Ruby/C3/Object-Oriented-Concept-in-Ruby/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Rubyରେ Object Oriented Concept ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା |
00:08 | classesର ବ୍ୟବହାର, objectsର ସୃଷ୍ଟି |
00:10 | Rubyରେ methodsକୁ ପରିଭାଷିତ କରିବା ପାଇଁ ବିଭିନ୍ନ ଉପାୟ. |
00:13 | ଏଠାରେ, ଆମେ ବ୍ୟବହାର କରୁଛୁ: Ubuntu Linux ଭର୍ସନ୍ 12.04 |
00:16 | Ruby 1.9.3 |
00:19 | ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣଙ୍କର ଲିନକ୍ସ କମାଣ୍ଡ୍, ଟର୍ମିନଲ୍ ଓ ଟେକ୍ସଟ ଏଡିଟର ଉପରେ ମଧ୍ୟ ଜ୍ଞାନ ଥିବା ଆବଶ୍ୟକ |
00:24 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:28 | ଆରମ୍ଭ କରିବା ପୂର୍ବରୁ, ମନେ ପକାନ୍ତୁ, ଆଗରୁ ଆମେ ttt ଡାଇରେକ୍ଟୋରୀ ତିଆରି କରିସାରିଛେ |
00:33 | ଚାଲନ୍ତୁ ସେହି ଡାଇରେକ୍ଟୋରୀକୁ ଯିବା |
00:35 | Ruby ହାଇଫେନ୍ ଟ୍ୟୁଟୀରିଆଲ୍ ଓ classes ଡାଇରେକ୍ଟୋରୀ |
00:41 | Ruby ଗୋଟିଏ object oriented ଲାଙ୍ଗୁଏଜ୍ |
00:44 | Rubyରେ ସବୁକିଛି ଗୋଟିଏ ଅବଜେକ୍ଟ ଅଟେ; ଗୋଟିଏ ଭାଲ୍ୟୁ ଠାରୁ ଆରମ୍ଭ କରି ଷ୍ଟ୍ରିଙ୍ଗ କିମ୍ବା ସଂଖ୍ୟା ପର୍ଯ୍ୟନ୍ତ |
00:49 | ଗୋଟିଏ class ହେଉଛି, ସମ୍ପର୍କିତ ଡେଟା ଓ ଫଙ୍କଶନର ସଂଗ୍ରହ |
00:53 | ଏହା ସୂଚନାକୁ ସୃଙ୍ଖଳିତ ଭାବେ ରଖିବା କାର୍ଯ୍ୟରେ ଲାଗିପାରେ |
00:56 | ଗୋଟିଏ classର, ଏକ ଅବଜେକ୍ଟ ହେଉଛି ଗୋଟିଏ instantiation |
01:00 | ଗୋଟିଏ କ୍ଲାସର ପରିଭାଷା, କୀ ୱର୍ଡ୍ classରୁ ଆରମ୍ଭ ହୁଏ |
01:05 | ଏହା ପଛରେ class ନାମକୁ ଘୋଷଣା କରାଯାଏ |
01:08 | ଏହାର ସୀମା ଗୋଟିଏ end ସହିତ ନିର୍ଦ୍ଧାରିତ ହୋଇଥାଏ |
01:11 | ଚାଲନ୍ତୁ, classର ଗୋଟିଏ ଉଦାହରଣ ଉପରେ ନଜର ପକାଇବା |
01:14 | class ପ୍ରଡକ୍ଟ |
01:16 | ରୁବୀ କୋଡ୍, end |
01:20 | classର ନାମ ଗୋଟିଏ କ୍ୟାପିଟାଲ୍ ଲେଟରରୁ ଆରମ୍ଭ ହେବା ବାଧ୍ୟତାମୂଳକ |
01:24 | ନାମଗୁଡିକ, ଯେଉଁଥିରେ ଏକରୁ ଅଧିକ ଶବ୍ଦ ଥାଏ ସେଗୁଡିକ camelcased ହେବା ଆବଶ୍ୟକ |
01:28 | ଉଦାହରଣସ୍ଵରୂପ, |
01:30 | UserInformation |
01:32 | ProductInformation |
01:34 | ପରବର୍ତ୍ତି ଫାଇଲ୍ ନାମଗୁଡିକରେ ଶବ୍ଦକୁ ଅଲଗା କରିବା ପାଇଁ ଅଣ୍ଡରସ୍କୋର୍ ଥାଏ: |
01:37 | ୟୁଜର୍ ଅଣ୍ଡରସ୍କୋର୍ ଇନଫରମେଶନ୍ |
01:40 | ପ୍ରଡକ୍ଟ ଅଣ୍ଡରସ୍କୋର୍ ଇନଫରମେଶନ୍ |
01:45 | ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ |
01:48 | ଏହାକୁ, class_definition.rb ଭାବେ ନାମ ଦିଅନ୍ତୁ |
01:52 | ମୋ ପାଖରେ classesର ପ୍ରୟୋଗ ଉପରେ ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି |
01:57 | ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ |
02:02 | ଏହି ଉଦାହରଣରେ, Order ନାମକ ଗୋଟିଏ କ୍ଲାସକୁ ପରିଭାଷିତ କରାଯାଇଛି |
02:05 | ବର୍ତ୍ତମାନ, କିଛି ଭେରିଏବଲ୍ ଯୋଗକରି, କ୍ଲାସଟିକୁ ବ୍ୟବହାରଯୋଗ୍ୟ କରିବା |
02:11 | ତା’ପରେ, ଗୋଟିଏ ଇନଷ୍ଟାନ୍ସ ଭେରିଏବଲ୍ myinstanceକୁ ପରିଭାଷିତ କରନ୍ତୁ |
02:15 | ଏବଂ ଏହାକୁ ଗୋଟିଏ ଭାଲ୍ୟୁ ଆସାଇନ୍ କରନ୍ତୁ |
02:18 | ଗୋଟିଏ କ୍ଲାସ୍ ଭେରିଏବଲ୍, myclassvarକୁ ମଧ୍ୟ ପରିଭାଷିତ କରନ୍ତୁ |
02:21 | ଏବଂ ଏହାକୁ ଗୋଟିଏ ଭାଲ୍ୟୁ ଆସାଇନ୍ କରନ୍ତୁ |
02:24 | ବର୍ତ୍ତମାନ ଚାଲନ୍ତୁ କିଛି କୋଡ୍ ଲେଖିବା, ଯାହା ଏହି କ୍ଲାସକୁ ବ୍ୟବହାର କରିବ |
02:30 | ଟାଇପ୍ କରନ୍ତୁ: puts Order ଡଟ୍ ଇନଷ୍ଟାନ୍ସ ଅଣ୍ଡରସ୍କୋର୍ variables |
02:36 | ଏହି ଲାଇନ୍ ପୂର୍ବରୁ, ଗୋଟିଏ ନୂଆ ଲାଇନ୍ ପାଇଁ, puts ସହିତ କିଛି ଅକ୍ଷର, ଯେପରି ସ୍ଲାଶ୍ n କୁ ଯୋଗ କରନ୍ତୁ |
02:43 | ଚାଲନ୍ତୁ ସେଗୁଡିକୁ, copy ଓ paste କରିବା ଏବଂ ଆମେ ଯୋଗ କରିଥିବା ଲାଇନର ଠିକ୍ ତଳେ ଏହାକୁ ଯୋଗ କରନ୍ତୁ ଏବଂ ସେଭ୍ କରନ୍ତୁ |
02:51 | ବର୍ତ୍ତମାନ ଏହି କୋଡକୁ ନିଷ୍ପାଦନ କରିବା |
02:53 | ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: |
02:56 | ruby ସ୍ପେସ୍ କ୍ଲାସ୍ ଅଣ୍ଡରସ୍କୋର୍ definition ଡଟ୍ rb |
03:02 | ଏବଂ ଆଉଟପୁଟ୍ ଦେଖନ୍ତୁ |
03:05 | ଆପଣ ପରିଭାଷିତ କରିଥିବା ଇନଷ୍ଟାନ୍ସ ଭେରିଏବଲକୁ ଦେଖିପାରିବେ |
03:09 | ବର୍ତ୍ତମାନ ଟାଇପ୍ କରନ୍ତୁ: puts Order ଡଟ୍ କ୍ଲାସ୍ ଅଣ୍ଡରସ୍କୋର୍ variables |
03:15 | ଚାଲନ୍ତୁ ଏହି ଡିମାର୍କେଶନକୁ, ଲାଇନର ଠିକ୍ ତଳେ copy ଓ paste କରନ୍ତୁ ଏବଂ ସେଭ୍ କରନ୍ତୁ |
03:21 | ବର୍ତ୍ତମାନ, ଟର୍ମିନଲକୁ ଫେରିଆସନ୍ତୁ ଏବଂ ପୂର୍ବଭଳି ଫାଇଲକୁ ନିଷ୍ପାଦନ କରନ୍ତୁ |
03:26 | ଆପଣ ଦେଖିପାରିବେ, ପରିଭାଷିତ ହୋଇଥିବା class variable ମଧ୍ୟ ଦେଖାଦେବ |
03:32 | ବର୍ତ୍ତମାନ, ଆପଣ ନିଜର କ୍ଲାସ୍ ଲେଖିବା ପାଇଁ ସମର୍ଥ ହେବେ |
03:35 | ଏହାପରେ, ଗୋଟିଏ object କ’ଣ, ଚାଲନ୍ତୁ ଦେଖିବା |
03:40 | ଗୋଟିଏ classର object ହେଉଛି ଏକ instance |
03:43 | ଏହାର ଅର୍ଥ, classରୁ ଗୋଟିଏ ଅବଜେକ୍ଟର ସୃଷ୍ଟି ହୁଏ |
03:46 | class ରେ ପରିଭାଷିତ ହୋଇଥିବା, ପ୍ରପର୍ଟୀ ଓ ମେଥଡଗୁଡିକୁ, ଅବଜେକ୍ଟ ଧାରଣ କରିଥାଏ |
03:52 | ଗୋଟିଏ objectକୁ କିପରି ଘୋଷଣା କରିବେ? |
03:54 | ଗୋଟିଏ କ୍ଲାସର ଏକ objectକୁ ଘୋଷଣା କରିବା ପାଇଁ, କୀ ୱର୍ଡ new ବ୍ୟବହୃତ ହୁଏ |
03:58 | ଏଠାରେ ଆମେ, Product classର ଗୋଟିଏ objectକୁ ଘୋଷଣା କରିବା |
04:02 | ଏଠାରେ, ଗୋଟିଏ object ସୃଷ୍ଟି ହେଲା |
04:05 | product = Product.new |
04:09 | ଏହି ପ୍ରଥାକୁ ଗୋଟିଏ ଅବଜେକ୍ଟର initialization ବୋଲି କୁହାଯାଏ |
04:12 | ଏହି ଅବଜେକ୍ଟଟି, Product ଶ୍ରେଣୀର ଅଟେ |
04:16 | ବର୍ତ୍ତମାନ ଚାଲନ୍ତୁ, ଗୋଟିଏ initialize ମେଥଡ୍ କ’ଣ ଦେଖିବା |
04:20 | ଅବଜେକ୍ଟର ସୃଷ୍ଟି ସମୟରେ, ଗୋଟିଏ initialize methodକୁ କଲ୍ କରାଯାଇଥାଏ |
04:26 | ଗୋଟିଏ ଅବଜେକ୍ଟ ଉପରେ new କଲ୍ କଲାବେଳେ, initialize method ସାହାଯ୍ୟକରେ |
04:31 | ଗୋଟିଏ initialize ମେଥଡ୍, ଏକ parametersର ତାଲିକା ନେଇପାରେ |
04:37 | Rubyର ଅନ୍ୟ ମେଥଡ୍ ଭଳି, ଏହାର ପୂର୍ବରୁ keyword def ଆସିଥାଏ |
04:43 | ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା |
04:46 | ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ |
04:50 | ଏବଂ ଏହାକୁ, ଅବଜେକ୍ଟ ଅଣ୍ଡରସ୍କୋର୍ initialize ଡଟ୍ rb, ନାମ ଦିଅନ୍ତୁ |
04:55 | ମୋ ପାଖରେ object initialization କୋଡର ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି
|
05:00 | ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ |
05:04 | ଏଠାରେ, Order ନାମକ ଗୋଟିଏ କ୍ଲାସକୁ ପରିଭାଷିତ କରନ୍ତୁ |
05:08 | ତା’ପରେ, ବିନା ଆର୍ଗୁମେଣ୍ଟରେ initialize ମେଥଡକୁ ପରିଭାଷିତ କରନ୍ତୁ |
05:13 | ମୁଁ, ବାର୍ତ୍ତ ପ୍ରଦର୍ଶନ ପାଇଁ, ଗୋଟିଏ puts ମେଥଡକୁ ପରିଭାଷିତ କରିଛି: I have created an object |
05:20 | ଏହାପରେ, Order ଡଟ୍ newକୁ ପରିଭାଷିତ କରନ୍ତୁ |
05:24 | ଏହା initialize ମେଥଡକୁ ସାହାଯ୍ୟ କରିବ |
05:27 | ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: |
05:31 | ruby ସ୍ପେସ୍ ଅବଜେକ୍ଟ ଅଣ୍ଡରସ୍କୋର୍ initialize ଡଟ୍ rb |
05:36 | ଏବଂ ଆଉଟପୁଟ୍ ଦେଖନ୍ତୁ |
05:39 | ଆପଣ ବାର୍ତ୍ତା ଦେଖିପାରିବେ: I have created an object |
05:43 | ବର୍ତ୍ତମାନ, geditକୁ ଫେରିଯିବା ଏବଂ ମେଥଡରେ ଗୋଟିଏ ଆର୍ଗୁମେଣ୍ଟ ଯୋଗ କରିବା |
05:48 | ଚାଲନ୍ତୁ, puts କୁ ପରିବର୍ତ୍ତନ କରିବା |
05:51 | ଏହା, ପାସ୍ ହୋଇଥିବା ଆର୍ଗୁମେଣ୍ଟକୁ ପ୍ରଦର୍ଶନ କରିବା ଆବଶ୍ୟକ |
05:55 | ତା’ପରେ, ଟାଇପ୍ କରନ୍ତୁ: Order ଡଟ୍ new(I have created an object) |
06:04 | ଏଠାରେ, new ମେଥଡକୁ ଗୋଟିଏ ଆର୍ଗୁମେଣ୍ଟ ପ୍ରଦାନ କରନ୍ତୁ |
06:08 | ଏହି ଆର୍ଗୁମେଣ୍ଟ initialize ମେଥଡକୁ ପାସ୍ ହୋଇଯିବ |
06:13 | ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: |
06:16 | ruby ସ୍ପେସ୍ ଅବଜେକ୍ଟ initialize ଡଟ୍ rb |
06:20 | ଏବଂ ଆଉଟପୁଟ୍ ଦେଖନ୍ତୁ |
06:22 | ଆପଣ ବାର୍ତ୍ତା ଦେଖିପାରିବେ: I have created an object, ପ୍ରିଣ୍ଟ୍ ହେବ |
06:29 | ବର୍ତ୍ତମାନ, ଆପଣ object initializationର ଅର୍ଥ ବୁଝିପାରିଥିବେ |
06:33 | Rubyରେ ମନେପକାନ୍ତୁ, methods ହେଉଛନ୍ତି functions ଯାହା ଗୋଟିଏ class କାର୍ଯ୍ୟକରିଥାଏ |
06:39 | ଗୋଟିଏ କ୍ଲାସର ପ୍ରତ୍ୟେକ ମେଥଡ୍, def ଓ end ବ୍ଲକ୍ ମଧ୍ୟରେ ପରିଭାଷିତ ହୋଇଥାଏ |
06:45 | ଗୋଟିଏ ବହୁ ଶବ୍ଦ ବିଶିଷ୍ଟ ମେଥଡ୍ ନାମ ଏକ ଅଣ୍ଡରସ୍କୋର ସହିତ ଅଲଗା ହୋଇଥାଏ |
06:48 | କିଛି ଅକ୍ଷର ଯେଉଁଗୁଡିକ ମେଥଡ୍ ନାମ ସହିତ ଯୋଗ ହୋଇପାରିବେ, ସେମାନେ ହେଲେ: |
06:54 | ? (ପ୍ରଶ୍ନବାଚକ ଚିହ୍ନ) |
06:56 | = (ଇକ୍ଵାଲ୍ ଟୁ) |
06:58 | ପ୍ରତ୍ୟେକ ଅକ୍ଷର, ମେଥଡରେ କିଛି ନୂଆ ଅର୍ଥ ଯୋଗ କରିଥାଏ |
07:02 | ଚାଲନ୍ତୁ କିଛି ଉଦାହରଣ ଦେଖିବା |
07:05 | ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ |
07:09 | ଏବଂ ଏହାକୁ, କ୍ଲାସ୍ ଅଣ୍ଡରସ୍କୋର୍ methods ଡଟ୍ rb, ନାମ ଦିଅନ୍ତୁ |
07:14 | ମୋ ପାଖରେ class methods କୋଡର ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି |
07:17 | ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ |
07:21 | ଏଠାରେ, Animal ନାମକ ଗୋଟିଏ କ୍ଲାସ୍ ପରିଭାଷିତ କରନ୍ତୁ |
07:23 | ତା’ପରେ, ମୋ ପାଖରେ ଦୁଇଟି ମେଥଡ୍ ଅଛି- breathe ଓ walk |
07:28 | ସେମାନେ ଉଭୟ, କୀୱର୍ଡ def ଓ end ସହିତ ପରିଭାଷିତ ହୋଇଛନ୍ତି |
07:32 | ତା’ପରେ, ଅବଜେକ୍ଟ Animal କୁ ଇନିଶିଆଲାଇଜ୍ କରନ୍ତୁ |
07:36 | ଏହାକୁ, ଲୋୟରକଏସ୍ a ସହିତ ଗୋଟିଏ animal ନାମକ ଭେରିଏବଲ୍ ଆସାଇନ୍ କରନ୍ତୁ |
07:40 | ତା’ପରେ, କ୍ରମାନୁସାରେ breathe ଓ walk ମେଥଡର ସାହାଯ୍ୟ ନେଇପାରିବେ |
07:48 | ବର୍ତ୍ତମାନ, ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
07:51 | ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: |
07:53 | ruby ସ୍ପେସ୍ କ୍ଲାସ୍ ଅଣ୍ଡରସ୍କୋର୍ methods ଡଟ୍ rb |
07:58 | ଏବଂ ଆଉଟପୁଟ୍ ଦେଖନ୍ତୁ |
08:00 | ଆପଣ ଲାଇନଗୁଡିକୁ ନଜର୍ କରନ୍ତୁ: |
08:02 | I breathe, I walk ପ୍ରିଣ୍ଟ୍ ହେବ |
08:04 | ଯେହେତୁ ଆପଣ breathe ଓ walk ମେଥଡଠାରୁ ସାହାଯ୍ୟ ନେଇଛନ୍ତି |
08:10 | ଏହି ମେଥଡଗୁଡିକ ମଧ୍ୟରେ ପରିଭାଷିତ, ଗୋଟିଏ puts ଷ୍ଟେଟମେଣ୍ଟ, ଦେଖିପାରୁଥିବା ଭଳି ପରିଣାମ ଦେଇଥାଏ |
08:16 | ତା’ପରେ, ଗୋଟିଏ ଟ୍ରେଲିଙ୍ଗ୍ ପ୍ରଶ୍ନବାଚକ ଚିହ୍ନ(?)ସହିତ, କିପରି ଗୋଟିଏ ମେଥଡ୍ ସୃଷ୍ଟି କରିହେବ ଦେଖିବା |
08:21 | ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ |
08:25 | ଏବଂ ଏହାକୁ, କ୍ଲାସ୍ ଅଣ୍ଡରସ୍କୋର୍ methods ଅଣ୍ଡରସ୍କୋର୍ with ଅଣ୍ଡରସ୍କୋର୍ trailing ଅଣ୍ଡରସ୍କୋର୍ characters ଡଟ୍ rb, ନାମ ଦିଅନ୍ତୁ |
08:35 | ମୋ ପାଖରେ class methods with question mark କୋଡର ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି |
08:40 | ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ |
08:45 | ଏଠାରେ, ପୂର୍ବଭଳି ସମାନ classକୁ ଉଦାହରଣ ଭାବେ ନିଅନ୍ତୁ |
08:48 | ଏଠାରେ, breathe ମେଥଡର ଗୋଟିଏ ଟ୍ରେଲିଙ୍ଗ୍ ପ୍ରଶ୍ନବାଚକ ଚିହ୍ନ(?) ଅଛି |
08:52 | ସାଧାରଣଭାବେ ଏହି ମେଥଡଗୁଡିକ Boolean values ରିଟର୍ଣ୍ଣ କରିବା ପାଇଁ ବ୍ୟବହୃତ ହୁଅନ୍ତି |
08:55 | ଏହା Rubyର ନାମକରଣ ପ୍ରଥାର ମେଥଡ୍ ଉପରେ ପର୍ଯ୍ୟବେସିତ ଅଟେ |
09:00 | animal ଡଟ୍ breathe ପ୍ରଶ୍ନବାଚକ ଚିହ୍ନ ଘୋଷିତ ହେବା ଦ୍ଵାରା, ମେଥଡ୍ କାର୍ଯ୍ୟକାରୀ ହୋଇଥାଏ |
09:06 | ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: |
09:09 | ruby ସ୍ପେସ୍ class ଅଣ୍ଡରସ୍କୋର୍ methods ଅଣ୍ଡରସ୍କୋର୍ with ଅଣ୍ଡରସ୍କୋର୍ trailing ଅଣ୍ଡରସ୍କୋର୍ characters ଡଟ୍ rb ଏବଂ ଆଉଟପୁଟ୍ ଦେଖନ୍ତୁ |
09:22 | ଆପଣ ଦେଖିପାରୁଥିବା ଆଉଟପୁଟ୍: true ହେବ |
09:26 | ଏହାପରେ ଚାଲନ୍ତୁ, walk ନାମକ ଅନ୍ୟ ମେଥଡକୁ ପରିଭାଷିତ କରିବା |
09:30 | ଏହାର କଡରେ ଗୋଟିଏ ଇକ୍ଵାଲ୍ ଟୁ ଚିହ୍ନ=(value) ସ୍ଥାପନ କରିବା |
09:36 | animal ଡଟ୍ walk କୁ କଲ୍ କରିବା ପାଇଁ ଏହି ମେଥଡର ସାହାଯ୍ୟ ନେବା |
09:41 | ତା’ପରେ ଏହି ମେଥଡକୁ ନିଷ୍ପାଦନ କରନ୍ତୁ |
09:44 | ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: |
09:45 | ruby କ୍ଲାସ୍ ଅଣ୍ଡରସ୍କୋର୍ methods ଅଣ୍ଡରସ୍କୋର୍ with ଅଣ୍ଡରସ୍କୋର୍ trailing ଅଣ୍ଡରସ୍କୋର୍ characters ଡଟ୍ rb |
09:52 | ଏବଂ ଆଉଟପୁଟ୍ ଦେଖନ୍ତୁ |
09:56 | ଏହା ଗୋଟିଏ ଅପରିଭାଷିତ ମେଥଡ୍, error ଦେବ |
09:59 | ଏହାର କାରଣ ହେଉଛି, ଇକ୍ଵାଲ୍ ଟୁ ଚିହ୍ନର (=)ଅନ୍ୟ ଅର୍ଥ ଅଛି |
10:03 | ଏହା, ଗୋଟିଏ ମେଥଡରେ ଏକ ଭାଲ୍ୟୁ ଆସାଇନ୍ କରିବା ପାଇଁ ବ୍ୟବହୃତ ହୁଏ |
10:08 | ତେଣୁ, ଏଥର ଟିକେ ଭିନ୍ନ ଶୈଳିରେ ମେଥଡର ସାହାଯ୍ୟ ନେବା |
10:13 | ଟାଇପ୍ କରନ୍ତୁ: puts animal ଡଟ୍ walk ଇକ୍ଵାଲ୍ ଟୁ hops |
10:17 | ବର୍ତ୍ତମାନ, ଏହାକୁ ଅନ୍ୟ ଭାବେ ଚେଷ୍ଟା କରିବା |
10:20 | ଟର୍ମିନଲକୁ ଫେରିଆସନ୍ତୁ ଏବଂ ପୂର୍ବଭଳି କମାଣ୍ଡକୁ ରନ୍ କରନ୍ତୁ ଏବଂ ଆଉଟପୁଟ୍ ଦେଖନ୍ତୁ |
10:27 | ଆପଣ ଦେଖିପାରିବେ ଯେ, ୱର୍ଡ hops ପ୍ରିଣ୍ଟ୍ ହେବ |
10:30 | ଏହା ଦର୍ଶାଉଛି ଯେ ଗୋଟିଏ ମେଥଡ ପରେ ଇକ୍ଵାଲ୍ ଟୁ ଚିହ୍ନ ଆସାଇନମେଣ୍ଟକୁ ବୁଝାଏ |
10:36 | ବର୍ତ୍ତମାନ, ଆପଣ ନିଜର methods ଲେଖିବା ପାଇଁ ସମର୍ଥ ହେବେ |
10:42 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ |
10:44 | classesକୁ କିପରି ଘୋଷଣା କରାଯାଏ |
10:46 | ଗୋଟିଏ classର ଅବଜେକ୍ଟଗୁଡିକ କିପରି ସୃଷ୍ଟି କରିବା |
10:48 | Rubyରେ methodsକୁ ପରିଭାଷିତ କରିବା ପାଇଁ ବିଭିନ୍ନ ଉପାୟ. |
10:52 | ଏକ ଆସାଇନମେଣ୍ଟ ଭାବେ, |
10:54 | ଗୋଟିଏ class Productକୁ ପରିଭାଷିତ କରନ୍ତୁ |
10:56 | ମେଥଡ୍ ପରିଭାଷିତ କରିବା ଯାହାକୁ ଆପଣ, myvarର ଭାଲ୍ୟୁ ପ୍ରାପ୍ତ କରିବା ପାଇଁ ବ୍ୟବହାର କରିପାରିବେ ଏବଂ myvar ପାଇଁ ଭାଲ୍ୟୁ ସେଟ୍ କରିବା |
11:01 | ଭାଲ୍ୟୁ ସେଟ୍ କରିବା, = ଚିହ୍ନ ବ୍ୟବହାର କରି ମେଥଡ୍ ପରିଭାଷିତ କରିବା |
11:05 | classର ଅବଜେକ୍ଟକୁ ଇନଷ୍ଟାନଶିଏଟ୍ କରିବା ଏବଂ ସେଟ୍ କରିବା ଏବଂ ଉପରୋକ୍ତ ଦୁଇଟି ମେଥଡ୍ ବ୍ୟବହାର କରି ଭାଲ୍ୟୁ ପ୍ରାପ୍ତ କରିବା |
11:12 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
11:14 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
11:18 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
11:22 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
11:24 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. |
11:27 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
11:30 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
11:36 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
11:39 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
11:46 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
11:56 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |