BASH/C2/Case-statement/Oriya
From Script | Spoken-Tutorial
Revision as of 11:35, 21 April 2017 by Pratik kamble (Talk | contribs)
Time | Narration |
00:01 | ବନ୍ଧୁଗଣ, Bashରେ Case Statement ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
କେସ୍ ଷ୍ଟେଟମେଣ୍ଟର ମହତ୍ୱତା ଏକ ଉଦାହରଣ ସହ କେସ୍ ଷ୍ଟେଟମେଣ୍ଟର ସିଣ୍ଟାକ୍ସ |
00:17 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କର Shell Scriptingର ବେସିକ୍ସ ଉପରେ ଜ୍ଞାନ ଥିବା ଦରକାର |
00:23 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:29 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:
ଉବୁଣ୍ଟୁ ଲିନକ୍ସ 12.04 OS ଓ GNU Bash ଭର୍ସନ୍ 4.1.10 |
00:39 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି |
00:47 | Bash Shellର ଦୁଇ ପ୍ରକାରର କଣ୍ଡିଶନଲ୍ ଷ୍ଟେଟମେଣ୍ଟସ୍ ରହିଛି - if ଷ୍ଟେଟମେଣ୍ଟ ଓ Case ଷ୍ଟେଟମେଣ୍ଟ |
00:56 | if-else ଷ୍ଟେଟମେଣ୍ଟର ବିକଳ୍ପ ଭାବରେ Case ଷ୍ଟେଟମେଣ୍ଟର ବ୍ୟବହାର କରିହେବ |
01:03 | ଅନେକ ଆଇଟମ୍ସରୁ ଚୟନ କରିବାକୁ ଥିଲେ Case ଷ୍ଟେଟମେଣ୍ଟକୁ ଅଗ୍ରାଧିକାର ଦିଆଯାଏ |
01:09 | ଏହା ସାଧାରଣତଃ, ଗୋଟିଏ ସ୍କ୍ରିପ୍ଟରେ menu ଲାଗୁ କରିବାକୁ ଥିଲେ, ବ୍ୟବହାର କରାଯାଇଥାଏ |
01:14 | ଆସନ୍ତୁ, ସିଣ୍ଟାକ୍ସକୁ ଦେଖିବା. |
01:15 | case ସ୍ପେସ୍ $ ଭେରିଏବଲ୍ ସ୍ପେସ୍ in match_1 ବନ୍ଦ ଗୋଲ ବ୍ରାକେଟ୍ ସ୍ପେସ୍ କମାଣ୍ଡସ୍ ଓ ଦୁଇଥର ସେମିକୋଲନ୍ |
01:27 | match_n ବନ୍ଦ ଗୋଲ ବ୍ରାକେଟ୍ ସ୍ପେସ୍ କମାଣ୍ଡସ୍ ଓ ଦୁଇଥର ସେମିକୋଲନ୍ ଆଷ୍ଟରିକ୍ସ ବନ୍ଦ ଗୋଲ ବ୍ରାକେଟ୍ ସ୍ପେସ୍ command_to_execute_by_default ସେମିକୋଲନ୍ ଦୁଇଥର esac |
01:45 | match_1 ସହିତ Variableକୁ ତୁଳନା କରାଯାଏ |
01:48 | ଯଦି ତାହା ମିଶେନାହିଁ, ତାହା ପରବର୍ତ୍ତୀ କେସ୍ କୁ ଚାଲିଯାଏ, ଯାହା ହେଉଛି match_n |
01:54 | ଏହା, ଏହିସବୁ Strings ମଧ୍ୟରୁ କୌଣସିଟି Variable ସହିତ ମିଶେ କି ନାହିଁ, ଯାଞ୍ଚ କରେ |
02:01 | ଯଦି ମିଶେ, ତେବେ ଡବଲ୍ ସେମିକୋଲନ୍ ହେବା ପର୍ଯ୍ୟନ୍ତ ସମସ୍ତ କମାଣ୍ଡସ୍ ନିଷ୍ପାଦିତ ହୁଏ |
02:07 | ଯଦି କୌଣସିଟି Variable ସହିତ ମିଶେନାହିଁ, ତେବେ ଆଷ୍ଟରିକ୍ସ ସହିତ ଜଡ଼ିତ ଥିବା କମାଣ୍ଡଗୁଡ଼ିକ ନିଷ୍ପାଦିତ ହୁଏ |
02:14 | ଏହା ହେଉଛି ଡିଫଲ୍ଟ କେସ୍ କଣ୍ଡିଶନ୍, କାରଣ ଆଷ୍ଟରିକ୍ସ, ସମସ୍ତ ଷ୍ଟ୍ରିଙ୍ଗ୍ସକୁ ମିଶାଇବ |
02:21 | Case Blockର ଶେଷକୁ esac ଚିହ୍ନିତ କରେ |
02:26 | ଏକ ଉଦାହରଣ ସହ କେସ୍ ଷ୍ଟେଟମେଣ୍ଟକୁ ବୁଝିବା |
02:32 | ମୁଁ ପ୍ରୋଗ୍ରାମକୁ ଟାଇପ୍ କରିସାରିଛି. ତେଣୁ ମୁଁ, case.sh ଫାଇଲ୍ ଖୋଲିବି |
02:38 | ଯେତେବେଳେ ଡିସ୍କ ସ୍ପେସ୍ ଏକ ନିର୍ଦ୍ଦିଷ୍ଟ ସୀମାରେ ପହଞ୍ଚେ, ପ୍ରୋଗ୍ରାମଟି ଏକ ଚେତାବନୀ ବାର୍ତ୍ତା ପ୍ରିଣ୍ଟ କରେ |
02:45 | ଏହା ହେଉଛି shebang ଲାଇନ୍ |
02:47 | ଅନ୍ୟ ଲିନକ୍ସ ଫ୍ଲେଭରଗୁଡ଼ିକରେ, ଯେପରି CentOS, RedHat ଆଦି, Bashର ଅବସ୍ଥିତି ଭିନ୍ନ ଅଟେ |
02:55 | ପୂର୍ବରୁ ବ୍ୟବହାର କରାଯାଇଥିବା /bin/bash, ସିଧାସଳଖ Binary ଫାଇଲକୁ ଦର୍ଶାଇଥାଏ |
03:01 | ଏଠାରେ ବ୍ୟବହୃତ env, ପ୍ରକୃତ ସ୍ଥାନକୁ ସଂକ୍ଷେପ କରିଥାଏ, ଯେଉଁଠାରେ Bash ଅଛି |
03:07 | ଏହି Shebang ଲାଇନ୍, ଯେକୌଣସି GNU/Linux ସିଷ୍ଟମ ଉପରେ ସ୍କ୍ରିପ୍ଟର ପୋର୍ଟାବିଲିଟୀ ବିକଶିତ କରିଥାଏ |
03:16 | df-h, ମାନବ ପଠନୀୟ ରୂପରେ ଡିସ୍କ ସ୍ପେସ୍ ର ବ୍ୟବହାର ପ୍ରଦର୍ଶନ କରେ |
03:22 | -rk5କୁ ସର୍ଟ କରିବା ପାଇଁ ଆଉଟପୁଟ୍ ପାଇପ୍ ହୋଇଥାଏ, ଯାହା ବିପରୀତ କ୍ରମରେ ପଞ୍ଚମ କଲମ୍ କୁ ସର୍ଟ କରିଥାଏ |
03:31 | ତା’ପରେ ଆଉଟପୁଟ୍, awk FNR = = 2 {print $5}କୁ ପାସ୍ ହୋଇଥାଏ |
03:38 | ଯାହା, ଦ୍ୱିତୀୟ ଲାଇନର ପଞ୍ଚମ ଫିଲ୍ଡକୁ ନିର୍ଯ୍ୟାସିତ କରିଥାଏ |
03:43 | ପରିଶେଷରେ, % ଚିହ୍ନକୁ ବାହାର କରିଦେବା ପାଇଁ ଆଉଟପୁଟ୍, cut -d "% - f1"କୁ ପାସ୍ ହୋଇଥାଏ |
03:55 | ଏହା ହେଉଛି Case ଷ୍ଟେଟମେଣ୍ଟର ପ୍ରଥମ ଲାଇନ୍ |
03:59 | ଏଠାରେ ଆମେ, 0 ଓ 69 ମଧ୍ୟର ସ୍ପେସ୍ କୁ ତୁଳନା କରିବା |
04:04 | ଯଦି ତାହା ମିଶେ, ତେବେ ତାହା Everything is OK ପ୍ରିଣ୍ଟ କରିଥାଏ |
04:08 | ତାହାପରେ ଏହା, 70ରୁ 89 କିମ୍ୱା 91ରୁ 98 ମଧ୍ୟର ସ୍ପେସ୍ କୁ ତୁଳନା କରେ |
04:17 | ଯଦି ତାହା ମିଶେ, ତେବେ ତାହା Clean Out. There's a partition that is $(dollar)space % full ପ୍ରିଣ୍ଟ କରିଥାଏ |
04:27 | ଏଠାରେ ଏହା, 99 ସହ ସ୍ପେସ୍ ତୁଳନା କରିଥାଏ |
04:30 | ଯଦି ତାହା ମିଶେ, ତେବେ ତାହା Hurry. There's a partition at $(Dollar) space %! ପ୍ରିଣ୍ଟ କରିଥାଏ |
04:39 | ଏହା ହେଉଛି ଡିଫଲ୍ଟ କେସ୍ କଣ୍ଡିଶନ୍, କାରଣ ଆଷ୍ଟରିକ୍ସ, ସମସ୍ତ ଷ୍ଟ୍ରିଙ୍ଗ୍ସକୁ ମିଶାଇବ |
04:45 | ଆଉ ଏହା ହେଉଛି Case Statementର ସମାପ୍ତି |
04:48 | ଏବେ, ଫାଇଲକୁ ନିଷ୍ପାଦନଯୋଗ୍ୟ କରିବା ପାଇଁ ଟର୍ମିନଲ୍ କୁ ଯାଆନ୍ତୁ |
04:52 | ଟାଇପ୍ କରନ୍ତୁ: chmod ପ୍ଲସ୍ x case ଡଟ୍ sh |
04:57 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ case ଡଟ୍ sh |
05:02 | Everything is OK. ଧ୍ୟାନଦିଅନ୍ତୁ ଯେ, ଆପଣଙ୍କର ସିଷ୍ଟମ୍ ଡିସ୍କ ସ୍ପେସ୍ ଉପରେ ଭିତ୍ତି କରି ଆଉଟପୁଟ୍ ଭିନ୍ନ ହେବ |
05:10 | ମୋ ମେସିନରେ, ଯେହେତୁ 0ରୁ 69 ମଧ୍ୟରେ ମେଳ ଖାଇଲା, ଏହା Everything is OK ପ୍ରିଣ୍ଟ କରେ |
05:18 | ଆପଣଙ୍କ ମେସିନରେ ପ୍ରିଣ୍ଟ ହୋଇଥିବା ବାର୍ତ୍ତାକୁ ଦେଖନ୍ତୁ |
05:20 | କେଉଁ Case ଷ୍ଟେଟମେଣ୍ଟ ନିଷ୍ପାଦିତ ହେଲା, ତାହା ବୁଝିବାକୁ ଆପଣ ସକ୍ଷମ ହେବେ |
05:27 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ, |
05:31 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
କେସ୍ ଷ୍ଟେଟମେଣ୍ଟର ମହତ୍ୱତା ଏକ Disc-Space ଉଦାହରଣ ସହ କେସ୍ ଷ୍ଟେଟମେଣ୍ଟର ସିଣ୍ଟାକ୍ସ |
05:41 | ଏକ ଆସାଇନମେଣ୍ଟ ଭାବେ: |
05:42 | ଗାଣିତିକ ଗଣନା ପାଇଁ ଏକ ମେନୁ ପରିଚାଳିତ ପ୍ରୋଗ୍ରାମ୍ ଲେଖନ୍ତୁ |
05:47 | ଏହା, ୟୁଜର୍ ଇନପୁଟ୍ a ଓ b ଗ୍ରହଣ କରିବା ଉଚିତ |
05:51 | ଗାଣିତିକ ଅପରେଟର୍ ପାଇଁ ଏହା କହିବା ଦରକାର (ପ୍ଲସ୍ +, ମାଇନସ୍ -, ଡିଭିଜନ୍ / ଓ ମଲ୍ଟିପ୍ଲିକେଶନ୍ *). * ଗଣନା କରନ୍ତୁ * ଆଉଟପୁଟ୍ ପ୍ରିଣ୍ଟ କରନ୍ତୁ |
06:02 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
06:06 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
06:08 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
06:14 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
06:16 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.
ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
06:23 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
06:31 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
06:35 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ . ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro. |
06:48 | ଆଇଆଇଟି ବମ୍ୱେ ତରଫରୁ |
06:53 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |