Scilab/C2/Xcos-Introduction/Oriya

From Script | Spoken-Tutorial
Revision as of 12:54, 16 May 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Xcos: Scilab Connected Object Simulator ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 Xcos, ଗୋଟିଏ Scilab ପ୍ୟାକେଜ୍, ଯାହା ସକ୍ରିୟ ପ୍ରଣାଳୀଗୁଡିକର ମଡେଲିଙ୍ଗ ଓ ସିମୁଲେଶନ୍ ପାଇଁ ଉଦ୍ଦିଷ୍ଟ. ଏଥିରେ, ଉଭୟ continuous ଓ discrete ସିଷ୍ଟମ୍ ଅନ୍ତର୍ଭୁକ୍ତ ଥାଏ
00:17 ଏହି ଟ୍ୟୁଟୋରିଆଲରେ ଆମେ, XCOS କ’ଣ ଶିଖିବା. Palette କ’ଣ ଓ Xcosରେ ବ୍ଲକ୍ ଡାୟଗ୍ରାମ ତିଆରି କରିବା
00:26 ବ୍ଲକର ପାରାମିଟରଗୁଡିକୁ ସେଟ୍ କରନ୍ତୁ, ସିମୁଲେଶନ ପାରାମିଟର ସେଟ୍ କରନ୍ତୁ, ତିଆରି ହୋଇଥିବା ବ୍ଲକ୍ ଡାୟଗ୍ରାମ୍ କୁ ସିମୁଲେଟ କରନ୍ତୁ
00:35 ଏହି ଟ୍ୟୁଟୋରିଆଲର ଅଭ୍ୟାସ ପାଇଁ: Scilab ଅପଣଙ୍କ ସିଷ୍ଟମରେ ଇନଷ୍ଟଲ୍ ହୋଇଥିବା ଆବଶ୍ୟକ
00:40 ପ୍ରଦର୍ଶନ ପାଇଁ ମୁଁ, Ubuntu Linux 12.04 ଓ Scilab ଭର୍ସନ୍ 5.3.3ର ବ୍ୟବହାର କରୁଛି
00:48 ଆପଣଙ୍କ କମ୍ପ୍ୟୁଟରରେ Scilab କନସୋଲ୍ ୱିଣ୍ଡୋ ଖୋଲନ୍ତୁ
00:52 ଆପ୍ଲିକେଶନ୍ କୁ ଯା’ନ୍ତୁ ଏବଂ Xcos ଚୟନ କରନ୍ତୁ କିମ୍ବା ଆପଣଙ୍କ Scilab କନସୋଲ୍ ୱିଣ୍ଡୋରେ xcos ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
01:02 ଏହା କରିବା ଦ୍ୱାରା, ଦୁଇଟି ୱିଣ୍ଡୋ ଖୋଲିବ. ଦୁଇଟି ୱିଣ୍ଡୋ ହେଉଛି, Palette browser ଓ Untitled-Xcos ୱିଣ୍ଡୋ
01:14 ପ୍ୟାଲେଟ୍ ବ୍ରାଉଜରରେ, ଆପଣ, Commonly Used Blocks ଶ୍ରେଣୀର, ବିଭିନ୍ନ ପ୍ରକାରର ବ୍ଲକ୍ ପାଇବେ
01:20 Continuous time system blocks , Discrete time systems block ଏବଂ ଅନେକ କିଛି
01:26 ଅନ୍ୟ ୱିଣ୍ଡୋ, Untitled-Xcos, ଏହା ଗ୍ରିଡ୍ ସହିତ ଶୂନ୍ୟ ଅଟେ
01:31 ବର୍ତ୍ତମାନ, ଗୋଟିଏ ଷ୍ଟେପ୍ ଇନପୁଟ୍ ସହିତ, ଏକ first order system ସିମୁଲେଟ୍ କରନ୍ତୁ
01:36 ଆରମ୍ଭ କରିବା ପାଇଁ, କଣ୍ଟିନ୍ୟୁଅସ୍ ଟାଇମ୍ ସିଷ୍ଟମ୍ସ ପ୍ୟାଲେଟରୁ ଏକ transfer function block ଚୟନ କରନ୍ତୁ
01:43 ଏହି ବ୍ଲକ୍ କୁ, Untitled-Xcos ୱିଣ୍ଡୋ କୁ ଡ୍ରାଗ୍ କରନ୍ତୁ
01:48 ସୋର୍ସ ପ୍ୟାଲେଟରେ, ଆବଶ୍ୟକ ସୋର୍ସ ଚୟନ କରନ୍ତୁ. ସ୍କ୍ରୋଲ୍ ଡାଉନ୍ କରନ୍ତୁ ଏବଂ STEP FUNCTION ବ୍ଲକ୍ ବ୍ୟବହାର କରନ୍ତୁ
01:56 ଏହାକୁ ଡ୍ରାଗ୍ କରନ୍ତୁ ଏବଂ ଟ୍ରାନ୍ସଫର୍ ଫଙ୍କସନ ବ୍ଲକ୍ ପୂର୍ବରୁ ରଖନ୍ତୁ
02:01 ସେହିଭଳି, CSCOPE ବ୍ଲକ୍ ବ୍ୟବହାର କରି, ଆଉଟପୁଟ୍ ପ୍ରଦର୍ଶିତ ହୋଇଛି, ଯାହା Sinks ପ୍ୟାଲେଟରେ ଉପଲବ୍ଧ
02:08 ଟ୍ରାନ୍ସଫର୍ ଫଙ୍କସନ ବ୍ଲକ୍ ପରେ CSCOPE ବ୍ଲକ୍ ସ୍ଥାପିତ ହେବ
02:13 CSCOPEରେ ଥିବା ଲାଲ୍ ଇନପୁଟ୍ ପୋର୍ଟ, ଏହା ଏକ event driven ବ୍ଲକ୍ ବୋଲି ସୂଚିତ କରେ
02:19 ନିଷ୍ପାଦନ ପାଇଁ, ଏହା ଏକ ଇଭେଣ୍ଟ୍ ଇନପୁଟ୍ ଆବଶ୍ୟକ କରେ
02:22 ଇଭେଣ୍ଟ୍ ହ୍ୟାଣ୍ଡଲିଙ୍ଗ୍ ବ୍ଲକ୍ ରେ, ଗୋଟିଏ event generator block ଉପଲବ୍ଧ ଅଛି
02:29 ଏହି ବ୍ଲକ୍ ର ନାମ ହେଉଛି, Clock underscore c
02:34 ଏହି ବ୍ଲକ୍ କୁ ଡ୍ରାଗ୍ କରନ୍ତୁ ଏବଂ CSCOPE ବ୍ଲକ୍ ଉପରେ ରଖନ୍ତୁ
02:39 ଆମେ, ସିମୁଲେଶନ୍ ପାଇଁ, ସମଗ୍ର ଆବଶ୍ୟକ ବ୍ଲକଗୁଡିକୁ ସଂଗ୍ରହ କରିସାରିଛୁ
02:44 ବର୍ତ୍ତମାନ, ବ୍ଲକଗୁଡିକୁ ପରସ୍ପର ସଂଯୋଗ କରନ୍ତୁ
02:47 ଷ୍ଟେପ୍ ଫଙ୍କଶନ୍ ବ୍ଲକ୍ ରେ ଆଉଟପୁଟ୍ ପୋର୍ଟ୍ ଚୟନ କରନ୍ତୁ ଏବଂ ଏହାକୁ ଟ୍ରାନ୍ସଫର୍ ଫଙ୍କସନ ବ୍ଲକ୍ ର ଇନପୁଟ୍ ପୋର୍ଟ୍ ରେ ସଂଯୋଗ କରନ୍ତୁ
02:55 ଧ୍ୟାନଦିଅନ୍ତୁ ଯେ, ଚୟନିତ ଇନପୁଟ୍ ପୋର୍ଟ୍, ସବୁଜ ରଙ୍ଗରେ ହାଇଲାଇଟ୍ ହେବ
03:00 ସେହିପରି, ଅବଶିଷ୍ଟ ବ୍ଲକଗୁଡିକୁ, ଦେଖାଯାଇଥିବା ଭଳି ସଂଯୋଗ କରନ୍ତୁ
03:05 ବର୍ତ୍ତମାନ, ଆମେ ପ୍ରତ୍ୟେକ ବ୍ଲକ୍ ର ପାରାମିଟରଗୁଡିକୁ ସେଟ୍ କରିବା
03:10 ପ୍ରଥମେ, ଷ୍ଟେପ୍ ବ୍ଲକକୁ ଯା’ନ୍ତୁ ଏବଂ ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
03:14 ଗୋଟିଏ ପପ୍ ୱିଣ୍ଡୋ ଦେଖାଦେବ, ସେଥିରେ ଷ୍ଟେପ୍ ଟାଇମ୍, ଇନିଶିଆଲ୍ ଭାଲ୍ୟୁ, ଓ ଫାଇନାଲ୍ ଭାଲ୍ୟୁ ର ଭାଲ୍ୟୁ ପାଇଁ ପ୍ରଶ୍ନ ଥିବ
03:23 Step Time ହେଉଛି ସମୟ, ଯେଉଁଥିରେ step change ହୋଇଥାଏ. ଏହାକୁ 1 ଭାବରେ ରଖନ୍ତୁ, ଯାହା ହେଉଛି ଡିଫଲ୍ଟ ଭାଲ୍ୟୁ
03:32 ଇନିଶିଆଲ୍ ଭାଲ୍ୟୁ ହେଉଛି, ଷ୍ଟେପ୍ ଫଙ୍କସନର ଇନିଶିଆଲ୍ ଆଉଟପୁଟ୍ ଭାଲ୍ୟୁ
03:37 ଏହାକୁ ଯିରୋ ରଖିବା, ଯାହା ହେଉଛି ଡିଫଲ୍ଟ ଭାଲ୍ୟୁ
03:41 Step Timeର ବିଲୋପ ହେବାପରେ, ଫାଇନାଲ୍ ଭାଲ୍ୟୁ, ଷ୍ଟେପ୍ ଫଙ୍କସନର ଆଉଟପୁଟ୍ ହେବ. ଏହାକୁ ବଦଳାଇ 2 କରନ୍ତୁ
03:50 OK ଉପରେ କ୍ଲିକ୍ କରନ୍ତୁ
03:52 ଅନ୍ୟ କୌଣସି ବ୍ଲକ୍ କୁ କନଫିଗ୍ୟୋର କରିବା ପାଇଁ, ସମାନ ପ୍ରକ୍ରିୟାର ଅନୁକରଣ କରନ୍ତୁ
03:56 ଟ୍ରାନ୍ସଫର୍ ଫଙ୍କସନ ବ୍ଲକ୍ ପାଇଁ ନିମ୍ନ କନଫିଗ୍ୟୁରେଶନ ଆବଶ୍ୟକ ଅଟେ. laplace domainରେ ନ୍ୟୁମେରେଟର୍ ଭାଲ୍ୟୁ ପ୍ରବେଶ କରାଇବା ଦରକାର
04:05 ଏହାକୁ 1 ରଖିବା, ଯାହା ହେଉଛି ଡିଫଲ୍ଟ ଭାଲ୍ୟୁ
04:09 Laplace domainରେ ଡିନୋମିନେଟର୍ ଭାଲ୍ୟୁ ପ୍ରବେଶ କରାନ୍ତୁ. ଆମେ ଏହାକୁ 2 asterisk plus 1ରେ ବଦଳାଇ ଦେବା. OK ଉପରେ କ୍ଲିକ୍ କରନ୍ତୁ
04:20 ନିମ୍ନଲିଖିତ ପାରାମିଟରଗୁଡିକୁ କନଫିଗ୍ୟୋର କରିବା ପାଇଁ, CSCOPE ବ୍ଲକ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
04:25 Ymin ଓ Ymaxର ଭାଲ୍ୟୁ, ପ୍ଲଟ୍ ହେବାକୁ ଥିବା ଭେରିଏବଲର ଭାଲ୍ୟୁର ପରିସର ଉପରେ ନିର୍ଭର କରିଥାଏ
04:34 Yminର ଭାଲ୍ୟୁକୁ ଯିରୋରେ ସେଟ୍ କରନ୍ତୁ
04:38 ଗ୍ରାଫରେ ଆଉଟପୁଟର ପ୍ରଦର୍ଶନ ପାଇଁ, ଯେହେତୁ ମୁଁ ଷ୍ଟେପ୍ ଇନପୁଟ୍ କୁ 2 ଦେଇଛି, ତେଣୁ ମୋତେ Ymaxକୁ ଯେକୌଣସି ଏକ ଉଚ୍ଚ ଭାଲ୍ୟୁକୁ ବଦଳାଇବାକୁ ହେବ
04:46 ଏହାକୁ ବଦଳାଇ 3 କରନ୍ତୁ
04:50 refresh periodର ଡିଫଲ୍ଟ ଭାଲ୍ୟୁକୁ ମନେରଖନ୍ତୁ. ଡିଫଲ୍ଟ ଭାଲ୍ୟୁ 30 ଅଟେ
04:57 ଅନ୍ୟ ପାରାମିଟରଗୁଡିକୁ ଅପରବର୍ତ୍ତିତ ରଖନ୍ତୁ. OK କ୍ଲିକ୍ କରନ୍ତୁ
05:02 ବର୍ତ୍ତମାନ, ମେନୁ ବାରରେ Simulationକୁ ଯା’ନ୍ତୁ ଏବଂ Setup ଉପରେ କ୍ଲିକ୍ କରନ୍ତୁ
05:08 ଗୋଟିଏ ପପ୍ ଅପ୍ ୱିଣ୍ଡୋ ଦେଖାଦେବ
05:11 ଫାଇନାଲ୍ ଇଣ୍ଟିଗ୍ରେଶନ୍ ଟାଇମର ଭାଲ୍ୟୁ କୁ ବଦଳାନ୍ତୁ. ସିମୁଲେଶନ ରନ୍ ହେବାର ଅବଧି, ଫାଇନାଲ ଇଣ୍ଟିଗ୍ରେଶନ୍ ଟାଇମ ନିର୍ଦ୍ଧାରଣ କରେ
05:20 CSCOPE ବ୍ଲକ୍ ରେ ରିଫ୍ରେଶ୍ ପିରିଅଡର ଭାଲ୍ୟୁକୁ ମନେପକାନ୍ତୁ
05:24 CSCOPE ବ୍ଲକ୍ ରେ ରିଫ୍ରେଶ୍ ପିରିଅଡର ଭାଲ୍ୟୁ ସହିତ ଫାଇନାଲ ଇଣ୍ଟିଗ୍ରେଶନ୍ ଟାଇମର ଭାଲ୍ୟୁକୁ ସମାନ ରଖନ୍ତୁ
05:30 ତେଣୁ, ମୁଁ ଏହାକୁ 30କୁ ବଦଳାଇଦେବି
05:34 ଅନ୍ୟ ପାରାମିଟରଗୁଡିକୁ ଅପରିବର୍ତ୍ତିତ ରଖନ୍ତୁ. OK କ୍ଲିକ୍ କରନ୍ତୁ
05:39 ବର୍ତ୍ତମାନ, ଏକ ଉପଯୁକ୍ତ ଫାଇଲ୍ ନାମ ସହିତ, ଫାଇଲକୁ ସେଭ କରିବା ପାଇଁ, Control S ଦାବନ୍ତୁ. ମୁଁ ଏହାକୁ firstorder.xcos ନାମରେ ସେଭ୍ କରିବି
05:50 ସିମୁଲେ୍ଶନ୍ ଆରମ୍ଭ କରିବା ପାଇଁ, Xcos ୱିଣ୍ଡୋର ମେନୁ ବାରରେ ଉପଲବ୍ଧ ଥିବା, start ବଟନ୍ ଉପରେ କ୍ଲିକ୍ କରନ୍ତୁ
05:58 ଫାଷ୍ଟ ଅର୍ଡର୍ ଟ୍ରାନ୍ସଫର ଫଙ୍କଶନ୍ ର step response ପ୍ରଦର୍ଶନ କରିବା ସହିତ, ଗୋଟିଏ ଗ୍ରାଫିକ ୱିଣ୍ଡୋ ଖୋଲିବ
06:04 ଗୋଟିଏ ଇମେଜ୍ ଫାଇଲ୍ ଭାବେ ଏହି ପ୍ଲଟ୍ କୁ ସେଭ୍ କରନ୍ତୁ
06:06 ଗ୍ରାଫକୁ ସେଭ୍ କରିବା ପାଇଁ, File ମେନୁକୁ ଯା’ନ୍ତୁ ଏବଂ Export to ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
06:12 ଏହାକୁ, firstorder.png ଭାବେ ନାମିତ କରନ୍ତୁ ଏବଂ OK କ୍ଲିକ୍ କରନ୍ତୁ
06:20 କିଛି ନିର୍ଦ୍ଦିଷ୍ଟ ପାରାମିଟର୍ ଅଛି, ଯାହାକୁ ଆମେ ଡିଫଲ୍ଟ ଭାଲ୍ୟୁ ଭାବେ ଚୟନିତ କରିପାରିବା. ସେଗୁଡିକୁ ବଦଳାଯାଇପାରେ
06:26 ଉଦାହରଣସ୍ୱରୂପ, କ୍ଲକ୍ ଅଣ୍ଡରସ୍କୋର୍ c ବ୍ଲକ୍ ରେ ଥିବା period, ଯାହାର ସାମ୍ପ୍ଲିଙ୍ଗ ପିରିଅଡ୍ ଏବଂ ଇନିଶିଆଲ୍ ଟାଇମ୍ ସେଟ୍ କରିପାରିବା
06:36 CSCOPE ବ୍ଲକ୍ ରେ, ଆଉଟପୁଟ୍ ୱିଣ୍ଡୋ ସଂଖ୍ୟା
06:40 ପୋଜିଶନ୍, ସାଇଜ୍, ବଫର୍ ସାଇଜ୍, ଗ୍ରାଫ୍ କଲର୍ ଇତ୍ୟାଦିକୁ ସେଟ୍ କରାଯାଇପାରିବ
06:46 ଭିଡିଓକୁ ଏଠାରେ ପଜ୍ କରନ୍ତୁ ଏବଂ ଭିଡିଓରେ ଥିବା ଅନୁଶୀଳନୀର ସମାଧାନ କରନ୍ତୁ
06:52 damping ratio, ଯାହା 0.5 ଏବଂ angular frequency, ଯାହା 1 ସହ ସମାନ, ସହିତ ଗୋଟିଏ ସେକେଣ୍ଡ ଅର୍ଡର୍ ଟ୍ରାନ୍ସଫର୍ ଫଙ୍କଶନ୍ କୁ ସିମୁଲେଟ କରନ୍ତୁ
07:01 ଆଉଟପୁଟ୍ ଗ୍ରାଫ୍ ରଙ୍ଗକୁ ବଦଳାଇ, ଚେଷ୍ଟା କରନ୍ତୁ
07:04 ପ୍ରଥମ ଅନୁଶୀଳନୀ ବ୍ୟବହାର କରି, ଷ୍ଟେପ୍ ଇନପୁଟ୍ ଓ ଆଉଟପୁଟ୍ କୁ ଗୋଟିଏ ସିଙ୍ଗଲ୍ ପ୍ଲଟ୍ ୱିଣ୍ଡୋ ରେ ପ୍ଲଟ୍ କରନ୍ତୁ
07:11 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଅଲରେ ଆମେ ଶିଖିଲେ: ପ୍ୟାଲେଟ ବ୍ରାଉଜର୍ ବ୍ୟବହାର କରି, Xcos simulation ଡାୟଗ୍ରାମ୍ ଆଙ୍କିବା
07:18 ସିମୁଲେଶନ୍ ର ଆବଶ୍ୟକତାନୁସାରେ, ପ୍ରତ୍ୟେକ ବ୍ଲକ୍ କୁ କନଫିଗ୍ୟୋର୍ କରିବା
07:22 ସିମୁଲେଶନ୍ ପାରାମିଟରଗୁଡିକୁ ବ୍ୟବସ୍ଥିତ କରିବା. ଆଉଟପୁଟ୍ ପ୍ଲଟ୍ କୁ ସେଭ୍ କରିବା
07:26 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:37 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
07:46 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ orgକୁ ଲେଖନ୍ତୁ
07:52 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:02 ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ org/NMEICTହାଇଫେନ୍ ଇଣ୍ଟ୍ରୋ, ରେ ଉପଲବ୍ଧ
08:12 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep