BASH/C3/Using-File-Descriptors/Oriya
From Script | Spoken-Tutorial
| Time | Narration |
| 00.01 | ବନ୍ଧୁଗଣ, Using File Descriptors ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00.08 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
| 00.11 | କିଛି ଉଦାହରଣ ସାହାଯ୍ୟରେ, ଗୋଟିଏ output file descriptor ଆସାଇନ୍ କରିବା |
| 00.14 | ଏକ input file descriptor ଆସାଇନ୍ କରିବା |
| 00.17 | * file descriptor (fd)କୁ ବନ୍ଦ କରିବା |
| 00.23 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କର Bashରେ Shell Scripting ଉପରେ ଜ୍ଞାନ ଥିବା ଦରକାର |
| 00.29 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00.35 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି |
| 00.38 | * ଉବୁଣ୍ଟୁ ଲିନକ୍ସ 12.04 OS |
| 00.43 | * GNU BASH ଭର୍ସନ 4.2 |
| 00.46 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିଶ କରାଯାଉଛି |
| 00.54 | ଏକ ପରିଚୟରୁ ଆରମ୍ଭ କରିବା |
| 00.56 | ଆମେ, ପୂର୍ବ ଟ୍ୟୁଟୋରିଆଲରେ file descriptors ବିଷୟରେ ପଢିସାରିଛେ |
| 01.02 | stdin, stdout ଓ stderr ପାଇଁ 0, 1 ଓ 2 ହେଉଛି ଷ୍ଟାଣ୍ଡାର୍ଡ file descriptors |
| 01.15 | File descriptorଗୁଡିକ i/o redirection ପାଇଁ ବ୍ୟବହୃତ ହୁଏ |
| 01.20 | ଗୋଟିଏ ଆଉଟପୁଟ ଫାଇଲକୁ, ଏକ file descriptor ଅସାଇନ୍ କରିବା ପାଇଁ ସିଣ୍ଟାକ୍ସ ହେଉଛି |
| 01.25 | Exec [File descriptor] ଗ୍ରେଟର୍ ଦ୍ୟାନ୍ ଚିହ୍ନ ଫାଇଲନାମ |
| 01.31 | ଏକ ଉଦାହରଣ ଦେଖିବା |
| 01.33 | ମୋ ପାଖରେ, fdassign ଡଟ୍ sh ନାମକ ଏକ କୋଡ୍ ଫାଇଲ ଅଛି |
| 01.43 | ପ୍ରଥମ ଲାଇନଟି ହେଉଛି shebang ଲାଇନ୍ |
| 01.49 | Exec କମାଣ୍ଡ୍, ସାମ୍ପ୍ରତିକ shell processକୁ ବଦଳାଇଥାଏ |
| 01.56 | ଏକ ନୂଆ process ସୃଷ୍ଟି ନକରି, ଏହା, ସାମ୍ପ୍ରତିକ shell ସ୍ଥାନରେ ନିଷ୍ପାଦିତ ହେବ |
| 02.04 | ଆମେ ଜାଣିଛେ ଯେ, 0, 1 ଓ 2 ଷ୍ଟାଣ୍ଡାର୍ଡ file descriptors ବୋଲି |
| 02.09 | ନୂଆ ଭାବରେ ଖୋଲା ହୋଇଥିବା ଯେକୌଣସି ଫାଇଲ୍ ପାଇଁ, ଆମ ପାଖରେ 3 ଠାରୁ 9 ପର୍ଯ୍ୟନ୍ତ ଅତିରିକ୍ତ file descriptors ଅଛି |
| 02.19 | ଏଠାରେ, 3 ହେଉଛି file descriptor |
| 02.22 | ଏହା, output ଡଟ୍ txt ଫାଇଲ ପାଇଁ ଆଉଟପୁଟ ଲେଖିବ |
| 02.30 | ଷ୍ଟ୍ରିଙ୍ଗ, Welcome to BASH learning, output ଡଟ୍ txt ଫାଇଲକୁ ପଠାଗଲା |
| 02.36 | ଏହା, file descriptor 3 ମାଧ୍ୟମରେ କରାଗଲା |
| 02.42 | ଏହା, ଗୋଟିଏ ଫାଇଲକୁ ଏକ ଷ୍ଟ୍ରିଙ୍ଗ ରିଡାଇରେକ୍ଟ କରିବା ଭଳି ଅଟେ |
| 02.49 | ପ୍ରତ୍ୟେକ ନୂଆ ଷ୍ଟ୍ରିଙ୍ଗ, ଫାଇଲ ସହିତ ଯୋଡିହୋଇଯିବ |
| 02.52 | ଉଦାହରଣସ୍ୱରୂପ |
| 02.54 | ଆମେ, ସାମ୍ପ୍ରତିକ system dateକୁ, output ଡଟ୍ txt ଫାଇଲ ସହିତ ଯୋଡିବା |
| 03.00 | ସିଣ୍ଟାକ୍ସ ହେଉଛି: date ସ୍ପେସ୍ ଗ୍ରେଟର୍ ଦ୍ୟାନ୍ ଚିହ୍ନ ଆମ୍ପର୍ସାଣ୍ଡ ଚିହ୍ନ 3 |
| 03.13 | ଏଠାରେ, ଆମେ file descriptorକୁ ବନ୍ଦ କରିଦେବା |
| 03.16 | ଏହି ଲାଇନ ପରେ, descriptor, output ଡଟ୍ txt ଫାଇଲରେ କିଛି ବି ଲେଖିପାରିବ ନାହିଁ |
| 03.23 | ଚାଲନ୍ତୁ, କୋଡ୍ ନିଷ୍ପାଦନ କରି ଆଉଟପୁଟ ଦେଖିବା |
| 03.26 | CTRL+ALT+T କୀ କୁ ଦାବି ଟର୍ମିନଲ ଖୋଲନ୍ତୁ |
| 03.34 | ଟାଇପ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ fdassign ଡଟ୍ sh |
| 03.41 | ଟାଇପ କରନ୍ତୁ: ଡଟ୍ ସ୍ଲାଶ୍ fdassign ଡଟ୍ sh |
| 03.46 | ବର୍ତ୍ତମାନ, cat ସ୍ପେସ୍ output ଡଟ୍ txt ଟାଇପକରି, ଆଉଟପୁଟ ଯାଞ୍ଚ କରିବା |
| 03.56 | ଷ୍ଟ୍ରିଙ୍ଗ, Welcome to BASH learning ଏବଂ ସାମ୍ପ୍ରତିକ ସିଷ୍ଟମ ଡେଟ୍ ପ୍ରଦର୍ଶିତ ହୋଇଥିବାର ଆମେ ଦେଖିପାରିବା |
| 04.05 | Editorକୁ ଫେରିଆସନ୍ତୁ |
| 04.11 | ବର୍ତ୍ତମାନ, descriptor ବନ୍ଦ ହେଲା ପରେ, ଶେଷରେ ମୁଁ echo ଟାଇପ୍ କରିବି |
| 04.17 | ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ Hi, କ୍ୱୋଟ୍ସ ଶେଷରେ ସ୍ପେସ୍ ଗ୍ରେଟର୍ ଦ୍ୟାନ୍ ଚିହ୍ନ ଆମ୍ପର୍ସାଣ୍ଡ ଚିହ୍ନ 3 |
| 04.31 | Save ଉପରେ କ୍ଲିକ୍ କରନ୍ତୁ |
| 04.35 | Scriptକୁ ପୁଣିଥରେ ନିଷ୍ପାଦନ କରନ୍ତୁ ଏବଂ କ’ଣ ହେଉଛି ଦେଖନ୍ତୁ |
| 04.38 | ଟର୍ମିନଲରେ, ଅପ୍-ଆରୋ କୀ ଦୁଇଥର ଦାବି, ପୂର୍ବ କମାଣ୍ଡ, ଡଟ୍ ସ୍ଲାଶ୍ fdassign ଡଟ୍ shକୁ ରିକଲ୍ କରନ୍ତୁ |
| 04.50 | Enter ଦାବନ୍ତୁ |
| 04.52 | ଆମେ ଏକ ଏରର ଦେଖିବା : |
| 04.55 | Bad file descriptor. |
| 04.58 | ଏହି ଏରରକୁ ଫିକ୍ସ କରନ୍ତୁ |
| 05.00 | Editorକୁ ଫେରିଆସନ୍ତୁ |
| 05.03 | ମୁଁ, କୋଡ୍ ର ଶେଷ ଲାଇନକୁ କଟ୍ କରିବି ଏବଂ ଡେଟ୍ କମାଣ୍ଡ୍ ତଳେ ପେଷ୍ଟ କରିବି |
| 05.11 | Save ଉପରେ କ୍ଲିକ୍ କରନ୍ତୁ |
| 05.13 | ଟର୍ମିନଲରେ ପୁଣିଥରେ codeକୁ ନିଷ୍ପାଦନ କରନ୍ତୁ |
| 05.19 | ପୂର୍ବ କମାଣ୍ଡ୍, ଡଟ୍ ସ୍ଲାଶ୍ fdassign ଡଟ୍ shକୁ ରିକଲ୍ କରନ୍ତୁ |
| 05.24 | Enter ଦାବନ୍ତୁ |
| 05.26 | ବର୍ତ୍ତମାନ, ଆଉଟପୁଟ ଡଟ୍ txt ଫାଇଲକୁ ଖୋଲନ୍ତୁ |
| 05.29 | ଟାଇପ୍ କରନ୍ତୁ: cat ସ୍ପେସ୍ output ଡଟ୍ txt |
| 05.41 | ଆଉଟପୁଟ୍ କୁ ଦେଖନ୍ତୁ |
| 05.43 | ଷ୍ଟ୍ରିଙ୍ଗ୍ Hi, ଶେଷରେ ପ୍ରଦର୍ଶିତ ହୋଇଛି |
| 05.49 | ବର୍ତ୍ତମାନ ଆମେ, ଇନପୁଟ୍ ଫାଇଲକୁ file descriptor ଆସାଇନ୍ କରିବା |
| 05.54 | ଏକ ଉଦାହରଣ ଦେଖନ୍ତୁ |
| 05.56 | ମୋ ପାଖରେ, Fdread ଡଟ୍ sh ନାମକ ଏକ ଫାଇଲ୍ ଅଛି |
| 06.03 | ଚାଲନ୍ତୁ ତାହାକୁ ଦେଖିବା |
| 06.07 | ଏହା ହେଉଛି exec କମାଣ୍ଡ୍ |
| 06.13 | ଏଠାରେ ଆମେ, output ଡଟ୍ txt ଫାଇଲକୁ ପଢିବା |
| 06.19 | exec 3 ଗ୍ରେଟର୍ ଦ୍ୟାନ୍ ଚିହ୍ନ output ଡଟ୍ txt ଲାଇନ୍, ପଢିବା ପାଇଁ ଫାଇଲକୁ ଖୋଲିବ |
| 06.30 | Cat କମାଣ୍ଡ୍, ଫାଇଲର କଣ୍ଟେଣ୍ଟକୁ ପ୍ରଦର୍ଶିତ କରିବ |
| 06.35 | ଏବଂ ଶେଷରେ, file descriptorକୁ ବନ୍ଦ କରନ୍ତୁ |
| 06.39 | ବର୍ତ୍ତମାନ, shell scriptକୁ ନିଷ୍ପାଦନ କରନ୍ତୁ |
| 06.42 | ଟର୍ମିନଲରେ, promptକୁ ଖାଲି କରିଦିଅନ୍ତୁ |
| 06.47 | ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ fdread ଡଟ୍ sh |
| 06.55 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ fdread ଡଟ୍ sh |
| 07.01 | ଟର୍ମିନଲରେ ଆଉଟପୁଟ୍ କୁ ଦେଖନ୍ତୁ |
| 07.05 | Output ଡଟ୍ txt ଫାଇଲର କଣ୍ଟେଣ୍ଟ ପ୍ରଦର୍ଶିତ ହେଲା |
| 07.10 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
| 07.13 | Slidesକୁ ଫେରିଆସନ୍ତୁ |
| 07.16 | ସଂକ୍ଷିପ୍ତରେ |
| 07.17 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
| 07.19 | * Output file descriptor ଆସାଇନ୍ କରିବା |
| 07.22 | * Input file descriptor ଆସାଇନ୍ କରିବା |
| 07.26 | * File descriptor ବନ୍ଦ କରିବା |
| 07.28 | ଏକ ଆସାଇନମେଣ୍ଟ ଭାବେ: |
| 07.30 | File descriptors ବ୍ୟବହାର କରି, test ଡଟ୍ txt ଫାଇଲରେ କିଛି ନୂଆ ଲାଇନ ଯୋଡିବା ପାଇଁ ଚେଷ୍ଟା କରନ୍ତୁ |
| 07.36 | File descriptors ବ୍ୟବହର କରି, ଫାଇଲର କଣ୍ଟେଣ୍ଟ ପ୍ରଦର୍ଶିତ କରନ୍ତୁ |
| 07.41 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 07.45 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
| 07.48 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 07.53 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 07.58 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 08.02 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 08.10 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
| 08.14 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 08.22 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro. |
| 08.28 | ଆଇଆଇଟି ବମ୍ୱେ ତରଫରୁ |
| 08.33 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
| 08.37 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |