Scilab/C2/Matrix-Operations/Oriya
From Script | Spoken-Tutorial
Revision as of 16:15, 24 May 2017 by PoojaMoolya (Talk | contribs)
| Time | Narration |
| 00:02 | ବନ୍ଧୁଗଣ, Matrix Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲର ଶେଷରେ, ଆପଣ ସମର୍ଥ ହେବେ: |
| 00:10 | ମେଟ୍ରିକ୍ସର ଏଲେମେଣ୍ଟଗୁଡିକୁ ଆକ୍ସେସ୍ କରିବା |
| 00:13 | ଗୋଟିଏ ମେଟ୍ରିକ୍ସର ଡିଟରମିନାଣ୍ଟ, ଇନଭର୍ସ ଓ ଆଇଗେନ ଭାଲ୍ୟୁଗୁଡିକ ନିର୍ଦ୍ଧାରିତ କରିବା |
| 00:18 | ସ୍ପେସିଆଲ ମେଟ୍ରିକ୍ସକୁ ପରିଭାଷିତ କରିବା |
| 00:22 | ପ୍ରାଥମିକ ରୋ କାର୍ଯ୍ୟଗୁଡ଼ିକୁ କରିବା |
| 00:25 | ସରଳ ସମୀକରଣ ସିଷ୍ଟମର ସମାଧାନ କରିବା |
| 00:28 | ପ୍ରାକ-ଆବଶ୍ୟକତା ହେଉଛି: |
| 00:30 | ଆପଣଙ୍କ କମ୍ପ୍ୟୁଟରରେ Scilab ଇନଷ୍ଟଲ ହୋଇଥିବା ଆବଶ୍ୟକ |
| 00:34 | ଆପଣ, Getting started with Scilab ଓ Vector Operations ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ଶୁଣିଥିବା ଆବଶ୍ୟକ |
| 00:42 | ପ୍ରଦର୍ଶନ ପାଇଁ ମୁଁ, Windows 7 OS ଓ Scilab 5.2.2 ବ୍ୟବହାର କରୁଅଛି |
| 00:50 | ଡେସ୍କଟପ୍ ଉପରେ ଥିବା Scilab ଆଇକନ ଉପରେ ଡବଲ୍ କ୍ଲିକ୍ କରି Scilab ଆରମ୍ଭ କରନ୍ତୁ |
| 00:59 | ୟୁଜର୍, ନିୟମିତ ସମୟ ବ୍ୟବଧାନରେ ଭିଡିଓକୁ ପଜ୍ କରି Scilab ଉପରେ ଏହି ଟ୍ୟୁଟୋରିଆଲ ଅଭ୍ୟାସ କରିବା ପାଇଁ ପରାମର୍ଶ ଦିଆଯାଉଅଛି |
| 01:08 | ମନେପକାନ୍ତୁ, ସ୍ପୋକନ୍ ଟ୍ୟୁଟୋରିଆଲରେ: Vector Operations, |
| 01:12 | ମେଟ୍ରିକ୍ସE, ଏହି ଅନୁସାରେ ପରିଭାଷିତ ହୁଏ - E ଇଜ ଇକ୍ୱାଲ ଟୁ ସ୍କୋୟାର ବ୍ରାକେଟ ଆରମ୍ଭ 5 ସ୍ପେସ୍ 19 ସ୍ପେସ୍ 15 ସେମିକୋଲନ୍ 8 ସ୍ପେସ୍ 22 ସ୍ପେସ୍ 36 ସ୍କୋୟାର ବ୍ରାକେଟ ଶେଷ, ଏବଂ Enter ଦାବନ୍ତୁ |
| 01:37 | ଏବେ ଆମେ ଦେଖିବା ଯେ, ମେଟ୍ରିକ୍ସରେ ଥିବା ପ୍ରତ୍ୟେକ ଏଲେମେଣ୍ଟଗୁଡ଼ିକୁ କିପରି ପୃଥକ୍ ଭାବେ ବ୍ୟାଖ୍ୟା କରାଯାଏ |
| 01:42 | ପ୍ରଥମ ରୋ ଓ ଦ୍ୱିତୀୟ କଲମରେ ଥିବା ଏଲେମେଣ୍ଟକୁ ଆକ୍ସେସ କରିବା ପାଇଁ, E ଗୁଣନ ବ୍ରାକେଟ ମଧ୍ୟରେ 1,2 ଟାଇପ କରି, Enter ଦାବନ୍ତୁ |
| 01:56 | Scilab ରେ ,ଗୋଟିଏ ମେଟ୍ରିକ୍ସରୁ, ଏକ ସମ୍ପୂର୍ଣ୍ଣ ରୋ କିମ୍ବା କଲମକୁ ବାହାର କରିବା ସହଜ |
| 02:03 | ଉଦାହରଣସ୍ୱରୂପ, ଏହି କମାଣ୍ଡ ବ୍ୟବହାର କରି Eର ପ୍ରଥମ ରୋ ପ୍ରାପ୍ତ କରିହେବ: E1=E ଗୁଣନ ବ୍ରାକେଟ ମଧ୍ୟରେ 1 କମା କୋଲନ୍ ଏବଂ Enter ଦାବନ୍ତୁ |
| 02:23 | ଏହି କମାଣ୍ଡ, ପ୍ରଥମ ରୋ ର ସମସ୍ତ ଏଲେମେଣ୍ଟଗୁଡିକୁ, ରୋ ମଧ୍ୟରେ ଥିବା ସେମାନଙ୍କ କ୍ରମାନୁସାରେ ଦେଖାଇବ |
| 02:30 | ଯେତେବେଳେ କେବଳ colonର ବ୍ୟବହାର କରାଯାଇଥାଏ, ତାହା ରୋ କିମ୍ବା କଲମର ସମସ୍ତ ଏଲିମେଣ୍ଟକୁ ସଂଦର୍ଭିତ କରେ, ଏହା ବ୍ରାକେଟ ଭିତରେ କ୍ରମାନ୍ୱୟରେ, ପ୍ରକଟ ହୋଇଥିବା ପ୍ରଥମ କିମ୍ୱା ଦ୍ୱିତୀୟ ଏଣ୍ଟ୍ରୀ ଉପରେ ନିର୍ଭର କରିଥାଏ |
| 02:44 | କୋଲନ୍ (“:”) ବ୍ୟବହାର କରି, ମେଟ୍ରିକ୍ସର କୌଣସି ଏକ ସବସେଟକୁ ମଧ୍ୟ କାଢିହେବ |
| 02:49 | ଉଦାହରଣସ୍ୱରୂପ, ନିମ୍ନ କମାଣ୍ଡକୁ ବ୍ୟବହାର କରି, Eର ଦ୍ୱିତୀୟ କଲମଠାରୁ ଆରମ୍ଭ କରି ତୃତୀୟ କଲମ ପର୍ଯ୍ୟନ୍ତ ଥିବା ଏଲିମେଣ୍ଟଗୁଡିକୁ ପ୍ରାପ୍ତ କରିହେବ: |
| 03:00 | E2= E of colon କମା 2 କୋଲନ୍ 3 ବ୍ରାକେଟ ବନ୍ଦ କରନ୍ତୁ ଏବଂ Enter ଦାବନ୍ତୁ |
| 03:18 | ଉପରେ ଦିଆଯାଇଥିବା, ବ୍ରାକେଟ ମଧ୍ୟରେ ଥିବା ଦ୍ୱିତୀୟ ଏଣ୍ଟ୍ରୀ, ଯାହା ହେଉଛି 2 colon 3, କଲମ 2 ଠାରୁ କଲମ 3 ରେ ଥିବା ଏଲିମେଣ୍ଟଗୁଡିକୁ ସନ୍ଦର୍ଭିତ କରିଥାଏ |
| 03:28 | ଯଦି ମେଟ୍ରିକ୍ସର ଆକାର ଜଣାନାହିଁ, ତେବେ ସେହି ମେଟ୍ରିକ୍ସର ଶେଷ ରୋ କିମ୍ୱା କଲମ୍ ବାହାର କରିବା ପାଇଁ $ (ଡଲାର୍) ଚିହ୍ନ ବ୍ୟବହାର କରାଯାଇପାରେ |
| 03:38 | ଉଦାହରଣସ୍ୱରୂପ, E ମେଟ୍ରିକ୍ସର, ଶେଷ କଲମର ସମସ୍ତ ରୋ କୁ ବାହାର କରିବା ପାଇଁ, ଟାଇପ କରନ୍ତୁ |
| 03:46 | Elastcol= E ଗୁଣନ ବ୍ରାକେଟ କୋଲନ୍ କମା ଡଲାର ଚିହ୍ନ, ବ୍ରାକେଟ ବନ୍ଦ କରନ୍ତୁ ଏବଂ Enter ଦାବନ୍ତୁ |
| 04:06 | ବର୍ତ୍ତମାନ, କମାଣ୍ଡ det ବ୍ୟବହାର କରି, କିପରି ଏକ ସ୍କୋୟାର ମେଟ୍ରିକ୍ସର ଡିଟରମିନାଣ୍ଟ ଗଣନା କରିହେବ, ଶିଖିବା |
| 04:13 | Vector Operations ସ୍ପୋକନ ଟ୍ୟୁଟୋରିଆଲ ମନେପକାନ୍ତୁ, ଯେଉଁଥିରେ ଆମେ Aକୁ ନିମ୍ନ ଭଳି ପରିଭାଷିତ କରିଥିଲେ |
| 04:19 | A= ସ୍କୋୟାର ବ୍ରାକେଟ ଆରମ୍ଭ 1 ସ୍ପେସ୍ 2 ସ୍ପେସ୍ ମାଇନସ 1 ସେମିକୋଲନ୍ -2 ସ୍ପେସ୍ -6 ସ୍ପେସ୍ 4 ସେମିକୋଲନ -1 ସ୍ପେସ୍ -3 ସ୍ପେସ୍ 3 ସ୍କୋୟାର ବ୍ରାକେଟ ଶେଷ . Enter ଦାବନ୍ତୁ |
| 04:50 | କମାଣ୍ଡ det of A ସାହାଯ୍ୟରେ, Aର ଡିଟରମିନାଣ୍ଟ ଗଣନା କରିବା. Enter ଦାବନ୍ତୁ |
| 05:00 | ଗୋଟିଏ ମେଟ୍ରିକ୍ସର inverse ଓ eigen valuesର ଗଣନା କରିବା ପାଇଁ, ଯଥାକ୍ରମେ inv ଓ spec କମାଣ୍ଡକୁ ବ୍ୟବହାର କରିହେବ |
| 05:09 | ଉଦାହରଣସ୍ୱରୂପ: inv of A, Aର ଇନଭର୍ସ ଏବଂ spec of A, ମେଟ୍ରିକ୍ସ Aର ଆଇଗେନ ଭାଲ୍ୟୁ ପ୍ରଦାନ କରେ |
| 05:29 | ଏହି କମାଣ୍ଡ ବ୍ୟବହାର କରି କିପରି eigen vectors ପ୍ରାପ୍ତ କରିହେବ, ତାହା ଦେଖିବା ପାଇଁ help spec ଦେଖନ୍ତୁ |
| 05:35 | ଗୋଟିଏ ସ୍କୋୟାର ମେଟ୍ରିକ୍ସ A ର ବର୍ଗ କିମ୍ବା ଘନ, ଯଥାକ୍ରମରେ A square କିମ୍ବା A cube, ଟାଇପ କରି ଗଣନା କରାଯାଇପାରିବ |
| 05:52 | କ୍ୟାରେଟ ଚିହ୍ନ, ସାଧାରଣ ଗାଣିତିକ ଅପରେସନ୍ସ ଭଳି, ମେଟ୍ରିକ୍ସର ଘାତ ବଢାଇବାରେ ବ୍ୟବହୃତ ହୋଇଥାଏ. କୀ ବୋର୍ଡରେ shift+6 ଦାବି ଏହାକୁ ପ୍ରାପ୍ତ କରାଯାଇପାରିବ |
| 06:05 | ବର୍ତ୍ତମାନ, ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଭିଡିଓରେ ଦିଆଯାଇଥିବା ପ୍ରଥମ ଅନୁଶୀଳନୀକୁ ଅଭ୍ୟାସ କରନ୍ତୁ |
| 06:17 | Scilabରେ, କିଛି ବିଶେଷ ମେଟ୍ରିକ୍ସ ମଧ୍ୟ ତିଆରି କରିହେବ |
| 06:24 | ଉଦାହରଣସ୍ୱରୂପ, zeros କମାଣ୍ଡ ବ୍ୟବହାର କରି, 3 ରୋ ଏବଂ 4 କଲମ ବିଶିଷ୍ଟ ଏକ ଯିରୋ ମେଟ୍ରିକ୍ସ ତିଆରି କରିହେବ |
| 06:36 | ଯିରୋ ଗୁଣନ ବ୍ରାକେଟ ମଧ୍ୟରେ 3, 4 ଏବଂ Enter ଦାବନ୍ତୁ |
| 06:47 | Ones କମାଣ୍ଡ ବ୍ୟବହାର କରି, ସମସ୍ତ ୱନ୍ ଥିବା ଏକ ମେଟ୍ରିକ୍ସ ନିମ୍ନ ଅନୁସାରେ ତିଆରି କରିହେବ: |
| 06:53 | ones ଗୁଣନ ବ୍ରାକେଟ ମଧ୍ୟରେ 2 କମା 4, ଯାହା ସମସ୍ତ ୱନ ଥିବା ଏକ ମେଟ୍ରିକ୍ସ ଦେବ |
| 07:01 | eye କମାଣ୍ଡ ବ୍ୟବହାର କରି ଏକ identity matrix ତିଆରି କରିବା ବହୁତ ସହଜ |
| 07:07 | e y e of 4 କମା 4, 4 ବାଏ 4ର ଏକ identity matrix ଦେଇଥାଏ |
| 07:16 | ୟୁଜରକୁ, ସୁଡୋ ଯାଦୃଚ୍ଛିକ ସଂଖ୍ୟା ବିଶିଷ୍ଟ ଏକ ମେଟ୍ରିକ୍ସ ଅବଶ୍ୟକ ହୋଇପାରେ. ଏହାକୁ, rand କମାଣ୍ଡ ବ୍ୟବହାର କରି ନିମ୍ନାନୁସାରେ ପ୍ରାପ୍ତ କରିହେବ: |
| 07:25 | p=rand ଗୁଣନ ବ୍ରାକେଟ ମଧ୍ୟରେ 2, 3 ଏବଂ Enter ଦାବନ୍ତୁ |
| 07:39 | ଲିନିୟର ସିଷ୍ଟମ୍ସରେ, ୟୁଜର ଦ୍ୱାରା ମେଟ୍ରିକ୍ସ ଉପରେ କରୁଥିବା ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକର ସେଟ୍ସ ମଧ୍ୟରୁ ଗୋଟିଏ ହେଉଛି, ମୌଳିକ ରୋ ଓ କଲମ୍ ଅପରେସନ୍ସ |
| 07:55 | ଏହି କାର୍ଯ୍ୟଗୁଡ଼ିକରେ ଅନ୍ତର୍ଭୁକ୍ତ ଅଛି, ଏକ ଅଣ ଶୂନ୍ୟ ସଂଖ୍ୟା, ଶୂନ୍ ତଳକୁ ଏଣ୍ଟ୍ରୀ କରିବା ପାଇଁ ଗୋଟିଏ ମେଟ୍ରିକ୍ସ ଉପରେ ରୋ କାର୍ଯ୍ୟ ନିଷ୍ପାଦନ. ଏହା Scilabରେ ସହଜରେ କରାଯାଇଥାଏ |
| 08:07 | Vector Operations ସ୍ପୋକନ ଟ୍ୟୁଟୋରିଆଲ ମନେପକାନ୍ତୁ, ଆମେ P ମେଟ୍ରିକ୍ସକୁ ଏହିଭଳି ପରିଭାଷିତ କରିଥିଲେ |
| 08:17 | p= ସ୍କୋୟାର ବ୍ରାକେଟ ଆରମ୍ଭ 1 ସ୍ପେସ୍ 2 ସ୍ପେସ୍ 3 ସେମିକୋଲନ 4 ସ୍ପେସ୍ 11 ସ୍ପେସ୍ 6 ସ୍କୋୟାର ବ୍ରାକେଟ ଶେଷ. Enter ଦାବନ୍ତୁ |
| 08:33 | ଏକ ଉଦାହରଣ ଦେଖିବା, ଯେଉଁଥିରେ ପ୍ରାଥମିକ ରୋ ଏବଂ କଲମ ଅପରେସନ ବ୍ୟବହାର କରି, ଦ୍ୱିତୀୟ ରୋ ଏବଂ ପ୍ରଥମ କଲମରେ ଥିବା ଏଲେମେଣ୍ଟକୁ ଯିରୋକୁ ବଦଳାଇବା |
| 08:44 | ନିମ୍ନ କମାଣ୍ଡ ଅନୁସାରେ, ପ୍ରଥମ ରୋ କୁ 4 ରେ ଗୁଣନ କରି ଏବଂ ଏହାକୁ ଦ୍ୱିତୀୟ ରୋ ରୁ ବିଯୋଗ କରି, କାର୍ଯ୍ୟକୁ ନିଷ୍ପାଦନ କରାଯାଇପାରେ: |
| 08:56 | P ଗୁଣନ ବ୍ରାକେଟ ମଧ୍ୟରେ 2 କମା କୋଲନ୍ ଇଜ ଇକ୍ୱାଲ ଟୁ P ଗୁଣନ ବ୍ରାକେଟ ମଧ୍ୟରେ 2 କମା କୋଲନ୍ ମାଇନସ୍ 4 ଗୁଣନ P ଗୁଣନ ବ୍ରାକେଟ ମଧ୍ୟରେ 1 କମା କୋଲନ ଏବଂ Enter ଦାବନ୍ତୁ |
| 09:28 | ଏହି ପ୍ରକ୍ରିୟାକୁ ବୃହତ୍ ସିଷ୍ଟମ ଏବଂ ପ୍ରାଥମିକ କଲମ କାର୍ଯ୍ୟର ଅନ୍ୟାନ୍ୟ ପ୍ରାରୂପକୁ ବିସ୍ତାରିତ କରାଯାଇପାରେ |
| 09:35 | ରୋ ଓ କଲମଗୁଡିକୁ ସହଜରେ ମେଟ୍ରିକ୍ସରେ ଯୋଡା ଯାଇପାରିବ |
| 09:39 | ଉଦାହରଣସ୍ୱରୂପ, [5 5 -2] to P ଏଲିମେଣ୍ଟ ଥିବା ଏକ ରୋ କୁ ଯୋଡିବା ପାଇଁ, କମାଣ୍ଡ ଏହିଭଳି ହେବ: |
| 09:48 | T= ଖୋଲା ସ୍କୋୟାର ବ୍ରାକେଟ P ସେମିକୋଲନ୍, ଆଉ ଏକ ଖୋଲା ସ୍କୋୟାର ବ୍ରାକେଟ, ଏଲେମେଣ୍ଟସ 5 5 -2 ଲେଖନ୍ତୁ, ଉଭୟ ସ୍କୋୟାର ବ୍ରାକେଟ ବନ୍ଦ କରନ୍ତୁ ଏବଂ Enter ଦାବନ୍ତୁ |
| 10:14 | P ପରେ ଥିବା ସେମିକୋଲନ୍ କୁହେ ଯେ, ଏହାପରେ ସବୁକିଛି ପରବର୍ତ୍ତୀ ଧାଡିକୁ ଯିବା ଦରକାର |
| 10:20 | ଏକ ମେଟ୍ରିକ୍ସକୁ ପରିଭାଷିତ କରିବା ମାର୍ଗରେ ଏହାକୁ ଆଶା କରାଯାଏ |
| 10:24 | ଏକ ଅନୁଶୀଳନୀ ଭାବେ, ଏଠାରେ ପଜ୍ କରନ୍ତୁ ଏବଂ ସଦ୍ୟ ନିଷ୍ପାଦିତ କମାଣ୍ଡରେ, ଏକ ନୁଆ ରୋ ଚାରିପଟେ ବ୍ରାକେଟର କେତେ ଆବଶ୍ୟକତା, ତାହା ଯାଞ୍ଚ କରନ୍ତୁ |
| 10:34 | ସମୀକରଣର ସମାଧନ ପାଇଁ, ମେଟ୍ରିକ୍ସ ସଙ୍କେତଗୁଡିକ ବ୍ୟବହାର କରାଯାଇଥାଏ |
| 10:40 | ଚାଲନ୍ତୁ, ଦିଆଯାଇଥିବା ସରଳ ସମୀକରଣ ସେଟର ସମାଧାନ କରିବା: |
| 10:44 | x1 ପ୍ଲସ୍ 2x2 ମାଇନସ୍ x3 =1 |
| 10:48 | ମାଇନସ୍ 2x1 ମାଇନସ୍ 6x2 ପ୍ଲସ୍ 4x3= ମାଇନସ୍ 2 |
| 10:54 | ଏବଂ ମାଇନସ୍ x1 ମାଇନସ୍ 3x2 ପ୍ଲସ୍ 3x3 = 1 |
| 11:00 | ଉପରୋକ୍ତ, ସମୀକରଣର ସେଟକୁ, Ax = b ଆକାରରେ ଲେଖିହେବ |
| 11:05 | ତା’ହେଲେ ସମାଧାନ, ଇନଭର୍ସ ଅଫ A ଟାଇମ୍ସ b ହେବ |
| 11:11 | ସମୀକରଣ ସେଟର ସମାଧାନ କରିବା |
| 11:15 | A କୁ ଏହିଭଳି ପରିଭାଷିତ କରାଯାଇଛି, A= ସ୍କୋୟାର ବ୍ରାକେଟ ଆରମ୍ଭ 1 ସ୍ପେସ୍ 2 ସ୍ପେସ୍ ମାଇନସ 1 ସେମିକୋଲନ୍ -2 ସ୍ପେସ୍ -6 ସ୍ପେସ୍ 4 ସେମିକୋଲନ -1 ସ୍ପେସ୍ -3 ସ୍ପେସ୍ 3 ସ୍କୋୟାର ବ୍ରାକେଟ ଶେଷ. Enter ଦାବନ୍ତୁ, |
| 11:46 | Bକୁ ଏହିଭଳି ପରିଭାଷିତ କରାଯାଇପାରେ, b ଇଜ୍ ଇକ୍ୱାଲ ଟୁ ସ୍କୋୟାର ବ୍ରାକେଟ ଆରମ୍ଭ 1 ସେମିକୋଲନ -2 ସେମିକୋଲନ 1 ସ୍କୋୟାର ବ୍ରାକେଟ ଶେଷ. Enter ଦାବନ୍ତୁ |
| 12:04 | ସମାଧାନ, x = inv (ଇନଭର୍ସ) ଅଫ A ଗୁଣନ b ଦ୍ୱାରା x ପ୍ରାପ୍ତ କରାଯାଇପାରେ |
| 12:19 | ଏହା ଧ୍ୟାନଦେବା ଯୋଗ୍ୟ କି, inv କମାଣ୍ଡରେ, ଅକ୍ଷର i ହେଉଛି ଛୋଟ |
| 12:26 | ବିକଳ୍ପ ଭାବରେ, Scilabରେ ଗୋଟିଏ backslash operation ବ୍ୟବହାର କରି ସମାନ ଉତ୍ତର ପାଇପାରିବା |
| 12:33 | ଚାଲନ୍ତୁ, ଏହାକୁ Scilab ରେ କରିବା: x ଇଜ୍ ଇକ୍ୱାଲ ଟୁ A ବ୍ୟାକସ୍ଲାଶ୍ b. Enter ଦାବନ୍ତୁ |
| 12:44 | ଏହା ସମାନ ଉତ୍ତର ଦେବ. ପୃଥକ୍ ଉପକାରିତା ଓ ଅପକାରିତା ବିଷୟରେ ଅଧିକ ଜାଣିବା ପାଇଁ, Scilab ରେ help backslash ଓ help inv ଟାଇପ କରନ୍ତୁ |
| 12:55 | ସମାଧାନର ଐକ୍ୟତା, ବ୍ୟାକ ସବଷ୍ଟିଚ୍ୟୁସନ ଦ୍ୱାରା ଯାଞ୍ଚ କରିହେବ, ଯାହା Ax-bର ଗଣନା ଦ୍ୱାରା: |
| 13:05 | A ଗୁଣନ x ବିଯୋଗ b |
| 13:10 | ପୂର୍ବରୁ ପାଇଥିବା ଉତ୍ତରକୁ, ଉପରୋକ୍ତ ଅନୁଶୀଳନୀ ଯାଞ୍ଚ କରିବ |
| 13:14 | ସମ୍ଭବତଃ, କିଛି ସିଷ୍ଟମରେ, ଉପରୋକ୍ତ ଯାଞ୍ଚ ଅନୁଶୀଳନୀ, ମଧ୍ୟବର୍ତ୍ତୀ ଫ୍ଲୋଟିଙ୍ଗ ପଏଣ୍ଟ କାର୍ଯ୍ୟ ଯୋଗୁଁ, ଯିରୋ ଏଲେମେଣ୍ଟ ଥାଇ ଏକ ମେଟ୍ରିକ୍ସ ଦେଇନପାରେ |
| 13:27 | ହେଲେ ପ୍ରକୃତରେ, ସାଧାରଣତଃ 10 raised to -16 କ୍ରମର ଗୋଟିଏ ବହୁତ ଛୋଟ ସଂଖ୍ୟା ପ୍ରାପ୍ତ ହେବ |
| 13:34 | ବର୍ତ୍ତମାନ ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଭିଡିଓରେ ଦିଆଯାଇଥିବା ଦ୍ୱିତୀୟ ଅନୁଶୀଳନୀକୁ ଅଭ୍ୟାସ କରନ୍ତୁ |
| 13:49 | ଏହା ଆମକୁ, MatrixOperationର ସ୍ପୋକନ ଟ୍ୟୁଟୋରିଅଲର ସମାପ୍ତିକୁ ଆଣେ |
| 13:53 | Scilabରେ ଆହୁରି ଅନେକ ଫଙ୍କସନ୍ସ ଅଛି, ଯାହା ଅନ୍ୟ ଟ୍ୟୁଟୋରିଆଲଗୁଡିକରେ କଭର କରାଯିବ |
| 13:59 | Scilab ଲିଙ୍କ୍ସଗୁଡିକୁ ଦେଖୁଥାଆନ୍ତୁ |
| 14:02 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ |
| 14:04 | କୋଲନ୍ ଅପରେଟର୍ ବ୍ୟବହାର କରି, ମେଟ୍ରିକ୍ସର ଏଲେମେଣ୍ଟକୁ ଆକ୍ସେସ କରିବା |
| 14:07 | inv କମାଣ୍ଡ କିମ୍ୱା ବ୍ୟାକସ୍ଲାଶ୍ ବ୍ୟବହାର କରି, ମେଟ୍ରିକ୍ସର ଇନଭର୍ସ ଗଣନା କରିବା |
| 14:14 | det କମାଣ୍ଡ ବ୍ୟବହାର କରି, ମେଟ୍ରିକ୍ସର ଡିଟରମିନାଣ୍ଟ ଗଣନା କରିବା |
| 14:18 | spec କମାଣ୍ଡ ବ୍ୟବହାର କରି, ମେଟ୍ରିକ୍ସର eigen values ଗଣନା କରିବା |
| 14:23 | ଯଥାକ୍ରମରେ, ones(), zeros(), eye(), rand() ଫଙ୍କସନ୍ ବ୍ୟବହର କରି, ୱନ, ନଲ୍ ମେଟ୍ରିକ୍ସ, ଆଇଡେଣ୍ଟିଟୀ ମେଟ୍ରିକ୍ସ ଓ ରାଣ୍ଡମ୍ ଏଲେମେଣ୍ଟ ଥିବା ମେଟ୍ରିକ୍ସକୁ ପରିଭାଷିତ କରିବା |
| 14:39 | ସରଳ ସମୀକରଣ ସିଷ୍ଟମର ସମାଧାନ କରିବା |
| 14:42 | ଏହି ସ୍ପୋକନ ଟ୍ୟୁଟୋରିଆଲ, ଫ୍ରୀ ଆଣ୍ଡ ଓପନ୍ ସୋର୍ସ ସଫୱେର୍ ଇନ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଙ୍ଗ୍ ଏଜୁକେଶନ୍ (FOSSEE) ଦ୍ୱାରା ପ୍ରସ୍ତୁତ କରାଯାଇଛି |
| 14:51 | FOSSEE ପ୍ରୋଜେକ୍ଟ ଉପରେ ଅଧିକ ସୂଚନା, fossee.in କିମ୍ବା scilab.in ୱେବସାଇଟରେ ଉପଲବ୍ଧ ଅଛି |
| 14:58 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 15:05 | ଅଧିକ ସୂଚନା ପାଇଁ, ଦୟାକରି ସ୍ପୋକନ ହାଇଫେନ ଟ୍ୟୁଟୋରିଆଲ ଡଟ୍ org ସ୍ଲାଶ୍ NMEICT ହାଇଫେନ୍ introକୁ ଯା’ନ୍ତୁ. (spoken-tutorial.org/NMEICT-Intro) |
| 15:14 | ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ଆପଣଙ୍କଠାରୁ ବିଦାୟ ନେଉଛି |
| 15:18 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |