Linux/C2/Working-with-Regular-Files/Oriya

From Script | Spoken-Tutorial
Revision as of 16:18, 10 April 2017 by PoojaMoolya (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ଲିନକ୍ସ୍ ରେ ‘ରେଗୁଲାର୍ ଫାଇଲ୍ ସହିତ କାମ କରିବା’ ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 ଫାଇଲ୍ ଓ ଡିରେକ୍ଟୋରୀ ଏକାଠି ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଗଠନ କରନ୍ତି |
00:13 ପୂର୍ବ ଟ୍ୟୁଟୋରିଆଲ୍ ରେ ଆମେ ଡିରେକ୍ଟୋରୀରେ କାମ କରାଯିବା ବିଷୟରେ ଦେଖିସାରିଛେ | ଏହି ୱେବ୍ ସାଇଟ୍ ରେ ଆପଣ ସେହି ଟ୍ୟୁଟୋରିଆଲ୍ ଟିକୁ ପାଇପାରିବେ |
00:25 ରେଗୁଲାର୍ ଫାଇଲ୍ସ କିପରି ହ୍ୟାଣ୍ଡଲ୍ କରାଯାଏ, ଏହି ଟ୍ୟୁଟୋରିଆଲ୍ ରେ ଦେଖିବା |
00:31 କ୍ୟାଟ୍ କମାଣ୍ଡ୍ ବ୍ୟବହାର କରି ଫାଇଲ୍ ତିଆରି କରାଯିବା ବିଷୟ, ଆମେ ଅନ୍ୟ ଟ୍ୟୁଟୋରିଆଲ୍ ରେ ଶିଖିସାରିଛେ | ବିବରଣୀ ପାଇଁ ଏହି ୱେବ୍ ସାଇଟ୍ ଦେଖନ୍ତୁ |
00:46 ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଫାଇଲ୍ କିପରି କପୀ କରାଯାଏ ତାହା ଦେଖିବା | ସେଥିପାଇଁ cp କମାଣ୍ଡ୍ ଅଛି |
00:55 କମାଣ୍ଡ୍ କିପରି ବ୍ୟବହୃତ ହୁଏ ତାହା ଦେଖିବା |
01:00 ଗୋଟିଏ ଫାଇଲ୍ କପୀ କରିବାକୁ ଆମକୁ cp ସ୍ପେସ୍ ଗୋଟିଏ କିମ୍ବା ଅଧିକ ...[OPTION] ସ୍ପେସ୍ ସୋର୍ସ୍ ଫାଇଲ୍ ର ନାମ ସ୍ପେସ୍ ଡେଷ୍ଟିନେସନ୍ ଫାଇଲ୍ ର ନାମ DESTଟାଇପ୍ କରିବାକୁ ହେବ |
01:15 ଗୋଟିଏ ସମୟରେ ଏକାଧିକ ଫାଇଲ୍ କପୀ କରିବାକୁ ଆମକୁ cp ସ୍ପେସ୍ ଗୋଟିଏ କିମ୍ବା ଅଧିକ ... [OPTION] ସ୍ପେସ୍ କପୀ କରିବାକୁ ଚାହୁଁଥିବା ସୋର୍ସ୍ ଫାଇଲ୍ ର ନାମ ଓ ଯେଉଁଠିକୁ କପୀ ହେବ ସେହି ଡେଷ୍ଟିନେସନ୍ ଡିରେକ୍ଟୋରୀ ନାମ ଲେଖିବାକୁ ହେବ |
01:34 ଏବେ ଏକ ଉଦାହରଣ ଦେଖିବା | ପ୍ରଥମେ ଟର୍ମିନାଲ୍ ଖୋଲନ୍ତୁ |
01:42 /home/anirban/arc/ରେ test1 ନାମକ ଏକ ଫାଇଲ୍ ପୂର୍ବରୁ ଅଛି |
01:49 test1ରେ କ’ଣ ଅଛି ଦେଖିବାକୁ ଆମେ, $ କ୍ୟାଟ୍ test1 ଟାଇପ୍ କରି ଏଣ୍ଟର୍ ଦାବିବା |
02:00 ଆମେ test1ର କଣ୍ଟେଣ୍ଟ୍ ଦେଖିପାରୁ, ଏବେ test2 ନାମକ ଫାଇଲ୍ ରେ ଏହାକୁ କପୀ କରିବାକୁ ଚାହିଁଲେ ଆମେ $ cp test1 test2 ଟାଇପ୍ କରି ଏଣ୍ଟର୍ ଦାବିବା |
02:22 ଏବେ ଫାଇଲ୍ ଟି କପୀ ହୋଇଯାଇଛି |
02:25 test2 ବିଦ୍ୟମାନ ନଥିଲେ ଏହାକୁ ପ୍ରଥମେ କ୍ରିଏଟ୍ କରି test1 ର କଣ୍ଟେଣ୍ଟ୍ ଏଥିରେ କପୀ କରାଯିବ |
02:35 ଯଦି ଫାଇଲ୍ ପୂର୍ବରୁ ଥାଏ, ତେବେ ଏହା ଓଭର୍ ରାଇଟ୍ ହୋଇଯିବ | କପୀ ହୋଇଥିବା ଫାଇଲ୍ ଦେଖିବାକୁ $ cat test2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
02:52 ଆପଣ ବିଭିନ୍ନ ଡିରେକ୍ଟୋରୀରୁ ବିଭିନ୍ନ ଡିରେକ୍ଟୋରୀକୁ ମଧ୍ୟ ଫାଇଲ୍ କପୀ କରିପାରିବେ | ଉଦାହରଣ ସ୍ୱରୂପ

$ cp /home/anirban/arc/demo1 /home/anirban/demo2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |

03:31 ଏହା ସୋର୍ସ୍ ଡିରେକ୍ଟୋରୀ /home/anirban/arc/ ରୁ demo1 ଫାଇଲ୍ କୁ ଡେଷ୍ଟିନେସନ୍ ଡିରେକ୍ଟୋରୀ /home/anirban ରେ ଥିବା demo2 ଫାଇଲ୍ ମଧ୍ୟକୁ କପୀ କରିବ |
03:51 demo2 ଅଛିକି ନାହିଁ ଦେଖିବା ପାଇଁ ls ସ୍ପେସ୍ /home/anirban ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
04:13 ଏଠି demo2 ଦେଖାଇବାକୁ ମୁଁ ସ୍କ୍ରୋଲ୍ ଅପ୍ କରୁଛି |
04:19 ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା |
04:25 ଡେଷ୍ଟିନେସନ୍ ଡିରେକ୍ଟୋରୀରେ ଫାଇଲ୍ ର ସେହି ସମାନ ନାମ ରଖିବାକୁ ଆପଣଙ୍କୁ ଫାଇଲ୍ ନାମ ଉଲ୍ଲେଖ କରିବାକୁ ପଡିନପାରେ | ଉଦାହରଣ ସ୍ୱରୂପ
04:35 $ cp /home/anirban/arc/demo1 /home/anirban/ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
05:03 ଏହା ପୁଣି /home/anirban/arc/ directory to /home/anirban ଡିରେକ୍ଟୋରୀରେ ଥିବା demo1 ଫାଇଲ୍ କୁ demo1 ନାମରେ ହିଁ କପୀ କରିଦିଏ |
05:20 ପୂର୍ବ ଭଳି demo1 ଦେଖିବାକୁ ls/home/anirban ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
05:33 ଆମେ ଏଠି ପୁଣି demo1 ଫାଇଲ୍ ଦେଖିବାକୁ ସ୍କ୍ରୋଲ୍ ଅପ୍ କରିବା |
05:40 ଆଗକୁ ବଢ଼ିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା |
05:48 ଆମେ ଏକାଧିକ ଫାଇଲ୍ କପୀ କରିବାକୁ ଚାହୁଁଥିବା ସ୍ଥିତିରେ ଆମକୁ ଡେଷ୍ଟିନେସନ୍ ଫାଇଲ୍ ର ନାମ ଦେବାକୁ ପଡେନାହିଁ |
05:56 ମୁଁ ଭାବୁଛି ଯେ, ଆମ ହୋମ୍ ଡିରେକ୍ଟୋରୀରେ test1 test2 test3 ନାମକ ତିନୋଟି ଫାଇଲ୍ ଅଛି |
06:04 ଏବେ ଆମେ $ cp test1 test2 test3 /home/anirban/testdir ଟାଇପ୍ କରି ଏଣ୍ଟର୍ ଦାବିବା |
06:27 ଏହା test1 test2 ଓ test3 ଫାଇଲ୍ ଗୁଡିକର ନାମକୁ ନବଦଳାଇ /home/anirban/testdirରେ କପୀ କରିଦେବ |
06:41 ଏହି ଫାଇଲ୍ ଗୁଡିକ ପ୍ରକୃତରେ କପୀ ହୋଇଯାଇଥିବାର ଆପଣ ଦେଖୁଛନ୍ତି | ଆମେ ls /home/anirban/testdir ଟାଇପ୍ କରି ଏଣ୍ଟର୍ ଦାବିବା |
07:03 test1,test2 ଓ test3 ଏହି ଡିରେକ୍ଟୋରୀରେ ଥିବାର ଆପଣ ଦେଖିପାରୁଛନ୍ତି |
07:10 Cp ସହିତ ଅନେକ ଅପ୍ସନ୍ ଅଛି | ଏଠାରେ ସେଗୁଡ଼ିକ ମଧ୍ୟରୁ ଆମେ କେବଳ ଅତି ଗୁରୁତ୍ୱପୂର୍ଣ୍ଣ ହିଁ ଦେଖିବା |
07:18 ପ୍ରଥମେ ସ୍ଲାଇଡ୍ସ କୁ ଫେରିଯିବା |
07:23 ଅପ୍ସନ୍ ଗୁଡିକ ମଧ୍ୟରୁ ମହତ୍ୱପୂର୍ଣ୍ଣ ଥିବା –R ଏକ ସମ୍ପୂର୍ଣ୍ଣ ଡିରେକ୍ଟୋରୀ ଗଠନର ପୂନରାବର୍ତ୍ତୀ କପୀ କରିବା କାରଣ ହୋଇଥାଏ |
07:33 ଏକ ଉଦାହରଣ ଦେଖିବା |
07:38 testdir ଡିରେକ୍ଟୋରୀର ସମସ୍ତ କଣ୍ଟେଣ୍ଟ୍ test ନାମକ ଡିରେକ୍ଟୋରୀରେ କପୀ କରିବାକୁ ଚେଷ୍ଟା କରିବା |
07:48 ଏଥିପାଇଁ cp testdir/ test ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:02 ଆପଣ ଯେପରି ଆଉଟ୍ ପୁଟ୍ ଦେଖୁଛନ୍ତି,
08:06 କିଛି କଣ୍ଟେଣ୍ଟ୍ ଥିବା ଡିରେକ୍ଟୋରୀକୁ ଆମେ ସାଧାରଣତଃ ସିଧାସଳଖ cp କମାଣ୍ଡ୍ ରେ କପୀ କରିପାରିବାନି |
08:14 ମାତ୍ର –R ଅପ୍ସନ୍ ବ୍ୟବହାର କରି ଆମେ ଏହା କରିପାରିବା |
08:19 ଏବେ cp -R testdir/ ଟାଇପ୍ କରି ଏଣ୍ଟର୍ ଦାବିବା |
08:36 ଏବେ ଫାଇଲ୍ ଗୁଡିକ କପୀ ହୋଇଯାଇଛି, ଟେଷ୍ଟ ଡିରେକ୍ଟୋରୀଟି ଅଛିକି ନାହିଁ ଦେଖିବାକୁ Is ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:47 ଟେଷ୍ଟ୍ ଡିରେକ୍ଟୋରୀଟି ଥିବାର ଆପଣ ଦେଖିପାରୁଛନ୍ତି | ଏବେ ସ୍କ୍ରୀନ କ୍ଲିଅର୍ କରିବି |
08:57 ଟେଷ୍ଟ୍ ମଧ୍ୟରେ ଥିବା କଣ୍ଟେଣ୍ଟ୍ ଦେଖିବାକୁ Is test ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:08 ଟେଷ୍ଟ୍ ଡିରେକ୍ଟୋରୀର କଣ୍ଟେଣ୍ଟ୍ ଆପଣ ଦେଖିପାରିବେ |
09:13 ଏବେ ଆମେ ସ୍ଲାଇଡ୍ସ କୁ ଫେରିଯିବା |
09:16 ବିଦ୍ୟମାନ ଫାଇଲ୍ ରେ ଯଦି କିଛି କପୀ କରାଯାଏ, ତେବେ ପୂର୍ବ ଫାଇଲ୍ ଓଭର୍ ରିଟେନ୍ ହୋଇଯାଏ |
09:25 ଏବେ, ଅଜାଣତରେ ଓଭର୍ ରାଇଟ୍ ହୋଇଗଲେ କ’ଣ ହୁଏ?
09:30 ଏପରି କିଛି ନହେବା ପାଇଁ ଆମ ପାଖରେ –b ଅପ୍ସନ୍ ଅଛି |
09:36 ଏହା, ବିଦ୍ୟମାନ ପ୍ରତ୍ୟେକ ଡେଷ୍ଟିନେସନ୍ ଫାଇଲ୍ କୁ ବ୍ୟାକ୍ ଅପ୍ କରେ |
09:41 ଆମେ –i(ଇଣ୍ଟରାକ୍ଟିଭ୍) ଅପ୍ସନ୍ ମଧ୍ୟ ବ୍ୟବହାର କରିପାରିବା, ଏହା କୌଣସି ଡେଷ୍ଟିନେସନ୍ ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବରୁ ସବୁବେଳେ ସଙ୍କେତ ଦିଏ |
09:54 mv କମାଣ୍ଡ୍ କିପରି କାର୍ଯ୍ୟ କରେ, ଏବେ ଦେଖିବା |
09:59 ଏହା ଫାଇଲ୍ ମୁଭ୍ କରିବାରେ ବ୍ୟବହୃତ ହୁଏ | ଏବେ ତାହା କିପରି ଉପଯୋଗୀ ଅଟେ?
10:04 ଏଥିରେ ଦୁଇଟି ମୁଖ୍ୟ ବ୍ୟବହାର ଅଛି |
10:07 ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀ ରିନେମ୍ କରିବାରେ ଏହା ବ୍ୟବହୃତ ହୁଏ |
10:11 ଏହା ଫାଇଲ୍ ର ଏକ ଗ୍ରୁପ୍ କୁ ଭିନ୍ନ ଏକ ଡିରେକ୍ଟୋରୀକୁ ମୁଭ୍ କରେ |
10:17 ଆମେ ପୂର୍ବରୁ ଦେଖିଥିବା cp ସହିତ mv ପ୍ରାୟ ସମାନ | ତେବେ mv କିପରି ବ୍ୟବହୃତ ହୁଏ, ଚାଲନ୍ତୁ ଦେଖିବା |
10:29 ଆମେ ଟର୍ମିନାଲ୍ ଖୋଲି $ mv test1 test2 ଟାଇପ୍ କରି ଏଣ୍ଟର୍ ଦାବିବା |
10:43 ଏହା ହୋମ୍ ଡିରେକ୍ଟୋରୀରେ ଥିବା test1 ନାମକ ଫାଇଲ୍ କୁ ରିନେମ୍ କରି test2 ନାମ ଦେବ |
10:52 ପୂର୍ବରୁ ଯଦି test2 ଥାଏ, ତେବେ ଏହା ଓଭର୍ ରାଇଟ୍ ହୋଇଯିବ |
11:00 ଯଦି ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବର ଚେତାବନୀ ଆମେ ଚାହୁଁଥିବା,
11:05 ତେବେ, mv କମାଣ୍ଡ୍ ସହିତ -i ଅପ୍ସନ୍ ବ୍ୟବହାର କରିପାରିବା |
11:10 ମନେକରନ୍ତୁ anirban ନାମକ ଆଉ ଏକ ଫାଇଲ୍ ଅଛି | ଏହାକୁ ଆମେ test2 ଭାବେ ରିନ୍ୟୁ କରିବାକୁ ଚାହୁଁଛେ,
11:20 ତେବେ ଆମେ, mv -i anirban test2 ଟାଇପ୍ କରି ଏଣ୍ଟର୍ ଦାବିବା |
11:32 ଆପଣ ଦେଖୁଛନ୍ତି ଯେ, test2 ଫାଇଲ୍ ଟି ଓଭର୍ ରାଇଟ୍ ହେବ କି ନାହିଁ ତାହାର ଏକ ଚେତାବନୀ ଦେଖାଯାଉଛି |
11:41 y ପରେ ଏଣ୍ଟର୍ ଦାବିଲେ ଫାଇଲ୍ ଟି ପ୍ରକୃତରେ ଓଭର୍ ରାଇଟ୍ ହୋଇଯାଏ |
11:49 cp ପରି ଏକାଧିକ ଫାଇଲ୍ ପାଇଁ ମଧ୍ୟ mv ବ୍ୟବହାର କରିହୁଏ, ମାତ୍ର ଏଥିରେ ଡେଷ୍ଟିନେସନ୍ ଏକ ଡିରେକ୍ଟୋରୀ ହୋଇଥିବା ଉଚିତ |
11:58 ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିବା |
12:03 ଧରନ୍ତୁ ଆମ ହୋମ୍ ଡିରେକ୍ଟୋରୀରେ abc.txt, pop.txt ଓ push.txt ନାମକ ତିନୋଟି ଫାଇଲ୍ ଅଛି |
12:14 ସେଗୁଡିକର ଉପସ୍ଥିତି ଜାଣିବାକୁ Is ଟାଇପ୍ କରି ଏଣ୍ଟର୍ ଦାବିବା |
12:21 ଏଠାରେ pop.txt,push.txt ଓ abc.txt ଫାଇଲ୍ ଅଛି | ସ୍କ୍ରୀନ୍ କ୍ଲିଅର୍ କରିବା |
12:36 ଏବେ ଏହି ତିନୋଟି ଫାଇଲ୍ କୁ ଆମେ testdir ନାମକ ଡିରେକ୍ଟୋରୀକୁ ନେବାକୁ ଚାହୁଁଛେ |
12:46 ଏଥିପାଇଁ ଆମେ mv abc.txt pop.txt push.txt ପରେ testdir ନାମକ ଡେଷ୍ଟିନେସନ୍ ଫୋଲ୍ଡର୍ ର ନାମ ଟାଇପ୍ କରି ଏଣ୍ଟର୍ ଦାବିବା |
13:14 ସେଗୁଡିକୁ ଦେଖିବାକୁ ls testdir ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
13:20 ଆପଣ abc, pop ଓ push.txt ଫାଇଲ୍ ଦେଖିପାରିବେ |
13:27 mv ସହିତ ଥିବା କିଛି ଅପ୍ସନ୍ ଦେଖିବା | ପ୍ରଥମେ ସ୍ଲାଇଡ୍ସ କୁ ଫେରିଯିବା |
13:37 -b କିମ୍ୱା –backup ଅପ୍ସନ୍ mv କମାଣ୍ଡ୍ ସହିତ ରହିଛି | ପ୍ରତ୍ୟେକ ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବରୁ ଏହା ସେହି ଫାଇଲ୍ ର ବ୍ୟାକ୍ ଅପ୍ ରଖେ |
13:48 ଆମେ ପୂର୍ବରୁ ଦେଖିଥିବା –i ଅପ୍ସନ୍ ଟି ଯେକୌଣସି ଡେଷ୍ଟିନେସନ୍ ଫାଇଲ୍ ଓଭର୍ ରାଇଟ୍ କରିବା ପୂର୍ବରୁ ଚେତାବନୀ ଦିଏ |
13:58 ବର୍ତ୍ତମାନ rm କମାଣ୍ଡ୍ ଦେଖିବା | ଏହା ଫାଇଲ୍ ଡିଲିଟ୍ କରିବା ପାଇଁ ବ୍ୟବହୃତ ହୁଏ |
14:06 ଟର୍ମିନାଲ୍ କୁ ଫେରିଯାଇ ls testdir ଟାଇପ୍ କରନ୍ତୁ |
14:15 ଧରନ୍ତୁ, ଆମେ ଦେଖୁଥିବା faq.txt ନାମକ ଫାଇଲ୍ କୁ ଡିଲିଟ୍ କରିବାକୁ ଚାହୁଁଛେ |
14:23 ଏଥିପାଇଁ $ rm testdir/faq.txt ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
14:37 ଏହି କମାଣ୍ଡ୍ faq.txt ଫାଇଲ୍ କୁ /testdir ଡିରେକ୍ଟୋରୀରୁ ଡିଲିଟ୍ କରିଦେବ |
14:46 ଫାଇଲ୍ ଟି ପ୍ରକୃତରେ ରିମୁଭ୍ ହୋଇଛି କି ନାହିଁ ଦେଖିବାକୁ ls testdir ଟାଇପ୍ କରି ଏଣ୍ଟର୍ ଦାବିବା |
15:00 ଆମେ ଆଉ faq.txt ଫାଇଲ୍ ଟି ଦେଖିପାରୁନେ |
15:05 ଏକାଧିକ ଫାଇଲ୍ ସହିତ ମଧ୍ୟ ଆମେ rm କମାଣ୍ଡ୍ ବ୍ୟବହାର କରିପାରିବା |
15:10 Testdir ଡିରେକ୍ଟୋରୀରେ abc2 ଓ abc1 ନାମକ ଦୁଇଟି ଫାଇଲ୍ ଅଛି |
15:17 ମନେକରନ୍ତୁ ଆମେ, abc1 ଓ abc2 ଫାଇଲ୍ ରିମୁଭ୍ କରିବାକୁ ଚାହୁଁଛେ |
15:23 ଏଥିପାଇଁ ଆମେ rm testdir/abc1 testdir/abc2 ଟାଇପ୍ କରି ଏଣ୍ଟର୍ ଦାବିବା |
15:45 ଏହା, testdir ଡିରେକ୍ଟୋରୀରୁ abc1 ଓ abc2 ଫାଇଲ୍ ରିମୁଭ୍ କରିଦିଏ |
15:53 ସେଗୁଡିକ ରିମୁଭ୍ ହୋଇଯାଇଛି ବୋଲି ଦେଖିବାକୁ ପୁଣି ls testdir ଟାଇପ୍ କରନ୍ତୁ | ଆଉ ସେଗୁଡ଼ିକୁ ଦେଖିପାରିବେନି |
16:07 ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା |
16:14 ଏବେ, ସ୍ଲାଇଡ୍ସ କୁ ଫେରିଯିବା |
16:18 ଆସନ୍ତୁ ସଂକ୍ଷିପ୍ତ ଆଲୋଚନା କରିବା |
16:20 ଗୋଟିଏ ଫାଇଲ୍ ଡିଲିଟ୍ କରିବାକୁ ଆମେ rm ଓ ତା’ପରେ ଫାଇଲ୍ ନାମ ଟାଇପ୍ କରୁ |
16:27 ଏକାଧିକ ଫାଇଲ୍ ଡିଲିଟ୍ କରିବାକୁ ଆମେ rm ଓ ଡିଲିଟ୍ କରିବାକୁ ଚାହୁଁଥିବା ଏକାଧିକ ଫାଇଲ୍ ର ନାମ ଲେଖୁ |
16:34 ଏବେ, rm କମାଣ୍ଡ୍ ର କିଛି ଅପ୍ସନ୍ ଦେଖିବା |
16:40 ବେଳେବେଳେ ଏକ ଫାଇଲ୍ ରାଇଟ୍ (Write) ପ୍ରୋଟେକ୍ଟ୍ ଥାଏ, ଏହା rm ଦ୍ୱାରା ଡିଲିଟ୍ କରିହୁଏନି | ଏଥିପାଇଁ –f ଅପ୍ସନ୍ ଅଛି ଯାହା ଫାଇଲ୍ କୁ ଫୋର୍ସ ଡିଲିଟ୍ କରିବାରେ ବ୍ୟବହୃତ ହୁଏ |
16:57 -r ହେଉଛି ଅନ୍ୟ ଏକ ସାଧାରଣ ଅପ୍ସନ୍ | ଏହି ଅପ୍ସନ୍ ଗୁଡିକ କେଉଁଠି ଦରକାର ହୁଏ ତାହା ଦେଖିବା |
17:07 ଟର୍ମିନାଲ୍ କୁ ଫେରିଯିବା |
17:12 ଡିରେକ୍ଟୋରୀ ଡିଲିଟ୍ କରିବା ପାଇଁ ସାଧାରଣତଃ rm କମାଣ୍ଡ୍ ବ୍ୟବହୃତ ହୁଏ ନାହିଁ, ସେଥିପାଇଁ rmdir କମାଣ୍ଡ୍ ଅଛି |
17:21 ମାତ୍ର rmdir କମାଣ୍ଡ୍ କେବଳ ଖାଲି ଡିରେକ୍ଟୋରୀକୁ ଡିଲିଟ୍ କରେ |
17:27 ଯଦି ଆମେ ବହୁତ ଫାଇଲ୍ ଓ ସବ୍ ଡିରେକ୍ଟୋରୀ ଥିବା ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚାହିଁବା, ତେବେ?
17:35 ଏଥିପାଇଁ ଆସନ୍ତୁ rm କମାଣ୍ଡ୍ ଟ୍ରାଏ କରିବା |
17:38 rm ଟାଇପ୍ କରି ଆମେ ଡିଲିଟ୍ କରିବାକୁ ଚାହୁଁଥିଵା ଡିରେକ୍ଟୋରୀର ନାମ testdir ଲେଖି ଏଣ୍ଟର୍ ଦାବନ୍ତୁ |
17:47 ଆଉଟ୍ ପୁଟ୍ ମେସେଜ୍ ରୁ ଆମେ ଦେଖିପାରୁଛେ ଯେ testdir ଡିଲିଟ୍ କରିବା ପାଇଁ ଆମେ rm ବ୍ୟବହାର କରିପାରିବାନି |
17:55 ମାତ୍ର ଆମେ -r ଓ –f ଅପ୍ସନ୍ କୁ ଯୋଡି ଏହା କରିପାରିବା |
18:03 rm -rf testdir ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
18:16 ଏବେ testdir ଡିରେକ୍ଟୋରୀଟି ସଫଳ ଭାବରେ ଡିଲିଟ୍ ହୋଇଗଲା |
18:22 ପରବର୍ତ୍ତୀ କମାଣ୍ଡ୍ ପଢିବାକୁ ଏବେ ସ୍ଲାଇଡ୍ସ କୁ ଫେରିବା |
18:27 cmp କମାଣ୍ଡ୍ |
18:29 ବେଳେବେଳେ ଦୁଇଟି ଫାଇଲ୍ ସମାନ କି ନୁହଁ ଦେଖିବାକୁ ପଡେ | ସେଗୁଡିକ ସମାନ ଥିଲେ ସେଥିରୁ ଆମେ ଗୋଟିଏ ଡିଲିଟ୍ କରିପାରିବା |
18:37 ଗତ ଭର୍ସନ୍ ରୁ ଫାଇଲ୍ ଟି ବଦଳିଛି କି ନାହିଁ ତାହା ମଧ୍ୟ ଆମେ ଦେଖିବାକୁ ଚାହିଁବା |
18:44 ଏଥିପାଇଁ ଓ ବହୁ ଅନ୍ୟ ଉଦ୍ଦେଶ୍ୟ ପାଇଁ ଆମେ cmp କମାଣ୍ଡ୍ ବ୍ୟବହାର କରିପାରିବା |
18:49 ଏହା ଦୁଇଟି ଫାଇଲ୍ କୁ ବାଇଟ୍ ରୁ ବାଇଟ୍ ତୁଳନା କରେ |
18:54 file1 ଓ file2କୁ ତୁଳନା କରିବାକୁ ଆମେ cmp file1 file2 ଲେଖିବା |
19:03 ଦୁଇଟି ଫାଇଲ୍ ର କଣ୍ଟେଣ୍ଟ୍ ପୂରା ସମାନ ଥିଲେ କିଛି ମେସେଜ୍ ଦେଖାଯିବନି |
19:11 କେବଳ ପ୍ରମ୍ପ୍ଟ ପ୍ରିଣ୍ଟ୍ ହୋଇଯିବ |
19:14 ସେଗୁଡ଼ିକର କଣ୍ଟେଣ୍ଟ୍ ରେ ପାର୍ଥକ୍ୟ ଥିଲେ ପ୍ରଥମ ମିସ୍ ମ୍ୟାଚ୍ ର ଲୋକେସନ୍ ଟର୍ମିନାଲ୍ ରେ ପ୍ରିଣ୍ଟ୍ ହୋଇଯିବ |
19:25 cmp କିପରି କାମକରେ ତାହା ଦେଖିବା | ଆମ ହୋମ୍ ଡିରେକ୍ଟୋରୀରେ sample1 ଓ sample2 ନାମକ ଦୁଇଟି ଫାଇଲ୍ ଅଛି |
19:35 ସେଥିରେ କ’ଣ ଅଛି ଚାଲନ୍ତୁ ଦେଖିବା |
19:38 cat sample1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଏଥିରେ “This is a Linux file to test the cmp command” ଟେକ୍ସଟ୍ ଅଛି |
19:50 sample2 ଫାଇଲ୍ ରେ ଥିବା ଟେକ୍ସଟ୍ ଦେଖିବା ପାଇଁ cat sample2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
20:00 ଏଥିରେ “This is a Unix file to test the cmp command.” ଟେକ୍ସଟ୍ ଅଛି |
20:06 ଏବେ, ଏହି ଦୁଇ ଫାଇଲ୍ ରେ ଆମେ cmp କମାଣ୍ଡ୍ ପ୍ରୟୋଗ କରିବା |
20:11 ଆମେ cmp sample1 sample2 ଲେଖି ଏଣ୍ଟର୍ ଦାବିବା |
20:23 sample1 ଓ sample2 ମଧ୍ୟରେ ଥିବା ପ୍ରଥମ ପାର୍ଥକ୍ୟ ପ୍ରଦର୍ଶିତ ହୋଇଥିବାର ଆମେ ଦେଖୁଛେ |
20:32 ପରବର୍ତ୍ତୀ କମାଣ୍ଡ୍ କୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା |
20:38 ପରବର୍ତ୍ତୀ କମାଣ୍ଡ୍ ହେଉଛି wc |
20:43 ଫାଇଲ୍ ରେ ଥିବା କ୍ୟାରେକ୍ଟର୍, ଶବ୍ଦ ଓ ଧାଡି ସଂଖ୍ୟା ଗଣିବାକୁ ଏହା ବ୍ୟବହୃତ ହୁଏ |
20:50 ଆମ ହୋମ୍ ଡିରେକ୍ଟୋରୀରେ sample3 ନାମକ ଫାଇଲ୍ ଅଛି |
20:56 ଏହାର କଣ୍ଟେଣ୍ଟ୍ ଦେଖିବା ପାଇଁ ଆମେ cat sample3 ଟାଇପ୍ କରି ଏଣ୍ଟର୍ ଦାବିବା |
21:05 ଏହା ହେଉଛି sample3ର କଣ୍ଟେଣ୍ଟ୍ |
21:10 ଏବେ ଏହି ଫାଇଲ୍ ରେ wc କମାଣ୍ଡ୍ ବ୍ୟବହାର କରିବା |
21:14 ସେଥିପାଇଁ ଆମେ wc sample3 ଲେଖି ଏଣ୍ଟର୍ ଦାବିବା |
21:25 ଏହି କମାଣ୍ଡ୍ ଦେଖାଏ ଯେ, ଫାଇଲ୍ ରେ 6 ଟି ଲାଇନ୍, 67 ଶବ୍ଦ ଓ 385 କ୍ୟାରେକ୍ଟର୍ ଅଛି |
21:38 ଏହିଗୁଡ଼ିକ ହେଉଛି ଫାଇଲ୍ସରେ କାମ କରିବାରେ ସାହାଯ୍ୟ କରୁଥିବା କିଛି କମାଣ୍ଡ୍ |
21:43 ଆହୁରି ବହୁତ କମାଣ୍ଡ୍ ଅଛି | ଆମେ ଦେଖୁଥିବା ପ୍ରତିଟି କମାଣ୍ଡ୍ ର ବହୁତ ଅପ୍ସନ୍ ଅଛି |
21:51 ମ୍ୟାନ୍ କମାଣ୍ଡ୍ ବ୍ୟବହାର କରି ସେଗୁଡିକ ବିଷୟରେ ଅଧିକ ଜାଣିବାକୁ ମୁଁ ଆପଣଙ୍କୁ ପ୍ରୋତ୍ସାହିତ କରୁଛି |
22:00 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
22:04 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
22:17 ଏହି ବିଷୟ ଉପରେ ଅଧିକ ସୂଚନା http://spoken-tutorial.org/NMEICT-Intro ରେ ଉପଲବ୍ଧ |
22:34 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Manoranjan, PoojaMoolya, Pradeep