପୋର୍ଟ କରିଥିବା sql ଫାଇଲ୍ ଚୟନ କରନ୍ତୁ |
11:02 | ଶେଷରେ, GO ବଟନ୍ କ୍ଲିକ୍ କରନ୍ତୁ. sql ଫାଇଲଟି ସଫଳତାପୂର୍ବକ ଇମ୍ପୋର୍ଟ ହୋଇଯାଇଥିବାର ଆପଣ ଦେଖିବାକୁ ପାଇବେ |
11:10 | ବର୍ତ୍ତମାନ, ବ୍ରାଉଜର୍ ରେ ଏକ ନୂଆ ଟାବ୍ ଖୋଲି, ଆଡ୍ରେସ୍ ବାର୍ ରେ ନିଜର ଡୋମେନ୍ ନାମ ଟାଇପ୍ କରନ୍ତୁ.
ଆମର Drupal ୱେବସାଇଟ୍ ସଫଳତାପୂର୍ବକ ହୋଷ୍ଟ ହୋଇଗଲା |
11:20 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
11:24 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
ଆମର ୱେବସାଇଟ୍ ପାଇଁ କୋଡ୍ ଓ ଡେଟାବେସ୍ ପ୍ରସ୍ତୁତ କରିବା, ଆମର Drupal ୱେବସାଇଟ୍ ହୋଷ୍ଟ କରିବା ଏବଂ ଏହି ୱେବସାଇଟରେ ଆମର ଲୋକଲ୍ କଣ୍ଟେଣ୍ଟ ଅପଲୋଡ୍ କରିବା |
11:38 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
11:46 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:57 | ସ୍ପୋକନ୍ ଟ୍ୟୁଟୋରିଆଲ୍, NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଏବଂ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ବିତ୍ତପୋଷିତ ହୋଇଛି |
12:09 | IIT ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |