Digital-Divide/C2/First-Aid-on-Fever/Oriya
From Script | Spoken-Tutorial
Time | Narration |
00:05 | ଗାଁ ଝିଅ ମୀନା, କସମସ୍ ଓ କମ୍ପ ଅନୁଭବ କଲା ହେତୁ ସ୍କୁଲରୁ ଘରକୁ ଫେରି ଆସିଲା ଏବଂ ସେ ଥକା ହେଲାଭଳି ଦିଶୁଥିଲା |
00:13 | ସେ, ଶରୀର ପୀଡା ସହ ମୁଣ୍ଡ ବ୍ୟଥା ମଧ୍ୟ ହେଉଛି ବୋଲି କହୁଥିଲା |
00:17 | ଚିନ୍ତିତ ମା’ ତା’ର ପାଖକୁ ଆସି ଦେଖିଲେ ଯେ ଶରୀରର ତାପମାତ୍ରା ଅଧିକ ଅଛି |
00:24 | ବନ୍ଧୁଗଣ, First aid in case of fever ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:30 | ଏଠାରେ ଆମେ ଆଲୋଚନା କରିବା: ଜ୍ଵରର ଲକ୍ଷଣଗୁଡିକ, ପ୍ରାଥମିକ ଯତ୍ନ, ଏବଂ ଡାକ୍ତରଙ୍କ ସହ ପରାମର୍ଶ କରିବା |
00:37 | ଯେ କୌଣସି ବ୍ୟକ୍ତି ଯାହାର ତାପମାତ୍ରା ସାଧାରଣ ତାପମତ୍ରା 96.8 ରୁ 100.4º Farenheit ଅପେକ୍ଷା ଅଧିକ ଥାଏ, ସେ ଜ୍ଵରରେ ପୀଡିତ ବୋଲି କୁହାଯିବ |
00:51 | ଚାଲନ୍ତୁ ଜ୍ଵରର ଲକ୍ଷଣଗୁଡିକ ଆଲୋଚନା କରିବା |
00:54 | ତାପମାତ୍ରା ବୃଦ୍ଧି ହେବା |
00:57 | କଷ୍ଟ ଓ ଯନ୍ତ୍ରଣା |
01:00 | କସମସ୍ ଲଗିବା ଓ କମ୍ପ ହେବା |
01:02 | ଭୀଷଣ ମୁଣ୍ଡବ୍ୟଥା ଏବଂ |
01:04 | ଗଳାରେ ଘା ହେବା |
01:06 | ମା’, ତା’କୁ କମ୍ପ ହେଉଥିବାର ଦେଖି ଉଷୁମ୍ ରଖିବା ପାଇଁ ପିଲାଟିକୁ ଗୋଟିଏ କମ୍ବଳ ଘୋଡାଇ ପକାଇଲେ |
01:14 | ଚାଲନ୍ତୁ ଜ୍ଵର ସମୟରେ କ’ଣ କରିବା ଏବଂ କାହାଠୁ ଦୂରରେ ରହିବା ଆବଶ୍ୟକ ଆଲୋଚନା କରିବା |
01:19 | ରୋଗୀକୁ ସାମାନ୍ୟ ଉଷୁମ୍ ପାଣିରେ ପୋଛାପୋଛି କରିଦେବା ଦରକାର |
01:24 | ରୋଗୀକୁ ପ୍ରଚୁର ପାଣି ପିଇବାକୁ ଦେବେ |
01:27 | ବ୍ୟକ୍ତି ବିଶେଷଙ୍କୁ, କମ୍ବଳ କିମ୍ବା ମୋଟା କପଡାରେ ଘୋଡାନ୍ତୁ ନାହିଁ |
01:32 | ଔଷଧ ନିଜ ମନକୁ ଦିଅନ୍ତୁ ନାହିଁ |
01:35 | ସର୍ବଦା ଡାକ୍ତରଙ୍କ ସହ ପରାମର୍ଶ କଲାପରେ ଔଷଧ ଦେବେ |
01:40 | ଶୁଦ୍ଧ ପବନକୁ ରୋକନ୍ତୁ ନାହିଁ |
01:43 | ବରଂ, ଶୁଦ୍ଧ ବାୟୁ ପ୍ରବାହ ଜ୍ଵରକୁ କମ୍ କରିବାରେ ସାହାଯ୍ୟ କରେ |
01:47 | ରୋଗୀଠାରେ ନିମ୍ନଲିଖିତ ଲକ୍ଷଣଗୁଡିକ ଦେଖାଦେଲେ, ତୁରନ୍ତ ଡାକ୍ତରୀ ସାହାଯ୍ୟ ନେବା ଆବଶ୍ୟକ: |
01:53 | ଅନିୟମିତ ଶ୍ଵାସକ୍ରିୟା |
01:55 | ଗଳା ହଲଚଲ୍ ନହେବା |
01:57 | ସର୍ବଦା ଗଳାରେ ଯନ୍ତ୍ରଣା |
01:59 | ନାଲିଦାଗ ହେଇଯିବା |
02:02 | ବାନ୍ତି, ପରିସ୍ରାରେ ଯନ୍ତ୍ରଣା ଏବଂ ପତଳା ଝାଡା |
02:07 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
02:11 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
02:14 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
02:17 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
02:22 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
02:27 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
02:31 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ |
02:37 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
02:42 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
02:49 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
03:07 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. |
03:11 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |