Tux-Typing/C2/Getting-started-with-Tux-Typing/Oriya
From Script | Spoken-Tutorial
Revision as of 17:10, 10 April 2017 by PoojaMoolya (Talk | contribs)
Time | Narration |
00:00 | ଟକ୍ସ ଟାଇପିଙ୍ଗର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:04 | ଏହି ଟ୍ୟୁଟୋରିଆଲ୍ ରେ ଆପଣ ଟକ୍ସ ଟାଇପିଙ୍ଗ୍ ଓ ଟକ୍ସ ଟାଇପିଙ୍ଗ୍ ଇଣ୍ଟର୍ଫେସ୍ ବିଷୟରେ ଶିଖିବେ |
00:10 | ଆପଣ ଶିଖିବେ: |
00:12 | ଇଂରାଜୀ ବର୍ଣ୍ଣମାଳା ଥିବା ଏକ କମ୍ପ୍ୟୁଟର୍ କୀ’ବୋର୍ଡରେ ସଠିକ୍, ଶୀଘ୍ର ଓ ଦକ୍ଷ ତାପୂର୍ଣ୍ଣ ଭାବରେ କିପରି ଟାଇପ୍ କରିବେ |
00:19 | ପ୍ରତ୍ୟେକ ଥର ଟାଇପ୍ କରିବା ସମୟରେ ତଳକୁ ନଦେଖି ଟାଇପ୍ କରିବା ମଧ୍ୟ ଆପଣ ଶିଖିବେ |
00:25 | ଟକ୍ସ ଟାଇପିଙ୍ଗ୍ କ’ଣ? |
00:27 | ଟକ୍ସ ଟାଇପିଙ୍ଗ୍ ହେଉଛି ଏକ ଟାଇପିଙ୍ଗ୍ ଟ୍ୟୁଟର୍ |
00:30 | ଇଣ୍ଟରାକ୍ଟିଭ୍ ଗେମ୍ ବ୍ୟବହାର କରି କିପରି ଟାଇପିଙ୍ଗ୍ କରିବେ ଏବଂ ଧୀରେ ଧୀରେ ବିଭିନ୍ନ ଅକ୍ଷ ର କିପରି ଟାଇପ୍ କରିବେ ଏହା ଆପଣଙ୍କୁ ଶିଖାଇ ଥାଏ |
00:38 | ଆପଣ, ନିଜ ସମୟାନୁସାରେ ଟାଇପିଙ୍ଗ୍ ଶିଖିପାରିବେ |
00:41 | ଓ ଧୀରେ ଧୀରେ ଟାଇପିଙ୍ଗ୍ ସ୍ପୀଡ୍ ସହ ସଠିକତାକୁ ମଧ୍ୟ ବଢ଼ାଇପାରିବେ |
00:46 | ଟକ୍ସ ଟାଇପିଙ୍ଗ୍, ଅଭ୍ୟାସ ପାଇଁ ନୂଆ ଶବ୍ଦ ଏଣ୍ଟର୍ କରିବାକୁ ଏବଂ ଟାଇପିଙ୍ଗ୍ ପାଇଁ ଭାଷା ସେଟ୍ କରିବାକୁ ଆପଣଙ୍କୁ ସକ୍ଷ ମ କରିଥାଏ |
00:54 | ଆମେ ଏଠାରେ ଉବୁଣ୍ଟୁ ଲିନକ୍ସ 11.10ରେ ଟକ୍ସ ଟାଇପିଙ୍ଗ୍ 1.8.0 ବ୍ୟବହାର କରୁଛୁ |
01:02 | ଆପଣ ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ବ୍ୟବହାର କରି ଟକ୍ସ ଟାଇପିଙ୍ଗ୍ ଇନଷ୍ଟଲ୍ କରିପାରିବେ |
01:07 | ଉବୁଣ୍ଟୁ ସଫ୍ଟୱେର୍ ସେଣ୍ଟର୍ ଉପରେ ଅଧିକ ସୂଚନା ପାଇଁ ଦୟାକରି ଏହି ୱେବସାଇଟରେ ଥିବା ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସ ଦେଖନ୍ତୁ |
01:16 | ଟକ୍ସ ଟାଇପିଙ୍ଗ୍ ଖୋଲନ୍ତୁ |
01:19 | ପ୍ରଥମେ, Dash Home କ୍ଲିକ୍ କରନ୍ତୁ, ଯାହା ଆପଣଙ୍କ କମ୍ପ୍ୟୁଟର୍ ଡେସ୍କଟପ୍ର ଉପର ବାମପଟ କୋଣରେ ଥିବା ଗୋଲିଆ ବଟନ୍ ଅଟେ |
01:26 | Search box ଦେଖାଦେଲା. ସର୍ଚ ବକ୍ସରେ, ଡାଶ୍ ହୋମ୍ ପାଖରେ, ଟକ୍ସ ଟାଇପିଙ୍ଗ୍ ଟାଇପ୍ କରନ୍ତୁ |
01:34 | ସର୍ଚ୍ଚ ବକ୍ସ ତଳକୁ ଟକ୍ସ ଟାଇପିଙ୍ଗ୍ ଆଇକନ୍ ଦେଖାଦେଲା |
01:39 | ଟକ୍ସ ଟାଇପିଙ୍ଗ୍ ଆଇକନ୍ କ୍ଲିକ୍ କରନ୍ତୁ |
01:42 | ଟକ୍ସ ଟାଇପିଙ୍ଗ୍ ୱିଣ୍ଡୋ ଦେଖାଦେଲା |
01:46 | ଟକ୍ସ ଟାଇପିଙ୍ଗ୍ ରେ ନିମ୍ନ ମେନୁଗୁଡ଼ିକ ଅଛି: |
01:50 | ଫିଶ୍ କ୍ୟାସ୍କେଡ୍ - ଏକ ଗେମିଙ୍ଗ୍ କ୍ଷେତ୍ରକୋମେଟ୍ ଯାପ୍ - ଅନ୍ୟଏକ ଗେମିଙ୍ଗ୍ କ୍ଷେତ୍ର |
01:56 | ଲେସନ୍ସ - ଯେଉଁଥିରେ ବିଭିନ୍ନ ଶିକ୍ଷା ଅନ୍ତର୍ଭୁକ୍ତ ଅଛି, ଯାହା ଆମକୁ ଅକ୍ଷଖର ଶିଖିବା ଶିଖାଇବ |
02:01 | ଅପ୍ସନ୍ସ - ଯେଉଁଥିରେ ମେନୁଗୁଡ଼ିକ ରହିଛି, ଯାହା ଆମକୁ ଶବ୍ଦ ଏଡିଟ୍ କରିବା, ବାକ୍ୟାଂଶ ଟାଇପ୍ କରିବା, ଟକ୍ସ ଟାଇପିଙ୍ଗ୍ ପ୍ରୋଜେକ୍ଟ ଉପରେ ସୂଚନା ଓ ଭାଷା ସେଟ୍ଅ୍ପ୍ କରିବାରେ ସାହାଯ୍ୟ କରିବ |
02:13 | କ୍ୱିଟ୍ - ଗେମ୍ ବନ୍ଦ କରିବାକୁ କ୍ଲିକ୍ କରନ୍ତୁ |
02:16 | ଶିକ୍ଷାଗୁଡ଼ିକର ବ୍ୟବହାର କରି ଚାଲନ୍ତୁ ଟାଇପ୍ ଅଭ୍ୟାସ କରିବା |
02:20 | ମେନ୍ ମେନୁରେ, ଅପ୍ସନ୍ସ କ୍ଲିକ୍ କରନ୍ତୁ |
02:23 | ଶିକ୍ଷା ସମ୍ମିଳିତ ୱିଣ୍ଡୋ ଦେଖାଦେଲା |
02:26 | ପ୍ରଥମ ଶିକ୍ଷା ଶିଖିବାରୁ ଆରମ୍ଭ କରନ୍ତୁ |
02:30 | basic_lesson_01.xml କ୍ଲିକ୍ କରନ୍ତୁ |
02:35 | ନିର୍ଦ୍ଦେଶଗୁଡ଼ିକ ଅନ୍ତର୍ଭୁକ୍ତ ଥିବା ୱିଣ୍ଡୋ ଦେଖାଦେଲା. ନିର୍ଦ୍ଦେଶଗୁଡ଼ିକୁ ପଢ଼ନ୍ତୁ |
02:41 | ଶିକ୍ଷା ଆରମ୍ଭ କରିବାକୁ ସ୍ପେସ୍ ବାର୍ ଦାବନ୍ତୁ |
02:45 | କୀ’ବୋର୍ଡ ପ୍ରଦର୍ଶନ କରୁଥିବା ୱିଣ୍ଡୋ ଦେଖାଦେଲା |
02:48 | ଆମେ ଏବେ A ଅକ୍ଷ ର ଟାଇପ୍ କରିବା ଶିଖିବାରୁ ଆରମ୍ଭ କରିବା |
02:52 | ଅଭ୍ୟାସ ଆରମ୍ଭ କରିବାକୁ P ଦାବନ୍ତୁ |
02:56 | ଟାଇପ୍ କରିବା ପାଇଁ ଅକ୍ଷରର ପ୍ରଦର୍ଶିତ କରୁଥିବା ଏକ ୱିଣ୍ଡୋ ଦେଖାଦେଲା |
03:01 | 'aaa aaa......' ପ୍ରଦର୍ଶିତ କରୁଥିବା ଏହି ଲାଇନ୍ ର ଅର୍ଥ କ’ଣ? |
03:07 | ଆପଣଙ୍କୁ ଏହିସବୁ ଅକ୍ଷବର ଟାଇପ୍ କରିବାକୁ ହେବ |
03:10 | ଏହି ଲାଇନ୍ କୁ ଟିଚର୍’ସ୍ ଲାଇନ୍ ନାମ ଦିଅନ୍ତୁ |
03:13 | ଆମେ ଏବେ ଇଂରାଜୀ କୀବୋର୍ଡ ଦେଖୁଛେ, ଯାହା ଆମମାନଙ୍କ ଦ୍ୱାରା ବ୍ୟବହୃତ ସାଧାରଣ କୀବୋର୍ଡ ଅଟେ |
03:19 | a ଚାରିପଟେ ଥିବା ନାଲି ବର୍ଗକ୍ଷେରତ୍ରକୁ ଆପଣ ଦେଖିପାରୁଛନ୍ତି କି? ତାହାକୁ ଆପଣଙ୍କୁ ଏବେ ଟାଇପ୍ କରିବାକୁ ହେବ ବୋଲି ତାହା ସୂଚାଇ ଥାଏ |
03:27 | କୀବୋର୍ଡର ପ୍ରଥମ ଲାଇନ୍ ସଂଖ୍ୟା, ବିଶେଷ ଅକ୍ଷର ଓ Backspace କୀ ଦେଖାଇଥାଏ |
03:35 | ଟାଇପ୍ ହୋଇଥିବା ଅକ୍ଷରଗୁଡ଼ିକୁ ଡିଲିଟ୍ କରିବା ପାଇଁ ଆପଣ Backspace କୀ ଦବାନ୍ତି |
03:39 | କୀବୋର୍ଡରେ ବର୍ଣ୍ଣମାଳା, ସଂଖ୍ୟା ଓ ଅନ୍ୟ ଅକ୍ଷaରଗୁଡ଼ିକର ତିନୋଟି ଧାଡ଼ି ମଧ୍ୟ ରହିଛି |
03:51 | କୀବୋର୍ଡର ଦ୍ୱିତୀୟ ଲାଇନରେ ବର୍ଣ୍ଣମାଳା, କିଛି ବିଶେଷ ଅକ୍ଷର ଓ ଏଣ୍ଟର୍ କୀ ଅଛି |
03:58 | ପରବର୍ତ୍ତୀ ଲାଇନ୍ କୁ ଯିବାପାଇଁ ଆପଣ ଏଣ୍ଟର୍ କୀ ଦାବିପାରିବେ |
04:02 | କୀବୋର୍ଡର ତୃତୀୟ ଲାଇନରେ ବର୍ଣ୍ଣମାଳା, କଲନ୍/ସେମିକଲନ୍ ଓ କ୍ୟାପ୍ସ ଲକ୍ ସମ୍ମିଳିତ ଅଛି |
04:10 | କ୍ୟାପିଟାଲ୍ ଲେଟରରେ ଟାଇପ୍ କରିବାପାଇଁ Caps Lock କୀ ବ୍ୟବହାର କରନ୍ତୁ |
04:14 | କୀବୋର୍ଡର ଚତୁର୍ଥ ଲାଇନରେ ବର୍ଣ୍ଣମାଳା, ବିଶେଷ ଅକ୍ଷର ଓ Shift କୀ ରହିଛି |
04:21 | କ୍ୟାପିଟାଲ୍ ଲେଟର୍ ଟାଇପ୍ କରିବା ପାଇଁ ଯେକୌଣସି ଅକ୍ଷରକୁ Shift କୀ ସହିତ ମିଶାଇ ଦାବନ୍ତୁ |
04:27 | କୀରେ ଉପରେ ଦିଆଯାଇଥିବା ଅକ୍ଷରକୁ ଟାଇପ୍ କରିବା ପାଇଁ Shift କୀ ସହିତ ଯେକୌଣସି କୀ ଦାବନ୍ତୁ |
04:34 | ଉଦାହରଣସ୍ୱରୂପ, ସଂଖ୍ୟା 1 ଉପରେ ଆଶ୍ଚର୍ଯ୍ୟସୂଚକ ଚିହ୍ନ ଅଛି |
04:39 | ସେହି ଚିହ୍ନ ଟାଇପ୍ କରିବା ପାଇଁ Shift କୀ ସହିତ 1 ଦାବନ୍ତୁ |
04:44 | କୀବୋର୍ଡର ପଞ୍ଚମ ଲାଇନରେ CTRL, ALT ଓ Function କୀଗୁଡ଼ିକ ଅଛି ଏଥିରେ Space Bar ମଧ୍ୟ ଅଛି. |
04:52 | ଏବେ ଚାଲନ୍ତୁ, ଟକ୍ସ ଟାଇପିଙ୍ଗ୍ କୀବୋର୍ଡ, ଲାପଟପ୍ କୀବୋର୍ଡ ଓ ଡେସ୍କଟପ୍ କୀବୋର୍ଡ ମଧ୍ୟରେ କୌଣସି ଭିନ୍ନତା ଅଛି କି ନାହିଁ, ଦେଖିବା |
05:00 | ଦେଖନ୍ତୁ, ଟକ୍ସ ଟାଇପିଙ୍ଗ୍ କୀବୋର୍ଡ ଏବଂ ଡେସ୍କଟପ୍ ଓ ଲାପଟପ୍ ରେ ବ୍ୟବହୃତ କୀବୋର୍ଡଗୁଡ଼ିକ ସମାନ ଅଟେ |
05:10 | ଏବେ ଚାଲନ୍ତୁ, କୀବୋର୍ଡ ଉପରେ ଆମ ଆଙ୍ଗୁଠିଗୁଡ଼ିକର ସଠିକ୍ ଅବସ୍ଥିତିକୁ ଦେଖିବା |
05:14 | ଏହି ସ୍ଲାଇଡକୁ ଦେଖନ୍ତୁ |
05:16 | ବାମରୁ ଡାହାଣକୁ ଆଙ୍ଗୁଠିଗୁଡ଼ିକର ନାମ ହେଉଛି: |
05:21 | Little finger, Ring finger, Middle finger, Index finger ଓ Thumb |
05:27 | ଆପଣଙ୍କ କୀବୋର୍ଡରେ, ନିଜର ବାମ ହାତକୁ କୀବୋର୍ଡର ବାମପଟେ ରଖନ୍ତୁ |
05:32 | ଅକ୍ଷର A ଉପରେ ଲିଟିଲ୍ ଫିଙ୍ଗର୍ |
05:35 | ଅକ୍ଷର S ଉପରେ ରିଙ୍ଗ୍ ଫିଙ୍ଗର୍ |
05:38 | ଅକ୍ଷର D ଉପରେ ମିଡିଲ୍ ଫିଙ୍ଗର୍ |
05:41 | ଅକ୍ଷର F ଉପରେ ଇଣ୍ଡେକ୍ସ ଫିଙ୍ଗର୍ ରହିଥିବାର ସୁନିଶ୍ଚିତ କରନ୍ତୁ |
05:44 | ଏବେ, ଆପଣଙ୍କର ଡାହାଣ ହାତକୁ କୀବୋର୍ଡର ଡାହାଣପଟେ ରଖନ୍ତୁ |
05:49 | କଲନ୍/ସେମି କଲନ୍ କୀ ଉପରେ ଲିଟିଲ୍ ଫିଙ୍ଗର୍ |
05:54 | ଅକ୍ଷର L ଉପରେ ରିଙ୍ଗ୍ ଫିଙ୍ଗର୍ |
05:56 | ଅକ୍ଷର K ଉପରେ ମିଡିଲ୍ ଫିଙ୍ଗର୍ |
06:00 | ଅକ୍ଷର J ଉପରେ ଇଣ୍ଡେକ୍ସ ଫିଙ୍ଗର୍ ରହିଥିବାର ସୁନିଶ୍ଚିତ କରନ୍ତୁ |
06:03 | Space Bar ଦାବିବା ପାଇଁ ଆପଣ ଡାହାଣ ବୁଢ଼ା ଆଙ୍ଗୁଠି ବ୍ୟବହାର କରନ୍ତୁ |
06:08 | ଦୁଇ ହାତ ଛବି, ଆପଣଙ୍କୁ ଅକ୍ଷ ର ଟାଇପ୍ କରିବା ପାଇଁ ସଠିକ୍ ଆଙ୍ଗୁଠିର ବ୍ୟବହାରରେ ମାର୍ଗଦର୍ଶନ କରିବ |
06:14 | ବାମ ହାତ ଲିଟିଲ୍ ଫିଙ୍ଗର୍ ର ନାଲି ବୃତ୍ତ କ’ଣ ବୋଲି ଚିନ୍ତା କରୁଛନ୍ତି କି? |
06:19 | ଆପଣଙ୍କ ଅନୁମାନ ଠିକ୍, ଆପଣଙ୍କୁ a ଟାଇପ୍ କରିବା ପାଇଁ ସେହି ଆଙ୍ଗୁଠିର ବ୍ୟବହାର କରିବାକୁ ହେବ |
06:23 | ଶିକ୍ଷାରେ ପୂର୍ବ ସୂଚିତ ଅନୁସାରେ କୀବୋର୍ଡ ଉପରେ ଆପଣଙ୍କ ଆଙ୍ଗୁଠିଗୁଡ଼ିକୁ ଥୁଅନ୍ତୁ |
06:29 | ଏବେ, ଟାଇପିଙ୍ଗ୍ ଆରମ୍ଭ କରନ୍ତୁ |
06:32 | ଆମେ ଟାଇପ୍ କରିବା କ୍ଷଣି ଅକ୍ଷରଗୁଡ଼ିକ Teacher's Line ତଳକୁ ପ୍ରଦର୍ଶିତ ହେଲା |
06:39 | ଏହି ଲାଇନ୍ କୁ ଷ୍ଟୁଡେଣ୍ଟ’ସ୍ ଲାଇନ୍ ନାମ ଦିଅନ୍ତୁ |
06:42 | ଏବେ, ଟିଚର୍’ସ୍ ଲାଇନ୍ ରେ ପ୍ରଦର୍ଶିତ ହେଉନଥିବା ଏକ ଅକ୍ଷର ଟାଇପ୍ କରନ୍ତୁ |
06:47 | ଭୁଲ୍ ଭାବରେ ଟାଇପ୍ କରାଯାଇଥିବା ଅକ୍ଷରକୁ ଷ୍ଟୁଡେଣ୍ଟ’ସ୍ ଲାଇନ୍ ରେ ଆପଣ ଦେଖିପାରୁଛନ୍ତି କି? ଏହା ପ୍ରଦର୍ଶିତ ହୋଇନାହିଁ |
06:53 | ଏହା ପରିବର୍ତ୍ତେ, କୀବୋର୍ଡରେ ଭୁଲ୍ ଭାବରେ ଟାଇପ୍ ହୋଇଥିବା ଅକ୍ଷର ଉପରେ ଏକ X ଚିହ୍ନ କିଛି ସମୟ ପାଇଁ ଦେଖାଦେଉଛି |
06:59 | ଆଉ କିଛି ଅକ୍ଷର ଟାଇପ୍ କରନ୍ତୁ |
07:02 | ଏବେ ଚାଲନ୍ତୁ ଆମ ଟାଇପିଙ୍ଗ୍ ର ମେଟ୍ରିକ୍ସ ସଂଗ୍ରହ କରିବା |
07:07 | ଏବେ ସୁଦ୍ଧା, ବାମପଟେ ଥିବା ଫିଲ୍ଡ କ’ଣ ସୂଚିତ କରେ ଆପଣ ଅନୁମାନ କରିସାରିବେଣି |
07:13 | Time - ଆପଣଙ୍କ ଟାଇପ୍ ର ବେଗକୁ ନିର୍ଦ୍ଦିଷ୍ଟ କରେ |
07:17 | Chars - ଆପଣଙ୍କ ଦ୍ୱାରା ଟାଇପ୍ କରାଯାଇଥିବା ଅକ୍ଷରଗୁଡ଼ିକର ସଂଖ୍ୟା ସୂଚିତ କରେ |
07:21 | CPM - ଆପଣଙ୍କ ଦ୍ୱାରା ଟାଇପ୍ କରାଯାଇଥିବା ମିନିଟ୍ ପିଛା ଅକ୍ଷରଗୁଡ଼ିକୁ ସୂଚିତ କରେ |
07:26 | WPM - ଆପଣଙ୍କ ଦ୍ୱାରା ଟାଇପ୍ କରାଯାଇଥିବା ଶବ୍ଦଗୁଡ଼ିକର ସଂଖ୍ୟା ନିର୍ଦ୍ଦିଷ୍ଟ କରେ |
07:31 | Errors - ଆପଣଙ୍କ ଦ୍ୱାରା ଟାଇପ୍ କରାଯାଇଥିବା ତ୍ରୁଟିଗୁଡ଼ିକର ସଂଖ୍ୟା ସୂଚିତ କରେ |
07:34 | Accuracy - ଆପଣଙ୍କ ଟାଇପିଙ୍ଗ୍ ର ସଠିକତା ସୂଚିତ କରେ |
07:40 | ମେନ୍ ମେ୍ନୁକୁ ଯିବା ପାଇଁ ଦୁଥର ଏସ୍କେପ୍ କୀ ଦାବନ୍ତୁ |
07:45 | ଆମେ, ଆମର ପ୍ରଥମ ଟାଇପିଙ୍ଗ୍ ଶିକ୍ଷା ଶିଖିଲେ! |
07:47 | ସର୍ବପ୍ରଥମେ, ନିମ୍ନ ଗତିରେ ସଠିକ୍ ଭାବରେ ଟାଇପ୍ କରିବା ହେଉଛି ଉତ୍ତମ ଅଭ୍ୟାସ |
07:52 | ଥରେ ଆମେ, କୌଣସି ଭୁଲ୍ ବିନା ସଠିକ୍ ଭାବେ ଟାଇପ୍ କରିବା ଶିଖିଗଲେ, ଟାଇପିଙ୍ଗ୍ ବେଗ ବଢ଼ାଇପାରିବା |
07:59 | ଏହା ଆମକୁ ଟକ୍ସ ଟାଇପିଙ୍ଗ୍ ଉପରେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
08:03 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଟକ୍ସ ଟାଇପିଙ୍ଗ୍ ଇଣ୍ଟର୍ଫେସ୍ ବିଷୟରେ ଶିଖିବା ସହ ଆମର ପ୍ରଥମ ଟାଇପିଙ୍ଗ୍ ଶିକ୍ଷା ସମ୍ପୂର୍ଣ୍ଣ କଲେ |
08:11 | ଏକ ଆସାଇନମେଣ୍ଟ ଭାବେ |
08:13 | basic_lesson_02.xml କୁ ଯାଆନ୍ତୁ |
08:19 | ଏହି ଲେଭଲ୍ ରେ ଅଭ୍ୟାସ କରନ୍ତୁ |
08:21 | ଏହି ଲେଭଲ୍ ରେ ସମସ୍ତ ଅକ୍ଷ୍ର ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:26 | ସେହିପରି ଆପଣ ଭିନ୍ନ ଭିନ୍ନ ଶିକ୍ଷା ଅଭ୍ୟାସ କରିପାରିବେ |
08:30 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ (http://spoken-tutorial.org/What_is_a_Spoken_Tutorial) |
08:33 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:36 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:41 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
08:43 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:46 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:50 | ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍ କୁ ଲେଖନ୍ତୁ (contact @spoken-tutorial.org) |
08:56 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:00 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:08 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro) |
09:19 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |