LibreOffice-Suite-Writer/C2/Inserting-pictures-and-objects/Oriya
From Script | Spoken-Tutorial
Revision as of 14:51, 10 April 2017 by PoojaMoolya (Talk | contribs)
Time | Narration |
00:00 | ଲିବର୍ ଅଫିସ୍ ରାଇଟର୍ ରେ ଇନ୍ସର୍ଟିଙ୍ଗ୍ ଇମେଜେସ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ | |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା | |
00:09 | ଡକ୍ୟୁମେଣ୍ଟ୍ ରେ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା | |
00:12 | ରାଇଟର୍ ରେ ଟେବଲ୍ସ ଇନ୍ସର୍ଟ କରିବା | |
00:15 | ରାଇଟର୍ ରେ ହାଇପର୍ ଲିଙ୍କ୍ସ ଇନ୍ସର୍ଟ କରିବା | |
00:18 | ଏଠାରେ ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ର ବ୍ୟବହାର କରୁଛୁ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ | |
00:29 | ଆମେ, ଲିବର୍ ଅଫିସ୍ ରାଇଟର୍ ରେ ଏକ ଇମେଜ୍ ଫାଇଲ୍ କିପରି ଇନ୍ସର୍ଟ କରାଯାଏ, ସେଥିରୁ ଆରମ୍ଭ କରିବା | |
00:36 | ଆସନ୍ତୁ, ନିଜର resume.odt ଫାଇଲ୍ ଖୋଲିବା | |
00:39 | ଡକ୍ୟୁମେଣ୍ଟ୍ ରେ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା ପାଇଁ ପ୍ରଥମେ resume.odt ଡକ୍ୟୁମେଣ୍ଟ୍ ଭିତରେ କ୍ଲିକ୍ କରନ୍ତୁ | |
00:47 | ଏବେ ମେନୁବାର୍ ରେ Insert ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ତାହାପରେ Picture ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ From File ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
00:56 | ଦେଖନ୍ତୁ, ଏଠାରେ Insert Picture ଡାୟଲଗ୍ ବକ୍ସ ଦେଖାଦେଉଛି | |
01:00 | ଏବେ ଆପଣ Location ଫିଲ୍ଡରେ ଫାଇଲ୍ ନାମ ଲେଖି ଇମେଜ୍ ସିଲେକ୍ଟ କରିପାରିବେ, ଯଦି ଆପଣ ଏହାକୁ ନିଜ ସିଷ୍ଟମ୍ ରେ ସେଭ୍ କରିଛନ୍ତି | ଯେହେତୁ ଆମେ ଗୋଟିଏ ବି ଇମେଜ୍ ସେଭ୍ କରିନାହେଁ, ଆମେ ଅପ୍ସନ୍ ରୁ ଇମେଜ୍ ଇନ୍ସର୍ଟ କରିବା, ଯାହା
ଡିଫଲ୍ଟ ଭାବରେ ପ୍ରଦାନ କରାଯାଇଥାଏ | |
01:16 | ତେଣୁ, ଡାୟଲଗ୍ ବକ୍ସର ବାମ ପଟେ ଥିବା Picture ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
01:21 | ଏବେ, ଯେକୌଣସି ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ Open ବଟନ୍ ଉପରେ କ୍ଲିକ୍ କରନ୍ତୁ | |
01:28 | ଆପଣ ଦେଖିବେ ଯେ, ଇମେଜ୍ ଆପଣଙ୍କ ଡକ୍ୟୁମେଣ୍ଟ୍ ରେ ଇନ୍ସର୍ଟ ହୋଇଯାଇଛି | |
01:32 | ଆପଣ ଏହି ଇମେଜ୍ ର ଆକାର ମଧ୍ୟ ବଦଳାଇପାରିବେ ଏବଂ ଏହାକୁ Resume ଉପର ଡାହାଣ କୋଣ ପର୍ଯ୍ୟନ୍ତ ଡ୍ରାଗ୍ କରିପାରିବେ | |
01:38 | ଏଥିପାଇଁ ପ୍ରଥମେ ଇମେଜ୍ ଉପରେ କ୍ଲିକ୍ କରନ୍ତୁ | ଦେଖନ୍ତୁ, ଇମେଜ୍ ଉପରେ ରଙ୍ଗିନ୍ ହ୍ୟାଣ୍ଡଲ୍ସ ଦେଖାଯାଉଛି | |
01:44 | ଯେକୌଣସି ଗୋଟିଏ ହ୍ୟାଣ୍ଡଲ୍ ଉପରେ କର୍ସର୍ ରଖନ୍ତୁ ଏବଂ ବାମ ମାଉସ୍ ବଟନ୍ ପ୍ରେସ୍ କରନ୍ତୁ | |
01:50 | କର୍ସର୍ କୁ ଡ୍ରାଗ୍ କରି ଇମେଜ୍ ର ଆକାର ବଦଳାନ୍ତୁ | ଯେବେ ଆକାର ବଦଳିଯିବ, ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଏଡିଟର୍ ର ଉପର ଡାହାଣ କୋଣ ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ | |
02:01 | Clipboard କିମ୍ୱା scanner ବ୍ୟବହାର କରି ଏବଂ ଗ୍ୟାଲେରୀ ନେଇ, ଇମେଜ୍ ଇନ୍ସର୍ଟ କରିବାର ଅନ୍ୟ ପ୍ରଚଳିତ ପଦ୍ଧତିମାନ ରହିଛି | |
02:09 | ଏବେ ଆମେ ଶିଖିବା ଯେ, ରାଇଟର୍ ରେ ଟେବଲ୍ସ କିପରି ଇନ୍ସର୍ଟ କରିବେ | |
02:13 | ଟେବଲ୍ସ, ଲିବର୍ ଅଫିସ୍ ରାଇଟର୍ ରେ ବ୍ୟବହାରକାରୀମାନଙ୍କୁ, ସେମାନଙ୍କର ସୂଚନାଗୁଡ଼ିକୁ ସାରଣୀ ଫର୍ମରେ ରଖିବା ପାଇଁ ସକ୍ଷମ କରିଥାଏ | |
02:21 | ନିଜ ଡକ୍ୟୁମେଣ୍ଟସ୍ ରେ ଟେବଲ୍ ଇନ୍ସର୍ଟ କରିବା ପାଇଁ ଆପଣ, ଟୁଲ୍ ବାର୍ ରେ Table ଆଇକନ୍ ଉପରେ କ୍ଲିକ୍ କରି ଟେବଲ୍ ର ଆକାର ଚୟନକରି କରିପାରିବେ କିମ୍ୱା ଆପଣ ଏହାକୁ ମେନ୍ୟୁବାର୍ ରେ Insert ଅପ୍ସନ୍ ମାଧ୍ୟମରେ କରିପାରିବେ | |
02:36 | ତେଣୁ, ହେଡିଙ୍ଗ୍ Education Details ତଳେ ଟେବଲ୍ ଇନ୍ସର୍ଟ କରିବା ପାଇଁ କର୍ସର୍ କୁ S ହେଡିଙ୍ଗ୍ ତଳେ ରଖନ୍ତୁ | |
02:44 | ଏବେ ମେନ୍ୟୁବାର୍ ରେ Insert ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Tables ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
02:51 | ଏହା, ବିବିଧ ଫିଲ୍ଡସ୍ ସହିତ ଡାୟଲଗ୍ ବକ୍ସ ଓପନ୍ କରିଥାଏ | |
02:55 | Name ଫିଲ୍ଡରେ ଆସନ୍ତୁ ଟେବଲ୍ ନାମ ଦେବା Resume Table | |
03:01 | Size ହେଡିଙ୍ଗ୍ ତଳେ ଆସନ୍ତୁ Columns ର ସଂଖ୍ୟା 2 ରଖିବା | |
03:06 | Rows ଫିଲ୍ଡରେ ଥିବା ଉପର ଆରୋ ଉପରେ କ୍ଲିକ୍ କରନ୍ତୁ, 4 ପର୍ଯ୍ୟନ୍ତ Rows ସଂଖ୍ୟା ବୃଦ୍ଧି କରନ୍ତୁ | Columns ଓ Rowsରେ ଅପ୍ ଓ ଡାଉନ୍ ଆରୋ ବ୍ୟବହାର କରି ଆପଣ ଟେବଲ୍ ର ଆକାର ବୃଦ୍ଧି କିମ୍ୱା ହ୍ରାସ କରିପାରିବେ | |
03:21 | ଏବେ ଡାୟଲଗ୍ ବକ୍ସରେ AutoFormat ବଟନ୍ ଉପରେ କ୍ଲିକ୍ କରନ୍ତୁ | |
03:25 | ଏହା, ଏକ ନୂଆ ଡାୟଲଗ୍ ବକ୍ସ ଖୋଲିଥାଏ, ଯେଉଁଠାରେ ଆପଣ ଯାହା ଇନ୍ସର୍ଟ କରିବାକୁ ଚାହାଁନ୍ତି, ସେହି ଟେବଲ୍ ର ପ୍ରାରୂପ ସିଲେକ୍ଟ କରିପାରିବେ | |
03:33 | ରାଇଟର୍ ପ୍ରାରୂପ ସିଲେକ୍ଟ କରିବା ପାଇଁ ଅନେକ ଅପ୍ସନ୍ ଦେଇଥାଏ | ଆମେ Format ମଧ୍ୟରେ None ଅପ୍ସନ୍ ଉପରେ କ୍ଲିକ୍ କରିବା ଓ ତାହାପରେ OK ବଟନ୍ ଉପରେ କ୍ଲିକ୍ କରିବା | |
03:43 | ପୁଣିଥରେ OK ବଟନ୍ ଉପରେ କ୍ଲିକ୍ କରନ୍ତୁ | |
03:45 | ଆପଣ ଦେଖିବେ ଯେ, ହେଡିଙ୍ଗ୍ ତଳେ ଦୁଇଟି Column ଓ ଚାରୋଟି Row ବିଶିଷ୍ଟ ଟେବଲ୍ ଇନ୍ସର୍ଟ ହୋଇଯାଇଛି | |
03:53 | ଏବେ ଆମେ ଟେବଲ୍ ମଧ୍ୟରେ ଯେକୌଣସି ସୂଚନା, ସାରଣୀ ଭାବରେ ଲେଖିପାରିବା | |
03:58 | ଉଦାହରଣସ୍ୱରୂପ, ଟେବଲ୍ ର ପ୍ରଥମ Column ଓ ପ୍ରଥମ Row ମଧ୍ୟରେ କ୍ଲିକ୍ କରନ୍ତୁ | |
04:04 | ଏଠାରେ ଆମେ Secondary School Examination ଟାଇପ୍ କରିବା | |
04:08 | ଏବେ, ନିକଟ Cellରେ କ୍ଲିକ୍ କରନ୍ତୁ ଏବଂ 93 Percent ଲେଖନ୍ତୁ | ଏହା ଦେଖାଉଛି ଯେ, ରମେଶ, ମାଧ୍ୟମିକ ସ୍କୁଲ୍ ପରୀକ୍ଷାରେ 93 ଶତକଡ଼ା ଅଙ୍କ ପ୍ରାପ୍ତ କରିଛି | |
04:20 | ଠିକ୍ ଏହିପରି ଆମେ ଟେବଲ୍ ରେ ଅତିରିକ୍ତ ଶିକ୍ଷାଗତ ବିବରଣୀ ଟାଇପ୍ କରିପାରିବା | |
04:25 | ସେହି Cellର ଠିକ୍ ତଳେ ଥିବା Cellରେ କ୍ଲିକ୍ କରନ୍ତୁ, ଯେଉଁଠାରେ ଆମେ Secodary School Examination ଟାଇପ୍ କରିଛେ | |
04:31 | ଆମେ ଏଠାରେ Higher Secondary School Examination ଲେଖିବା ଏବଂ ପାଖ Cellରେ ଆମେ 88 Percent ଲେଖିବା | |
04:41 | ଆଗାମୀ Cell ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତୃତୀୟ Rowରେ ପ୍ରଥମ Cellରେ କ୍ଲିକ୍ କରନ୍ତୁ | ବୈକଳ୍ପିକ ଭାବରେ ଗୋଟିଏ Cell ରୁ ଅନ୍ୟ Cellକୁ ଯିବାପାଇଁ ଟ୍ୟାବ୍ କୀ ପ୍ରେସ୍ କରନ୍ତୁ | |
04:52 | ତେଣୁ ଟ୍ୟାବ୍ ପ୍ରେସ୍ କରନ୍ତୁ ଓ Graduation ଟାଇପ୍ କରନ୍ତୁ | ପାଖ Cellରେ 75% ଟାଇପ୍ କରନ୍ତୁ | ଶେଷ Rowର ପ୍ରଥମ Cellରେ କ୍ଲିକ୍ କରନ୍ତୁ ଓ Post Graduation ଲେଖନ୍ତୁ ତଥା ପାଖ Cellରେ 70% ଟାଇପ୍ କରନ୍ତୁ | |
05:01 | ଅନ୍ତତଃ ଶେଷ Rowର ପ୍ରଥମ Cellରେ ଆମେ Post Graduation ହେଡିଙ୍ଗ୍ ଏବଂ ନିକଟବର୍ତ୍ତୀ Cellରେ 70 ଶତକଡା ଅଙ୍କ ଟାଇପ୍ କଲେ | |
05:12 | ଏବେ ଆମେ ଦେଖୁଛେ ଯେ, ଟେବଲ୍, ଶିକ୍ଷାଗତ ଯୋଗ୍ୟତା ସହିତ Resumeରେ ପ୍ରଦର୍ଶିତ ହୋଇଯାଇଛି | |
05:18 | ଆସନ୍ତୁ ଟେବଲ୍ ର ଶେଷ Cellରେ କର୍ସର୍ ରଖିବା | |
05:24 | ଏବେ ଯଦି ଆମେ ଟେବଲ୍ ର ଶେଷ Rowର ଠିକ୍ ତଳେ ଏକ ଅତିରିକ୍ତ Row ଯୋଡ଼ିବାକୁ ଚାହିଁବା, ତେବେ କୀ-ବୋର୍ଡରେ Tab କୀ ପ୍ରେସ୍ କରିବା | |
05:33 | ଆପଣ ଦେଖିବେ ଯେ, ନୂଆ Row ଇନ୍ସର୍ଟ ହୋଇଯାଇଛି | |
05:37 | ଟେବଲ୍ ର ବାମ ପଟେ ଆମେ “Phd ଡିଗ୍ରୀ ପ୍ରାପ୍ତ ହୋଇଛି”, ଟାଇପ୍ କରିବା ଏବଂ ଡାହାଣପଟେ 65% ପ୍ରାପ୍ତାଙ୍କ ଟାଇପ୍ କରିବା | |
05:49 | ତେଣୁ, ଆମେ ଦେଖିବା ଯେ, Tab କୀ, ନୂଆ Row ଯୋଡ଼ିବା ପାଇଁ ଅତ୍ୟନ୍ତ ଉପଯୋଗୀ | ଯେତେବେଳେ କର୍ସର୍ ଶେଷ Row ଉପରେ ରଖାଯାଇଥିବ | |
06:00 | Tab ଓ Shift+Tab ବ୍ୟବହାର କରି ଟେବଲ୍ ରେ Cell ରୁ Cell ମଧ୍ୟ ସଂଚାଳନ କରିପାରିବେ | |
06:07 | ଟେବଲ୍ ରେ ଅନ୍ୟ ଏକ ମହତ୍ୱପୂର୍ଣ୍ଣ ବିଶେଷତା Optimal Column Width ଅପ୍ସନ୍ ଅଟେ, ଯାହା ସ୍ୱୟଂ Cellର କଣ୍ଟେଣ୍ଟ୍ ଅନୁସାରେ Columnର ପ୍ରସ୍ତତା ସ୍ଥିର କରିଥାଏ | |
06:18 | ଟେବଲ୍ ର ଦ୍ୱିତୀୟ ବା ଡାହାଣ ପଟ Columnରେ ଏହି ବିଶେଷତାକୁ ଲାଗୁ କରିବା ପାଇଁ ପ୍ରଥମେ କ୍ଲିକ୍ କରନ୍ତୁ ଏବଂ ତାହାପରେ ଦ୍ୱିତୀୟ Columnରେ କର୍ସର୍ ଯେକୌଣସି ସ୍ଥାନରେ ରଖିଦିଅନ୍ତୁ | |
06:30 | ଏବେ ଆସନ୍ତୁ, ଶେଷ Cellରେ ଟେକ୍ସଟ୍ ପରେ 65% ଉପରେ କର୍ସର୍ ରଖିବା | |
06:35 | ଏବେ ମେନ୍ୟୁବାର୍ ରେ Table ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Autofit ଅପ୍ସନ୍ କୁ ଯାଆନ୍ତୁ | |
06:42 | ମେନ୍ୟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ହେଉଥିବା Optimal Column Width ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
06:49 | ଆପଣ ଦେଖିବେ ଯେ, Columnରେ Cells କଣ୍ଟେଣ୍ଟ୍ ଅନୁକୂଳ Columnର ପ୍ରସ୍ତ ସ୍ୱତଃ ହିଁ ସ୍ଥିର ହେଉଛି | |
06:58 | ସେହିପ୍ରକାରେ ଆମେ ଟେବଲ୍ ରେ ଯେକୌଣସି Column ପାଇଁ ଏହା କରିପାରିବା | |
07:02 | ଆପଣ ନିଜ ଟେବଲ୍ ପାଇଁ, କୌଣସି ବର୍ଡର୍ସ ନରଖିବାଠାରୁ ନେଇ, ସମସ୍ତ ଆଭ୍ୟନ୍ତରୀଣ ଓ ବାହ୍ୟ ବର୍ଡର୍ସ ରଖିବା କିମ୍ୱା ଆପଣଙ୍କ ଟେବଲ୍ ରେ କେବଳ ବାହ୍ୟ ବର୍ଡର୍ସ ରଖିବା ନିମନ୍ତେ ବିଭିନ୍ନ ପ୍ରକାରର Borders ସେଟ୍ କରିପାରିବେ | |
07:15 | ଏଥିନିମନ୍ତେ, ଉପଯୁକ୍ତ ଅପ୍ସନ୍ ଚୟନ କରିବା ପାଇଁ ମୁଖ୍ୟ ମେନ୍ୟୁରେ ଟେବଲ୍ ଟ୍ୟାବ୍ ଓ ଟେବଲ୍ ପ୍ରୋପର୍ଟିଜ୍ ଅପ୍ସନ୍, ବର୍ଡର୍ସ ଟ୍ୟାବ୍ ଚୟନ କରନ୍ତୁ | |
07:25 | ଏହାପରେ ଆମେ, ରାଇଟର୍ ରେ ହାଇପର୍ ଲିଙ୍କ୍ସ କିପରି ସୃଷ୍ଟି କରନ୍ତି, ତାହା ଶିଖିବା | |
07:30 | ବ୍ୟବହାରକର୍ତ୍ତା, ହାଇପର୍ ଲିଙ୍କ୍ସର ଉପଯୋଗ ହାଇପର୍ ଟେକ୍ସଟ୍ ବ୍ରାଉଜ୍ କରିବା କିମ୍ୱା ଦେଖିବା ପାଇଁ କରିଥାଏ | |
07:35 | ହାଇପରଲିଙ୍କ୍ସ୍ ଡକ୍ୟୁମେଣ୍ଟ ପାଇଁ ସନ୍ଦର୍ଭ ହେଉଛି,ପାଠକ ନିଜେ ଆରମ୍ଭ କରିପାରନ୍ତି କିମ୍ବା ଏହା ନିଜକୁ ନିଜ ଆରମ୍ଭ ହୋଇଯାଇଥାଏ | |
07:43 | ହାଇପରଲିଙ୍କ୍ସ୍ ପୁରା ଡକୁମେଣ୍ଟ୍ କୁ ଏବଂ ଡକ୍ୟୁମେଣ୍ଟରେ ଥିବା ବିଶିଷ୍ଟ ଏଲିମେଣ୍ଟ କୁ ଇଙ୍ଗିତ କରେ | |
07:49 | ଫାଇଲ୍ ରେ ହାଇପରଲିଙ୍କ୍ସ୍ ତିଆରି କରିବା ପୂର୍ବରୁ ପ୍ରଥମେ ଆମେ ଏକ ଡକ୍ୟୁମେଣ୍ଟ୍ ତିଆରି କରିବା ଯାହା ହାଇପରଲିଙ୍କ୍ ହେବ | |
07:56 | ତେଣୁ ଟୁଲବାର୍ ରେ “New” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | |
08:00 | ଗୋଟିଏ ନୂଆ ଡକ୍ୟୁମେଣ୍ଟ ଖୋଲିଥାଏ | ଏବେ ଆମେ ଏହି ନୂଆ ଡକ୍ୟୁମେଣ୍ଟରେ Hobbies ପାଇଁ ଟେବଲ୍ ତିଆରି କରିବା | |
08:06 | ଆମେ ହେଡିଙ୍ଗ୍ ଭାବରେ HOBBIES ଲେଖିବା | |
08:09 | ଏଣ୍ଟର୍ ପ୍ରେସ୍ କରନ୍ତୁ | |
08:11 | ଆସନ୍ତୁ, ଗୋଟିଏ ତଳେ ଅନ୍ୟ କିଛି ସଉକ ଲେଖିବା, ଯେପରି – Listing to music, playing table tennis ଏବଂ painting. |
08:20 | ଏବେ ଏହି ଫାଇଲ୍ କୁ ସେଭ୍ କରନ୍ତୁ | |
08:24 | ଟୁଲ୍ ବାର୍ ରେ ଥିବା Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ | Name ଫିଲ୍ଡରେ ଫାଇଲ୍ ର ନାମ Hobby ଟାଇପ୍ କରନ୍ତୁ | |
08:30 | Save in Folder ରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ Desktop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | ଏବେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ | |
08:40 | ଦେଖନ୍ତୁ, ଏବେ ଫାଇଲ୍ ଡେସ୍କଟପ୍ ଉପରେ ସେଭ୍ ହୋଇଯାଇଛି | |
08:43 | ଏବେ ଆମେ ଏହି ଫାଇଲ୍ କୁ ବନ୍ଦ କରିବା | ଆସନ୍ତୁ, ବର୍ତ୍ତମାନ Resume.odt ଫାଇଲ୍ ରେ ହାଇପର୍ ଲିଙ୍କ୍ ତିଆରି କରିବା, ଯାହା ଏହି ଡକ୍ୟୁମେଣ୍ଟକୁ ଓପନ୍ କରିବ | |
08:53 | ବର୍ତ୍ତମାନ ଆମେ, ଶିକ୍ଷା ବିବରଣଯୁକ୍ତ ଟେବଲ୍ ତଳେ Hobbies ହେଡିଙ୍ଗ୍ ଲେଖିବା | |
09:00 | Hobbies ଟେକ୍ସଟ୍ ହାଇପର୍ ଲିଙ୍କ୍ କରିବା ପାଇଁ ପ୍ରଥମେ ହେଡିଙ୍ଗ୍ Hobbies ଉପରେ କର୍ସର୍ ଡ୍ରାଗ୍ କରି ଟେକ୍ସଟ୍ ସିଲେକ୍ଟ କରନ୍ତୁ | |
09:09 | ଏବେ ମେନ୍ୟୁବାର୍ ରେ Insert ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Hyperlink ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
09:15 | ଗୋଟିଏ ଡାୟଲଗ୍ ବକ୍ସ ଖୋଲିବ, ଯେଉଁଥିରେ Internet, Mails ଓ News; Document ଓ New Document ପରି ଅପ୍ସନ୍ ଅଛି | |
09:24 | ଯେହେତୁ ଆମେ ଟେକ୍ସଟ୍ ଡକ୍ୟୁମେଣ୍ଟ ପାଇଁ ହାଇପର୍ ଲିଙ୍କ୍ ପ୍ରସ୍ତୁତ କରୁଛେ, ଆମେ Document ଅପ୍ସନ୍ ଉପରେ କ୍ଲିକ୍ କରିବା | |
09:30 | ଏବେ Path ଫିଲ୍ଡରେ Open File ବଟନ୍ ଉପରେ କ୍ଲିକ୍ କରନ୍ତୁ | |
09:36 | ନୂଆ ଡକ୍ୟୁମେଣ୍ଟକୁ ଯିବାପାଇଁ ଡାୟଲଗ୍ ବକ୍ସରେ Desktop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ଯାହାକୁ ଆମେ ତିଆରି କରିଛେ | |
09:44 | ବର୍ତ୍ତମାନ hobby.odt ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ Open ବଟନ୍ ଉପରେ କ୍ଲିକ୍ କରନ୍ତୁ | |
09:52 | ଆପଣ ଦେଖିବେ ଯେ, ଫାଇଲ୍ ପାଇଁ ସ୍ଥାନ Path ଫିଲ୍ଡରେ ଏଣ୍ଟର୍ ହୋଇଯାଇଛି | |
09:57 | Apply ଫିଲ୍ଡ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Close ବଟନ୍ ଉପରେ କ୍ଲିକ୍ କରନ୍ତୁ | |
10:02 | ଟେକ୍ସଟ୍ HOBBIES ରେଖାଙ୍କିତ ହୋଇଥିବାର ଓ ନୀଳ ରଙ୍ଗ ହୋଇଯାଇଥିବାର ଆପଣ ଦେଖିବାକୁ ପାଇବେ, ଯେହେତୁ ଏହା ହାଇପର୍ ଲିଙ୍କ୍ ହୋଇଯାଇଛି | |
10:11 | ଏବେ ହେଡିଙ୍ଗ୍ HOBBIES ଉପରେ କର୍ସର୍ ରଖନ୍ତୁ ଏବଂ Ctrl କୀ ଓ ବାମ ମାଉସ୍ ବଟନ୍, ଉଭୟକୁ ଏକସଙ୍ଗରେ ପ୍ରେସ୍ କରନ୍ତୁ | |
10:19 | Hobbies ଯୁକ୍ତ ଫାଇଲ୍ ଖୋଲିବାର ଆପଣ ଦେଖିବାକୁ ପାଇବେ | |
10:23 | ଏହିପ୍ରକାରେ ଆପଣ, ଇମେଜ୍ ଓ ୱେବସାଇଟ୍ ପାଇଁ ମଧ୍ୟ ହାଇପର୍ ଲିଙ୍କ୍ ତିଆରି କରିପାରିବେ | |
10:30 | ବର୍ତ୍ତମାନ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ | |
10:35 | ସଂକ୍ଷିପ୍ତରେ ଆମେ ଯାହା ଶିଖିଲେ - |
10:37 | ଡକ୍ୟୂମେଣ୍ଟରେ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା | |
10:39 | ରାଇଟର୍ ରେ ଟେବଲ୍ ଇନ୍ସର୍ଟ କରିବା | |
10:42 | ରାଇଟର୍ ରେ ହାଇପର୍ ଲିଙ୍କ୍ ଇନ୍ସର୍ଟ କରିବା | |
10:46 | ସ୍ଲାଇଡ୍ ସଂଖ୍ୟା 7 ଦେଖନ୍ତୁ | |
10:48 | କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ |
10:50 | Practice.odt ଖୋଲନ୍ତୁ | |
10:53 | ଫାଇଲ୍ ରେ ଗୋଟିଏ ଇମେଜ୍ ଇନ୍ସର୍ଟ କରନ୍ତୁ | |
10:57 | 2 Column ଓ 3 Row ସହିତ ଟେବଲ୍ ଇନ୍ସର୍ଟ କରନ୍ତୁ | |
11:01 | www.google.com ୱେବସାଇଟ୍ ଖୋଲିବା ପାଇଁ ହାଇପର୍ ଲିଙ୍କ୍ ତିଆରି କରନ୍ତୁ, ଯେତେବେଳେ ଆପଣ ଫାଇଲ୍ ରେ ଥିବା ଇମେଜ୍ ଉପରେ କ୍ଲିକ୍ କରିବେ | |
11:11 | ନିମ୍ନଲିଖିତ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ସାରାଂଶ ଦେଇଥାଏ | |
11:17 | ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଆପଣ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
11:22 | ଆମେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ବ୍ୟବହାର କରି କର୍ମଶାଳାମାନ ଆୟୋଜନ କରିଥାଉ | |
11:25 | ଯେଉଁମାନେ ଅନଲାଇନ୍ ପରୀକ୍ଷାରେ ପାସ୍ କରନ୍ତି, ସେମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦେଇଥାଉ | |
11:30 | ଅଧିକ ସୂଚନା ପାଇଁ ଆମକୁ contact@spoken-tutorial.orgରେ ସମ୍ପର୍କ କରନ୍ତୁ | |
11:33 | ସ୍ପୋକନ୍ ଟ୍ୟୁଟୋରିଆଲ୍, ଟକ୍-ଟୁ-ଏ-ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଅଟେ, ଯାହାକୁ ଭାରତ ସରକାରଙ୍କ MHRD ମନ୍ତ୍ରଣାଳୟର ରାଷ୍ଟ୍ରୀୟ ସାକ୍ଷରତା ମିଶନ୍, ICT ମାଧ୍ୟମରେ ସମର୍ଥିତ କରିଛି | |
11:46 | ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଅଧିକ ବିବରଣୀ ଉପଲବ୍ଧ ଅଛି | |
11:56 | IIT ମୁମ୍ୱଇ ତରଫରୁ ମୁଁ ଏହି ଟ୍ୟୁଟୋରିଆଲ୍ ର ଅନୁବାଦକ ତଥା ଭାଷକ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | |
12:03 | ଆମ ସହିତ ଜଡ଼ିତ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ |